ଉପକୂଳ ଓଡିଶା

ରାସ୍ତା ଅବରୋଧକାରୀଙ୍କ ଭାଙ୍ଗିଲା ଶେଡ୍‌

ରାସ୍ତା ଅବରୋଧକାରୀଙ୍କ ଭାଙ୍ଗିଲା ଶେଡ୍‌
ଯାଜପୁରରୋଡ଼, ୯।୨ (ନି.ପ୍ର.) ଯାଜପୁରରୋଡ ବ୍ୟାସନଗର ପାୈରପରିଷଦର ଡ୍ରେନ୍‌ ଓ ରାସ୍ତାଗୁଡ଼ିକୁ ଅବରୋଧ କରି ବିଭିନ୍ନ ବ୍ୟବସାୟ ଅନୁଷ୍ଠାନ ଓ ସପିଂ ମଲ୍‌ କରିଥିବା ଶେଡ୍‌କୁ ଶୁକ୍ରବାର ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି। ପ୍ରାୟ ୫୦୦ବ୍ୟବସାୟୀଙ୍କ ଶେଡ୍‌୍‌ ଉଚ୍ଛେଦ କରାଯାଇଛି। ପ୍ରକାଶ ଯେ, ବ୍ୟବସାୟୀମାନେ ରାସ୍ତା ଓ ଡ୍ରେନ୍‌ ଅବରୋଧ କରି ଦୋକାନକୁ ରାସ୍ତା ଉପରକୁ ମାଡ଼ି କରିଥିବା କାରଣରୁ ରାସ୍ତା ଅଣଓସାରିଆ ଓ ସଂକୁଚିତ ହେବା ସଙ୍ଗେ ଡ୍ରେନ୍‌ ସଫାରେ ଅସୁବିଧା ସୃଷ୍ଟି ହେଉଥିଲା। ଏପରି କି ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡ଼ିଥିଲା। ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ରାସ୍ତା ଓ ଡ୍ରେନ ଅବରୋଧ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଅବଦୁଲ ଅଲିମ୍‌ ଖାଁ, ଭୂ-ଅର୍ଜନ ଓ ପ୍ରକଳ୍ପ ଅଧିକାରୀ ନିହାର ରଞ୍ଜନ ଦାସ ଓ ବ୍ୟାସନଗର ପାୈରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ମୋହନ ଜେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ଜିଲାପାଳ ଓ ଏସ୍‌ପି ନିଜେ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ। ଏପରି କି ବ୍ୟବସାୟ ଅନୁଷ୍ଠାନଗୁଡ଼ିକୁ ୨୪ଘଣ୍ଟା ମଧ୍ୟରେ ଜବରଦଖଲ ଉଠାଇନେବାକୁ ନିର୍ଦ୍ଦେଶ ଦେଇଥିଲେ। ବ୍ୟବସାୟୀ ଅନୁଷ୍ଠାନଗୁଡ଼ିକ ରାସ୍ତାକୁ ମାଡ଼ିଥିବା ଶେଡକୁ ନ ଭାଙ୍ଗିବାରୁ ଶୁକ୍ରବାର ଅତିରିକ୍ତ ଜିଲାପାଳ ଅବଦୁଲ ଅଲିମ୍‌ ଖାଁ ଓ ଭୂ-ଅର୍ଜନ ଅଧିକାରୀ ଓ ପାୈରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପାୈର କର୍ମଚାରୀମାନେ ଗୋପବନ୍ଧୁ ଛକଠାରୁ ଚୋରଦା ଛକ ପର୍ଯ୍ୟନ୍ତ ଉଭୟପାର୍ଶ୍ୱରେ ଅବରୋଧ କରୁଥିବା ଶେଡକୁ ଜେସିବି ମେଶିନ ସାହାଯ୍ୟରେ ଭାଙ୍ଗି ରାସ୍ତା ସଫା କରିଥିଲେ। ଦୁଇଜଣ ବ୍ୟବସାୟୀ ଏହାକୁ ବିରୋଧ କରି ପ୍ରଶାସନ ଓ ପୋଲିସ କର୍ତ୍ତୃପକ୍ଷଙ୍କୁ ଗାଳି ଗୁଲଜ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଥାନାଅଧିକାରୀ ଅମିତାଭ ମହାପାତ୍ର ଓ ସଶସ୍ତ୍ର ପୋଲିସ ଧରି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ଅବଦୁଲ ଅଲିମ ଖାଁଙ୍କୁ ପଚାରିବାରେ ବ୍ୟାସନଗର ପାୈରପରିଷଦର ରାସ୍ତା ଓ ଡ୍ରେନ ଅବରୋଧ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉଚ୍ଛେଦ କରାଯିବ। ଏହି ଉଚ୍ଛେଦ କାର୍ଯ୍ୟରେ ଖର୍ଚ୍ଚ ହେଉଥିବା ଟଙ୍କା ସମ୍ପୃକ୍ତ ବ୍ୟବସାୟୀ ପ୍ରତିଷ୍ଠାନଠାରୁ ପାୈରପରିଷଦ ଅଟକଳ କରି ଆଦାୟ କରିବ ବୋଲି ଅତିରିକ୍ତ ଜିଲାପାଳ ଖଁ। କହିଛନ୍ତି।
All Right Reserved By

ଉପକୂଳ ଓଡିଶା

ବସ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ବସ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ଯାଜପୁର ଅଫିସ, ୧୩।୧୨: ଯାଜପୁର ଜିଲା ୨୦ ନମ୍ବର ଜାତୀୟ ରାଜପଥର ଜହ୍ନାଛକ ନିକଟରେ ଗୁରବାର ଅପରାହ୍ନ ୧ଟା ସମୟରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। 

ଛେଳି ଚୋରକୁ କାବୁ କରି ନିର୍ଧୁମ ଛେଚିଲେ ଗ୍ରାମବାସୀ

ଛେଳି ଚୋରକୁ କାବୁ କରି ନିର୍ଧୁମ ଛେଚିଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୧୩।୧୨(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ଥାନା ଅଧୀନ ବୁହାଳ ଗ୍ରାମରେ ବୁଧବାର ଛେଳି ଚୋରି କରିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ଗ୍ରାମବାସୀ କାବୁ କରିଥିଲେ। ପରେ ତାଙ୍କୁ ଏକ ଆମ୍ବ ଗଛରେ ବାନ୍ଧି ମାଡ଼ ମାରିଥିବା ଜଣାପଡ଼ିଛି। ଯୁବକଜଣଙ୍କ ହେଲେ କେନ୍ଦ୍ରାପଡ଼ାର ମିଟୁ ଦାସ(୨୮)। ବୁଧବାର ସକାଳେ ମିଟୁଙ୍କୁ ଥାନାକୁ ହସ୍ତାନ୍ତର କରାଯାଇଛି।

ରାଜନଗରରେ ଗଡ଼ିଲା ନିଯୁକ୍ତି ରଥ

ରାଜନଗରରେ ଗଡ଼ିଲା ନିଯୁକ୍ତି ରଥ

ରାଜନଗର,୧୩।୧୨(ଡି.ଏନ୍‌.ଏ.): ରାଜନଗର ବ୍ଲକରେ ଆସନ୍ତା ୧୫ ତାରିଖ ଶନିବାର ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏଥିରେ ଅଞ୍ଚଳର ବେକାରୀ ଯୁବତୀଯୁବକ ଅଂଶଗ୍ରହଣ କରି ବିଭିନ୍ନ ରାଷ୍ଟ୍ରାୟତ୍ତ କମ୍ପାନୀରେ ଯୋଗଦେଇପାରିବେ।

ଟ୍ରାନ୍ସଫର୍ମର ଫାଟି ୩ ଗୁରୁତର

ଟ୍ରାନ୍ସଫର୍ମର ଫାଟି ୩ ଗୁରୁତର

ଯାଜପୁର ଅଫିସ, ୧୩।୧୨: ଯାଜପୁର ରୋଡ ଦଳାଛକସ୍ଥିତ ଏକ ୩୩ କେଭି ଟ୍ରାନ୍ସଫର୍ମର ଗୁରୁବାର ପୂର୍ବାହ୍ନ ୯ଟାରେ ଫାଟିଯିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ବରିଷ୍ଠ ନାଗରିକଙ୍କୁ କମ୍ବଳ ବଣ୍ଟନ

ବରିଷ୍ଠ ନାଗରିକଙ୍କୁ କମ୍ବଳ ବଣ୍ଟନ

ବୋଲଗଡ଼,୧୩ା୧୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥ ଦେଉଳିଠାରେ ବୁଧବାର ୧୦୫ ବରିଷ୍ଠ ନାଗରିକଙ୍କୁ କ୍ଲବ ରେଡ୍‌ରୋଜ୍‌ ସୌଜନ୍ୟରୁ କମ୍ବଳ ବଣ୍ଟନ କରାଯାଇଛି।

ରାସ୍ତା ଅବସ୍ଥା ଶୋଚନୀୟ, ମରାମତି ଦାବି

ରାସ୍ତା ଅବସ୍ଥା ଶୋଚନୀୟ, ମରାମତି ଦାବି

ବୋଲଗଡ଼,୧୩ା୧୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ଅସରଳା ଦଳ ପଞ୍ଚାୟତସ୍ଥ ପୁଆଣିଆ ଗ୍ରାମର ଦାସସାହିକୁ ପ୍ରବେଶ କରିଥିବା ରାସ୍ତାଟି ଶୋଚନୀୟ ହୋଇପଡିଛି । ସାହି ମୁଣ୍ଡରେ ଥିବା ଡ୍ରେନ ଉପରେ ସମ୍ପୂର୍ଣ୍ଣ ଢାଙ୍କୁଣି ବ୍ୟବସ୍ଥା ନାହଁି। 

ଛାତ୍ରୀମାନଙ୍କ ଆମତ୍ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଛାତ୍ରୀମାନଙ୍କ ଆମତ୍ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ରଣପୁର,୧୩ା୧୨(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକ ମୟୁରଝାଲିଆ ପଞ୍ଚାୟତସ୍ଥ ଅର୍ଜ୍ଜୁନ ରାଉତ ସ୍ମାରକୀ ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ପାଇଁ ଆମତ୍ସୁରକ୍ଷା ତାଲିମ ଶିବିର ବୁଧବାର ଉଦ୍‌ଯାପିତ ହୋଇଯାଇଛି।

୧୪ରୁ ଧନୁପୂଜା ମହୋତ୍ସବ,ଲାଖବିନ୍ଧା ପ୍ରତିଯୋଗିତା

୧୪ରୁ ଧନୁପୂଜା ମହୋତ୍ସବ,ଲାଖବିନ୍ଧା ପ୍ରତିଯୋଗିତା

ଖଣ୍ଡପଡ଼ା,୧୩ା୧୨(ସ୍ବ.ପ୍ର.)-ଶ୍ରୀନୀଳମାଧବ ଜୀଉଙ୍କ ଆଦ୍ୟ ସେବକ ଶବର ରାଜା ବିଶ୍ୱାବସୁଙ୍କ ଗଡ଼ ଭାବେ ଭାପୁର ବ୍ଲକ୍‌ ଅନ୍ତର୍ଗତ କାଳିଆପଲ୍ଲୀ ଗ୍ରାମ ପରିଚିତ। ଧାନଚେଙ୍ଗଡ଼ା ପଞ୍ଚାୟତସ୍ଥ ଏହି ଗ୍ରାମରେ ପ୍ରତିବର୍ଷ ଧନୁ ସଂକ୍ରାନ୍ତିରେ ଧନୁପୂଜା ମହୋତ୍ସବ ପାଳନ କରାଯାଉଛି। 

ମରି ପଡ଼ୁଛନ୍ତି କାଉ, କୁକୁଡା : ରକ୍ତ ନମୁନା ସଂଗ୍ରହ

ମରି ପଡ଼ୁଛନ୍ତି କାଉ, କୁକୁଡା : ରକ୍ତ ନମୁନା ସଂଗ୍ରହ

କୃଷ୍ଣପ୍ରସାଦ,୧୨ା୧୨(ଡି.ଏନ.ଏ.)-କୃଷ୍ଣପ୍ରସାଦ ବ୍ଲକ୍‌ରେ ବର୍ତ୍ତମାନ ଶହ ଶହ କାଉ ଓ କୁକୁଡ଼ାଙ୍କ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। ଏକ ସପ୍ତାହ ଧରି ଏଠାରେ କୁକୁଡାଗୁଡ଼ିକ ମରି ପଡ଼ୁଥିବା ଯୋଗୁ ବ୍ୟବସାୟୀମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି। 

ଗୋଟିଏ ପଞ୍ଚାୟତରେ କଂଗ୍ରେସର ସମାନ୍ତରାଳ ବୈଠକ

ଗୋଟିଏ ପଞ୍ଚାୟତରେ କଂଗ୍ରେସର ସମାନ୍ତରାଳ ବୈଠକ

ନିଶ୍ଚିନ୍ତକୋଇଲି,୧୨।୧୨(ସ୍ବ.ପ୍ର.)-ମାହାଙ୍ଗା ନିର୍ବାଚନମଣ୍ଡଳୀରେ କଂଗ୍ରେସ ଗୋଷ୍ଠୀ କନ୍ଦଳ ପଦାରେ ପଡିଛି । 

ସ୍ବାସ୍ଥ୍ୟ, ପରିମଳ, ରାଶନକାର୍ଡ ବଣ୍ଟନ ଉପରେ ଗୁରୁତ୍ୱ

ରାଜନଗର,୧୨।୧୨(ଡିଏନଏ)-ବୁଧବାର ରାଜନଗର ବ୍ଳକ କାର୍ଯ୍ୟାଳୟର ସଦ୍‌ଭାବନା କକ୍ଷରେ ୭ମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଗୋଜବାୟାଣୀ ପୀଠରେ ବିଜୟଙ୍କୁ ସମ୍ବର୍ଦ୍ଧନା

ଗୋଜବାୟାଣୀ ପୀଠରେ ବିଜୟଙ୍କୁ ସମ୍ବର୍ଦ୍ଧନା

ମାର୍ଶାଘାଇ,୧୨।୧୨(ଡିଏନଏ)-ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବୁଧବାର ମାର୍ଶାଘାଇ ବ୍ଲକ ଦଶିପୁର ପଞ୍ଚାୟତର ଗୋଜବାୟାଣୀ ପୀଠରେ  ତାଙ୍କ ସମର୍ଥକମାନଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।