ବାଣିଜ୍ୟ |

ଡିଏଲ୍‌ ଆବେଦନରେ ଆଧାର ହେବ ବୟସ ପ୍ରମାଣପତ୍ର

ଡିଏଲ୍‌ ଆବେଦନରେ ଆଧାର ହେବ ବୟସ ପ୍ରମାଣପତ୍ର
ନୂଆଦିଲ୍ଲୀ, ୯।୨(ପି.ଟି.) ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ଆବେଦନ ବେଳେ ଆବେଦନକାରୀଙ୍କୁ ନିଜର ଆଧାର ନମ୍ବର ଦେବାକୁ ପଡିବ। ଏହା ଆବେଦନକାରୀଙ୍କ ଠିକଣା ଏବଂ ବୟସ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବ। ଶୁକ୍ରବାର ରାଜ୍ୟସଭାରେ ଆଇନ୍‌ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହା କହିଛନ୍ତି। କିନ୍ତୁ ଆବେଦନକାରୀଙ୍କ ପାଖରେ ଯଦି ଆଧାର ନ ଥାଏ ତେବେ ପାସ୍‌ପୋର୍ଟ, ଜନ୍ମ ପ୍ରମାଣପତ୍ର, ଜୀବନ ବୀମା ପଲିସି ଆଦି ବିକଳ୍ପ ଭାବେ ଗ୍ରହଣ କରାଯାଇ ପାରିବ ବୋଲି ପ୍ରସାଦ କହିଛନ୍ତି।
All Right Reserved By

ବାଣିଜ୍ୟ |

ଏନ୍‌ପିଏ ଚିନ୍ତା; ରାଜନଙ୍କୁ ସଂସଦୀୟ କମିଟିର ଡାକରା

ଏନ୍‌ପିଏ ଚିନ୍ତା; ରାଜନଙ୍କୁ ସଂସଦୀୟ କମିଟିର ଡାକରା

ନୂଆଦିଲ୍ଲୀ,୨୦-୮(ପି.ଟି.): ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ବର୍ତ୍ତମାନ ଅନାଦାୟ ଋଣ(ଏନ୍‌ପିଏ) ଏକ ସମସ୍ୟା ଭାବେ ଉଭା ହୋଇଛି। ଏହା ଉଭୟ ସରକାର ଓ ବ୍ୟାଙ୍କଗୁଡିକ ଲାଗି ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏନ୍‌ପିଏ ବୃଦ୍ଧିକୁ ଧ୍ୟାନରେ ରଖି ସଂସଦୀୟ କମିଟି

୭.୫%ରୁ ଅଧିକ ରହିବ ଅଭିବୃଦ୍ଧି

୭.୫%ରୁ ଅଧିକ ରହିବ ଅଭିବୃଦ୍ଧି

ନୂଆଦିଲ୍ଲୀ,୨୦-୮(ପି.ଟି.): ଘରୋଇ ବଜାରର ଅର୍ଥନୈତିକ ଅଭିବୃଦ୍ଧିରେ ସୁଧାର ଆସୁଛି। ଚଳିତ ଆର୍ଥତ୍କ ବର୍ଷରେ  ଅଭିବୃଦ୍ଧି ୭.୫%ରୁ ଅଧିକ ରହିବ। ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ବୀରମଣି ରବିବାର ଏହା କହିଛନ୍ତି।

କେରଳକୁ ସହାୟତା; ରିଲିଫ୍‌ ପଠାଇଲେ ଲାଗିବନି ରେଳଭଡା

କେରଳକୁ ସହାୟତା; ରିଲିଫ୍‌ ପଠାଇଲେ ଲାଗିବନି ରେଳଭଡା

ଭୁବନେଶ୍ୱର, ୨୦-୮: କେରଳରେ ଲାଗି ରହିଥିବା ବନ୍ୟାରୁ ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରିବା ତଥା ବିଭିନ୍ନ ରିଲିଫ୍‌ ସାମଗ୍ରୀ ପ୍ରେରଣ ପାଇଁ ଭାରତୀୟ ରେଳ ମାଗଣା ପରିବହନ ସେବା ଯୋଗାଇବ। ସମସ୍ତ ସରକାରୀ ଓ ବେସରକାରୀ ସଂଗଠନ ଏହାର ସୁଯୋଗ ନେଇ ପାରିବେ। 

କଟକରେ ଖୋଲିଲା କୋବର ସ୍ବତନ୍ତ୍ର ଷ୍ଟୋର

କଟକରେ ଖୋଲିଲା କୋବର ସ୍ବତନ୍ତ୍ର ଷ୍ଟୋର

କଟକ,୨୦-୮ : ପ୍ରମୁଖ ପୁରୁଷ ଫ୍ୟାଶନ ବ୍ରାଣ୍ଡ କୋବ୍‌ ପକ୍ଷରୁ କଟକର ବକ୍ସି ବଜାରସ୍ଥିତ ଜିପିଓ ସାମ୍ନାରେ ଏକ ସ୍ବତନ୍ତ୍ର ଷ୍ଟୋର ଶୁଭାରମ୍ଭ ହୋଇଛି। ନୂଆ ଷ୍ଟୋରକୁ ସମାଜସେବୀ ଡି. ପ୍ରକାଶ ରାଓ ଉଦଘାଟନ କରିଥିଲେ। ଓଡିଶାରେ ଏହା କମ୍ପାନୀର ଦ୍ୱିତୀୟ ଷ୍ଟୋର। 

ରାତି ୯ଟା ପରେ ଏଟିଏମ୍‌ରେ ଭର୍ତ୍ତି ହେବନି ଟଙ୍କା

ରାତି ୯ଟା ପରେ ଏଟିଏମ୍‌ରେ ଭର୍ତ୍ତି ହେବନି ଟଙ୍କା

ନୂଆଦିଲ୍ଲୀ,୨୦-୮(ପି.ଟି.): ସହରାଞ୍ଚଳରେ ରହିଥିବା ଅଟୋମେଟେଡ୍‌ ଟେଲର ମେଶିନ୍‌(ଏଟିଏମ୍‌)ରେ ରାତି ୯ଟା ପରେ ଆଉ ଟଙ୍କା ଭର୍ତ୍ତି କରାଯିବ ନାହିଁ। ଗ୍ରାମାଞ୍ଚଳରେ ଥିବା ଏଟିଏମ୍‌ଗୁଡ଼ିକରେ ସା ୬ ଟା ପୂର୍ବରୁ ଟଙ୍କା ଭର୍ତ୍ତି କରାଯିବ।

ତ୍ୱରିତ ହେବ ଆଇଟିଆର୍‌ ରିଫଣ୍ଡ

ତ୍ୱରିତ ହେବ ଆଇଟିଆର୍‌ ରିଫଣ୍ଡ

ନୂଆଦିଲ୍ଲୀ,୨୦-୮ : ଆୟକର ରିଟର୍ନ ଭରୁଥିବା ଟିକସଦାତାଙ୍କ ପାଇଁ ଖୁସି ଖବର। ଆୟକର ରିଟର୍ନର ରିଫଣ୍ଡ ତ୍ୱରିତ ହେବ ବୋଲି ଜଣାଯାଇଛି। ୧୫ ଦିନ ମଧ୍ୟରେ ଟିକସଦାତାଙ୍କୁ ରିଫଣ୍ଡ ମିଳିବ। ଯଦି କୌଣସି ଟିକସଦାତା ଆୟକର ରିଟର୍ନ ଫାଇଲ କରନ୍ତି ତେବେ ତାଙ୍କୁ 

ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା; ୟୁପିଏ ସମୟର ଉଚ୍ଚ ଅଭିବୃଦ୍ଧିରୁ ଭୁସୁଡିଥିଲା ଅର୍ଥନୀତି

ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା; ୟୁପିଏ ସମୟର ଉଚ୍ଚ ଅଭିବୃଦ୍ଧିରୁ ଭୁସୁଡିଥିଲା ଅର୍ଥନୀତି

ନୂଆଦିଲ୍ଲୀ,୨୦-୮(ପି.ଟି.): ପୂର୍ବର ୟୁପିଏ ସରକାରଙ୍କ ସମୟରେ ଉଚ୍ଚ ସ୍ତରର ଅଭିବୃଦ୍ଧି ଯୋଗୁ ଅର୍ଥନୀତି ଉପରେ ଏହାର ନକରାତ୍ମକ ପ୍ରଭାବ ପଡିଥିଲା। ଅନିୟନ୍ତ୍ରିତ ବିତ୍ତିୟ ନିୟଣ୍ଟ ଓ ବ୍ୟାଙ୍କଗୁଡିକ ପକ୍ଷରୁ ବେପାରୁଆ ଭାବେ ଋଣ ପ୍ରଦାନ ଯୋଗୁ ଅର୍ଥନୀତି ଭୁସୁଡିଥିଲା ବୋଲି ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ସୂଚନା ଦେଇଛି।

ଘରେ ଘରେ ପହଞ୍ଚିବ ଆଇପିପିବି ବ୍ୟାଙ୍କ ସେବା

ଘରେ ଘରେ ପହଞ୍ଚିବ ଆଇପିପିବି ବ୍ୟାଙ୍କ ସେବା

ନୂଆଦିଲ୍ଲୀ,୨୦-୮: ଘରେ ଘରେ ପହଞ୍ଚିବ ବ୍ୟାଙ୍କ ସେବା । ଭାରତୀୟ ଡାକ ବିଭାଗ ପକ୍ଷରୁ ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ(ଆଇପିପିବି) ଚଳିତ ମାସ ୨୧ ତାରିଖ ଠାରୁ ଶୁଭାରମ୍ଭ ହେବାକୁ ଥିବା ବେଳେ ଏହା ଦ୍ୱାରା ବ୍ୟାଙ୍କ ଘରେ ଘରେ ପହଞ୍ଚିବ।

ଜିଡିପିର ୨.୮% ଛୁଇଁବ ସିଏଡି

ଜିଡିପିର ୨.୮% ଛୁଇଁବ ସିଏଡି

ନୂଆଦିଲ୍ଲୀ,୨୦-୮: ୨୦୧୮-୧୯ ଆର୍ଥତ୍କ ବର୍ଷରେ ଦେଶର ଚଳନ୍ତି ଖାତା ନିଅଣ୍ଟ(ସିଏଡି) ମୋଟ ଜିଡିପିର ୨.୮% ଛୁଇଁବ।  ଜାପାନର ଫାଇନାନ୍ସିଆଲ୍‌ ହୋଲଡିଂ କମ୍ପାନୀ ନୋମୁରା ପକ୍ଷରୁ ଏଭଳି ଆକଳନ କରାଯାଇଛି। ଅଶୋଧିତ ତୈଳ ଦର ବୃଦ୍ଧି, ଟଙ୍କା ମୂଲ୍ୟରେ ହ୍ରାସ, 

ସେପ୍ଟେମ୍ବର ୧୫ରୁ ୟୁଆଇଡିଏଆଇ ଆଣିବ ନୂଆ ବୈଶିଷ୍ଟ୍ୟ: ଚେହେରାରୁ ଯାଞ୍ଚ ହେବ ପରିଚୟ

ସେପ୍ଟେମ୍ବର ୧୫ରୁ ୟୁଆଇଡିଏଆଇ ଆଣିବ ନୂଆ ବୈଶିଷ୍ଟ୍ୟ: ଚେହେରାରୁ ଯାଞ୍ଚ ହେବ ପରିଚୟ

ନୂଆଦିଲ୍ଲୀ,୧୯-୮: ପରିଚୟ ଜାଣିବା ପାଇଁ ଆଧାରର ନିୟାମକ ସଂସ୍ଥା ଭାରତୀୟ ଏକକ ପରିଚୟପତ୍ର କର୍ତ୍ତୃପକ୍ଷ(ୟୁଆଇଡିଏଆଇ) ଏକ ନୂତନ ଫିଚର ଆରମ୍ଭ କରିବ। 

ଘରୋଇ ବଜାରରେ ପ୍ରବେଶ କରିପାରେ ଆଲିବାବା

ଘରୋଇ ବଜାରରେ ପ୍ରବେଶ କରିପାରେ ଆଲିବାବା

ନୂଆଦିଲ୍ଲୀ,  ୧୯- ୮ :ଚାଇନାର ସର୍ବବୃହତ୍‌ ଇଣ୍ଟରନେଟ ଓ ଇ-କମର୍ସ କମ୍ପାନୀ ଆଲିବାବା ଘରୋଇ ବଜାରରେ ପ୍ରବେଶ କରିପାରେ। ଉକ୍ତ କମ୍ପାନୀର ନଜର ଏବେ ଭାରତୀୟ ରିଟେଲ ବଜାର ଉପରେ ରହିଛି। 

କଡ଼ା କାର୍ଯ୍ୟାନୁଷ୍ଠାନ ଭୟ: ବ୍ୟାଙ୍କ ଋଣ ଅସୁଲରେ ସୁଧାର

କଡ଼ା କାର୍ଯ୍ୟାନୁଷ୍ଠାନ ଭୟ: ବ୍ୟାଙ୍କ ଋଣ ଅସୁଲରେ ସୁଧାର

ନୂଆଦିଲ୍ଲୀ,  ୧୯- ୮ : ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଅନାଦାୟ ଋଣ(ଏନ୍‌ପିଏ) ଏକ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ଏହା ହ୍ରାସ ହେବାର ନଁା  ଧରୁ ନାହିଁ। ମାତ୍ର ଗତ ଆର୍ଥତ୍କ ବର୍ଷ ତୁଳନାରେ ଚଳିତ ଆର୍ଥତ୍କ ବର୍ଷରେ ବ୍ୟାଙ୍କଗୁଡିକର ଋଣ ଅସୁଲ ଧାରା ଉନ୍ନତ ରହିଛି।