ଉପକୂଳ ଓଡିଶା

ଚାଲିଛି ବେଆଇନ ଖାଦାନ, ପ୍ରଶାସନ ନୀରବ

ଚାଲିଛି ବେଆଇନ ଖାଦାନ, ପ୍ରଶାସନ ନୀରବ
ଚଣ୍ଡିଖୋଲ,୯।୨(ଡି.ଏନ୍‌.ଏ.)- ଦିନକୁ ଦିନ ପଥର ମାଫିଆମାନେ ସକ୍ରିୟ ହୋଇ ଉଠୁଛନ୍ତି । ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଜ୍ଞାତ ସାରରେ ବେଆଇନ ଖାଦାନ ଚାଲୁଥିବା ନେଇ ଜିଲାରେ ଚର୍ଚ୍ଚା ଲାଗିରହିଛି। ଏପରିକି ମାଫିଆମାନେ ବିଭିନ୍ନ ସ୍ଥାନରେ ପ୍ରଶାସନିକ ଅଧିକାରୀଙ୍କୁ ହତ୍ୟା କରିବାକୁ ପଛାଉ ନ ଥିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି। ଗତ କିଛି ଦିନ ତଳେ ଯାଜପୁର ଆରଟିଓଙ୍କୁ ଗାଡି ଚଢାଇ ମାରିଦେବା ଓ ତିନିମାସ ତଳେ ଚଣ୍ଡିଖୋଲ ଆରଟିଓ କର୍ମଚାରୀଙ୍କୁ ରଥିଆଠାରେ ମାଡ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଦର୍ପଣ ତହସିଲ ଅଧୀନରେ କୌଣସି ସ୍ଥାନରେ ମାଙ୍କଡା ଖାଦାନ ଲିଜ୍‌ ଦିଆଯାଇ ନ ଥିବାବେଳେ ମାଫିଆମାନେ ସରକାରୀ ଓ ଜଙ୍ଗଲ ଜମିରୁ ବେଆଇନ ମାଙ୍କଡା ଖାଦାନ ଚାଲିଛି। ଦୈନିକ ଶହ ଶହ ଟ୍ରିପ୍‌ ମାଙ୍କଡା ବାହାରକୁ ଚୋରା ଚାଲାଣ କରାଯାଉଛି। ପ୍ରଶାସନିକ ଅଧିକାରୀମାନେ ସବୁ ଜାଣି ନୀରବତା ଅବଲମ୍ବନ କରିବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଏହି ତହସିଲର ବୈରୀ, ସମିଆ, ଦର୍ପଣୀ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନ ଭାଲୁ ଖାଇ, ପାରିଆ, ଚାରିଗୋଛିଆ, ବଡଶିଳା,ସାତମାଣ, ବନ୍ଧପଲ୍ଲି, କୋହ୍ଲା, ଗୋପାଳପୁର, ଗୁଣ୍ଡୁରାପଶି, ଯୋରାବାଟି, କୋଲସାହି ଅଞ୍ଚଳରେ ଦୈନିକ ପାୱାର ଟିଲର ଓ ଜେସିବି ମେଶିନ୍‌ ସହାୟତାରେ ଦୁଇ ଶହରୁ ଅଧିକ ଟ୍ରକ ଯୋଗେ ଚୋରା ମାଙ୍କଡା ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଛି। ଏହି ଖାଦାନ ଗୁଡିକରେ ଦିନ ଓ ରାତିରେ ମାଙ୍କଡା କଟାଯାଉଥିଲାବେଳେ ଦୈନିକ ରାତି ୮ ଟା ପରେ ଟ୍ରକ୍‌ ଯୋଗେ ଚାଲାଣ କରାଯାଉଅଛି । ପୋଲିସ ପକ୍ଷରୁ ୨ ରୁ୩ ଟି ଗାଡିକୁ ଧରାଯାଇ ଦର୍ପଣ ତହସିଲଦାରଙ୍କୁ ହସ୍ତାନ୍ତର କରାଯାଉଛିା କଳାପଥର ବୋଝେଇ ଟ୍ରକ୍‌କୁ ଧରୁଥିବାବେଳେ ଅଦ୍ୟାବଧି କୌଣସି ମାଙ୍କଡା ଖାଦାନ ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଏହି ଖାଦାନ ଚଳାଉଥିବା ମାଫିଆଙ୍କୁ ପ୍ରଶାସନ ଜାଣିଥିଲେ ମଧ୍ୟ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଜଣାପଡ଼ିଛି। ଚୋରା ବ୍ୟବସାୟୀଙ୍କ ଏଭଳି ଅବାଧ କାରବାରକୁ ନେଇ କିଛି ବଡ଼ ବଡ଼ ଅଧିକାରୀ ମଧ୍ୟ ଏଥିରେ ସାମିଲ ଥିବା ଜଣାପଡ଼ିଛି । ଯାହାଦ୍ୱାରା ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଛି । ଏହି ଚୋରା ମାଙ୍କଡାକୁ ନେଇ ବାରମ୍ବାର ଆନ୍ଦୋଳନ କରାଯିବା ସତ୍ତ୍ୱେ ପ୍ରଶାସନ ନୀରବ ସାଜି ପରୋକ୍ଷରେ ଚୋରା ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଦେଉଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କିଛିଦିନ ବନ୍ଦ ହେବା ପରେ ପୁନର୍ବାର ମାଙ୍କଡା ଖାଦାନ ଗୁଡିକ ଚାଲୁ ରହୁଛି । ଏ ସମ୍ପର୍କରେ ଦର୍ପଣ ତହସିଲଦାର ଅଶୋକ କୁମାର ଦାସଙ୍କୁ ପଚାରିବାରେ ଚଢାଉ କରାଯାଉଛି। କେତେବେଳେ ଖସି ଯାଉଛନ୍ତି ତ ଅନ୍ୟକେତେବେଳେ ସେମାନେ ଧରାପଡୁଛନ୍ତି ବୋଲି କହିଛନ୍ତି।
All Right Reserved By

ଉପକୂଳ ଓଡିଶା

କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ରାସ୍ତାରୋକୋ

କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ରାସ୍ତାରୋକୋ

କେନ୍ଦ୍ରପଡା ଅଫିସ୍‌, ୨୪।୧: ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ କେନ୍ଦ୍ରାପଡା ଜିଲା ବନ୍ଦ ଡାକରାକୁ ନେଇ ଜିଲାର ବିଭିନ୍ନ ସ୍ଥାନରେ ରାସ୍ତାରୋକୋ ହୋଇଛି। ରି ସହର ମଧ୍ୟରେ ୧୪୪ ଧାରା ଜାରି ହୋଇଥିବାରୁ ଦୋକାନ ବଜାର ଗୁଡିକ ବନ୍ଦ ରହିଛି। 

ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ: ଭଙ୍ଗା ଚାଳଘରେ ଜରିପାଲ ଘୋଡ଼ାଇ ରହୁଛନ୍ତି ପରିବାର

ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ: ଭଙ୍ଗା ଚାଳଘରେ ଜରିପାଲ ଘୋଡ଼ାଇ ରହୁଛନ୍ତି ପରିବାର

ରଣପୁର,୨୪ା୧ (ସ୍ବ.ପ୍ର.)- ସରକାର ବାସହୀନ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆବାସ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଏବେ ବି ବହୁ ଗରିବ ପରବାର ଅଛନ୍ତି ଯେଉଁମାନଙ୍କ ପାଇଁ ପକ୍କାଘର ସ୍ବପ୍ନ ପାଲଟିଛି। ସେମାନଙ୍କ ପାଇଁ ଜରିପାଲ ଘୋଡା ଭଙ୍ଗା ଚାଳଘର ଭରସା ହୋଇଛି। ଏମିତି ଏକ ନଜିର ନୟାଗଡ଼ ଜିଲା ରଣପୁର ଏନ୍‌ଏସିର ୮ନଂ. ୱାର୍ଡ ଶାମୁକାସାହିରେ ଦେଖିବାକୁ ମିଳିଛି। 

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସର ପଦକ୍ଷେପ:ଶାଶୁଶ୍ୱଶୁରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସର ପଦକ୍ଷେପ:ଶାଶୁଶ୍ୱଶୁରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା

ରଣପୁର,୨୪ା୧ (ସ୍ବ.ପ୍ର.)- ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ଡିହଗାଁ ଗ୍ରାମରେ ଜଣେ ବ୍ୟକ୍ତି ମାସ ମାସ ଧରି ଘରକୁ ଆସୁ ନ ଥିବାରୁ ଏହାକୁ ବିରୋଧ କରି ତାଙ୍କ ସ୍ତ୍ରୀ ନିଜ ଶାଶୁଶ୍ୱଶୁରଙ୍କୁ ନଜରବନ୍ଦୀ କରି ଘରେ ରଖିଥିଲେ। 

ଘନ କୁହୁଡିରେ ଭାରସାମ୍ୟ ହରାଇ ଓଲଟିଲା ମିନିଟ୍ରକ

ଘନ କୁହୁଡିରେ ଭାରସାମ୍ୟ ହରାଇ ଓଲଟିଲା ମିନିଟ୍ରକ

ଦଶପଲ୍ଲା,୨୪।୧(ଡି.ଏନ.ଏ.)-ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ସୁବଳୟା ନିକଟରେ ଘନ କୁହୁଡିରେ ଭାରସାମ୍ୟ ହରାଇ ଏକ ମିନିଟ୍ରକ ଓଲଟି ପଡିଛି। 

ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ : ୧ ବଳଦ ମୃତ, ୩ ଗୁରୁତର

ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ : ୧ ବଳଦ ମୃତ, ୩ ଗୁରୁତର

ଓଡ଼ଗାଁ, ୨୪।୧(ସ୍ବ.ପ୍ର.)-ଓଡ଼ଗଁା ଖାଡି ତେଲିସାହି ମୁଣ୍ଡରେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ଗୋଟାଏରେ ଏକ ମୋବାଇଲ ଟାୱାର ନିକଟରେ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ସେଠାରେ ଥିବା ୪ ବଖରା ଗୁହାଳ ପୋଡିଯିବା ସହ ଗୋଟିଏ ବଳଦର ମୃତ୍ୟୁ ହୋଇଥିବା ବେଳେ ୩ ବଳଦ ଗୁରୁତର ହୋଇଛନ୍ତି ା 

ଧାନ କିଣାରେ ଚାଷୀଙ୍କୁ ଉପେକ୍ଷା

ଧାନ କିଣାରେ ଚାଷୀଙ୍କୁ ଉପେକ୍ଷା

ଭାପୁର,୨୪।୧(ଡି.ଏନ୍‌.ଏ.)- ଚାଷୀଙ୍କଠାରୁ ସରକାରୀ ଦରରେ ମିଲରମାନେ ଧାନ କ୍ରୟ କରିବା କଥା। ମାତ୍ର ସେବା ସମବାୟ ସମିତି ମାଧ୍ୟମରେ ହେଉଥିବା ଏହି ଧାନ କ୍ରୟ ସମୟରେ ଚାଷୀଙ୍କୁ ଉପେକ୍ଷା କରାଯାଇ ବେପାରୀ ଓ ଦଲାଲମାନଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି। ଏପରି କି ଚାଷୀଙ୍କଠାରୁ ଏକ କୁଇଣ୍ଟାଲ ଧାନରେ ୫ କେଜି ଲେଖାଏଁ କାଟି ନିଆଯାଉଥିବା ମଧ୍ୟ ଅଭିଯୋଗ ହେଉଛି। 

ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଜନ୍ମ ବାର୍ଷିକୀ

ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଜନ୍ମ ବାର୍ଷିକୀ

କୃଷ୍ଣପ୍ରସାଦ,୨୪ା୧(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ନିକଟ ମଲେଶ୍ୱରୀ ଗାଁ ସତ୍‌ସଙ୍ଗ ବିହାରରେ ବୁଧବାର ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୧ ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନ କରାଯାଇଛି। 

ନେତାଜୀ ଜୟନ୍ତୀ ପାଳନକୁ ବିରୋଧ, ଟାଉନ ହାଇସ୍କୁଲ ପଡ଼ିଆରେ ୧୪୪ ଧାରା ଜାରି

ନେତାଜୀ ଜୟନ୍ତୀ ପାଳନକୁ ବିରୋଧ, ଟାଉନ ହାଇସ୍କୁଲ ପଡ଼ିଆରେ ୧୪୪ ଧାରା ଜାରି

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୧- ଟାଉନ ହାଇସ୍କୁଲ ପଡ଼ିଆଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ନେତାଜୀଙ୍କ ଜୟନ୍ତୀ ଉପଲକ୍ଷେ ବୁଧବାର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହାକୁ ସଂଖ୍ୟାଲଘୁ ସେଲ୍‌ ପକ୍ଷରୁ ବିରୋଧ କରାଯିବାରୁ ଏ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।  ଉଭୟ ପକ୍ଷରୁ ପ୍ରାୟ ୧୦ ହଜାର ଲୋକ ହାଇସ୍କୁଲ ପଡ଼ିଆରେ ଏକାଠି ହୋଇଥିବା ବେଳେ ଖବରପାଇ ଜିଲା ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଛନ୍ତି। ତେବେ ଅପରାହ୍ନ ସାଢ଼େ ୪ଟା ବେଳେ ହାଇସ୍କୁଲ ପଡ଼ିଆରେ ଜିଲା ପୋଲିସ ପକ୍ଷରୁ ୧୪୪ ଧାରା ଲାଗୁ କରିଦିଆଯାଇଛି।

ନେତାଜୀ ଜୟନ୍ତୀରେ ଶିଶୁ ଉତ୍ସବ

ନେତାଜୀ ଜୟନ୍ତୀରେ ଶିଶୁ ଉତ୍ସବ

ମାର୍ଶାଘାଇ, ୨୩।୧ (ଡି.ଏନ୍‌.ଏ.)- ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତରେ ନେତାଜୀଙ୍କ ଜନ୍ମ ଦିବସ ଉପଲକ୍ଷେ ପଞ୍ଚାୟତସ୍ତରୀୟ ଶିଶୁ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି।

କଚେରୀ ପୋଖରୀ ପୁନରୁଦ୍ଧାର  ପାଇଁ ଜନସ୍ବାର୍ଥ ମାମଲା

କଚେରୀ ପୋଖରୀ ପୁନରୁଦ୍ଧାର ପାଇଁ ଜନସ୍ବାର୍ଥ ମାମଲା

ପଟ୍ଟାମୁଣ୍ଡାଇ, ୨୩।୧ (ସ୍ବ.ପ୍ର)-ଜମିଦାର ଅମଳରୁ ଖୋଳା ଯାଇଥିବା କଚେରୀ ପୋଖରୀ ଏବେ ମ୍ୟୁନିସିପାଲିଟିର ଡମ୍ପିଂ ୟାର୍ଡରେ ପରିଣତ ହୋଇଛି। ସହରର ବର୍ଜ୍ୟବସ୍ତୁ ଦୈନିକ ଏହି ପୋଖରୀରେ ପଡ଼ୁଛି। ଫଳରେ ଅଳିଆ ଆବର୍ଜନାଗୁଡିକ ପଚି ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଫଳରେ ଜନ ସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ୧ଏକର ୨୫ଡିସିମିଲି ପରିମିତ ଜମିରେ ଜମିଦାର ଅମଳରୁ ଖୋଳା ଯାଇଥିବା ଏହି ପୋଖରୀର ଉଦ୍ଦେଶ୍ୟ ସାଧିତ ହେବାଠାରୁ  ଦୂରେଇ ଯାଇଛି।

ବ୍ରାହ୍ମଣୀ ନଦୀ କୂଳରୁ ବେଆଇନ ବାଲି ମାଟି ଉଠାଣ ଘଟଣା:  ଏନ୍‌ଜିଟି ନିର୍ଦ୍ଦେଶଙ୍କୁ ବେଖାତିର, ମାମଲା ରୁଜୁ

ବ୍ରାହ୍ମଣୀ ନଦୀ କୂଳରୁ ବେଆଇନ ବାଲି ମାଟି ଉଠାଣ ଘଟଣା: ଏନ୍‌ଜିଟି ନିର୍ଦ୍ଦେଶଙ୍କୁ ବେଖାତିର, ମାମଲା ରୁଜୁ

ପଟ୍ଟାମୁଣ୍ଡାଇ, ୨୩।୧ (ସ୍ବ.ପ୍ର)-ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ଅଳଭା ଓ ନିମପୁର-ଶାସନ ଆର୍‌ଆଇ ସର୍କଲ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରୁ ବେଆଇନ ବାଲି ଓ ମାଟି ଉଠାଣ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ତାହା ବନ୍ଦ ହୋଇନାହିଁ। ଏ ନେଇ ପଟ୍ଟାମୁଣ୍ଡାଇ ବେଲତଳ ଗ୍ରାମର ସାମାଜିକ କର୍ମୀ ମନୋରଞ୍ଜନ ପ୍ରଧାନ ଓ ସାଥୀମାନେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ର ଆଶ୍ରୟ ନେଇଥିଲେ। ବେଆଇନ ଭାବେ ବ୍ରାହ୍ମଣୀ ନଦୀ କୂଳ ଓ ତତ୍‌ସଂଲଗ୍ନ ସରକାରୀ ଜମିରୁ ବହୁ ମାଟି ବାଲି ଖୋଳା ଯିବା ଦ୍ୱାରା ପରିବେଶ ନଷ୍ଟ ହେବା ସହିତ ନିକଟରେ ଥିବା ଉତିକଣ ବନ୍ୟା ନିରୋଧକ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି। ଏନ୍‌ଜିଟି ଏହି ମାମଲାକୁ ବିଚାର କରି  ଠିକ ରିପୋର୍ଟ ଦାଖଲ କରିବା ପାଇଁ ପଟ୍ଟାମୁଣ୍ଡାଇ ତହସିଲଦାର, କେନ୍ଦ୍ରାପଡ଼ା ଜିଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବେଆଇନ ବାଲି, ମାଠି ଉଠାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରକଣାରେ ପୂଷ୍ୟା ଲକ୍ଷ୍ମୀପୂଜା

ପରକଣାରେ ପୂଷ୍ୟା ଲକ୍ଷ୍ମୀପୂଜା

ପାଟକୁରା, ୨୩।୧ (ଡି.ଏନ୍‌.ଏ.)-ଗରଦପୁର ବ୍ଲକ ବେଡାରୀ ପଞ୍ଚାୟତ ପରକଣା ଗ୍ରାମରେ ପାରମ୍ପରିକ ପୂଷ୍ୟା ଲକ୍ଷ୍ମୀପୂଜା ଆରମ୍ଭ ହୋଇଛି। ଗ୍ରାମର ଜାଜ୍ଞେଶ୍ୱରୀ ପୀଠରେ ମା’ ପୂଷ୍ୟା ଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତୀ ନିର୍ମାଣ କରାଯାଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। ୭ଦିନ ବ୍ୟାପି ଏହି ପୂଜା ଉତ୍ସବ ଅନୁଷ୍ଟିତ ହେବାକୁ ଥିବା ବେଳେ ଆସନ୍ତା ରବିବାର ପୂର୍ଣ୍ଣାହୂତି କରାଯିବ।