ରାଜ୍ୟ |

ହାଜତ ମୃତ୍ୟୁରୁ ଥାନାପୋଡ଼ି

ହାଜତ ମୃତ୍ୟୁରୁ ଥାନାପୋଡ଼ି
ସମ୍ବଲପୁର,୯।୨(ବ୍ୟୁରୋ): ସମ୍ବଲପୁରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଚୋରି ଅଭିଯୋଗରେ ଅଇଁଠାପାଲି ଥାନାରେ ଅଟକ ଥିବା ଜଣେ ଯୁବକଙ୍କ ହାଜତ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ ବ୍ୟାପକ ଜଳାପୋଡ଼ା ଓ ଭଙ୍ଗାରୁଜା କରିଛନ୍ତି। ଥାନାର କାଗଜପତ୍ର, କମ୍ପ୍ୟୁଟର, କାଚ ଆଲମିରା ଓ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରି ସେଥିରେ ନିଆଁ ଲଗାଇ ଦେଇଛନ୍ତି। ନିଆଁ ଚାରିଆଡ଼େ ବ୍ୟାପିବା ପରେ ସବୁକିଛି ଭସ୍ମୀଭୂତ ହୋଇଯାଇଛି। ଜବତ ହୋଇ ଥାନା ପରିସରରେ ଥିବା ୮ ଚାରିଚକିଆ ଗାଡ଼ି, ୯ ବାଇକ୍‌ ଓ ୨ଟି ସାଇକେଲ ସହ ପୋଲିସର ଗୋଟିଏ ବାଇକକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। ଅଣାୟତ୍ତ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଜନତାଙ୍କ ସହ ପୋଲିସ ମୁହଁାମୁହିଁ ହୋଇଛି । ପୋଲିସ-ଜନତା ଖଣ୍ଡଯୁଦ୍ଧରେ ୨ ଏସ୍‌ଡିପିଓଙ୍କ ସମେତ ୩୦ରୁ ଅଧିକ ପୋଲିସ କର୍ମଚାରୀ, ୬ ଖବରଦାତା ଓ କେତେଜଣ ଉତ୍ତ୍ୟକ୍ତ ଲୋକ ଆହତ ହୋଇଛନ୍ତି। ଏହି ଘଟଣାରେ ଆଇଆଇସିଙ୍କ ସମେତ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ ଆର.ପି. ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଏଚ୍‌ଆରପିସି (ହ୍ୟୁମ୍ୟାନ ରାଇଟ୍ସ ପ୍ରୋଟେକ୍‌ଶନ ସେଲ୍‌) ସ୍ବତନ୍ତ୍ର ଟିମ ତଦନ୍ତ ପାଇଁ ସମ୍ବଲପୁରରେ ପହଞ୍ଚତ୍ଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ଚାପା ଉତ୍ତେଜନା ଲାଗିରହିଥିବାରୁ ବିଭିନ୍ନ ସ୍ଥାନରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ପରିବାର ଲୋକେ ଏହାକୁ ଏକ ସୁନିୟୋଜିତ ହତ୍ୟାକାଣ୍ଡ ଭାବେ ଅଭିହିତ କରି ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି। ଦୁଇଦିନ ତଳେ ପୋଲିସ ଭାଲୁପାଲି ଗ୍ରାମର ୧୯ ବର୍ଷୀୟ ଅବିନାଶ ମୁଣ୍ଡା ଓ ଅନ୍ୟ ୧୦ଜଣଙ୍କୁ ଘରୁ ଉଠାଇ ଆଣି ଜେରା କରିଥିଲା। ଏହାସହ ଅଭିଯୁକ୍ତଙ୍କ ପାଖରୁ କିଛି ନଗଦ ଟଙ୍କା, ମୋବାଇଲ ଫୋନ, ସୁନା ଅଳଙ୍କାର ଓ ଅନ୍ୟ ଚୋରି ସାମଗ୍ରୀ ପୋଲିସ ଜବତ କରିଥିଲା। ଗୁରୁବାର ରାତି ୧୧ଟାରେ ଥାନା ପରିସରରୁ ଅନ୍ୟ କର୍ମଚାରୀମାନେ କାମ ସାରି ଘରକୁ ଯାଇଥିଲେ। ଥାନାରେ ଜଣେ ମହିଳା ସେଣ୍ଟ୍ରି ଓ ଜଣେ କନଷ୍ଟେବଳ ଡ୍ୟୁଟିରେ ଥିଲେ। ଏହି ସମୟରେ ଅବିନାଶ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଗୁରୁତର ଅବସ୍ଥାରେ ଜିଲା ସଦର ଡାକ୍ତରଖାନାକୁ ଅବିନାଶଙ୍କୁ ଚିକିତ୍ସା ପାଇଁ ଅଣାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାତିରେ ସଦର ତହସିଲଦାର ଦେବେନ୍ଦ୍ର ନନ୍ଦଙ୍କ ଉପସ୍ଥିତିରେ ଅବିନାଶଙ୍କ ମା’ ଏସରାନୀ ମୁଣ୍ଡା ଓ ମାମୁଁ ମୋହନ ମୁଣ୍ଡା ହସ୍ପିଟାଲକୁ ଯାଇ ତାଙ୍କ ମୃତଦେହ ଦେଖିଥିଲେ। ବୁର୍ଲାରେ ଶୁକ୍ରବାର ସକାଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ସକାଳ ପ୍ରାୟ ୮ଟାରେ ଏହି ଖବର ପ୍ରଚାରିତ ହେବା ପରେ ଥାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ଏସ୍‌ପି ସଞ୍ଜୀବ ଅରୋରା, ହୀରାକୁଦ ଏସ୍‌ଡିପିଓ ଅବକାଶ ରାଉତରାୟ ପହଞ୍ଚତ୍ଥିଲେ। ଆଲୋଚନା ଚାଲିଥିବାବେଳେ ଉତ୍ତ୍ୟକ୍ତ ଲୋକେ ହୀରାକୁଦ ପୋଲିସକୁ ଆକ୍ରମଣ କରିଥିଲେ। ଏଥିରେ ଏସ୍‌ଡିପିଓଙ୍କ ମୁଣ୍ଡ ଫାଟିଯାଇଥିଲା। ଉପସ୍ଥିତ ଥିବା ସମ୍ବଲପୁର ସଦର ଏସ୍‌ଡିପିଓ ମିହିର ପଣ୍ଡା ମଧ୍ୟ ଆହତ ହୋଇଥିଲେ। ଏସ୍‌ପି ଅରୋରାଙ୍କୁ ମଧ୍ୟ ଲୋକେ ଠେଲାପେଲା କରିଥିଲେ। ପୋଲିସ କର୍ମଚାରୀମାନେ ପ୍ରତିବାଦ କରିବାରୁ ସେମାନେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଦେଖୁଦେଖୁ ଶତାଧିକ ମହିଳା ଓ ଯୁବକ ଥାନା ପରିସରକୁ ଆସି ଅକ୍ତିଆର କରିନେଇଥିଲେ। ଭୟରେ ପୋଲିସ କର୍ମଚାରୀ ଓ ଅଧିକାରୀ ଥାନା ପରିସରକୁ ପଶି ଯାଇଥିଲେ। ଘଟଣାସ୍ଥଳରେ ଥିବା ଖବରଦାତାମାନେ ମଧ୍ୟ ଏଥିରୁ ବର୍ତ୍ତି ନ ଥିଲେ। ପରେ ଲୋକେ ଥାନା ପରିସରରେ ଲଙ୍କାକାଣ୍ଡ ଆରମ୍ଭ କରିଥିଲେ। ସେମାନେ ବାହାର ପଟୁ ତୁହାକୁ ତୁହା ଟେକାପଥର ମାଡ଼ କରିଥିଲେ। ପୋଲିସ ଅଧିକାରୀମାନେ ପ୍ରାୟ ୨ଘଣ୍ଟା ଧରି ଅଇଁଠାପାଲି ଥାନା ପରିସରରେ ଲୁଚି ହୋଇରହିଥିଲେ। ଉତ୍ତ୍ୟକ୍ତ ଲୋକେ ଅଇଁଠାପାଲି ଛକ ରାସ୍ତା ଅବରୋଧ କରିବା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକ ରହିଥିଲା। ପରେ କୌଶଳକ୍ରମେ ଏସ୍‌ପିଙ୍କ ସମେତ ପୋଲିସ, ଖବରଦାତା ବାହାରି ପଡିଥିଲେ। ହେଲେ ଲୋକମାନେ ପୋଲିସକୁ ଗୋଡାଇ ଗୋଡାଇ ଟେକାପଥର ମାଡ଼ କରିଥିଲେ। ସେମାନଙ୍କୁ ୧ ପ୍ଲାଟୁନ୍‌ ପୋଲିସ ସୁରକ୍ଷା ଦେବାକୁ ଆସୁଥିବାବେଳେ ଲୋକେ ପୁଣି ପଥର ମାରି ଅଇଁଠାପାଲି ତଳି ଛକ ପର୍ଯ୍ୟନ୍ତ ଘଉଡ଼ାଇ ନେଇଥିଲେ। ପୋଲିସ ପ୍ରାଣବିକଳରେ ଛତ୍ରଭଙ୍ଗ ଦେଇ ସେଠାରୁ ପଳାଇଥିଲା। ଜିଲାପାଳ ସମର୍ଥ ବର୍ମା, ଏସ୍‌ପି ସଞ୍ଜୀବ ଅରୋରାଙ୍କ ନେତୃତ୍ୱରେ ପ୍ରାୟ ୧୦ ପ୍ଲାଟୁନ୍‌ ଫୋର୍ସ ଲୁହବୁହା ଗ୍ୟାସ ନେଇ କଡ଼ା ସୁରକ୍ଷା ବନ୍ଦୋବସ୍ତ ସହ ଆଗକୁ ବଢ଼ିଥିଲେ। ସେମାନେ ଅଗ୍ନିଶମ ବାହିନୀର ୨ଟି ଗାଡି ସାଙ୍ଗରେ ନେଇ ଥାନା ଆଗକୁ ମୁହଁାଉଥିବାବେଳେ ଲୋକେ ପୁଣି ଟେକା ମାରିଥିଲେ। ପୋଲିସ ଲୁହବୁହା ଗ୍ୟାସ ବ୍ୟବହାର କରିବାରୁ ଲୋକେ ପଳାୟନ କରିଥିଲେ। ପୋଲିସ ସେମାନଙ୍କୁ ପ୍ରାୟ ୨ କି.ମି. ଦୂର ଭାଲୁପାଲି ଛକ ପର୍ଯ୍ୟନ୍ତ ଗୋଡାଇଥିଲା। ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ଉତ୍ତରାଞ୍ଚଳ ଆଇଜି ସୁଶାନ୍ତ କୁମାର ନାଥ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ସମ୍ବଲପୁର ଜିଲା ପୋଲିସର ଗୋଇନ୍ଦା ବିଭାଗ ଫେଲ ମାରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ପୋଲିସ ଚାହିଁଥିଲେ ଏତେବଡ଼ ଅଘଟଣକୁ ଏଡ଼ାଇପାରିଥାନ୍ତା। ବିଳମ୍ବିତ ରାତିରେ ଘଟଣା ଘଟିଥିଲେ ମଧ୍ୟ ପୋଲିସ ଏହାକୁ ହାଲୁକା ଭାବେ ନେଇଥିଲା। ଥାନା ସମ୍ମୁଖରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲେ ସରକାରୀ ସମ୍ପତ୍ତି ନଷ୍ଟ ହୋଇ ନ ଥାନ୍ତା ବୋଲି କୁହାଯାଉଛି। ପ୍ରଶାସନିକ ଅଧିକାରୀ, ଆଦିବାସୀ ସଂଘ କର୍ମକର୍ତ୍ତା ଓ ପରିବାର ଲୋକଙ୍କ ମଧ୍ୟରେ ଆଲୋଚନା କରାଯାଇ ସ୍ଥିତି ନିୟନ୍ତ୍ରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଥିବାବେଳେ ରେଡ୍‌କ୍ରସ୍‌ ପାଣ୍ଠିରୁ ୩୦ ହଜାର ଟଙ୍କା ଦିଆଯାଇଛି। ଅବିନାଶଙ୍କ ମା’ ଏସରାନୀ କହିଛନ୍ତି, ପୁଅର କିଛି ଦୋଷ ନାହିଁ। ସେ ଆମତ୍ହତ୍ୟା କରିନାହିଁ। ପୋଲିସ ତାକୁ ପିଟି ପିଟି ହତ୍ୟା କରିଛି। ଦୋଷୀ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛନ୍ତି।
All Right Reserved By

ରାଜ୍ୟ |

 ରାହାନ୍ଦା: କୁକୁର  ଆକ୍ରମଣରେ ଗଲା ନାବାଳକଙ୍କ ଜୀବନ

ରାହାନ୍ଦା: କୁକୁର ଆକ୍ରମଣରେ ଗଲା ନାବାଳକଙ୍କ ଜୀବନ

ବାରିପଦା ଅଫିସ,୨୧।୧- କୁକର ପଲ ଆକ୍ରମଣରେ ଗଲା ନାବାଳକଙ୍କ ଜୀବନ। ଏପରି ହୃହୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଧୀନ ରାହାନ୍ଦା ଅଞ୍ଚଳରେ ସୋମବାର ଘଟିଛି। ମୃତକ ହେଲେ ବାଲିସୁଦୂରା ଗ୍ରାମର ଶରମା ମହାରଣାଙ୍କ ପୁଅ ରିଙ୍କୁ (୭)। ସେ ଏକୁଟିଆ ସ୍କୁଲ ଯାଉଥିବା ବେଳେ ଏପରି ଅଘଟଣର ସମ୍ମୁଖୀନ ହୋଇଥିବା ଜଣାଯାଇଛି।

ସୁବର୍ଣ୍ଣପୁର : ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା, ଅଛନ୍ତି ମୋଟ ୪ ଲକ୍ଷ ୫୦ ହଜାର ୭୯୫ ଭୋଟର

ସୁବର୍ଣ୍ଣପୁର : ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା, ଅଛନ୍ତି ମୋଟ ୪ ଲକ୍ଷ ୫୦ ହଜାର ୭୯୫ ଭୋଟର

 ସୋନପୁର,୨୧।୧(ନି.ପ୍ର.):ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସୋମବାର ପ୍ରକାଶ ପାଇଛି ଚୂଡାନ୍ତ ଭୋଟର ତାଲିକା। ଏହିକ୍ରମରେ ସୁବର୍ଣ୍ଣପୁର ଜିଲାରେ ମଧ୍ୟ ତାଲିକା ପ୍ରକାଶ ପାଇଛି। ଏଥିରେ ସୁବର୍ଣ୍ଣପୁର ଜିଲାରେ ମୋଟ ୪ ଲକ୍ଷ ୫୦ ହଜାର ୭୯୫ ଭୋଟର ଅଛନ୍ତି। ୬୫-ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୪୬ ହଜାର ୧୧ ଭୋଟର ଓ ୬୪-ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୪ ହଜାର ୭୮୪ ଜଣ ଭୋଟର ରହିଛନ୍ତି। 

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶ୍ରମିକ

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶ୍ରମିକ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଶାଳ ପତ୍ର ଉପରୁ ରୟାଲିଟି ଛାଡ଼ କରିବାକୁ ଘୋଷଣା କରିଛନ୍ତି। ଫଳରେ ପୂର୍ବରୁ କୁଇଣ୍ଟାଲ ପିଛା ଦେଉଥିବା ୮୬ଟଙ୍କା ରୟାଲିଟି ଆଉ ଦେବାକୁ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ ଏ ନେଇ ନିଷ୍ପତ୍ତି ନେବା ପରେ ଶାଳପତ୍ର ଶ୍ରମିକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। 

କଜଳକଣା ନିକଟରେ ଓଲଟିଲା ବସ୍‌: ୨ ମୃତ, ୫ ଗୁରୁତର, ୧୫ରୁ ଊର୍ଦ୍ଧ୍ୱ ଆହତ

କଜଳକଣା ନିକଟରେ ଓଲଟିଲା ବସ୍‌: ୨ ମୃତ, ୫ ଗୁରୁତର, ୧୫ରୁ ଊର୍ଦ୍ଧ୍ୱ ଆହତ

ଚୌଦ୍ୱାର,୨୧।୧(ଡି.ଏନ୍‌.ଏ.): କଟକ ଚୌଦ୍ୱାରସ୍ଥିତ କଜଳକଣା ନିକଟରେ ସେମବାର ଏକ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ‘ନୀଳକଣ୍ଠ’ ନାମକ ଏହି ବସ୍‌ଟି ଅନୁଗୋଳରୁ କଟକ ଆସୁଥିବା ବେଳେ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। 

ଜେଜେମା’ଙ୍କ ଦଶାହ ତୁଠରେ ନାତି ନିଖୋଜ ଘଟଣା: ୪ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ଜେଜେମା’ଙ୍କ ଦଶାହ ତୁଠରେ ନାତି ନିଖୋଜ ଘଟଣା: ୪ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ସାକ୍ଷୀଗୋପାଳ,୨୧।୧ (ଡି.ଏନ.ଏ.): ସତ୍ୟବାଦୀ ବଜାର ଉପକଣ୍ଠ କମାରସାହିରେ ସୋମବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜେଜେମା’ଙ୍କ ଦଶାହ ତୁଠରେ ଗାଧୋଇବା ବେଳେ ଶୁକ୍ରବାରଠାରୁ ନାତି ସୁବାଶିଷ ମହାନ୍ତି ନିଖୋଜ ଥିଲେ। ସକାଳେ ମୃତଦେହ ପୋଖରୀରେ ଭାସୁଥିବା ଗ୍ରାମବାସୀ ଓ ପରିବାର ଲୋକେ ଦେଖି ଅଗ୍ନିିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିିଶମ କର୍ମଚାରୀ ମୃତଦେହ ଉଦ୍ଧାର କରିଛି। 

ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ: ଖରାରେ ଗଛତଳେ ବର୍ଷାରେ ଟିଣ ଆଉଜା ଘରେ ପାଠପଢା

ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ: ଖରାରେ ଗଛତଳେ ବର୍ଷାରେ ଟିଣ ଆଉଜା ଘରେ ପାଠପଢା

ନବରଙ୍ଗପୁର,୨୧।୧(ବି.ପ୍ର.): ପିଲାଙ୍କୁ ଶିକ୍ଷିତ କରିବାକୁ  ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେମାନଙ୍କୁ ଉପଯୁକ୍ତ ଶୈକ୍ଷିକ ବାତାବରଣ ଦେବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି।  କିନ୍ତୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତର ମୁଣ୍ଡାଗୁଡା ନୂତନ ପ୍ରାଥମିକ ବିଦ୍ୟାଳୟ ଏଥିରେ ବ୍ୟତିକ୍ରମ। ଏଠାରେ ପିଲାଙ୍କ ପାଇଁ  ଶ୍ରେଣୀଗୃହ ନାହିଁ। ଖରାଦିନେ ଗଛତଳେ ଓ ବର୍ଷା ଦିନରେ ଟିଣ ଆଉଜା ହୋଇଥିବା ଏକ ଅସ୍ଥାୟୀ ଗୃହରେ ପିଲା ପାଠ ପଢନ୍ତି।  

ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଭାଜପା ମହିଳା ମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଲା ପୋଲିସ

ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଭାଜପା ମହିଳା ମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ନାରୀ ନିଯ୍ୟାତନା ଓ ବଳାତ୍କାର ଆଦି ଘଟଣା ରାଜ୍ୟରେ ବଢ଼ି ବଢ଼ି ଚାଲିଥିବାରୁ ଭାଜପା ମହିଳା ମୋର୍ଚ୍ଚାର କର୍ମୀମାନେ ଏହାକୁ ବିରୋଧ କରୁୁଛନ୍ତି। 

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ନବରଙ୍ଗପୁର,୨୧।୧(ବି.ପ୍ର.): ପରକ୍ରୀୟା ପ୍ରୀତି ସନ୍ଦେହରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଯୌନାଙ୍ଗକୁ କାଟି ଦେଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଉଦୟପୁର ଗ୍ରାମରେ।

କଂଗ୍ରେସ ଛାଡ଼ିଲେ ପ୍ରଣୟ ସାହୁ

କଂଗ୍ରେସ ଛାଡ଼ିଲେ ପ୍ରଣୟ ସାହୁ

ମଥୁରାନଗରୀ,୨୧।୧: ବରଗଡ଼ ଜିଲାର ବରିଷ୍ଠ କଂଗ୍ରେସ ନେତା ତଥା ଗତ ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥି ରହିଥିବା ପ୍ରଣୟ କୁମାର ସାହୁ ସୋମବାର ଦଳ ଛାଡ଼ିଛନ୍ତି। ଏ ନେଇ ସେ ତାଙ୍କ ଇସ୍ତଫାପତ୍ର ପ୍ରଦେଶ କଂଗ୍ରେସ ଓ ଜିଲା କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ କେଉଁ ଦଳରେ ସେ ଯୋଗଦେବେ ସେ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି ।

ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

ରାଉରକେଲା, ୨୧।୧:  ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ସୋମବାର ନିଆଁ ଲାଗିଯାଇଛି। ରାଉରକେଲା ଷ୍ଟେଶନ ପୂର୍ବରୁ ତିଲ୍‌କା ନଗର ନିକଟରେ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନ୍‌ଟି ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା। 

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା : ୫ ଲକ୍ଷ ଭୋଟର ବୃଦ୍ଧି

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା : ୫ ଲକ୍ଷ ଭୋଟର ବୃଦ୍ଧି

ଭୁବନେଶ୍ୱର,୨୧।୧(ବ୍ୟୁରୋ): ସୋମବାର ରାଜ୍ୟର  ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।  ଏହି ତାଲିକାର ସଂଶୋଧନ କରାଯିବା ପରେ ୫ ଲକ୍ଷ ୩୯ ହଜାର ୪୫୪ ଭୋଟର ସଂଖ୍ୟା ବୃଦ୍ଧି ପାଇଛି । 

ବ୍ରଜ-ଖାରବେଳଙ୍କ ନୂଆ ସାମ୍ମୁଖ୍ୟ: ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ

ବ୍ରଜ-ଖାରବେଳଙ୍କ ନୂଆ ସାମ୍ମୁଖ୍ୟ: ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ଓଡ଼ିଶା ରାଜନୀତିରେ ଜନ୍ମ ନେଇଛି ନୂଆ ସାମ୍ମୁଖ୍ୟ। ବ୍ରଜ ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ଓ ଖାରବେଳ ସ୍ବାଇଁଙ୍କ ଉତ୍କଳ ଭାରତ ମିଳିତ ଭାବେ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ କରିବାକୁ ଘୋଷଣା କରିଛନ୍ତି।