ବାଣିଜ୍ୟ |

ଆଜିଠୁ ସମ୍ବଲପୁର ସିଟି ଷ୍ଟେଶନରେ ଅଟକିବ ରାଜଧାନୀ ଏକ୍ସପ୍ରେସ୍‌

ଆଜିଠୁ ସମ୍ବଲପୁର ସିଟି ଷ୍ଟେଶନରେ ଅଟକିବ ରାଜଧାନୀ ଏକ୍ସପ୍ରେସ୍‌
ଭୁବନେଶ୍ୱର, ୯-୨ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ ଏଥର ପ୍ରତି ଶନିବାର ଅନୁଗୋଳ, ସମ୍ବଲପୁର ସିଟି ଷ୍ଟେଶନ ସହିତ ଝାରସୁଗୁଡା ଏବଂ ରାଉରକେଲା ଷ୍ଟେଶନରେ ଅଟକିବ। ଫଳରେ ସ୍ଥାନୀୟ ଯାତ୍ରୀଙ୍କୁ ରାଜଧାନୀ ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ସହଜ ହେବ। ଏହି ଧାରାରେ ଚଳିତ ମାସ ୧୦ରୁ ଉକ୍ତ ଟ୍ରେନ୍‌ ଭୁବନେଶ୍ୱର ରେଳ ଷ୍ଟେଶନରୁ ସକାଳ ୭ଟା ୧୦ ମିନିଟ୍‌ରେ ଛାଡିବ। ସେହିପରି ଫେରିବା ବେଳେ ନୂଆଦିଲ୍ଲୀ-ଭୁବନେଶ୍ୱର- ରାଜଧାନୀ ଏକ୍ସପ୍ରେସ୍‌ ରାଉରକେଲା, ଝାରସୁଗୁଡା, ସମ୍ବଲପୁର ଏବଂ ଅନୁଗୋଳ ଦେଇ ଫେରିବ। ଏହା ୧୧ ତାରିଖ ସା ୫ ଟା ୫ ମିନିଟ୍‌ରେ ସେଠାରୁ ଛାଡିବ। ଶନିବାର ଏହି ନୂତନ ବ୍ୟବସ୍ଥାରେ ରାଜଧାନୀ ଟ୍ରେନ୍‌ ଯାତ୍ରା କରୁଥିବାରୁ ନୂଆଦିଲ୍ଲୀସ୍ଥିତ ରେଲଓ୍ବେ ବୋର୍ଡ କାର୍ଯ୍ୟାଳୟରୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଟେଲିକମ୍‌ ମନ୍ତ୍ରୀ ମନୋଜ ସିହ୍ନା ଭିଡିଓ କନଫରେନ୍ସିଂ ଜରିଆରେ ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିବେ। ସେହିପରି ଭୁବନେଶ୍ୱର ରେଳଷ୍ଟେଶନଠାରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ, ଏମ୍‌ପି ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି ଏବଂ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିବେ ବୋଲି ପୂର୍ବତଟ ରେଳ ପଥ ପକ୍ଷରୁ ସୂଚନା ଦିଆଯାଇଛି।
All Right Reserved By

ବାଣିଜ୍ୟ |

ଆସିବ ଇ-କମର୍ସ ନୀତି: ଡିସ୍‌କାଉଣ୍ଟ ଅଫର୍‌ ଉପରେ ଲାଗିବ ଲଗାମ

ନୂଆଦିଲ୍ଲୀ,୧୯-୧୨:  ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ଅନ୍‌ଲାଇନ ରିଟେଲର୍ସ କମ୍ପାନୀମାନେ ଦେଉଥିବା ବଡ଼ ଧରଣର ଡିସକାଉଣ୍ଟ ଅଫର୍‌ ଉପରେ ସରକାରୀ ନିୟନ୍ତ୍ରଣ ହେବାକୁ ଯାଉଛି। ଏ ନେଇ ଇ-କମର୍ସ ନୀତି ଅଣାଯିବ ବୋଲି କେନ୍ଦ୍ର ସରକାର ସଂସଦରେ ପ୍ରକାଶ କରିଛନ୍ତି।

ଅନ୍‌ଲାଇନରେ ମାତ୍ର ୧ ଟଙ୍କାରେ ମିଳୁଛି ସୁନା

ଅନ୍‌ଲାଇନରେ ମାତ୍ର ୧ ଟଙ୍କାରେ ମିଳୁଛି ସୁନା

ନୂଆଦିଲ୍ଲୀ,୧୯-୧୨:  ଏବେ ଭାରତୀୟମାନେ  ମାତ୍ର ୧ ଟଙ୍କାରେ ସୁନା କିଣୁଛନ୍ତି। ଚାହିଦା କମୁଥିବାରୁ ସୁନା ବ୍ୟବସାୟୀମାନେ ନିଜର ବିକ୍ରି ବଢ଼ାଇବା ଲାଗି ନୂଆ ପଦ୍ଧତି ଆପଣାଇଛନ୍ତି। ବିଟ୍‌ ସାଇଜ ସୁନା ଅନ୍‌ଲାଇନରେ କିଣିବାର ସୁଯୋଗ ସେମାନେ ଏବେ ଦେବା ଆରମ୍ଭ କରିଛନ୍ତି। 

ନୋଟ୍‌ ଛାପାରେ ଖର୍ଚ୍ଚ ହୋଇଛି ୮ ହଜାର କୋଟି

ନୋଟ୍‌ ଛାପାରେ ଖର୍ଚ୍ଚ ହୋଇଛି ୮ ହଜାର କୋଟି

ନୂଆଦିଲ୍ଲୀ,୧୯-୧୨:  ବିମୁଦ୍ରୀକରଣ ବର୍ଷ ଅର୍ଥାତ ୨୦୧୬-୧୭ରେ ନୋଟ୍‌ ଛାପା ବାବଦରେ ୭,୯୬୫କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି କେନ୍ଦ୍ର ସରକାର ମଙ୍ଗଳବାର ସଂସଦରେ ପ୍ରକାଶ କରିଛନ୍ତି।

ଟ୍ରାଇ ଜାରି କଲା ନୂଆ ଦର: ଗ୍ରାହକଙ୍କ ମାସିକ ବିଲ୍‌ ବଢ଼ିବ

ଟ୍ରାଇ ଜାରି କଲା ନୂଆ ଦର: ଗ୍ରାହକଙ୍କ ମାସିକ ବିଲ୍‌ ବଢ଼ିବ

ନୂଆଦିଲ୍ଲୀ,୧୯-୧୨:  କେବୁଲ ଅପରେଟର ଓ ଡିଟିଏଚ୍‌ ଦେଖଣାହାରୀଙ୍କ ପାଇଁ ନୂଆ ଚ୍ୟାନେଲ ଦରକୁ ଟେଲିକମ୍‌ ରେଗୁଲେଟୋରୀ ଅଫ୍‌ ଇଣ୍ଡିଆ(ଟ୍ରାଇ) ମଙ୍ଗଳବାର ଜାରି କରିଛି। ତଦନୁଯାୟୀ ଗ୍ରାହକ ସର୍ବନିମ୍ନ ୧୦୦ ଚ୍ୟାନେଲ ଦେଖିବା ପାଇଁ ଅତିକମ୍‌ରେ ୧୩୦ ଟଙ୍କା ଦେବେ। 

୩.୬ କୋଟି ମୂଳ ଦରମା ପାଇବେ ଆକ୍ସିସ୍‌ ବ୍ୟାଙ୍କ ସିଇଓ

୩.୬ କୋଟି ମୂଳ ଦରମା ପାଇବେ ଆକ୍ସିସ୍‌ ବ୍ୟାଙ୍କ ସିଇଓ

ନୂଆଦିଲ୍ଲୀ,୧୯-୧୨:  ଆସନ୍ତା ମାସରେ ସିଇଓ ଭାବେ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ଅମିତାଭ ଚୌଧୁରୀଙ୍କୁ ମାସିକ ମୂଳ ଦରମା ବାବଦରେ ୩.୬ କୋଟି ଟଙ୍କା ମିଳିବ। ଏଥିନେଇ ବ୍ୟାଙ୍କର ଶେୟାରଧାରକଙ୍କମାନେ ଅନୁମତି ପ୍ରଦାନ କରିଛନ୍ତି।

ଆୟକର ବିଭାଗର ପୁନର୍ଗଠନ ଲାଗି କମିଟି ଗଠିତ

ଆୟକର ବିଭାଗର ପୁନର୍ଗଠନ ଲାଗି କମିଟି ଗଠିତ

ନୂଆଦିଲ୍ଲୀ,୧୯-୧୨:  ଟିକସ ଆଦାୟକୁ କଡ଼ାକଡ଼ି ଭାବେ ଲାଗୁ କରିବା ତଥା ଟିକସଦାତାଙ୍କ ପ୍ରତି ନରମ ମନୋଭାବ ପ୍ରକାଶ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆୟକର ବିଭାଗର ପୁନର୍ଗଠନ କରିବାକୁ ଯାଉଛନ୍ତି।

ଉର୍ଜିତଙ୍କୁ ଇସ୍ତଫା ଦେବାକୁ ସରକାର କହି ନାହାନ୍ତି: ଜେଟ୍‌ଲୀ

ଉର୍ଜିତଙ୍କୁ ଇସ୍ତଫା ଦେବାକୁ ସରକାର କହି ନାହାନ୍ତି: ଜେଟ୍‌ଲୀ

ନୂଆଦିଲ୍ଲୀ,୧୯-୧୨:  ବିଭିନ୍ନ ପ୍ରସଙ୍ଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସହ କେନ୍ଦ୍ର ସରକାରଙ୍କ ମତଭେଦ ରହିଛି। ଏହାସତ୍ତ୍ୱେ ଗଭର୍ନର ପଦରୁ ଇସ୍ତଫା ଦେବାକୁ କେନ୍ଦ୍ର ସରକାର ଉର୍ଜିତ ପଟେଲଙ୍କୁ କହିନାହାନ୍ତି ବୋଲି ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀ ସ୍ପଷ୍ଟ କରିଛନ୍ତି। 

ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ: ଜିଏସ୍‌ଟିର ୧୮% ଭିତରେ ଆସିବ ୯୯% ସାମଗ୍ରୀ

ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ: ଜିଏସ୍‌ଟିର ୧୮% ଭିତରେ ଆସିବ ୯୯% ସାମଗ୍ରୀ

ମୁମ୍ବାଇ,୧୯-୧୨:  ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)କୁ ଆହୁରି ସରଳ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍କେତ ଦେଇଛନ୍ତି। କେନ୍ଦ୍ର ସରକାର ୯୯% ସାମଗ୍ରୀକୁ ଜିଏସ୍‌ଟିର ୧୮% ସ୍ଲାବ ଭିତରେ ରଖିବା ଲାଗି ଉଦ୍ୟମ ଚଳାଇଛନ୍ତି ବୋଲି ଏକ ଘରୋଇ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି। 

ନୂଆ ସ୍କିଲ ସେଣ୍ଟର ଖୋଲିଲା ଓରେନ୍‌

ନୂଆ ସ୍କିଲ ସେଣ୍ଟର ଖୋଲିଲା ଓରେନ୍‌

ଭୁବନେଶ୍ୱର ,୧୮-୧୨: ଜାତୀୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଦ୍ୱାରା ଅନୁମୋଦିତ ଟ୍ରେନିଂ ପାର୍ଟନର ଓରେନ ଇଣ୍ଟରନ୍ୟାଶନାଲ ପକ୍ଷରୁ ଭୁବନେଶ୍ୱରରେ ଏହାର ପ୍ରଥମ ତାଲିମ ପ୍ରତିଷ୍ଠାନ ଖୋଲିଛି। 

ବିଓଆଇର କିଟ୍‌ ଶାଖା ସ୍ଥାନାନ୍ତରିତ

ବିଓଆଇର କିଟ୍‌ ଶାଖା ସ୍ଥାନାନ୍ତରିତ

ଭୁବନେଶ୍ୱର ,୧୮-୧୨: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର କିଟ୍‌ ୟୁନିଭର୍ସିଟି ଶାଖା କିଟ୍‌ କ୍ୟାମ୍ପସର ନୂଆ ଗୃହକୁ ସ୍ଥାନାନ୍ତରିତ ହୋଇଛି। ନୂଆ ଗୃହଟି ଅତ୍ୟାଧୁନିକ ତଥା ପ୍ରଶସ୍ତ। ବ୍ୟାଙ୍କର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଅତନୁ କୁମାର ଦାସ ଏବଂ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ଶାଖାକୁ ଉଦ୍‌ଘାଟନ କରିଥିଲେ। 

୩୫୦୦ ଟଙ୍କାରେ ବିକ୍ରି ହେଉଛି ବ୍ୟକ୍ତିଗତ ଡିଜିଟାଲ ଡାଟା

୩୫୦୦ ଟଙ୍କାରେ ବିକ୍ରି ହେଉଛି ବ୍ୟକ୍ତିଗତ ଡିଜିଟାଲ ଡାଟା

ନୂଆଦିଲ୍ଲୀ,୧୮-୧୨:  ମାତ୍ର ୩୫୦୦ ଟଙ୍କାରେ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଡିଜିଟାଲ ଡାଟା ବିକ୍ରି ହେଉଛି। ଏଥିରେ ସୋସିଆଲ ମିଡିଆ ଆକାଉଣ୍ଟ, ବ୍ୟାଙ୍କ ବିବରଣୀ, କ୍ରେଡିଟ କାର୍ଡ, ଗେମିଙ୍ଗ ଓ୍ବେବ୍‌ସାଇଟ ଆଦି ରହିଛି। ସାଇବର ସିକ୍ୟୁରିଟି କମ୍ପାନୀ କ୍ୟାସପର୍ସକି ଲ୍ୟାବ୍‌ ପକ୍ଷରୁ ଏ ସମ୍ପର୍କରେ ତଥ୍ୟ ପ୍ରକାଶ କରାଯାଇଛି। 

ସିଆଇସିଙ୍କ ନିର୍ଦ୍ଦେଶ;୫୦୦,୨୦୦୦ ଟଙ୍କିଆ ନୋଟ୍‌ ଛପାର ତଥ୍ୟ ଦିଅ

ସିଆଇସିଙ୍କ ନିର୍ଦ୍ଦେଶ;୫୦୦,୨୦୦୦ ଟଙ୍କିଆ ନୋଟ୍‌ ଛପାର ତଥ୍ୟ ଦିଅ

ନୂଆଦିଲ୍ଲୀ,୧୮-୧୨:  ବିମୁଦ୍ରୀକରଣ ପରେ ଛପା ଯାଇଥିବା ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରିବାକୁ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି) ରିଜର୍ଭ ବ୍ୟାଙ୍କର ସହଯୋଗୀ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍‌ ମୁଦ୍ରଣ ପ୍ରାଇଭେଟ ଲିମିଟେଡକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଥ୍ୟ ପ୍ରକାଶ କରିବା ଦେଶ ହିତ ବିରୋଧୀ ଜଣାଇବାକୁ ଆୟୋଗ କହିଛନ୍ତି।