Dharitri News
ରାୟଗଡା

ଏକାଠି ହେଲେ ଆଦିବାସୀ ମହିଳା: ଗାଁ ଦାଣ୍ଡରେ ଫିଙ୍ଗିଲେ ମଦ

ଟିକିରି,୯।୨(ଡ଼ି.ଏନ.ଏ)-ମଦକୁ ବିରୋଧ କରି ରାୟଗଡ଼ା ଜିଲା ଟିକିରି ଥାନା ଅନ୍ତର୍ଗତ ମୁଣ୍ଡାଗାଁର ଆଦିବାସୀ ମହିଳାମାନେ ଏକତ୍ରିତ ହୋଇଛନ୍ତି । ପରେ ଉତ୍ତ୍ୟକ୍ତ ହୋଇ ବ୍ୟବସାୟୀମାନେ ବିକ୍ରି ପାଇଁ ଘରେ ରଖିଥିବା ମଦକୁ ଆଣି ଗାଁ ଦାଣ୍ଡରେ ଫିଙ୍ଗି ଦେଇଥିଲେ । ଖବରପାଇ ଟିକିରି ଥାନାଧିକାରୀ ସୁଜ୍ଞାନୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ମହିଳାଙ୍କ କହିବା ଅନୁଯାୟୀ, ଗାଁରେ ମଦ ରାନ୍ଧିବା ଓ ବିକ୍ରି ହେବାରୁ ପୁରୁଷମାନେ ମଦ୍ୟପାନ କରୁଛନ୍ତି । ଫଳରେ ପରିବାରରେ ଓ ଗାଁରେ ଅଶାନ୍ତି ଦେଖାଦେଉଛି । ଏମିତି କି ପୂର୍ବରୁ ମଦ ପିଇ ଗ୍ରାମର ଦୁଇ ଜଣଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଏହାକୁ ନେଇ ଗାଁର ଯୁବଗୋଷ୍ଠୀ ଓ ମହିଳାମାନେ ଏକତ୍ରିତ ହୋଇ ଏହି ମଦ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ଗ୍ରାମରେ ମଦ ରାନ୍ଧିବା ଏବଂ ବିକ୍ରି କରିବାକୁ ବାରଣ କରିଥିଲେ । ହେଲେ ବ୍ୟବସାୟୀମାନେ ତାଗିଦ୍‌କୁ ଖାତିର ନ କରି ବ୍ୟବସାୟୀ ଚଳାଇଥିଲେ । ବାଧ୍ୟ ହୋଇ ଶୁକ୍ରବାର ବ୍ୟବସାୟୀମାନେ ଘରେ ରଖିଥିବା ମଦକୁ ଆଣି ଫିଙ୍ଗି ଦେଇଥିଲୁ ବୋଲି କହିଛନ୍ତି ଭାରତି ଝୋଡ଼ିଆ, ସୁଆଇ ଝୋଡ଼ିଆ,ସ୍ବପ୍ନା ଝୋଡ଼ିଆ,ତୁଳା ମାଝି, ବାସନ୍ତୀ ମାଝି, ପ୍ରତିମା ଝୋଡ଼ିଆ, ସୁବର୍ଣ୍ଣ ଝୋଡ଼ିଆ, ଡ଼ାଲି ଝୋଡ଼ିଆ ।

ରାୟଗଡା

ମଦ ନେଲା ବାପାର ଜୀବନ:ସନ୍ଦେହ ଘେରରେ ପୁଅ

ମାଲକାନଗିରି,୨୨।୨(ଡି.ଏନ୍‌.ଏ) ମାଲକାନଗିରି ଜିଲା ପଡ଼ିଆ ଥାନା ସିଲାକୋଟା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସିଲାକୋଟା ଗ୍ରାମର ଭୀମା କୁଞ୍ଜାମୀ (୬୦)ଙ୍କୁ ଗତ ରାତିରେ ହତ୍ୟା କରାଯାଇଛି।

ଜିଲାପାଳଙ୍କୁ ସ୍ମାରକପତ୍ର ଦେଲା ଭାଜପା

ବୈପାରୀଗୁଡ଼ା,୨୨।୨(ଡି.ଏନ୍‌.ଏ.) ବୈପାରୀଗୁଡା ବ୍ଲକର ବିଭିନ୍ନ ସମସ୍ୟା ନେଇ ଗୁରୁବାର ଜିଲା ଭାଜପା ଉପସଭାପତି ତଥା ସ୍ଥାନୀୟ ନେତା ଚନ୍ଦ୍ରଶେଖର ରଥଙ୍କ ନେତୃତ୍ବରେ ଜିଲାପାଳଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଛି।

ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

କୋରାପୁଟ,୨୨।୨(ସ୍ବ.ପ୍ର.): ନନ୍ଦିଗାଁ ପଞ୍ଚାୟତରେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି କୋରାପୁଟ ସଦର ପୋଲିସ କୋର୍ଟ ଚାଲାଣ କରିଛି।

ପିଇଓ, ଜିଆରଏସ୍‌ଙ୍କ କଲମଛାଡ଼ ଆନ୍ଦୋଳନ

ପିଇଓ, ଜିଆରଏସ୍‌ଙ୍କ କଲମଛାଡ଼ ଆନ୍ଦୋଳନ

ପଟ୍ଟାଙ୍ଗି,୨୨।୨(ଡି.ଏନ୍‌.ଏ.) ପଟ୍ଟାଙ୍ଗି ବ୍ଲକ ୧୪ଟି ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ଗୁରୁବାରଠାରୁ କଲମ ଛାଡ ଆନ୍ଦୋଳନ କରିଛନ୍ତି।

ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବଳାତ୍କାର, ଗୁରୁତର ନାବାଳିକା ହସ୍ପିଟାଲରେ ଭର୍ତ୍ତି

ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବଳାତ୍କାର, ଗୁରୁତର ନାବାଳିକା ହସ୍ପିଟାଲରେ ଭର୍ତ୍ତି

ବିଷମକଟକ,୨୨ା୨(ଡି.ଏନ୍‌.ଏ.): ପଡ଼ୋଶୀ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ବନ୍ଧଗାଁରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଗୁରୁବାର ବିଷମକଟକ ଖ୍ରୀଷ୍ଟିଆନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବନ୍ଧଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଥିବା ଉକ୍ତ ନାବଳିକା ଜଣକ ବୁଧବାର ଦିନ ପ୍ରାୟ ୨ଟା ବେଳେ ଘରଠାରୁ ୧୦୦ ମିଟର ଦୂରରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ଥିବା ନଳକୂଅକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ରହୁଥିବା ୩୫ ବର୍ଷୀୟ ଜଣେ ଯୁବକ ତାଙ୍କୁ ବଳପୂର୍ବକ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ନେଇ ବଳାତ୍କାର କରିଥିଲା।

ବାଲିମେଳା ଡ୍ୟାମ୍‌ ପ୍ରସଙ୍ଗ: ଜଳ ସମ୍ପଦ ବିଭାଗକୁ ଟାର୍ଗେଟ କଲା କଂଗ୍ରେସ

ବାଲିମେଳା ଡ୍ୟାମ୍‌ ପ୍ରସଙ୍ଗ: ଜଳ ସମ୍ପଦ ବିଭାଗକୁ ଟାର୍ଗେଟ କଲା କଂଗ୍ରେସ

ବାଲିମେଳା,୨୨ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଡ୍ୟାମ୍‌ର ଜଳ ଆନ୍ଧ୍ରକୁ ଏପି ଟନେଲ ବାଟେ ବୋହିଯାଉଥିବା ଘଟଣାରେ ଜଳ ସମ୍ପଦ ବିଭାଗକୁ ଟାର୍ଗେଟ୍‌ କରିଛି କଂଗ୍ରେସ। ଗୁରୁବାର ସ୍ଥାନୀୟ କଂଗ୍ରେସ ନେତା ଶରତ ବୁରୁଦା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଏପି ଟନେଲ ଦେଇ ଜଳ ଆନ୍ଧ୍ରକୁ ଯାଉଥିବା ଜଳ ସମ୍ପଦ ବିଭାଗ ସ୍ବୀକାର କରିଛନ୍ତି ସତ; କିନ୍ତୁ କେତେ ପରିମାଣର ଜଳ ଆନ୍ଧ୍ରକୁ ଗଲା, ତାହାର ହିସାବ ଦେଇନାହାନ୍ତି। ସେମାନେ କହିଛନ୍ତି ଏହା ଦ୍ୱାରା ଜଳସେଚନରେ କିଛି ଅସୁବିଧା ହେବ ନାହିଁ। ବାଲିମେଳା ଡ୍ୟାମରୁ ପାଣି ଆନ୍ଧ୍ରକୁ ଚାଲିଗଲେ ମାଲକାନଗିରି ଜିଲାର ଚାଷୀଙ୍କ ଯେଉଁ କ୍ଷତି ହେବ, ତାହାର ଭରଣା ଜଳ ସମ୍ପଦ ବିଭାଗ କରିବେ ବୋଲି ଲିଖିତ ହେବେ ଦିଅନ୍ତୁ ବୋଲି ବୁରୁଦା ଦାବି କରିଛନ୍ତି।

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ

ସେମିଳିଗୁଡା, ୨୧।୨(ଡି.ଏନ୍‌.ଏ.)- କୋରାପୁଟ ଜିଲା ସୁନାବେଡା ମ୍ୟୁନିସ୍‌ପାଲିଟିରେ କାର୍ଯ୍ୟରତ କର୍ମଚାରୀ ଅର୍ଜୁନ ସେଠୀଙ୍କ ବାସଭବନରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁଲାଗି ସମସ୍ତ ଆସବାବପତ୍ର ପୋଡିଯାଇଛି। ଯାହାର ଆନୁମାଲିକ ମୁଲ୍ୟ ୭୦ ହଚାର ଟଙ୍କା ବୋଲି ଜଣାପଡିଛି।

କାଉନସିଲରଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି

କାଉନସିଲରଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି

ଜୟପୁର,୨୧।୨(ନି.ପ୍ର.)- ଘରେ କେହି ନ ଥିବାର ସୁଯୋଗ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ଜୟପୁର ପୌରାଞ୍ଚଳର ଓାର୍ଡ -ନଂ ୧ କାଉନସିଲର ଆରତି ମିଶ୍ରଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଚୋରି କରି ନେଇଛନ୍ତି। ଆରତିଙ୍କ ପଡୋଶୀଙ୍କଠାରୁ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଜଣା ରୋଗରେ ପୀଡିତ ଶିଶୁ:ବୟସ ଅନୁସାରେ ବଢ଼ୁନି ନୟନୀଙ୍କ ଶରୀର

ଅଜଣା ରୋଗରେ ପୀଡିତ ଶିଶୁ:ବୟସ ଅନୁସାରେ ବଢ଼ୁନି ନୟନୀଙ୍କ ଶରୀର

ଜେକେପୁର, ୨୧।୨(ଡି.ଏନ୍‌.ଏ.) ଜେକେପୁରସ୍ଥିତ ଡାଙ୍ଗଲଡି ପଞ୍ଚାୟତ କୁଣ୍ଡମଗଁ।ର ବିଜୟ ପୁଲାକାଙ୍କ ଝିଅ ନୟନୀ ପୁଲାକାର । ବୟସ ୪ବର୍ଷ ୬ମାସ । ହେଲେ ଦେଖିବାକୁ ବର୍ଷକର ଶିଶୁ ପରି। ଅଜଣା ରୋଗରେ ପୀଡିତ ଏହି ଝିଅଟିର ଶରୀର ବୃଦ୍ଧି ହେଉନାହିଁ । ଫଳରେ ଶିଶୁଟି ଧୀରେ ଧୀରେ ବିକଳାଙ୍ଗ ହେବାକୁ ବସିଲାଣି ।

ଅଗ୍ନିଶମ ଆଇନକୁ ବେଖାତିର

ଅଗ୍ନିଶମ ଆଇନକୁ ବେଖାତିର

ରାୟଗଡା ଅଫିସ, ୨୧।୨ ରାୟଗଡା ଜିଲାର ପ୍ରମୁଖ ସହର ରାୟଗଡାରେ ସିନେମା ହଲ୍‌, ଆପାର୍ଟମେଣ୍ଟ, ହୋଟେଲ୍‌, ନର୍ସିଂ ହୋମ୍‌, କଲ୍ୟାଣମଣ୍ଡପ, ଛୋଟବଡ ଲଜ୍‌, ବହୁତାଲା ବିଶିଷ୍ଟ କୋଠା, ମାଲ ଗୋଦାମ ଗୃହ, କପା ମିଲ୍‌, ଶିଳ୍ପାନୁଷ୍ଠାନ, ଶପିଂ ମଲ ସମେତ ବହୁତାଲା ବିଶିଷ୍ଟ ଅନେକ କୋଠା ରହିଛି। ହେଲେ ଅଗ୍ନିଶମ ବିଭାଗର ସୁରକ୍ଷା ଅନୁମତି ନ ନେଇ ଏହି ପ୍ରତିଷ୍ଠାନଗୁଡିକ ଗଢ଼ି ଉଠୁଛି। କେହି ଜଣେ ବି ଅଗ୍ନି ସୁରକ୍ଷା ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ସେମାନେ ଅଗ୍ନିଶମ ବିଭାଗଠାରୁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନେଇ ନ ଥିବା ବିଭାଗ ପକ୍ଷରୁ ଜଣାପଡିଛି।

ଇକୋକ୍ଲବ୍‌ ଅନୁଦାନ ପାଇ ନାହାନ୍ତି ୩୬ ସ୍କୁଲ

ମାଲକାନଗିରି, ୨୧।୨(ଡି.ଏନ୍‌.ଏ.) ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନେ ପରିବେଶ ସୁରକ୍ଷା ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ସହ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ କୋଟି କୋଟି ଟଙ୍କା ବ୍ୟୟ କରୁଛି। ଏଥିପାଇଁ ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସବୁଜ ବାହିନୀ ଇକୋ କ୍ଲବ ଗଠନ କରାଯାଇ କୋଟି କୋଟି ଟଙ୍କା ଦିଆଯାଉଛି। କିନ୍ତୁ ବ୍ୟାଙ୍କର ମନମୁଖି କାର୍ଯ୍ୟକଳାପ ଯୋଗୁ ଗତବର୍ଷ ମାଲକାନଗିରି ଜିଲାର ୩୬ଟି ବିଦ୍ୟାଳୟ ସବୁଜ ବାହିନୀକୁ ଟଙ୍କା ମିଳି ପାରିନାହିଁ। ଫଳରେ ଏଥିରେ ପଢୁଥିବା ଛାତ୍ରୀଛାତ୍ର ଇକୋ କ୍ଲବର କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିନାହାନ୍ତି।

୨୦୨୨ ସୁଦ୍ଧା ଜୟପୁର-ମାଲକାନଗିରି ରେଳଲାଇନ୍‌

୨୦୨୨ ସୁଦ୍ଧା ଜୟପୁର-ମାଲକାନଗିରି ରେଳଲାଇନ୍‌

ଭୁବନେଶ୍ୱର,୨୦।୨: ଜୟପୁର-ମାଲକାନଗିରି ମଧ୍ୟରେ ୧୩୦ କିମିର ନୂଆ ରେଳ ଲାଇନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ମଙ୍ଗଳବାର ଏହି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। ଉକ୍ତ ପ୍ରକଳ୍ପ ୨୬୭୬.୧୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବ। ୨୦୨୧-୨୨ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସ୍ଥାନୀୟ ରେଳ ସଦନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ