ଅନଗୁଳ-ଢେଙ୍କାନାଳ

ଛେଣ୍ଡିପଦାରେ ଖୋଲିବ ଜେଏମ୍‌ଏଫ୍‌ସି

ଛେଣ୍ଡିପଦାରେ ଖୋଲିବ ଜେଏମ୍‌ଏଫ୍‌ସି
ଛେଣ୍ଡିପଦା, ୧୦।୨(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ସଦର ମହକୁମାଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ଶ୍ରେଣୀ ଜୁଡିସିଆଲ ମାଜିଷ୍ଟ୍ରେଟ (ଜେଏମ୍‌ଏଫ୍‌ସି) କୋର୍ଟ ଖୋଲାଯିବା ପାଇଁ ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇଛି। ମାର୍ଚ୍ଚ ମାସ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି। ଏ ନେଇ ଶୁକ୍ରବାର ଅନୁଗୋଳ ଜିଲା ସେସନ୍‌ସ କୋର୍ଟର ଜିଲା ଜଜ୍‌ ତଥା ମାଜିଷ୍ଟ୍ରେଟ ସଞ୍ଜୀବ କୁମାର ସ୍ବାଇଁ ଶୁକ୍ରବାର ଛେଣ୍ଡିପଦାରେ ପହଞ୍ଚିଥିଲେ। ଏହି କୋର୍ଟ ଅଫିସ୍‌ ଖୋଲାଯିବା ପୂର୍ବରୁ ଚିହ୍ନଟ ହୋଇଥିବା ଜାଗାକୁ ମାଜିଷ୍ଟ୍ରେଟ ସ୍ବାଇଁ ବୁଲି ଦେଖିଥିଲେ। ଏଥିପାଇଁ ତହସିଲ ପକ୍ଷରୁ ପ୍ରାୟ ୩ ଏକର ଜାଗା ପ୍ରଦାନ କରାଯାଇଛି। ଏଠାରେ ସ୍ବତନ୍ତ୍ର ଭାବେ କୋର୍ଟ ଅଫିସ୍‌ ଓ ଷ୍ଟାଫ କ୍ୱାର୍ଟର୍ସ ନିର୍ମାଣ କରାଯିବ। ନୂତନ କୋର୍ଟ ଅଫିସ୍‌ ନିର୍ମାଣ ହେବା ପର୍ଯ୍ୟନ୍ତ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଅସ୍ଥାୟୀ ଭାବେ କୋର୍ଟ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଜିଲା ଜଜ୍‌ଙ୍କ ପରିଦର୍ଶନବେଳେ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ତହସିଲଦାର ପ୍ରତାପ ପ୍ରୀତିମୟ, ବିଡିଓ ରୋମାଞ୍ଚଳ ଖମାରୀ, ବରିଷ୍ଠ ଆଇନଜୀବୀ ଲମ୍ବୋଦର ପ୍ରଧାନ, ଭୋଳେଶ୍ୱର ବେହେରା, ପଦ୍ମଚରଣ ମାଝି ପ୍ରମୁଖଙ୍କ ସମେତ ବ୍ଲକ ଓକିଲ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

ମାଙ୍କଡ଼ଚୁଆ ଗ୍ରାମରେ କଲରାପତରିଆ ବାଘ ଆତଙ୍କ

ମାଙ୍କଡ଼ଚୁଆ ଗ୍ରାମରେ କଲରାପତରିଆ ବାଘ ଆତଙ୍କ

ବଇଣ୍ଡା,୨୧।୧(ଡି.ଏନ.ଏ)- କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ମାଙ୍କଡ଼ଚୁଆ ଗ୍ରାମରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି।  ସୋମବାର  ବିଶିକେଶନ ନାୟକଙ୍କ ଏକ ଛେଳିକୁ ବାଘ ଆକ୍ରମଣ କରିଛି।   ଏହାକୁ ନେଇ ଗ୍ରାମରେ ଆତଙ୍କ ଦେଖାଦେଇଛି। ଜଙ୍ଗଲରେ ଛେଳିମାନେ ଚରୁଥିବାବେଳେ ବାଘଟି ଗ୍ରାମାଭିମୁଖୀ ହୋଇ ଉକ୍ତ ଛେଳିକୁ ଆକ୍ରମଣ କରୁଥିବାବେଳେ  ଛେଳି ଚରାଳି  ବାଘକୁ ଦେଖି ପାଟି କରିଥିଲେ।

ଗ୍ରାମାଞ୍ଚଳ ଲୋକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦିଆଯାଉ

ଗ୍ରାମାଞ୍ଚଳ ଲୋକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦିଆଯାଉ

ବଇଣ୍ଡା,୨୧।୧(ଡି.ଏନ.ଏ)- ସାଧାରଣ ଲୋକ କିଭଳି ସହଜରେ ଜୀବନ ଯାପନ କରିପାରିବେ ସେ ନେଇ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଲୋକମାନେ ଠିକ୍‌ ଭାବେ ଏସବୁ ଯୋଜନାର ସୁଯୋଗ  ନେଇ ପାରୁନାହାନ୍ତି।

କିଶୋରନଗର ବ୍ଲକରେ ଭାଜପାର ଜନସମ୍ପର୍କ ପଦଯାତ୍ରା

କିଶୋରନଗର ବ୍ଲକରେ ଭାଜପାର ଜନସମ୍ପର୍କ ପଦଯାତ୍ରା

ବଇଣ୍ଡା,୨୧।୧(ଡି.ଏନ.ଏ.)- କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ଭୋଜିଗୋଠ, ଧଉରାଗୋଠ, କରଡ଼ାବାହାଳୀ, ବିଲେଇନାଳୀ, ବଡ଼ବାହାଳ, ଗୋବିନ୍ଦପୁର, ଗରୁଡ଼ ଗ୍ରାମରେ ଭାଜପା ପକ୍ଷରୁ  ଜନସମ୍ପର୍କ ପଦଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। 

୫ ଦଫା ଦାବିରେ ବିଡ଼ିଓଙ୍କୁ ଘେରିଲେ  ଗୋଷ୍ଠୀ ସହାୟିକା ସଂଘ

୫ ଦଫା ଦାବିରେ ବିଡ଼ିଓଙ୍କୁ ଘେରିଲେ ଗୋଷ୍ଠୀ ସହାୟିକା ସଂଘ

ପାଲଲହଡା,୨୧।୧(ଡି.ଏନ.ଏ.)- ୫ ଦଫା ଦାବିରେ ସୋମବାର ଆଠମଲ୍ଲିକ ବିଡ଼ିଓ ଏବଂ ପ୍ରକଳ୍ପ ଅଧିକାରୀଙ୍କୁ ଓଡିଶା ଜୀବିକା ମିଶନର ବ୍ଲକ ନଥିପତ୍ର ପରିଚାଳିକା ଏବଂ ଗୋଷ୍ଠୀ ସହାୟିକା ସଂଘ ପକ୍ଷରୁ ଘେରାଉ କରାଯିବାସହ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଥମେ ସଂଘର ସଭ୍ୟାମାନେ ସ୍ଥାନୀୟ ନିଜଗଡ଼ ପଞ୍ଚାୟତ କାର୍ଯ୍ୟାଳୟରୁ ଏକ ରାଲିରେ ବାହାରି  ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚି ଥିଲେ। 

ଚକୋଲେଟ ଖାଇ ୧୫ ଜଣ ଛାତ୍ରୀଛାତ୍ର ଅସୁସ୍ଥ

ଚକୋଲେଟ ଖାଇ ୧୫ ଜଣ ଛାତ୍ରୀଛାତ୍ର ଅସୁସ୍ଥ

ଅନୁଗୋଳ ଅଫିସ୍‌, ୨୧।୧: ଅନୁଗୋଳ ଉପକଣ୍ଠରେ ଥିବା କୁମଣ୍ଡ ଚଣ୍ଡିବଜାର ସ୍ଥିତ ଅଲେଖପାଟଣା ପ୍ରାଥମିକ ବିଦ୍ୟାଳୟରେ ସୋମବାର ଚକୋଲେଟ ଖାଇ ୧୫ ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇଛନ୍ତି। 

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା:ରାଜରାସ୍ତାକୁ ଓହ୍ଲାଇଲେ  ଉତ୍ତ୍ୟକ୍ତ ଲୋକେ

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା:ରାଜରାସ୍ତାକୁ ଓହ୍ଲାଇଲେ ଉତ୍ତ୍ୟକ୍ତ ଲୋକେ

ଅନୁଗୋଳ ଅଫିସ୍‌, ୨୧।୧: ଅନୁଗୋଳ ସହର ଉପକଣ୍ଠରେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାରେ ସ୍ଥାନୀୟ ଅଞ୍ଚଳବାସୀ ରାଜ୍ୟ ରାଜପଥକୁ ଓହ୍ଲାଇଛନ୍ତି। ଅନୁଗୋଳ-

୮ମ ଣ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ ଘଟଣା : ସନ୍ଧାନୀ କୁକୁର  ସାହାଯ୍ୟରେ ଅଭିଯୁକ୍ତଙ୍କ ପ୍ୟାଣ୍ଟ, ସାର୍ଟ, ଚପଲ ଠାବ

୮ମ ଣ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ ଘଟଣା : ସନ୍ଧାନୀ କୁକୁର ସାହାଯ୍ୟରେ ଅଭିଯୁକ୍ତଙ୍କ ପ୍ୟାଣ୍ଟ, ସାର୍ଟ, ଚପଲ ଠାବ

ଅନୁଗୋଳ ଅଫିସ,୨୧।୧: ଅନୁଗୋଳ ସହର ଉପକଣ୍ଠରେ ରବିବାର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଘଟଣାରେ ଆରମ୍ଭ ହୋଇଛି ତଦନ୍ତ। ସୋମବାର ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ପହଞ୍ଚି ଛାନଭିନ୍‌ ଚଳାଇଛନ୍ତି। ଏହାସହିତ ମୁଣ୍ଡାସାହି ନାଳ କୂଳରୁ ଅଭିଯୁକ୍ତଙ୍କ ପ୍ୟାଣ୍ଟ, ସାର୍ଟ ଓ ଚପଲ ଠାବ କରାଯାଇଛି। 

ଦରପୋଡା ଅବସ୍ଥାରେ ମୃତଦେହ ଉଦ୍ଧାର

ଦରପୋଡା ଅବସ୍ଥାରେ ମୃତଦେହ ଉଦ୍ଧାର

ଛେଣ୍ଡିପଦା ,୨୧।୧(ସ୍ବ.ପ୍ର) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମ ଶିବ ମନ୍ଦିର ପଛପଟେ ଥିବା ଡିଗିନାଳି ବିଲମାଳ ମଝିରେ ଦରପୋଡା ଅବସ୍ଥାରେ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। 

୮ମ ଛାତ୍ରୀଙ୍କୁ ବଳାତ୍କାର  ପରେ ହତ୍ୟା ଅଭିଯୋଗ

୮ମ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ

ଅନୁଗୋଳ ଅଫିସ, ୨୧।୧- ଅନୁଗୋଳ ସହର ଉପକଣ୍ଠରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ରାତି ପ୍ରାୟ ସାଢ଼େ ୧୧ଟାରେ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। 

ପବିତ୍ରନଗର କପ୍‌: ସମ୍ବଲପୁର ଚାମ୍ପିୟନ

ପବିତ୍ରନଗର କପ୍‌: ସମ୍ବଲପୁର ଚାମ୍ପିୟନ

ପବିତ୍ରନଗର, ୨୦ା୧(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ପବିତ୍ରନଗରଠାରେ ୭ ଦିନ ଧରି ଚାଲିଥିବା ପବିତ୍ରନଗର କପ୍‌ କ୍ରିକେଟ ରବିବାର ଉଦ୍‌ଯାପିତ ହୋଇଯାଇଛି। 

ପୃଥକ୍‌ ଅଗ୍ନିକାଣ୍ଡ  ୬ବଖରା ପାଉଁଶ, ୪ ଗାଈ ଅର୍ଦ୍ଧଦଗ୍ଧ

ପୃଥକ୍‌ ଅଗ୍ନିକାଣ୍ଡ ୬ବଖରା ପାଉଁଶ, ୪ ଗାଈ ଅର୍ଦ୍ଧଦଗ୍ଧ

ପରଜଙ୍ଗ/ ଭୁବନ, ୨୦।୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଏବଂ ଭୁବନ ବ୍ଲକର ପୃଥକ୍‌ ସ୍ଥାନରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୬ବଖରା ଛାରଖାର ହୋଇଯାଇଛି। ଏଥିସହ ୪ ଗାଈ ଅର୍ଦ୍ଧଦଗ୍ଧ ହୋଇଯାଇଛନ୍ତି।

ପରଜଙ୍ଗରେ ହାତୀପଲ: ପନିପରିବା ନଷ୍ଟ କଲେ, ଧାନବସ୍ତା ବୋହିନେଲେ

ପରଜଙ୍ଗରେ ହାତୀପଲ: ପନିପରିବା ନଷ୍ଟ କଲେ, ଧାନବସ୍ତା ବୋହିନେଲେ

ପରଜଙ୍ଗ,୨୦।୧(ଡି.ଏନ.ଏ.)- ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ପରଜଙ୍ଗ ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି।