Dharitri News
ଉପକୂଳ ଓଡିଶା

ବିପଦସଙ୍କୁଳ ଗୃହରେ ଚାଲିଛି ପାଠପଢ଼ା

ବିପଦସଙ୍କୁଳ ଗୃହରେ ଚାଲିଛି ପାଠପଢ଼ା ବିରଜାକ୍ଷେତ୍ର,୯।୨(ଡି.ଏନ୍‌.ଏ.) - ଯାଜପୁର ବ୍ଲକ ମାର୍କଣ୍ଡପୁର ପଞ୍ଚାୟତ କମଳପୁରଠାରେ ଥିବା ବିମ୍ବାଧର ଉପ୍ରା ବିଦ୍ୟାଳୟର ବିପଦସଙ୍କୁଳ ଗୃହରେ ବସି ଛାତ୍ରୀଛାତ୍ରମାନେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ, ୧୯୮୮ରେ ଉକ୍ତ ବିଦ୍ୟାଳୟଟି ପ୍ରତିଷ୍ଠା କରାଯାଇଥିଲା । ୬ଷ୍ଠ ଓ ୭ମ ଶ୍ରେଣୀରେ ୨୫ ଜଣ ଛାତ୍ରୀଛାତ୍ର ଏଠାରେ ପାଠ ପଢ଼ୁଥିବାବେଳେ ଏଥିପାଇଁ ୨ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ବିଦ୍ୟାଳୟର ଛାତରୁ ଆଜବେଷ୍ଟସ୍‌ ଭାଙ୍ଗି ଉଡ଼ିଯାଇଥିବାବେଳେ କାନ୍ଥ ଫାଟି ଆଁ କରିଛି । କିନ୍ତୁ ଏହି ବିପଦସଙ୍କୁଳ ଗୃହରେ ବିପଦପୂର୍ଣ୍ଣଭାବେ ଛାତ୍ରୀଛାତ୍ର ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । ବ୍ଲକ୍‌ ଗ୍ରାଣ୍ଟ ଅନୁଦାନପ୍ରାପ୍ତ ବିଦ୍ୟାଳୟ ହୋଇଥିବାରୁ ଗୃହ ନିର୍ମାଣ କରାଯାଇପାରୁନାହିଁ ବୋଲି ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାମଲଙ୍କ ସମେତ କେତେଜଣ ଗ୍ରାମବାସୀ କହିଛନ୍ତି। ବିଦ୍ୟାଳୟ ବିପଦସଙ୍କୁଳ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ସମେତ ଶିକ୍ଷା ବିଭାଗକୁ ବାରମ୍ବାର ଲିଖିତଭାବେ ଜଣାଯାଇଛି ବୋଲି ପ୍ରଧାନଶିକ୍ଷକ ଶ୍ରୀ ସାମଲ ସୂଚନା ଦେଇଥିଲେ । ଏପରିକି ବର୍ଷାଦିନେ ଛାତ୍ରୀଛାତ୍ର ନାହିଁ ନ ଥିବା ହଇରାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ବିପଦସଙ୍କୁଳ ଗୃହରେ ପାଠ ପଢ଼ୁଥିବା ସମୟରେ ମଧ୍ୟ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି କେତେଜଣ ଗ୍ରାମବାସୀ ସୂଚନା ଦେଇଛନ୍ତି। ସ୍କୁଲ ବିଷୟରେ ସ୍ଥାନୀୟ ପଞ୍ଚାୟତ, ଜନପ୍ରତିନିଧି ଅବଗତ ଥାଇ ମଧ୍ୟ ନୀରବଦ୍ରଷ୍ଟା ସାଜିଥିବା ଅଞ୍ଚଳବାସୀ ପ୍ରକାଶ କରିଥିଲେ। ଗତ କିଛିବର୍ଷ ତଳେ ପଞ୍ଚାୟତର ଜନପ୍ରତିନିଧି ଉକ୍ତ ବିଦ୍ୟାଳୟକୁ ମରାମତି କରିଥିଲେ । କିନ୍ତୁ ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ବିଦ୍ୟାଳୟ ପ୍ରତି କେହି ଦୃଷ୍ଟି ଦେଉ ନ ଥିବା ଦେଖିବାକୁ ମିଳିଛି । ବିପଦସଙ୍କୁଳ ବିଦ୍ୟାଳୟ ସମ୍ପର୍କରେ ଜିଲାପାଳ ରଞ୍ଜନ କୁମାର ଦାସଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବିପଦସଙ୍କୁଳ ଗୃହରୁ ତୁରନ୍ତ ଛାତ୍ରୀଛାତ୍ରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜିଲା ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି କେଉଁ କାରଣରୁ ଉକ୍ତ ବିପଦସଙ୍କୁଳ ଗୃହରେ ପିଲାମାନଙ୍କୁ ଶିକ୍ଷାଦାନ ଦିଆଯାଉଛି ବୋଲି ବିଦ୍ୟାଳୟ ସମ୍ପାଦକଙ୍କୁ କୈଫତ ତଲବ କରିବାପାଇଁ ଜିଲା ଶିକ୍ଷା ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲାପାଳ ରଞ୍ଜନ କୁମାର ଦାସଙ୍କ ତୁରନ୍ତ ପଦକ୍ଷେପକୁ ଅଭିଭାବକମାନେ ସ୍ବାଗତ କରିଛନ୍ତି ।

ଉପକୂଳ ଓଡିଶା

ପାରାଦୀପକୁ ଉଠିଲା ସିଆଇଏସ୍‌ଏଫ୍‌ କ୍ୟାମ୍ପ

ପାରାଦୀପକୁ ଉଠିଲା ସିଆଇଏସ୍‌ଏଫ୍‌ କ୍ୟାମ୍ପ

ଯାଜପୁର ଅଫିସ/ଡୁବୁରୀ/ସୁକିନ୍ଦା (ଡି.ଏନ.ଏ.),୨୧।୨ କଳିଙ୍ଗନଗର ଶିଳ୍ପାଞ୍ଚଳର ଟାଟା ଷ୍ଟିଲ୍‌କୁ ଲାଗି ରହିଥିବା ଗୋବରଘାଟି ଆଶ୍ରମ ସ୍କୁଲର ୩୩ ଜଣ ଆଦିବାସୀ ନାବାଳକ ଛାତ୍ର ଓ ଶିକ୍ଷକଙ୍କୁ ମାଡ଼ ମାରିବା ଘଟଣାର ବୁଧବାର ଭିନ୍ନ ମୋଡ଼ ନେଇଛି। ଘଟଣାକୁ ୭୨ଘଣ୍ଟା ଅତିକ୍ରାନ୍ତ କରି ସାରିଥିଲେ ହେଁ ପୋଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସାହାସ ଜୁଟାଇ ପାରି ନ ଥିବାବେଳେ ପରିସ୍ଥିତିର ଗମ୍ଭିରତାକୁ ଦୃଷ୍ଟିରେ ରଖି ଜିଲାପାଳ ଟାଟା କାରଖାନା ପରିସରରେ ଥିବା ସିଆଇଏସ୍‌ଏଫ୍‌ କ୍ୟାମ୍ପକୁ ପାରାଦୀପକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଟାଟା କାରଖାନା ପାଚେରୀକୁ ଲାଗି ରହିଥିବା ଗୋବରଘାଟି ଆଶ୍ରମ ବିଦ୍ୟାଳୟ ପାଇଁ ଅନ୍ୟତ୍ର ଜାଗା ଚିହ୍ନଟ କରାଯାଇ ସ୍ଥାନାନ୍ତର କରିବାକୁ ଜିଲାପାଳ ଟାଟା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ଏଭଳି ପଦକ୍ଷେପ ପରେ ପରିସ୍ଥିତି ଏକ ପ୍ରକାର ଶାନ୍ତ ହୋଇଥିବା ଜାଣିବାକୁ ମିଳିଛି।

ଅଯୋଗ୍ୟଙ୍କ ପାଇଁ ବାଦ୍‌ ପଡ଼ିଲେ ଭିନ୍ନକ୍ଷମ

ଯାଜପୁର ଅଫିସ,୨୧।୨ ଭିନ୍ନକ୍ଷମଙ୍କ ପାଇଁ ପ୍ରଣୀତ ବିଭିନ୍ନ ସରକାରୀ ଯୋଜନାଗୁଡିକର ସଫଳତା ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ଆନ୍ତରିକତା ଓ ପ୍ରତିବନ୍ଧତା ଲୋଡ଼ା ବୋଲି ବିଭିନ୍ନ ସଭାସମିତିରେ ଅଧିକାରୀମାନେ ଲମ୍ବା ଲମ୍ବା ଭାଷଣ ଦେଉଛନ୍ତି। ଦିବ୍ୟାଙ୍ଗଙ୍କ ପାଇଁ ଭତ୍ତା, ଗୃହ ନିର୍ମାଣ, ଚାକିରିରେ ସଂରକ୍ଷଣ, ଯାତାୟାତ କ୍ଷେତ୍ରରେ ରିହାତି, ଛାତ୍ରବୃତ୍ତି ଓ ଛାତ୍ରଙ୍କୁ ସହାୟତା କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ସହାୟତା ପ୍ରଦାନ କରିବାରେ ସରକାରୀ ବ୍ୟବସ୍ଥା ରହିଛି ବୋଲି ସୂଚନା ଦିଆଯାଉଛି । ହେଲେ ବିଡମ୍ବନା ଯେ, ରାଜନୈତିକ ଚାପରେ କୋଟିପତି ଅଯୋଗ୍ୟ ହିତାଧିକାରୀଙ୍କ ସ୍ବାର୍ଥ୍ୟ ସକାଶେ ଶତପ୍ରତିଶତ ଭିନ୍ନକ୍ଷମମାନେ ଗୃହ ନିର୍ମାଣ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଭିନ୍ନକ୍ଷମ ଜିଲାପାଳ ଓ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନୟାନ୍ତ ହୋଇ ସାରିଥିଲେ ସୁଦ୍ଧା ଘର ଖଣ୍ଡେ ପାଇପାରୁ ନାହାନ୍ତି।

ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ବଢୁଛି ରୋଗ

ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ବଢୁଛି ରୋଗ

ଯାଜପୁରରୋଡ,୨୧।୨(ନି.ପ୍ର.)- ବ୍ୟାସନଗର ପୌରପରିଷଦ ସମେତ କୋରେଇ, ରସୁଲପୁର ଓ ରାମଚନ୍ଦ୍ରପୁର ପ୍ରଭୃତି ଅଞ୍ଚଳର ରୋଗୀମାନେ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ପ୍ରତ୍ୟେକ ଦିନ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ୩୦୦ରୁ ଊର୍ଦ୍ଧ୍ୱ ରୋଗୀ ନିର୍ଭର କରିଥାନ୍ତି। ମାତ୍ର ଏଠାରେ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉ ନ ଥିବା ଡାକ୍ତରଖାନାକୁ ଦେଖିଲେ ପରିଲକ୍ଷିତ ହୁଏ।

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଖଣ୍ଡପଡା,୨୧।୨(ସ୍ବ.ପ୍ର.): ବାଘମାରୀ-ଦଶପଲ୍ଲା ରାଜ୍ୟ ରାଜପଥ ଏବେ ଲୁଟେରାଙ୍କ ଚରାଭୂଇଁ ପାଲଟିଛି। ଉକ୍ତ ଅଞ୍ଚଳରେ କେବଳ ରାତିରେ ନୁହେଁ ଦିନରେ ମଧ୍ୟ ଲୁଟେରାମାନେ ସକ୍ରିୟ ହୋଇ ମାରଣାସ୍ତ୍ର ଦେଖାଇ ଲୁଟ କରୁଥିବା ଅଭିଯୋଗ ହେଉଛି। ଏହି କ୍ରମରେ ବୁଧବାର କଣ୍ଟିଲୋ ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ମୋବାଇଲ ସହ ସାଢ଼େ ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ବ୍ଲକ ସ୍ତରୀୟ ନିଯୁକ୍ତି ମେଳା

ବ୍ଲକ ସ୍ତରୀୟ ନିଯୁକ୍ତି ମେଳା

ରାଜନଗର, ୨୧।୨: କେନ୍ଦ୍ରପଡ଼ା ଜିଲା ରାଜନଗର ବ୍ଲକ ହାଇସ୍କୁଲ ପଡ଼ିଆରେ ଓରମାସ ପକ୍ଷରୁ ବୁଧବାର ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ବ୍ଲକ ଅଧ୍ୟକ୍ଷ ଜୟରାମ ସେଠୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି।

ଅଗ୍ନିକାଣ୍ଡ: ୨ ଦୋକାନ, ଏକ ବଖରା ଜଳିଗଲା

ଅଗ୍ନିକାଣ୍ଡ: ୨ ଦୋକାନ, ଏକ ବଖରା ଜଳିଗଲା

ମହାକାଳପଡ଼ା ୨୧।୨(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ବିଜୟନଗର ମାର୍କେଟ କମ୍ପ୍ଲେକ୍ସରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ଟି ଦୋକାନ ଓ ଏକ ବଖରା ବାସଗୃହ ଜଳିଯାଇଛି।

ଜିଲା ପଞ୍ଚାୟତ କାର୍ଯ୍ୟାଳୟର କିରାଣି ବହିଷ୍କୃତ

ଯାଜପୁର ଅଫିସ,୨୦।୧ ଜିଲା ପଞ୍ଚାୟତ କାର୍ଯ୍ୟାଳୟର ବରିଷ୍ଠ କିରାଣି ବିଚିତ୍ରାନନ୍ଦ ମହାନ୍ତିଙ୍କୁ ଜିଲାପାଳ ରଞ୍ଜନ କୁମାର ଦାସ ମଙ୍ଗଳବାର ସରକାରୀ ଚାକିରିରୁ ବହିଷ୍କାର କରିଛନ୍ତି।

ମା,ବାପା ଛେଉଣ୍ଡ ୨ ଅସହାୟ ଶିଶୁ ଉଦ୍ଧାର

ଦଶରଥପୁର, ୨୦।୨(ଡି.ଏନ୍‌.ଏ.) ମା,ବାପ ଛେଉଣ୍ଡ ୨ ଅସହାୟ ଶିଶୁଙ୍କୁ ମଙ୍ଗଳବାର ପାଲଟପୁର ପଞ୍ଚାୟତ ପାଲଟପୁର ୧୨ ନଂ ୱାର୍ଡରୁ ଜିଲା ଶିଶୁ ସୁରକ୍ଷା ବିଭାଗ ଉଦ୍ଧାର କରିଛି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ନିର୍ଦ୍ଦେଶକୁ ବେଖାତିର

ଯାଜପୁର ଅଫିସ,୨୦।୨ ଯାଜପୁର ଜିଲାରେ ଗ୍ରାମୀଣ ଆବାସ ଯୋଜନାରେ ଦୁର୍ନୀତି ସୀମା ଟପିବାକୁ ଲାଗିଲାଣି । ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ମଧ୍ୟ ଏଠାରେ ଫିକା ପଡିଛି । ଫଳରେ ଆବାସ ଦୁର୍ନୀତି ଏଠାରେ ବରଗଛର ଓହଳ ପରି ଲମ୍ବି ଚାଲିଛି । ବିଶେଷକରି ଜିଲାର ବିଞ୍ଝାରପୁର ବ୍ଲକରେ ଶାସକ ଦଳ ଚାପରେ ଅଯୋଗ୍ୟ ହିତାଧିକାରୀଙ୍କୁ ଗ୍ରାମୀଣ ଆବାସ ଯୋଗାଇ ଦିଆଯାଇଛି। ସେମାନେ ଘର ନ କରି ସରକାରୀ ଅର୍ଥକୁ ଉଠାଇ ନେଇଛନ୍ତି । ଫଳରେ ଶହ ଶହ ଗରିବ ବ୍ୟକ୍ତି ସରକାରୀ ଆବାସ ନ ପାଇ ପଲିଥିନ ତଳେ ରହିବାକୁ ବାଧ୍ୟ ହେଉଛନ୍ତି । ଏହି ଅନିୟମିତତାରେ ଖୋଦ୍‌ ବିଡିଓ, ଯନ୍ତ୍ରୀ ଓ ଭିଏଲ୍‌ଡବ୍ଲ୍ୟୁ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିବାବେଳେ ସେମାନଙ୍କୁ ପୁଣି ଏହି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ତଦନ୍ତ ରିପୋର୍ଟର ସ୍ବଚ୍ଛତା ନେଇ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଝାଉଁଳା ରୋଗ ନେଇ ଚାଷୀ ମୁଣ୍ଡରେ ଚଡ଼କ

ଝାଉଁଳା ରୋଗ ନେଇ ଚାଷୀ ମୁଣ୍ଡରେ ଚଡ଼କ

ରସୁଲପୁର,୨୦।୨(ଡି.ଏନ୍‌.ଏ.)- ରସୁଲପୁର ବ୍ଲକରେ ବାଦାମ ଫସଲରେ ଝାଉଁଳା ରୋଗ ଦେଖାଦେଇଛି । ଏହି ରୋଗରେ ଆକ୍ରାନ୍ତ ହୋଇ ଏକର ଏକର ବାଦାମ ଚାଷ ପୋଡ଼ିଯାଉଛି । ଅଦିନିଆ ବର୍ଷାରେ ଧାନ ଓ ପନିପରିବା ଫସଲରେ ବ୍ୟାପକ କ୍ଷତି ହୋଇଥିଲା । କ୍ଷତିଗ୍ରସ୍ତ ଚାଷୀମାନେ ବାଦାମ ଫସଲରୁ କ୍ଷତି ଭରଣା କରିବା ପାଇଁ ଚାଷୀ ଆଶା ବାନ୍ଧି ଥିଲେ । ଏବେ ବାଦାମ ଫସଲ ଉଜୁଡିବା ଦେଖି ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଯାଇଛି ।

ପ୍ରହସନ ପାଲଟିଛି ଜଳପ୍ରକଳ୍ପ ନିର୍ମାଣ

କାଳିଆପାଣି,୨୦।୨(ଡି.ଏନ୍‌.ଏ.) ଆଉ କିଛି ଦିନ ପରେ ଗ୍ରୀଷ୍ମଋତୁ ଆରମ୍ଭ ହେବ। ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ କାଳିଆପାଣି ଖଣି ଅଞ୍ଚଳର ଲୋକମାନେ ଜଳ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବର୍ଷ ଆରମ୍ଭରୁ ଖଣି ଅଞ୍ଚଳର ଆଖପାଖ ଗ୍ରାମଗୁଡ଼ିକରେ ଥିବା କୂଅ, ନଳକୂପ, ପୋଖରୀ ଆଦି ଶୁଖିବା ଆରମ୍ଭ ହୋଇଯାଇଛି। ଜଳ ସମସ୍ୟାକୁ ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ପ୍ରକଳ୍ପର ଶିଳାନ୍ୟାସ ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ହୋଇଥିଲେ ମଧ୍ୟ ଏଯାବତ୍‌ ତାହାର କାର୍ଯ୍ୟ ଆରମ୍ଭ ହୋଇନାହିଁ। ତେବେ ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ଖଣି ଅଞ୍ଚଳର ସ୍ଥାନୀୟ ଲୋକଙ୍କୁ ଜଳ ସମସ୍ୟା ଉପୁଜିବ ବୋଲି ଆଶଙ୍କା କରାଯାଉଛି। ଖଣିର ଅନତିଦୂରରେ ଥିବା ଭୀମଟଙ୍ଗର, କାଳିଆପାଣି, ସୁକରଙ୍ଗୀ, କଂସ, କଲରଙ୍ଗୀ, ପୁରିଆଝର ପରି ଗ୍ରାମରେ ବର୍ତ୍ତମାନଠାରୁ ପାନୀୟ ଜଳ ସମସ୍ୟା ଆରମ୍ଭ ହୋଇଯାଇଛି। କାଳିଆପାଣି ଅଞ୍ଚଳରେ କ୍ରୋମାଇଟ ଖଣି ଗୁଡ଼ିକ ଦିନକୁ ଦିନ ଗଭୀର ହେଉଥିବାବେଳେ ଜଳସ୍ତର ସେହି ହାରରେ ତଳକୁ ଖସିବାରେ ଲାଗିଛି ।

ଚଣ୍ଡିଖୋଲ-ଖୋସାଲିପୁର ରାସ୍ତା ମରଣଯନ୍ତା

ଚଣ୍ଡିଖୋଲ-ଖୋସାଲିପୁର ରାସ୍ତା ମରଣଯନ୍ତା

ଚଣ୍ଡିଖୋଲ, ୨୦।୨(ଡି.ଏନ.ଏ) ଏମିତି ଏକ ରାସ୍ତା ଅଛି ଯାହା କେଉଁ ବିଭାଗ ଅଧୀନରେ ଅଛି ତାହା କେହି କହିପାରୁ ନାହାନ୍ତି । ଏପରିକି ଏହି ରାସ୍ତା ତିଆରି ହେଉଛି ଓ ମରାମତି ମଧ୍ୟ ହୋଇଛି । ତେବେ ବିଭାଗୀୟ ଅଧିକାରୀମାନେ ରାସ୍ତା ଆମର ନୁହେଁ ବୋଲି ପ୍ରକାଶ କରୁଛନ୍ତି । ଚଣ୍ଡିଖୋଲ ଛକରୁ ବାହାରି ସୁଙ୍ଗୁଡା ଦେଇ ଖୋସାଲିପୁର ହାଇଲେବୁଲ୍‌ କେନାଲ ପଯର୍‌ୟନ୍ତ ୫୩ ନଂ ଜାତୀୟ ରାଜପଥ କଡେକଡେ ଯାଇଥିବା ଏହି ରାସ୍ତାଟି ଏବେ ପାଲଟିଛି ମରଣଯନ୍ତା । ଦୀର୍ଘ ବର୍ଷ ହେଲା ମରାମତି ଅଭାବରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି ।