ରାଜ୍ୟ |

ସିଇସିଙ୍କୁ ଭେଟିଲା ବିଜେଡି

ସିଇସିଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର,୯।୨(ବ୍ୟୁରୋ): ବିଜେପୁର ଉପନିର୍ବାଚନ ନେଇ ଭାଜପା ନିର୍ଦ୍ଧାରିତ ସମୟ ମଧ୍ୟରେ ଷ୍ଟାର ପ୍ରଚାରକ ତାଲିକା ଦେଇନାହିଁ। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାରଙ୍କୁ ଗୁରୁବାର ବିଜେଡି ଭେଟିଥିଲା। ସମାନ ପ୍ରସଙ୍ଗରେ ନୂଆଦିଲ୍ଲୀସ୍ଥିତ ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କ କାର୍ଯ୍ୟାଳୟ ଯାଇ ବିଜେଡି ଫେରାଦ ହୋଇଛି। ଶୁକ୍ରବାର ସାରେ ଦଳ ପକ୍ଷରୁ ଲୋକ ସଭାରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ, ଏମ୍‌ପି ପିନାକୀ ମିଶ୍ର ଏବଂ ରବୀନ୍ଦ୍ର ଜେନା ସିଇସି ଓମ୍‌ପ୍ରକାଶ ରାଓତଙ୍କୁ ଭେଟିଛନ୍ତି। ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବା କଥା। ମାତ୍ର ଭାଜପା ଏଥିରେ ବ୍ୟତିକ୍ରମ କରିଥିବା ବିଜେଡି ଅଭିଯୋଗ କରିଛି। ଏନେଇ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ସୋସିଆଲ ମିଡିଆରେ ଭାଜପାର ଷ୍ଟାର ପ୍ରଚାରକ ତାଲିକାକୁ ନେଇ ସନ୍ଦେହ ହେଉଛି। ବିଜେଡି ଅଭିଯୋଗକୁ ଡରି ତରବରିଆ ଭାବେ ଏପରି କରାଯାଉଛି। ବିଜେପୁରରେ ଭାଜପା ପାଇଁ ପ୍ରଚାର କରୁଥିବା ନେତାମାନଙ୍କ ନିର୍ବାଚନୀ ଖର୍ଚ୍ଚ ପ୍ରାର୍ଥୀଙ୍କ ଖର୍ଚ୍ଚ ସହ ସାମିଲ କରାଯାଉ । ଫେବୃୟାରୀ ୫ ତାରିଖ ସୁଦ୍ଧା ଏହି ତାଲିକା ଦାଖଲ ହେବା କଥା। ମାତ୍ର ଭାଜପା ପକ୍ଷରୁ ଗତ ୮ ରେ ଏହା ଦାଖଲ କରିଥିବା ବିଜେଡି ଅନୁଭବ କରୁଛି। ଏଣୁ ଭାଜପା ପକ୍ଷରୁ ଦିଆଯାଇଥିବା ତାଲିକାକୁ ଗ୍ରହଣ କରା ନ ଯାଉ ବୋଲି ସସ୍ମିତ କହିଛନ୍ତି। ମାତ୍ର ଭାଜପା ଉପସଭାପତି ସମୀର ମହାନ୍ତି ଠିକ୍‌ ସମୟରେ ଷ୍ଟାର ପ୍ରଚାରକଙ୍କ ତାଲିକା ସିଇସିଙ୍କୁ ଦିଆଯାଇଥିବା କହିଛନ୍ତି। ସିଇଓ ସୁରେନ୍ଦ୍ର କୁମାର କହିଛନ୍ତି ଯେ, ଉଭୟ ଦଳ ପକ୍ଷରୁ ଯୁକ୍ତି ଶୁଣାଯାଇଛି। ସିଇସିଙ୍କ ସହ ଯୋଗାଯୋଗ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। କେଉଁ ଦିନ ଭାଜପା ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରଦାନ କରାଗଲା, ତାହା ଦଳ ସ୍ପଷ୍ଟ କରୁ ବୋଲି ସେ କହିଛନ୍ତି। ଭାଜପା ପ୍ରସ୍ତୁତ କରିଥିବା ଏକ ଭିଡିଓକୁ ନେଇ ଆପତ୍ତି ଉଠାଇଛି ବିଜେଡି। ଏହି ଭିଡିଓର ଏକ ନକଲ ମଧ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେଡି ନେତା ପ୍ରିୟଦର୍ଶୀ ମିଶ୍ର କହିଛନ୍ତି। ଲୋକପ୍ରତିନିଧି ଆଇନ-୧୯୫୧ର ଧାରା ୭୭ (୧) ଅନୁସାରେ ଷ୍ଟାର ପ୍ରଚାରକ ତାଲିକା ବିଜ୍ଞପ୍ତିର ୭ ଦିନ ମଧ୍ୟରେ ଦାଖଲ ହେବା କଥା। ଯଦି ନ ହୋଇଥାଏ, ତେବେ ପ୍ରଚାରରେ ଯିବାକୁ ଥିବା ନେତାଙ୍କ ସମସ୍ତ ଖର୍ଚ୍ଚ ପ୍ରାର୍ଥୀଙ୍କ ଖର୍ଚ୍ଚ ସହ ହିସାବ କରାଯିବ। ବିଜେଡି ବିଜେପୁର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିବା ପରେ ଭାଜପା ପକ୍ଷରୁ ଅନୁରୂପଭାବେ ଏକ ତାଲିକା ଜାରି କରାଯାଇଛି। ଏହି ତାଲିକା ଅନୁଯାୟୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ସମେତ ୭ କେନ୍ଦ୍ରମନ୍ତ୍ରୀ ଦଳ ପାଇଁ ପ୍ରଚାର କରିବେ। ସେମାନେ ହେଉଛନ୍ତି- ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ରାଧାମୋହନ ସିଂ, ସ୍ମୃତି ଇରାନୀ, ଗିରିରାଜ ସିଂ, ରାମ୍‌କ୍ରିପାଲ ଯାଦବ ଏବଂ ବାବୁଲ ସୁପ୍ରିୟୋ। ଏମାନଙ୍କ ବ୍ୟତୀତ ହେଭିୱେଟ୍‌ ରାମଲାଲ୍‌ଜୀ ଏବଂ ସୌଦାନ ସିଂଙ୍କ ନାମ ମଧ୍ୟ ଏଥିରେ ସାମିଲ ରହିଛି। ମାତ୍ର ଦଳ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକାରେ ଦଳର ବରିଷ୍ଠ ନେତା ତଥା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର ଏବଂ ବିଧାୟକ ଦିଲୀପ ରାୟଙ୍କୁ ସାମିଲ କରାଯାଇନାହିଁ, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହିପରି ପୂର୍ବରୁ ରମଣ ସିଂଙ୍କ ଗସ୍ତ ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କ ନାଁ ନାହିଁ। ପ୍ରଚାରରେ ରମଣ ଆସିବେ ବୋଲି ଖବର ପ୍ରକାଶ ପାଇବା ପରେ ବିଜେଡି ଓ କଂଗ୍ରେସ କହିଥିଲେ, ମହାନଦୀ ବିବାଦର ସମାଧାନ ହୋଇନାହିଁ। ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ନିର୍ମାଣ ବନ୍ଦ ନ କରି ପ୍ରଚାରକୁ ରମଣ ଆସିବା ଶୋଭନୀୟ ନୁହେଁ।

All Right Reserved By

ରାଜ୍ୟ |

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୨ ପଞ୍ଚାୟତ ପାଇଁ ୧୭.୫୮ କୋଟି ମଞ୍ଜୁରୀ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୨ ପଞ୍ଚାୟତ ପାଇଁ ୧୭.୫୮ କୋଟି ମଞ୍ଜୁରୀ

ଭୁବନେଶ୍ୱର, ୧୬।୮(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୬ଟି  ଜିଲା ୬ଟି ବ୍ଲକ ପାଇଁ ୧୭.୫୮ କୋଟି ଟଙ୍କାର ପ୍ରଳକ୍ପ ମଞ୍ଜୁର କରିଛନ୍ତି। 

ଫେରାର ହେବାକୁ ଉଦ୍ୟମ ବେଳେ ଅଭିଯୁକ୍ତଙ୍କ ଆକ୍ରମଣ: ଫାଣ୍ଡି ଅଧିକାରୀ ଆହତ

ଫେରାର ହେବାକୁ ଉଦ୍ୟମ ବେଳେ ଅଭିଯୁକ୍ତଙ୍କ ଆକ୍ରମଣ: ଫାଣ୍ଡି ଅଧିକାରୀ ଆହତ

କଟକ ସଦର,୧୬।୮(ଡି.ଏନ୍‌.ଏ.): ସ୍ବାଧୀନତା ଦିବସରେ ଜଣେ ଫେରାର ଅଭିଯୁକ୍ତଙ୍କୁ କଳପଡ଼ା ବଜାରରୁ କାବୁ କଲାବେଳେ ୪୨ ମୌଜା ଫାଣ୍ଡି ଅଧିକାରୀ ନୃସିଂହ ଚରଣ ସ୍ବାଇଁ ଆକ୍ରମଣର ଶିକାର ହେବା ଘଟଣା କଟକ ସଦର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ଜଟଣୀ ଥାନା ଅଞ୍ଚଳରେ ଥିବା ଏକ ଜୁଏଲାରୀରୁ ସୁନାଗହଣା ଲୁଟ କରିବା ଘଟଣାରେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ୨ ଡକାୟତ, ୨ ସୁନା ଦୋକାନୀକୁ ଗିରଫ କରିଛି। 

ରେଭେନ୍‌ଶାରେ ର଼୍ୟାଗିଂ

ରେଭେନ୍‌ଶାରେ ର଼୍ୟାଗିଂ

କଟକ ଅଫିସ,୧୬।୮: ରେଭେନ୍‌ଶା କଲେଜରେ ର଼୍ୟାଗିଂ ହେଉଥିବା ନେଇ ଯୁକ୍ତ ୩ ଦ୍ବିତୀୟ ବର୍ଷ ସଂସ୍କୃତ ବିଭାଗର ଛାତ୍ର ସୂର୍ଯ୍ୟକାନ୍ତ ମହାପାତ୍ର ଗୁରୁବାର ଅଭିଯୋଗ କରିଛନ୍ତି। ସିନିଅର ଛାତ୍ର ତାଙ୍କୁ ମାଡ଼ ମାରିବା, ଧମକ ଦେବା, ଗାଳିଗୁଲଜ କରିଥିବା ନେଇ ସେ ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି। 

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଅଫିସ,୧୬।୮: ଢେଙ୍କାନାଳ ଜିଲା ବାଲିମି ଥାନା ଖାଲପାଳ ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସିଲି ବାଡିଆ(୪୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ବାମୀ  ସୁଧାକର ବାଡ଼ିଆ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। 

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ଜଟିଳ: ଅପରାହ୍ନରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ଜଟିଳ: ଅପରାହ୍ନରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦିଲ୍ଲୀ ଏମ୍ସରେ ତାଙ୍କ ଚିକିତ୍ସା କରାଯାଉଥିବା ବେଳେ ସେ ଏବେ ଲାଇଫ୍‌ ସପୋର୍ଟ ସିଷ୍ଟମରେ ଅଛନ୍ତି। ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ହସ୍ପିଟାଲରେ ବହୁ ନେତା ତଥା ରାଜନେତାଙ୍କ ଭିଡ଼ ଲାଗିଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଦିଲ୍ଲୀ ଗସ୍ତ କରିବେ।

କେରଳରେ ବନ୍ୟା: ଓଡ଼ିଶା ତରଫରୁ ୫ କୋଟିର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେରଳରେ ବନ୍ୟା: ଓଡ଼ିଶା ତରଫରୁ ୫ କୋଟିର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର,୧୬।୮(ବ୍ୟୁରୋ): କେରଳରେ ବନ୍ୟା ପରିସ୍ଥିତି ଦିନକୁଦିନ ଜଟିଳ ହେବାରେ ଲାଗିଛି। ଏପରିସ୍ଥଳେ ସାରା ଦେଶ କେରଳକୁ ସହାୟତାର ହାତ ବଢ଼ାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୫ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି। 

ଟ୍ରେଡ୍‌ ୟୁନିୟନ ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଟ୍ରେଡ୍‌ ୟୁନିୟନ ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ତାଳଚେର,୧୬।୮(ନି.ପ୍ର.): ଏମ୍‌ସିଏଲ୍‌ ବଳରାମ ଓସିପିରେ କାର୍ଯ୍ୟରତ ୩ଟି ଟ୍ରେଡ୍‌ ୟୁନିୟନ ପକ୍ଷରୁ ଗୁରୁବାର ତାଳଚେର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ଅବସରରେ ଏଚ୍‌ଏମ୍‌ଏସ୍‌, ବିଏମ୍‌ଏସ୍‌ ଏବଂ ଆଇଏନ୍‌ଟିସିୟୁ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ତାଳଚେର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। 

ଅଜଗର ଉଦ୍ଧାର

ଅଜଗର ଉଦ୍ଧାର

ଭୁବନ,୧୬।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ବାଉଁଶକଣ ଗ୍ରାମର ଶିବମନ୍ଦିର ନିକଟରୁ ବୁଧବାର ରାତିରେ ଏକ ଅଜଗର ସାପକୁ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। 

ଗାଁ ମଝିରେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି ୫୦ ହଜାର ଲୁଟ୍‌, ଜଣଙ୍କୁ କାବୁ କଲେ ଗ୍ରାମବାସୀ

ଗାଁ ମଝିରେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି ୫୦ ହଜାର ଲୁଟ୍‌, ଜଣଙ୍କୁ କାବୁ କଲେ ଗ୍ରାମବାସୀ

ପୁରୀ ଅଫିସ,୧୬ା୮: ପୁରୀ ଜିଲା ତାଳବଣିଆ ଥାନା ଅଧୀନ ଭାରତୀପୁର ଗ୍ରାମରେ ଜଣେ କଲେକ୍ସନ୍‌ ଏଜେଣ୍ଟଙ୍କଠାରୁ ୫୦ ହଜାର ଲୁଟ୍‌ ହୋଇଛି। ଗୁରୁବାର ଦୁଇଜଣ ଯୁବକ ଏଜେଣ୍ଟଙ୍କୁ କଟୁରିରେ ହାଣି ଏହି ଲୁଟ୍‌ କରିଛନ୍ତି। 

ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଲାଗି ରହିଛି ହାତୀ ଉପଦ୍ରବ: ବାଲିବନ୍ଧ ଫରେଷ୍ଟ ବିଟ୍‌କୁ ଘେରିଲେ ଚାଷୀ

ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଲାଗି ରହିଛି ହାତୀ ଉପଦ୍ରବ: ବାଲିବନ୍ଧ ଫରେଷ୍ଟ ବିଟ୍‌କୁ ଘେରିଲେ ଚାଷୀ

କେନ୍ଦୁଝର,୧୬।୮(ସ୍ବ.ପ୍ର.):  କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଜୟପୁର ଓ ସାନଯୋଡା ଗ୍ରାମରେ ଗତ କିଛିଦିନ ଧରି ହାତୀ ଉପଦ୍ରବ ଲାଗି ରହିଛି। ଦୁଇଟି ଦଳରେ ମୋଟ ୩୨ଟି ହାତୀ ଅଞ୍ଚଳରେ ରହି ବ୍ୟାପକ କ୍ଷୟକ୍ଷତି କରୁଥିବାରୁ ଲୋକମାନେ ଆତଙ୍କିତ ହୋଇ ରହିଛନ୍ତି। 

ବାଜପେୟୀଙ୍କ ପାଇଁ ସମୂହ ଦୀପଦାନ

ବାଜପେୟୀଙ୍କ ପାଇଁ ସମୂହ ଦୀପଦାନ

ଆରଡ଼ି,୧୬।୮( ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି କାମନା କରି ଓଳଗ, ସୁନ୍ଦରପୁର ଓ ଆରଡିର ଭାଜପା କର୍ମୀମାନେ ଗୁରୁବାର ସମୂହ ଦୀପଦାନ କରିଛନ୍ତି।

Model This Week

ଯସ୍ମିନ୍