ବାଣିଜ୍ୟ |

୫୦୦୦ କୋଟି ଋଣ ଦେବ ନାବାର୍ଡ

ଭୁବନେଶ୍ୱର, ୯-୨(ବ୍ୟୁରୋ)
ଚଳିତ ଆର୍ଥକ ବର୍ଷ ଶେଷ ହେବା ପାଇଁ ଆଉ ପାଖାପାଖି ୫୦ ଦିନ ବାକି ଅଛି। ଏହି ସମୟ ମଧ୍ୟରେ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ(ନାବାର୍ଡ) ଓଡ଼ିଶାରେ ୫ ହଜାର କୋଟି ଟଙ୍କା ଋଣ ପ୍ରଦାନ କରିବ। ଚଳିତ ଆର୍ଥିକ ବର୍ଷରେ ମୋଟ ୧୬ ହଜାର କୋଟି ଟଙ୍କା ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ସୁଦ୍ଧା ୧୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ବାକି ୫ ହଜାର କୋଟି ଟଙ୍କା ଏହି ସମୟ ମଧ୍ୟରେ ପ୍ରଦାନ କରାଯିବ ବୋଲି ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ(ଓଡିଶା) କେ.ସି ପାଣିଗ୍ରାହୀ ପ୍ରକାଶ କରିଛନ୍ତି।
ଗତ ଆର୍ଥିକ ବର୍ଷରେ ମୋଟ ୧୪୭୧୫ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ନାବାର୍ଡ ମୁଖ୍ୟ କାର୍ଯ୍ୟାଳୟର କର୍ପୋରେଟ ପ୍ଲାନିଂ ବିଭାଗ ସିଜିଏମ୍‌ ଏମ୍‌.କେ. ମୁଦ୍‌ଗଲ ଏଠାକୁ ନାବାର୍ଡ କାର୍ଯ୍ୟକଳାପ ସମୀକ୍ଷା ଗସ୍ତରେ ଆସିଥିବା ବେଳେ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ସେହିପରି ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ୨୨୫ ଫାର୍ମର୍ସ ପ୍ରଡ୍ୟୁସର୍ସ ଅର୍ଗାନାଇଜେଶନ(ଏଫ୍‌ପିଓ) ଗଠନ କରିବା ପାଇଁ ଲକ୍ଷ୍ୟ ଥିବା ବେଳେ ୨୦୦ ଟି ସମ୍ପୂର୍ଣ୍ଣ ହୋଇ ସାରିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଓଡିଶାର ଜଗତ୍‌ସିଂହପୁର, କଟକ, ଭଦ୍ରକ, ସମ୍ବଲପୁର, ଢେଙ୍କାନାଳ, ଯାଜପୁର ଓ ରାୟଗଡା ଜିଲାରେ ୫୧୪୬୦ ସ୍ବୟଂ ସହାୟକ ଗୋଷ୍ଠୀକୁ ଡିଜିଟାଇଜେଶନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ଇ-ଶକ୍ତି ପ୍ରକଳ୍ପ ହାତକୁ ନିଆଯାଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ପ୍ରଥମେ ଆରମ୍ଭ ହୋଇଥିବା ବେଳେ ଆଉ ଦୁଇ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଜିଲାରେ ଥିବା ୩ ଲକ୍ଷ ଏସଏଚ୍‌ଜିକୁ ଏଥିରେ ସାମିଲ କରିବା ପାଇଁ ଲକ୍ଷ୍ୟ ରହିଛି ବୋଲି ପାଣିଗ୍ରାହୀ ସୂଚନା ଦେଇଛନ୍ତି। ନିକଟରେ ନାବାର୍ଡ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କ୍ରେଡିଟ୍‌ ପୋଟେନ୍‌ସିଆଲ୍‌ ପ୍ଲାନ୍‌କୁ ମୁଦ୍‌ଗଲ ପ୍ରଶଂସା କରିଛନ୍ତି। ୨୦୧୮-୧୯ ଆର୍ଥକ ବର୍ଷରେ ଓଡିଶାରେ ୭୧୪୧୯.୮୫ କୋଟି ଟଙ୍କାର ଋଣ ପ୍ରଦାନ କ୍ଷମତା ରହିଛି ବୋଲି ଏଥିରେ ଦର୍ଶାଯାଇଛି।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ବାଣିଜ୍ୟ |

ଓ୍ବାଲମାର୍ଟ-ଫ୍ଲିପ୍‌କାର୍ଟ ଚୁକ୍ତି: ସିସିଆଇ ଦ୍ୱାରସ୍ତ ହେବ ସିଏଆଇଟି

ଓ୍ବାଲମାର୍ଟ-ଫ୍ଲିପ୍‌କାର୍ଟ ଚୁକ୍ତି: ସିସିଆଇ ଦ୍ୱାରସ୍ତ ହେବ ସିଏଆଇଟି

ନୂଆଦିଲ୍ଲୀ,୨୨-୫(ପି.ଟି.) ଓ୍ବାଲମାର୍ଟ ଏବଂ ଫ୍ଲିପ୍‌କାର୍ଟ ମଧ୍ୟରେ ଚୁକ୍ତି ଚୂଡାନ୍ତ ହୋଇଛି ବୋଲି ଓ୍ବାଲ୍‌ମାର୍ଟ ବିଧିବଦ୍ଧ ଘୋଷଣା କରିଥିବା ବେଳେ ଏହାକୁ ସର୍ବଭାରତୀୟ ବଣିକ ମହାସଂଘ(ସିଏଆଇଟି) ବିରୋଧ କରୁଛି। ଏହି ଚୁକ୍ତି ବିରୋଧରେ ସିଏଆଇଟି କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ) ନିକଟରେ ଅଭିଯୋଗ କରିବ ବୋଲି ପ୍ରକାଶ କରିଛି।

୪୦ କମ୍ପାନୀ ମାଧ୍ୟମରେ ମୁଦ୍ରା ଋଣ ଦେବେ ସରକାର

୪୦ କମ୍ପାନୀ ମାଧ୍ୟମରେ ମୁଦ୍ରା ଋଣ ଦେବେ ସରକାର

ନୂଆଦିଲ୍ଲୀ,୨୨-୫(ପି.ଟି.) କ୍ଷୁଦ୍ର ବ୍ୟବସାୟୀ ତଥା ଉଦ୍ୟୋଗୀମାନଙ୍କୁ ମୁଦ୍ରା ଯୋଜନାରେ ଋଣ ପ୍ରଦାନ କରିବା ପାଇଁ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଫ୍ଲିପ୍‌କାର୍ଟ, ପତଞ୍ଜଳି ଓ ଅମୁଲ ଭଳି ୪୦ କମ୍ପାନୀ ସହିତ ସହବନ୍ଧିତା କରାଯାଇଛି। ଆସନ୍ତା ୨୩ରେ ବମ୍ବେ ଠାରେ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଯେଉଁ ମାନେ ମୁଦ୍ରା ଯୋଜନାରେ ଋଣ ନେବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ଉକ୍ତ କମ୍ପାନୀଗୁଡିକ ଚିହ୍ନଟ କରିବେ ଏବଂ ସରକାର ସେମାନଙ୍କୁ ଋଣ ପ୍ରଦାନ କରିବେ।

ନୀରବ ମୋଦିଙ୍କ ୧୭୦ କୋଟି ଟଙ୍କାର ସମ୍ପତ୍ତି ଜବତ

ନୀରବ ମୋଦିଙ୍କ ୧୭୦ କୋଟି ଟଙ୍କାର ସମ୍ପତ୍ତି ଜବତ

ବମ୍ବେ,୨୨-୫(ପି.ଟି.) ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି) ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟ ଅଭିଯୁକ୍ତ ତଥା ବିଲିୟନେୟାର ଗହଣା ବ୍ୟବସାୟୀ ନୀରବ ମୋଦିଙ୍କ ୧୭୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ବେଆଇନ ଅର୍ଥ କାରବାର ନିରୋଧୀ ଆଇନ(ପିଏମ୍‌ଏଲ୍‌ଏ) ଅନ୍ତର୍ଗତ ନୀରବ, ତାଙ୍କ ସହଯୋଗୀ ତଥା ତାଙ୍କ କମ୍ପାନୀଗୁଡିକର ଅନେକ ବ୍ୟାଙ୍କ ଆକାଉଣ୍ଟ, ସ୍ଥାବର ସମ୍ପତ୍ତି ଏବଂ ଶେୟାରଗୁଡିକୁ ଜବତ କରାଯାଇଛି।

ଡବ୍ଲ୍ୟୁଟିସି ପକ୍ଷରୁ ବିଶ୍ୱ ବାଣିଜ୍ୟ ଦିବସ

ଡବ୍ଲ୍ୟୁଟିସି ପକ୍ଷରୁ ବିଶ୍ୱ ବାଣିଜ୍ୟ ଦିବସ

ଭୁବନେଶ୍ୱର,୨୧-୫ ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି) ଭୁବନେଶ୍ୱର ପକ୍ଷରୁ ବିଶ୍ୱ ବାଣିଜ୍ୟ ଦିବସ ପାଳନ କରାଯାଇଛି ା ଏହି ଅବସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଥିରେ ଡବ୍ଲ୍ୟୁଟିସିର ସମସ୍ତ ସଦସ୍ୟ ପୂର୍ବ ବର୍ଷର ସଫଳତା ପାଳନ କରିବା ସହ ପରବର୍ତ୍ତୀ କାର୍ଯ୍ୟଧାରା ପ୍ରସ୍ତୁତ କରିଥିଲେ ା ଡବ୍ଲ୍ୟୁଟିସି ପକ୍ଷରୁ ମଧ୍ୟ ସଚେତନତା ପାଇଁ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକାଡେମିକ, ପଲିସି ଏବଂ ଉଦ୍ୟୋଗ ସେକ୍ଟରାଲ ଥିଙ୍କ ଟ୍ୟାଙ୍କ୍‌ର ଶୁଭାରମ୍ଭ କରାଯାଇଛି ା

ହରୀଶ ମାନ୍‌ଓ୍ବାନି ଟାଟା ସନ୍ସର ସ୍ବାଧୀନ ନିର୍ଦ୍ଦେଶକ ନିଯୁକ୍ତ

ହରୀଶ ମାନ୍‌ଓ୍ବାନି ଟାଟା ସନ୍ସର ସ୍ବାଧୀନ ନିର୍ଦ୍ଦେଶକ ନିଯୁକ୍ତ

ବମ୍ବେ,୨୧-୫ ଟାଟା ସନ୍ସ ଲିମିଟେଡ୍‌ର ଜଣେ ସ୍ବାଧୀନ ନିର୍ଦ୍ଦେଶକ ଭାବେ ହରୀଶ ମାନ୍‌ଓ୍ବାନି ନିଯୁକ୍ତି ପାଇଛନ୍ତି। ମାନ୍‌ଓ୍ବାନି ପୂର୍ବରୁ ୟୁନିଲିବରର ଗ୍ଲୋବାଲ୍‌ ଚିଫ୍‌ ଅପରେଟିଂ ଅଫିସର ଏବଂ ହିନ୍ଦୁସ୍ତାନ ୟୁନିଲିବର ଲିମିଟେଡ୍‌ର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି।

ଫ୍ରିଜ୍‌, ଓ୍ବାଶିଂମେଶିନ୍‌ ମୂଲ୍ୟ ବଢ଼ାଇପାରେ ଗୋଦ୍‌ରେଜ୍‌

ଫ୍ରିଜ୍‌, ଓ୍ବାଶିଂମେଶିନ୍‌ ମୂଲ୍ୟ ବଢ଼ାଇପାରେ ଗୋଦ୍‌ରେଜ୍‌

ବମ୍ବେ,୨୧-୫(ପି.ଟି.) ଦୀର୍ଘସ୍ଥାୟୀ ଖାଉଟି ଉତ୍ପାଦ କମ୍ପାନୀ ଗୋଦ୍‌ରେଜ୍‌ ଆପ୍ଲିଆନ୍ସେସ୍‌ ଏହାର ରେଫ୍ରିଜରେଟର୍‌ ଏବଂ ଓ୍ବାଶିଂ ମେଶିନ୍‌ ଦରରେ ୨ରୁ ୩% ବୃଦ୍ଧି କରିପାରେ। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ କମିବା ସହ ବର୍ଦ୍ଧିତ ତୈଳ ଦର ପ୍ରଭାବରୁ ଉତ୍ପାଦନ ଖର୍ଚ୍ଚ ବଢ଼ୁଛି। ଫଳରେ ଆଗକୁ ଏହି ଉତ୍ପାଦଗୁଡିକର ଦର ବଢ଼ିପାରେ ବୋଲି ଗୋଦ୍‌ରେଜ୍‌ ଆପ୍ଲିଆନ୍ସେସ୍‌ର ବ୍ୟବସାୟିକ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପସଭାପତି କମଲ ନନ୍ଦୀ ପ୍ରକାଶ କରିଛନ୍ତି। ଆଗକୁ ଶିଳ୍ପ କ୍ଷେତ୍ରରେ ଥିବା ଅନ୍ୟ କମ୍ପାନୀଗୁଡିକ ମଧ୍ୟ ସମାନ ପରିମାଣର ମୂଲ୍ୟ ବୃଦ୍ଧି କରିପାରନ୍ତି ବୋଲି ନନ୍ଦୀ କହିଛନ୍ତି।

୨ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଲା ଆଇଡିବିଆଇ ବ୍ୟାଙ୍କ

୨ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଲା ଆଇଡିବିଆଇ ବ୍ୟାଙ୍କ

ନୂଆଦିଲ୍ଲୀ,୨୧-୫(ପି.ଟି.) ରାଷ୍ଟ୍ରାୟତ୍ତ ଆଇଡିବିଆଇ ବ୍ୟାଙ୍କ ଦୁଇ ଜଣ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇଛି। ଗତ ସପ୍ତାହରେ ଦୁଇ ଜଣ ବୋର୍ଡ ସଦସ୍ୟଙ୍କ ଇସ୍ତଫା ପରେ ବ୍ୟାଙ୍କ ଏହି ଦୁଇ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇଛି।

ଆମେରିକାର ୨୦ ଉତ୍ପାଦ ଉପରେ ଶୁଳ୍କ ବଢ଼ାଇବ ଭାରତ

ଆମେରିକାର ୨୦ ଉତ୍ପାଦ ଉପରେ ଶୁଳ୍କ ବଢ଼ାଇବ ଭାରତ

ନୂଆଦିଲ୍ଲୀ, ୨୧-୫(ପିଟି) ଆମେରିକାରୁ ଭାରତକୁ ଆମଦାନୀ ହେଉଥିବା ୨୦ଟି ଉତ୍ପାଦ ଉପରେ ୫%ରୁ ଆରମ୍ଭ କରି ୧୦୦% ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରାଯିବ। ଏହି ଉତ୍ପାଦ ମଧ୍ୟରେ ସେଓ, ଆଲ୍‌ମଣ୍ଡ, କୋକୋ ପାଉଡର, ଗଲ୍‌ଫ କାର, ଚକୋଲେଟ୍‌ ଭଳି ସାମଗ୍ରୀ ସମେତ କେତେକ ନିର୍ଦ୍ଦିଷ୍ଟ ମୋଟରସାଇକେଲ ରହିଛି।

ୟାରିସ୍‌ ମଡେଲ୍‌ ବଜାର ପ୍ରବେଶ କଲା ଟୟୋଟା କିର୍ଲୋସ୍କାର

ୟାରିସ୍‌ ମଡେଲ୍‌ ବଜାର ପ୍ରବେଶ କଲା ଟୟୋଟା କିର୍ଲୋସ୍କାର

ନୂଆଦିଲ୍ଲୀ, ୨୧-୫ ପ୍ରମୁଖ ୪ ଚକିଆ ଯାନ ନିର୍ମାତା ଟୟୋଟା କିର୍ଲୋସ୍କାର ମୋଟର ଏହାର ସେଦାନ ୟାରିସ୍‌ ମଡେଲ୍‌ର ବଜାର ପ୍ରବେଶ କରାଇଛି। ୪ଟି ଭାରିଆଣ୍ଟରେ ଆସିଥିବା ଏହି ସେଦାନର ପ୍ରାରମ୍ଭିକ ମୂଲ୍ୟ ୮,୭୫ , ୦୦୦ ଟଙ୍କା ରହିଛି। ଟୟୋଟା ପ୍ରଥମଥର ପାଇଁ ୧୦ ଲକ୍ଷ ଟଙ୍କା ମଧ୍ୟରେ ବଜାରକୁ ଆଣିଥିବା ଯାନରେ ସିଭିଟି ଟେକ୍‌ନୋଲୋଜି ବ୍ୟବହାର କରିଥିବା ବେଳେ ଏହି ବର୍ଗର ୟାରିସ୍‌ର ବଜାର ମୂଲ୍ୟ ୯,୯୫,୦୦୦ ଟଙ୍କାରୁ ଆରମ୍ଭ ହୋଇ ୧୪,୦୭, ୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ମେ’ ମାସ ଶେଷ ସୁଦ୍ଧା ୪୦୦୦ରୁ ଊର୍ଦ୍ଧ୍ୱ ଯାନ ବିକ୍ରି ହେବାର ଆଶା ରହିଛି ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।

ପିଏନ୍‌ବିରେ ଉଦ୍ଦେଶ୍ୟମୂଳକ ଋଣ ଖିଲାପ ପରିମାଣ ୧୫,୧୯୯.୫୭ କୋଟି

ପିଏନ୍‌ବିରେ ଉଦ୍ଦେଶ୍ୟମୂଳକ ଋଣ ଖିଲାପ ପରିମାଣ ୧୫,୧୯୯.୫୭ କୋଟି

ନୂଆଦିଲ୍ଲୀ,୨୧-୫(ପି.ଟି.) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ରୁ ବୃହତ ପରିମାଣରେ ଋଣ ନେଇ ଜାଣିଶୁଣି ପରିଶୋଧ କରୁ ନ ଥିବା ଓ୍ବିଲ୍‌ଫୁଲ୍‌ ଡିଫଲ୍ଟରମାନଙ୍କର ଋଣ ପରିମାଣ ୧୫,୧୯୯.୫୭ କୋଟି ଟଙ୍କାରେ ପହଞ୍ଚିଲାଣି। ୨୦୧୭-୧୮ ଆର୍ଥିକ ବର୍ଷର ଶେଷ ତ୍ରୈମାସରେ ଏହା ୧୫,୧୭୧.୯୧ କୋଟି ଟଙ୍କା ଥିଲା। ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ପିଏନ୍‌ବି ମୋଟ ୧୩, ୪୦୦ କୋଟି ଟଙ୍କାର କ୍ଷତି ସହିଛି ବୋଲି ନିକଟରେ ପ୍ରକାଶ କରିଥିଲା।

ପିଏନ୍‌ବି, ଗୀତାଞ୍ଜଳି ଜେମ୍‌ସକୁ ଦଣ୍ଡିତ କରିବ ସେବି

ପିଏନ୍‌ବି, ଗୀତାଞ୍ଜଳି ଜେମ୍‌ସକୁ ଦଣ୍ଡିତ କରିବ ସେବି

ନୂଆଦିଲ୍ଲୀ, ୨୧-୫(ପି.ଟି.) ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ(ପିଏନ୍‌ବି) ଏବଂ ଗୀତାଞ୍ଜଳି ଜେମ୍ସକୁ ବଜାର ନିୟନ୍ତ୍ରକ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ(ସେବି) ଦଣ୍ଡିତ କରିବ। ପିଏନ୍‌ବିରୁ ପାଖାପାଖି ୧୪ ହଜାର କୋଟି ଟଙ୍କାର ବେଆଇନ ଅର୍ଥ କାରବାର ସମ୍ପର୍କିତ ତଦନ୍ତ ଶେଷ ହେବା ପରେ ସେବି ଦଣ୍ଡବିଧାନ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

ଅଭିବୃଦ୍ଧିକୁ ତ୍ୱରାନ୍ବିତ କରୁଛନ୍ତି ଟାୟାର୍‌-୨ ସହର

ଅଭିବୃଦ୍ଧିକୁ ତ୍ୱରାନ୍ବିତ କରୁଛନ୍ତି ଟାୟାର୍‌-୨ ସହର

ନୂଆଦିଲ୍ଲୀ,୨୧-୫(ପି.ଟି.) ଭୁବନେଶ୍ୱର, ରାଞ୍ଚତ୍, ସୁରଟ, ବିଜୟଓ୍ବାଡା, ବାରାଣସୀ ଭଳି ପ୍ରମୁଖ ଟାୟାର୍‌-୨ ସହର ଦେଶର ବିମାନ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଯାତ୍ରୀ ପରିବହନରେ ଏ ସବୁ ସହରଗୁଡିକର ଭୂମିକା ଉଲ୍ଲେଖନୀୟ ରହିଥିବା ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ(ଏଏଆଇ) ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି। ଗତବର୍ଷ ଦେଶର ବିମାନ ଶିଳ୍ପ କ୍ଷେତ୍ରର ହାରାହାରି ଅଭିବୃଦ୍ଧି ୨୬% ରହିଥିବାବେଳେ ଏଥିରେ ଉପରୋକ୍ତ ସହରଗୁଡିକର ଅବଦାନ ସିଂହଭାଗ ରହିଛି। ବିଭିନ୍ନ ଘରୋଇ ବିମାନ କମ୍ପାନୀଗୁଡିକ ପକ୍ଷରୁ ଏସବୁ ସହରରୁ କ୍ରମାଗତ ଭାବେ ନୂଆ ରୁଟ୍‌ ତଥା ସେବା ଯୋଡାଯିବା ଫଳରେ ଚାହିଦା ବଳବତ୍ତର ହୋଇଥିବା ଏଏଆଇର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।