ଅନଗୁଳ-ଢେଙ୍କାନାଳ

୨୩ରୁ ମାଟ୍ରିକ ପରୀକ୍ଷା; ଅନୁଗୋଳରେ ୧୭,୭୬୪ ଛାତ୍ରୀଛାତ୍ର

ଅନୁଗୋଳ ଅଫିସ,୧୦।୨-ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହା ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ଅନୁଗୋଳ ଜିଲାର ୮ଟି ବ୍ଲକର ସମୁଦାୟ ୨୬୨ ସରକାରୀ, ବେସରକାରୀ ସ୍କୁଲର ୧୭ହଜାର ୭୬୪ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା ୩୦ରେ ଶେଷ ହେବ। ଏଥିପାଇଁ ଜିଲାରେ ୮୮ଟି ସେଣ୍ଟର କରାଯାଇଛି। ୮ଟି ନୋଡାଲ ସେଣ୍ଟର ରହିଛି। ନୋଡାଲ ସେଣ୍ଟରରୁ ପ୍ରତ୍ୟେକ ପରୀକ୍ଷାକେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବା ସହ ଉତ୍ତର ଖାତା ନୋଡାଲ ସେଣ୍ଟରକୁ ଅଣାଯିବ। ଏଥର ରେଗୁଲାର ଛାତ୍ରୀଛାତ୍ରଙ୍କ ସଂଖ୍ୟା ୧୭୧୬୦ ଥିବାବେଳେ ଏକ୍ସରେଗୁଲାରଙ୍କ ସଂଖ୍ୟା ୩୮୪ ଓ ସ୍କୁଲ କରେସପଣ୍ଡେନ୍ସରେ ୨୨୦ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସେକେଣ୍ଡ ସିଟିଂରେ କେବଳ ସଂସ୍କୃତ ମଧ୍ୟମା ପରୀକ୍ଷା ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଅନୁଗୋଳ ହାଇସ୍କୁଲ ଓ କଣିହଁା ପବିତ୍ରମୋହନ ହାଇସ୍କୁଲଠାରେ ହେବ। ଅନୁଗୋଳ ବ୍ଲକର ଅନୁଗୋଳ ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଥିବା ବେଳେ ବ୍ଲକର ସମୁଦାୟ ୩୩୫୪ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସେହିପରି ଆଠମଲ୍ଲିକ ବ୍ଲକର ମହେନ୍ଦ୍ର ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଥିବାବେଳେ ୧୮୧୨ଜଣ ପରୀକ୍ଷା ଦେବେ। କିଶୋରନଗର ବ୍ଲକର କିଶୋରନଗର ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଥିବା ବେଳେ ବ୍ଲକର ୧୭୦୯ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଛେଣ୍ଡିପଦା ବ୍ଲକର ଛେଣ୍ଡିପଦା ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଥିବା ବେଳେ ବ୍ଲକର ୨୨୫୪ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ବଅଁରପାଳ ବ୍ଲକର ପାଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଥିବା ବେଳେ ବ୍ଲକର ୨୧୪୬ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ତାଳଚେର ବ୍ଲକର ଯୁବରାଜ ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଥିବା ବେଳେ ବ୍ଲକର ୨୨୧୪ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସେହିପରି କଣିହଁା ବ୍ଲକର ପବିତ୍ରମୋହନ ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଛି। ଏହି ବ୍ଲକର ମୋଟ୍‌ ୧୮୬୪ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ପାଲଲହଡ଼ା ବ୍ଲକର ମହତାବ ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଥିବା ବେଳେ ୨୦୬୧ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଏଥିପାଇଁ ଜିଲା ପ୍ରଶାସନ ତରଫରୁ ତ୍ରିସ୍ତରୀୟ ସ୍କ୍ବାଡ୍‌ ଗଠନ କରାଯାଇଛି। ଶାନ୍ତିଶୃଙ୍ଖଳାରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବା ପାଇଁ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ମୁତୟନ ହେବା ସହ ଗ୍ରାମବାସୀ ଓ ଅଭିଭାବକମାନଙ୍କ ସହଯୋଗ କାମନା କରାଯାଇଛି। ସମୁଦାୟ ୧୨୬୦ ଶିକ୍ଷୟିତ୍ରୀଶିକ୍ଷକ ପରୀକ୍ଷା ପାଇଁ ନିଯୁକ୍ତି ହୋଇଛନ୍ତି। ଏ ବିଷୟରେ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କୁହନ୍ତି, ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି। ସମୁଦାୟ ୨୬୨ ହାଇସ୍କୁଲର ପିଲାମାନଙ୍କ ପାଇଁ ୮୮ଟି ସେଣ୍ଟର କରାଯାଇଛି। ଶାନ୍ତିଶୃଙ୍ଖଳାରେ ପରୀକ୍ଷା ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଇଛି।
All Right Reserved By

ଅନଗୁଳ-ଢେଙ୍କାନାଳ

ବାଜି ରାଉତ ସ୍ମୃତି କଲେଜରେ ନାକ୍‌ କମିଟି

ବାଜି ରାଉତ ସ୍ମୃତି କଲେଜରେ ନାକ୍‌ କମିଟି

ଭୁବନ,୧୭।୮(ଡି.ଏନ.ଏ.)- ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟକୁ ଶୁକ୍ରବାର ନାକ୍‌ କମିଟିର ସଦସ୍ୟମାନେ ପରିଦର୍ଶନ କରିଛନ୍ତି। ଏହି ଅବସରରେ କମିଟିର ସଦସ୍ୟମାନେ ମହାବିଦ୍ୟାଳୟର ସମସ୍ତ ସ୍ଥିତି, ପରିବେଶ, ଶିକ୍ଷାର ମାନ ଓ ଆଗାମୀ ଦିନରେ ଅନୁଷ୍ଠାନର ଉନ୍ନତିକୁ ଅନୁଧ୍ୟାନ କରିଥିଲେ। ସେମାନେ ୨ ଦିନ ଧରି ଏହି ପରିଦର୍ଶନ କରିବେ। 

ସାପ କାମୁଡ଼ାରେ ଜଣେ ମୃତ

ସାପ କାମୁଡ଼ାରେ ଜଣେ ମୃତ

ବଇଣ୍ଡା,୧୭।୮(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ପତକା ଗ୍ରାମର ସୁଦର୍ଶନ ପରିଡ଼ା ଶୁକ୍ରବାର ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ଗୁରୁବାର ଫୁଲ ତୋଳିବା ପାଇଁ ସୁଦର୍ଶନ ବାରି ପଛପଟକୁ ଯାଉଥିବାବେଳେ ଏକ ବିଷଧର ସାପ ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା।

ସ୍ବାସ୍ଥ୍ୟକେନ୍ଦ୍ରରେ ସଫେଇ କାର୍ଯ୍ୟକ୍ରମ

ସ୍ବାସ୍ଥ୍ୟକେନ୍ଦ୍ରରେ ସଫେଇ କାର୍ଯ୍ୟକ୍ରମ

ବଇଣ୍ଡା,୧୭।୮(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା  ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରସରରେ ଗୁରୁବାର ବଇଶିଣା ଜୟ ଦୁର୍ଗା କ୍ଲବ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ସାର ଯୋଗାଣ ପାଇଁ ଦାବିପତ୍ର

ସାର ଯୋଗାଣ ପାଇଁ ଦାବିପତ୍ର


ଅନୁଗୋଳ ଅଫିସ, ୧୭ା୮:  ଅଲ୍‌ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଙ୍ଗଠନ ଅନୁଗୋଳ ଜିଲା କମିଟି ପକ୍ଷରୁ ଚାଷୀମାନଙ୍କୁ ସବ୍‌ସିଡିରେ ସାର, ଔଷଧ ଓ ବିହନ ଯୋଗାଇଦେବା ସହ ସାରର କଳାବଜାରୀ ବନ୍ଦ କରିବା ଆଦି ଦାବି ନେଇ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

କଣିହାଁ କୋଇଲା ଖଣି କାର୍ଯ୍ୟ ବନ୍ଦ

କଣିହାଁ କୋଇଲା ଖଣି କାର୍ଯ୍ୟ ବନ୍ଦ

କଣିହାଁ,୧୭।୮(ଡି.ଏନ.ଏ.): ଏମ୍‌ସିଏଲ କଣିହାଁ କୋଇଲା ଖଣି କାର୍ଯ୍ୟ ଗୁରୁବାର ଆନ୍ଦୋଳନ ଯୋଗୁ ବନ୍ଦ ରହିଛି। ଏକ ସଙ୍ଗଠନ ତରଫରୁ ଖଣିରେ ଲାଗି ରହିଥିବା ଗାଡ଼ିରେ ଚାଳକ, ସହଯୋଗୀ ଓ ଅନ୍ୟ କାର୍ଯ୍ୟରେ କ୍ଷତିଗ୍ରସ୍ତ ଓ ପ୍ରଭାବିତ ଅଞ୍ଚଳ କ୍ଷତିଗ୍ରସ୍ତ ବେକାରଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଦାବି ହୋଇଛି। 

ଚୋରି ଅଭିଯୋଗ

ଚୋରି ଅଭିଯୋଗ


ବଅଁରପାଳ, ୧୭ା୮(ଡି.ଏନ.ଏ.): ବଅଁରପାଳ ଥାନା ଆଶା ଟକିଜ୍‌ ନିକଟରେ ଅଖିଳ ମହାପାତ୍ରଙ୍କ ଭଡା ଘରେ ଚାଲୁଥିବା ଏକ ଘରୋଇ କମ୍ପାନୀ କାର୍ଯ୍ୟାଳୟରୁ ବୁଧବାର ରାତିରେ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ଗ୍ୟାସ ପାଇପ ଫାଟି ଅଗ୍ନିକାଣ୍ଡ

ଗ୍ୟାସ ପାଇପ ଫାଟି ଅଗ୍ନିକାଣ୍ଡ

ଅନୁଗୋଳ ଅଫିସ, ୧୭।୮- ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରୋଷେଇ ଘରେ ଶୁକ୍ରବାର ଗ୍ୟାସ ପାଇପ ଫାଟି ଅଗ୍ନିକାଣ୍ଡ ଘଟିଛି। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି। 

‘ବାଜପେୟୀ ଜଣେ ଯୋଗଜନ୍ମା’

‘ବାଜପେୟୀ ଜଣେ ଯୋଗଜନ୍ମା’

ଅନୁଗୋଳ ଅଫିସ/ବଅଁରପାଳ/
ଛେଣ୍ଡିପଦା, ୧୭ା୮- ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ ବିଭିନ୍ନ ସଙ୍ଗଠନ ତଥା ଅନୁଷ୍ଠାନ ପକ୍ଷରୁ ଶୋକ ପ୍ରକାଶ ପାଇଛି। ଅନୁଗୋଳ ବିଜୁ ଜନତା ଦଳ ତରଫରୁ ଜିଲା ସଭାପତି ବିଧାୟକ ରଜନୀକାନ୍ତ ସିଂହଙ୍କ ସଭାପତିତ୍ୱରେ ଜିଲା କାର୍ଯ୍ୟାଳୟଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।

ଛାତ୍ରୀଛାତ୍ରଙ୍କୁ ଫଟୋଗ୍ରାଫି ପ୍ରଶିକ୍ଷଣ

ଛାତ୍ରୀଛାତ୍ରଙ୍କୁ ଫଟୋଗ୍ରାଫି ପ୍ରଶିକ୍ଷଣ

ଅନୁଗୋଳ ଅଫିସ୍‌, ୧୭ା୮- ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଅନୁଗୋଳ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ନିମନ୍ତେ ଗୁରୁବାର ଏକ ଫଟୋଗ୍ରାଫି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ରଖିଲାନି ପୋଲିସ

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ରଖିଲାନି ପୋଲିସ

ଢେଙ୍କାନାଳ ଅଫିସ, ୧୭।୮ ଢେଙ୍କାନାଳ ଜିଲା ଗଁଦିଆ ଥାନା ସୋରିଷିଆପଦା ପଞ୍ଚାୟତ ଅଧୀନ ମହିଷାଗଡ଼ା ଗ୍ରାମର ସାରଥି ମହାନ୍ତଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ବିଷପିଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହୁଥିବାବେଳେ ମୃତାଙ୍କ ବାପା ଶିରପାଣି ମହାନ୍ତ ଝିଅକୁ ବିଷ ପିଆଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏପରି କି ଏତଲା ଦେବାକୁ ଯାଇଥିବାବେଳେ ଥାନାରେ ଅଭିଯୋଗ ଗ୍ରହଣ କରାଯାଇ ନ ଥିବା ସେ କହିଛନ୍ତି। 

ବଳରାମ କୋଇଲା ଖଣି ଜିରୋ ପଏଣ୍ଟରେ ୧୪୪ ଧାରା ଜାରି: ପ୍ରତିବାଦରେ ଡଅଁରା ଗ୍ରାମବାସୀଙ୍କ ବିକ୍ଷୋଭ

ବଳରାମ କୋଇଲା ଖଣି ଜିରୋ ପଏଣ୍ଟରେ ୧୪୪ ଧାରା ଜାରି: ପ୍ରତିବାଦରେ ଡଅଁରା ଗ୍ରାମବାସୀଙ୍କ ବିକ୍ଷୋଭ

ତାଳଚେର,୧୭।୮(ନି.ପ୍ର.): ବଳରାମ କୋଇଲା ଖଣି ଜିରୋ ପଏଣ୍ଟରେ ୧୪୪ ଧାରା ଜାରି ପ୍ରତିବାଦରେ ଡଅଁରା  ଗ୍ରାମର ଗ୍ରାମବାସୀ ଓ ଟ୍ରକ ମାଲିକମାନେ ମିଳିତ ଭାବେ ୧୪୪  ଧାରା ଜାରି କରାଯାଇଥିବା ସ୍ଥାନରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତ। ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି। 

ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା: ୫୩ନଂ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା: ୫୩ନଂ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ପରଜଙ୍ଗ,୧୭।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ନଂ ଜାତୀୟ ରାଜପଥର ହଟିଲୁଚାଣି ଛକ ନିକଟରେ  ଗୁରୁବାର ବିଳମ୍ବିତ ରାତିରେ ଦୁଇ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି।