ଅନଗୁଳ-ଢେଙ୍କାନାଳ

୧୬ରୁ ସର୍ବଭାରତୀୟ ବ୍ୟାଘ୍ର ଆକଳନ; ମୋବାଇଲ୍‌ ଆପ୍‌ ମାଧ୍ୟମରେ ସର୍ଭେ

ବନ୍ତଳା,୯।୨(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଆସନ୍ତା ୧୬ରୁ୨୪ ତାରିଖ ପର୍ଯ୍ୟନ୍ତ ସର୍ବଭାରତୀୟ ବ୍ୟାଘ୍ର ଆକଳନ ହେବ। ଏଥିପାଇଁ ଶୁକ୍ରବାର ଟିକରପଡ଼ା ବନ ବିଭାଗ ଡାକବଙ୍ଗଳାରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାତକୋଶିଆ ଡିଏଫଓ ଏସ୍‌ଏମ୍‌ଡିଟି ରହମନ୍‌, ଏସିଏଫ୍‌ ଶୁଭେନ୍ଦୁ ବେହେରା ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ପମ୍ପାସର, ପୁରୁଣାକୋଟ, ରାଇଗୁଡ଼ା, ଟିକରପଡ଼ା, ଜିଲିଣ୍ଡା ଆଦି ୫ଟି ରେଞ୍ଜର ରେଞ୍ଜ ଅଫିସର, ଫରେଷ୍ଟର, ଗାର୍ଡ଼ ଓ ୱାଚରମାନେ ଉପସ୍ଥିତ ଥିଲେ। ଦୁଇଟି ପର୍ଯ୍ୟାୟରେ ଏହି ଆକଳନ ହେବାକୁଥିବା ବେଳେ ଏହା ନୂତନ ଭାବେ ମୋବାଇଲ୍‌ ଆପ୍‌ ମାଧ୍ୟମରେ କରାଯିବ। ପ୍ରତ୍ୟେକ ଟିମ୍‌ ଲିଡର ମୋବାଇଲରେ ସଫ୍ଟୱେୟାର ଡାଉନଲୋଡ କରି ଟାଇମ୍‌, ଡେଟ୍‌ ଓ ଭିଡିଓ ଆଦି ରେକଡିଂ କରିବେ। ଅଭୟାରଣ୍ୟ ଭିତରେ ଇଣ୍ଟରନେଟ୍‌ ନ ଥିଲେ ଅଫ୍‌ଲାଇନ୍‌ ମାଧ୍ୟମରେ କରାଯାଇ ନେଟ୍‌କୁ ଆସିଲେ ସିଧାସଳଖ ୱେବକୁ ପଠାଯିବ। ଏହାକୁ ଦିଲ୍ଲୀ ଓ ଭୁବନେଶ୍ୱରରେ ଏନ୍‌ଟିସିଏ ଦେଖିପାରିବେ। ପ୍ରଥମେ ୧୬, ୧୭ ଓ ୧୮ ଏହି ୩ଦିନ ସର୍ଭେ ଟିମ୍‌ ଦାଣ୍ଡିରେ ଚାଲି ସର୍ଭେ ସହ ପବ୍‌ ଇମ୍ପ୍ରେସନ୍‌ ପ୍ୟାଡ୍‌ (ପିଆଇପି) ଦେଖିବେ। ୧୯, ୨୦ ଓ ୨୧ ତାରିଖରେ ଗୋଟିଏ ଟ୍ରାଞ୍ଜାଟ୍‌ ଲାଇନ୍‌ ୨କି.ମି. ମଧ୍ୟରେ ଥିବା ବୃକ୍ଷରାଜି, ଘାସ, ଗୁଳ୍ମ, ତୃଣଭୋଜିମାନଙ୍କ ଲଣ୍ଡି ସର୍ଭେ କରାଯିବ। ସମୁଦାୟ ଅଭୟାରଣ୍ୟରେ ୪୫ଟି ବିଟ୍‌ ରହିଥିବା ବେଳେ ୧୫ଟି ସେକସନ୍‌ ଓ ୫ଟି ରେଞ୍ଜ ରହିଛି। ପ୍ରତି ବିଟ୍‌ରେ ୨ଟି ଟ୍ରାଞ୍ଜାଟ୍‌ ଲାଇନ୍‌, ୫ଟି ପିଆଇପି, ୩ଟି ଦାଣ୍ଡିରାସ୍ତାରେ ସର୍ଭେ କରାଯିବ। ୪୫ ବିଟ୍‌କୁ ୪୫ଟି ଟିମ୍‌ କରାଯାଇଛି। ପ୍ରତି ଟିମ୍‌ରେ ୩ଜଣ ସଦସ୍ୟ ରହିବେ। ଫରେଷ୍ଟର କିମ୍ବା ଗାର୍ଡ ଟିମ୍‌ର ଲିଡର ଭାବେ କାମ କରିବେ। ରେଞ୍ଜ ଅଧିକାରୀ ଉକ୍ତ ରେଞ୍ଜ ଟିମ୍‌କୁ ଅନୁଧ୍ୟାନ କରିବେ।
All Right Reserved By

ଅନଗୁଳ-ଢେଙ୍କାନାଳ

ଆଜିଠାରୁ ପୁସ୍ତକ ମେଳା

ଆଜିଠାରୁ ପୁସ୍ତକ ମେଳା

ତାଳଚେର,୨୨ା୧(ନି.ପ୍ର.)- ତାଳଚେର ଷୋଡ଼ଶ ପୁସ୍ତକ ମେଳା ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ଜାନୁୟାରୀ ୩୦ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେହ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଆ ପାରମ୍ପରିକ ଖାଦ୍ୟ, ଆଲୋଚନାଚକ୍ର, କୁଇଜ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ। 

ଘନ କୁହୁଡ଼ି ବଳୟରେ ତାଳଚେର

ଘନ କୁହୁଡ଼ି ବଳୟରେ ତାଳଚେର

ତାଳଚେର,୨୨ା୧(ନି.ପ୍ର.)- ତାଳଚେର ଓ ଆଖପାଖ ଅଞ୍ଚଳରେ ମଙ୍ଗଳବାର ସକାଳୁ ଘନ କୁହୁଡି ପରିଲକ୍ଷିତ ହୋଇଥିଲା। ସ୍ଥିତି ଏପରି ଥିଲା ଯେ ୧୫ ରୁ ୨୦ ମିଟର ଦୂରତା ମଧ୍ୟରେ ରାସ୍ତା ସ୍ପଷ୍ଟ ଦେଖା ଯାଉ ନ ଥିଲା।

ଅଚୁତ୍ୟପୁର କପ ଉଦ୍‌ଘାଟିତ, ଅନ୍ତୁଳିଆ ବିଜୟୀ

ଅଚୁତ୍ୟପୁର କପ ଉଦ୍‌ଘାଟିତ, ଅନ୍ତୁଳିଆ ବିଜୟୀ

ବଇଣ୍ଡା,୨୨।୧(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତ ଅଚୁତ୍ୟପୁର ଗ୍ରାମ ଖେଳ ପଡ଼ିଆଠାରେ ଜୀବନଜ୍ୟୋତି କ୍ରିକେଟ କ୍ଲବ ଆନୁକୁଲ୍ୟରେ ମଙ୍ଗଳବାର ଅଚୁତ୍ୟପୁର କପ ଉଦ୍‌ଘାଟିତ ହୋଇଛି। ମୁଖ୍ୟଅତିଥି ଭାବେ ପେଡ଼ିପଥର ସରପଞ୍ଚ  ଅର୍ଣ୍ଣପୂନ୍ନା ବେହେରା ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। 

ଅବକାରୀ ଚଢାଉ, ୬ ଗିରଫ

ଅବକାରୀ ଚଢାଉ, ୬ ଗିରଫ

ବଇଣ୍ଡା,୨୨।୧(ଡି.ଏନ.ଏ.)-ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ  ମଙ୍ଗଳବାର ଠାକୁରଗଡ଼, ହଣ୍ଡପା ଓ ଆଠମଲ୍ଲିକ ଥାନାର ବିଭିନ୍ନ ଗ୍ରାମରେ ଚଢାଉ କରାଯାଇ ୫୩ ଲିଟର ଦେଶୀ ମହୁଲି ମଦସହ  ୬ ଜଣଙ୍କୁ  ଗିରଫ କରାଯାଇଛି।

ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ଢେଙ୍କାନାଳ ଅଫିସ,୨୨।୧-ଢେଙ୍କାନାଳ କ୍ଷୁଦ୍ର ଜଳସେଚନ ବିଭାଜନ କାର୍ଯ୍ୟାଳୟଠାରେ ମଙ୍ଗଳବାର ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି।

ଉତ୍ତରାଞ୍ଚଳ ପୌର ପରିଷଦ ସମୁହ ବୈଠକ

ଉତ୍ତରାଞ୍ଚଳ ପୌର ପରିଷଦ ସମୁହ ବୈଠକ

ଅନୁଗୋଳ ଅଫିସ, ୨୨।୧- ଉତ୍ତରାଞ୍ଚଳ ପୌର ପରିଷଦ ସମୁହକୁ  ନେଇ ମଙ୍ଗଳବାର ଅନୁଗୋଳ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଛି। 

୩ ଅନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା ଗିରଫ

୩ ଅନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା ଗିରଫ

ପାଲଲହଡା,୨୨।୧(ଡି.ଏନ.ଏ.)- ପାଲଲହଡ଼ା ପୋଲିସ ମଙ୍ଗଳବାର ମଧ୍ୟପ୍ରଦେଶ ଅନନ୍ତପୁର ଅଞ୍ଚଳରୁ ୩ ଅନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରାଙ୍କୁ ଗିରଫ କରିଛି। 

ଦୁର୍ଘଟଣାରେ ୩ ଗୁରୁତର

ଦୁର୍ଘଟଣାରେ ୩ ଗୁରୁତର

ବଅଁରପାଳ,୨୨।୧(ଡି.ଏନ.ଏ.)- ନାଲ୍‌କୋ ଥାନା ଅଞ୍ଚଳରେ ମଙ୍ଗଳବାର  ପୃଥକ ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। 

ଛାତ୍ରୀଙ୍କ ସ୍କୁଲ ସ୍ତବ୍ଧ, ଦିନଟିଏ ଛୁଟି

ଅନୁଗୋଳ ଅଫିସ, ୨୨।୧ : ଘଟଣା ଜଣାପଡ଼ିବା ପରେ ସୋମବାର ସ୍ତବ୍ଧ ହୋଇଯାଇଥିଲା ସମ୍ପୃକ୍ତା ଛାତ୍ରୀ ପଢ଼ୁଥିବା ସ୍ତୁଲ। ତାଙ୍କ ସହପାଠୀମାନେ ଘଟଣାକୁ ନେଇ ଭାଙ୍ଗି ପଡ଼ିଥିଲେ। ବିଦ୍ୟାଳୟ ଖୋଲିବା କ୍ଷଣି ସମସ୍ତଙ୍କ ଆଖିରେ ଅଶ୍ରୁ ଭରିଯାଇଥିଲା। 

ପରିବାରକୁ ଭେଟିଲେ, କ୍ଷତିପୂରଣ ଦାବି କଲେ

ପରିବାରକୁ ଭେଟିଲେ, କ୍ଷତିପୂରଣ ଦାବି କଲେ

ଅନୁଗୋଳ ଅଫିସ, ୨୨।୧ : ଅନୁଗୋଳ ଜିଲା ମହିଳା କଂଗ୍ରେସର ସଭାନେତ୍ରୀ ସବିତା ରାଣୀ ଧୀରଙ୍କ ନେତୃତ୍ୱରେ ଏକ ଟିମ୍‌ ନାବାଳିକାଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। ଏଥିସହ ସେଠାରୁ ଆସି ଅନୁଗୋଳ ଜିଲା ଆରକ୍ଷୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। 

ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ

ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ

ଅନୁଗୋଳ ଅଫିସ, ୨୨।୧ : ଅନୁଗୋଳ ଖମାର ଛକରେ ମଧ୍ୟ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଥିଲା। ଅପରାଧୀଙ୍କୁ ଧରିବା ସହ ମୃତ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ପାଇଁ ଦାବି କରାଯାଇଥିଲା। ଏଥିଯୋଗୁ  ଅନୁଗୋଳ-ଭୁବନେଶ୍ୱର ରଜପଥରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା।

ଚକୋଲେଟ୍‌ ଖାଇ୧୫ ଅସୁସ୍ଥ

ଚକୋଲେଟ୍‌ ଖାଇ୧୫ ଅସୁସ୍ଥ

ଅନୁଗୋଳ ଅଫିସ, ୨୨।୧: ଅନୁଗୋଳ ଉପକଣ୍ଠରେ ଥିବା କୁମଣ୍ଡ ଚଣ୍ଡୀବଜାର ସ୍ଥିତ ଅଲେଖପାଟଣା ପ୍ରାଥମିକ ବିଦ୍ୟାଳୟରେ ଚକୋଲେଟ୍‌ ଖାଇ ୧୫ ଛାତ୍ରୀଛାତ୍ର ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।