Dharitri News
ବ୍ରହ୍ମପୁର

ଆମ୍ବୁଲାନ୍ସ ଧକ୍କାରେ ଦମ୍ପତି ଗୁରୁତର

ଦିଗପହଣ୍ଡି/ପାଟପୁର,୯।୨(ଡି.ଏନ.ଏ.): ଦିଗପହଣ୍ଡି ନିକଟ ସିଙ୍ଗପୁର ଗ୍ରାମ ନିକଟରେ ୧୦୨ ଆମ୍ବୁଲାନ୍ସ ଧକ୍କାରେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଡ଼େଙ୍ଗାଓସ୍ତା ଗ୍ରାମର ମାମାରାଣୀ ସାହୁ ଓ ତାଙ୍କ ସ୍ବାମୀ ଆନନ୍ଦ ଦାସ। ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଶେରଗଡ଼ ଗ୍ରାମରୁ ଭୋଜି ଖାଇ ସେମାନେ ବାଇକରେ ଫେରୁଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ୧୦୨ ଆମ୍ବୁଲାନ୍ସ ବାଇକକୁ ଧକ୍କା ଦେଇ ପଳାଇ ଯାଇଥିଲା। ଆହତ ଦମ୍ପତିଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ବ୍ରହ୍ମପୁର

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଖଣ୍ଡପଡା,୨୧।୨(ସ୍ବ.ପ୍ର.): ବାଘମାରୀ-ଦଶପଲ୍ଲା ରାଜ୍ୟ ରାଜପଥ ଏବେ ଲୁଟେରାଙ୍କ ଚରାଭୂଇଁ ପାଲଟିଛି। ଉକ୍ତ ଅଞ୍ଚଳରେ କେବଳ ରାତିରେ ନୁହେଁ ଦିନରେ ମଧ୍ୟ ଲୁଟେରାମାନେ ସକ୍ରିୟ ହୋଇ ମାରଣାସ୍ତ୍ର ଦେଖାଇ ଲୁଟ କରୁଥିବା ଅଭିଯୋଗ ହେଉଛି। ଏହି କ୍ରମରେ ବୁଧବାର କଣ୍ଟିଲୋ ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ମୋବାଇଲ ସହ ସାଢ଼େ ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ସିଆର୍‌ପିଏଫ୍‌ ପକ୍ଷରୁ ସଫେଇ ଅଭିଯାନ

ସିଆର୍‌ପିଏଫ୍‌ ପକ୍ଷରୁ ସଫେଇ ଅଭିଯାନ

ଭଞ୍ଜନଗର, ୨୧।୨(ଡି.ଏନ୍‌.ଏ.): ସିଆର୍‌ପିଏଫ୍‌ର ୧୨୭ ବାଟାଲିୟନ ଭଞ୍ଜନଗର ପକ୍ଷରୁ ପୋଷ୍ୟଗ୍ରାମ ବେଣାକୁନ୍ଦା ଗ୍ରାମରେ ବୁଧବାର ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଆରପିଏଫ୍‌ର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କରାଯାଇଛି।

୯ ଅଧ୍ୟାପକ, କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ

ପୁରୁଷୋତ୍ତମପୁର,୨୦।୨(ଡି.ଏନ୍‌.ଏ)-ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ବ୍ରହ୍ମପୁର କାର୍ଯ୍ୟାଳୟର ଜିଲା ସଂଯୋଜକ ଶେଷଦେବ ସାହୁ ସୋମବାର ତାରାତାରିଣୀ କଲେଜକୁ ଅଚାନକ ପରିଦର୍ଶନରେ ଆସିଥିଲେ। ସେ ବିଭିନ୍ନ କ୍ଲାସ ବୁଲିବା ସହ ଅଫିସରେ କାଗଜପତ୍ର ଯାଞ୍ଚ କରିଥିଲେ। କଲେଜରେ କିଛିଦିନ ହେଲା ଶିକ୍ଷାଦାନରେ ବ୍ୟାଘାତ ଘଟୁଛି। ଆଧ୍ୟାପିକା, ଅଧ୍ୟାପକମାନେ ଠିକ ଭାବେ କଲେଜକୁ ଆସୁ ନଥିବା ଅଭିଯୋଗ ହୋଇ ଆସୁଥିଲା। ଜିଲା ସଂଯୋଜକ ସାହୁ କଲେଜ ପରିଦର୍ଶନ କରିବା ବେଳେ ୯ ଅଧ୍ୟାପକ, କର୍ମଚାରୀ ଅନୁପସ୍ଥିତ ଥିବା ଦେଖି କ୍ଷୋଭ ପ୍ରକାଶ କରିଥିଲେ।

ଦିବ୍ୟାଙ୍ଗ ଛାତ୍ରୀଙ୍କ ଉପରକୁ ଗରମପାଣି ଫିଙ୍ଗିଲେ ପଡ଼ୋଶୀ

ଦିବ୍ୟାଙ୍ଗ ଛାତ୍ରୀଙ୍କ ଉପରକୁ ଗରମପାଣି ଫିଙ୍ଗିଲେ ପଡ଼ୋଶୀ

ପୋଲସରା,୨୦।୨(ଡି.ଏନ.ଏ.)-ପୋଲସରା ଥାନା ମଥୁରା ଗ୍ରାମ କଂସାରୀ ସାହିର ସୁରେନ୍ଦ୍ର ଦଳେଇଙ୍କ ଦିବ୍ୟାଙ୍ଗ ଝିଅ ଦୁଃଖୀଙ୍କ ଉପରକୁ ପଡ଼ୋଶୀ ଘର ଗରମ ପାଣି ଫୋପାଡ଼ିଥିବା ନେଇ ପୋଲସରା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଝିଅଙ୍କ ମା’ କୁମୁଦିନୀଙ୍କ କହିବାନୁସାରେ ସୋମବାର ସନ୍ଧ୍ୟାରେ ଝିଅ ଦୁଃଖୀ ବାରିପଟକୁ ଶୌଚ ପାଇଁ ଯାଇଥିଲେ । ପଡ଼ୋଶୀ ଘରର ଜଣେ ମହିଳା ଶୌଚ ହେବା ଦେଖି ଦିବ୍ୟାଙ୍ଗ ଦୁଃଖୀଙ୍କ ଉପରକୁ ଗରମ ପାଣି ଫୋପାଡ଼ିଥିଲେ। ଫଳରେ ତାଙ୍କ ଅଣ୍ଟାରେ ଫୋଟକା ହୋଇ ପୋଡ଼ି ଯାଇଥିଲା। ସେ କାନ୍ଦି କାନ୍ଦି ଆସି ଘରେ ମା’ଆଙ୍କୁ ଦେଖାଇଥିଲେ। ପୂର୍ବରୁ ଜମିଜମାକୁ ନେଇ ପାଟିତୁଣ୍ଡ ଲାଗିି ଥିବା କୁମୁଦିନୀ କହିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରେଶମୂଳକ ଭାବେ ଗରମ ପାଣି ଫୋପାଡ଼ିଥିଲେ। ଏନେଇ ମା’ କୁମୁଦିନୀ ଥାନାରେ ମଙ୍ଗଳବାର ଲିଖିତ ଅଭିଯୋଗ କରିଛନ୍ତି। ପୋଲସରା ଥାନାଧିକାରୀ ତପସ୍ବିନୀ କହଁର କେସ୍‌ ନଂ.୨୪/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ।

ପିଲାଙ୍କୁ ଲାଞ୍ଚ ମାଗି ଲ୍ୟାବ୍‌ ଆଟେଣ୍ଡାଣ୍ଟ ନିଲମ୍ବିତ

ବ୍ରହ୍ମପୁର ଅଫିସ, ୨୦।୨ -ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କଠାରୁ ଲାଞ୍ଚ ମାଗୁଥିବା ଭିଡିଓ ଭାଇରାଲ୍‌ ଘଟଣାରେ ଉକ୍ତ ମହାବିଦ୍ୟାଳୟର ଲ୍ୟାବ୍‌ ଆଟେଣ୍ଡାଣ୍ଟ କେଦାର ପାଢ଼ୀଙ୍କୁ ନିଲମ୍ବନ କରାଯାଇଛି। ପରୀକ୍ଷାରେ ପାସ୍‌ କରାଇ ଦେବା ପାଇଁ କେତେକ ଛାତ୍ରୀଛାତ୍ରଙ୍କଠାରୁ ସେ ଲାଞ୍ଚ ମାଗୁଥିବା ଭିଡିଓ ଭାଇରାଲ୍‌ ହୋଇଥିଲା।

ଶିକ୍ଷକ ଅଭାବ ପ୍ରତିବାଦ: ବିଇଓଙ୍କୁ ତାଲା ପକାଇଲେ ଗ୍ରାମବାସୀ

ଶିକ୍ଷକ ଅଭାବ ପ୍ରତିବାଦ: ବିଇଓଙ୍କୁ ତାଲା ପକାଇଲେ ଗ୍ରାମବାସୀ

ଗଞ୍ଜାମ,୨୦।୨(ଡି.ଏନ.ଏ.)- ଗଞ୍ଜାମ ଜିଲା ତଥା ବ୍ଲକ ମଧ୍ୟରେ ଥିବା ସ୍କୁଲ ଗୁଡ଼ିକରେ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡିଲାଣି। କେଉଁଠି ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଶ୍ରେଣୀଗୃହ ନାହିଁ। ଏପରି ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଶିକ୍ଷାଦାନ। ମଙ୍ଗଳବାର ଶିକ୍ଷକ ନିଯୁକ୍ତି ଦାବିରେ ଗଞ୍ଜାମ ବିଇଓ ଅଫିସରେ ଥିବାବେଳେ ତାଲା ପକାଇ ଦେଇଛନ୍ତି ଗ୍ରାମବାସୀ। ଘଟଣା ଘଟିଛି ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତର ବାଗଲପୁର ଗ୍ରାମ ଅପର ପ୍ରାଇମେରୀ ସ୍କୁଲରେ।

ଘରେ ପଡ଼ି ରହିଛି କପା,  ଚିନ୍ତାରେ ଚାଷୀ

ଘରେ ପଡ଼ି ରହିଛି କପା, ଚିନ୍ତାରେ ଚାଷୀ

ପାଟପୁର,୨୦।୨(ଡି.ଏନ.ଏ.)- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକରେ କପା ଚାଷ କମିବାରେ ଲାଗିଛି। ପ୍ରୋତ୍ସାହନ ଅଭାବ ଓ ବିକ୍ରି ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଏହି ଚାଷଠାରୁ ମୁହଁ ଫେରାଉଛନ୍ତି ଚାଷୀ। ଅନ୍ୟପଟେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଅଭାବୀ ବିକ୍ରି ପରିସ୍ଥିତି ସୃଷ୍ଟି ହୋଇଛି। ଉପତ୍ାଦିତ କପା ୩ ମାସ ହେଲା ବିକ୍ରି ନ ହୋଇ ଘରେ ପଡ଼ି ରହିଥିବାରୁ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ। ଚାଷୀ ଧାର କରଜ କରି ଚାଷ କରିଥିବାବେଳେ ପ୍ରଶାସନ ଚାଷୀଙ୍କଠାରୁ କପା କିଣିବା ଲାଗି ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ନ କରିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଘରେ କଳାକନା ବୁଲାଇଲେ ଲୁଟେରା

ଘରେ କଳାକନା ବୁଲାଇଲେ ଲୁଟେରା

କବିସୂର୍ଯ୍ୟନଗର,୨୦।୨: କବିସୂର୍ଯ୍ୟନଗର ୧୨ନଂ ଓ୍ବାର୍ଡ ଅରବିନ୍ଦନଗରରେ ସୋମବାର ରାତିରେ ଦୁର୍ବୃତ୍ତମାନେ ଜନୈକ ବ୍ୟକ୍ତିଙ୍କ ଘରେ ପଶି ଟଙ୍କା ଓ ସୁନା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଲଡୁକିଶୋର ବିଶ୍ୱାଳଙ୍କ କବାଟ ତାଡି ଘରେ ପଶି ୧୬ ଭରି ସୁନା ଅଳଙ୍କାର ସହ ନଗଦ ୩ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିବା ସେ କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ବଦଳିଲେ ପ୍ରଧାନଶିକ୍ଷକ, ହିନ୍ଦୀ ଶିକ୍ଷକ ନିଲମ୍ବିତ

ଫୁଲବାଣୀ ଅଫିସ, ୨୦।୨ - କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ସୁଡ୍ରା ସରକାରୀ ଉଚ୍ଚ ବିଦ୍ୟାଳୟକୁ ନେଇ ଚାଲିଥିବା ଘଟଣାର ଅନ୍ତ ହୋଇଛି। ମଙ୍ଗଳବାର ଏହି ଘଟଣାରେ ପ୍ରଧାନଶିକ୍ଷକ ସନ୍ତୋଷ ପାଣିଗ୍ରାହୀଙ୍କୁ ବାଟାଗୁଡା ସେବାଶ୍ରମକୁ ବଦଳି କରାଯାଇଥିବା ବେଳେ ହିନ୍ଦୀ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସେହେଲେ କାଳୀ ପ୍ରସାଦ ମିଶ୍ର।

ମାଡ୍ରାସରେ ୨ ଓଡିଆ ଯୁବକଙ୍କ ମୃତ୍ୟୁ

ମାଡ୍ରାସରେ ୨ ଓଡିଆ ଯୁବକଙ୍କ ମୃତ୍ୟୁ

ସୋରଡା,୨୦।୨ (ଡି.ଏନ୍‌.ଏ.)- ମାଡ୍ରାସର କନ୍ଦସ୍ବାମୀ ନଗର ନିକଟରେ ଏକ ଟୋଲଗେଟରେ କାର୍ଯ୍ୟରତ ୨ ଜଣ ଓଡିଆ ଯୁବକଙ୍କ ସୋମବାର ରାତିରେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେମାନେ ହେଲେ ସୋରଡା-ବଛାଡି ସାହିର ରାକେଶ କୁମାର ଡାକୁଆ ଓ ନୂଆସାହିର ନୀଳମାଧବ ସାହୁ। ଏନେଇ ଟୋଲଗେଟ୍‌ କର୍ତ୍ତୃପକ୍ଷ ମଙ୍ଗଳବାର ପରିବାରବର୍ଗଙ୍କୁ ଜଣାଇଥିଲେ।

ଛୁରାମାଡ଼ ଘଟଣା, ଅଭିଯୁକ୍ତ ଗିରଫ

ଛୁରାମାଡ଼ ଘଟଣା, ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ, ୨୦।୨(ଡ଼ି.ଏନ୍‌.ଏ.)- ହିଞ୍ଜିଳିଥାନା ସମରଝୋଳରେ ସୋମବାର ରାତିରେ ଛୁରାମାଡ଼ ଘଟଣାରେ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ସମରଝୋଳର ଲକ୍ଷ୍ମଣ ଗୌଡ(୩୨)। ଛୁରାମାଡରେ ଆହତ ରାଜମିସ୍ତ୍ରି ପ୍ରକାଶ ଚନ୍ଦ୍ର ମହାରଣାଙ୍କ ପାଖରେ ଲକ୍ଷ୍ମଣ କିଛି ଦିନ ପୂର୍ବରୁ କାମ କରୁଥିଲେ। ସୋମବାର ରାତି ପ୍ରାୟ ୮ଟାରେ ପ୍ରକାଶ ଘରକୁ ଫେରୁଥିବା ବେଳେ ଗାଁର ଆଡୁଆସାହିରେ ପୂର୍ବ ଶତ୍ରୁତାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ବ୍ରହ୍ମପୁର ଅଫିସ, ୨୦।୨: ଆସନ୍ତା ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାଠାରେ ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଦଳ ମଙ୍ଗଳବାର ସକାଳେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିଛି।