Dharitri News
ରାୟଗଡା

କୋଟିଆ ସ୍ଥିତି ପରଖିଲେ ଆନ୍ତଃ ବିଭାଗୀୟ ଟିମ୍‌: ଲୋକଙ୍କ ସହ ଆଲୋଚନା ନକରି ଫେରିଲେ

କୋଟିଆ ସ୍ଥିତି ପରଖିଲେ ଆନ୍ତଃ ବିଭାଗୀୟ ଟିମ୍‌: ଲୋକଙ୍କ ସହ ଆଲୋଚନା ନକରି ଫେରିଲେ ପଟ୍ଟାଙ୍ଗି/କୋରାପୁଟ,୯।୨(ଡି.ଏନ୍‌.ଏ./ସ୍ବ.ପ୍ର.) କୋରାପୁଟ ଜିଲାର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଶୁକ୍ରବାର ଓଡ଼ିଶା ସରକାରଙ୍କ ୪ ଜଣିଆ ଆନ୍ତଃ ବିଭାଗୀୟ ଟିମ୍‌ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। କୋଟିଆକୁ ନେଇ ଗତ ଜାନୁୟାରୀରେ ବିବାଦ ଆରମ୍ଭ ହେବାର ମାସକ ପରେ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ପାଦ ସେଠାରେ ପଡ଼ିଛି। କେବିକେ ମୁଖ୍ୟ ପ୍ରଶାସକ ସୂର୍ଯ୍ୟ ପ୍ରକାଶ ଠାକୁରଙ୍କ ସହ ଆନ୍ତଃ ବିବାଦ କମିଟିର ସଦସ୍ୟ ତଥା ପୋଲିସ୍‌ ଆଇଜି ସଞ୍ଜୀବ ପଣ୍ଡା, ରାଜସ୍ବ ବିଭାଗ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ତଥା ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ନାୟକ, ରାଜସ୍ବ ବିଭାଗର ଅତିରିକ୍ତ ଶାସନ ସଚିବ ଶଶଧର ନାୟକ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଆଶୁତୋଷ ମଲ୍ଲିକ ସୀମାନ୍ତ ଗାଁ ବୁଲି ଦେଖିଛନ୍ତି। ସେମାନଙ୍କ ସହ କୋରାପୁଟ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସ୍‌ପି କନଓ୍ବର ବିଶାଲ ସିଂ ଓ ଉପଜିଲାପାଳ କୃତ୍ତିବାସ ରାଉତ ସାମିଲ ଥିଲେ। ତେବେ ଗସ୍ତବେଳେ ତୃଣମୂଳ ସ୍ତରର ଲୋକଙ୍କ ସହ ଆଲୋଚନା ନକରି କେବଳ ସ୍ଥିତି ଅନୁଧ୍ୟାନ କରି କୋରାପୁଟ ଫେରିଆସିଥିଲା ଟିମ୍‌। ଫେରିବା ବେଳେ କୋରାପୁଟ ସଦରକୁ ଆସି ବୈଠକରେ ସେମାନଙ୍କ ସହ ଆଲୋଚନା କରିବାକୁ କହିଥିଲେ। ଶୁକ୍ରବାର ପୂର୍ବାହ୍ନରେ ଏହି ଟିମ୍‌ ପ୍ରଥମେ କୋଟିଆ ଗ୍ରାମପୁଞ୍ଜର କୁରୁଡ଼ିପଦରରେ ପହଞ୍ଚତ୍ବା ପରେ ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ବାଦ୍ୟ ନୃତ୍ୟରେ ସ୍ବାଗତ ଜଣାଇଥିଲେ। ସେଠିକା ସ୍ଥିତି ସମ୍ପର୍କରେ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଫୁଲ ପାଙ୍ଗି ଓ ପଞ୍ଚାୟତର ଅବସରପ୍ରାପ୍ତ ରାଜସ୍ବ ନୀରିକ୍ଷକ ଗଦାଧର ସ୍ବାଇଁଙ୍କୁ ସହ ଟିମ୍‌ ଆଲୋଚନା କରିଥିଲା। ସେଠାରୁ କୋଟିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ତାପସ ପଣ୍ଡାଙ୍କ ସହ ସ୍ବାସ୍ଥ୍ୟସେବା ସମ୍ପର୍କରେ କଥା ହୋଇଥିଲେ। ସଦର ଆଶ୍ରମ ବିଦ୍ୟାଳୟର ଜଣେ ଅସୁସ୍ଥ ଛାତ୍ରୀ ଦୁଇ ଦିନ ହେଲା ସ୍ବାସ୍ଥ୍ୟକେନ୍ଦ୍ର ବାରଣ୍ଡାରେ ଚିକିତ୍ସାଧୀନ ଥିବା ଦେଖିଥିଲେ ଟିମ୍‌। ସ୍ବାସ୍ଥ୍ୟକେନ୍ଦ୍ର ଡାହାଣ ପାର୍ଶ୍ୱରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରକୁ ଭାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ରୋଗୀଶଯ୍ୟା ଓ ଅଧିକ କୋଠରି ତିଆରି କରିବା, ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଖାଲି ସ୍ଥାନରେ କର୍ମଚାରୀଙ୍କ ଲାଗି ବାସଗୃହ ନିର୍ମାଣ ହେବା ଲାଗି ଆଲୋଚନା ହୋଇଥିଲା। ଆର୍‌ଡି ବିଭାଗର ଗଣେଶ୍ୱର ହେମ୍ବ୍ରମ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଆଶୁତୋଷ ମଲ୍ଲିକଙ୍କୁ ଏହାର ପ୍ରକଳ୍ପ ପ୍ରସ୍ତୁତ କରିବା ଲାଗି କୁହାଯାଇଥିଲା। କୋଟିଆ ସଦରରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଫାଣ୍ଡିଘରର ପୁନରୁଦ୍ଧାର ନେଇ ମଧ୍ୟ ବିଚାର କରିଥିଲା ଟିମ୍‌। ସେଠାରୁ ଟିମ୍‌ ସଦର ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ଏହାର ପାରିପାର୍ଶ୍ୱିକ ଉନ୍ନତିକରଣ ପାଇଁ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟରେ ବୈଠକ ବସିଥିଲା। ଗତ ୭ ତାରିଖ ହୋଇଥିବା ସର୍ବଦଳୀୟ ବୈଠକରେ ଦେଇଥିବା ୩୦ ଦଫା ଦାବିକୁ ପ୍ରଥମେ ପୂରଣ କରିବା ଲାଗି ପଞ୍ଚାୟତବାସୀ ଦାବି କରିଥିଲେ। ରାଜ୍ୟସ୍ତରର ପ୍ରଶାସନିକ ଅଧିକାରୀ ପ୍ରତି ବୁଧବାର ଏକ ସାପ୍ତାହିକ ହାଟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଗ୍ରାମର ଯୁବକ କାମେଶ ଗେମେନ୍‌ ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ, ପଞ୍ଚାୟତର ଶିକ୍ଷିତ ଯୁବତୀ ଯୁବକଙ୍କୁ ପ୍ରଥମେ ଋଣ ଦେଇ ସ୍ବାବଲମ୍ବୀ କରାଯାଉ। ଏହାପରେ ହାଟ ସମ୍ପର୍କରେ ଚିନ୍ତା କରାଯିବ। କେବିକେ ମୁଖ୍ୟ ପ୍ରଶାସକ ଠାକୁର ଏହାର ଉତ୍ତରରେ କହିଥିଲେ, ଶୁକ୍ରବାର ସନ୍ଧ୍ୟା ୫ଟାରେ ଜିଲା ସଦରରେ ଏକ ବୈଠକ ଅଛି। ପଞ୍ଚାୟତବାସୀ ସେଥିରେ ଯୋଗଦେଇ ନିଜର ପ୍ରସ୍ତାବ ରଖନ୍ତୁ। ଏହାପରେ କୋଟିଆ ସଦରରୁ କୋରାପୁଟ ଫେରିବା ବେଳେ ବାଟରେ ତଳ ଗଞ୍ଜେଇପଦର ଗ୍ରାମରେ ଅଟକିଥିଲା ଟିମ୍‌। ସେଠାରେ ଗତ ସୋମବାରରୁ ଓଡ଼ିଶା ସରକାରଙ୍କ ଦ୍ୱାରା ୮ଲକ୍ଷ ଅନୁଦାନରେ ଏମ୍‌ଜିଏନଆରଇଜିଏସ୍‌ ଅଧୀନରେ ଆରମ୍ଭ ହୋଇଥିବା ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଓ ଆନ୍ଧ୍ର କରିଥିବା କାର୍ଯ୍ୟ ତଦାରଖ କରିଥିଲେ। ସନ୍ଧ୍ୟାରେ କୋରାପୁଟ ଡିଆରଡିଏ ସଦଭାବନା ସଭାଗୃହରେ ଏକ ସମୀକ୍ଷା ବୈଠକ ହୋଇଥିଲା। କୋଟିଆର ସାମଗ୍ରିକ ବିକାଶ ପାଇଁ କେଉଁ କେଉଁ କାର୍ଯ୍ୟ କରାଯିବ, ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ କିପରି ଉନ୍ନତି ଅଣାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିଲା।

ରାୟଗଡା

ରାଜନୈତିକ ଆକ୍ରୋଶରେ ବଳି ପଡୁଛି ରାଜାରାଜୁଡ଼ା ଅମଳର ରାସ୍ତା

ରାଜନୈତିକ ଆକ୍ରୋଶରେ ବଳି ପଡୁଛି ରାଜାରାଜୁଡ଼ା ଅମଳର ରାସ୍ତା

ଜୟପୁର,୨୨।୨(ଡି.ଏନ୍‌.ଏ.) ରାଜରାଜୁଡା ସମୟର ଆମ୍ବାଗୁଡା ପଞ୍ଚାୟତର ମଜରୁମୁଣ୍ଡାକୁ ସଂଯୋଗ କରୁଥିବା ଅଢେଇ କିଲୋମିଟର ରାସ୍ତା ନିଜ ଅସ୍ତିତ୍ୱ ହରାଇଲାଣି। ମରାମତି ଅଭାବରୁ ରାସ୍ତାର ଦୁରାବସ୍ଥା ଯୋଗୁ ୨ଟି ଗ୍ରାମର ପ୍ରାୟ ୨୫୦୦ ବାସିନ୍ଦା ହନ୍ତସନ୍ତ ହେଉଛନ୍ତି। ଶାସକ ଓ ବିରୋଧୀ ଦଳର ରାଜନୈତିକ ଆକ୍ରୋଶ ଯୋଗୁ ଏଠାରେ ରାସ୍ତା ନିର୍ମାଣରେ ସମସ୍ୟା ଦେଖାଦେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଖତ ଖାଉଛି ୧୦ କୋଟି ବ୍ୟୟରେ ନିର୍ମିତ ମାତୃ ଓ ଶିଶୁ ଚିକିତ୍ସାଳୟ

ଖତ ଖାଉଛି ୧୦ କୋଟି ବ୍ୟୟରେ ନିର୍ମିତ ମାତୃ ଓ ଶିଶୁ ଚିକିତ୍ସାଳୟ

ଜୟପୁର,୨୩।୨(ନି.ପ୍ର.) ଆଦିବାସୀ ଅଧ୍ୟୁଷିତ ଜିଲା କୋରାପୁଟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ଜୟପୁରରେ ମାତୃ ଓ ଶିଶୁ ଚିକିତ୍ସାଳୟ ପ୍ରତିଷ୍ଠା ହେଲା। ୧୦ କୋଟି ଟଙ୍କା ବ୍ୟୟରେ ଯୁଦ୍ଧକାଳୀନ ଭିତ୍ତିରେ ଏହି ଚିକିତ୍ସାଳୟ ପ୍ରତିଷ୍ଠା ହେବାର ୨ ବର୍ଷ ବିତିଥିଲେ ମଧ୍ୟ ଲୋକଙ୍କ କାମରେ ଆସୁନାହିଁ ।

ମଦ ନେଲା ବାପାର ଜୀବନ:ସନ୍ଦେହ ଘେରରେ ପୁଅ

ମାଲକାନଗିରି,୨୨।୨(ଡି.ଏନ୍‌.ଏ) ମାଲକାନଗିରି ଜିଲା ପଡ଼ିଆ ଥାନା ସିଲାକୋଟା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସିଲାକୋଟା ଗ୍ରାମର ଭୀମା କୁଞ୍ଜାମୀ (୬୦)ଙ୍କୁ ଗତ ରାତିରେ ହତ୍ୟା କରାଯାଇଛି।

ଜିଲାପାଳଙ୍କୁ ସ୍ମାରକପତ୍ର ଦେଲା ଭାଜପା

ବୈପାରୀଗୁଡ଼ା,୨୨।୨(ଡି.ଏନ୍‌.ଏ.) ବୈପାରୀଗୁଡା ବ୍ଲକର ବିଭିନ୍ନ ସମସ୍ୟା ନେଇ ଗୁରୁବାର ଜିଲା ଭାଜପା ଉପସଭାପତି ତଥା ସ୍ଥାନୀୟ ନେତା ଚନ୍ଦ୍ରଶେଖର ରଥଙ୍କ ନେତୃତ୍ବରେ ଜିଲାପାଳଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଛି।

ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

କୋରାପୁଟ,୨୨।୨(ସ୍ବ.ପ୍ର.): ନନ୍ଦିଗାଁ ପଞ୍ଚାୟତରେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି କୋରାପୁଟ ସଦର ପୋଲିସ କୋର୍ଟ ଚାଲାଣ କରିଛି।

ପିଇଓ, ଜିଆରଏସ୍‌ଙ୍କ କଲମଛାଡ଼ ଆନ୍ଦୋଳନ

ପିଇଓ, ଜିଆରଏସ୍‌ଙ୍କ କଲମଛାଡ଼ ଆନ୍ଦୋଳନ

ପଟ୍ଟାଙ୍ଗି,୨୨।୨(ଡି.ଏନ୍‌.ଏ.) ପଟ୍ଟାଙ୍ଗି ବ୍ଲକ ୧୪ଟି ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ଗୁରୁବାରଠାରୁ କଲମ ଛାଡ ଆନ୍ଦୋଳନ କରିଛନ୍ତି।

ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବଳାତ୍କାର, ଗୁରୁତର ନାବାଳିକା ହସ୍ପିଟାଲରେ ଭର୍ତ୍ତି

ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବଳାତ୍କାର, ଗୁରୁତର ନାବାଳିକା ହସ୍ପିଟାଲରେ ଭର୍ତ୍ତି

ବିଷମକଟକ,୨୨ା୨(ଡି.ଏନ୍‌.ଏ.): ପଡ଼ୋଶୀ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ବନ୍ଧଗାଁରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଗୁରୁବାର ବିଷମକଟକ ଖ୍ରୀଷ୍ଟିଆନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବନ୍ଧଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଥିବା ଉକ୍ତ ନାବଳିକା ଜଣକ ବୁଧବାର ଦିନ ପ୍ରାୟ ୨ଟା ବେଳେ ଘରଠାରୁ ୧୦୦ ମିଟର ଦୂରରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ଥିବା ନଳକୂଅକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ରହୁଥିବା ୩୫ ବର୍ଷୀୟ ଜଣେ ଯୁବକ ତାଙ୍କୁ ବଳପୂର୍ବକ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ନେଇ ବଳାତ୍କାର କରିଥିଲା।

ବାଲିମେଳା ଡ୍ୟାମ୍‌ ପ୍ରସଙ୍ଗ: ଜଳ ସମ୍ପଦ ବିଭାଗକୁ ଟାର୍ଗେଟ କଲା କଂଗ୍ରେସ

ବାଲିମେଳା ଡ୍ୟାମ୍‌ ପ୍ରସଙ୍ଗ: ଜଳ ସମ୍ପଦ ବିଭାଗକୁ ଟାର୍ଗେଟ କଲା କଂଗ୍ରେସ

ବାଲିମେଳା,୨୨ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଡ୍ୟାମ୍‌ର ଜଳ ଆନ୍ଧ୍ରକୁ ଏପି ଟନେଲ ବାଟେ ବୋହିଯାଉଥିବା ଘଟଣାରେ ଜଳ ସମ୍ପଦ ବିଭାଗକୁ ଟାର୍ଗେଟ୍‌ କରିଛି କଂଗ୍ରେସ। ଗୁରୁବାର ସ୍ଥାନୀୟ କଂଗ୍ରେସ ନେତା ଶରତ ବୁରୁଦା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଏପି ଟନେଲ ଦେଇ ଜଳ ଆନ୍ଧ୍ରକୁ ଯାଉଥିବା ଜଳ ସମ୍ପଦ ବିଭାଗ ସ୍ବୀକାର କରିଛନ୍ତି ସତ; କିନ୍ତୁ କେତେ ପରିମାଣର ଜଳ ଆନ୍ଧ୍ରକୁ ଗଲା, ତାହାର ହିସାବ ଦେଇନାହାନ୍ତି। ସେମାନେ କହିଛନ୍ତି ଏହା ଦ୍ୱାରା ଜଳସେଚନରେ କିଛି ଅସୁବିଧା ହେବ ନାହିଁ। ବାଲିମେଳା ଡ୍ୟାମରୁ ପାଣି ଆନ୍ଧ୍ରକୁ ଚାଲିଗଲେ ମାଲକାନଗିରି ଜିଲାର ଚାଷୀଙ୍କ ଯେଉଁ କ୍ଷତି ହେବ, ତାହାର ଭରଣା ଜଳ ସମ୍ପଦ ବିଭାଗ କରିବେ ବୋଲି ଲିଖିତ ହେବେ ଦିଅନ୍ତୁ ବୋଲି ବୁରୁଦା ଦାବି କରିଛନ୍ତି।

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ

ସେମିଳିଗୁଡା, ୨୧।୨(ଡି.ଏନ୍‌.ଏ.)- କୋରାପୁଟ ଜିଲା ସୁନାବେଡା ମ୍ୟୁନିସ୍‌ପାଲିଟିରେ କାର୍ଯ୍ୟରତ କର୍ମଚାରୀ ଅର୍ଜୁନ ସେଠୀଙ୍କ ବାସଭବନରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁଲାଗି ସମସ୍ତ ଆସବାବପତ୍ର ପୋଡିଯାଇଛି। ଯାହାର ଆନୁମାଲିକ ମୁଲ୍ୟ ୭୦ ହଚାର ଟଙ୍କା ବୋଲି ଜଣାପଡିଛି।

କାଉନସିଲରଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି

କାଉନସିଲରଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି

ଜୟପୁର,୨୧।୨(ନି.ପ୍ର.)- ଘରେ କେହି ନ ଥିବାର ସୁଯୋଗ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ଜୟପୁର ପୌରାଞ୍ଚଳର ଓାର୍ଡ -ନଂ ୧ କାଉନସିଲର ଆରତି ମିଶ୍ରଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଚୋରି କରି ନେଇଛନ୍ତି। ଆରତିଙ୍କ ପଡୋଶୀଙ୍କଠାରୁ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଜଣା ରୋଗରେ ପୀଡିତ ଶିଶୁ:ବୟସ ଅନୁସାରେ ବଢ଼ୁନି ନୟନୀଙ୍କ ଶରୀର

ଅଜଣା ରୋଗରେ ପୀଡିତ ଶିଶୁ:ବୟସ ଅନୁସାରେ ବଢ଼ୁନି ନୟନୀଙ୍କ ଶରୀର

ଜେକେପୁର, ୨୧।୨(ଡି.ଏନ୍‌.ଏ.) ଜେକେପୁରସ୍ଥିତ ଡାଙ୍ଗଲଡି ପଞ୍ଚାୟତ କୁଣ୍ଡମଗଁ।ର ବିଜୟ ପୁଲାକାଙ୍କ ଝିଅ ନୟନୀ ପୁଲାକାର । ବୟସ ୪ବର୍ଷ ୬ମାସ । ହେଲେ ଦେଖିବାକୁ ବର୍ଷକର ଶିଶୁ ପରି। ଅଜଣା ରୋଗରେ ପୀଡିତ ଏହି ଝିଅଟିର ଶରୀର ବୃଦ୍ଧି ହେଉନାହିଁ । ଫଳରେ ଶିଶୁଟି ଧୀରେ ଧୀରେ ବିକଳାଙ୍ଗ ହେବାକୁ ବସିଲାଣି ।

ଅଗ୍ନିଶମ ଆଇନକୁ ବେଖାତିର

ଅଗ୍ନିଶମ ଆଇନକୁ ବେଖାତିର

ରାୟଗଡା ଅଫିସ, ୨୧।୨ ରାୟଗଡା ଜିଲାର ପ୍ରମୁଖ ସହର ରାୟଗଡାରେ ସିନେମା ହଲ୍‌, ଆପାର୍ଟମେଣ୍ଟ, ହୋଟେଲ୍‌, ନର୍ସିଂ ହୋମ୍‌, କଲ୍ୟାଣମଣ୍ଡପ, ଛୋଟବଡ ଲଜ୍‌, ବହୁତାଲା ବିଶିଷ୍ଟ କୋଠା, ମାଲ ଗୋଦାମ ଗୃହ, କପା ମିଲ୍‌, ଶିଳ୍ପାନୁଷ୍ଠାନ, ଶପିଂ ମଲ ସମେତ ବହୁତାଲା ବିଶିଷ୍ଟ ଅନେକ କୋଠା ରହିଛି। ହେଲେ ଅଗ୍ନିଶମ ବିଭାଗର ସୁରକ୍ଷା ଅନୁମତି ନ ନେଇ ଏହି ପ୍ରତିଷ୍ଠାନଗୁଡିକ ଗଢ଼ି ଉଠୁଛି। କେହି ଜଣେ ବି ଅଗ୍ନି ସୁରକ୍ଷା ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ସେମାନେ ଅଗ୍ନିଶମ ବିଭାଗଠାରୁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନେଇ ନ ଥିବା ବିଭାଗ ପକ୍ଷରୁ ଜଣାପଡିଛି।