Dharitri News
ବାଣିଜ୍ୟ |

୫୦୦୦ କୋଟି ଋଣ ଦେବ ନାବାର୍ଡ

ଭୁବନେଶ୍ୱର, ୯-୨(ବ୍ୟୁରୋ) ଚଳିତ ଆର୍ଥକ ବର୍ଷ ଶେଷ ହେବା ପାଇଁ ଆଉ ପାଖାପାଖି ୫୦ ଦିନ ବାକି ଅଛି। ଏହି ସମୟ ମଧ୍ୟରେ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ(ନାବାର୍ଡ) ଓଡ଼ିଶାରେ ୫ ହଜାର କୋଟି ଟଙ୍କା ଋଣ ପ୍ରଦାନ କରିବ। ଚଳିତ ଆର୍ଥିକ ବର୍ଷରେ ମୋଟ ୧୬ ହଜାର କୋଟି ଟଙ୍କା ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ସୁଦ୍ଧା ୧୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ବାକି ୫ ହଜାର କୋଟି ଟଙ୍କା ଏହି ସମୟ ମଧ୍ୟରେ ପ୍ରଦାନ କରାଯିବ ବୋଲି ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ(ଓଡିଶା) କେ.ସି ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଗତ ଆର୍ଥିକ ବର୍ଷରେ ମୋଟ ୧୪୭୧୫ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ନାବାର୍ଡ ମୁଖ୍ୟ କାର୍ଯ୍ୟାଳୟର କର୍ପୋରେଟ ପ୍ଲାନିଂ ବିଭାଗ ସିଜିଏମ୍‌ ଏମ୍‌.କେ. ମୁଦ୍‌ଗଲ ଏଠାକୁ ନାବାର୍ଡ କାର୍ଯ୍ୟକଳାପ ସମୀକ୍ଷା ଗସ୍ତରେ ଆସିଥିବା ବେଳେ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ସେହିପରି ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ୨୨୫ ଫାର୍ମର୍ସ ପ୍ରଡ୍ୟୁସର୍ସ ଅର୍ଗାନାଇଜେଶନ(ଏଫ୍‌ପିଓ) ଗଠନ କରିବା ପାଇଁ ଲକ୍ଷ୍ୟ ଥିବା ବେଳେ ୨୦୦ ଟି ସମ୍ପୂର୍ଣ୍ଣ ହୋଇ ସାରିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଓଡିଶାର ଜଗତ୍‌ସିଂହପୁର, କଟକ, ଭଦ୍ରକ, ସମ୍ବଲପୁର, ଢେଙ୍କାନାଳ, ଯାଜପୁର ଓ ରାୟଗଡା ଜିଲାରେ ୫୧୪୬୦ ସ୍ବୟଂ ସହାୟକ ଗୋଷ୍ଠୀକୁ ଡିଜିଟାଇଜେଶନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ଇ-ଶକ୍ତି ପ୍ରକଳ୍ପ ହାତକୁ ନିଆଯାଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ପ୍ରଥମେ ଆରମ୍ଭ ହୋଇଥିବା ବେଳେ ଆଉ ଦୁଇ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଜିଲାରେ ଥିବା ୩ ଲକ୍ଷ ଏସଏଚ୍‌ଜିକୁ ଏଥିରେ ସାମିଲ କରିବା ପାଇଁ ଲକ୍ଷ୍ୟ ରହିଛି ବୋଲି ପାଣିଗ୍ରାହୀ ସୂଚନା ଦେଇଛନ୍ତି। ନିକଟରେ ନାବାର୍ଡ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କ୍ରେଡିଟ୍‌ ପୋଟେନ୍‌ସିଆଲ୍‌ ପ୍ଲାନ୍‌କୁ ମୁଦ୍‌ଗଲ ପ୍ରଶଂସା କରିଛନ୍ତି। ୨୦୧୮-୧୯ ଆର୍ଥକ ବର୍ଷରେ ଓଡିଶାରେ ୭୧୪୧୯.୮୫ କୋଟି ଟଙ୍କାର ଋଣ ପ୍ରଦାନ କ୍ଷମତା ରହିଛି ବୋଲି ଏଥିରେ ଦର୍ଶାଯାଇଛି।

ବାଣିଜ୍ୟ |

ଏମ୍‌ଟେକ୍‌ର ନୂଆ ଫୋଟୋ ୩ ସ୍ମାର୍ଟଫୋନ

ଏମ୍‌ଟେକ୍‌ର ନୂଆ ଫୋଟୋ ୩ ସ୍ମାର୍ଟଫୋନ

ଭୁବନେଶ୍ୱର,୨୨-୨ ପ୍ରମୁଖ ସ୍ମାର୍ଟଫୋନ ନିର୍ମାତା ଏମ୍‌ଟେକ୍‌ ମୋବାଇଲ ପକ୍ଷରୁ ନୂଆ ବଜେଟ୍‌ ସ୍ମାର୍ଟଫୋନ ଫୋଟୋ ୩ ବଜାରକୁ ଆସିଛି। ନୂଆ ମଡେଲଟିକୁ କମ୍ପାନୀର ଓଡ଼ିଶା ବାଣିଜ୍ୟ ମୁଖ୍ୟ ଶିବ ପାତ୍ର ଉନ୍ମୋଚନ କରିଥିଲେ।

ଭୁବନେଶ୍ୱରରେ ଖୋଲିଲା ଆଉ ୨ ସଫଲ ଆଉଟ୍‌ଲେଟ୍‌

ଭୁବନେଶ୍ୱରରେ ଖୋଲିଲା ଆଉ ୨ ସଫଲ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୨-୨ ବ୍ରାଣ୍ଡ୍‌ ସଫଲ ପକ୍ଷରୁ ଏଠାରେ ଦୁଇଟି ନୂଆ ଫ୍ରେସ୍‌ ଫ୍ରୁଟ୍‌ ଆଣ୍ଡ୍‌ ଭେଜିଟେବଲ୍‌ (ଏଫ୍‌୍‌ଆଣ୍ଡ୍‌ଭି) ଆଉଟ୍‌୍‌ଲେଟ୍‌ ଖୋଲାଯାଇଛି। ନୂତନ ଭାବେ ଖୋଲିଥିବା ଦୁଇଟି ଷ୍ଟୋର୍‌କୁ ମଦର ଡେରିର ଅଧିକାରୀଙ୍କ ଉପସ୍ଥିତିରେ ନ୍ୟାଶନାଲ୍‌ ଡେରି ଡେଭଲପ୍‌ମେଣ୍ଟ ବୋର୍ଡ (ଏନ୍‌ଡିଡିବି)ର ଅଧ୍ୟକ୍ଷ ଦିଲୀପ ରଥ ଉଦ୍‌ଘାଟନ କରିଛନ୍ତି। ଏହି ଦୁଇଟି ଆଉଟ୍‌ଲେଟ୍‌ ପଟିଆର ଜେଡ୍‌ ୧ ଇଷ୍ଟେଟ୍‌ ଏବଂ ଖଣ୍ଡଗିରିର ବିପିସିଏଲ୍‌ ପେଟ୍ରୋଲ୍‌ ପମ୍ପ୍‌ରେ ଖୋଲାଯାଇଛି।

ବିଓଆଇ ପକ୍ଷରୁ ମେଗା କ୍ରେଡିଟ ଏକ୍ସପୋ

ବିଓଆଇ ପକ୍ଷରୁ ମେଗା କ୍ରେଡିଟ ଏକ୍ସପୋ

ଭୁବନେଶ୍ୱର,୨୨-୨ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଏନ୍‌ବିଜି (ପୂର୍ବ) ପକ୍ଷରୁ ଏକ ମେଗା କ୍ରେଡିଟ ଏକ୍ସପୋ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି ା ଏମ୍‌ଏସ୍‌ଏମ୍‌ଇ, କୃଷି ଏବଂ ସୁନା ଋଣ ଉପରେ ଉକ୍ତ କାର୍ଯ୍ୟକ୍ରମ ପର୍ଯ୍ୟବେସିତ ଥିଲା।

ବ୍ଲୁଟୁଥ୍‌ ମାର୍ଗ ନିଦର୍ଶକ ହେଲମେଟ୍‌ ନିର୍ମାଣ କଲେ ଛାତ୍ର

ବ୍ଲୁଟୁଥ୍‌ ମାର୍ଗ ନିଦର୍ଶକ ହେଲମେଟ୍‌ ନିର୍ମାଣ କଲେ ଛାତ୍ର

ଗୁଲବର୍ଗ, ୨୨।୨: କର୍ନାଟକ ଗୁଲବର୍ଗ ଜିଲାର ୨ ଛାତ୍ର ଯୋଗୋ ଓ ଅଭିଜିତ୍‌ ବ୍ଲୁଟୁଥ୍‌ ମାର୍ଗ ନିଦର୍ଶକ ହେଲମେଟ୍‌ ନିର୍ମାଣ କରିଛନ୍ତି। ପିଡିଏ କଲେଜରେ ଚତୁର୍ଥ ବାର୍ଷିକ ଛାତ୍ର ଭାବେ ଅଧ୍ୟୟନ କରୁଥିବା ଏହି ଛାତ୍ରଙ୍କ ସୃଜନ ସଫଳତା ନେଇ ଚର୍ଚ୍ଚା ଜାରି ରହିଛି। ଏହି ହେଲମେଟ୍‌ ପିନ୍ଧିଥିବା ବ୍ୟକ୍ତି ସହଜରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ। ଏଥିରେ ଇନବିଲ୍ଟ୍‌ ବ୍ଲୁଟୁଥ୍‌ ସ୍ପିକର ରହିଛି।

ନୀରବଙ୍କ ୯ ବିଳାସପୂର୍ଣ୍ଣ କାର ଜବତ କଲା ଇଡି

ନୀରବଙ୍କ ୯ ବିଳାସପୂର୍ଣ୍ଣ କାର ଜବତ କଲା ଇଡି

ନୂଆଦିଲ୍ଲୀ, ୨୨।୨: ପିଏନ୍‌ବି ଠକେଇ ମାମଲାରେ ପ୍ରବର୍ତ୍ତନ ନର୍ଦ୍ଦେଶାଳୟ(ଇଡି)ପକ୍ଷରୁ ନୀରବ ମୋଦିଙ୍କ ବିଭିନ୍ନ ବ୍ୟବସାୟିକ କାର୍ଯ୍ୟାଳୟ ତଥା ବାସସ୍ଥାନରେ ଚଢ଼ାଉ ଜାରି ରହିଛି। ଗୁରୁବାର ଇଡି ନୀରବଙ୍କ ୯ଟି ବିଳାସପୂର୍ଣ୍ଣ କାର ଜବତ କରିବା ସହିତ ୯୪ କୋଟି ଟଙ୍କାର ମୁଚ୍ୟୁଆଲ ଫଣ୍ଡ୍‌ ଶେୟାର ଜବତ କରିଛି।

ଋଣ ଖିଲାପକାରୀ ବ୍ୟବସାୟୀଙ୍କ ବିଦେଶ ଗସ୍ତ ଉପରେ ରୋକ ଲାଗିବ

ଋଣ ଖିଲାପକାରୀ ବ୍ୟବସାୟୀଙ୍କ ବିଦେଶ ଗସ୍ତ ଉପରେ ରୋକ ଲାଗିବ

ନୂଆଦିଲ୍ଲୀ,୨୧ା୨(ପି.ଟି.): ବ୍ୟାଙ୍କଗୁଡିକରୁ କୋଟି କୋଟି ଟଙ୍କାର ଋଣ ନେଇ ଅନେକ ବ୍ୟବସାୟୀ ବିଦେଶକୁ ପଳାୟନ କରୁଥିବା ବେଳେ ଏହାକୁ ନେଇ ସରକାରଙ୍କ ଚେତା ପଶିିଛି। ଆଗାମୀ ଦିନରେ ଯେଭଳି ଭାବେ ଏହି ଭଳି ସମସ୍ୟା ନ ଆସିବ ତାକୁ ନେଇ ସରକାର ଯୋଜନା କରୁଛନ୍ତି।

ନୀରବଙ୍କ ଆଲିବାଗ ଫାର୍ମ ସିଲ୍‌ କଲା ସିବିଆଇ

ନୀରବଙ୍କ ଆଲିବାଗ ଫାର୍ମ ସିଲ୍‌ କଲା ସିବିଆଇ

ନୂଆଦିଲ୍ଲୀ,୨୧ା୨(ପି.ଟି.): ପିଏନବି ମାମଲାରେ ସିବିଆଇ ବୁଧବାର ନୀରବ ମୋଦିଙ୍କ ବମ୍ବେର ଆଲିବାଗରେ ଥିବା ଫାର୍ମ ହାଉସକୁ ସିଲ୍‌ କରିଛି। ଏ ନେଇ ସିବିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ବମ୍ବେ/ନୂଆଦିଲ୍ଲୀ,୨୧।୨(ପି.ଟି.): ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି) ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସପ୍ତମ ଦିନ ପାଇଁ ଏହାର ଚଢ଼ାଉ ଅଭିଯାନ ଜାରି ରଖିଛି। ବୁଧବାର ଏହା ଦେଶର ୧୭ଟି ସ୍ଥାନରେ ଚଢ଼ାଉ କରିଛି। ବମ୍ବେରେ ଥବା ୪ଟି ଭୂତ କମ୍ପାନୀ ଉପରେ ଚଢ଼ାଉ ହୋଇଛି। ଅନ୍ୟପକ୍ଷରେ, ଏହି ଜାଲିଆତିରେ ସଂପୃକ୍ତ ଥିବା ଅଭିଯୋଗରେ ପିଏନ୍‌ବି ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ ଜେନେରାଲ ମ୍ୟାନେଜରଙ୍କୁ ସିବିଆଇ ବୁଧବାର ଗିରଫ କରିଛି। ସେ ହେଉଛନ୍ତି ରାଜେଶ ଜିନ୍ଦଲ।

ପିଏନ୍‌ବି ଜାଲିଆତି, ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ପିଏନ୍‌ବି ଜାଲିଆତି, ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ବମ୍ବେ/ନୂଆଦିଲ୍ଲୀ,୨୧ା୨(ପି.ଟି.) ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି) ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସପ୍ତମ ଦିନ ପାଇଁ ଏହାର ଚଢ଼ାଉ ଅଭିଯାନ ଜାରି ରଖିଛି। ବୁଧବାର ଏହା ଦେଶର ୧୭ଟି ସ୍ଥାନରେ ଚଢ଼ାଉ କରିଛି। ବମ୍ବେରେ ଥବା ୪ଟି ଭୂତ କମ୍ପାନୀ ଉପରେ ଚଢ଼ାଉ ହୋଇଛି। ତା’ସହିତ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ଏକ ବିଳାସମୟ ଫାର୍ମହାଉସ୍‌କୁ ସିବିଆଇ ପକ୍ଷରୁ ଜବତ କରାଯାଇଛି। ଏହି ଫାର୍ମ ହାଉସ୍‌ ବମ୍ବେ ନିକଟବର୍ତ୍ତୀ ଅଲିବାଗ୍‌ ଅଞ୍ଚଳରେ ରହିଛି। ୧.୫ ଏକର ଏହି ଫାର୍ମ ହାଉସ୍‌କୁ ୨୦୦୪ରେ ମୋଦି ୩୨ କୋଟି ଟଙ୍କାରେ କିଣିଥିଲେ। ନିଜର ମୂଲ୍ୟବାନ ଗହଣା କଲେକ୍ସନ୍‌କୁ କ୍ଲାଏଣ୍ଟମାନଙ୍କୁ ଦେଖାଇବା ପାଇଁ ଏହି ଫାର୍ମ ହାଉସ୍‌କୁ ବ୍ୟବହାର କରାଯାଉଥିଲା। ଅନ୍ୟପକ୍ଷରେ, ଜାଲିଆତିରେ ସଂପୃକ୍ତ ଥିବା ଅଭିଯୋଗରେ ପିଏନ୍‌ବି ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ ଜେନେରାଲ ମ୍ୟାନେଜର(ଜିଏମ୍‌)ଙ୍କୁ ସିବିଆଇ ବୁଧବାର ଗିରଫ କରିଛି। ସେ ହେଉଛନ୍ତି ରାଜେଶ ଜିନ୍ଦଲ।

କର୍ମଚାରୀଙ୍କୁ ଦରମା ଦେଇପାରିବେନି ନୀରବ ଅନ୍ୟତ୍ର ଚାକିରି ଦେଖିବାକୁ ପରାମର୍ଶ

କର୍ମଚାରୀଙ୍କୁ ଦରମା ଦେଇପାରିବେନି ନୀରବ ଅନ୍ୟତ୍ର ଚାକିରି ଦେଖିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୧-୨ ପିଏନ୍‌ବି ଜାଲିଆତି ମାମଲାରେ ଛନ୍ଦି ହୋଇଥିବା ହୀରା ବ୍ୟବସାୟୀ ନୀରବ ମୋଦି ଭାରତରେ କାର୍ଯ୍ୟରତ ତାଙ୍କର କର୍ମଚାରୀମାନଙ୍କୁ ବୁଧବାର ଏକ ଇ-ମେଲ ଲେଖିଛନ୍ତି। ବର୍ତ୍ତମାନ ସେ ନିଜ କର୍ମଚାରୀଙ୍କୁ ଦରମା ଦେଇପାରିବେ ନାହିଁ। ତେଣୁ ଅନ୍ୟତ୍ର ଚାକିରି ଖୋଜିବା ପାଇଁ କର୍ମଚାରୀମାନଙ୍କୁ ସେ ଏହି ଇ-ମେଲ୍‌ ଜରିଆରେ ପରାମର୍ଶ ଦେଇଛନ୍ତି। ତାଙ୍କର ସମ୍ପତ୍ତିଗୁଡିକ ତଦନ୍ତ ଏଜେନ୍ସିଗୁଡିକ ଜବତ କରୁଥିବାବେଳେ ଆୟ କର ବିଭାଗ ତାଙ୍କ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟଗୁଡିକୁ ଅଚଳ କରିଦେଇଥିବାରୁ ସେ ଦରମା ଦେବା ପାଇଁ ଏବେ ସକ୍ଷମ ନୁହନ୍ତି ବୋଲି କର୍ମଚାରୀମାନଙ୍କୁ ଜଣାଇଛନ୍ତି।

ରୋଟୋମାକର କାନପୁର, ଅହମ୍ମଦାବାଦ ସମ୍ପତ୍ତି ଜବତ

ରୋଟୋମାକର କାନପୁର, ଅହମ୍ମଦାବାଦ ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୧ା୨(ପି.ଟି.) ଆୟକର ବିଭାଗ ବୁଧବାର ରୋଟୋମାକ୍‌ ଗ୍ରୁପର ୪ ସ୍ଥାବର ସମ୍ପତିକୁ ଜବତ କରିଛି। ରୋଟୋମାକ୍‌ ପ୍ରମୋଟର ବିକ୍ରମ କୋଠାରୀଙ୍କ ବିରୋଧରେ ଦାଏର୍‌ ହୋଇଥିବା ଟିକସ ଫାଙ୍କି ଅଭିଯୋଗକୁ ଭିତ୍ତି କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ୪ଟି ସମ୍ପତ୍ତି ମଧ୍ୟରୁ ୩ଟି କାନ୍‌ପୁରରେ ଥିବାବେଳେ ଗୋଟିଏ ଅହମ୍ମଦାବାଦରେ ରହିଛି। ଚଳିତ ସପ୍ତାହ ପ୍ରାରମ୍ଭରେ ବିଭାଗ ରୋଟୋମାକ୍‌ ଗ୍ରୁପ୍‌ର ୧୪ଟି ବ୍ୟାଙ୍କ ଖାତାକୁ ଅଚଳ କରିଥିଲା।

ମହାପ୍ରବନ୍ଧକ ପାହ୍ୟା ଅଧିକାରୀ ଗିରଫ

ମହାପ୍ରବନ୍ଧକ ପାହ୍ୟା ଅଧିକାରୀ ଗିରଫ

ନୂଆଦିଲ୍ଲୀ,୨୧-୨(ପି.ଟି.) ଏଠାରେ ଥିବା ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ ମହାପ୍ରବନ୍ଧକ ପାହ୍ୟାର ଅଧିକାରୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ବୁଧବାର ଗିରଫ କରିଛି। ବିଲିୟନେୟାର ଗହଣା ବ୍ୟବସାୟୀ ନୀରବ ମୋଦି ଏବଂ ତାଙ୍କ ବ୍ୟବସାୟିକ ସହଯୋଗି ମେହୁଲ୍‌ ଚୋକ୍‌ସୀ ଭିଆଇଥିବା ୧୧,୪୦୦ କୋଟି ଟଙ୍କାର ଜାଲିଆତି ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ସନ୍ଦେହରେ ତାଙ୍କୁ ଗିରଫ କରାଯାଇଛି।