ବ୍ରହ୍ମପୁର

ବୃଦ୍ଧଙ୍କୁ ଛୁରାମାଡ଼ ଘଟଣା, ଦୁଇ ଭାଇ ଜେଲ ଗଲେ

ଦିଗପହଣ୍ଡି,୯।୨(ଡି.ଏନ.ଏ.)- ଦିଗପହଣ୍ଡି ଥାନା ଚାଞ୍ଚଡ଼ାପଲ୍ଲୀ ଗ୍ରାମରେ ସାମାନ୍ୟ କଥାକୁ ନେଇ ଘଟିଛି ଛୁରାମାଡ଼। ଛୁରାମାଡ଼ରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି। ସେ ହେଲେ କେଦାର ଜେନା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ଦୁଇ ଭାଇ କାଳିଆ ନାୟକ ଓ ବାବୁଲା ନାୟକଙ୍କୁ ଶୁକ୍ରବାର ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବ୍‌ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ନଂ. ୨୪/୧୮ରେ ଏକ ମାମଲା ରୁଜୁ କରାଯାଇଛି। ଗୁରୁବାର ରାତି ପ୍ରାୟ ସାଢ଼େ ୮ଟାରେ କେଦାର ଅଭିଯୁକ୍ତ କାଳିଆଙ୍କୁ ଗାଁ ରାସ୍ତାରେ ଧିରେ ସାଇକେଲ ଚଳାଇବାକୁ ତାଗିଦ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କାଳିଆ ତାଙ୍କ ଭାଇ ବାବୁଲାଙ୍କୁ ଘଟଣା ସମ୍ବନ୍ଧରେ ଜଣାଇଥିଲେ। ପରେ ବାବୁଲା ଏକ ଛୁରିରେ ଘର ପିଣ୍ଡାରେ ବସିଥିବା କେଦାରଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଛି। ଘଟଣା ସମ୍ବନ୍ଧରେ ତାଙ୍କ ପୁଅ ଶିବ ଜେନା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ତଦନ୍ତକାରୀ ପୋଲିସ ଅଧିକାରୀ ଶୁକ୍ରବାର ସକାଳେ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଛନ୍ତି।

All Right Reserved By
Karnatak Exit Poll

Model This Week

ସଂଗୀତ

ବ୍ରହ୍ମପୁର

ଜୁଆ ଆଡ୍ଡାରେ ଚଢାଉ, ୭ ଗିରଫ

ଜୁଆ ଆଡ୍ଡାରେ ଚଢାଉ, ୭ ଗିରଫ

ବ୍ରହ୍ମପୁର ଅଫିସ,୨୦ା୫- ସ୍ଥାନୀୟ ଗୋଷାଣୀନୂଆଗଁ। ଥାନା ହରିହରନଗର ଅଞ୍ଚଳରେ ଶନିବାର ବିଳମ୍ବିତ ରାତିିରେ ଏକ ଜୁଆ ଆଡ୍ଡାରେ ପୋଲିସ ଚଢାଉ କରିଥିଲା। ତେବେ ଚଢାଉ କରି ୭ ଜୁଆଡିିଙ୍କୁ ଗିରଫ କରାଯାଇଥିବା ଗୋଷାଣୀ ନୂଆଗଁ। ଥାନାଧିକାରୀ କୁଳମଣୀ ସେଠୀ ସୂଚନା ଦେଇଛନ୍ତି।

ଟ୍ରକ୍‌ ଧକ୍କାରେ ବାଇକ ଚାଳକ ମୃତ କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଟ୍ରକ୍‌ ଧକ୍କାରେ ବାଇକ ଚାଳକ ମୃତ କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଜି.ଉଦୟଗିରି,୨୦ା୫(ଡି.ଏନ.ଏ.)-ଜି.ଉଦୟଗିରି ସହରର ୪ନଂ. ୱାର୍ଡ ଶିବ ମନ୍ଦିର ନିକଟସ୍ଥ ଜି.ଉଦୟଗିରି -ସାରଙ୍ଗଗଡ଼ ରାସ୍ତାରେ ରବିବାର ଏକ ଟ୍ରକ ବାଇକ୍‌କୁ ଧକ୍କା ଦେବା ଫଳରେ ଟ୍ରକ ଚକା ତଳେ ଚାପି ହୋଇ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଜି.ଉଦୟଗିରି -ସାରଙ୍ଗଗଡ଼ ରାସ୍ତା ଅବରୋଧ କରିଛନ୍ତି। ପୋଲିସ ଲୋକଙ୍କ ସହ ଆଲୋଚନା ଜାରି ରଖିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।

ଆଳୀୟ ଖଣ୍ଡାୟତ ସମାଜର ମହାସଭା

ଆସିକା,୨୦ା୫ (ଡି.ଏନ୍‌.ଏ.): ଆସିକା ବ୍ଲକ ଗହଙ୍ଗୁ ଗ୍ରାମରେ ଶୁକ୍ରବାରଠାରୁ ଚାଲିଥିବା ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ୩୬ତମ ସାଂସ୍କୃତିକ ମହାସଭା ରବିବାର ଉଦଯାପିତ ହୋଇଯାଇଛି। ଶୁକ୍ରବାର ମହାସଭାରେ କୁଳାଧିପତି ରମେଶ ଚନ୍ଦ୍ର ବିଶ୍ୱାଳଙ୍କ ଦ୍ୱାରା କୁଳଧ୍ୱଜା ଉତ୍ତୋଳନ କରାଯାଇଥିବା ବେଳେ ଆସିକା ଏମପି ଲଡୁ କିଶୋର ସ୍ବାଇଁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବିଧାୟକ ଦେବରାଜ ମହାନ୍ତି କୁଳଦୀପ ପ୍ରଜ୍ଜଳନ କରିବା ପରେ ମହାସଭା ଆରମ୍ଭ ହୋଇଥିଲା।

୨୭ରେ ଜିଲାସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା

୨୭ରେ ଜିଲାସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା

ଛତ୍ରପୁର,୨୦ା୫(ଡି.ଏନ.ଏ.)- ଗଞ୍ଜାମ ଜିଲା ଟାଏକୋଣ୍ଡୋ ଆସୋସିଏଶନ ପକ୍ଷରୁ ୬ଷ୍ଠ ଜିଲାସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଛତ୍ରପୁରସ୍ଥିତ ପବ୍ଲିକ୍‌ ସ୍କୁଲ ପରିସରରେ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ। ରବିବାର ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଜିଲା ଟାଏକୋଣ୍ଡୋ ଆସୋସିଏଶନ ପକ୍ଷରୁ ଏହାର ପ୍ରସ୍ତୁତି ନେଇ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ବେଆଇନ ମୋରମ, ମେଟାଲ ବୋଝେଇ ଟ୍ରାକ୍ଟର ଜବତ

କୋଦଳା,୨୦।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା କୋଦଳା ତହସିଲ ଅଧିନରେ ଥିବା ସରକାରୀ ପାହାଡ ମାନଙ୍କରୁ ବେଆଇନ ପଥର, ମେଟାଲ, ମୋରମ ଚୋରା ଚାଲାଣ ହେଉଥିବାବେଳେ ରବିବାର ସ୍ଥାନୀୟ ତହସିଲଦାର ରବି ନାରାୟଣ ସାହୁ କୋଦଳା ଓ ଉସ୍ତାପଡା ଅଞ୍ଚଳରେ ଚଢାଉ କରି ୨ଟି ମୋରମ ବୋଝେଇ ଟ୍ରାକ୍ଟର ଓ ଗୋଟିଏ ମେଟାଲ ବୋଝେଇ ଟ୍ରାକ୍ଟର ଜବତ କରି ସେମାନଙ୍କ ଠାରୁ ୨୭ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ତହସିଲଦାର ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ନାରୀ ଶିକ୍ଷାରେ ଦେଶର ପ୍ରଗତି ସମ୍ଭବ

ନାରୀ ଶିକ୍ଷାରେ ଦେଶର ପ୍ରଗତି ସମ୍ଭବ

ପୋଲସରା,୨୦।୫(ଡି.ଏନ.ଏ.)- ପୋଲସରା ବ୍ଲକ କଳମ୍ବ ପଞ୍ଚାୟତ କଳମ୍ବସ୍ଥିତ ଦୁଷ୍ମନ୍ତ ସ୍ମାରକୀ ବାଳିକା ବିଦ୍ୟାପୀଠରେ ରବିବାର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଚେୟାରମ୍ୟାନ ସୁବାସ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଆସିକା ଏମ୍‌ପି ଲଡ଼ୁ କିଶୋର ସ୍ବାଇଁ ଯୋଗ ଦେଇଥିଲେ।

ପୁରୁଷୋତ୍ତମପୁରରୁ ଅଭିଯୁକ୍ତଙ୍କୁ ଗିରଫ କଲା ଗୁଜୁରାଟ ପୋଲିସ

ପୁରୁଷୋତ୍ତମପୁରରୁ ଅଭିଯୁକ୍ତଙ୍କୁ ଗିରଫ କଲା ଗୁଜୁରାଟ ପୋଲିସ

ପୁରୁଷୋତ୍ତମପୁର,୨୦।୫(ଡି.ଏନ୍‌.ଏ.)- ଗୁଜୁରାଟ ପୋଲିସ ଶନିବାର ରାତିରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଋିଷିପୁର ଗ୍ରାମରେ ପହଞ୍ଚି ଜଣଙ୍କୁ ଗିରଫ କରିଛି। ସେ ହେଲେ ଗୋପାଳ ବେହେରା (୫୨)।

ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ

ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ

ପୋଲସରା,୨୦।୫(ଡି.ଏନ.ଏ.)- ପୋଲସରା ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶନିବାର ଅପରାହ୍ନରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସିକା ଏମ୍‌ପି ଲଡୁ କିଶୋର ସ୍ବାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋପାଳପୁର ବିଧାୟକ ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ପ୍ରଦୀପ କୁମାର ପାଣିଗ୍ରାହି, ବରେଣ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିଲେ।

ନାରୀଶକ୍ତି ଜାଗରଣ ସଚେତନତା କାର୍ଯ୍ୟକ୍ରମ

ନାରୀଶକ୍ତି ଜାଗରଣ ସଚେତନତା କାର୍ଯ୍ୟକ୍ରମ

କୋଦଳା,୨୦।୫- କୋଦଳା ଥାନା ପକ୍ଷରୁ ନାଇକାଣିପଲ୍ଲୀ ବାଗଦେବୀ ହାଇସ୍କୁଲଠାରେ ନାରୀଶକ୍ତି ଜାଗରଣ, ଆମ ପୋଲିସ ସମିତି ଓ ସ୍ବୟଂସିଦ୍ଧାର ମିଳିତ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି।

ଗ୍ରାମୀଣ ଡାକ ସେବକ ସଂଘ ପ୍ରସ୍ତୁତି ବୈଠକ

ଗଞ୍ଜାମ,୨୦।୫(ଡି.ଏନ.ଏ.)- ଆସନ୍ତା ୨୨ରେ ହେବାକୁ ଥିବା ଅଖିଳ ଭାରତ ଡାକ କର୍ମଚାରୀ ସଂଘ ଗ୍ରାମୀଣ ଡ଼ାକ ସେବକ ଧର୍ମଘଟ ସଫଳ କରିବା ପାଇଁ ଗଞ୍ଜାମସ୍ଥିତ ପୋତାଗଡ଼ଠାରେ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି।

ମାଟି ଅତଡ଼ା ଖସି ଜଣେ ମୃତ

ମାଟି ଅତଡ଼ା ଖସି ଜଣେ ମୃତ

ଶେରଗଡ଼,୨୦।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପାହାଡ଼ ନିକଟରେ ରବିବାର ମାଟି ଖୋଳୁଥିବାବେଳେ ଅତଡ଼ା ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ଦିବ୍ୟାଙ୍ଗ ଶିଶୁ ଜନ୍ମ: ପରିବାର ଚିନ୍ତାରେ

ଦିବ୍ୟାଙ୍ଗ ଶିଶୁ ଜନ୍ମ: ପରିବାର ଚିନ୍ତାରେ

ଚନ୍ଦ୍ରଗିରି,୨୦।୫(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ରାତିରେ ୨ଟି ଯାକ ହାତ ନ ଥିବା ଏକ ନବଜାତ ଶିଶୁପୁତ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଶିଶୁପୁତ୍ରର ଅବସ୍ଥା ସ୍ବାଭାବିକ ଥିଲେ ମଧ୍ୟ ହାତ ନ ଥିବାରୁ ପରିବାର ଲୋକେ ଦୁଃଖପ୍ରକାଶ କରିଛନ୍ତି।