ଖେଳ |

ଆଇଏମ୍‌ ବିଜୟଲକ୍ଷ୍ମୀଙ୍କୁ ହରାଇଲେ ସାଇନା

ଆଇଏମ୍‌ ବିଜୟଲକ୍ଷ୍ମୀଙ୍କୁ ହରାଇଲେ ସାଇନା
ଭୁବନେଶ୍ୱର, ୯।୨(କ୍ରୀଡ଼ା ପ୍ରତିନିଧି) କିଟ୍‌ ପରିସରରେ ଚାଲିଥିବା ଜାତୀୟ ମହିଳା ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌ର ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡରେ ମହିଳା ଫିଡେ ମାଷ୍ଟର ସାଇନା ସାଲୋନିକା ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। କିଟ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସାଇନା ୬ ଥର ଜାତୀୟ ଚାମ୍ପିୟନ ଅନ୍ତର୍ଜାତୀୟ ମାଷ୍ଟର ବିଜୟଲକ୍ଷ୍ମୀ ସୁବ୍ରମଣ୍ୟମଙ୍କୁ ହରାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଟିମ୍‌ରୁ ଭାଗ ନେଉଥିବା ସ୍ମାରକୀ ମହାନ୍ତି ମଧ୍ୟ ପୂର୍ବତନ ଏସିଆନ ଚାମ୍ପିୟନ ମହିଳା ଗ୍ରାଣ୍ଡମାଷ୍ଟର ଭକ୍ତି କୁଲକର୍ନୀଙ୍କୁ ପରାସ୍ତ କରିଛନ୍ତି। ଏହି ଦୁଇ ପ୍ରତିଯୋଗୀଙ୍କ ପ୍ରଦର୍ଶନ ବଳରେ କିଟ୍‌ ଶକ୍ତିଶାଳୀ ଗତଥରର ଚାମ୍ପିୟନ ଏୟାର ଇଣ୍ଡିଆ ବିପକ୍ଷ ମ୍ୟାଚକୁ ଡ୍ର ରଖିବାରେ ସକ୍ଷମ ହୋଇଛି। ଦ୍ୱିତୀୟ ରାଉଣ୍ଡର ଅନ୍ୟ ଦୁଇ ପ୍ରତିଯୋଗୀ ନମିତା ହାଂସଦା ଆଇଏମ୍‌ ତାନିଆ ସଚଦେବଙ୍କଠାରୁ ଏବଂ ଅପରାଜିତା ଗୋଚ୍ଛିକାର ମହିଳା ଗ୍ରାଣ୍ଡମାଷ୍ଟର ମୀନାକ୍ଷୀ ସୁବ୍ରମଣ୍ୟମଙ୍କଠାରୁ ହାରି ଯାଇଛନ୍ତି। ପ୍ରଥମ ରାଉଣ୍ଡରେ ହିମାଚଳ ପ୍ରଦେଶର ଚାହତ୍‌ଙ୍କୁ ସାଇନା ଏବଂ ସନ୍ତୋଷ କୁମାରୀଙ୍କୁ ସ୍ମାରକୀ ପରାସ୍ତ କରିଥିଲେ। ସେହିପରି ଅଦିତ୍ରି ନାଗ୍‌ଙ୍କୁ ଶ୍ରୀବିନ୍ଦା ରାଉତ ଏବଂ ଆଇନା ବଶିଷ୍ଠଙ୍କୁ ଅପରାଜିତା ହରାଇ କିଟ୍‌କୁ ବିଜୟୀ କରାଇଥିଲେ। ଏହି ପ୍ରତିଯୋଗିତାରେ ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ ପକ୍ଷରୁ ଆଇଏମ୍‌ ପଦ୍ମିନୀ ରାଉତ, ଏଲଆଇସି ପକ୍ଷରୁ ମହିଳା ଗ୍ରାଣ୍ଡମାଷ୍ଟର କିରଣ ମନୀଷା ମହାନ୍ତି ଏବଂ ଓଡ଼ିଶା-ଏମ୍‌ସିଏଫ-୫ ପକ୍ଷରୁ ଗୀତାଶ୍ରୀ ବିଶ୍ୱାଳ ଦିବ୍ୟାଶ୍ରିତା ସ୍ବାଇଁ, ଶ୍ରୁତି ସ୍ନେହୀ ଓ ରଶ୍ମିତା କୁମାରୀ ପାତ୍ରୋ ପ୍ରତିନିଧିତ୍ୱ କରୁଛନ୍ତି। ପୁରୁଷ ବିଭାଗରେ ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡରେ କିଟ୍‌ ଦଳ ଡିଫେନ୍ସ ଆକାଉଣ୍ଟ୍ସ ସ୍ପୋଟର୍‌ସ କଣ୍ଟ୍ରୋଲ ବୋର୍ଡକୁ ୩-୧ରେ, ଓଡ଼ିଶା ‘ଏ’ ଗୁଜରାଟକୁ ୨.୫-୧.୫ରେ ଓଡ଼ିଶା ଏମ୍‌ସିଏଫ-୩ ହିମାଚଳ ପ୍ରଦେଶକୁ ୩-୧ରେ, ଓଡ଼ିଶା ଏମ୍‌ସିଏଫ-୨ ମହାରାଷ୍ଟ୍ରକୁ ୨.୫-୧.୫ରେ ଏବଂ ଓଡ଼ିଶା ଏମ୍‌ସିଏଫ-୪ ହରିୟାଣାକୁ ୩.୫-୦.୫ ପଏଣ୍ଟରେ ପରାସ୍ତ କରିଛି।
All Right Reserved By

ଖେଳ |

 ମ୍ୟାଚ ଫିକ୍ସିଂ ଅଭିଯୋଗରେ ଲୋକୁହେଟିଗ୍‌ ସସ୍‌ପେଣ୍ଡ

ମ୍ୟାଚ ଫିକ୍ସିଂ ଅଭିଯୋଗରେ ଲୋକୁହେଟିଗ୍‌ ସସ୍‌ପେଣ୍ଡ

 ଦୁବାଇ, ୧୩ା୧୧ (ପି.ଟି.)-ଶ୍ରୀଲଙ୍କାର ପୂର୍ବତନ ଅଲରାଉଣ୍ଡର ଦିଲ୍‌ହରା ଲୋକୁହେଟିଗ୍‌ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମଙ୍ଗଳବାର ସସ୍‌ପେଣ୍ଡ କରିଛି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଗତବର୍ଷ ଅନୁଷ୍ଠିତ ଟି୧୦ ଲିଗ୍‌ରେ ମ୍ୟାଚ୍‌ ଫିକ୍ସିଂ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ଅଖଦୀପ୍‌ଙ୍କ ଶତକରେ ୟୁପି ଇନିଂସ ଅଗ୍ରଣୀ

ଅଖଦୀପ୍‌ଙ୍କ ଶତକରେ ୟୁପି ଇନିଂସ ଅଗ୍ରଣୀ

ଭୁବନେଶ୍ୱର, ୧୩।୧୧(ସ୍ପୋଟର୍‌ସ ବ୍ୟୁରୋ)- ଅଧିନାୟକ ଅଖଦୀପ୍‌ ନାଥଙ୍କ ଅପରାଜିତ ଶତକ ବଳରେ ଭ୍ରମଣକାରୀ ଉତ୍ତରପ୍ରଦେଶ (ୟୁପି) ଦଳ ସ୍ଥାନୀୟ କିଟ୍‌ କ୍ରିକେଟ ଷ୍ଟାଡିୟମରେ ଓଡ଼ିଶା ବିପକ୍ଷ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଛି। 

ଦ୍ୱିତୀୟ ଦିବସରେ ଜିତିଲା ଝାଡ଼ଖଣ୍ଡ

ଦ୍ୱିତୀୟ ଦିବସରେ ଜିତିଲା ଝାଡ଼ଖଣ୍ଡ

ରୋହତକ,୧୩।୧୧- ଚଳିତ ରଣଜୀ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟର ମାତ୍ର ଦୁଇ ଦିନ ମଧ୍ୟରେ ଝାଡ଼ଖଣ୍ଡ ୯ ଉଇକେଟରେ ହରିୟାଣାକୁ ପରାସ୍ତ କରିଛି।

ଦୁଇ ବର୍ଷ ମଧ୍ୟରେ ନିଶ୍ଚିତ ମହିଳା ଆଇପିଏଲ ଖେଳାଯିବ

ଦୁଇ ବର୍ଷ ମଧ୍ୟରେ ନିଶ୍ଚିତ ମହିଳା ଆଇପିଏଲ ଖେଳାଯିବ

ନୂଆଦିଲ୍ଲୀ,୧୩।୧୧- ଭାରତୀୟ ଟି୨୦ ଦଳର ବରିଷ୍ଠ ସଦସ୍ୟ ମିଥାଲି ରାଜ କହିଛନ୍ତି, ଗୋଟିଏ କିମ୍ବା ଦୁଇ ବର୍ଷ ମଧ୍ୟରେ ନିଶ୍ଚିତ ମହିଳା ଆଇପିଏଲ ଖେଳାଯିବ। 

ହଂକଂ ଓପନ: କଶ୍ୟପଙ୍କ ବିଜୟ ଅଭିଯାନ

ହଂକଂ ଓପନ: କଶ୍ୟପଙ୍କ ବିଜୟ ଅଭିଯାନ

ହଂକଂ,୧୩।୧୧- ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପଲୀ କାଶ୍ୟପ, ସୁ ଜେନ ହାଓଙ୍କୁ ପରାସ୍ତ କରି ଏଠାରେ ଚାଲିଥିବା ହଂକଂ ଓ୍ବାଲର୍‌ଡ ଟୁର ସୁପର ୫୦୦ ଟୁର୍ନାମେଣ୍ଟର ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। 

ପୁଅ ପାଇଁ ଟି-୧୦ରୁ ଓହରିଲେ ମଲିକ

ପୁଅ ପାଇଁ ଟି-୧୦ରୁ ଓହରିଲେ ମଲିକ

କରାଚୀ,୧୩।୧୧- ନିକଟରେ ବାପା ହେବାର ସୁଖ ପାଇଥିବା ପାକିସ୍ତାନି ଅଲରାଉଣ୍ଡର ଶୋଏବ ମଲିକ ୟୁଏଇଠାରେ ହେବାକୁ ଥିବା ଟି-ଟେନ କ୍ରିକେଟ ଲିଗ୍‌ର ଦ୍ୱିତୀୟ ସଂସ୍କରଣରୁ ଓହରି ଯାଇଛନ୍ତି। 

ଶୀର୍ଷରେ କୋହଲି, ବୁମରା

ଶୀର୍ଷରେ କୋହଲି, ବୁମରା

ଦୁବାଇ,୧୩।୧୧(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପେସର ଯଶପ୍ରୀତ ବୁମରା ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ ଶୀର୍ଷରେ ସ୍ଥାନ ବଜାୟ ରଖିଛନ୍ତି। 

ମାଟ୍ରିମୋନୀ ସାଇଟ୍‌ ଆମ୍ବାସଡର ଧୋନୀ

ମାଟ୍ରିମୋନୀ ସାଇଟ୍‌ ଆମ୍ବାସଡର ଧୋନୀ

ଚେନ୍ନାଇ,୧୩।୧୧- ଅନଲାଇନ ମାଟ୍ରିମୋନି ବ୍ୟବସ୍ଥା ଯୋଗାଉଥିବା ଭାରତ ମାଟ୍ରିମୋନି ସୋମବାର ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। 

ନିର୍ବାଚନ ଲଢ଼ିବେ ମୋର୍ତାଜା

ନିର୍ବାଚନ ଲଢ଼ିବେ ମୋର୍ତାଜା

ଢାକା,୧୩।୧୧- ବାଂଲାଦେଶ ଦିନିକିଆ ଦଳର ଅଧିନାୟକ ମଶ୍ରଫି ମୋର୍ତାଜା ନିର୍ବାଚନରେ ଲଢ଼ିବେ ବୋଲି ସରକାରୀ ଦଳ ଘୋଷଣା କରିଛି।

ସର୍ବଭାରତୀୟ ମଳୟ ମୁର୍ମୁ ଦିବାରାତ୍ର ଟି୨୦ ଚତୁର୍ଥ ଦିବସ:ୟୁ ଆଣ୍ଡ ମି, କଳିଙ୍ଗ ସ୍ପୋର୍ଟିଂ କ୍ଲବ ବିଜୟୀ

ସର୍ବଭାରତୀୟ ମଳୟ ମୁର୍ମୁ ଦିବାରାତ୍ର ଟି୨୦ ଚତୁର୍ଥ ଦିବସ:ୟୁ ଆଣ୍ଡ ମି, କଳିଙ୍ଗ ସ୍ପୋର୍ଟିଂ କ୍ଲବ ବିଜୟୀ

ବାଲେଶ୍ୱର ଅଫିସ,୧୩।୧୧- ବାଲେଶ୍ୱର ପରମିଟ୍‌ ପଡ଼ିଆରେ କ୍ଲବ ‘ୟୁ ଆଣ୍ଡ ମି’ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଦିବାରାତ୍ର ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଚତୁର୍ଥ ଦିବସରେ ପହଞ୍ଚିିଛି। 

ସପ୍ତମ ଦିନରେ ସର୍ବଭାରତୀୟ କ୍ରିକେଟ୍‌ ଟୁର୍ନାମେଣ୍ଟ: ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ବିଜୟୀ

ସପ୍ତମ ଦିନରେ ସର୍ବଭାରତୀୟ କ୍ରିକେଟ୍‌ ଟୁର୍ନାମେଣ୍ଟ: ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ବିଜୟୀ

ସପ୍ତମ ଦିବସର ତୃତୀୟ କ୍ୱାର୍ଟର ଫାଇନାଲ ଖେଳରେ ଫାଉଣ୍ଡେଶନ୍‌ କ୍ରିକେଟ ଏକାଡେମୀ ବିଳାସପୁରକୁ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ୩ ଉଇକେଟରେ ହରାଇ ବିଜୟୀ ହୋଇଛି।

ରାଜ୍ୟ ସ୍ନୁକର: କ୍ବାର୍ଟର ଲାଇନ୍‌ଅପ ଚୂଡ଼ାନ୍ତ

ରାଜ୍ୟ ସ୍ନୁକର: କ୍ବାର୍ଟର ଲାଇନ୍‌ଅପ ଚୂଡ଼ାନ୍ତ

କଟକ ଅଫିସ, ୧୩ା୧୧-ଦି ବିଲିୟାଡର୍‌ସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ୍‌ ଓଡ଼ିଶା (ବିଏସ୍‌ଏଓ) ଆନୁକୂଲ୍ୟରେ କଟକ କ୍ଲବଠାରେ ଚାଲିଥିବା ରାଜ୍ୟ ସିନିୟର ସ୍ନୁକର ଚାମ୍ପିୟନଶିପ୍‌ର କ୍ବାର୍ଟର ଫାଇନାଲ ଲାଇନ୍‌ଅପ ଚୂଡ଼ାନ୍ତ ହୋଇଛି।