Dharitri News
ମେଟ୍ରୋ |

ହିନ୍ଦୁ ଧର୍ମ ଉଜ୍ଜ୍ୱଳତା ହରାଇଛି: ନେପାଳ ନରେଶ

ହିନ୍ଦୁ ଧର୍ମ ଉଜ୍ଜ୍ୱଳତା ହରାଇଛି: ନେପାଳ ନରେଶ ପୁରୀ ଅଫିସ, ୯।୨: ହିନ୍ଦୁ ଧର୍ମ ଆଜି ଉଜ୍ଜ୍ୱଳତା ହରାଇଛି। ପୂର୍ବରୁ ହିନ୍ଦୁ ଧର୍ମ ଯେମିତି ଥିଲା ଆଜି ସେମିତି ସ୍ଥିତିରେ ନାହିଁ। ଆମ ଧର୍ମ, ସଂସ୍କୃତିକୁ କେମିତି ରକ୍ଷା କରିବା ତାହା ଏକ ବଡ଼ ପ୍ରସଙ୍ଗ। ଏଥିପାଇଁ ଶଙ୍କରାଚାର୍ଯ୍ୟଙ୍କ ଦିଗ୍‌ଦର୍ଶନ ଆମର କାମ୍ୟ। ତାଙ୍କ ମାର୍ଗଦର୍ଶନରେ ପରିଚାଳିତ ହେଲେ ଧର୍ମ, ସଂସ୍କୃତିର ସୁରକ୍ଷା ହୋଇପାରିବ ବୋଲି କହିଛନ୍ତି ନେପାଳ ନରେଶ ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହା ଦେବ। ଗୋବର୍ଦ୍ଧନ ପୀଠାଧୀଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ପଟ୍ଟାଭିଷେକ ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ ଉପଲକ୍ଷେ ଆୟୋଜିତ ଦୁଇଦିନିଆ ଅନ୍ତର୍ଜାତୀୟ ବିଦ୍ୱତ୍‌ ସଂଗୋଷ୍ଠୀଙ୍କୁ ଶୁକ୍ରବାର ଉଦ୍‌ଘାଟନ କରି ନେପାଳ ନରେଶ କହିଥିଲେ, ଶଙ୍କରାଚାର୍ଯ୍ୟଙ୍କ ଆଧ୍ୟାତ୍ମିକ ମାର୍ଗ ସମସ୍ତଙ୍କ ଜୀବନକୁ ଠିକ୍‌ ବାଟରେ ଆଗେଇନେବ। ତେଣୁ ଶଙ୍କରାଚାର୍ଯ୍ୟଙ୍କୁ ଆଗକୁ ଆଣିବାକୁ ପଡ଼ିବ। ଧର୍ମ ରକ୍ଷା କ୍ଷେତ୍ରରେ ଏହି ପ୍ରକ୍ରିୟା ଆଗକୁ ଜାରି ରହିବା ଦରକାର ବୋଲି କହିଥିଲେ ନେପାଳ ନରେଶ। ଜଗଦ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଆଶୀର୍ବଚନ ଦେଇ ଶ୍ରୀଜଗନ୍ନାଥ ଏବଂ ନେପାଳର ପଶୁପତିନାଥ ମନ୍ଦିର ମଧ୍ୟରେ ଥିବା ସମ୍ପର୍କ ଏବଂ ସନାତନ ଧର୍ମ କିପରି ବିଶ୍ୱକୁ ଦିଗ୍‌ଦର୍ଶନ ଦେଇଛି, ତାହା ମନେ ପକାଇଥିଲେ। କିନ୍ତୁ ବର୍ତ୍ତମାନ ବିକାଶ ନଁାରେ ଯାହା କରାଯାଉଛି, ତାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ବେଦବିହୀନ ବିଜ୍ଞାନ ବିସ୍ଫୋଟ ଆଣିବ ବୋଲି ଶଙ୍କରାଚାର୍ଯ୍ୟ ଚେତାଇ ଦେଇଥିଲେ। ସାମ୍ପ୍ରତିକ ସମାଜରେ ବିକାଶ ନଁାରେ ବ୍ୟଭିଚାର କରାଯାଉଛି, ବୈଜ୍ଞାନିକମାନେ ବିପଦକୁ ଆମନ୍ତ୍ରଣ କରୁଛନ୍ତି। ଗୁରୁ-ଶିଷ୍ୟ ପରମ୍ପରାରେ ସେଭଳି ସୌହାର୍ଦ୍ଦ୍ୟ ରହୁନାହିଁ। ଶଙ୍କରାଚାର୍ଯ୍ୟଙ୍କୁ ଅବହେଳା କରାଯାଉଛି। ବିଶ୍ୱର କୌଣସି ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଆମକୁ କୌଣସି ପରାମର୍ଶ ଦେବାର ଆବଶ୍ୟକତା ନାହିଁ। ସେମାନେ ଆମଠାରୁ ଦିଗ୍‌ଦର୍ଶନ ନେବା ଦରକାର। ବର୍ତ୍ତମାନର ଦିଶାହୀନ ଶାସନ ତନ୍ତ୍ରର ବିନାଶ ନିଶ୍ଚିତ ହେବ। ସେ ଆହୁରି ମଧ୍ୟ କହିଥିଲେ ଯେ, ମିଥିଳାର ଗୋଟିଏ ଅଂଶ ଭାରତ ଓ ଅନ୍ୟଟି ନେପାଳ। ନେପାଳକୁ ସୁରକ୍ଷା ଦେବାର ଦାୟିତ୍ୱ ହେଉଛି ଆମର। କାରଣ ନେପାଳ ସୁରକ୍ଷିତ ରହିଲେ ଭାରତ ସୁରକ୍ଷିତ ରହିବ ବୋଲି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ କହିଥିଲେ। ପଟ୍ଟାଭିଷେକ ମହୋତ୍ସବ ସଞ୍ଚାଳନ ସମିତି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଥିଲେ, ଧର୍ମ ହେଉଛି ଆଧାର। ଧର୍ମ ବିନା କିଛି ବି ସମ୍ଭବ ନୁହେଁ। ଧର୍ମକୁ ସୁପ୍ରତିଷ୍ଠିତ ରଖିବାକୁ ହେଲେ ଏହି ପୀଠର ସୁରକ୍ଷା ଦରକାର। ବର୍ତ୍ତମାନ ମଣିଷ ମନରେ ଆଧ୍ୟାତ୍ମିକ ଜାଗରଣର ଅଭାବ ପରିଲକ୍ଷିତ ହେଉଛି, ଯାହାଦ୍ୱାରା ସମାଜରେ ସଂଘର୍ଷ, ବିଦ୍ୱେଷ, ହିଂସାକାଣ୍ଡ ଘଟୁଛି। ତେଣୁ ଧର୍ମପୀଠଗୁଡ଼ିକର ସୁରକ୍ଷା ହେଲେ ଏ ସବୁର ବିନାଶ ଘଟିବ। ଗୋବର୍ଦ୍ଧନ ପୀଠର ମହିମା କ’ଣ ଥିଲା, ଆଜି ଏହାର ଆବଶ୍ୟକତା କ’ଣ ରହିଛି? ଆଦି ଶଙ୍କରାଚାର୍ଯ୍ୟଙ୍କ ପରମ୍ପରା ଓ ଦର୍ଶନ ଯାହା ଥିଲା, ତାହା ଆଧୁନିକ ସମାଜ ପାଇଁ କେତେ ଉପଯୋଗୀ ତାହାର ବିସ୍ତୃତ ଆଲୋଚନା ଦରକାର ବୋଲି ଗଜପତି ମହାରାଜା ମତ ରଖିଥିଲେ। ଏହି ଅବସରରେ ଗଜପତି କହିଥିଲେ, ଭାରତ ଓ ନେପାଳ ଉଭୟେ ଆଧ୍ୟାତ୍ମିକ ଦେଶ। ୪ ପୀଠ ହେଉଛି ଆଧ୍ୟାତ୍ମିକ ରାଜଧାନୀ। ଏହି ସଂଗୋଷ୍ଠୀରେ ସ୍ବାମୀ ନିର୍ବିକଳ୍ପାନନ୍ଦ ମହାରାଜ ଏବଂ ପଟ୍ଟାଭିଷେକ ମହୋତ୍ସବ ସଞ୍ଚାଳନ ସମିତି ଉପାଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ନେପାଳ ନରେଶ ସକାଳ ୯ଟା ୩୦ରେ ଗୋବର୍ଦ୍ଧନ ପୀଠରେ ପହଞ୍ଚତ୍ଥିଲେ। ବେଦପାଠ କରାଯାଇ ତାଙ୍କୁ ସ୍ବାଗତ କରାଯାଇଥିଲା। ପରେ ପୀଠ ଅଧିଷ୍ଠାତ୍ରୀ ମା’ ବିମଳାମ୍ବାଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା ଓ ଆଳତି କରିଥିଲେ। ଏହାପରେ ନେପାଳ ନରେଶଙ୍କୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ବାଗତ କରି ଅନ୍ତର୍ଜାତୀୟ ବିଦ୍ୱତ୍‌ ସଂଗୋଷ୍ଠୀକୁ ନେଇଥିଲେ। ସକାଳ ୯ଟା ୪୫ରେ ଜଗଦ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ସଂଗୋଷ୍ଠୀ ସ୍ଥଳରେ ପହଞ୍ଚତ୍ବା ପରେ ମଠର ମୁଖପାତ୍ର ମନୋଜ ରଥ ସଭାକାର୍ଯ୍ୟ ସଞ୍ଚାଳନ କରିଥିଲେ। ଡ. ଇନ୍ଦିରା ଝା ମଙ୍ଗଳାଚରଣ ପାଠ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଆଦିତ୍ୟ ବାହିନୀର ମହାମନ୍ତ୍ରୀ ଜିତେନ୍ଦ୍ର ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ମେଟ୍ରୋ |

ଓଡ଼ିଶାରେ ପ୍ରଥମଥର ପାଇଁ ଥିଏଟର ଅଲିମ୍ପିକ୍ସ

ଓଡ଼ିଶାରେ ପ୍ରଥମଥର ପାଇଁ ଥିଏଟର ଅଲିମ୍ପିକ୍ସ

ଭୁବନେଶ୍ୱର, ୨୦।୨(ବ୍ୟୁରୋ): ଫେବୃୟାରୀ ୨୪ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ବୃହତ ଅନ୍ତର୍ଜାତୟ ଥିଏଟର ଉତ୍ସବ ଅଷ୍ଟମ ଥିଏଟର ଅଲିମ୍ପିକ୍ସ। ପ୍ରଥମଥର ପାଇଁ ଏହା ଭାରତରେ ତାହା ପୁଣି ଓଡ଼ିଶାରେ ପ୍ରଦର୍ଶିତ ହେବ। ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଓଡ଼ିଶାରେ ଏହା ଚାଲିବ।

ବିଚ୍‌ କାର୍ଣ୍ଣିଭାଲ: ୨୪ରେ ଆକର୍ଷଣ ସୁନୀଲ ସେଟ୍ଟୀ

ବିଚ୍‌ କାର୍ଣ୍ଣିଭାଲ: ୨୪ରେ ଆକର୍ଷଣ ସୁନୀଲ ସେଟ୍ଟୀ

ପୁରୀ ଅଫିସ, ୨୦।୨: ବୁଧବାରଠାରୁ ଆରମ୍ଭ ହେବ ପୁରୀ ବିଚ୍‌ କାର୍ଣ୍ଣିଭାଲ। ମ୍ୟୁଟ୍‌ ଏଣ୍ଟରଟେନମେଣ୍ଟ ଆଣ୍ଡ ଷ୍ଟେଞ୍ଜର୍ସ ଏଣ୍ଟରଟେନମେଣ୍ଟ ପକ୍ଷରୁ ଆୟୋଜିତ ଏହି ୫ ଦିନିଆ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ଆକର୍ଷଣ ସାଜିବେ ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀ।

ବନଦୁର୍ଗା ମନ୍ଦିରରୁ ଚୋରି, ଜଣେ ଅଟକ

ବନଦୁର୍ଗା ମନ୍ଦିରରୁ ଚୋରି, ଜଣେ ଅଟକ

ପୁରୀ ଅଫିସ, ୨୦।୨: ପୁରୀ ବାସେଳି ସାହି ଥାନା ଅଧୀନ ମଙ୍ଗଳାଘାଟସ୍ଥିତ ବନଦୁର୍ଗା ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ସମେତ ସୁନାଗହଣା ଚୋରିକରି ନେଇଛନ୍ତି।

ଲିଭ୍‌ ଇନ୍‌ରେ ରହିବାର ୩ମାସ ପରେ ପ୍ରେମିକ ଚମ୍ପଟ

ଲିଭ୍‌ ଇନ୍‌ରେ ରହିବାର ୩ମାସ ପରେ ପ୍ରେମିକ ଚମ୍ପଟ

ଭୁବନେଶ୍ୱର, ୧୯।୨(ବ୍ୟୁରୋ)- ଲିଭ୍‌ ଇନ୍‌ ରିଲେସନଶିପ୍‌ରେ ୩ମାସ ରହିବା ପରେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଛାଡ଼ି ଚମ୍ପଟ ମାରିଛନ୍ତି। ଏ ନେଇ ପ୍ରେମିକା ଜଣକ ସୋମବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଦୁର୍ବୃତ୍ତଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଲହୁଲୁହାଣ

ଦୁର୍ବୃତ୍ତଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଲହୁଲୁହାଣ

ଭୁବନେଶ୍ୱର, ୧୯।୨(ବ୍ୟୁରୋ)- କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ବାଡ୍‌ର ଜଣେ କର୍ମଚାରୀଙ୍କୁ ସୋମବାର ୨ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଲହୁଲୁହାଣ ହୋଇଥିବା କର୍ମଚାରୀ ଜଣକ ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।

ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏସ୍‌ପିଙ୍କୁ ସ୍ମାରକପତ୍ର ପ୍ରଦାନ

ପୁରୀ ଅଫିସ,୧୯।୨: ପୁରୀ ଜିଲା ଚନ୍ଦନପୁର ଥାନା ଅଞ୍ଚଳରେ ବଳାତ୍କାର ଶିକାର ନାବାଳିକାଙ୍କୁ ନ୍ୟାୟ ଦାବିରେ ସୋମବାର ପରିବାର ପକ୍ଷରୁ ଏସ୍‌ପିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗରିଫ କରିବାକୁ ଚନ୍ଦନପୁର ଥାନାକୁ ନିର୍ଦ୍ଦେଶ ଦିଆଯାଇଥିବା ଏସ୍‌ପି ସାର୍ଥକ ସଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସାକ୍ଷୀଗୋପାଳ ଡାକ୍ତରଖାନାରେ ଡାକ୍ତର ଅଭାବ, ରୋଗୀ ହନ୍ତସନ୍ତ

ସାକ୍ଷୀଗୋପାଳ ଡାକ୍ତରଖାନାରେ ଡାକ୍ତର ଅଭାବ, ରୋଗୀ ହନ୍ତସନ୍ତ

ସାକ୍ଷୀଗୋପାଳ, ୧୯।୨(ଡି.ଏନ୍‌.ଏ.): ସାକ୍ଷୀଗୋପାଳ ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁ ସୋମବାର ଚିକିତ୍ସା ପାଇଁ ଆସିଥିବା ୩ ଶହରୁ ଊର୍ଦ୍ଧ୍ୱ ରୋଗୀ ଓ ସେମାନଙ୍କ ସହାୟକଙ୍କୁ ହଟହଟା ହେବାକୁ ପଡ଼ିଛି।

ଇମ୍ଫା କମ୍ପାନୀକୁ ଋଣ ଛାଡନେଇ ସିବିଆଇ ତଦନ୍ତ ଦାବି

ଇମ୍ଫା କମ୍ପାନୀକୁ ଋଣ ଛାଡନେଇ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ଇମ୍ଫା କମ୍ପାନୀକୁ ୨୩୦ କୋଟି ଟଙ୍କା ଋଣ ଛାଡ କରାଯାଇଥିବା ପ୍ରତିବାଦରେ ସମାଜବାଦୀ ପାର୍ଟି ପକ୍ଷରୁ ସିବିଆଇ ତଦନ୍ତ ପାଇଁ ଦାବି ହୋଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଏହି ଋଣ ଟଙ୍କା ଛାଡ଼ କରାଯାଇଥିବା ଅଭିଯୋଗ କରି ଏକ ସ୍ମାରକପତ୍ର ସିବିଆଇକୁ ପ୍ରଦାନ କରାଯାଇଛି।

ବିଶ୍ୱମ୍ବର ବିଦ୍ୟାପୀଠ ସଫେଇ କଲେ ୮୯ ବ୍ୟାଚ୍‌ ଛାତ୍ର

ବିଶ୍ୱମ୍ବର ବିଦ୍ୟାପୀଠ ସଫେଇ କଲେ ୮୯ ବ୍ୟାଚ୍‌ ଛାତ୍ର

ପୁରୀ ଅଫିସ, ୧୯।୨: ବିଶ୍ୱମ୍ବର ବିଦ୍ୟାପୀଠର ୧୯୮୯ ମାଟ୍ରିକ୍‌ ବ୍ୟାଚ୍‌ର ଶତାଧିକ ଛାତ୍ର ସୋମବାର ସ୍କୁଲ ପରିସର ସଫେଇ କରିଛନ୍ତି। ବିଦ୍ୟାଳୟ ପରିସରରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ସ୍ଥାନଗୁଡିକ ସଫେଇ କରିଛନ୍ତି।

ବେଟି ବଚାଓ, ବେଟି ପଢାଅର ବାର୍ତ୍ତାନେଇ ଦିବ୍ୟାଙ୍ଗ ଅରବିନ୍ଦଙ୍କ ଶୋଭାଯାତ୍ରା

ପୁରୀ ଅଫିସ, ୧୯।୨: ବେଟି ବଚାଓ, ବେଟି ପଢାଓ, ରକ୍ତଦାନ ଏବଂ ସଡ଼କ ସୁରକ୍ଷାର ବାର୍ତ୍ତାନେଇ ପାଟନାର ଅରବିନ୍ଦ କୁମାର ମିଶ୍ର ସୋମବାର ପୁରୀ ସିଂହଦ୍ୱାରଠାରୁ ଯାତ୍ରା ଆରମ୍ଭ କରିଛନ୍ତି।

ଭାଜପାରେ ମିଶିଲେ ଅପରାଜିତା

ଭାଜପାରେ ମିଶିଲେ ଅପରାଜିତା

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ବିଶିଷ୍ଟ ସିନେ ଅଭିନେତ୍ରୀ ଅପରାଜିତା ମହାନ୍ତି ବିଧିବଦ୍ଧ ଭାବେ ଭାଜପାରେ ମିଶିଛନ୍ତି। ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଯୋଗ ଦେଇଛନ୍ତି।

ସରୁନି ଜଗମୋହନ ମରାମତି: ଦୁଇବର୍ଷ ହେଲା ମହାପ୍ରଭୁଙ୍କୁ ପାଖରୁ ଦେଖିପାରୁନାହାନ୍ତି ଭକ୍ତ

ସରୁନି ଜଗମୋହନ ମରାମତି: ଦୁଇବର୍ଷ ହେଲା ମହାପ୍ରଭୁଙ୍କୁ ପାଖରୁ ଦେଖିପାରୁନାହାନ୍ତି ଭକ୍ତ

ପୁରୀ ଅଫିସ,୧୮ା୨: ଜଗମୋହନ ମରାମତି କାମକୁ ଇତିମଧ୍ୟରେ ଦୁଇବର୍ଷ ଅତିକ୍ରାନ୍ତ ହେଲାଣି। ବିପଦସଙ୍କୁଳ ସ୍ଥିତିରେ ଥିବା ଜଗମୋହନ ସୁରକ୍ଷା ପାଇଁ ପୋର୍ଟାଲ ଫ୍ରେମ୍‌ ଦିଆସରିଲାଣି। ବର୍ତ୍ତମାନ ଜଗମୋହନ ସୁରକ୍ଷିତ ବୋଲି କୁହାଯାଉଛି। ଏହାସତ୍ତ୍ବେ ଜଗମୋହନ କାମ ସରିବାର ନା ଧରୁନି।