ବାଲେଶ୍ୱର

ପୀଡ଼ିତା ନାବାଳିକାଙ୍କୁ ଡାକ୍ତରୀ ମାଇନା

ଭଦ୍ରକ ଅଫିସ,୯।୨-ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଶୁକ୍ରବାର ଏହି ଥାନା ଅଧୀନ ଗୋବିନ୍ଦପୁରର ପୀଡ଼ିତା ନାବାଳିକାଙ୍କୁ ଡାକ୍ତରୀ ମାଇନା କରାଇଛି। ମଧ୍ୟାହ୍ନରେ ଜଣେ ମହିଳା ପୋଲିସ ଓ ନାବାଳିକାଙ୍କ ମା’ଙ୍କ ଉପସ୍ଥିତିରେ ଭଦ୍ରକ ଜିଲା ଚିକିତ୍ସାଳୟରେ ଡାକ୍ତରୀ ମାଇନା କରାଯାଇଥିଲା। ପୀଡ଼ିତା ଅପହୃତା ହୋଇ ନ୍ୟାୟ ପାଇବାକୁ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୋଲିସ ଅଭିଯୋଗକୁ ଅଣଦେଖା କରି ଅଭିଯୁକ୍ତଙ୍କୁ ଅନୁକମ୍ପା ଦେଖାଇଥିବା ପରେ ସେ ଓ ତାଙ୍କ ପରିବାର ପୋଲିସ ଉଚ୍ଚ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ‘ଆଇନ ଭୁଲିଲା ପୋଲିସ, ନ୍ୟାୟ ଅପେକ୍ଷାରେ ପୀଡ଼ିତା’ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ଗୁରୁବାର ଅତିରିକ୍ତ ଏସ୍‌ପି କୈଳାସ ଚନ୍ଦ୍ର ପରିଡ଼ା ଓ ଗ୍ରାମାଞ୍ଚଳ ଥାନାଧିକାରୀ ସୁଦର୍ଶନ ଗାଙ୍ଗୋଇ ପୀଡ଼ିତାଙ୍କୁ ଡକାଇ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଗୁରୁବାର ନାବାଳିକାଙ୍କଠାରୁ ସାନି ଲିଖିତ ଅଭିଯୋଗ ଗ୍ରହଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ତାଙ୍କୁ ଡାକ୍ତରୀ ମାଇନା କରାଯାଇଥିବା ପୋଲିସ ସୂଚନା ଦେଇଛି। ଏହି ମାମଲାରେ ପୋଲିସର ପ୍ରାଥମିକ ସନ୍ଦେହଜନକ ଭୂମିକା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

All Right Reserved By

ବାଲେଶ୍ୱର

କୌଣସି ବୃତ୍ତି ଛୋଟ ନୁହେଁ

କୌଣସି ବୃତ୍ତି ଛୋଟ ନୁହେଁ

ତାଙ୍କ ଜନ୍ମ ପଶ୍ଚିମବଙ୍ଗର ହଳଦିଆ ମେଦିନିପୁର ଅଞ୍ଚଳରେ। କର୍ମଭୂମି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାହାଡ଼ା-ଅଣ୍ଡରାଇ। ୪୫ ବର୍ଷ ତଳେ ଏଠାକୁ ଆସି ଜୀବନ ଜୀବିକାର ବାଟ ଖୋଜି ପାଇଛନ୍ତି ଲାଲମୋହନ ନାୟକ। ଭଲ ପାଇ ପ୍ରବାସକୁ କରିଛନ୍ତି ଆପଣାର।

ପଲିଥିନ ତଳେ ଅସହାୟ  ଦମ୍ପତି

ପଲିଥିନ ତଳେ ଅସହାୟ ଦମ୍ପତି

ଭଦ୍ରକ ଅଫିସ,୧୯।୬-ସମସ୍ତଙ୍କୁ ମିଳିବ କୋଠାଘର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ଯୋଜନା ପ୍ରକୃତଙ୍କ ପାଇଁ କିଭଳି ଅପହଞ୍ଚ ତାହାର ନମୁନା ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ବ୍ଲକ ଅଧୀନ ଆର୍ତ୍ତୁଂ ପଞ୍ଚାୟତର ଦାସ ସାହିରେ ରୋଗଣା ରବୀନ୍ଦ୍ର ଦାସ ଓ ତାଙ୍କ ସ୍ତ୍ରୀ ସଞ୍ଜୁ ଘର ଖଣ୍ଡେ ନ ଥିବାରୁ ପଲିଥିନ ଟାଣି ପାଲ ଓ ପୁରୁଣା ଶାଢି ଘେରାଇ ଅସହାୟ ଅବସ୍ଥାରେ ରହୁଛନ୍ତି।

ଦୁଇ ଯୁବ ପ୍ରତିଭାଙ୍କୁ ମିଳୁନି ସହାୟତା

ଦୁଇ ଯୁବ ପ୍ରତିଭାଙ୍କୁ ମିଳୁନି ସହାୟତା

ଭଦ୍ରକ ଅଫିସ,୧୯।୬-ପରୀକ୍ଷାମୂଳକ ସୌରଚାଳିତ ସ୍କୁଟି ନିର୍ମାଣ କରି ଚର୍ଚ୍ଚାକୁ ଆସିଥିବା ଭଦ୍ରକର ଦୁଇ ଯୁବପ୍ରତିଭା ଆଜି ବି ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି। ଅର୍ଥାଭାବ ସମସ୍ୟା ଯୋଗୁ ସୌରଚାଳିତ ସ୍କୁଟିକୁ ଅଧିକ ବିକଶିତ କରିପାରି ନାହାନ୍ତି।

ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ  ବିକ୍ଷୋଭ

ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ବିକ୍ଷୋଭ

ଉଦଳା, ୧୯।୬ (ଡି.ଏନ.ଏ.) - ମୟୂରଭଞ୍ଜ ଜିଲାରେ ଏବେ ଗ୍ରୀଷ୍ମର ପ୍ରବାହ ଅଧିକ ରହିଥିବା ବେଳେ ପାରଦ ଉପରମୁହଁା ହୋଇ ରହିଛି ା ଏହା ସାଙ୍ଗକୁ ଉଦଳା ଅଞ୍ଚଳରେ ୪ ଦିନ ହେବ ଅଘୋଷିତ ବିଦ୍ୟୁ୍‌ତ୍‌ କାଟ ହେତୁ ଅତିଷ୍ଠ ହୋଇ ପଡିଛନ୍ତି ଲୋକେ ା

ତିନି ରଥର ନାହାକା ଉଠିଲା

ତିନି ରଥର ନାହାକା ଉଠିଲା

ବାରିପଦା ଅଫିସ,୧୯।୬-ବାରିପଦା ରଥ ପଡିଆଠାରେ ସୋମବାର ସନ୍ଧ୍ୟାରେ ଠାକୁରଙ୍କ ରଥର ନାହାକା ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରୀତି ଅନୁଯାୟୀ ଠାକୁରମାନଙ୍କ ନୀତି ସରିବା ପରେ ମନ୍ଦିର ପରିଚ୍ଛା ଠାକୁରଙ୍କଠାରୁ ଆଜ୍ଞାମାଳ ଆଣିଥିଲେ।

ବିଦ୍ୟୁତ୍‌ କାଟ ପ୍ରତିବାଦରେ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍‌ କାଟ ପ୍ରତିବାଦରେ କାର୍ଯ୍ୟାଳୟ ଘେରାଉ

ଖୁଣ୍ଟା,୧୯ା୬(ଡି.ଏନ୍‌.ଏ.): ଘନ ଘନ ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ସୋମବାର ଖୁଣ୍ଟା ବଣିକ ସଂଘ ପକ୍ଷରୁ ଖୁଣ୍ଟାସ୍ଥିତ ବିଦ୍ୟୁତ୍‌ ସେକ୍‌ସନ୍‌ କାର୍ଯ୍ୟାଳୟ ଓ ଏସ୍‌ଡିଓ କାର୍ଯ୍ୟାଳୟରେ ତାଲା ପକାଇ ଦିଆଯାଇଛି।

ପୁନଃ ଥଇଥାନ ଦାବିରେ ଗଣଧାରଣା

ପୁନଃ ଥଇଥାନ ଦାବିରେ ଗଣଧାରଣା

ବାରିପଦା ଅଫିସ,୧୯ା୬-ମୟୂରଭଞ୍ଜ ଜିଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୧୬୬ ଜଣ ସ୍ବେଚ୍ଛାସେବୀ ଶିକ୍ଷାସହାୟକଙ୍କୁ ଜିଲାପାଳ ଗତ ମାର୍ଚ୍ଚ ୨୬ରେ ବହିଷ୍କୃତ କରିଥିଲେ। ବହିଷ୍କୃତ ଶିକ୍ଷକମାନେ ସେମାନଙ୍କ ପୁନଃ ଥଇଥାନ ଦାବି କରି ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।

ରୋଗଣା ଝିଅର ଚିକିତ୍ସା ଲାଗି ଅସହାୟ ମା’ବାପା

ରୋଗଣା ଝିଅର ଚିକିତ୍ସା ଲାଗି ଅସହାୟ ମା’ବାପା

ବାଲେଶ୍ୱର ଅଫିସ,୧୯।୬-ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ କଷାଫଳ ଗ୍ରାମର ଜୟନ୍ତୀ ଓ ସନ୍ନ୍ୟାସୀ ବେହେରାଙ୍କ ୧୧ବର୍ଷର ଝିଅ ସୁମିତା। ସେ ପଞ୍ଚମ ଶ୍ରେଣୀରେ ପଢନ୍ତି। ଦେଢବର୍ଷ ତଳେ ହଠାତ୍‌ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ହେବାରୁ ମା’ ବାପା ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରୁଥିଲେ।

ଜୟନାରାୟଣଙ୍କ ଇସ୍ତଫା କୌଣସି ପ୍ରଭାବ ପକାଇବ ନାହିଁ

ବାଲିଆପାଳ, ୧୯।୬(ଡି.ଏନ.ଏ.)-ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ବାଲିଆପାଳ କଂଗ୍ରେସ ପକ୍ଷରୁ ସୋମବାର ସ୍ଥାନୀୟ ଡାକବଙ୍ଗଳାରେ ଖବରଦାତା ସମ୍ମିଳନୀ ଡକାଯାଇଥିଲା।

ପଞ୍ଚାୟତର ବିକାଶ ଲାଗି ଅଣ୍ଟା ଭିଡିଲେ ସରପଞ୍ଚ

ଜଳେଶ୍ୱର,୧୯।୬(ସ୍ବ.ପ୍ର.)-ଜଳେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚୋରମରା ପଞ୍ଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ନିତ କରିବା ପାଇଁ ସରକାର ପଦକ୍ଷେପ ନେବାକୁ ସରପଞ୍ଚ ପରିତୋଷ କାମିଳା ଜଳେଶ୍ୱରଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦାବି କରିଛନ୍ତି।

ଅନୁସୂଚିତ ଜନଜାତି ସାର୍ଟିଫିକେଟ ନ ମିଳିଲେ ବିକ୍ଷୋଭ

ଅନୁସୂଚିତ ଜନଜାତି ସାର୍ଟିଫିକେଟ ନ ମିଳିଲେ ବିକ୍ଷୋଭ

ସଜନାଗଡ଼,୧୯।୬(ଡି.ଏନ.ଏ.)-ନୀଳଗିରି କଚେରୀ ପଡ଼ିଆରେ ରବିବାର ଆଦିବାସୀ ଭୂମିଜ ସମାଜ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୂମିଜ ସମ୍ପ୍ରଦାୟର ଲୋକେ ଭୋଗୁଥିବା ସମସ୍ୟା ଉପରେ ଆଲୋଚନା କରାଯାଇଛି। ପୂର୍ବରୁ ସେମାନଙ୍କୁ ଅନୁସୂଚିତ ଜନଜାତି ସାର୍ଟିଫିକେଟ ମିଳୁଥିବା ବେଳେ ଏବେ କେଉଁ କାରଣରୁ ମିଳୁନାହିଁ ସେ ବିଷୟରେ ଆଲୋଚନା କରାଯାଇଥିଲା।

ରକ୍ତ କର୍କଟରେ ପୁଅ, ଚିନ୍ତାରେ ମା’

ରକ୍ତ କର୍କଟରେ ପୁଅ, ଚିନ୍ତାରେ ମା’

କେନ୍ଦୁଝର, ୧୯ା୬(ସ୍ବ.ପ୍ର.): ଗରୀବ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତିଯୋଗିତା ମୂଳକ ଭାବେ ପ୍ରଚାର ପ୍ରସାର କରୁଛନ୍ତି। ଏଥିପାଇଁ ବହୁ ଅର୍ଥ ଖର୍ଚ୍ଚ କରାଯାଉଛି।

Model This Week

ପ୍ରଭାତ