ଅନଗୁଳ-ଢେଙ୍କାନାଳ

ଏନ୍‌ଏସି ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ

ଆଠମଲ୍ଲିକ, ୧୦ା୨(ଡିଏନଏ)- ଅନୁଗୋଳ ଜିଲା ଆଠମଲ୍ଲିକ ଏନଏସିରେ ପୁଣିଥରେ ରାଜନୈତିକ ହଟଚମଟ ଦେଖାଦେଇଛି। ଶୁକ୍ରବାର ଆଠମଲ୍ଲିକ ଏନଏସିର ଅଧ୍ୟକ୍ଷ ସୁଦାମ କୁମାର ସାହୁଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ୧୧ ଜଣ କାଉନସିଲରଙ୍କ ମଧ୍ୟରୁ ୭ ଜଣ ଏହି ପ୍ରସ୍ତାବ ଆଣିଥିବା ଜଣାଯାଇଛି।
ଆଠମଲ୍ଲିକ ଏନଏସିର ୧୧ଟି ୱାର୍ଡରେ ୧୦ ଜଣ କାଉନସିଲର କଂଗ୍ରେସ ଦଳ ଓ ଜଣେ ବିଜେଡିରୁ ନିର୍ବାଚିତ ହୋଇଥିଲେ। କଂଗ୍ରେସ ଦଳ ଗତ ସେପ୍ଟେମ୍ବର ୨୦୧୩ ରେ ପରିଷଦ ଗଠନ କରିଥିଲା। ଏଥିରେ ସୁରେନ୍ଦ୍ର କୁମାର ପ୍ରଧାନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ତାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ କାଉନସିଲରମାନେ ୨୦୧୬ରେ ଅନାସ୍ଥା ପ୍ରସ୍ତାବ ଦ୍ୱାରା ତାଙ୍କୁ ହଟାଇବାକୁ ବ୍ୟବସ୍ଥା କରିଥିଲାବେଳେ ଶେଷ ମୁହୁର୍ତ୍ତରେ ପ୍ରଧାନ ଗତ ୪ା୪ା୨୦୧୬ରେ ଇସ୍ତଫା ଦେଇଥିଲେ। ଏହା ପରେ ୨୫.୦୫.୨୦୧୬ ରେ ୪ନମ୍ବର ୱାର୍ଡର କାଉନସିଲର ସୁଦାମ କୁମାର ସାହୁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ୬ ମାସ ହେଲା ଏନଏସିରେ ଅଚଳାବସ୍ଥା ଦେଖାଦେଇଛି। ଏନଏସିର ମାସିକ ବୈଠକ, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଦ୍ୟୁତ୍‌କରଣରେ ଦୁର୍ନୀତି ସହ ଅଧ୍ୟକ୍ଷ ମନମୁଖୀ କାମ କରୁଥିବା ଅଭିଯୋଗ ନେଇ କାଉନସିଲରଙ୍କ ମଧ୍ୟରେ ଥିବା ଚାପା ଅସନ୍ତୋଷ ପଦାକୁ ଆସିଛି। ୩ ନମ୍ବର ୱାଡର୍ର କାଉନସିଲର ସୂର୍ଯ୍ୟନାରାୟଣ ସିଂହସାମନ୍ତ, ୨ ନଂ.ର କାଉନସିଲର ତଥା ଉପାଧ୍ୟକ୍ଷା ବୀଣାପାଣି ଆର୍ଯ୍ୟବର୍ତ୍ତ ଷଡଙ୍ଗୀ, ୧୧ ନଂ.ର ଧୀରେନ ନାୟକ, ୬ ନଂ.ର ସନ୍ତୋଷିନୀ ଓରାମ, ୯ ନଂ.ର ପାଞ୍ଚାଳୀ ପ୍ରଧାନ, ୮ ନଂ.ର ରୋଜି ବେହେରା, ୫ ନଂ. ୱାର୍ଡର ସୁମତି ମହାନନ୍ଦିଆ ପ୍ରମୁଖ ଅନୁଗୋଳ ଜିଲାପାଳଙ୍କଠାରେ ଏନଏସି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ଜଣାପଡିଛି। ୭ ଜଣ କାଉନସିଲର ବର୍ତ୍ତମାନ ଅଜ୍ଞାତ ବାସରେ ଥିବା ଜଣାପଡିଛି। ଏହି ଘଟଣା ନେଇ ଆଠମଲ୍ଲିକରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।

All Right Reserved By
I&PR

Model This Week

ସନ୍ତୋଷ

ଅନଗୁଳ-ଢେଙ୍କାନାଳ

ଭୂମିହୀନଙ୍କୁ ଜମି ନ ମିଳିଲେ ଆନ୍ଦୋଳନ: ଦଳିତ ବିକାଶ ମଞ୍ଚ

ଭୂମିହୀନଙ୍କୁ ଜମି ନ ମିଳିଲେ ଆନ୍ଦୋଳନ: ଦଳିତ ବିକାଶ ମଞ୍ଚ

ଭୁବନ,୨୪।୫(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର ଦଳିତ ବିକାଶ ମଞ୍ଚ, ଫାଇଟ ଫର ରାଇଟ, ଗାଁରୁ ଆନ୍ଦୋଳନ ଅଭିଯାନ ଓ ଓଡ଼ିଶା ମାନବାଧିକାର ମଞ୍ଚ ତରଫରୁ ଗୁରୁବାର ତାରିଣୀପୀଠରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।

ମୋଟର ଚାଳକ ସଂଘର ନୂତନ କର୍ମକର୍ତ୍ତା ଚୟନ

ମୋଟର ଚାଳକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଭୁବନ,୨୪।୫(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ମୋଟର ଚାଳକ ସଂଘର ନୂତନ କର୍ମକର୍ତ୍ତା ଚୟନ ଗୁରୁବାର ସ୍ଥାନୀୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।

ପୋଲିସକୁ ଚକ୍‌ମା ଦେଖାଇ ଟ୍ରକ୍‌ ମାଲିକ ସଂଘ ସଭାପତି ଚମ୍ପଟ୍‌

ତାଳଚେର,୨୪।୫(ନି.ପ୍ର)- ତାଳଚେର ଟ୍ରକ୍‌ ମାଲିକ ସଂଘ ସଭାପତି ଟୁକୁନା ସ୍ବାଇଁଙ୍କ ତାଳଚେର ପାଇକସାହି ସ୍ଥିତ ବାସଭବନରେ କଟକ, ଭୁବନେଶ୍ୱର ଓ ତାଳଚେର ପୋଲିସ ପକ୍ଷରୁ ଗୁରୁବାର ମିଳିତ ଚଢ଼ାଉ କରାଯାଇଛି।

ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ଅନୁଗୋଳ ଅଫିସ୍‌, ୨୪।୫- ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜଳିଗଲା ୫ ବଖରା

ଜଳିଗଲା ୫ ବଖରା

କଣିହାଁ,୨୪।୫(ଡି.ଏନ.ଏ)- କଣିହାଁ ବ୍ଲକ କମରେଇ ପଞ୍ଚାୟତ ଖଇରନାଳୀ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ସୁମନ୍ତ ପ୍ରଧାନ ଓ ଦାଶରଥି ପ୍ରଧାନଙ୍କ ୫ ବଖରା ଘର ଜଳିଯାଇଛି।

 ‘ଏକାଠି ହୁଅ, ସହଯୋଗ କର’

‘ଏକାଠି ହୁଅ, ସହଯୋଗ କର’

କାମାକ୍ଷାନଗର, ୨୪ା୫(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସଭାଗୃହରେ ମଙ୍ଗଳବାର ବ୍ଲକ ବିଜୁ ଯୁବ ବାହିନୀର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲା ରେଡ୍‌କ୍ରସ୍‌ ସୋସାଇଟିର ଉପସଭାପତି ତଥା ରକ୍ତଦାତା ଅନୁପ୍ରେରକ ସଂଘର ସଭାପତି ବିରଞ୍ଚତ୍ ନାରାୟଣ ପାଣି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଯୁବଗୋଷ୍ଠୀ ଏକାଠି ହୋଇ ଦେଶ ବିକାଶରେ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ।

ରେଙ୍ଗାଳି ଥାନାରେ ନୂଆ ଆଇଆଇସି

କଣିହାଁ, ୨୪ା୫(ଡି.ଏନ.ଏ.)- କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ଥାନାରେ ବୁଧବାର ନୂତନ ଆଇଆଇସି ଭାବେ ସରୋଜକାନ୍ତ ସାମଲ ଯୋଗଦାନ କରିଛନ୍ତି। ପୂର୍ବତନ

 ରେଙ୍ଗାଳି ଦକ୍ଷିଣ କେନାଲ କାମ ନିମ୍ନମାନର ଅଭିଯୋଗ:  ଯନ୍ତ୍ରୀ ଅଟକ, ଉତ୍ତେଜନା

ରେଙ୍ଗାଳି ଦକ୍ଷିଣ କେନାଲ କାମ ନିମ୍ନମାନର ଅଭିଯୋଗ: ଯନ୍ତ୍ରୀ ଅଟକ, ଉତ୍ତେଜନା

ଢେଙ୍କାନାଳ ଅଫିସ, ୨୪।୫- ନିମ୍ନମାନର ରେଙ୍ଗାଳି ଦକ୍ଷିଣ କେନାଲ କାମକୁ ନେଇ ବୁଧବାର ଢେଙ୍କାନାଳ ସଦର ଥାନା ଖମାର ଯାତ୍ରା ପଡ଼ିଆରେ ଉତ୍ତେଜନା ପ୍ରକାଶ ପାଇଛି। ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଯାଇଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ତୁଶିଲ ମୁର୍ମୁଙ୍କୁ ଅଞ୍ଚଳବାସୀ ଦୀର୍ଘ ସମୟ ଅଟକ ରଖିଥିଲେ। କାମ ନେଇଥିବା ଠିକାଦାରଙ୍କୁ ବାଲି, ସିମେଣ୍ଟ, ଚିପ୍ସ ଯୋଗାଉଥିବା କେତେଜଣ ଯୁବକ ଘଟଣା ସମ୍ପର୍କରେ ବୁଝିବାକୁ ଯାଇଥିବାବେଳେ ଅଞ୍ଚଳବାସୀଙ୍କ ସହିତ ସେମାନଙ୍କ ବଚସା ହୋଇଥିଲା। ଗ୍ରାମବାସୀଙ୍କ ଆକ୍ରମଣରେ ୩ଜଣ ଗୁରୁତର ହୋଇଛନ୍ତି। ପ୍ରାଣ ଭୟରେ ସେମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସମ୍ପୃକ୍ତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ଥିବା ଏକ ବାଇକ୍‌କୁ ଉତ୍ତ୍ୟକ୍ତ ଲୋକେ ଭାଙ୍ଗି ଦେଇଛନ୍ତି।

ନାଲ୍‌କୋ ସିଆଇଏସ୍‌ଏଫ୍‌ ତରଫରୁ ସରବତ ବଣ୍ଟନ

ନାଲ୍‌କୋ ସିଆଇଏସ୍‌ଏଫ୍‌ ତରଫରୁ ସରବତ ବଣ୍ଟନ

ବଅଁରପାଳ,୨୪।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସିଆଇଏସ୍‌ଏଫ୍‌ ତରଫରୁ ମେନ୍‌ଗେଟ୍‌ ଛକଠାରେ ଗୁରୁବାର ସକାଳେ ସରବତ ବଣ୍ଟନ କରାଯାଇଛି।

ଅଂଶୁଘାତରେ ମହିଳା ଗୁରୁତର

ଅଂଶୁଘାତରେ ମହିଳା ଗୁରୁତର

ବନ୍ତଳା,୨୪।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଗର୍ଭବତୀ ଗୁରୁବାର ସକାଳେ ଅଂଶୁଘାତରେ ଗୁରୁତର ହୋଇଛନ୍ତି। ସେ ହେଲେ ତାଳଚେର ଏକଡ଼ାଳ ଗ୍ରାମର ରଶ୍ମିତା ବେହେରା।

ଜମିବାଡ଼ିକୁ କେନ୍ଦ୍ରକରି ଆକ୍ରମଣ, ଦୁଇ ଗୁରୁତର

ଜମିବାଡ଼ିକୁ କେନ୍ଦ୍ରକରି ଆକ୍ରମଣ, ଦୁଇ ଗୁରୁତର

ବନ୍ତଳା,୨୪।୫(ଡି.ଏନ୍‌.ଏ.): ଅନୁଗୋଳ ଥାନା କୁଶାସିଙ୍ଗା ମହୁଲପାଳ ସାହିରେ ଗୁରୁବାର ସକାଳେ ଜମିରେ ବାଡ଼ ବସାଇବାକୁ କେନ୍ଦ୍ର କରି ମାରଣାସ୍ତ୍ର ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଗ୍ରାମର ଗିରିଶ ରାଉତ(୮୦), ସଞ୍ଜୟ ରାଉତ(୪୫)।

ଦୁର୍ବ୍ୟବହାର କରି ବସ୍‌ରୁ ଓହ୍ଲାଇଦେଲେ କଣ୍ଡକ୍ଟର ଅଢ଼େଇଶହ ଟଙ୍କା ଦେଇ ଅଟୋରେ ଗଲେ ଦିବ୍ୟାଙ୍ଗ

ଦୁର୍ବ୍ୟବହାର କରି ବସ୍‌ରୁ ଓହ୍ଲାଇଦେଲେ କଣ୍ଡକ୍ଟର ଅଢ଼େଇଶହ ଟଙ୍କା ଦେଇ ଅଟୋରେ ଗଲେ ଦିବ୍ୟାଙ୍ଗ

ବନ୍ତଳା,୨୪ା୫(ଡି.ଏନ.ଏ.)- ଆଖିର ଚିକିତ୍ସା କରିବାକୁ ବାହାରିଥିଲେ ବହ୍ଲର ଅଭିମୁଖେ। ଦିବ୍ୟାଙ୍ଗ ହୋଇଥିବାରୁ ସାଙ୍ଗରେ ସ୍ତ୍ରୀ ଓ ଛୋଟ ପୁଅଙ୍କୁ ନେଇଥିଲେ। ଅନୁଗୋଳ ବସ୍‌ଷ୍ଟାଣ୍ଡରେ ପହଞ୍ଚି ତାଳଚେର ରୁଟ୍‌ରେ ଯିବାକୁ ଥିବା ଏକ ବସ୍‌ରେ ଚଢ଼ିଥିଲେ। କଣ୍ଡକ୍ଟରଙ୍କ ସିଟ୍‌ ଖାଲିଥିବା ଦେଖି ସେଥିରେ ବସି ପଡ଼ିଥିଲେ।