Dharitri News
ଉପକୂଳ ଓଡିଶା

କାଚହୁଡ଼ି ସାହିରେ ମାସେ ହେଲା ପାନୀୟ ଜଳ ଅଭାବ

ଯାଜପୁରରୋଡ଼,୯।୨(ନି.ପ୍ର.) ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ବ୍ୟାସନଗର ପୌରପରିଷଦରେ ଦେଖାଗଲାଣି ପାନୀୟ ଜଳର ଅଭାବ। ପାୈରପରିଷଦର ୭ନଂ ଏବଂ ୮ନଂ ଓ୍ବାର୍ଡର କାଚହୁଡ଼ି ଅଞ୍ଚଳର ଜନସଂଖ୍ୟା ୫୦୦ରୁ ଊର୍ଦ୍ଧ୍ୱ ହେବ। ଏହି ସାହିରେ ତିନୋଟି ପାଣିଟ୍ୟାପ୍‌ ରହିଛି। ପାଣିଟ୍ୟାପ୍‌ରେ ଆବଶ୍ୟକ ସଂଖ୍ୟକ ପାଣି ଆସୁ ନ ଥିବାରୁ ଲୋକମାନେ ପାଣିପିଇବା ପାଇଁ ହନ୍ତସନ୍ତ ହେଉଛନ୍ତି। ପାୈରପରିଷଦ ଓ ଜନସ୍ବାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ କଲେ କାୈଣସି ସୁଫଳ ମିଳୁନାହିଁ। ଲୋକମାନେ ବାଧ୍ୟ ହୋଇ ପଥର ଛଇ ପାଣିପିଇ ନାନା ରୋଗରେ ପୀଡ଼ିତ ହେଉଛନ୍ତି। ଏହି ସାହିକି ଭଲ ରାସ୍ତା ଖଣ୍ଡେ ନାହିଁ। ଚାରିଆଡ଼େ ଗୁଳ୍ମବଣ, ଅସ୍ବାସ୍ଥ୍ୟକର ପରିବେଶରେ ହୁଡ଼ିସାହିର ଲୋକମାନେ ବାସ କରୁଛନ୍ତି। ଅଧିକାଂଶ ଲୋକ ଗାଧୋଇବା ପାଇ ଅନ୍ୟ ୱାର୍ଡ଼କୁ ଯାଉଛନ୍ତି। ଏହି ସାହିର ପ୍ରଣତୀ ତ୍ରିପାଠୀଙ୍କ କହିବା ହେଲା ଏକ ମାସ ହେଲା ହୁଡ଼ିସାହିକୁ ପାଣି ଆସୁନାହିଁ। ଆମ୍ଭେମାନେ ଭଲରେ ଗାଧୋଇ ପାରୁ ନାହୁଁ। ଗ୍ରୀଷ୍ମଋତୁ ପୂର୍ବରୁ ଏହି ୱାର୍ଡ଼ରେ ପାଣିର ଅଭାବ ଦେଖାଦେଇଥିବାରୁ ଗ୍ରୀଷ୍ମଋତୁରେ ପରିସ୍ଥିତି ଜଟିଳ ଆକାର ଧାରଣ କରିବ। ଜନସ୍ବାସ୍ଥ୍ୟ ବିଭାଗ ନିକଟରେ ବାରମ୍ବାର ଦାବି କଲେ କେହି ଶୁଣିବାକୁ ରାଜି ନାହାନ୍ତି। ଯୋକଡ଼ିଆ ପ୍ରକଳ୍ପ ପାଇଁ ଆମ ସାହିରେ ପାଇପ ଗଦା ହୋଇ ପଡ଼ିଛି। ତାହା ମଧ୍ୟ ସଂଯୋଗ ହୋଇନାହିଁ। ସେହିପରି ବାସନ୍ତୀ ନାୟକଙ୍କ କହିବା ହେଲା ହୁଡ଼ିସାହିର ସମସ୍ୟା ଅନେକ ରହିଛି। ଏହି ସାହିକୁ ପାୈରପରିଷଦ ପକ୍ଷରୁ ରାସ୍ତା କରାଯାଇ ନାହିଁ। ସାହିର ଚତୁଃପାର୍ଶ୍ୱରେ ଗୁଳ୍ମ ଜଙ୍ଗଲ ଓ ପଥର ଖାଦାନ ରହିଛି। ଜନସ୍ବାସ୍ଥ୍ୟ ପକ୍ଷରୁ ଆବଶ୍ୟକୀୟ ମୁତାବକ ପାଣି ଯୋଗାଇ ଦିଆଯାଉ ନାହିଁ। ଟ୍ୟାପରେ ଭଲ ପାଣି ଆସୁ ନ ଥିବାରୁ ପାଣି ପିଇବା ପାଇଁ ହଇରାଣ ହେଉଛନ୍ତି। ଏ ସମ୍ପର୍କରେ ପାୈରାଧ୍ୟକ୍ଷାଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୈଣସି ସୁଫଳ ମିଳୁନାହିଁ। ସାହିଟି ଦୁଇଟି ୱାର୍ଡ଼ରେ ଥିବାରୁ କେଉଁ କାଉନସିଲରଙ୍କୁ ଗୁହାରି କରିବୁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ମୋହନ ଚରଣ ଜେନାଙ୍କୁ ପଚାରିବାରେ ସେ କହିଲେ ପାୈରପରିଷଦ ନିକଟରେ ଏପରି ଅଭିଯୋଗ ଆସିନାହିଁ। ଅଭିଯୋଗ ଆସିଲେ ଜନସ୍ବାସ୍ଥ୍ୟ ବିଭାଗକୁ ଏ ସମ୍ପର୍କରେ ଜଣାଇବେ ବୋଲି କହିଛନ୍ତି। ତେବେ କାଚହୁଡ଼ି ସାହିର ଲୋକମାନେ ପୌରପରିଷଦ ନିକଟରେ ବାରମ୍ବାର ଗୁହାରି କରିଥିବା କହୁଥିବାବେଳେ ପୌର କାର୍ଯ୍ୟନିର୍ବାହୀ କୌଣସି ଅଭିଯୋଗ ହୋଇ ନ ଥିବା କହିବା କେତେଦୂର ସତ୍ୟ ତାହା ତଦନ୍ତ କରାଗଲେ ଜଣାପଡ଼ିବ।

ଉପକୂଳ ଓଡିଶା

ବ୍ଲକ ସ୍ତରୀୟ ନିଯୁକ୍ତି ମେଳା

ବ୍ଲକ ସ୍ତରୀୟ ନିଯୁକ୍ତି ମେଳା

ରାଜନଗର, ୨୧।୨: କେନ୍ଦ୍ରପଡ଼ା ଜିଲା ରାଜନଗର ବ୍ଲକ ହାଇସ୍କୁଲ ପଡ଼ିଆରେ ଓରମାସ ପକ୍ଷରୁ ବୁଧବାର ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ବ୍ଲକ ଅଧ୍ୟକ୍ଷ ଜୟରାମ ସେଠୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି।

ଅଗ୍ନିକାଣ୍ଡ: ୨ ଦୋକାନ, ଏକ ବଖରା ଜଳିଗଲା

ଅଗ୍ନିକାଣ୍ଡ: ୨ ଦୋକାନ, ଏକ ବଖରା ଜଳିଗଲା

ମହାକାଳପଡ଼ା ୨୧।୨(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ବିଜୟନଗର ମାର୍କେଟ କମ୍ପ୍ଲେକ୍ସରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ଟି ଦୋକାନ ଓ ଏକ ବଖରା ବାସଗୃହ ଜଳିଯାଇଛି।

ଜିଲା ପଞ୍ଚାୟତ କାର୍ଯ୍ୟାଳୟର କିରାଣି ବହିଷ୍କୃତ

ଯାଜପୁର ଅଫିସ,୨୦।୧ ଜିଲା ପଞ୍ଚାୟତ କାର୍ଯ୍ୟାଳୟର ବରିଷ୍ଠ କିରାଣି ବିଚିତ୍ରାନନ୍ଦ ମହାନ୍ତିଙ୍କୁ ଜିଲାପାଳ ରଞ୍ଜନ କୁମାର ଦାସ ମଙ୍ଗଳବାର ସରକାରୀ ଚାକିରିରୁ ବହିଷ୍କାର କରିଛନ୍ତି।

ମା,ବାପା ଛେଉଣ୍ଡ ୨ ଅସହାୟ ଶିଶୁ ଉଦ୍ଧାର

ଦଶରଥପୁର, ୨୦।୨(ଡି.ଏନ୍‌.ଏ.) ମା,ବାପ ଛେଉଣ୍ଡ ୨ ଅସହାୟ ଶିଶୁଙ୍କୁ ମଙ୍ଗଳବାର ପାଲଟପୁର ପଞ୍ଚାୟତ ପାଲଟପୁର ୧୨ ନଂ ୱାର୍ଡରୁ ଜିଲା ଶିଶୁ ସୁରକ୍ଷା ବିଭାଗ ଉଦ୍ଧାର କରିଛି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ନିର୍ଦ୍ଦେଶକୁ ବେଖାତିର

ଯାଜପୁର ଅଫିସ,୨୦।୨ ଯାଜପୁର ଜିଲାରେ ଗ୍ରାମୀଣ ଆବାସ ଯୋଜନାରେ ଦୁର୍ନୀତି ସୀମା ଟପିବାକୁ ଲାଗିଲାଣି । ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ମଧ୍ୟ ଏଠାରେ ଫିକା ପଡିଛି । ଫଳରେ ଆବାସ ଦୁର୍ନୀତି ଏଠାରେ ବରଗଛର ଓହଳ ପରି ଲମ୍ବି ଚାଲିଛି । ବିଶେଷକରି ଜିଲାର ବିଞ୍ଝାରପୁର ବ୍ଲକରେ ଶାସକ ଦଳ ଚାପରେ ଅଯୋଗ୍ୟ ହିତାଧିକାରୀଙ୍କୁ ଗ୍ରାମୀଣ ଆବାସ ଯୋଗାଇ ଦିଆଯାଇଛି। ସେମାନେ ଘର ନ କରି ସରକାରୀ ଅର୍ଥକୁ ଉଠାଇ ନେଇଛନ୍ତି । ଫଳରେ ଶହ ଶହ ଗରିବ ବ୍ୟକ୍ତି ସରକାରୀ ଆବାସ ନ ପାଇ ପଲିଥିନ ତଳେ ରହିବାକୁ ବାଧ୍ୟ ହେଉଛନ୍ତି । ଏହି ଅନିୟମିତତାରେ ଖୋଦ୍‌ ବିଡିଓ, ଯନ୍ତ୍ରୀ ଓ ଭିଏଲ୍‌ଡବ୍ଲ୍ୟୁ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିବାବେଳେ ସେମାନଙ୍କୁ ପୁଣି ଏହି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ତଦନ୍ତ ରିପୋର୍ଟର ସ୍ବଚ୍ଛତା ନେଇ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଝାଉଁଳା ରୋଗ ନେଇ ଚାଷୀ ମୁଣ୍ଡରେ ଚଡ଼କ

ଝାଉଁଳା ରୋଗ ନେଇ ଚାଷୀ ମୁଣ୍ଡରେ ଚଡ଼କ

ରସୁଲପୁର,୨୦।୨(ଡି.ଏନ୍‌.ଏ.)- ରସୁଲପୁର ବ୍ଲକରେ ବାଦାମ ଫସଲରେ ଝାଉଁଳା ରୋଗ ଦେଖାଦେଇଛି । ଏହି ରୋଗରେ ଆକ୍ରାନ୍ତ ହୋଇ ଏକର ଏକର ବାଦାମ ଚାଷ ପୋଡ଼ିଯାଉଛି । ଅଦିନିଆ ବର୍ଷାରେ ଧାନ ଓ ପନିପରିବା ଫସଲରେ ବ୍ୟାପକ କ୍ଷତି ହୋଇଥିଲା । କ୍ଷତିଗ୍ରସ୍ତ ଚାଷୀମାନେ ବାଦାମ ଫସଲରୁ କ୍ଷତି ଭରଣା କରିବା ପାଇଁ ଚାଷୀ ଆଶା ବାନ୍ଧି ଥିଲେ । ଏବେ ବାଦାମ ଫସଲ ଉଜୁଡିବା ଦେଖି ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଯାଇଛି ।

ପ୍ରହସନ ପାଲଟିଛି ଜଳପ୍ରକଳ୍ପ ନିର୍ମାଣ

କାଳିଆପାଣି,୨୦।୨(ଡି.ଏନ୍‌.ଏ.) ଆଉ କିଛି ଦିନ ପରେ ଗ୍ରୀଷ୍ମଋତୁ ଆରମ୍ଭ ହେବ। ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ କାଳିଆପାଣି ଖଣି ଅଞ୍ଚଳର ଲୋକମାନେ ଜଳ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବର୍ଷ ଆରମ୍ଭରୁ ଖଣି ଅଞ୍ଚଳର ଆଖପାଖ ଗ୍ରାମଗୁଡ଼ିକରେ ଥିବା କୂଅ, ନଳକୂପ, ପୋଖରୀ ଆଦି ଶୁଖିବା ଆରମ୍ଭ ହୋଇଯାଇଛି। ଜଳ ସମସ୍ୟାକୁ ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ପ୍ରକଳ୍ପର ଶିଳାନ୍ୟାସ ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ହୋଇଥିଲେ ମଧ୍ୟ ଏଯାବତ୍‌ ତାହାର କାର୍ଯ୍ୟ ଆରମ୍ଭ ହୋଇନାହିଁ। ତେବେ ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ଖଣି ଅଞ୍ଚଳର ସ୍ଥାନୀୟ ଲୋକଙ୍କୁ ଜଳ ସମସ୍ୟା ଉପୁଜିବ ବୋଲି ଆଶଙ୍କା କରାଯାଉଛି। ଖଣିର ଅନତିଦୂରରେ ଥିବା ଭୀମଟଙ୍ଗର, କାଳିଆପାଣି, ସୁକରଙ୍ଗୀ, କଂସ, କଲରଙ୍ଗୀ, ପୁରିଆଝର ପରି ଗ୍ରାମରେ ବର୍ତ୍ତମାନଠାରୁ ପାନୀୟ ଜଳ ସମସ୍ୟା ଆରମ୍ଭ ହୋଇଯାଇଛି। କାଳିଆପାଣି ଅଞ୍ଚଳରେ କ୍ରୋମାଇଟ ଖଣି ଗୁଡ଼ିକ ଦିନକୁ ଦିନ ଗଭୀର ହେଉଥିବାବେଳେ ଜଳସ୍ତର ସେହି ହାରରେ ତଳକୁ ଖସିବାରେ ଲାଗିଛି ।

ଚଣ୍ଡିଖୋଲ-ଖୋସାଲିପୁର ରାସ୍ତା ମରଣଯନ୍ତା

ଚଣ୍ଡିଖୋଲ-ଖୋସାଲିପୁର ରାସ୍ତା ମରଣଯନ୍ତା

ଚଣ୍ଡିଖୋଲ, ୨୦।୨(ଡି.ଏନ.ଏ) ଏମିତି ଏକ ରାସ୍ତା ଅଛି ଯାହା କେଉଁ ବିଭାଗ ଅଧୀନରେ ଅଛି ତାହା କେହି କହିପାରୁ ନାହାନ୍ତି । ଏପରିକି ଏହି ରାସ୍ତା ତିଆରି ହେଉଛି ଓ ମରାମତି ମଧ୍ୟ ହୋଇଛି । ତେବେ ବିଭାଗୀୟ ଅଧିକାରୀମାନେ ରାସ୍ତା ଆମର ନୁହେଁ ବୋଲି ପ୍ରକାଶ କରୁଛନ୍ତି । ଚଣ୍ଡିଖୋଲ ଛକରୁ ବାହାରି ସୁଙ୍ଗୁଡା ଦେଇ ଖୋସାଲିପୁର ହାଇଲେବୁଲ୍‌ କେନାଲ ପଯର୍‌ୟନ୍ତ ୫୩ ନଂ ଜାତୀୟ ରାଜପଥ କଡେକଡେ ଯାଇଥିବା ଏହି ରାସ୍ତାଟି ଏବେ ପାଲଟିଛି ମରଣଯନ୍ତା । ଦୀର୍ଘ ବର୍ଷ ହେଲା ମରାମତି ଅଭାବରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି ।

ସିଆଇଏସଏଫର ଉନ୍ମତ୍ତ କାଣ୍ଡ ଘଟଣା:୨ ନିଲମ୍ବିତ, ୨୦ ଯବାନଙ୍କୁ ଅନ୍ୟତ୍ର ବଦଳି

ସିଆଇଏସଏଫର ଉନ୍ମତ୍ତ କାଣ୍ଡ ଘଟଣା:୨ ନିଲମ୍ବିତ, ୨୦ ଯବାନଙ୍କୁ ଅନ୍ୟତ୍ର ବଦଳି

ଯାଜପୁର ଅଫିସ/ଡୁବୁରୀ (ଡି.ଏନ୍‌.ଏ.),୨୦।୨ ୧୯୬୯ରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ(ସିଆଇଏସ୍‌ଏଫ୍‌)ର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପବ୍ଲିକ ସେକ୍ଟର ଅଣ୍ଡରଟେକିଂ(ପିଏସ୍‌ୟୁ) ଶିଳ୍ପାନୁଷ୍ଠାନଗୁଡ଼ିକରେ ସମନ୍ବିତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଏହି ବାହିନୀ ଗଠନର ମୁଖ୍ୟ ଲକ୍ଷ୍ୟ ରହିଥିଲା। ନାଭିକୀୟ ସଂସ୍ଥାପନ, ଏୟାରପୋର୍ଟ, ସି-ପୋର୍ଟ, ପାୱାର ପ୍ଲାଣ୍ଟ, ସମ୍ବେଦନଶୀଳ ସରକାରୀ ବିଲ୍ଡିଂ, ଐତିହାସିକ କୀର୍ତ୍ତିରାଜି ପ୍ରମୁଖ ସ୍ଥାନରେ ସିଆଇଏସ୍‌ଏଫ୍‌ ନିୟୋଜନ ହେବାର ନିୟମ ରହିଛି। ତେବେ କେଉଁ ଆଧାରରେ କଳିଙ୍ଗନଗର ଟାଟା ଷ୍ଟିଲ୍‌ କାରଖାନାରେ ଏହି କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସିଆଇଏସ୍‌ଏଫ୍‌ ବାହିନୀ ରବିବାର ବିଳମ୍ବିତ ରାତିରେ ଗୋବରଘାଟି ଆଶ୍ରମ ସ୍କୁଲରେ ବଳପୂର୍ବକ ପଶି ନୀରିହ ଆଦିବାସୀ ନାବାଳକ ପିଲାଙ୍କୁ ଅମାନୁଷିକ ଭାବେ ମାଡ଼ ମାରିବା ଘଟଣା ପରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି। ଏପରିକି ଜିଲା ପୋଲିସ ପ୍ରଶାସନର ଶିଳ୍ପ ପ୍ରୀତି ଏତେ ବଢି ଯାଇଛି ଯେ, ଘଟଣାର ପ୍ରତିବାଦରେ କାହାର ଇଙ୍ଗିତରେ ଆଶ୍ରମ ପିଲାଙ୍କୁ ନେଇ ରାଜରାସ୍ତା ଅବରୋଧ କରାଗଲା ତାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତାଧିନ ରହିଛି। କିନ୍ତୁ ପିଲାଙ୍କୁ ମାଡ଼ ମାରିଥିବା ଯବାନଙ୍କ ବିରୋଧରେ ସେପରି କିଛି ଠୋସ ପଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ । ଘଟଣାର ୪୮ ଘଣ୍ଟା ବିିତି ଯାଇଥିଲେ ବି କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ କିମ୍ବା ସିଆଇଏସ୍‌ଏଫ୍‌ ସୁରକ୍ଷା ବ୍ୟବସ୍ଥାକୁ ଅପସାରଣ କରାଯାଇ ନାହିଁ। କେବଳ ଗତାନୁଗତିକ ଭାବେ ଚାଲୁ ରହିଥିବା ୨୦ଜଣ ଯବାନଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବାବେଳେ ଅନ୍ୟ ୨ଜଣଙ୍କୁ ନିଲମ୍ବିତ କରାଯାଇଛି। ବିଡମ୍ବନା ଯେ, ଆଇନ ଏଠାରେ ଶିଳ୍ପପତିଙ୍କ ହାତରେ ବନ୍ଧା ପଡିଛି। ସ୍କୁଲ ଶିକ୍ଷକ ଓ ନୀରିହ ପିଲାଙ୍କୁ ନିର୍ମମ ଭାବେ ଲାଠିରେ ମାଡ଼ ମାରିଥିବା ଯବାନଙ୍କୁ ଏକ ପ୍ରକାର ଛାଡି ଦେଇଥିବା ମନେ ହେଉଛି । ନିଲମ୍ବିତ ଦୁଇ ଯବାନଙ୍କୁ ଠିକ ଭାବେ ପଚରାଉଚୁରା କରାଗଲେ ବାସ୍ତବ ଚିତ୍ରର ପର୍ଦ୍ଦାଫାଶ ହୋଇ ପାରନ୍ତା। କିନ୍ତୁ ଶିଳ୍ପପତିଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପୋଲିସ ଏଠାରେ ପ୍ରହସନ କରୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଯବାନମାନଙ୍କୁ କିଏ ପଥର ମାରିଲା ତାକୁ ନେଇ ପୋଲିସ ଅତି ଗୁରୁତର ଭାବେ ଛାନ୍‌ଭିନ୍‌ କରୁଛି। ଯାହାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଆଗାମୀ ଦିନରେ ପରିସ୍ଥିତି ଅତି ଭୟଙ୍କର ହେବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଉଛି।

ସ୍କୁଲରେ ପଶି ଛାତ୍ରୀଛାତ୍ରଙ୍କୁ ସିଆଇଏସ୍‌ଏଫ ଯବାନଙ୍କ ଆକ୍ରମଣ: ଜିଲାପାଳ, ଏସ୍‌ପିଙ୍କୁ ଓଏଚ୍‌ଆରସିଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ଗତ ୧୮ ତାରିଖ ମଧ୍ୟରାତ୍ରିରେ କେତେଜଣ ସିଆଇଏସଫ ଯବାନ ଯାଜପୁର କଳିଙ୍ଗନଗରସ୍ଥିତ ଗୋବରଘାଟି ଅଞ୍ଚଳରେ ଥିବା ଆବାସିକ ବିଦ୍ୟାଳୟରେ ପଶି ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆରସି) ଯାଜପୁର ଜିଲାପାଳ ଏବଂ ଏସ୍‌ପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ୩ସପ୍ତାହ ମଧ୍ୟରେ ଘଟଣାର ତଦନ୍ତ କରି ରିପୋର୍ଟ ଦାଲଖ କରିବାକୁ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି।

କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ବାଳକ

ରାଜନଗର, ୨୦।୨ (ଡିଏନଏ)-କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ୍‌ କଣ୍ଡିରା ପଞ୍ଚାୟତ ହରିଜନ ପଡ଼ାର ଖଗେଶ୍ୱର ମଲିକଙ୍କ ପୁଅ ବିନୋଦ (୨୭)ଙ୍କୁ କୁମ୍ଭୀର ମୁହଁରୁ ବଞ୍ଚାଇନ୍ତି ଜଣେ ୧୨ବର୍ଷଳ ବାଳକ ଶୀତୁ ମଲିକ। ମଙ୍ଗଳବାର ରାତି ପ୍ରାୟ ୮ଟାବେଳେ ଘଟିଛି ଏହି ଘଟଣା।

‘ଜଗାବଳିଆ’ ବସ୍‌ରେ ଅଗ୍ନିକାଣ୍ଡ, ଜଣେ ଗୁରୁତର

‘ଜଗାବଳିଆ’ ବସ୍‌ରେ ଅଗ୍ନିକାଣ୍ଡ, ଜଣେ ଗୁରୁତର

ଧର୍ମଶାଳା,୨୦।୨(ଡି.ଏନ୍‌.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଗାବଳିଆ ନାମକ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ଯାତ୍ରୀ ଗୁରୁତର ହୋଇଛନ୍ତି।