Dharitri News
ମେଟ୍ରୋ |

ଶରଧାବାଲିରୁ ଉଦ୍ଧାର ହୋଇଥିଲେ ଦୁଇ ଭଉଣୀ: ୮ ମାସ ପରେ ମା’ ମୁହଁ ଦେଖିଲେ

ଶରଧାବାଲିରୁ ଉଦ୍ଧାର ହୋଇଥିଲେ ଦୁଇ ଭଉଣୀ:  ୮ ମାସ ପରେ ମା’ ମୁହଁ ଦେଖିଲେ ପୁରୀ ଅଫିସ, ୯।୨: ଶରଧାବାଲିରୁ ଉଦ୍ଧାର ହୋଇଥିବା ୨ କୋମଳମତି ଶିଶୁକନ୍ୟା ଦୀର୍ଘ ୮ମାସ ପରେ ନିଜ ମା’ଙ୍କୁ ଦେଖିଛନ୍ତି। ମା’ ବାପାଙ୍କ ମନୋମାଳିନ୍ୟରୁ ଅଲଗା ହୋଇଥିବା ଦୁଇ ଉଭଣୀ ଏବେ ମା’ କୋଳକୁ ଫେରିବାର ଆଶା ଉଜ୍ଜୀବିତ ହୋଇଛି। ପୁରୀ ଜିଲା ଶିଶୁ ସୁରକ୍ଷା ୟୁନିଟର୍‌ ଉଦ୍ୟମ ବଳରେ ମା’ ଝିଅଙ୍କ ମିଳନ ସମ୍ଭବ ହୋଇଛି। ଯାଜପୁର ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଶୁକ୍ରବାର ଶିଶୁକନ୍ୟାଦ୍ୱୟଙ୍କୁ ପୁରୀ ଶିଶୁ କଲ୍ୟାଣ କମିଟି ହସ୍ତାନ୍ତର କରିଛି। ସେମାନେ ଶିଶୁଦ୍ୱୟଙ୍କୁ ନେଇ ଯାଜପୁର ଯାଇଛନ୍ତି। ୨୦୧୭ ଜୁନ୍‌ ୨୭ ତାରିଖ ଅପରାହ୍ନ ପ୍ରାୟ ୩ଟା। ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ଦେଖିବା ପାଇଁ ଶରଧାବାଲିରେ ଧୀରେ ଧୀରେ ଭିଡ଼ ବଢ଼ୁଥିଲା। ଏହି ସମୟରେ ଭିଡ଼ ଭିତରେ ଦୁଇ ଶିଶୁଙ୍କୁ ଠାବ କରିଥିଲେ କେତେଜଣ ଶ୍ରଦ୍ଧାଳୁ। ଏ ନେଇ ସେମାନେ ସୂଚନା କେନ୍ଦ୍ରରେ ଜଣାଇଥିଲେ। ସେଠାରେ ଡାକବାଜି ଯନ୍ତ୍ରରେ ଘୋଷଣା କରାଗଲା। କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ବି କେହି ଆସି ନ ଥିଲେ। ଗଁା ଠିକଣା ପଚାରିଲେ ବଡ଼ ଝିଅଟି ନ କହି କେବଳ କାନ୍ଦି ଚାଲିଥିଲା। ସେମିତି ବଡ଼ର କୋଳରେ ସାନ ଝିଅଟି ଅଝଟ ହେଉଥିଲା। ଧୀରେ ଧୀରେ ସଞ୍ଜ ନଇଁଆସିଥିଲା। ଏହାପରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌କୁ ଖବର ଦିଆଯାଇଥିଲା। ୟୁନିଟ୍‌ର ସଦସ୍ୟମାନେ ପହଞ୍ଚତ୍ ଶିଶୁଦ୍ୱୟଙ୍କୁ କଣାସସ୍ଥିତ ନୀଳାଚଳ ସେବା ପ୍ରତିଷ୍ଠାନର ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗୃହକୁ ପଠାଇଥିଲେ। ପ୍ରତିଷ୍ଠାନରେ ରଖାଯିବା ବେଳେ ଝିଅଦ୍ୱୟଙ୍କୁ କାଉନ୍‌ସେଲିଂ କରାଯାଇଥିଲା। ବଡଝିଅର ବୟସ ୪ ବର୍ଷ ହୋଇଥିବା ବେଳେ ନାମ ନିନ୍ଦିନୀ ପ୍ରଧାନ ବୋଲି କହିଥିଲା। ଆଉ ସାନ ଝିଅର ବୟସ ୬ମାସ ହୋଇଥିଲା। ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡିଥିଲା ଶିଶୁ ସୁରକ୍ଷା ୟୁନିଟ। ଶିଶୁଦ୍ୱୟଙ୍କ ସମ୍ପର୍କରେ ଠିକ୍‌ ତଥ୍ୟ ମିଳିପାରି ନ ଥିଲା। ୨୦୧୭ ଅଗଷ୍ଟ ୨୪ରେ ପିଲାଦ୍ୱୟଙ୍କ ସଂକ୍ରାନ୍ତରେ ଗଣମାଧ୍ୟମରେ ବିଜ୍ଞାପନ ଦେଇଥିଲା ପ୍ରଶାସନ। ଏ ସବୁ ସତ୍ତ୍ବେ ପିଲାଦ୍ୱୟର କେହି ଦାବିଦାର ନ ରହିବାରୁ ଶେଷରେ ପୋଷ୍ୟ ସନ୍ତାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଭଳି ସ୍ଥିତିରେ ବଡଝିଅଟି ଦିନେ କହୁ କହୁ ଗାଁ ନାଁ ବରୁଣିଆ ବୋଲି କହିଥିଲା। ଝିଅଟିର ଏହି ପଦକ କଥା ହିଁ ଠିକଣା ଖୋଜିବାରେ ଶିଶୁ ସୁରକ୍ଷା ୟୁନିଟ୍‌କୁ ସାହାଯ୍ୟ କରିଥିଲା। ଜିଲା ଶିଶୁ ସୁରକ୍ଷା ୟୁନିଟର ଅଣଆନୁଷ୍ଠାନିକ ଯତ୍ନ ଓ ସୁରକ୍ଷା ଅଧିକାରୀ ସ୍ନିଗ୍ଧାରାଣୀ ସାହୁ ଏହାର ଖୋଳତାଡ କରିଥିଲେ। ଯାଜପୁର ଜିଲା ବଇରୀ ଥାନା ଅନ୍ତର୍ଗତ ବରୁଣିଆ ଗ୍ରାମର ଦିବ୍ୟ ପ୍ରକାଶ ପଣ୍ଡା ଓ ମମତା ପ୍ରଧାନଙ୍କ ବଡଝିଅ ନନ୍ଦିନୀ ଓ ସାନଝିଅ ଚାନ୍ଦିନୀ ବୋଲି ଜଣାପଡିଥିଲା। ଯାଜପୁର ଡିସିପିଓ ନିରଞ୍ଜନ କର, ସାମାଜିକ କର୍ମୀ ମିହିର କୁମାର ଜେନା, ବଇରୀ ପୋଲିସ ଏବଂ ଝିଅଦ୍ୱୟଙ୍କ ମା’ ମମତା ପ୍ରଧାନ ଶୁକ୍ରବାର ଆସି ପୁରୀ ଶିଶୁ ସୁରକ୍ଷା କାର୍ଯ୍ୟାଳୟରେ ପହଞ୍ଚତ୍ଲେ। କଣାସସ୍ଥିତ ପ୍ରତିଷ୍ଠାନରୁ ଶିଶୁଦ୍ୱୟକୁ ଅଣାଯାଇ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି) ନିକଟରେ ହାଜର କରାଯାଇଥିଲା। ସିଡବ୍ଲ୍ୟୁସି ଶିଶୁ ଦ୍ୱୟଙ୍କୁ ଯାଜପୁର ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରିଛି। ଯାଜପୁର ଶିଶୁ ସୁରକ୍ଷା ଅଧିକାରୀ ଶିଶୁଦ୍ୱୟଙ୍କୁ ଯାଜପୁର ଶିଶୁ କଲ୍ୟାଣ କମିଟି ନିକଟରେ ହାଜର କରିବେ। ଶିଶୁଦ୍ୱୟଙ୍କ ପରିବାର ସ୍ଥିତି ଉପରେ ଅନୁଧ୍ୟାନ କରି ଯାଜପୁର ଶିଶୁ କଲ୍ୟାଣ କମିଟି ଏ ଦିଗରେ ନିଷ୍ପତ୍ତି ନେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ଶରଧାବାଲିରୁ ୨ଝିଅ ଉଦ୍ଧାର ହୋଇଥିବା ଖବର ଜୁଲାଇ ୮ତାରିଖରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ପାରିବାରିକ କଳହର ଶିକାର ହେଲେ ଦୁଇ ଝିଅ ଦିବ୍ୟ ପ୍ରକାଶ ମମତାଙ୍କୁ ପ୍ରେମ ବିବାହ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟର ଲାଗି ରହିଥିଲା। ମମତା ତାଙ୍କ ବାପଘରେ ରହୁଥିଲେ। ୨୦୧୭ ଜୁନ୍‌ରେ ଝିଅଦ୍ୱୟ ଦାଣ୍ଡରେ ଖେଳୁଥିବା ବେଳେ ଦିବ୍ୟ ପ୍ରକାଶ ଆସି ନେଇଯାଇଥିଲେ। ମମତା ଏ ସଂକ୍ରାନ୍ତରେ ବଇରୀ ଥାନାରେ ଏକ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଏକ କେସ୍‌ ରୁଜୁ କରିଥିଲେ ହେଁ ଏହାକୁ ଗମ୍ଭୀରତାର ସହ ନେଇ ନ ଥିଲା। ଏହାପରେ ଦିବ୍ୟ ପ୍ରକାଶ ଝିଅଦ୍ୱୟଙ୍କୁ ଆଣି ଶରଧାବାଲିରେ ଛାଡି ପଳାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିବା ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ କହିଛନ୍ତି।

ମେଟ୍ରୋ |

ବିଲରୁ ହାତୀର ମୃତଦେହ ଉଦ୍ଧାର

ବିଲରୁ ହାତୀର ମୃତଦେହ ଉଦ୍ଧାର

ଖୁଣ୍ଟୁଣୀ, ୨୧ା୨ (ଡି.ଏନ୍‌.ଏ.)- ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ମଞ୍ଚେଶ୍ୱର ପଞ୍ଚାୟତ ପାଇକେରାପୁର ଗ୍ରାମର ବାତ୍ୟା ଆଶ୍ରୟସ୍ଥଳ ନିକଟ ବିଲରେ ବୁଧବାର ସକାଳେ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଖବରପାଇ ବନାଞ୍ଚଳ ଅଧିକାରୀ ରତ୍ନାକର ଦାସ, ଆଠଗଡ ଡିଏଫଓ ଅରୁଣ କୁମାର ସ୍ବାଇଁ, ଏସିଏଫ ରାଜେନ୍ଦ୍ର ପ୍ରସାଦ ଦାସ, ସମ୍ପଦ ମହାପାତ୍ର, ଭୁବନେଶ୍ୱରସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ପ୍ରଫେସର ନିରଞ୍ଜନ ସାହୁ, ଡା. ସୌରଭ ରଞ୍ଜନ ହୋତା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ରାଜଧାନୀରେ ୨୬ ହୋଟେଲ, ମଲ୍‌କୁ ଅଗ୍ନିଶମ ବିଭାଗର ନୋଟିସ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ବାରମ୍ବାର ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କିଛି ଦିନ ହେବ ଭୁବନେଶ୍ୱରରେ ଥିବା ବଡ଼ ଶପିଂ ମଲ୍‌ ଓ ହୋଟେଲଗୁଡିକ ଉପରେ ଚଢାଉ କରାଯାଇଥିଲା। ଯାଞ୍ଚ ପରେ ଅଧିକାଂଶ ହୋଟେଲ ଓ ମଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଜଣାପଡିଥିଲା। ସେଥିମଧ୍ୟରୁ ୨୬ଟି ହୋଟେଲ ଓ ମଲ୍‌କୁ ବୁଧବାର ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ ଦିଆଯାଇଛି। ଦୁଇ ମାସ ମଧ୍ୟରେ ଅଗ୍ନି ନିରାପତ୍ତା ଉପରେ ସମସ୍ତ ବ୍ୟବସ୍ଥା କରା ନ ଗଲେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଡିଜି ବି.କେ ଶର୍ମା କହିଛନ୍ତି।

ଜାତୀୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ପ୍ରଥମ ଜନଶୁଣାଣି

ଭୁବନେଶ୍ୱର,୧୫।୨(ବ୍ୟୁରୋ): ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ବୁଧବାର ପ୍ରଥମଥର ଭୁବନେଶ୍ୱଠାରେ ଜନଶୁଣାଣି କରିଛନ୍ତି। ଓଡ଼ିଶା ପୋଲିସ ଏବଂ ଜାତୀୟ ମହିଳା କମିଶନଙ୍କ ଏହି ମଳିତ ଜନଶୁଣାଣିରେ ସେ ଯୌତୁକ ଓ ପାରିବାରିକ ହିଂସା ସଂକ୍ରାନ୍ତ ୧୨ଟି ମାମଲାର ବିଚାର କରିଛନ୍ତି।

ରାଜ୍ୟସ୍ତରୀୟ କାୟାକଳ୍ପ ସମ୍ମାନ: କ୍ୟାପିଟାଲ ହସ୍ପିଟାଲ ସବୁଠୁ ପରିଷ୍କାର

ଭୁବନେଶ୍ୱର,୨୧ା୨ (ବ୍ୟୁରୋ)- ଚଳିତ ବର୍ଷ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ରାଜ୍ୟର ସବୁଠୁ ପରିଷ୍କାର ଡାକ୍ତରଖାନାର ମାନ୍ୟତା ପାଇଛି। ଦ୍ୱିତୀୟ ସ୍ଥାନରେ କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟ ଓ ତୃତୀୟ ସ୍ଥାନରେ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲ ରହିଛି। ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କାୟାକଳ୍ପ ସମ୍ମାନ ପ୍ରଦାନ ସମାରୋହରେ ଏ ସମ୍ପର୍କରେ ଘୋଷଣା କରାଯିବା ସହ ପୁରସ୍କୃତ କରାଯାଇଛି।

ଆରମ୍ଭ ହେଲା ବାଏ ଅଫ୍‌: ‘ଫର୍ଚ୍ଚା’ରେ ଦୁଇ ବନ୍ଧୁଙ୍କ ଦୁଃଖ କାହାଣୀ

ଆରମ୍ଭ ହେଲା ବାଏ ଅଫ୍‌: ‘ଫର୍ଚ୍ଚା’ରେ ଦୁଇ ବନ୍ଧୁଙ୍କ ଦୁଃଖ କାହାଣୀ

ପୁରୀ ଅଫିସ,୨୧।୨: ସ୍ବାର୍ଥପର ଏ ଦୁନିଆ। ସମସ୍ତେ ନିଜ ପାଇଁ ବ୍ୟସ୍ତ। କିନ୍ତୁ ମାନବିକତାର ମୂଲ୍ୟବୋଧ ବୁଝୁଥିବା ମଣିଷକୁ ଏଠି ବା ପଚାରେ କିଏ? ହେଲେ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ହୃଦୟ ଅନ୍ୟ ପାଇଁ ବିଳାପ କରେ। କିନ୍ତୁ ଏ ସମାଜ ତା’ର ମୂଲ୍ୟ ବୁଝେନି। ବରଂ ଜୀବନର ଶେଷ ସମୟରେ ତାକୁ ପରିହାସ କରେ।

ଆରମ୍ଭ ହେଲା ବିଚ୍‌ କାର୍ନିଭାଲ: ନଚାଇଲେ ହ୍ୟୁମାନ ସାଗର

ଆରମ୍ଭ ହେଲା ବିଚ୍‌ କାର୍ନିଭାଲ: ନଚାଇଲେ ହ୍ୟୁମାନ ସାଗର

ପୁରୀ ଅଫିସ, ୨୧।୨: ନିଃଶ୍ୱାସ ତୋ ବିନା ଭଲ ଲାଗେନା... ଗୀତ ପୁରୀ ବେଳାଭୂମିର ଶୀତୁଆ ସନ୍ଧ୍ୟାରେ ରୋମାଞ୍ଚ ଭରିଥିଲା। ଯୁବ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଏହି ଗୀତ ଉପସ୍ଥିତ ଯୁବଗୋଷ୍ଠୀଙ୍କ ହୃଦୟକୁ ଛୁଇଁଥିଲା।

ଶିକ୍ଷୟତ୍ରୀଙ୍କୁ ଅଭିଭାବକଙ୍କ ମାଡ଼

ଖୋର୍ଦ୍ଧା ଅଫିସ, ୨୧।୨: ଖୋର୍ଦ୍ଧା ଟାଉନ ଥାନା ବାଘମାରୀ ଫାଣ୍ଡି ବେଗୁନିଆ ବ୍ଲକ ଅଟ୍ରି ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀଙ୍କୁ ବୁଧବାର ସ୍କୁଲ ଅଫିସରେ ଜଣେ ଅଭିଭାବକ ମାରପିଟ୍‌ କରିଛନ୍ତି। ଏପରିକି ଶିକ୍ଷୟତ୍ରୀଙ୍କ ବ୍ୟାଗ ଫୋପାଡିଦେବା ସହ ଖରାପ ବ୍ୟବହାର ଦେଖାଇଥିବା ବାଘମାରି ଫାଣ୍ଡିରେ ଅଭିଯୋଗ ହୋଇଛି।

ଆଚାର୍ଯ୍ୟ ହରିହର ଶିଶୁ ଭବନର ପ୍ରତିଷ୍ଠା ଉତ୍ସବ

ଆଚାର୍ଯ୍ୟ ହରିହର ଶିଶୁ ଭବନର ପ୍ରତିଷ୍ଠା ଉତ୍ସବ

ସାକ୍ଷୀଗୋପାଳ, ୨୧।୨(ଡି.ଏନ୍‌.ଏ.): ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ସତ୍ୟବାଦୀ ବନ ବିଦ୍ୟାଳୟର ଅନ୍ୟତମ ସ୍ରଷ୍ଟା ଆଚାର୍ଯ୍ୟ ହରିହର ଦାସଙ୍କ ପବିତ୍ର ଶ୍ରାଦ୍ଧୋତ୍ସବ ବୁଧବାର ସତ୍ୟବାଦୀରେ ପାଳିତ ହୋଇଯାଇଛି।

ଶ୍ରୀମନ୍ଦିର ଯାଞ୍ଚ ପୂର୍ବରୁ ବୈଠକ

ଶ୍ରୀମନ୍ଦିର ଯାଞ୍ଚ ପୂର୍ବରୁ ବୈଠକ

ପୁରୀ ଅଫିସ, ୨୧।୨: ଯାଞ୍ଚ ହେବ ଶ୍ରୀମନ୍ଦିର। ଏହା ପୂର୍ବରୁ ବୁଧବାର ପୂର୍ବାହ୍ନରେ ଏକ ବିଶେଷଜ୍ଞ ଦଳର ବୈଠକ ପାନ୍ଥନିବାସଠାରେ ଅନୁଷ୍ଠିତ ହୋଇଯାଇଛି।

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ପୁରୀ ଅଫିସ, ୨୧।୨: ପୁରୀ ବେଳାଭୂମିରେ ବୁଧବାରଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ବିଚ୍‌ କାର୍ନିଭାଲ। ସକାଳ ସାଢେ ୭ଟାରେ ବିଚ୍‌ ମାରାଥନ ଅନୁଷ୍ଠିତ ହୋଇଥିଲା। ଏହାକୁ ପୁରୀ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ଏବଂ ଓଲିଉଡ୍‌ ଅଭିନେତ୍ରୀ ତଥା ବିଚ୍‌ କାର୍ନିଭାଲର ଆମ୍ବାସାଡର ଅର୍ଚ୍ଚିତା ସାହୁ ଉଦ୍‌ଘାଟନ କରିଥିଲେ।

କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ବାଳକ

କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ବାଳକ

ରାଜନଗର, ୨୦।୨ (ଡି.ଏନ୍‌.ଏ.) - କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ୍‌ କଣ୍ଡିରା ପଞ୍ଚାୟତ ହରିଜନ ପଡ଼ାର ଖଗେଶ୍ୱର ମଲିକଙ୍କ ପୁଅ ବିନୋଦ (୨୭)ଙ୍କୁ କୁମ୍ଭୀର ମୁହଁରୁ ବଞ୍ଚାଇନ୍ତି ଜଣେ ୧୨ ବର୍ଷର ବାଳକ ଶୀତୁ ମଲିକ। ମଙ୍ଗଳବାର ରାତି ପ୍ରାୟ ୮ଟାବେଳେ ଘଟିଛି ଏହି ଘଟଣା।

ଥାନାରେ ଅଭିଯୋଗକାରୀ ଦମ୍ପତିଙ୍କୁ ମାଡ଼

ଥାନାରେ ଅଭିଯୋଗକାରୀ ଦମ୍ପତିଙ୍କୁ ମାଡ଼

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଏକ ଦମ୍ପତିଙ୍କୁ ପୋଲିସ ଗାଳିଗୁଲଜ କରିବା ସହ ମାଡ଼ ମାରିଛି। ସେମାନଙ୍କ ଭୁଲ୍‌ ଥିଲା ଅଭିଯୋଗପତ୍ରଟି ଅନ୍ୟ ଜଣେ ଯୁବତୀଙ୍କ ଦ୍ୱାରା ଲେଖାଇଥିଲେ। ଏହି କାରଣରୁ ପୋଲିସ ସେମାନଙ୍କ ଉପରେ ଅତ୍ୟାଚାର କରିବା ସହିତ ସମ୍ପୃକ୍ତ ଯୁବତୀଙ୍କ ଗିରଫ କରିବାକୁ ଧମକ ଦେଇଛି। ମଙ୍ଗଳବାର ଏଭଳି ଘଟଣା ଘଟିଛି ଖାରବେଳନଗର ଥାନାରେ। ଶେଷରେ ଦୀର୍ଘ ୫ ଘଣ୍ଟା ଥାନା ଆଗରେ ଧାରଣା ଦେବା ପରେ ଦମ୍ପତି କାନ୍ଦି କାନ୍ଦି ଘରକୁ ଫେରିଛନ୍ତି।