Dharitri News
ରାୟଗଡା

କୋଲାବ ଜଳଭଣ୍ଡାରରେ ପୋଲି ନିର୍ମାଣ ଦାବି: ଧାରଣା ଦେଲେ ୬ ପଞ୍ଚାୟତ ବାସିନ୍ଦା

କୋଲାବ ଜଳଭଣ୍ଡାରରେ ପୋଲି ନିର୍ମାଣ ଦାବି: ଧାରଣା ଦେଲେ ୬ ପଞ୍ଚାୟତ ବାସିନ୍ଦା କୋରାପୁଟ,୯।୨(ସ୍ବ.ପ୍ର.) କୋଲାବ ଜଳଭଣ୍ଡାରରେ ଏକ ବ୍ରିିଜ ନିର୍ମାଣ ଦାବିରେ ଶୁକ୍ରବାର କୋରାପୁଟ ଓ ଲମତାପୁଟ ବ୍ଲକର ୬ଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଏହା ସହ ଜିଲା ପ୍ରଶାସନକୁ ଏକ ଦାବିପତ୍ର ମଧ୍ୟ ଦିଆଯାଇଛି। କୋରାପୁଟ ଓ ଲମତାପୁଟ ବ୍ଲକ ଅଧୀନସ୍ଥ ବଡ଼ସୁକୁ, ଲଙ୍କାପୁଟ, କୁମାରଗନ୍ଧଣା, ଟିକରପଡ଼ା, ବନମାଳିପୁଟ ଓ ଉମ୍ବେଲ ପଞ୍ଚାୟତର ବାସିନ୍ଦା ଜିଲା ସଦର ମହକୁମା ନିକଟରେ ରହୁଥିଲେ। କିନ୍ତୁ କୋଲାବ ଜଳଭଣ୍ଡାର ହେବା ପରେ ସିଧାସଳଖ ଜାଗାରେ ମହକୁମାରେ ପହଞ୍ଚତ୍ବା ପାଇଁ ବୁଲାଣି ରାସ୍ତାରେ ଯିବାକୁ ପଡ଼ିଲା। ଜିଲା ସଦର ମହକୁମାଠାରୁ ଏହି ଗ୍ରାମଗୁଡ଼ିକ ମଧ୍ୟରେ ଦୂରତା ପ୍ରାୟ ୬୦ କିମି ପର୍ଯ୍ୟନ୍ତ ବଢ଼ିଗଲା। ଫଳରେ ବିଭିନ୍ନ କାର୍ଯ୍ୟ ପାଇଁ ଦୈନନ୍ଦିନ କୋରାପୁଟ ଆସିବା କଷ୍ଟକର ହୋଇପଡ଼ିଲା। କେବଳ ଜଳଭଣ୍ଡାର ଦେଇ ଯାଇଥିବା କୋରାପୁଟ-କୋତାବାଲସା ରେଲଳାଇନ କଡ଼ରେ ଚାଲି ଚାଲି ଗଲେ କମ୍‌ ଦୂରତା ହୁଏ। କିନ୍ତୁ ତାହା ବିପଦସଙ୍କୁଳ। ତେଣୁ ଜଳଭଣ୍ଡାର ଉପରେ ଏକ ପୋଲ ନିର୍ମାଣ କରିବାକୁ ଦାବି ହୋଇଛି। ଏହାଦ୍ୱାରା ଉପରୋକ୍ତ ଗ୍ରାମଗୁଡ଼ିକର ପ୍ରାୟ ୨୦ ହଜାର ଲୋକଙ୍କ କଷ୍ଟ ଲାଘବ ହୋଇପାରିବା ସହ ନିତିଦିନିଆ ଜୀବନ ସହଜ ସୁଲଭ ହୋଇପାରିବ। ସେହିପରି କୋଲାବ ରେଲବ୍ରିଜ ଉପରେ ଯେଉଁ ଚଲାପଥ ଅଛି, ତାହାକୁ ଆମ୍ବୁଲାନ୍ସ ଯାତାୟାତ ପାଇଁ ପ୍ରଶସ୍ତ କରିବା, ସୁକୁ ପଞ୍ଚାୟତର ପିତେଇ ନିକଟ ନାଳ ଉପରେ ପୋଲ ନିର୍ମାଣ, ଘାଟମୁନ୍ଧାର କାଲଚୁର, ତିଆଡିପୁଟ ନିକଟରେ ରେଳ ପୁସିଂ ବ୍ରିଜ ନିର୍ମାଣ, କୋଲାବ ଜଳଭଣ୍ଡାରର ସିନ୍ଧିପୁଟରେ ବ୍ରିଜ ନିର୍ମାଣ ଦାବି ହୋଇଛି। ଉକ୍ତ ୬ଟି ପଞ୍ଚାୟତକୁ ଯେହେତୁ ଜଳଭଣ୍ଡାର ଘେରି ରହିଛି, ତେଣୁ ଲୋକଙ୍କ ସୁବିଧା ପାଇଁ ପାଲିବାରେ ବ୍ଲକ କାର୍ଯ୍ୟାଳୟ, ମେଡିକାଲ, ଥାନା ଓ ବ୍ୟାଙ୍କ ଖୋଲିବା ଭଳି ଦାବି ମଧ୍ୟ ରହିଥିଲା। କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ନେତୃତ୍ୱରେ ଧାରଣାରେ ପୂର୍ବତନ ବିଧାୟକ ନିମାଇଁ ସରକାର, କୋରାପୁଟ ପୌରାଧ୍ୟକ୍ଷ ଭଗବାନ ବାହିନୀପତି, କମଳ ରାଠୋର, ଶିଶିର ମାଦଲା, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି, ଭବାନି ଶଙ୍କର ମିଶ୍ର, ରମେଶ ବାଙ୍କିଆ ଯୋଗ ଦେଇଥିଲେ। ସରପଞ୍ଚ ସମିତିସଭ୍ୟ ଏବଂ ୫ ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଶୁକୁ ରେଲୱେ ଷ୍ଟେସନରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଶେଷରେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଧାରଣା ଦେଇଥିଲେ । ଦୀର୍ଘ ୨ ଘଣ୍ଟା ଧରି ଧାରଣା ଦେବା ପରେ ଜିଲା ପ୍ରଶାସନକୁ ଦାବିପତ୍ର ଦିଆଯାଇଥିଲା।

ରାୟଗଡା

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ

ସେମିଳିଗୁଡା, ୨୧।୨(ଡି.ଏନ୍‌.ଏ.)- କୋରାପୁଟ ଜିଲା ସୁନାବେଡା ମ୍ୟୁନିସ୍‌ପାଲିଟିରେ କାର୍ଯ୍ୟରତ କର୍ମଚାରୀ ଅର୍ଜୁନ ସେଠୀଙ୍କ ବାସଭବନରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁଲାଗି ସମସ୍ତ ଆସବାବପତ୍ର ପୋଡିଯାଇଛି। ଯାହାର ଆନୁମାଲିକ ମୁଲ୍ୟ ୭୦ ହଚାର ଟଙ୍କା ବୋଲି ଜଣାପଡିଛି।

କାଉନସିଲରଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି

କାଉନସିଲରଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି

ଜୟପୁର,୨୧।୨(ନି.ପ୍ର.)- ଘରେ କେହି ନ ଥିବାର ସୁଯୋଗ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ଜୟପୁର ପୌରାଞ୍ଚଳର ଓାର୍ଡ -ନଂ ୧ କାଉନସିଲର ଆରତି ମିଶ୍ରଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଚୋରି କରି ନେଇଛନ୍ତି। ଆରତିଙ୍କ ପଡୋଶୀଙ୍କଠାରୁ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଜଣା ରୋଗରେ ପୀଡିତ ଶିଶୁ:ବୟସ ଅନୁସାରେ ବଢ଼ୁନି ନୟନୀଙ୍କ ଶରୀର

ଅଜଣା ରୋଗରେ ପୀଡିତ ଶିଶୁ:ବୟସ ଅନୁସାରେ ବଢ଼ୁନି ନୟନୀଙ୍କ ଶରୀର

ଜେକେପୁର, ୨୧।୨(ଡି.ଏନ୍‌.ଏ.) ଜେକେପୁରସ୍ଥିତ ଡାଙ୍ଗଲଡି ପଞ୍ଚାୟତ କୁଣ୍ଡମଗଁ।ର ବିଜୟ ପୁଲାକାଙ୍କ ଝିଅ ନୟନୀ ପୁଲାକାର । ବୟସ ୪ବର୍ଷ ୬ମାସ । ହେଲେ ଦେଖିବାକୁ ବର୍ଷକର ଶିଶୁ ପରି। ଅଜଣା ରୋଗରେ ପୀଡିତ ଏହି ଝିଅଟିର ଶରୀର ବୃଦ୍ଧି ହେଉନାହିଁ । ଫଳରେ ଶିଶୁଟି ଧୀରେ ଧୀରେ ବିକଳାଙ୍ଗ ହେବାକୁ ବସିଲାଣି ।

ଅଗ୍ନିଶମ ଆଇନକୁ ବେଖାତିର

ଅଗ୍ନିଶମ ଆଇନକୁ ବେଖାତିର

ରାୟଗଡା ଅଫିସ, ୨୧।୨ ରାୟଗଡା ଜିଲାର ପ୍ରମୁଖ ସହର ରାୟଗଡାରେ ସିନେମା ହଲ୍‌, ଆପାର୍ଟମେଣ୍ଟ, ହୋଟେଲ୍‌, ନର୍ସିଂ ହୋମ୍‌, କଲ୍ୟାଣମଣ୍ଡପ, ଛୋଟବଡ ଲଜ୍‌, ବହୁତାଲା ବିଶିଷ୍ଟ କୋଠା, ମାଲ ଗୋଦାମ ଗୃହ, କପା ମିଲ୍‌, ଶିଳ୍ପାନୁଷ୍ଠାନ, ଶପିଂ ମଲ ସମେତ ବହୁତାଲା ବିଶିଷ୍ଟ ଅନେକ କୋଠା ରହିଛି। ହେଲେ ଅଗ୍ନିଶମ ବିଭାଗର ସୁରକ୍ଷା ଅନୁମତି ନ ନେଇ ଏହି ପ୍ରତିଷ୍ଠାନଗୁଡିକ ଗଢ଼ି ଉଠୁଛି। କେହି ଜଣେ ବି ଅଗ୍ନି ସୁରକ୍ଷା ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ସେମାନେ ଅଗ୍ନିଶମ ବିଭାଗଠାରୁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନେଇ ନ ଥିବା ବିଭାଗ ପକ୍ଷରୁ ଜଣାପଡିଛି।

ଇକୋକ୍ଲବ୍‌ ଅନୁଦାନ ପାଇ ନାହାନ୍ତି ୩୬ ସ୍କୁଲ

ମାଲକାନଗିରି, ୨୧।୨(ଡି.ଏନ୍‌.ଏ.) ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନେ ପରିବେଶ ସୁରକ୍ଷା ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ସହ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ କୋଟି କୋଟି ଟଙ୍କା ବ୍ୟୟ କରୁଛି। ଏଥିପାଇଁ ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସବୁଜ ବାହିନୀ ଇକୋ କ୍ଲବ ଗଠନ କରାଯାଇ କୋଟି କୋଟି ଟଙ୍କା ଦିଆଯାଉଛି। କିନ୍ତୁ ବ୍ୟାଙ୍କର ମନମୁଖି କାର୍ଯ୍ୟକଳାପ ଯୋଗୁ ଗତବର୍ଷ ମାଲକାନଗିରି ଜିଲାର ୩୬ଟି ବିଦ୍ୟାଳୟ ସବୁଜ ବାହିନୀକୁ ଟଙ୍କା ମିଳି ପାରିନାହିଁ। ଫଳରେ ଏଥିରେ ପଢୁଥିବା ଛାତ୍ରୀଛାତ୍ର ଇକୋ କ୍ଲବର କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିନାହାନ୍ତି।

୨୦୨୨ ସୁଦ୍ଧା ଜୟପୁର-ମାଲକାନଗିରି ରେଳଲାଇନ୍‌

୨୦୨୨ ସୁଦ୍ଧା ଜୟପୁର-ମାଲକାନଗିରି ରେଳଲାଇନ୍‌

ଭୁବନେଶ୍ୱର,୨୦।୨: ଜୟପୁର-ମାଲକାନଗିରି ମଧ୍ୟରେ ୧୩୦ କିମିର ନୂଆ ରେଳ ଲାଇନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ମଙ୍ଗଳବାର ଏହି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। ଉକ୍ତ ପ୍ରକଳ୍ପ ୨୬୭୬.୧୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବ। ୨୦୨୧-୨୨ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସ୍ଥାନୀୟ ରେଳ ସଦନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ବ୍ଲାଙ୍କ୍‌ ଚେକ୍‌ ଦେଇ ୮.୫୦ ଲକ୍ଷ ଠକେଇ

କୋରାପୁଟ,୨୦।୨(ସ୍ବ.ପ୍ର.) ଆନ୍ଧ୍ର ଠିକାଦାରଙ୍କଠାରୁ ୮ ଲକ୍ଷ ଟଙ୍କା ଲୁଟ ହେବା ନେଇ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ ହେବା ପରେ ମଙ୍ଗଳବାର ପୋଲିସ ଏଥିରେ ଜଣକୁ ଗିରଫ କରିଛି। ଲୁଟ୍‌ ଘଟଣାର ମାଷ୍ଟର ମାଇଣ୍ଡ ଫେରାର ରହିଛନ୍ତି।

ଦୁର୍ଘଟଣାରେ ଗୁରୁତର ଥିବା ବ୍ୟକ୍ତିଙ୍କ ମୃତ୍ୟୁ

କୋରାପୁଟ,୨୦।୨(ସ୍ବ.ପ୍ର.): କୋରାପୁଟ ସଦର ଥାନା ମୁଜାଙ୍ଗ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ହୋଇ କୋରାପୁଟ ମେଡିକାଲରେ ଚିକିସତ୍ତ ହେଉଥିବା ଯୁବକଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି ।

ମାତିଲେଣି ବାଇକ୍‌ ଲୁଟେରା: ଗୋଟିଏ ରାତିରେ ୨ ବାଇକ ଚୋରି

ବୈପାରୀଗୁଡ଼ା,୨୦।୨(ଡି.ଏନ୍‌.ଏ.) ବୈପାରୀଗୁଡା ଅଞ୍ଚଳରେ ବାଇକ୍‌ ଲୁଟେରା ସକ୍ରିୟ ହୋଇପଡିଛନ୍ତି। ସୋମବାର ରାତିରେ ୨ଟି ବାଇକ୍‌ ଚୋରି ହେବା ଘଟଣା ଅଞ୍ଚଳବାସୀଙ୍କ ଭିତରେ ଆତଙ୍କ ଖେଳାଇଛି।

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ: ଧୂଳିପଦରରେ ରାସ୍ତାକାମ ତଦାରଖ

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ: ଧୂଳିପଦରରେ ରାସ୍ତାକାମ ତଦାରଖ

କୋରାପୁଟ ଜିଲାର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରୁ ମୋହ ଛାଡ଼ିପାରୁନି ଆନ୍ଧ୍ର। ସେଥିଲାଗି ବାରମ୍ବାର ଏ ଅଞ୍ଚଳରେ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ରର ଅଧିକାରୀ। ମଙ୍ଗଳବାର ଏହାର ସଦ୍ୟତମ ନମୁନା ଦୃଷ୍ଟିକୁ ଆସିଛି। ଆନ୍ଧ୍ରର ପିଏ ଆଇଟିଡିଏ ଓ ସିଡିଏମ୍‌ଓ କୋଟିଆରେ ସ୍ବାସ୍ଥ୍ୟ ଶିବିର ଓ ଭ୍ରାମ୍ୟମାଣ ସ୍ବାସ୍ଥ୍ୟଯାନର ଶୁଭାରମ୍ଭ କରି ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଲିଥିବା ଉନ୍ନୟନ କାର୍ଯ୍ୟକୁ ଏକପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି।

ପ୍ରେମ ପରେ ପ୍ରତାରଣା : ନାବାଳିକା ଗର୍ଭବତୀ

ମାଥିଲି,୨୦।୨(ଡି.ଏନ.ଏ) - ଜୀବନ ସାଥି କରିବାକୁ ଭରସା ଦେଇଥିଲେ। କିନ୍ତୁ ପରିସ୍ଥିତି ବାଧ୍ୟ କରିଥିଲା ପ୍ରତିଜ୍ଞାରୁ ଓହରିଯିବାକୁ। ଏହା ପରେ ଭଲ ପାଇବାର ବିଶ୍ବାସ ସବୁ ଭାଙ୍ଗିଗଲା ।

ସମସ୍ୟାରେ ମାଝିଗୁଡ଼ା ପ୍ରାଥମିକ ବିଦ୍ୟାଳୟ

ସମସ୍ୟାରେ ମାଝିଗୁଡ଼ା ପ୍ରାଥମିକ ବିଦ୍ୟାଳୟ

ଧୋଡ୍ରା,୨୦।୨(ଡି.ଏନ୍‌.ଏ.)- ସର୍ବଶିକ୍ଷା ଅଭିଯାନର ବିଚିତ୍ର ନୀତି। ସ୍କୁଲରେ କେଉଁଠି ଶିକ୍ଷକ ଅଭାବ ତ କେଉଁଠି ଶ୍ରେଣୀଗୃହ ଅଭାବ ଲାଗି ରହିଛି। ଭିତ୍ତିଭୂମି ଅଭାବ ମଧ୍ୟରେ ଚାଲିଛି ଶିକ୍ଷାଦାନ।