ଖେଳ |

ସେମିରେ ଏୟାରଫୋର୍ସ, ବିଶାଖାପାଟଣା

ସେମିରେ ଏୟାରଫୋର୍ସ,  ବିଶାଖାପାଟଣା
ବନ୍ତ,୯।୨ ବନ୍ତ ବ୍ଲକ ଟିଲୋ ହନୁମାନ ଜୀଉ ମିନି ଷ୍ଟାଡିୟମଠାରେ ଟିଲୋ ଆଥ୍‌ଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ୨୫ତମ ଅନ୍ତର୍ଜାତୀୟ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ୨ଟି ମ୍ୟାଚ୍‌ରେ ଏୟାରଫୋର୍ସ (ଦିଲ୍ଲୀ) ଓ ବିଶାଖାପାଟଣା ରେଲଓ୍ବେ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦିନର ପ୍ରଥମ ମ୍ୟାଚ୍‌ ବିଶାଖାପାଟଣା ରେଲୱେ ଓ ଛତିଶଗଡ ରେଲୱେ ମଧ୍ୟରେ ଖେଳାଯାଇଥିଲାା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଛତିଶଗଡ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୩୨ ରନ୍‌ ସଂଗ୍ରହ କରିଥିଲା। ଜବାବରେ ବିଶାଖାପାଟଣା ୧୫.୧ ଓଭରରେ ୩ ଉଇକେଟ ହରାଇ ବିଜୟୀ ହୋଇଥିଲା। ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଭାବେ ବିଶାଖାପାଟଣାର ସି.ଏଚ୍‌. ୟୋଗେଶଙ୍କୁ ପୁରସ୍କୃତ କରାଯାଇଥିଲା। ୨ୟ ମ୍ୟାଚ ଏୟାରଫୋର୍ସ (ଦିଲ୍ଲୀ) ଓ କେଏଲ୍‌ଷ୍ଟାର (ମାଲେସିଆ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ମାଲେସିଆ ଧାର୍ଯ୍ୟ ୨୦ ଓଭରରେ ୮ ଉଇକେଟ ହରାଇ ୯୭ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଏୟାରଫୋର୍ସ ୧୦.୨ ଓଭରରେ ୨ ଉଇକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା। ବିଜୟୀ ଦଳର ଶଶାଙ୍କ ଶର୍ମାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଭାବେ ପୁରସ୍କୃତ କରାଯାଇଥିଲା। ଅମ୍ପାୟର ଭାବେ ଲଲାଟ କେଶରୀ ନନ୍ଦ ଓ ଶାନ୍ତନୁ ରାଉତ ମ୍ୟାଚ୍‌ ପରିଚାଳନା କରିଥିଲେ। ଅତିଥି ଭାବେ ପୂର୍ବତନ ଭାଜପା ଜିଲା ସଭାପତି ଅକ୍ଷୟ ସାହୁ, ନାରାୟଣ ସାହୁ, ରମେଶ ବେହେରା, ମନମୋହନ ସାହୁ, ସୁଧାକର ଧଳ, ଗୌରାଙ୍ଗ ଧଳ ପ୍ରମୁଖ ଯୋଗଦେଇଥିଲେ। ଶନିବାର ସେମିଫାଇନାଲ ମ୍ୟାଚ ଇଣ୍ଡିଆନ୍‌ ଏୟାରଫୋର୍ସ (ଦିଲ୍ଲୀ) ଓ ବିଶାଖାପାଟଣା ରେଲୱେ ମଧ୍ୟରେ ଅନୁଷ୍ଠିତ ହେବ।
All Right Reserved By

ଖେଳ |

 ଏସିଆନ ଗେମ୍ସ: ଆଥଲେଟିକ୍ସ ଭିଲେଜ୍‌ରେ ଉଡ଼ିଲା ତ୍ରିରଙ୍ଗା

ଏସିଆନ ଗେମ୍ସ: ଆଥଲେଟିକ୍ସ ଭିଲେଜ୍‌ରେ ଉଡ଼ିଲା ତ୍ରିରଙ୍ଗା

ଜାକର୍ତ୍ତା, ୧୬ା୮(ପି.ଟି.)-ଏସିଆନ ଗେମ୍ସ ଆଥଲେଟିକ୍ସ ଭିଲେଜ୍‌ରେ ଗୁରୁବାର ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ଭାରତୀୟ ପୁରୁଷ ହକି ଷ୍ଟାର ଏବଂ ରେସଲରମାନେ ଉପସ୍ଥିତ ଥିଲେ। ଆଥଲେଟିକ୍ସ ଭିଲେଜରେ ହକି ଖେଳାଳି ଓ ରେସ୍‌ଲରମାନେ ପ୍ରଥମେ ପହଞ୍ଚତ୍ସାରିଥିବାରୁ ସେମାନେ ଏହି ଉତ୍ସବରେ ଯୋଗଦାନ କରି ପାରିଥିଲେ। ବ୍ୟାଡ୍‌ମିଣ୍ଟନ ଓ କବାଡ଼ି ଖେଳାଳିମାନେ ଗୁରୁବାର ଅପରାହ୍ନରେ ସିଙ୍ଗାପୁର ବାଟ ଦେଇ ଇଣ୍ଡୋନେସିଆ ରାଜଧାନୀରେ ପହଞ୍ଚତ୍ଛନ୍ତି।

ଏସିଆନ ଗେମ୍ସ : ଆଜାମ ସଫ୍ଟ ଟେନିସ ଟେକ୍ନିକାଲ ଅଫିସିଆଲ

ଏସିଆନ ଗେମ୍ସ : ଆଜାମ ସଫ୍ଟ ଟେନିସ ଟେକ୍ନିକାଲ ଅଫିସିଆଲ

ଭୁବନେଶ୍ୱର, ୧୬।୮(କ୍ରୀଡ଼ା ପ୍ରତିନିଧି)-
ଚଳିତମାସ ୧୮ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ହେବାକୁ ଯାଉଥିବା ଏସିଆନ ଗେମ୍ସର ସଫ୍ଟ ଟେନିସ ଇଭେଣ୍ଟ ପାଇଁ ଓଡ଼ିଶାର ମହମ୍ମଦ ଆଜମ ଟେକ୍ନିକାଲ ଅଫିସିଆଲ ମନୋନୀତ ହୋଇଛନ୍ତି। ପ୍ରତିଯୋଗିତାର ସଫ୍ଟ ଟେନିସ ଇଭେଣ୍ଟ ଆଗାମୀ ୨୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧ରେ ଶେଷ ହେବ। ନିଜ ଦାୟିତ୍ୱ ତୁଲାଇବା ପାଇଁ ଆଜମ ୨୪ ତାରିଖରେ ଇଣ୍ଡୋନେସିଆ ଯିବେ।

ଏସିଆନ୍‌ ଗେମ୍ସ: ପେସ୍‌ଙ୍କ ଖେଳିବା ନେଇ ଅନିଶ୍ଚିତତା

ଏସିଆନ୍‌ ଗେମ୍ସ: ପେସ୍‌ଙ୍କ ଖେଳିବା ନେଇ ଅନିଶ୍ଚିତତା

ପାଲେମ୍ବାଙ୍ଗ,୧୬।୮(ପି.ଟି.)- ଆସନ୍ତା ୧୮ ତାରିଖରୁ ଏସିଆନ୍‌ ଗେମ୍ସ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଟେନିସ୍‌ ଦଳ ଗୁରୁବାର ଏଠାରେ ପହଞ୍ଚତ୍ୟାଇଛି। ମାତ୍ର ଘୋଷିତ ଟେନିସ୍‌ ଦଳରେ ସ୍ଥାନ ପାଇଥିବା ଭେଟେରାନ ଲିଆଣ୍ଡର ପେସ ଏଠାରେ ଅନୁପସ୍ଥିତ ରହିଛନ୍ତି। 

ଫିଫା ର଼୍ୟାଙ୍କିଙ୍ଗ୍‌:  ଶୀର୍ଷରେ ଫ୍ରାନ୍ସ, ୧୫କୁ ଖସିଲା ଜର୍ମାନୀ

ଫିଫା ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ ଫ୍ରାନ୍ସ, ୧୫କୁ ଖସିଲା ଜର୍ମାନୀ

ଜୁରିଖ,୧୬।୮- ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ଫିଫା ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷକୁ ଉଠିଛି। ଏହା ଦର୍ଶାଇଛି ଗୁରୁବାର ପ୍ରକାଶ ପାଇଥିବା ନୂଆ ଫିଫା ର଼୍ୟାଙ୍କିଙ୍ଗ୍‌। ଅନ୍ୟପକ୍ଷରେ ପୂର୍ବରୁ ଶୀର୍ଷରେ ଥିବା ଜର୍ମାନୀ ଦଳ ବିଶ୍ୱକପ୍‌ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେବା ଯୋଗୁ ଏବେ ୧୫ତମ ସ୍ଥାନକୁ ଖସିଛି। 

ଆଟଲେଟିକୋ ମାଡ୍ରିଡ୍‌ ଜିତିଲା ସୁପର କପ୍‌

ଆଟଲେଟିକୋ ମାଡ୍ରିଡ୍‌ ଜିତିଲା ସୁପର କପ୍‌

ଟାଲିନ୍ନ,୧୬।୮- ସାଉଲ ନିଗୁଏଜ ଓ କୋକେଙ୍କ ମ୍ୟାଚ୍‌ର ଅତିରିକ୍ତ ସମୟରେ ଗୋଲ ଯୋଗୁ ଆଟଲେଟିକୋ ମାଡ୍ରିଡ୍‌ ୟୁଫା ସୁପର କପ୍‌ ଟାଇଟଲ ଜିତିଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ଆଟଲେଟିକୋ ମାଡ୍ରିଡ୍‌ ୪-୨ ଗୋଲ୍‌ରେ ରିଅଲ ମାଡ୍ରିଡ୍‌କୁ ହରାଇ ଏହି ସଫଳତା ପାଇଛି। 

ଭିକ୍ଟର ମୋଜେସଙ୍କ ଅବସର

ଭିକ୍ଟର ମୋଜେସଙ୍କ ଅବସର

ଆବୁଜା,୧୬।୮- ଚେଲସି ଖେଳାଳି ଭିକ୍ଟର ମୋଜେସ ବୁଧବାର ଅନ୍ତର୍ଜାତୀୟ ଫୁଟ୍‌ବଲ ଅବସର ନେଇଛନ୍ତି। ସେ ଏ ନେଇ ଟୁଇଟର ଜରିଆରେ ସୂଚନା ଦେଇଛନ୍ତି। ତାଙ୍କ ଅବସର ନାଇଜେରିଆ ଫୁଟ୍‌ବଲ ପ୍ରଶଂସକଙ୍କୁ ସ୍ତବ୍ଧ କରି ଦେଇଛି। କାରଣ ମୋଜେସଙ୍କୁ ଏବେ ମାତ୍ର ୨୭ ବର୍ଷ ହୋଇଛି।

ଗ୍ୟାରୀ ଷ୍ଟିଡ୍‌ ନ୍ୟୁଜିଲାଣ୍ଡ ମୁଖ୍ୟ କୋଚ୍‌

ଗ୍ୟାରୀ ଷ୍ଟିଡ୍‌ ନ୍ୟୁଜିଲାଣ୍ଡ ମୁଖ୍ୟ କୋଚ୍‌

ଅକ୍‌ଲାଣ୍ଡ,୧୬।୮- ପୂର୍ବତନ କ୍ରିକେଟର ଗ୍ୟାରୀ ଷ୍ଟିଡ ନ୍ୟୁଜିଲାଣ୍ଡ ଦଳ ମୁଖ୍ୟ କୋଚ୍‌ ପଦରେ ନିଯୁକ୍ତ ହୋଇଛନ୍ତି। ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ତାଙ୍କୁ ଦୁଇ ବର୍ଷ ଲାଗି ଏହି ଗୁରୁଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଏହି ପଦରେ ମାଇକ ହାସନ ଥିଲେ। ହାସନ ଚଳିତ ବର୍ଷ ଜୁନରେ ପଦତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲେ।

କୋହଲିଙ୍କୁ ପଛରେ ପକାଇଲେ ସର୍ଦ୍ଦାର ସିଂ

କୋହଲିଙ୍କୁ ପଛରେ ପକାଇଲେ ସର୍ଦ୍ଦାର ସିଂ

ଜାକର୍ତ୍ତା,୧୬।୮- ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂ ୟୋ ୟୋ ଟେଷ୍ଟ ତଥା ଫିଟ୍‌ନେସ ପରୀକ୍ଷାରେ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। 

ପୂର୍ବତନ ଅଧିନାୟକ ଅଜିତ ଓ୍ବାଦେକରଙ୍କ ପରଲୋକ

ପୂର୍ବତନ ଅଧିନାୟକ ଅଜିତ ଓ୍ବାଦେକରଙ୍କ ପରଲୋକ

ନୂଆଦିଲ୍ଲୀ,୧୬।୮(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ ଓ ଇଂଲଣ୍ଡରେ ଭାରତୀୟ ଦଳକୁ ଐତିହାସିକ ବିଜୟ ଆଣି ଦେଇଥିବା ଅଧିନାୟକ ଅଜିତ ଓ୍ବାଦେକରଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। 

ସ୍ଥିତି ବଦଳାଇବାର ଦକ୍ଷତା ଭାରତର ରହିଛି

ସ୍ଥିତି ବଦଳାଇବାର ଦକ୍ଷତା ଭାରତର ରହିଛି

ଲଣ୍ଡନ, ୧୫।୮(ପି.ଟି.)- ପ୍ରଥମ ଦୁଇଟି ମ୍ୟାଚ୍‌ ହାରି ଭାରତୀୟ ଦଳ ଦୁର୍ବଳ ହୋଇଯାଇଥାଇପାରେ। କିନ୍ତୁ ଇଂଲଣ୍ଡ ୫-୦ରେ ସିରିଜ କ୍ଲିନ ସୁଇପ୍‌ କରିବା କହିବା ଏବେଠୁ ଠିକ୍‌ ନୁହେଁ ବୋଲି ଦଳର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ଜନ୍ନୀ ବେୟାରଷ୍ଟୋ କହିଛନ୍ତି। 

ପରାଜୟ ସହ ବେଙ୍ଗାଲୁରୁର ସ୍ପେନ ଗସ୍ତ ଶେଷ

ପରାଜୟ ସହ ବେଙ୍ଗାଲୁରୁର ସ୍ପେନ ଗସ୍ତ ଶେଷ

ବାର୍ସିଲୋନା, ୧୫।୮(ପି.ଟି.)- ବାର୍ସିଲୋନା ‘ବି’ ଦଳଠାରୁ ପରାଜୟବରଣ କରିବା ସହ ବେଙ୍ଗାଲୁରୁ ଦଳ ତା’ର ସ୍ପେନ ଗସ୍ତ ସମାପ୍ତ କରିଛି। ସ୍ଥାନୀୟ ମିନି ଏଷ୍ଟାଡି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ ବାର୍ସିଲୋନା ‘ବି’ ଦଳ ୩-୦ ଗୋଲରେ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା।

ଅବସର ଘୋଷଣା କଲେ ଫର୍ନାଣ୍ଡୋ

ଅବସର ଘୋଷଣା କଲେ ଫର୍ନାଣ୍ଡୋ

ମାଡ୍ରିଡ୍‌, ୧୫।୮- ଦୁଇଥର ବିଶ୍ୱ ଚାମ୍ପିୟନ ସ୍ପାନିଶ ଡ୍ରାଇଭର ଫର୍ନାଣ୍ଡୋ ଆଲୋନସୋ ଫର୍ମୁଲା-୧ରୁ ଅବସର ଘୋଷଣା କରିଛନ୍ତି। ଚଳିତ ସିଜନ ସମାପ୍ତ ପରେ ସେ ଫର୍ମୁଲା-୧ରୁ ସନ୍ନ୍ୟାସ ନେବେ ବୋଲି ବୁଧବାର ଘୋଷଣା କରିଛନ୍ତି।