ମେଟ୍ରୋ |

ମଠାମ୍ନାୟ ମହାନୁଶାସନ ଜାତୀୟ ସଂହତିର ସୂତ୍ର

ମଠାମ୍ନାୟ ମହାନୁଶାସନ ଜାତୀୟ ସଂହତିର ସୂତ୍ର
ପୁରୀ ଅଫିସ, ୯।୨: ମଠାମ୍ନାୟ ମହାନୁଶାସନ ହେଉଛି ଜାତୀୟ ସଂହତିର ସୂତ୍ର। ପୁରୀରେ ବର୍ତ୍ତମାନ ୧୭ଟି ଅନୁଶାସନର ଆଶ୍ରମ ଓ ମଠ ରହିଛି। ଆଦି ଶଙ୍କରାଚାର୍ଯ୍ୟ ଯେଉଁ ମଠାମ୍ନାୟ ଘୋଷଣା କରିଥିଲେ ସେଥିରେ ସମୁଦାୟ ୨୫ଟି ଶ୍ଳୋକ ରହିଥିଲା ବୋଲି ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି। ଗୋବର୍ଦ୍ଧନ ପୀଠରେ ଶୁକ୍ରବାର ଦୁଇଦିନିଆ ଅନ୍ତର୍ଜାତୀୟ ବିଦ୍ୱତ୍‌ ସଂଗୋଷ୍ଠୀର ଉଦ୍‌ଘାଟନୀ ଅବସରରେ ଆୟୋଜିତ ଅଧିବେଶନରେ ଡ. ମିଶ୍ର ମଠାମ୍ନାୟ ଅନୁଶାସନ ଓ ବୈଦିକ ସନାତନ ଧର୍ମ ଉପରେ ଆଲୋଚନା କରି ଏହା କହିଛନ୍ତି। ସେ ସନାତନ ପରମ୍ପରାର ରହସ୍ୟ ଉତ୍‌ଥାପନ କରିବା ସହିତ ଅନୁଶାସନ ପରମ୍ପରା ଉପରେ ଆଲୋକପାତ କରିଥିଲେ। ମଠାମ୍ନାୟ ଅନୁଶାସନ କିଭଳି ଜାତୀୟସ୍ତରକୁ ସମୃଦ୍ଧ କରିବା ସହିତ ସଂହତିରେ ସମସ୍ତଙ୍କୁ ବାନ୍ଧି ଦେଇଥିଲା ତାହାର ୧୦ଟି ରହସ୍ୟ ସେ ଉପସ୍ଥାପନ କରିଥିଲେ। ଡ. ଭାସ୍କର ମିଶ୍ର ଜଗନ୍ନାଥ ମନ୍ଦିର ଓ ମଠର ପ୍ରାଚୀନ ସମ୍ପର୍କ ବିଷୟରେ କହିଥିଲେ। ସେ ୩ଟି ପ୍ରାଚୀନ ସନନ୍ଦର ଅବତାରଣା ମଧ୍ୟ କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଆଚାର୍ଯ୍ୟ ତେଜପାଲ ଶର୍ମା ଗୋବର୍ଦ୍ଧନ ପୀଠାଧୀଶମାନଙ୍କ ବିଶ୍ୱକୁ ଅବଦାନ ସମ୍ପର୍କରେ କହିଥିଲେ। ପୁରୀ ଗୋବର୍ଦ୍ଧନ ପୀଠର ପରମ୍ପରା ଏବଂ ବୈଦିକ ସନାତନ ଧର୍ମ ଉପରେ ଆୟୋଜିତ ଏହି ଦ୍ୱିତୀୟ ଅଧିବେଶନରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୋକୁଳାନନ୍ଦ ଦାଶ ସଭାପତିତ୍ୱ କରିଥିବା ବେଳେ ସଂଯୋଜନା କରିଥିଲେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଆଚାର୍ଯ୍ୟ ପ୍ରଫେସର ଶ୍ରୀନିବାସ ଆଚାର୍ଯ୍ୟ। ସେହିପରି ଆଦି ଶଙ୍କରାଚାର୍ଯ୍ୟଙ୍କ ବ୍ୟକ୍ତିତ୍ୱ ଏବଂ କୃତିତ୍ୱ ଉପରେ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅଲେଖ ଚନ୍ଦ୍ର ଷଡ଼ଙ୍ଗୀ ସଭାପତିତ୍ୱ କରିଥିବା ବେଳେ ସଂଯୋଜନା କରିଥିଲେ ଅଦ୍ୱୈତ ବେଦାନ୍ତ ବିଭାଗର ଆଚାର୍ଯ୍ୟ ପ୍ରଫେସର ପ୍ରଭାତ ରଞ୍ଜନ ମହାପାତ୍ର। ଏଥିରେ ଝାଞ୍ଜପିଟା ମଠ ଅଧ୍ୟକ୍ଷ ବାବା ସଚ୍ଚିଦାନନ୍ଦ ଦାସମହାରାଜ, ଉତ୍କଳ ବିଶ୍ୱବିଦ୍ୟାଳୟ ଦର୍ଶନ ବିଭାଗର ପ୍ରଫେସର ବିଜୟାନନ୍ଦ କର ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ନ୍ୟାୟ ବିଭାଗର ପ୍ରଫେସର କମଳେଶ ମିଶ୍ର ଆଲୋଚନାରେ ଭାଗ ନେଇଥିଲେ। ସେହିପରି ଆଦି ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ଏବଂ ଆଦର୍ଶ ବ୍ୟକ୍ତିତ୍ୱ ନିର୍ମାଣକୁ ନେଇ ତୃତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ବିହାର ସମସ୍ତିପୁର କୃଷି ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଏଥିରେ ସଭାପତିତ୍ୱ କରିଥିବାବେଳେ ଆଚାର୍ଯ୍ୟ ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ ସଂଯୋଜନା କରିଥିଲେ। ଏଥିରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଥିଲେ, ଜଗଦ୍‌ଗୁରୁ ଆଦି ଶଙ୍କରାଚାର୍ଯ୍ୟ ଯେଉଁ ଦର୍ଶନ ଶାସ୍ତ୍ରଗୁଡ଼ିକ ରଚନା କରିଛନ୍ତି ତନ୍ମଧ୍ୟରେ ଅନେକ ଶିକ୍ଷା ରହିଛି। ଏହି ଶିକ୍ଷାଗୁଡ଼ିକ ପ୍ରତ୍ୟେକ ଅନୁସନ୍ଧିତ୍ସୁମାନଙ୍କ ପାଇଁ ଉପଯୋଗୀ। ସାମ୍ପ୍ରତିକ ଭୌତିକବାଦ ବହୁଳ ଶିକ୍ଷା ନୀତି ବିଦ୍ୟାର୍ଥୀମାନଙ୍କୁ ପାଶ୍ଚାତ୍ୟ ଶିକ୍ଷା ଅଭିମୁଖୀ କରିବା ସହିତ ପଥଭ୍ରଷ୍ଟ କରୁଛି। ଆମର ପ୍ରାଚୀନ ପରମ୍ପରା, ସଂସ୍କୃତି, ଐତିହ୍ୟ ଏବଂ ଜ୍ଞାନକୋଷ ସମ୍ପର୍କରେ ଛାତ୍ରୀଛାତ୍ରମାନେ ଅବଗତ ହୋଇପାରୁ ନାହାନ୍ତି। ଶଙ୍କରାଚାର୍ଯ୍ୟଙ୍କ ରଚନାରେ ଆଧ୍ୟାତ୍ମିକ ଭାବ ବହୁମାତ୍ରାରେ ରହିଛି। ତାଙ୍କ ରଚିତ ମୋହ ମୁଦ୍‌ଗରରେ ସଂସାର ପ୍ରତି ମନୁଷ୍ୟର ଯେଉଁ ମୋହ ରହିଛି ତାହା କିପରି ଭଙ୍ଗ ହେବ ଏବଂ ମନୁଷ୍ୟ ଈଶ୍ୱରାଭିମୁଖୀ ହେବ ସେ ସମ୍ପର୍କରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ଡ. ଦାଶ ସନ୍ଦର୍ଭ ପାଠ କରିଥିଲେ। ଦିବ୍ୟଜୀବନ ସଂଘର ସ୍ବାମୀ ଶିବ ଚିଦାନନ୍ଦ ସରସ୍ବତୀ ମହାରାଜ ଏବଂ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଫେସର ଗୌରପ୍ରିୟା ଦାଶ ଆଲୋଚନାରେ ଭାଗନେଇ ମତାମତ ରଖିଥିଲେ। ପଟ୍ଟାଭିଷେକ ମହୋତ୍ସବ ସଞ୍ଚାଳନ ସମିତି ଉପାଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀ ଏ ୩ଟି ଯାକ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ।
All Right Reserved By

ମେଟ୍ରୋ |

ପଲିଥିନମୁକ୍ତ ଅଭିଯାନରେ ସାମିଲ ହେଲେ ସ୍ବେଚ୍ଛାସେବୀ

ପଲିଥିନମୁକ୍ତ ଅଭିଯାନରେ ସାମିଲ ହେଲେ ସ୍ବେଚ୍ଛାସେବୀ

ପୁରୀ ଅଫିସ,୧୯।୮: ଖବରକାଗଜ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆରମ୍ଭ ହୋଇଛି ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ଅଭିଯାନ। ଏବେ ଏହି ଅଭିଯାନ ପ୍ରତି ଯୁବ ସମାଜ, କଲେଜ ଛାତ୍ରୀଛାତ୍ର ଏବଂ ସ୍ବେଚ୍ଛାସେବୀଙ୍କ ଆଗ୍ରହ ବଢିବାରେ ଲାଗୁଥିବା ଦେଖିବାକୁ ମିଳୁଛି। 

ପ୍ଲାଷ୍ଟିକ ପଲିଥିନ ମୁକ୍ତ ଅଭିଯାନରେ ଆଦିତ୍ୟ ବାହିନୀ

ପ୍ଲାଷ୍ଟିକ ପଲିଥିନ ମୁକ୍ତ ଅଭିଯାନରେ ଆଦିତ୍ୟ ବାହିନୀ

ପୁରୀ ଅଫିସ,୧୯ା୮: ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ପରିବେଶକୁ ଅଧିକମାତ୍ରାରେ ପ୍ରଦ୍ୟୁଷିତ କରୁଛି। ଏହାର କୁପ୍ରଭାବରେ ସିଧାସଳଖଭାବେ ଶିକାର ହେଉଛନ୍ତି ମଣିଷ। 

ଫସିଲେ ହିତାଧିକାରୀ

ଫସିଲେ ହିତାଧିକାରୀ

ଭୁବନେଶ୍ୱର,୧୯।୮(ବ୍ୟୁରୋ)(ଅନିଲ ଦାସ) ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନ୍‌ଏଫ୍‌ଏସ୍‌ଏ) ଏବଂ ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନା ମଝିରେ ଫସିଯାଇଛନ୍ତି ଗରିବ ହିତାଧିକାରୀ।  ଆସନ୍ତା ଅକ୍ଟୋବର ୨ ଯାଏ କେନ୍ଦ୍ରୀୟ ଯୋଜନା ଏନ୍‌ଏଫ୍‌ଏସ୍‌ଏରେ ଆଉ କୌଣସି ହିତାଧିକାରୀ ନୂତନ କାର୍ଡ ପାଇବେ ନାହିଁ। 

ସାର୍ବଜନୀନ ହେବ ବ୍ରହ୍ମ ବିଭ୍ରାଟ ଗୁମର

ସାର୍ବଜନୀନ ହେବ ବ୍ରହ୍ମ ବିଭ୍ରାଟ ଗୁମର

ପୁରୀ ଅଫିସ,୧୯ା୮: ଦୀର୍ଘ ୩ ବର୍ଷ ପରେ ଖୋଲିବ ବହୁଚର୍ଚ୍ଚିତ ବ୍ରହ୍ମ ବିଭ୍ରାଟ ଗୁମର। ଏଥିପାଇଁ ଗଠିତ ସବ୍‌ କମିଟି ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ରିପୋର୍ଟ ଦେବ। ରିପୋର୍ଟ ମିଳିବା ପରେ ଏହାକୁ ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ। 

ଚାକିରି ଜୀବନ, ଅବସର ପରେ ଲକ୍ଷ୍ୟ ଗୋଟିଏ

ଚାକିରି ଜୀବନ, ଅବସର ପରେ ଲକ୍ଷ୍ୟ ଗୋଟିଏ

ଖୋର୍ଦ୍ଧା ସହରର ଜଣେ ପରିଚିତ ବ୍ୟକ୍ତିତ୍ୱ ହେଉଛନ୍ତି ଦେବ ପ୍ରସାଦ ମଜୁମଦାର। ଘର ବିଡିଏ କଲୋନୀ ସନ୍ନିକଟ କଲ୍ୟାଣୀନଗର। ଢେଙ୍କାନାଳ ଜିଲାରେ ସବଇନ୍ସପେକ୍ଟର ଭାବେ ପ୍ରଥମେ ୧୯୭୫ ମସିହାରେ କାର୍ଯ୍ୟ ଆରମ୍ଭ କରିଥିଲେ। 

ଜନ୍ମ ମାଟିରେ ଶହୀଦ୍‌ ଅଲୋଡା

ଜନ୍ମ ମାଟିରେ ଶହୀଦ୍‌ ଅଲୋଡା

ଖୋର୍ଦ୍ଧା ଅଫିସ,୧୯।୮:
ଖୋର୍ଦ୍ଧା ଜିଲା ସଦର ମହକୁମାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ଶେଷ ହୋଇଛି। 

ଦର୍ଶକଙ୍କ ତାଳିରୁ ଆତ୍ମତୃପ୍ତି ମିଳେ

ଦର୍ଶକଙ୍କ ତାଳିରୁ ଆତ୍ମତୃପ୍ତି ମିଳେ

ଭୁବନେଶ୍ୱର, ୧୯।୮(ବ୍ୟୁରୋ)- ”ତାରେ ଜମିନ ପର୍‌’। ଅମିର ଖାନ୍‌ଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ସବୁ ବର୍ଗର ଦର୍ଶକଙ୍କ ପସନ୍ଦ ପାଲଟିଥିଲା। ଏଥିରେ ‘ଈଶାନ’ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାରଙ୍କ ପାଇଁ ଫିଲ୍ମଟି ଉଚ୍ଚକୋଟୀର ହୋଇପାରିଥିଲା। 

ବିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ

ବିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର, ୧୯ା୮(ବ୍ୟୁରୋ)-  ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ଲକ୍ଷ୍ୟ କରି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ତା’ର କର୍ମଚାରୀଙ୍କ ଛୁଟିକୁ ବାତିଲ କରିଛି। ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ କମିଶନରଙ୍କ ବିନା ଅନୁମତିରେ କୌଣସି କର୍ମଚାରୀ ଛୁଟି ନେଇପାରିବେ ନାହିଁ। 

୧ରୁ ପ୍ଲାଷ୍ଟିକ ନିଷେଧ କରିବ ବିଡିଏ

୧ରୁ ପ୍ଲାଷ୍ଟିକ ନିଷେଧ କରିବ ବିଡିଏ

ଭୁବନେଶ୍ୱର, ୧୯ା୮(ବ୍ୟୁରୋ)- ରାଜ୍ୟ ସରକାର ଆଗାମୀ ଗାନ୍ଧୀ ଜୟନ୍ତୀରୁ ପଲିଥିନ ଏବଂ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ଉପରେ କଟକଣା ଲଗାଇବାକୁ ଘୋଷଣା କରିଥିବାବେଳେ ଏହାର ମାସକ ଆଗରୁ ପ୍ରସ୍ତୁତ ହେବାକୁ ଅଣ୍ଟା ଭିଡିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)। ସେପ୍ଟେମ୍ବର ୧ରୁ ବିଡିଏ ଏହାର ୩୬ତମ ପ୍ରତିଷ୍ଠା ଦିବସ ପାଳନ କରିବ।

୩ ଦିନ ହେଲାଣି ପିଲାଙ୍କ ପଢ଼ାରେ ଡୋରି

୩ ଦିନ ହେଲାଣି ପିଲାଙ୍କ ପଢ଼ାରେ ଡୋରି

ଭୁବନେଶ୍ୱର, ୧୯ା୮(ବ୍ୟୁରୋ)- ଛାତ୍ରୀଛାତ୍ରଙ୍କ ପାଠପଢା ଛାଡି ପୁଣି ରାଜରାସ୍ତାରେ ବସିଛନ୍ତି ଶିକ୍ଷକ ଏବଂ ଅଧ୍ୟାପକ। ଗତ ୧୬ ତାରିଖରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଧାରଣା ଦେଇଥିବାବେଳେ ଏଥିରେ ସାମିଲ ହୋଇଛନ୍ତି ହଜାର ହଜାର ଶିକ୍ଷକ ଏବଂ ଅଧ୍ୟାପକ। 

ବିନା ମାଷ୍ଟର ପ୍ଲାନରେ ଘର ତିଆରି: ନୋଟିସ୍‌ର ୧୨ବର୍ଷ ପରେ ୨ ମହଲା କୋଠାକୁ ଭାଙ୍ଗିଲା ବିଡିଏ

ବିନା ମାଷ୍ଟର ପ୍ଲାନରେ ଘର ତିଆରି: ନୋଟିସ୍‌ର ୧୨ବର୍ଷ ପରେ ୨ ମହଲା କୋଠାକୁ ଭାଙ୍ଗିଲା ବିଡିଏ

ଭୁବନେଶ୍ୱର, ୧୯ା୮(ବ୍ୟୁରୋ)- ଜୟଦେବବିହାରରେ ବିନା ମାଷ୍ଟରପ୍ଲାନରେ ନିର୍ମିତ ଏକ ୨ ମହଲା କୋଠାଘର(ଫ୍ଲାଟ ନଂ. ୨୨୯୦)କୁ ବିଡିଏ ଶନିବାର ଭାଙ୍ଗିଦେଇଛି। ୧୨ ବର୍ଷ ତଳେ ଉକ୍ତ ଘର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇ ବିଡିଏ ପକ୍ଷରୁ ଘର ମାଲିକଙ୍କୁ ନୋଟିସ ଜାରି କରାଯାଇଥିଲା। 

କଳାଦିବସ ପାଳିଲେ ଆଇନିଜୀବୀ: ପାଟିରେ କଳା କପଡ଼ା ବାନ୍ଧି କଲେ ପ୍ରତିବାଦ

କଳାଦିବସ ପାଳିଲେ ଆଇନିଜୀବୀ: ପାଟିରେ କଳା କପଡ଼ା ବାନ୍ଧି କଲେ ପ୍ରତିବାଦ

ଖୋର୍ଦ୍ଧା ଅଫିସ,୧୮।୮: କୋର୍ଟ, ପୋଲିସ ଓ ଜିଲା ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତକରି ଖୋର୍ଦ୍ଧା ବାର ଆସୋସିଏଶନ ପକ୍ଷରୁ ଶନିବାର କଳାଦିବସ ପାଳନ କରାଯାଇଛି।