ବ୍ରହ୍ମପୁର

ଅଗ୍ନିକାଣ୍ଡରେ ଜାଲ ପୋଡ଼ିଗଲା

ଅଗ୍ନିକାଣ୍ଡରେ ଜାଲ ପୋଡ଼ିଗଲା

ଗଞ୍ଜାମ,୯।୨(ଡି.ଏନ.ଏ.): ଅଗ୍ନିକାଣ୍ଡରେ ରମ୍ଭା ଚିଲିକା କୂଳ ବଙ୍ଗଳାରୋଡ ସାହିରେ ଥିବା ଏକ ଘର ପୋଡି ପାଉଁଶ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟାରେ କୌଣସି କାରଣବଶତଃ ଏହି ଘରେ ନିଆଁ ଲାଗି ଯାଇଥିଲା। ଉକ୍ତ ଘରେ ୧୦ରୁ ୧୨ ଜଣ ମତ୍ସ୍ୟଜୀବୀ ଜାଲ ରଖିଥିବାବେଳେ ସେସବୁ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ଜାଲ ଗୁଡ଼ିକ ନଷ୍ଟ ହୋଇଯାଇଥିଲା। ଜାଲ ପୋଡିଯିବାରୁ ଏହି ମତ୍ସ୍ୟଜୀବୀମାନେ ଏବେ ଜୀବିକା ହରାଇଛନ୍ତି। ଏହି ମତ୍ସ୍ୟଜୀବୀମାନଙ୍କୁ ଜିଲା ପ୍ରଶାସନ ସହାୟତା ଦେବାକୁ ମତ୍ସ୍ୟଜୀବୀ ସଂଘ ଦାବି କରିଛି। ସ୍ଥାନୀୟ ଆରଆଇ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି।

All Right Reserved By

ବ୍ରହ୍ମପୁର

ହିଞ୍ଜିଳିକାଟୁରେ ସ୍ବାଧୀନତା ଦିବସ

ହିଞ୍ଜିଳିକାଟୁରେ ସ୍ବାଧୀନତା ଦିବସ

ହିଞ୍ଜିଳିକାଟୁ,୧୫।୮(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ବ୍ଲକର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ୱେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ହୋଇଥିଲା। ପୌର କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷା ଗୌରୀ ପାଣିଗ୍ରାହୀ, ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷ ଏନ୍‌. ରଘୁନାଥ, ତହସିଲ ଅଫିସରେ ତହସିଲଦାର ଗୋପୀନାଥ କୁଅଁର, ହିଞ୍ଜିଳିକାଟୁ କଲେଜରେ ଅଧ୍ୟକ୍ଷ ଏମ୍‌. କ୍ରିଷ୍ଣାରାଓ, ଥାନାରେ ଆଇଆଇସି ପ୍ରଶାନ୍ତ କୁମାର ସାହୁ ପତାକା ଉତ୍ତୋଳନ କରିଥିଲେ।

ଗଞ୍ଜାମ ମେଡିକାଲରେ ସ୍ବାସ୍ଥ୍ୟ, ଆରୋଗ୍ୟ ସେଣ୍ଟର

ଗଞ୍ଜାମ ମେଡିକାଲରେ ସ୍ବାସ୍ଥ୍ୟ, ଆରୋଗ୍ୟ ସେଣ୍ଟର

ଗଞ୍ଜାମ,୧୫।୮(ଡି.ଏନ୍‌.ଏ.)- ଗଞ୍ଜାମ ବଡବଜାରସ୍ଥିତ ମେଡିକାଲଠାରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ ସେଣ୍ଟର ବୁଧବାର ଛତ୍ରପୁର ବିଧାୟକ ଡା. ପ୍ରିୟାଶୁଂ ପ୍ରଧାନ ଉଦ୍‌ଘାଟିତ କରିଛନ୍ତି। ଏହି ଅବସରରେ ଏକ ସଭା ମେଡିକାଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ  ପ୍ରଧାନଙ୍କ ସମେତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଏନ୍‌ଏସି ଅଧ୍ୟକ୍ଷା ଉର୍ମିଳା ପଲାଇ, ନୀଳାଞ୍ଚଳ ବାରିକ, ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ସରୋଜିନୀ ଦେବୀ ପ୍ରମୁଖ ମଞ୍ଚାସିନ ଥିଲେ। ମେଡିକାଲର ଆୟୁଷ ଡାକ୍ତର ବନୋଜ କାନ୍ତ କର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ଖଣ୍ଡଦେଉଳୀ ମେଡିକାଲ ଅଫିସର ସୁଧାକର ଦାସ, ଗଞ୍ଜାମ ମେଡିକାଲ ଅଫିସର ସି.ଏଚ୍‌. ଶଙ୍କର, ଫାର୍ମାସିଷ୍ଟ ଶ୍ରୀମୟ ରଥ ଓ ଅନ୍ୟାନ୍ୟ ମେଡିକାଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ

ପୁରୁଷୋତ୍ତମପୁର,୧୫।୮(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁରର ବିଭିନ୍ନ ଅଞ୍ଚଳରେ ସ୍ବାଧୀନତା ଦିବସ ପାଳିତ ହୋଇଯାିଛି। ପ୍ରଥମଶ୍ରେଣୀ ବିଚାରବିଭାଗୀୟ ଅଦାଲତରେ ବିଚାରପତି ଅନ୍ନପୂର୍ଣ୍ଣା ଷଡଙ୍ଗୀ ପତାକା ଉତ୍ତୋଳନ କରିଥିବାବେଳେ ଓକିଲ ସଂଘ କାର୍ଯ୍ୟାଳୟରେ ସଭାପତି ଜଗନ ମୋହନ ପଟ୍ଟନାୟକ, ଏନ୍‌ଏସି ଅଧ୍ୟକ୍ଷା ଓ୍ବାଇ. ରାଣୀକୁମାରୀ ପତାକା ଉତ୍ତୋଳନ କରିଥିଲେ।

ବାଲିଗୁଡାରେ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ

ବାଲିଗୁଡାରେ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ

ବାଲିଗୁଡା,୧୫।୮(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡାଠାରେ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସକାଳୁ ଭଲ ପାଗ ଥିବା ସତ୍ତ୍ୱେ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଛାତ୍ରୀଛାତ୍ରଙ୍କୁ ଏଥିରେ ସାମିଲ କରା ଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

ବର୍ଷାରେ ଘର ଭୁଷୁଡିଲା

ବର୍ଷାରେ ଘର ଭୁଷୁଡିଲା

ଫୁଲବାଣୀ ଅଫିସ,୧୫।୮- ପ୍ରବଳ ବର୍ଷାରେ ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ତାମ୍ବିସୁଗା ଗ୍ରାମର ନରେଶ କହଁରଙ୍କ ଘର ଭୁଷୁଡି ଯାଇଛି। ଏବେ ସେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ପଲିଥିନ ଟିଏ ମଧ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ଅନ୍ୟପଟେ ଆଜି ପର୍ଯ୍ୟନ୍ତ ନରେଶୁଙ୍କୁ ଆବାସ ଯୋଜନାରେ ଘରଟିଏ ମିଳି ନ ଥିବା ଜଣାପଡିଛି। ନରେଶ ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ଧରି ଦୟନୀୟ ଅବସ୍ଥାରେ ରହୁଛନ୍ତି।

କନ୍ଧମାଳ ଜିଲାରେ ସ୍ବାଧୀନତା ଦିବସ ପାଳିତ

କନ୍ଧମାଳ ଜିଲାରେ ସ୍ବାଧୀନତା ଦିବସ ପାଳିତ

ଫୁଲବାଣୀ ଅଫିସ,୧୫।୮- କନ୍ଧମାଳ ଜିଲା ପୋଲିସ ରିଜର୍ଭ ପଡିଆରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସ୍ବାଧୀନତା ସଂଗ୍ରାମରେ କନ୍ଧମାଳ ସବୁବେଳେ ଚିରସ୍ମରଣୀୟ ହୋଇ ରହିବ ବୋଲି ମନ୍ତ୍ରୀ ସାମଲ ବକ୍ତବ୍ୟରେ କହିଥିଲେ।

ସାପ ମଣିଷ ସମୀରଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର

ସାପ ମଣିଷ ସମୀରଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର

ବ୍ରହ୍ମପୁର ଅଫିସ ୧୫।୮- ସାଧାରଣତଃ ଆମେ ସାପ କଥା ଭାବିଲେ ବା କେଉଁଠି ଦେଖିଲେ ମନରେ ଭୟ ଆସିଥାଏ। ହେଲେ ଏପରି ମଣିଷ ଅଛନ୍ତି ଯିଏ ସାପକୁ ଦେଖିଲେ ଡର ତ ଦୂରର କଥା, ସାପ ଧରି ଖେଳିବା ଓ ମୋବାଇଲ୍‌ ଫୋରେ ଫଟୋ ଉଠାଇ ଥାନ୍ତି।

ଟାଉନ ଥାନା ଅଧିକାରୀଙ୍କୁ ବେଷ୍ଟ ଆଇଆଇସି ପୁରସ୍କାର

ଟାଉନ ଥାନା ଅଧିକାରୀଙ୍କୁ ବେଷ୍ଟ ଆଇଆଇସି ପୁରସ୍କାର

ବ୍ରହ୍ମପୁର ଅଫିସ ୧୫।୮- ବ୍ରହ୍ମପୁର ଠାରେ ୭୨ ତମ ସ୍ବଧୀନତା ଦିବସ ସ୍ଥାନୀୟ ବ୍ରହ୍ମପୁର ଷ୍ଟାଡିୟମରେ ପାଳିତ ହୋଇଯାଇଛି। ତେବେ ଏହି ଅବସରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବହୁ ପୋଲିସ କର୍ମଚାରୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। ବ୍ରହ୍ନପୁର ପୋଲିସ ଜିଲାରେ ଟାଉନ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କୁ ବେଷ୍ଟ ଆଇଆଇସି ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ ତାଙ୍କୁ ମାନପତ୍ର ସହ ପୁରସ୍କୃତ କରିଥିଲେ।

ମାଓବାଦୀପ୍ରବଣ ଦାରିଙ୍ଗବାଡିରେ ସ୍ବାଧୀନତା ଦିବସ

ମାଓବାଦୀପ୍ରବଣ ଦାରିଙ୍ଗବାଡିରେ ସ୍ବାଧୀନତା ଦିବସ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)- କନ୍ଧମାଳ ଜିଲା  ମାଓବାଦୀ ପ୍ରବଣ ଅଞ୍ଚଳ  ଦାରିଙ୍ଗବାଡ଼ି ସମେତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ୭୨ ତମ ସ୍ବାଧୀନତା ଦିବସ ପାଧିତ ହୋଇଯାଇଛି। ଦାରିଙ୍ଗବାଡ଼ି ହେଲିପ୍ୟାଡ ପଡ଼ିଆରେ ଅନୁଷ୍ଠଇତ ବ୍ଲକସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁବେନ୍ତି ପ୍ରଧାନ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।

ମହିଳା ସୁରକ୍ଷାକର୍ମୀଙ୍କୁ ଆକ୍ରମଣ

ମହିଳା ସୁରକ୍ଷାକର୍ମୀଙ୍କୁ ଆକ୍ରମଣ

ଦିଗପହଣ୍ଡି,୧୫।୮(ଡି.ଏନ୍‌.ଏ.)- ଦିଗପହଣ୍ଡି ଥାନା ରାସ୍ତାରେ ପାଟପୁର ଗ୍ରାମର ଜଣେ ମହିଳା ସୁରକ୍ଷାକର୍ମୀଙ୍କୁ ମଙ୍ଗଳବାର ରାତିରେ ଆକ୍ରମଣ ହୋଇଛି।  ରାତି ପ୍ରାୟ ୯ଟାରେ ସୁରକ୍ଷାକର୍ମୀ ଜଣକ ଘରକୁ ଫେରୁଥିବାବେଳେ କେତେକ ଯୁବକ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଆହତ ହରିଣ ଉଦ୍ଧାର

ଆହତ ହରିଣ ଉଦ୍ଧାର

ହିଞ୍ଜିଳିକାଟୁ,୧୫।୮(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଶାସନ ଆମ୍ବଗଁା ଆଦର୍ଶ ବିଦ୍ୟାଳୟ ନିକଟରୁ ବୁଧବାର ପୂର୍ବାହ୍ନରେ ଗ୍ରାମବାସୀ ଏକ ଆହତ ହରିଣକୁ ଉଦ୍ଧାର କରିଛନ୍ତି। ବୁଲା କୁକୁର ସଂଘବଦ୍ଧ ଭାବେ ହରିଣଟିକୁ ଆକ୍ରମଣ କରୁଥିବା ଦେଖି କିଛି ଗ୍ରାମବାସୀ କୁକୁର କବଳରୁ ଉଦ୍ଧାର କରିଥିଲେ। ଏନେଇ ହିଞ୍ଜିଳିକାଟୁ ବନ ବିଭାଗକୁ ଖବର ଦେବାପରେ ବନ କର୍ମଚାରୀ ପହଞ୍ଚତ୍ ଏହାକୁ ହିଞ୍ଜିଳିକାଟୁ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହରିଣଟି ସୁସ୍ଥ ହେବାପରେ ବ୍ରହ୍ମପୁର ବନଖଣ୍ଡ ଅଫିସକୁ ପଠାଯିବ ବୋଲି ଭାରପ୍ରାପ୍ତ ଫରେଷ୍ଟର କମଳକାନ୍ତ ପାତ୍ର କହିଛନ୍ତି।

ବିଜୁ ସ୍ବାସ୍ଥ୍ୟବୀମାର ଶୁଭାରମ୍ଭ

ବିଜୁ ସ୍ବାସ୍ଥ୍ୟବୀମାର ଶୁଭାରମ୍ଭ

ଖଲ୍ଲିକୋଟ,୧୫।୮(ଡି.ଏନ୍‌.ଏ.)- ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ସୁଦର୍ଶନ ସାହୁ ବୁଧବାର ବିଜୁ ସ୍ବାସ୍ଥ୍ୟବୀମାର ଶୁଭାରମ୍ଭ କରିଛନ୍ତି। ପ୍ରଥମେ ଏହି ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଥିବା ଏଏନ୍‌ଏମ୍‌ ସେଣ୍ଟରଠାରେ ପହଞ୍ଚତ୍ ଆଶ, ଅଙ୍ଗନଓ୍ବାଡି କର୍ମୀଙ୍କୁ ସ୍ବାସ୍ଥ୍ୟବୀମା ସମ୍ପର୍କରେ ବୁଝାଇବା ସହ ଉକ୍ତ ଗ୍ରାମର ବହୁ ଲୋକଙ୍କୁ ସ୍ବାସ୍ଥ୍ୟବୀମା କାର୍ଡ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେହିପରି ଶାବୁଳିଆ, ଡିମିରିଆ, କନକା, ରେଡ୍ଡୀବାହାଡାପଲ୍ଲି, କେଶପୁର ଆଦି ପଞ୍ଚାୟତର ଏଏନ୍‌ଏମ୍‌ କେନ୍ଦ୍ରରେ ପହଞ୍ଚତ୍ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ପ୍ରଦାନ କରିଥିଲେ। ସ୍ବାସ୍ଥ୍ୟବିଭାଗ କର୍ମଚାରୀ ଅଶୋକ ପାତ୍ର, ଅମୀୟ କୁମାର ମାହାନ୍ତି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

Model This Week

ଯସ୍ମିନ୍