Dharitri News
ଉପକୂଳ ଓଡିଶା

ତଦନ୍ତକୁ କରାଯାଉଛି ବାଟବଣା

ଯାଜପୁର ଅଫିସ,୯।୨ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ଗ୍ରାମୀଣ ଆବାସ ଯୋଜନାରେ ଦୁର୍ନୀତି ସୀମା ଲଂଘିଛି । କେତେକ ଲୋକ ପ୍ରତିନିଧିଙ୍କ ଇଙ୍ଗିତରେ ଲକ୍ଷପତି ଓ କୋଟିପତିମାନେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡ଼ିଆ ଓ ବିଜୁ ପକ୍କା ଘର ହାତେଇଛନ୍ତି। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବାପରେ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ହୋଇଛି। ହେଲେ ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀ ଅଭିଯୋଗର ତଦନ୍ତ କରୁଥିବାରୁ ଏହା ବାଟବଣା ହେବା ନିଶ୍ଚିତ ବୋଲି ମତପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ବିଞ୍ଝାରପୁର ବ୍ଲକରେ ଗାଇଡ ଲାଇନକୁ ଊଲଙ୍ଘନ କରି କୋଟିପତି ହିତାଧିକାରୀଙ୍କୁ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଆଯାଇଥିଲା। ତେବେ ବ୍ଲକ ପ୍ରଶାସନ ତଦନ୍ତ ଆରମ୍ଭରୁ ନିଜ ଦୋଷକୁ ଘଣ୍ଟ ଘୋଡ଼ାଇବାକୁ ଯାଇ ବିଚିତ୍ର ଢଙ୍ଗରେ ତଦନ୍ତ ଆରମ୍ଭ କରିଛି। କଲ୍ୟାଣପୁର ପଞ୍ଚାୟତର ବିରେନ ଦାସଙ୍କ ପନତ୍ୀ ସୀମା ଦାସଙ୍କୁ ଗତ ୨୦୧୭-୧୮ରେ ପ୍ରଶାସନ ପକ୍ଷରୁ ସରକାରଙ୍କ ସମସ୍ତ ଗାଇଡ ଲାଇନ ଊଲଙ୍ଘନ କରି ବିଜୁ ପକ୍କାଘର ଦିଆଯାଇଥିଲା। ସୀମାଙ୍କ ପରିବାର ମାଲିକାନାରେ ରୁଦ୍ରପୁର ମୌଜାରେ ଏକ ଅଟ୍ଟାଳିକା ସହ ଏବେ ଏକ ୩ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣଧିନ ଅବସ୍ଥାରେ ରହିଥିବା ଦେଖାଯାଇଛି। ଏଭଳି କୋଟିପତି ହିତାଧିକାରୀଙ୍କୁ ପ୍ରଶାସନ କିପରି ଗରିବଙ୍କ ପାଇଁ ଉଦ୍ଦିଷ୍ଟ ବିଜୁ ପକ୍କାଘର ଦେଲା ତାହାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଛି। ତେବେ ଏସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଶୁକ୍ରବାର କନିଷ୍ଠଯନ୍ତ୍ରୀ ଓ ଭିଏଲଡବ୍ଲ୍ୟୁ ତଦନ୍ତ କରିବାକୁ ଯାଇଥିଲେ। ତେବେ ତଦନ୍ତ ସମୟରେ ଭିଏଲ୍‌ଡବ୍ଲ୍ୟୁ ସୀମା ଦାସଙ୍କ କୋଠାଘରକୁ ନ ଯାଇ ତାଙ୍କ ପୁରୁଣା ବାସଭବନକୁ ଦେଖି ଫଟୋ ଉଠାଇ ଫେରି ଆସିଥିଲେ। ସୂଚନାଯୋଗ୍ୟ ଯେ, ସୀମା ଦାସଙ୍କ ସ୍ବାମୀ ବିରେନ ଦାସଙ୍କ ପ୍ରକୃତ ଘର କଲ୍ୟାଣପୁର ପଞ୍ଚାୟତର ସମଲପୁର ଗ୍ରାମରେ। ୧୦ବର୍ଷ ପୂର୍ବେ କଲ୍ୟାଣପୁର ପଞ୍ଚାୟତର ରୁଦ୍ରପୁର ମୌଜାରେ ୨ମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରି ସେଠାରେ ବସବାସ କରୁଛନ୍ତି। ତେବେ ପ୍ରଶାସନ ନିଜ ଦୋଷକୁ ଘୋଡ଼ାଇବାକୁ ସୀମା ଦାସଙ୍କ ପୁରୁଣା ଘରକୁ ଯାଇ ତଦନ୍ତ କରିଥିବା ଜଣା ପଡ଼ିଛି। ଗ୍ରାମୀଣ ଆବାସ ଯୋଜନାରେ ଏହା ଏକ ଉଦାହରଣ ମାତ୍ର। ବିଞ୍ଝାରପୁର ବ୍ଲକର ଘଣ୍ଟିଆଳ, କପିଳା ଆଦି ପଞ୍ଚାୟତରେ ହଜାର ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଏଥିରେ ସରକାରୀ କର୍ମଚାରୀ, କାର ଓ ବାଇକ ରଖିଥିବା ହିତାଧିକାରୀ, ୨୦ଏକରରୁ ଊର୍ଦ୍ଧ୍ୱ ଜମିର ମାଲିକ, ଠିକାଦାର, ଲୋକପ୍ରତିନିଧି ପ୍ରମୁଖଙ୍କୁ ସାମିଲ କରାଯାଇଛି। ରାଜନୈତିକ ଶକ୍ତି ବଳରେ ଗରିବ ଲୋକଙ୍କୁ ବାସଗୃହ ନ ମିଳି ଧନୀ ଶ୍ରେଣୀର ଲୋକଙ୍କୁ ଯୋଜନାରେ ସାମିଲ କରାଯାଇଥିବାରୁ ସରକାରଙ୍କ ବାସ୍ତବ ଲକ୍ଷ୍ୟ ଏଠାରେ ଦିଶାହୀନ ହୋଇପଡିଛି। ତଦନ୍ତ କରିବାକୁ ଯାଇଥିବା ଭିଏଲ୍‌ଡବ୍ଲ୍ୟୁ ଦେବାଶିଷ ମହାରଣାଙ୍କୁ ପଚାରିବାରେ ହିତାଧିକାରୀଙ୍କ ଚାଳ ଘରକୁ ଦେଖି ବିଜୁ ପକ୍କାଘର କାର୍ଯ୍ୟାଦେଶ ଦିଆଯାଇଥିଲା। ଏଥିରେ ଆମର କିଛି ଦୋଷ ନାହିଁ ବୋଲି ଭିଏଲଡବ୍ଲ୍ୟୁ ମହାରଣା କହିଛନ୍ତି। ଏସଂକ୍ରାନ୍ତରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟଙ୍କୁ ପଚାରିବାରେ ଯଦି ତଦନ୍ତରେ ସେଭଳି ଅନିୟମିତତା ହୋଇଥିବ ତେବେ ସେ ନିଜ ଯାଇ ତଦନ୍ତ କରିବେ। ଆଉ ପ୍ରକୃତରେ ଯଦି ଅଯୋଗ୍ୟ ହିତାଧିକାରୀଙ୍କୁ ଗ୍ରାମୀଣ ଆବାସ ଯୋଜନାରେ ସାମିଲ କରାଯାଇଥିବ ତେବେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ନିଶ୍ଚିତ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଚାର୍ଯ୍ୟ କହିଛନ୍ତି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା

ଉପକୂଳ ଓଡିଶା

ବର୍ଷେ ପରେ ବି ଅଧା ହୋଇନି ପ୍ରକଳ୍ପ କାର୍ଯ୍ୟ

ଡୁବୁରୀ,୨୫।୨(ଡିଏନଏ)ଡୁବୁରୀ ଅଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ସୁକିନ୍ଦା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ୨୦୧୬ ମସିହା ଡିସେମ୍ବରରେ ଏହାର ଶୁଭ ଦିଆଯାଇଥିଲା। ମାତ୍ର ଏହାର ବର୍ଷେ ପରେ ବି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି।

ଏସିଏସ୍‌ଟି ଛାତ୍ରୀଛାତ୍ରଙ୍କ ଅନୁଦାନ ହଡ଼ପ

ଏସିଏସ୍‌ଟି ଛାତ୍ରୀଛାତ୍ରଙ୍କ ଅନୁଦାନ ହଡ଼ପ

ବରୀ,୨୫।୨(ସ୍ବ.ପ୍ର.)-ବରୀ ଶିକ୍ଷା ମଣ୍ଡଳ ଅଧୀନରେ ଥିବା ବରୀ-ମାଉଣ୍ଡ ବଜାରସ୍ଥିତ ବରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଅଞ୍ଚଳର ବହୁ ପ୍ରତିଭାବାନ୍‌ ବ୍ୟକ୍ତିଙ୍କୁ ପ୍ରତିଷ୍ଠିତ କରିପାରିଛି। ସମଗ୍ର ଜିଲାରେ ଏହି ବିଦ୍ୟାଳୟର ଖ୍ୟାତି ରହି ଥିବାବେଳେ ଏବେ ଏହାର ଗୁମର ଧୀରେ ଧୀରେ ଫିଟୁଛି। ଶିକ୍ଷୟିତ୍ରୀଶିକ୍ଷକଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ବିଦ୍ୟାଳୟରେ ପୂର୍ବରୁ ହୋଇଥିବା ଦୁର୍ନୀତି ପ୍ରକାଶ ପାଇବାକୁ ଲାଗିଛି।

ଅନ୍ଧବିଶ୍ୱାସରୁ ମୁକୁଳି ପାରୁନାହାନ୍ତି ନଗଡ଼ାବାସୀ

କାଳିଆପାଣି,୨୫।୨(ଡିଏନଏ) -ରାଜ୍ୟ ସରକାର ଓ ଜିଲା ପ୍ରଶାସନ ନଗଡ଼ାକୁ ଏକ ଆଦର୍ଶ ଗ୍ରାମ ଭାବେ ଗଢ଼ି ତୋଳିବାକୁ ସ୍ବପ୍ନ ଦେଖୁଥିବା ବେଳେ ସେଠାରେ ବାସ କରୁଥିବା ଜୁଆଙ୍ଗମାନେ ଆଜି ବି ଅନ୍ଧବିଶ୍ୱାସର ଅନ୍ଧଗଳିରେ ଛନ୍ଦି ହେଉଛନ୍ତି। ରବିବାର ଏଭଳି ଏକ ଘଟଣା ପରିଲକ୍ଷିତ ହୋଇଛି।

ପତ୍ର ଆଦାନ ପ୍ରଦାନରେ ସୀମିତ କାର୍ଯ୍ୟାନୁଷ୍ଠାନ

ଯାଜପୁର ଅଫିସ,୨୫।୨- ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତିକୁ ଅଧିକ ଗୁରୁତ୍ୱ ଦେବାକୁ ଦକ୍ଷତା ବୃଦ୍ଧି ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କର୍ମ ନିୟୋଜନ ବିଭାଗର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ଦକ୍ଷତା ବୃଦ୍ଧି ଏବଂ ବୈଷୟିକ ଶିକ୍ଷା ବିଭାଗର ଉପସଚିବ ମନୋରଞ୍ଜନ ଜେନା ତାଙ୍କ ପତ୍ରସଂଖ୍ୟା ୧୦୦୬/୨୩।୨।୨୦୧୮ରେ ସ୍ଥାନୀୟ ନିଯୁକ୍ତି ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଭାଗକୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଶିଳ୍ପ ମନ୍ତ୍ରୀଙ୍କୁ ୨୦୧୬ ମେ ମାସରୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏସମ୍ପର୍କରେ ନିବେଦନ କରିବା ପରେ କାର୍ଯ୍ୟାନୁଷ୍ଠାନ କେବଳ ପତ୍ର ଆଦାନ ପ୍ରଦାନରେ ସୀମିତ ରହିଛି । କଳିଙ୍ଗନଗର ଶିଳ୍ପାଞ୍ଚଳରେ ମଧ୍ୟ ଏହିଭଳି ଭାବେ ସ୍ଥାନୀୟ ନିଯୁକ୍ତିକୁ ନେଇ କେବଳ ଫାଇଲ ଚାଷ ହେଉଥିବା ସାଧାରଣରେ ମତପ୍ରକାଶ ପାଇଛି।

ବିଦ୍ୟୁତ୍‌ ତାର ଛିଣ୍ଡି  ଜଳିଗଲା ଧାନଗଦା

ବିଦ୍ୟୁତ୍‌ ତାର ଛିଣ୍ଡି ଜଳିଗଲା ଧାନଗଦା

ରାଜନଗର,୨୫।୨(ଡି.ଏନ୍‌.ଏ.)- ରାଜନଗର ବ୍ଲକ ଅନ୍ତର୍ଗତ ମଲ୍ଲିଆବୁଦା ଗ୍ରାମରେ ରବିବାର ବିଦ୍ୟୁତ୍‌ ତାର ଛିଣ୍ଡି ଏକ ଧାନଗଦା ଜଳିଯାଇଛି। ଅଗ୍ନିକାଣ୍ଡ ଯୋଗୁ ଗ୍ରାମର ଅନ୍ତର୍ଯାମୀ ବାରିକଙ୍କ ବର୍ଷକର ଅମଳ ଧାନ ଜଳି ପୋଡି ପାଉଁଶ ହୋଇଯାଇଛି।

ଭାରତୀୟ ତଟରକ୍ଷୀ ବାହିନୀର ‘ସମୁଦ୍ରରେ ଦିନେ’

ଭାରତୀୟ ତଟରକ୍ଷୀ ବାହିନୀର ‘ସମୁଦ୍ରରେ ଦିନେ’

ପାରାଦୀପ,୨୫।୨(ସ୍ବ.ପ୍ର.): ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ)ର ଓଡ଼ିଶା ମୁଖ୍ୟାଳୟ ପାରାଦୀପ ପକ୍ଷରୁ ରବିବାର ‘ଡେ ଆଟ୍‌ ସି’ (ସମୁଦ୍ରରେ ଦିନେ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସ୍କୁଲ ଛାତ୍ରୀଛାତ୍ର ଓ ସ୍ବତନ୍ତ୍ର ଅତିଥିଙ୍କୁ ନେଇ କୋଷ୍ଟଗାର୍ଡର ୪ ପାଟ୍ରୋଲିଂ ଜାହାଜ ସମୁଦ୍ର ମଧ୍ୟରେ ବିଭିନ୍ନ କୌଶଳ ଦେଖାଇଥିଲେ।

ବ୍ରହ୍ମଧୁନିରେ ବେଳାଭୂମି ପ୍ରକମ୍ପିତ

ରାଜନଗର,୨୫।୨(ଡି.ଏନ୍‌.ଏ.)- ରାଜନଗର ବ୍ଲକ ପେଣ୍ଠ-କାନପୁର ବଙ୍ଗୋପସାଗର ବେଳାଭୂମିରେ ବିଶ୍ୱଶାନ୍ତି ଅଲେଖ ଅଖଣ୍ଡ ବ୍ରହ୍ମଧୂନି ଯଜ୍ଞର ରବିବାର ଦ୍ୱିତୀୟ ଦିନରେ ସାଧୁସନ୍ଥ ଓ ଭକ୍ତଙ୍କ ଭିଡ ଜମିଛି। ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ଯଜ୍ଞର ବ୍ରହ୍ମଧୁନିରେ ପେଣ୍ଠ ବେଳାଭୂମି ପ୍ରକମ୍ପିତ ହେଉଛି। ଫଳରେ ବେଳାଭୂମିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ଟ୍ରାକ୍ଟର ଓଲଟି ଚାଳକ ମୃତ

ଟ୍ରାକ୍ଟର ଓଲଟି ଚାଳକ ମୃତ

ମାର୍ଶାଘାଇ, ୨୫।୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ପାଟକୁରା ଥାନା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କଣିବାଙ୍କ ନଦୀବନ୍ଧରେ ରବିବାର ପୂର୍ବାହ୍ନରେ ଏକ ଟ୍ରାକ୍ଟର ଓଲଟିପଡିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ସୁକରପଦା ଗ୍ରାମର କୌଳାସ ଭୋଇ(୩୮)।

ଅଗ୍ନିକାଣ୍ଡ: ୨ ବଖରା ଭସ୍ମୀଭୂତ

ଅଗ୍ନିକାଣ୍ଡ: ୨ ବଖରା ଭସ୍ମୀଭୂତ

ଯାଜପୁର ଅଫିସ୍‌,୨୫।୨: ଯାଜପୁର ଜିଲା ଅଳତିିରି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ ବଖରା ଭସ୍ମୀଭୂତ ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଥିବା ସୂଚନା ମିଳିଛି।

ଅଗ୍ନିକାଣ୍ଡରେ ଜଳିଗଲା୧୨ ବଖରା ଘର: ୬ ପରିବାର ବିପନ୍ନ

ଅଗ୍ନିକାଣ୍ଡରେ ଜଳିଗଲା୧୨ ବଖରା ଘର: ୬ ପରିବାର ବିପନ୍ନ

ନୟାଗଡ଼ ଅଫିସ, ୨୫।୨: ନୟାଗଡ଼ ବ୍ଲକ ଲାଠିପଡା ପାଇକ ସାହିରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୬ଟି ପରିବାରର ୧୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ୭ଟି ଗାଈ ପୋଡିଯାଇଥିବା ବେଳେ ୨ଟି ଆହତ ଓ ୫ଟି ବାଇକ୍‌ ଜଳି ଯାଇଛି।

ପାରାଦୀପରେ ବାର୍ଡ ଫ୍ଲୁ

ଜଗତ୍‌ସିଂହପୁର ଅଫିସ/ପାରାଦୀପ, ୨୪।୨(ସ୍ବ.ପ୍ର.) ପାରାଦୀପ ବଡ଼ପଡ଼ିଆ ଓ ଷଣ୍ଢକୁଦ ଅଞ୍ଚଳରେ ବାର୍ଡ ଫ୍ଲ୍ୟୁ ବ୍ୟାପିଲାଣି। ଫ୍ଲୁରେ ମୃତ ପକ୍ଷୀଙ୍କ ନମୁନା ସଂଗ୍ରହ ପରେ ଏହା ପ୍ରମାଣିତ ହୋଇଛି। ଫଳରେ ଜଗତ୍‌ସିଂହପୁର ଜିଲାରେ ବାର୍ଡ ଫ୍ଲୁ ଭୟ ଦେଖାଦେଇଛି। ଜିଲା ପ୍ରଶାସନ ତରଫରୁ ପାରାଦୀପ, ଆଖପାଖ ଅଞ୍ଚଳର ଲୋକେ କୁକୁଡ଼ା ଓ ବତକ ମାଂସ ନ ଖାଇବା ପାଇଁ ବାରଣ କରାଯାଇଛି। ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଏନ୍‌ଆଇସି ଭିସି ପ୍ରକ୍ରୋଷ୍ଠରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି।

ହାତ ଟେକିଦେଲା ପୋଲିସ

ଜଗତ୍‌ସିଂହପୁର ଅଫିସ, ୨୪।୨ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ଅନ୍ତର୍ଗତ ରେଢୁୁଆ ପଞ୍ଚାୟତ ମୁଣ୍ଡାଳ କମଳିଆରୁ ଗତ ୧୩ ତାରିଖରେ ଏକ ଅଖାରୁ ଜଣେ ଯୁବତୀଙ୍କ ମୃତଦେହ ହାତ ବନ୍ଧା ଅବସ୍ଥାରେ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ୩ ଜଣଙ୍କୁ ୩ଦିନିଆ ରିମାଣ୍ଡରେ ନେଇଥିଲା। ଆଶା କରାଯାଉଥିଲା ଯେ, ପୋଲିସ ଏହି ଘଟଣାରେ ଅନେକ ତଥ୍ୟ ପାଇବ। ଏଥିସହ ୨୦୧୭ ମାର୍ଚ୍ଚ ୧୦ରେ ଧଳତଙ୍ଗଗଡ଼ ଜଙ୍ଗଲ ଧଉଳୀ କୁଦ ନିକଟ କେନାଲ ପାର୍ଶ୍ୱରୁ ଏକ ଟ୍ରଙ୍କ ଭିତରୁ ଅନ୍ୟ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ ହେବ ବୋଲି କୁହାଯାଉଥିଲା। କାରଣ ଉଭୟ ଘଟଣାରେ ଅନେକ ସାମଞ୍ଜସ୍ୟ ଦେଖିବାକୁ ମିଳିଛି। ମାତ୍ର ଦୁର୍ଭାଗ୍ୟର ବିଷୟ ପୋଲିସ କୌଣସି ସୁରାକ ପାଇ ନ ଥିବା ପ୍ରକାଶ କରିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରକାଶ ଯେ, ଟ୍ରଙ୍କ ଭିତରୁ ମୃତଦେହ ମିଳିବା ଘଟଣାର ୧ ବର୍ଷ ବିତିଥିଲେ ମଧ୍ୟ ମୃତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ। ପୋଲିସ କେବଳ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ ରହିଛି। ଉଭୟ ଯୁବତୀଙ୍କ ମୃତଦେହ କପଡାରେ ବନ୍ଧା ଯାଇଥିଲା। ଉଦ୍ଦେଶ୍ୟ ଥିଲା ଯୁବତୀଦ୍ୱୟଙ୍କ ପରିଚୟ ହଜାଇ ଦେବା। ଯେହେତୁ ଦୁଇ ଘଟଣାରେ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ମାମଲା ରୁଜୁ ହେବାର ସମ୍ଭାବନା ନ ଥିଲା, ତେଣୁ ଅଭିଯୁକ୍ତମାନେ ଏଭଳି କରିବାକୁ ଯୋଜନା କରିଥିଲେ। ଦୁଇ ମୃତଦେହ ସମାନ ଅଞ୍ଚଳରୁ ଉଦ୍ଧାର ହୋଇଛି। ଅଖାରୁ ମୃତଦେହ ମିଳିବା ଘଟଣାରେ ଜଗତ୍‌ସିଂହପୁରସ୍ଥିତ ମମତା କ୍ଲିନିକ୍‌ ମାଲିକାଣୀ ହାରାମଣି ମହାରଣା, ନର୍ସ ହେମଲତା ବେହେରା ଓ ମୃତଦେହ ମୁଣ୍ଡାଳ ପର୍ଯ୍ୟନ୍ତ ନେଇଥିବା ଅଟୋ ଚାଳକ ଅଭିମନ୍ୟୁ ବାରିକଙ୍କ ସମେତ ଯୁବତୀଙ୍କ ପିତାଙ୍କୁ ପୋଲିସ ଗିରଫ କରିଛି। ଯୁବତୀଙ୍କ ପିତାଙ୍କ ବୟାନକୁ ଭିତ୍ତିକରି ପୋଲିସ ମମତା କ୍ଲିନିକ୍‌ ସିଲ୍‌ କରିଛି। ବେଆଇନ ଭାବେ ଚାଲିଥିବା ଏହି କ୍ଲିନିକ୍‌ରେ ୬ ମାସର ଗର୍ଭବତୀ ଥିବା ଉକ୍ତ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ କ୍ଲିନିକ୍‌ ପକ୍ଷରୁ ଯୁବତୀଙ୍କ ପିତା ଓ ସମ୍ପର୍କୀୟଙ୍କୁ ଏହା ପ୍ରଘଟ ନ କରିବାକୁ କାଳେ ଚାପ ପକାଯାଇଥିଲା। ଏଥିସହ ମୃତଦେହ ଧଳତଙ୍ଗଗଡ଼ ଜଙ୍ଗଲରେ ଫିଙ୍ଗି ଦେବାକୁ ଷଡଯନ୍ତ୍ର ହୋଇଥିଲା। ଯେହେତୁ ଦୁଇ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ କେତେକ ସାମଞ୍ଜସ୍ୟ ରହିଛି, ତେଣୁ ଷଡଯନ୍ତ୍ର ପଛରେ ବେଆଇନ୍‌ କ୍ଲିନିକ୍‌ ଓ ନର୍ସିଂହୋମର ହାତ ଥିବା ସନ୍ଦେହ କରାଯାଉଛି। ତେଣୁ ରଘୁନାଥପୁର ପୋଲିସ ଅଭିଯୁକ୍ତମାନଙ୍କୁ ଗତ ୨୨ ତାରିଖରୁ ୩ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ଅବଧି ଶନିବାର ଶେଷ ହୋଇଛି। ତେବେ ରିମାଣ୍ଡ ଅବଧି ପୁରିବା ପୂର୍ବରୁ ପୋଲିସ ଅସହାୟତା ପ୍ରକାଶ କରିଛି। ଅଭିଯୁକ୍ତମାନେ ଏହି ମାମଲା ସମ୍ପର୍କରେ କୌଣସି ସୂଚନା ଦେଲେନାହିଁ ବୋଲି ପୋଲିସ କହିଛି। ତେଣୁ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡାଇବା ପାଇଁ ପୋଲିସ ରିମାଣ୍ଡ ନାଟକ ରଚିଥିବା ଅଭିଯୋଗ ହେଉଛି।