ବ୍ରହ୍ମପୁର

ବିଏମ୍‌ସିର ପରିସ୍ରାଗାର ଯୋଜନା: ପରିଚାଳନା ଅଭାବରୁ ଅଚଳାବସ୍ଥା କର୍ମଚାରୀ, ଜଳାଭାବ ମୁଖ୍ୟ ସମସ୍ୟା

ବ୍ରହ୍ମପୁର ଅଫିସ, ୯।୨- ଶ୍ରେଷ୍ଠ, ସବୁଜ, ସୁନ୍ଦର ସହର ହେବ ବ୍ରହ୍ମପୁର। ଏହି ସ୍ବପ୍ନକୁ ସାକାର କରିବା ଉଦ୍ଦେଶ୍ୟ ନେଇ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆରମ୍ଭ ହୋଇଥିଲା ଶ୍ରେଷ୍ଠ ବ୍ରହ୍ମପୁର ଅଭିଯାନ। ପ୍ରାରମ୍ଭିକ ପର୍ଯ୍ୟାୟରେ ସହରକୁ ସ୍ବଚ୍ଛ ଓ ବାହ୍ୟ ଶୌଚମୁକ୍ତ କରିବାକୁ ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ରୋଡ୍‌ ଶୋ ମାଧ୍ୟମରେ ସହରବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ସହ ବସ୍ତି ତଥା ବିଭିନ୍ନ ୱାର୍ଡରେ ୱାର୍ଡସଭା ଆୟୋଜନ କରାଯାଇଥିଲା। ଅଭିଯାନର ସଫଳତା ପାଇଁ ସହରବାସୀଙ୍କୁ ଶପଥ ପାଠ କରାଯାଇଥିଲା। ଏହି ଅବସରରେ ମହାନଗରର ବିଭିନ୍ନ ୱାର୍ଡରେ ଗୋଷ୍ଠୀ ଶୌଚାଳୟ, ହାଇବ୍ରିଡ ଟଏଲେଟ ନିର୍ମାଣ କରାଯାଇଥିଲା। ଏଥିସହ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ, ବସଷ୍ଟାଣ୍ଡ, ମାର୍କେଟ ଅଞ୍ଚଳଗୁଡିକରେ ଅତ୍ୟାଧୁନିକ ପରିସ୍ରାଗାର (ୟୁରିନାଲ୍‌) ନିର୍ମିତ ହୋଇଥିଲା। କିନ୍ତୁ ନିଗମର ଅବହେଳା ଯୋଗୁ ଅନେକ ସ୍ଥାନରେ ଏହି ପରିସ୍ରାଗାର ଏବେ ଅକାମୀ ହୋଇପଡିଛି। ଫଳରେ ବ୍ରହ୍ମପୁରକୁ ଶ୍ରେଷ୍ଠ ସହରରେ ପରିଣତ କରିବାର ସ୍ବପ୍ନ ସାକାର ହେବା ନେଇ ଆଶା ମଉଳି ଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ବିଏମ୍‌ସି ପକ୍ଷରୁ ପିପିପି ମୋଡ୍‌ରେ ସହରର ୧୩ଟି ସ୍ଥାନରେ ୩୯ଟି ୟୁରିନାଲ ୟୁନିଟ ନିର୍ମାଣ ହୋଇଛି। ପ୍ରତି ୟୁନିଟରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଗୋଟିଏ ଲେଖାଏ ପରିସ୍ରାଗାର ନିର୍ମାଣ ହୋଇଥିବା ବେଳେ ଏଥିରେ ଏକ ଶହ ଲିଟର କ୍ଷମତା ବିଶିଷ୍ଟ ଦୁଇଟି ପାଣି ଟ୍ୟାଙ୍କର ମଧ୍ୟ ଖଞ୍ଜାଯାଇଛି। ପ୍ରତି ୟୁନିଟ ପିଛା ପ୍ରାୟ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି ପରିସ୍ରାଗାରଗୁଡିକୁ ପାଣି ଯୋଗାଣ ପାଇଁ ବିଏମ୍‌ସି ପକ୍ଷରୁ ଏକ ପାଣି ଟ୍ୟାଙ୍କର ମଧ୍ୟ ନିୟୋଜିତ କରାଯାଇଛି। ମାତ୍ର ଅଳ୍ପ କିଛି ସ୍ଥାନରେ ଏହି ୟୁରିନାଲ ୟୁନିଟ କାର୍ଯ୍ୟକ୍ଷମ କରିବାରେ ବିଏମ୍‌ସି ସଫଳ ହୋଇଛି। ବିଶେଷ କରି ବଡବଜାର, ଇଞ୍ଜିନିୟରିଂ ସ୍କୁଲ ଛକ, ବିଜିପୁର ବାପଟିଷ୍ଟ ଚର୍ଚ୍ଚ ଛକ, ଗେଷ୍ଟହାଉସ ପଛପାର୍ଶ୍ୱ, ପୁରୁଣାବସଷ୍ଟାଣ୍ଡ ବିଏସ୍‌ଏନ୍‌ଏଲ୍‌ ଅଫିସ ପାର୍ଶ୍ୱ, ଏମ୍‌କେସିଜି ମେଡିକାଲ କଲେଜ ପ୍ରଭୃତି ସ୍ଥାନରେ ନିର୍ମିତ ହୋଇଥିବା କିଛି ପରିସ୍ରାଗାର ୟୁନିଟ ଠିକ ଭାବେ କାର୍ଯ୍ୟ କରୁଥିବା ବିଏମ୍‌ସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଅନ୍ୟପକ୍ଷରେ ପରିସ୍ରାଗାରଗୁଡିକର ପରିଚାଳନାରେ ଅବହେଳା ଯୋଗୁ ବିଭିନ୍ନ ଅଞ୍ଚଳରେ ନିର୍ମିତ ପରିସ୍ରାଗାରଗୁଡିକରେ ଏବେ ତାଲା ଝୁଲୁଥିବା ଲକ୍ଷ୍ୟ କରାଯାଇଛି। କମାପଲ୍ଲୀ ଓଭରବ୍ରିଜ ଓ ନୂଆବସଷ୍ଟଣ୍ଡ ସମେତ କେତେକ ଅଞ୍ଚଳରେ ନିର୍ମିତ ପରିସ୍ରାଗାର ଭାଙ୍ଗି ଗଲାଣି। ତେଣୁ ବିଭିନ୍ନ ଅଞ୍ଚଳରେ ଲୋକେ ରାସ୍ତା କଡରେ ପରିଶ୍ରା କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ପରିବେଶ ବିପନ୍ନ ହେଉଛି। ଅନ୍ୟପକ୍ଷରେ ଜଳାଭାବ ଯୋଗୁ କାର୍ଯ୍ୟକ୍ଷମ ଥିବା କେତେକ ପରିସ୍ରାଗାରରୁ ଦୁର୍ଗନ୍ଧ ବାହାରୁଛି। ତୁରନ୍ତ ଏହାର ଠିକ୍‌ ପରିଚାଳନା କରାଯିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
ନେଇ ବିଏମ୍‌ସି ଆସିଷ୍ଟାଣ୍ଡ ଇଞ୍ଜିନିୟର ଜିତେନ୍ଦ୍ର ପଟ୍ଟନାୟକ କହିଛନ୍ତି, ସହରର ନିର୍ମିତ ହୋଇଥିବା ସମସ୍ତ ପରିସ୍ରାଗାର ୟୁନିଟକୁ ପାଣି ଯୋଗାଇବା ପାଇଁ ଗୋଟିଏ ଟ୍ୟାଙ୍କର ଯଥେଷ୍ଟ ହେଉ ନାହିଁ। ଫଳରେ ପରିଚାଳନା ନେଇ ସମସ୍ୟା ସୃଷ୍ଟି ହେଉଛି। ୧୦ରୁ ୧୫ ଦିନ ମଧ୍ୟରେ ପରିସ୍ରାଗାରଗୁଡିକୁ ପାଣି ଯୋଗାଇବା ନେଇ ଆଉ ୩ଟି ଟ୍ୟାଙ୍କର ନିୟୋଜିତ କରାଯିବାର ପ୍ରସ୍ତାବ ରହିଛି। ତନୋ୍ମଧ୍ୟରୁ ଗୋଟିଏ ୩୦୦୦ ଲିଟର ଓ ଆଉ ଦୁଇଟି ଏକ ହଜାର ଲିଟର କ୍ଷମତା ବିଶିଷ୍ଟ ଟ୍ୟାଙ୍କର ଅଣାଯିବ। ଟ୍ୟାଙ୍କର ନିୟୋଜିତ ହେବା ପରେ ସମସ୍ତ ପରିସ୍ରାଗାର ପରିଚାଳନା ନେଇ ରହିଥିବା ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି।

All Right Reserved By

Model This Week

ସୌମ୍ୟ

ବ୍ରହ୍ମପୁର

୨ ବାଇକକୁ ଧକ୍କା ଦେଲା କାର, ୩ ଆହତ

୨ ବାଇକକୁ ଧକ୍କା ଦେଲା କାର, ୩ ଆହତ

ଛତ୍ରପୁର,୨୭ା୫(ଡି.ଏନ.ଏ)- ଛତ୍ରପୁର କଲେଜ ଛକ ନିକଟସ୍ଥ ଜାତୀୟ ରାଜପଥଠାରେ ରବିବାର ଏକ କାର ଧକ୍କାରେ ୩ ବାଇକ ଆରୋହୀ ଆହତ ହୋଇଛନ୍ତି। ସେମାନେ ହେଲେ ପାଟପୁର ଗାଁର ମୁକୁନ୍ଦ ଚନ୍ଦ୍ର ବରାଡ, ସୁକାନ୍ତ ବରାଡ ଏବଂ ଛତ୍ରପୁରର ରଘୁନାଥ ପ୍ରସାଦ। ସମସ୍ତଙ୍କୁ ପ୍ରଥମେ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଡିଜେଲ ଚୋରାଚାଲାଣ ମାମଲା, ୨ କୋର୍ଟ ଚାଲାଣ

ଛତ୍ରପୁର,୨୭ା୫(ଡି.ଏନ.ଏ)- ଗୋପାଳପୁର ପୋର୍ଟ ପରିସରରୁ ଗାଡି ଗୁଡିକରୁ ଡିଜେଲ ଚୋରି କରି ଚାଲାଣ କରିବା ମାମଲାରେ ୨ ଅଭିଯୁକ୍ତଙ୍କୁ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ପିକଅପ ଭ୍ୟାନ୍‌ ଚାଳକ ତଥା ନୋଳିଆନୂଆଗାଁର ବାବୁଲା ସାହୁ ଓ ଡଙ୍ଗା ଚାଳକ ତଥା ବଡଆର୍ଯ୍ୟପଲ୍ଲୀ ଗାଁର ଏ. କାମରାଜୁ।

ଚୋରି ଉଦ୍ୟମ ବିଫଳ: ଯୁବକଙ୍କୁ କାବୁ କଲେ ଗ୍ରାମବାସୀ

ଖଲ୍ଲିକୋଟ,୨୭ା୫(ଡି.ଏନ୍‌.ଏ.)- ଖଲ୍ଲିକୋଟ ଥାନା କୁଶଢିପା ଗ୍ରାମରେ ଚୋରି ଉଦ୍ୟମବେଳେ ଜନୈକ ଯୁବକଙ୍କୁ ଗ୍ରାମବାସୀ ଧରି ନିସ୍ତୁକ ମାଡ ମାରିବା ପରେ ପୋଲିସ ଜିମା ଦେଇଛନ୍ତି। ପ୍ରକାଶ ଯେ, ଶନିବାର ବିଳମ୍ବିତ ରାତିରେ ଏକ ବୋଲେରୋ ଯୋଗେ ୬ଜଣିଆ ଦଳ ଗଁାରେ ପହଞ୍ଚତ୍ଥିଲେ।

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ:ନୋଳିଆ ନୂଆଗାଁ ବିଜୟୀ

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ:ନୋଳିଆ ନୂଆଗାଁ ବିଜୟୀ

ଗଞ୍ଜାମ,୨୭।୫(ଡି.ଏନ.ଏ.)- ଐତିହାସିକ ପୋତାଗଡ଼ ନିକଟସ୍ଥ ଗଣତି ପଡ଼ିଆରେ ଜୟବୀର ହନୁମାନ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି।

ଲକ୍ଷ୍ମୀ ନାରାୟଣ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଲକ୍ଷ୍ମୀ ନାରାୟଣ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ବେଗୁନିଆପଡ଼ା,୨୭।୫(ଡି.ଏନ.ଏ.)- ବେଗୁନିଆପଡ଼ା ବ୍ଲକ ସୁମଣ୍ଡଳ ପଞ୍ଚାୟତର ରବିଘୋଷ ନୋଡାଲ ବିଦ୍ୟାଳୟ ଷ୍ଟାଡିୟମଠାରେ ରବିବାର ଲକ୍ଷ୍ମୀ ନାରାୟଣ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି।

ପୁରୁଷୋତ୍ତମପୁର ଏନ୍‌ଏସି: ସମର୍ଥକଙ୍କ ସହ ଦଳ ଛାଡ଼ିଲେ ୨ କଂଗ୍ରେସ ନେତା

ପୁରୁଷୋତ୍ତମପୁର ଏନ୍‌ଏସି: ସମର୍ଥକଙ୍କ ସହ ଦଳ ଛାଡ଼ିଲେ ୨ କଂଗ୍ରେସ ନେତା

ପୁରୁଷୋତ୍ତମପୁର,୨୭।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ୨ ଜଣ କଂଗ୍ରେସ ନେତା ସେମାନଙ୍କ ସମର୍ଥକଙ୍କ ସହ ଦଳ ଛାଡ଼ିଛନ୍ତି। ଏନ୍‌ଏସିର ପୂର୍ବତନ ଉପନଗରପାଳ ବିଘ୍ନରାଜ ପାଢ଼ୀ ଓ ପୂର୍ବତନ ନଗର କଂଗ୍ରେସ ସଭାପତି ଅଶୋକ କୁମାର ସାମନ୍ତରା ସେମାନଙ୍କର ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ସମର୍ଥକଙ୍କୁ ନେଇ ରବିବାର କନକା ଠାକୁରାଣୀ ପୀଠ ନିକଟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ହାଇଓ୍ବା ଧକ୍କାରେ ଛାତ୍ର ମୃତ

ହାଇଓ୍ବା ଧକ୍କାରେ ଛାତ୍ର ମୃତ

ଭଞ୍ଜନଗର,୨୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ କଳିଙ୍ଗପଦରଠାରେ ରବିବାର ପୂର୍ବାହ୍ନରେ ଏକ ହାଇଓ୍ବା ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଟିମ୍ବରଖଣି ଗ୍ରାମର ସନ୍ତୋଷ ବାରିକ(୧୫)।

ପରିବେଶ ପ୍ରଦୂଷଣ ରୋକିବା ପାଇଁ ଘଣ୍ଟପିଟା ଶେଭାଯାତ୍ରା: ସାମିଲ ହେଲେ ଶିକ୍ଷାବିତ୍‌, ଜନପ୍ରତିନିଧି

ପରିବେଶ ପ୍ରଦୂଷଣ ରୋକିବା ପାଇଁ ଘଣ୍ଟପିଟା ଶେଭାଯାତ୍ରା: ସାମିଲ ହେଲେ ଶିକ୍ଷାବିତ୍‌, ଜନପ୍ରତିନିଧି

ବାଲିପଡ଼ା,୨୭।୫(ଡି.ଏନ୍‌.ଏ.): ପରିବେଶ ପ୍ରଦୂଷଣରୁ ଜୀବଜଗତକୁ ରକ୍ଷା କରିବା ଏବଂ ବୃକ୍ଷରୋପଣ କରିବା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କିଛି ଶିକ୍ଷାବିତ୍‌ ଏବଂ ଜନପ୍ରତିନିଧି ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ରବିବାର ଘଣ୍ଟପିଟି ଶେଭାଯାତ୍ରା କରିଛନ୍ତି।

ଗ୍ରାମୀଣ ଖାଉଟିକେନ୍ଦ୍ର ଉଦ୍‌ଘାଟିତ

ଗ୍ରାମୀଣ ଖାଉଟିକେନ୍ଦ୍ର ଉଦ୍‌ଘାଟିତ

ଦିଗପହଣ୍ଡି,୨୭।୫(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁରେ ରବିବାର ଗ୍ରାମୀଣ ଖାଉଟିକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏ ନେଇ ଆୟୋଜିତ ଉତ୍ସବରେ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

ରାମଚଣ୍ଡୀ ଯାତ୍ରା ନିମନ୍ତେ ପଡ଼ିଲା ଶୁଭଖୁଣ୍ଟି

ରାମଚଣ୍ଡୀ ଯାତ୍ରା ନିମନ୍ତେ ପଡ଼ିଲା ଶୁଭଖୁଣ୍ଟି

ଶେରଗଡ଼,୨୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ ବହୁ ପ୍ରତିଷ୍ଠିତ ମା’ ରାମଚଣ୍ଡୀ ଯାତ୍ରା ଜୁନ ୨୮ରେ ଅନୁଷ୍ଠିତ ହେବ। ଏ ନେଇ ରବିବାର ନିର୍ଦ୍ଧାରିତ ସକାଳ ୯ଟାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।

ଗରିବ ଛାତ୍ରୀଛାତ୍ରଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ

ଗରିବ ଛାତ୍ରୀଛାତ୍ରଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ

ବ୍ରହ୍ମପୁର ଅଫିସ,୨୭।୫: ଶ୍ରୀ ଚୌଡେଶ୍ୱର ଦେବାଙ୍ଗ ସଙ୍ଘ ଶିକ୍ଷା କମିଟି ତରଫରୁ ଗରିବ ଛାତ୍ରୀଛାତ୍ରଙ୍କୁ ରବିବାର ମାଗଣାରେ ପାଠ୍ୟପୁସ୍ତକ ଏବଂ ଉପକରଣ ପ୍ରଦାନ କରାଯାଇଛି। ମାର୍ଥାପେଟା ସିଦ୍ଧେଶ୍ୱର କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଙ୍ଘର ସଭାପତି କେ. ଲକ୍ଷ୍ମଣ ରାଓ ଅଧ୍ୟକ୍ଷତା କରିଥିଲେ।

ରାଜ୍ୟସ୍ତରୀୟ ଖୋ ଖୋ ତାଲିମ ଶିବିର ଉଦ୍‌ଘାଟିତ

ରାଜ୍ୟସ୍ତରୀୟ ଖୋ ଖୋ ତାଲିମ ଶିବିର ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ,୨୭।୫: ବ୍ରହ୍ମପୁରଠାରେ ରାଜ୍ୟସ୍ତରୀୟ ଖୋ ଖୋ ତାଲିମ ଶିବିର ରବିବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଶିବିରରେ ରାଜ୍ୟର ବିଭିନ୍ନ ଜିଲାରୁ ଶହେରୁ ଊଦ୍ଧର୍‌ବ କ୍ରୀଡା ଶିକ୍ଷକ ଭାଗ ନେଇଛନ୍ତି।