Dharitri News
ବ୍ରହ୍ମପୁର

ଟ୍ରେନ୍‌ରେ କଟି ଜଣେ ମୃତ

ବ୍ରହ୍ମପୁର ଅଫିସ, ୯।୨: ଶୁକ୍ରବାର ରାତିରେ ଗୋଷାଣୀନୂଆଗାଁ ଅନ୍ଧପସରା ଛକସ୍ଥିତ ଲେଭଲ କ୍ରସିଂରେ ଟ୍ରେନରେ କଟି ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କର ଆନୁମାନିକ ବୟସ ପ୍ରାୟ ୪୫ ବର୍ଷ ହେବ। ପରିଚୟ ଜଣାପଡିନାହିଁ। ଉକ୍ତ ଲେଭଲ କ୍ରସିଂ ନିକଟରେ ଜଣେ ବ୍ୟକ୍ତିଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ଜିଆରପି ପୋଲିସକୁ ଖବର ଦେଇଥିଲେ। ଜିଆରପି ପୋଲିସ ସେଠାରେ ପହଞ୍ଚତ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ୍‌କୁ ପଠାଇଛି। ଏ ନେଇ ଏକ ଅପମୃତ୍ୟୁ ମାମଲା (ନଂ.୯/୧୮) ରୁଜୁ କରାଯାଇଛି। ତଦନ୍ତ ଚାଲୁ ରହିଛି।

ବ୍ରହ୍ମପୁର

ବ୍ରହ୍ମପୁର ସାଇବର ଥାନା ଉଦ୍‌ଘାଟନ କଲେ ଡିଜିପି

ବ୍ରହ୍ମପୁର ସାଇବର ଥାନା ଉଦ୍‌ଘାଟନ କଲେ ଡିଜିପି

ବ୍ରହ୍ମପୁର ଅଫିସ,୧୮।୨- ବର୍ତ୍ତମାନ ଦିନକୁ ଦିନ ସାଇବର ଅପରାଧ ସମାଜରେ ଏକ ବଡ ଅପରାଧ ଭାବେ ଭଭା ହୋଇଛି। ଯାହା ପୋଲିସ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ବିଶେଷ କରି ସୋସିଆଲ ମିଡିଆର ବହୁଳ ଅପବ୍ୟବହାର କରି ବିଭିନ୍ନ ଅଶ୍ଳୀଳ ଭିଡିଓ ଭାଇରାଲ କରି ଲୋକଙ୍କୁ ବ୍ଲାକମେଲିଂ କରାଯାଉଛି। ଏଥି ସହିତ ବିଭିନ୍ନ ଉପାୟରେ ଏଟିଏମ୍‌ ତଥା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଲୋକମାନଙ୍କୁ ଟଙ୍କା ଠକେଇ ଭଳି ଅଭିଯୋଗ ପୋଲିସ ପାଖକୁ ଆସୁଥିବାରୁ ଏସବୁ ମାମଲାର ତ୍ୱରିତ ନ୍ୟାୟ ବ୍ୟବସ୍ଥା ପାଇଁ ଦକ୍ଷିଣ ଓଡିଶାର ପ୍ରଥମ ସାଇବର ଥାନା ବ୍ରହ୍ମପୁର ବଡବଜାର ଥାନା ପରିସରରେ ରବିବାର ଉଦ୍‌ଘାଟିତ ହୋଇଯାଇଛି।

ଗ୍ରାମାଞ୍ଚଳ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୬ ଷ୍ଟାଡିୟମ୍‌ରେ ଖର୍ଚ୍ଚ ହେବ ୯୦ଲକ୍ଷ ଟଙ୍କା

ଗ୍ରାମାଞ୍ଚଳ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୬ ଷ୍ଟାଡିୟମ୍‌ରେ ଖର୍ଚ୍ଚ ହେବ ୯୦ଲକ୍ଷ ଟଙ୍କା

ବ୍ରହ୍ମପୁର ଅଫିସ୍‌,୧୮ା୨- ଦିନ ଥିଲା ଗ୍ରାମାଞ୍ଚଳ ଏବଂ ବିଜ୍ଞାପିତ ଅଞ୍ଚଳଗୁଡ଼ିକରେ ଖେଳ ପଡ଼ିଆ ଟିଏ ନ ଥିଲା। ପ୍ରତିଭା ସତ୍ତ୍ୱେ ପଡ଼ିଆ ଅଭାବରୁ ଅନେକ ଉଦୟମାନ୍‌ କ୍ରୀଡ଼ାବିତ୍‌ଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଚାଲିଯାଉଥିଲା। ଏବେ କିନ୍ତୁ ସମୟ ବଦଳିଛି। ସହରାଞ୍ଚଳ ସହ ଗ୍ରାମାଞ୍ଚଳ ଏବଂ ବିଜ୍ଞାପିତ ଅଞ୍ଚଳଗୁଡ଼ିକରେ ମଧ୍ୟ କ୍ରୀଡ଼ାର ଭିତ୍ତିଭୂମି ସଜାଡ଼ିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। କାରଣ ଗତ କିଛି ବର୍ଷ ହେଲା ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଖେଳାଳିମାନେ ମୁଖ୍ୟତଃ ଛୋଟଛୋଟ ସହରରୁ ଆସିଛନ୍ତି।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ

ବ୍ର୍ରହ୍ମପୁର ଅଫିସ,୧୮।୨- ଗଞ୍ଜାମ ଜିଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ପକ୍ଷରୁ ବ୍ରହ୍ମପୁର ସିଟି ହସ୍‌ପିଟାଲରେ ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ପିଲାଙ୍କ ବଙ୍କାପାଦ କାର୍ଯ୍ୟକ୍ରମ ସୋମବାର ଶେଷ ହେବ।ଏହି ଅବସରରେ ରାଜ୍ୟ ମହିଳା ଶିଶୁ ବିକାଶ, ମିଶନ ଶକ୍ତି, ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ରବିବାର ସିଟି ହସ୍‌ପିଟାଲ ପରିଦର୍ଶନରେ ଆସି ଅସ୍ତ୍ରୋପଚାର ହୋଇଥିବା ପିଲାଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

ଭାଲୁ ଆକ୍ରମଣରେ ଆହତ ବୃଦ୍ଧଙ୍କ ମୃତ୍ୟୁ

କବିସୂର୍ଯ୍ୟନଗର,୧୮।୨: କବିସୂର୍ଯ୍ୟନଗର ବ୍ଲକ ଯମୁନାଗିରି ପର୍ବତ ନିକଟରେ ଥିବା ବୋରସିଂ ଗ୍ରାମର ଦେବରାଜ ନାୟକ ଶନିବାର ସକାଳେ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିଲେ। ରବିବାର ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି। ଦେବରାଜ ଶନିବାର ସକାଳେ ଗ୍ରାମ ନିକଟରେ ଥିବା ପୋଖରୀରୁ ଗାଧୋଇ ଫେରୁଥିବାବେଳେ ଅଚାନକ ୨ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ସେଠାରୁ ଖସିଆସି ଗଁାରେ ପହଞ୍ଚତ୍ବା ପରେ ତାଙ୍କୁ ପ୍ରଥମେ ଆସିକା ମେଡିକାଲ ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ବାଣ ନିଆଁରେ ଜଳିଗଲା ୨ ବଖରା

ବାଣ ନିଆଁରେ ଜଳିଗଲା ୨ ବଖରା

ଜଗନ୍ନାଥପ୍ରସାଦ,୧୮।୨-ଜଗନ୍ନାଥପ୍ରସାଦ ଥାନା ଗୋଚ୍ଛାବାଡ଼ି ଗ୍ରାମରେ ରବିବାର ସନ୍ଧ୍ୟା ପ୍ରାୟ ୫ଟାରେ ଏକ ବାହାଘର ପ୍ରୋସେସନବେଳେ ବାଣ ଫୁଟାଉଥିବା ସମୟରେ ଅଗ୍ନିକାଣ୍ଡ ଘଟି ୨ ବଖରା ଜଳି ଯାଇଛି। ଏଥିରେ ଘର ମାଲିକଙ୍କ ଗୋଟିଏ ଗାଈ ସାମାନ୍ୟ ପୋଡି ଯାଇଛି। ବିପନ୍ନ ପରିବାର ହେଲେ ଗୋଛାବାଡ଼ି ଗ୍ରାମର ବୁଧିଆ ରଣା। ଖବର ପାଇ ଜଗନ୍ନାଥପ୍ରସାଦ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ।

ଅଜଣା ଗାଡି ଧକ୍କାରେ ନାବାଳିକା ମୃତ

ଶେରଗଡ,୧୮।୨ (ଡି.ଏନ୍‌.ଏ.)-ଶେରଗଡ ବ୍ଲକ ବିଜୟରଘୁନାଥପୁର ଗ୍ରାମ ରାସ୍ତାରେ ଶେରଗଡରୁ କରଡାକଣା ଯାଉଥିବା ଏକ ଅଜଣା ଟ୍ରକ ଧକ୍କାରେ ଜଣେ ୧୩ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଲିପ୍‌ସା ପ୍ରିୟଦର୍ଶନୀ ସ୍ବାଇଁ।

ବୁଗୁଡ଼ା ବନାଞ୍ଚଳରେ ସରିଲା ବାଘ ଗଣନା

ବୁଗୁଡ଼ା ବନାଞ୍ଚଳରେ ସରିଲା ବାଘ ଗଣନା

ବୁଗୁଡ଼ା,୧୮।୨(ଡି.ଏନ.ଏ.)-ବୁଗୁଡ଼ା ବନାଞ୍ଚଳରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବାଘ ଗଣନା କାର୍ଯ୍ୟ ରବିବାର ଶେଷ ହୋଇଛି। ବୁଗୁଡା ବନାଞ୍ଚଳରେ ମୋଟ ୪ଟି ବାଘ ଥିବା ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି। ମରେଇପଲ୍ଲୀ, ତାଳସର, ବି.କରଡ଼ାବାଡ଼ି ଓ ହିରାପଲ୍ଲୀ ବିଟ ଅନ୍ତର୍ଗତ ଜଙ୍ଗଲରେ ଗୋଟିଏ ଲେଖାଏ ବାଘ ଏପରି ମୋଟ ୪ଟି ବାଘ ରହିଛନ୍ତି। ଏସବୁ ଚିତାବାଘ ବୋଲି ଜଣାପଡ଼ିଛି। ବାଘ ଗଣନା ସକାଶେ ୧୯ଟି ବିଟ୍‌ ଗଠିତ ହୋଇଥିଲା। ପ୍ରତ୍ୟେକ ବିଟରେ ୩ ଜଣ ଲେଖାଏ କର୍ମଚାରୀ ନିୟୋଜିତ ଥିଲେ। ପ୍ରତ୍ୟେକ ଦିନ ସକାଳ ୬ରୁ ୧୧ଟା ପର୍ଯ୍ୟନ୍ତ କର୍ମଚାରୀମାନେ ବାଘ ପାଦଚିହ୍ନ ଚିହ୍ନଟ କରି ବାଘ ଗଣନା କରିଥିଲେ। ଏଥିପାଇଁ ମୋବାଇଲ ଆପର ମଧ୍ୟ ସହାୟତା ନିଆଯାଇଥିଲା।

ଡକାୟତି ଯୋଜନା ପଣ୍ଡ, ୫ ଗିରଫ : ମାରଣାସ୍ତ୍ର ଜବତ

ଡକାୟତି ଯୋଜନା ପଣ୍ଡ, ୫ ଗିରଫ : ମାରଣାସ୍ତ୍ର ଜବତ

ଆସିକା,୧୮।୨ (ଡି.ଏନ୍‌.ଏ)- ଆସିକା-ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥର କର୍ଣ୍ଣୋଳି ଛକସ୍ଥିତ ଯାତ୍ରୀ ବିଶ୍ରାମାଗାରରେ ଶନିବାର ରାତିରେ ଚାଲିଥିବା ଡକାୟତି ଯୋଜନାକୁ ପୋଲିସ ପଣ୍ଡ କରିଛି ା ସେଠାରୁ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଧରାକୋଟ ଥାନା ରେଡ୍ଡୀ ଦାମୋଦରପଲ୍ଲୀ ଗ୍ରାମର ଏ. ସୁନିଲ ରେଡ୍ଡୀ, ଏନ. ବାବାଜୀ ରେଡ୍ଡୀ, ଆସିକା ଥାନା ବରଗାଁ ଗ୍ରାମର କାଳିଆ ନାହାକ, ସୋରଡାର ବିବେକ ସେନାପତି ଓ ପୁରୀ ରାମଚଣ୍ଡୀର ଆଲୋକ ଦଳାଇ ା ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ୯ ଏମଏମ ପିସ୍ତଲ, ୨ଟି ହାତ ବୋମା, ଗୋଟିଏ ଖଣ୍ଡା ଓ ଗୋଟିଏ ବାଇକ ଜବତ କରାଯାଇଛି ା ଏକ ବଡ ଧରଣର ଡ଼କାୟତି ଯୋଜନା ଚାଲିଥିବା ପୋଲିସ କୌଣସି ଏକ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସନ୍ତୋଷ କୁମାର ଜେନା କହିଛନ୍ତି।

ଖାଦ୍ୟରେ ବିଷକ୍ରିୟା: ପରିବାରର ୫ ଅସୁସ୍ଥ

ଖାଦ୍ୟରେ ବିଷକ୍ରିୟା: ପରିବାରର ୫ ଅସୁସ୍ଥ

ଛତ୍ରପୁର,୧୮।୨(ଡି.ଏନ.ଏ)-ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବଉଳଗାଁରେ ଖାଦ୍ୟ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥମାନେ ହେଲେ ଉକ୍ତ ଗ୍ରାମର ବୁଦ୍ଧିଆ ବେହେରା ଏବଂ ତାଙ୍କ ସ୍ତ୍ରୀ ତନୁ, ୨ ପୁଅ ରାମ ଓ ଲକ୍ଷ୍ମଣ ଏବଂ ବୋହୂ ଲକ୍ଷ୍ମୀ ରବିବାର ସମସ୍ତଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅନନ୍ତ ମହାକୁଡ଼ ମିଷ୍ଟର୍‌ ଗଞ୍ଜାମ

ଅନନ୍ତ ମହାକୁଡ଼ ମିଷ୍ଟର୍‌ ଗଞ୍ଜାମ

ବ୍ରହ୍ମପୁର ଅଫିସ୍‌,୧୭।୨- ଗଞ୍ଜାମ ବଡ଼ି ବିଲ୍‌ଡିଂ ଆଣ୍ଡ ଫିଟନେସ୍‌ ଆସୋସିଏଶନ୍‌ ପକ୍ଷରୁ ଟାଟା ବେଞ୍ଜ ଛକ ନିକଟସ୍ଥ ସୋହନ୍‌ ଫିଟନେସ୍‌ ଜିମ୍‌ ପରିସରରେ ମିଷ୍ଟର ଗଞ୍ଜାମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁରର ଅନନ୍ତ ମହାକୁଡ଼ ମିଷ୍ଟର୍‌ ଗଞ୍ଜାମ ହୋଇଥିଲେ। ଅନନ୍ତ ୬୫କିଲୋ ଓଜନ ବର୍ଗରେ ଭାଗନେଇ ସଫଳତା ହାସଲ କରିଥିଲେ। ୭୦କିଲୋ ଓଜନ ବର୍ଗରେ ପ୍ରଥମ ହୋଇଥିବା ବ୍ରହ୍ମପୁରର ଭି. କ୍ରିଷ୍ଣାଙ୍କୁ ବେଷ୍ଟ ଇମ୍ପ୍ରୁଭଡ଼ ବଡ଼ିରେ ପୁରସ୍କୃତ କରାଯାଇଥିଲା। ୬୦କିଲୋ ଓଜନ ବର୍ଗରେ ଭାଗନେଇଥିବା ବେଲଗୁଣ୍ଠାର ମହେଶ୍ୱର ଜେନା ବେଷ୍ଟ ପୋଜର୍‌ ବିବେଚିତ ହୋଇଥିଲେ। ବରୁଣ କୁମାର ପାଣିଗ୍ରାହୀ, ସଚ୍ଚିଦାନନ୍ଦ ସାହୁ, ଆର୍‌.ଦୁର୍ଗାପ୍ରସାଦ ବିଚାରକ ଦାୟିତ୍ୱରେ ଥିଲେ। ଅତିଥି ଭାବେ ଓଡ଼ିଶା ବ୍ରାହ୍ମଣ ସଂଘର ସାଧାରଣ ସମ୍ପାଦକ ଅକ୍ଷୟ ପାଢ଼ୀ, କର୍ପୋରେଟର୍‌ ସୁରେନ୍ଦ୍ର ମହାରଣା, ପୂର୍ବତନ କର୍ପୋରେଟର୍‌ ତିରୁପତି ପାତ୍ର, ପିଣ୍ଟୁ ମହାକୁଡ଼, ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟୁତ ତାର ଫାଶରେ ଲାଗି ଜଣେ ମୃତ

ବିଦ୍ୟୁତ ତାର ଫାଶରେ ଲାଗି ଜଣେ ମୃତ

ବୁଗୁଡ଼ା,୧୭।୨(ଡି.ଏନ.ଏ.)- ବୁଗୁଡ଼ା ଥାନା ମତାଝରି ଗ୍ରାମଠାରୁ ୨ଶହ ମିଟର ଦୂରରେ ଥିବା ଏକ କ୍ଷେତରେ ଶନିବାର ଭୋର ପ୍ରାୟ ୬ଟାରେ ବନ୍ୟଜନ୍ତୁ ଶିକାର ପାଇଁ ପକାଯାଇଥିବା ବିଦ୍ୟୁତ ତାର ଫାଶରେ ଲାଗି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ମତାଝରି ଗ୍ରାମର ଗଦେଇ ଗୌଡ଼। ପ୍ରକାଶଯେ, କୌଣସି ଦୁର୍ବୃତ୍ତ ବନ୍ୟପ୍ରାଣୀ ଶିକାର କରିବା ଆଶାରେ ମତାଝରି ଗ୍ରାମ ନିକଟରେ ଥିବା ୧୧ କେଭି ବିଦ୍ୟୁତ ତାରରେ ହୁକ୍‌ ପକାଇ ଜାଲ ବିଛାଇଥିଲେ। ଶନିବାର ଭୋର ପ୍ରାୟ ୬ଟାରେ ମତାଝରି ଗ୍ରାମର ଗଦେଇ ଶୌଚ ହେବାକୁ ନିକଟରେ ଥିବା ପଡ଼ିଆକୁ ଯାଇଥିଲେ।

ଛେଳି ଫସଲ ଖାଇବାକୁ ନେଇ ବାପ,ପୁଅଙ୍କୁ ଆକ୍ରମଣ

ଜଗନ୍ନାଥପ୍ରସାଦ,୧୭।୨- ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୂତି ଗ୍ରାମ ପାହାଡ଼ ନିକଟରେ ଶନିବାର ସକାଳ ଛେଳି ଫସଲ ଖାଇବାକୁ ନେଇ ଛେଳି ଚରାଉଥିବା ବାପା,ପୁଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏନେଇ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ସକାଳ ପ୍ରାୟ ସାଢେ ୧୧ଟାରେ ଖଇରନଟି ଗ୍ରାମର ନରସିଂହ ଗୌଡ଼ ଓ ତାଙ୍କ ପୁଅ ସଞ୍ଜୟ ଗ୍ରାମ ନିକଟରେ ଛେଳି ଚରାଉଥିଲେ।