ଅନଗୁଳ-ଢେଙ୍କାନାଳ

୨ ବର୍ଷ ହେଲା ୭ ପରିବାରକୁ ବାସନ୍ଦ

୨ ବର୍ଷ ହେଲା ୭ ପରିବାରକୁ ବାସନ୍ଦ
ଅନୁଗୋଳ ଅଫିସ,୯।୨- ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଗଁା ବଇଣ୍ଡା ପଞ୍ଚାୟତ ବଡ଼ହୁଲା ଗ୍ରାମର ୭ ପରିବାର ଆଣିଛନ୍ତି ବାସନ୍ଦ ଅଭିଯୋଗ। ପାଖାପାଖି ୨ବର୍ଷ ହେଲା ଗ୍ରାମବାସୀ ଏପରି କଟକଣା ଲଗାଇଥିବା ଶୁକ୍ରବାର ସମ୍ପୃକ୍ତ ପରିବାରଗୁଡ଼ିକ ଅନୁଗୋଳ ଜିଲାପାଳ ଅନିଲ କୁମାର ସାମଲଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ରଖାଇ ଦେଉ ନ ଥିବାରୁ ସେମାନେ ଗଁା ଛାଡ଼ି ଚାଲି ଆସିଥିବା ଅଭିଯୋଗ କରିବା ପରେ ଜିଲାପାଳ ସେମାନଙ୍କୁ ଆଠମଲ୍ଲିକ ଉପଜିଲାପାଳଙ୍କ ନିକଟକୁ ପଠାଇ ଦେଇଥିଲେ। ଉପଜିଲାପାଳ ସେମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେବା ସହ ଏ ନେଇ ହଣ୍ଡପା ଥାନାରେ ଲିଖିତ ଏତଲା ଦେବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଅଭିଯୋଗରେ ସମ୍ପୃକ୍ତ ୭ ପରିବାରର ମହାଦେବ ସାହୁ, ରମେଶଚନ୍ଦ୍ର ସାହୁ, ଯଶୋଦା ସାହୁ, ଭାରତୀ ସାହୁ, ଘନଶ୍ୟାମ ସାହୁ, ଦିବ୍ୟରଞ୍ଜନ ସାହୁ, ଝାନସୀରାଣୀ ସାହୁ, କଳ୍ପନା ସାହୁ, ବିଦ୍ୟାଧର ସାହୁ ପ୍ରମୁଖ ଦର୍ଶାଇଛନ୍ତି ଯେ, ଗ୍ରାମର ଯାଦବ ସ୍ବାଇଁ, ଭୀଷ୍ମ ଦେହୁରୀ, ବସନ୍ତ ସ୍ବାଇଁ, ରମେଶଚନ୍ଦ୍ର ପ୍ରଧାନଙ୍କ ସହିତ ଅନ୍ୟ କେତେଜଣ ୨୦୧୬ ଏପ୍ରିଲ ୧୭ରୁ ସେମାନଙ୍କୁ ଗଁାରୁ ବାସନ୍ଦ କରିଛନ୍ତି। ଘରକୁ ଥିବା ରାସ୍ତା ଅବରୋଧ କରିବା ସହ ବିଭିନ୍ନ ସମୟରେ ଘର ସାମ୍ନାରେ ମଇଳା ପକାଇବା, ଘରକୁ ମଦ ବୋତଲ ଓ ପଥର ଫିଙ୍ଗିୁଛନ୍ତି। ବଗିଚା, ଫସଲ ନଷ୍ଟ କରୁଛନ୍ତି। ଏହାର ବିରୋଧ କରିବାରୁ ପରିବାରର ଜଣେ ମହିଳାଙ୍କୁ ଜାନୁୟାରୀ ୩୧ରେ ଗଁା କୋଠଘରେ ଅଟକ ରଖାଯାଇଥିଲା। ପରେ ପୋଲିସ ପହଞ୍ଚତ୍ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲା। ୨୦୧୭ ଅକ୍ଟୋବର ୨୧ରେ ପରିବାରର ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଶୁଦ୍ଧିକାର୍ଯ୍ୟ ପାଇଁ ଗଁା ବ୍ରାହ୍ମଣ, ଭଣ୍ଡାରୀ, ମନ୍ଦିର, ପୋଖରୀ ଆଦିକୁ ବାରଣ କରାଯାଇଥିବାରୁ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବୁଧବାର ରାତିରେ ଗ୍ରାମବାସୀ ପଥର ମାଡ଼ କରିବା ଖବର ଜଣାଇବା ପରେ ଥାନା ଆଇଆଇସି ପହଞ୍ଚିଥିଲେ। ହେଲେ ତାଙ୍କ ଉପସ୍ଥିତିରେ ମଧ୍ୟ ଘରକୁ ପଥର ମାଡ଼ କରାଯାଇଥିଲା। ଜଣ ପ୍ରତି ୧ଲକ୍ଷ ଟଙ୍କା ଜରିମାନା ଦେବା ସହ ସଭାରେ ଭୁଲ୍‌ ମାଗିଲେ ଗଁାରେ ମିଶାଯିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଉଥିବାରୁ ବାଧ୍ୟ ହୋଇ ଗଁା ଛାଡ଼ିଛୁ ବୋଲି ସମ୍ପୃକ୍ତ ପରିବାର ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଏ ସମ୍ପର୍କରେ ସେମାନେ ହଣ୍ଡପା ଥାନା ଓ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ବି କିଛି ପଦକ୍ଷେପ ନିଆଯାଇ ନ ଥିବା ସମ୍ପୃକ୍ତ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ଉପଜିଲାପାଳ କହିଛନ୍ତି, ପୂର୍ବରୁ ଘଟଣା ନେଇ ସୂଚନା ପାଇ ନ ଥିଲି। ଅଭିଯୋଗ ପାଇବା ପରେ ଗ୍ରାମବାସୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ପାଇଁ ସେମାନଙ୍କୁ କହିଛି। ଥାନା ଆଇଆଇସିଙ୍କ ସହିତ ଆଲୋଚନା କରିଛି। କୌଣସି ଅସୁବିଧା ହେବନାହିଁ, ପୋଲିସ ହେପାଜତରେ ସମ୍ପୃକ୍ତ ୭ ପରିବାର ଗଁାରେ ରହିବେ। ଗ୍ରାମବାସୀ ବିରୋଧ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
All Right Reserved By

ଅନଗୁଳ-ଢେଙ୍କାନାଳ

ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା: ୫୩ନଂ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା: ୫୩ନଂ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ପରଜଙ୍ଗ,୧୭।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ନଂ ଜାତୀୟ ରାଜପଥର ହଟିଲୁଚାଣି ଛକ ନିକଟରେ  ଗୁରୁବାର ବିଳମ୍ବିତ ରାତିରେ ଦୁଇ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। 

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ଢେଙ୍କାନାଳ ଅଫିସ,୧୬।୮- ଢେଙ୍କାନାଳ ଜିଲା ଗଦଁିଆ ବ୍ଲକ ନିହଲପ୍ରସାଦ ଥାନା  ଲହଡ଼ା କୋକୁଆଝର ଗ୍ରାମରେ ଗୁରୁବାର ପୋଖରୀରେ ବୁଡ଼ି ୨ ଭଉଣୀ ପ୍ରାଣ ହରାଇଛନ୍ତି। ମୃତା ହେଲେ  ପୂର୍ଣ୍ଣିମା ହେମ୍ରମ୍‌(୫) ଓ ରଜନୀ ହେମ୍ରମ। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। 

ବଇଣ୍ଡାରେ ବିଜୁ ଯୁବ ବାହିନୀ  କର୍ମଶାଳା

ବଇଣ୍ଡାରେ ବିଜୁ ଯୁବ ବାହିନୀ କର୍ମଶାଳା

ବଇଣ୍ଡା,୧୬।୮(ଡି.ଏନ.ଏ.)- ଯୁବ ଗୋଷ୍ଠୀ ଦ୍ୱାରା ଗ୍ରାମାଞ୍ଚଳର ଅଧିକ ବିକାଶ ହୋଇ ପରିବ। ନବୀନ ସରକାର  ଅନେକ ଯୋଜନା ପ୍ରଚଳନ  କରିଛନ୍ତି। ସେ ଗୁଡ଼ିକ କିପରି ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଉ। 

ପୋଲ ତଳକୁ ଖସିଲା କାର, ଜଣେ ଗୁରୁତର

ପୋଲ ତଳକୁ ଖସିଲା କାର, ଜଣେ ଗୁରୁତର

ବଇଣ୍ଡା,୧୬।୮(ଡି.ଏନ.ଏ.)-   କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ହଣ୍ଡପା ଥାନା ରାଣିଭୂଇଁ ନିକଟରେ ଗୁରୁବାର ଏକ କାର ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଛି। 

ପୋଖରୀରେ ବୁଡ଼ି ବାଳିକା ମୃତ

ପୋଖରୀରେ ବୁଡ଼ି ବାଳିକା ମୃତ

କାମାକ୍ଷାନଗର, ୧୬।୮(ଡି.ଏନ.ଏ.)-କାମାକ୍ଷାନଗର ଥାନା ବାଲିଗୋରଡ଼ ପଞ୍ଚାୟତ କନ୍ତାରିପାଟ ଗ୍ରାମର ସୁରେଶ ସାମଲଙ୍କ ଝିଅ ପ୍ରିୟଙ୍କା (୧୦) ବୁଧବାର ଅପରାହ୍ନରେ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। 

ବିଭିନ୍ନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବିଭିନ୍ନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବଅଁରପାଳ,୧୬।୮(ଡି.ଏନ.ଏ.)- ଅନୁଗୋଳଠାରୁ ବଅଁରପାଳ ପର୍ଯ୍ୟନ୍ତ ମରଣଯନ୍ତା ପାଲଟି ଥିବା ରାସ୍ତାର ଦୁରାବସ୍ଥା ଦୂର କରିବା, ଅନୁଗୋଳ ମୁଖ୍ୟ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର  ପଦବୀ ପୂରଣ ଦାବିରେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। 

୨୬୯  ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

୨୬୯ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ଛେଣ୍ଡିପଦା,୧୬।୮(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ପ୍ରଶାସନ ପକ୍ଷରୁ ଗୁରୁବାର ସ୍ଥାନୀୟ ବ୍ଲକ ସଭାଗୃହଠାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଦୁଦୁରୁକୋଟ ସ୍ବାସ୍ଥ୍ୟକେନ୍ଦ୍ର ପାଚେରୀ ଭାଙ୍ଗିଲେ ହାତୀ

ଦୁଦୁରୁକୋଟ ସ୍ବାସ୍ଥ୍ୟକେନ୍ଦ୍ର ପାଚେରୀ ଭାଙ୍ଗିଲେ ହାତୀ

 ସାତମାଇଲ,୧୬।୮(ଡି.ଏନ.ଏ.)- ହିନ୍ଦୋଳ ଉପଖଣ୍ଡରେ ଦିନକୁ ଦିନ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଭୋର ୪ ଟାରେ ଦୁଦୁରୁକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପଶି କେତେକ ଗଛ ଭାଙ୍ଗି ଦେଇଛନ୍ତି।

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଅଫିସ,୧୬।୮: ଢେଙ୍କାନାଳ ଜିଲା ବାଲିମି ଥାନା ଖାଲପାଳ ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସିଲି ବାଡିଆ(୪୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ବାମୀ  ସୁଧାକର ବାଡ଼ିଆ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। 

ଟ୍ରେଡ୍‌ ୟୁନିୟନ ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଟ୍ରେଡ୍‌ ୟୁନିୟନ ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ତାଳଚେର,୧୬।୮(ନି.ପ୍ର.): ଏମ୍‌ସିଏଲ୍‌ ବଳରାମ ଓସିପିରେ କାର୍ଯ୍ୟରତ ୩ଟି ଟ୍ରେଡ୍‌ ୟୁନିୟନ ପକ୍ଷରୁ ଗୁରୁବାର ତାଳଚେର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ଅବସରରେ ଏଚ୍‌ଏମ୍‌ଏସ୍‌, ବିଏମ୍‌ଏସ୍‌ ଏବଂ ଆଇଏନ୍‌ଟିସିୟୁ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ତାଳଚେର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। 

ଅଜଗର ଉଦ୍ଧାର

ଅଜଗର ଉଦ୍ଧାର

ଭୁବନ,୧୬।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ବାଉଁଶକଣ ଗ୍ରାମର ଶିବମନ୍ଦିର ନିକଟରୁ ବୁଧବାର ରାତିରେ ଏକ ଅଜଗର ସାପକୁ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। 

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ଛେଣ୍ଡିପଦା,୧୬।୮(ଡି.ଏନ୍‌.ଏ.): ସମ୍ବଲପୁର ଏମ୍‌ପି ନଗେନ୍ଦ୍ର କୁମାର ପ୍ରଧାନ ଏବଂ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଏକ ଦିନିକିଆ ଛେଣ୍ଡିପଦା ବ୍ଲକ ଗସ୍ତରେ ଆସି ବିଭିନ୍ନ ପଞ୍ଚାୟତର ନୂତନ ପ୍ରକଳ୍ପମାନ ଉଦ୍‌ଘାଟନ କରିଛନ୍ତି।