ବାଲେଶ୍ୱର

ଆରଡିରେ ନିଆରା ପରମ୍ପରା

ଆରଡିରେ ନିଆରା ପରମ୍ପରା

ଆରଡ଼ି,୯।୨ (ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡି ମହାଶିବରାତ୍ରି ଲାଗି ଏବେଠାରୁ ଚଳଚଞ୍ଚଳ ହୋଇ ଉଠିଛି। ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ ଲାଗି ପ୍ରତିଦିନ ଭକ୍ତ, ଶ୍ରଦ୍ଧାଳୁ, ମାନସିକଧାରୀଙ୍କ ଭିଡ ଜମୁଛି। ମହାଶିବରାତ୍ରି ପାଳନ ଲାଗି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥର ପୀଠର ନବୀକରଣ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ଭକ୍ତ ଗହଳି ଯୋଗୁ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।
ଅନ୍ତିମ ପ୍ରହରରେ ଖୋଲେ ପହଡ଼
ପୀଠରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣି ମଧ୍ୟରୁ ମହାଶିବରାତ୍ରିର ସ୍ବାତନ୍ତ୍ର୍ୟ ନିଆରା। ଏହି ଦିନ ପୀଠକୁ ଲକ୍ଷ ଲକ୍ଷ ଭକ୍ତ ଛୁଟିଆସିଥାନ୍ତି। ଜାଗର ପୂର୍ବରାତ୍ରିର ଅନ୍ତିମ ପ୍ରହରରେ ମନ୍ଦିରରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି କରାଯାଏ। ପରେ ଷୋଡ଼ଶ ଉପଚାର ପୂଜା ସରିଲେ ସାହାଣ ମେଲା ହୋଇଯାଏ। ପହିଲି ଭୋଗ ସ୍ବରୂପ କନିକା ରାଜାଙ୍କର ବିଭିନ୍ନ ଫଳମୂଳ, ଖଜା, ଉଖୁଡ଼ା, ଲଡୁ, ନିଶଙ୍କୁଡ଼ି, ଖୁଡୁମା ଆଦି ବାଲ୍ୟ ଭୋଗ ପ୍ରଭୁଙ୍କୁ ସମର୍ପଣ କରାଯାଏ।
ଦିଗମ୍ବର ବେଶ- ଜାଗର ଦିନ ସକାଳଠୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବାବାଙ୍କୁ ଦିଗମ୍ବର ବେଶରେ ଭକ୍ତମାନେ ଦର୍ଶନ କରନ୍ତି। ଏହି ସମୟରେ ଘର୍ଷଣ ଲାଗି ହୋଇଥାଏ। ବାବାଙ୍କ ମସ୍ତକରେ ମହୁ ଢଳାଯାଏ। ଅନ୍ୟ ଦିନଗୁଡ଼ିକରେ ଦ୍ୱିପ୍ରହର ପର୍ଯ୍ୟନ୍ତ ଏହି ବିଧିବ୍ୟବସ୍ଥା ପାଳିତ ହୋଇଥାଏ। ଦିଗମ୍ବର ବେଶ ପରେ ହୁଏ ସୁନାବେଶ ।
ଜାଗର ଘର୍ଷଣ - ଜାଗରରେ ଘର୍ଷଣ ଲାଗି ପରମ୍ପରା ଟିକେ ନିଆରା। କଞ୍ଚା କ୍ଷୀର, କଦଳୀ, ଗୁଡ଼, ମହୁ, ନଡ଼ିଆ, ଛେନା ବସାଦହି, ଗୁଜୁରାତି, ଗୁଆଘିଅ ଆଦି ଦ୍ରବ୍ୟକୁ ଏକାଠି କରି ଏହି ଘର୍ଷଣ ପ୍ରସ୍ତୁତ ହୋଇଥାଏ। ବର୍ଷକରେ ଥରେ ଶିବରାତ୍ରି ଅବସରରେ ସେବାୟତ ଓ ସେମାନଙ୍କର ପରିବାର ଏହି ଘର୍ଷଣ ସେବନ କରିଥାନ୍ତି।
ମନ କିଣେ ସୁନାବେଶ- ମଧ୍ୟରାତ୍ରରେ ପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥାଏ। ଭକ୍ତଙ୍କ ଦର୍ଶନ ନିମନ୍ତେ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥାଏ। ପ୍ରଥମେ ସେବାୟତଙ୍କ ପରିବାର ସଦସ୍ୟ ଦର୍ଶନ କରିଥାନ୍ତି । ଏହାପରେ ସାଧାରଣ ଦର୍ଶନ ହୋଇଯାଏ। କଥିତ ଅଛି ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ମିଳିଥାଏ।
ରୁଷନ୍ତି ସେବାୟତ-ରାତ୍ରିର ଅନ୍ତିମ ପ୍ରହର ଅର୍ଥାତ୍‌ ଭୋର ୫ଟାରେ ମହାଦୀପ ଉଠିଥାଏ। ଏହାକୁ ଦର୍ଶନ କରି ଶହ ଶହ ଶ୍ରଦ୍ଧାଳୁ ଜାଗର ବ୍ରତ ଭାଙ୍ଗିଥାନ୍ତି । ଏହି ମହାଦୀପକୁ ନିକଟସ୍ଥ ଦୋହରାପାଟଣାର ଜଣେ ବ୍ୟକ୍ତି ତିଆରି କରିଥାନ୍ତି। ମାଟିରେ ତିଆରି ଏହି ଦୀପରେ ପ୍ରାୟ ୩୦ ଲିଟର ଖାଣ୍ଟି ଗୁଆଘିଅ ରଖାଯାଇ ମନ୍ଦିର ଉପରକୁ ଉଠାଯାଇଥାଏ। ଏକ ନୂତନ ଗାମୁଛାକୁ ବଳିତା ରୂପେ ବ୍ୟବହାର କରାଯାଏ। ଏହି ମହାଦୀପକୁ ମୁଣ୍ଡରେ ରଖି ମନ୍ଦିର ଚୂଡ଼ାକୁ ନେଉଥିବା ସେବାୟତ କିଛି ସମୟ ପାଇଁ ଅଭିମାନ କରି ରୁଷନ୍ତି। ପରେ ଜିଲା ପ୍ରଶାସନ ଓ ସେବାୟତମାନେ ତାଙ୍କର ମାନ ଭଞ୍ଜନ କରିଥାନ୍ତି।
ବେଲପତ୍ର ଓ ତୁଳସୀ-ସମସ୍ତ ଶୈବପୀଠରେ ଭୋଗରେ କେବଳ ବେଲପତ୍ର ପଡ଼ିଥାଏ। କିନ୍ତୁ ଆରଡ଼ିରେ ଜାଗର ଦିନ ଭୋଗରେ ବେଲପତ୍ର ସହ ତୁଳସୀ ପଡ଼ିଥାଏ। ବାବା ଆଖଣ୍ଡଳମଣି ଉଭୟ ଶୈବ ଓ ବୈଷ୍ଣବଙ୍କର ଆରାଧ୍ୟ ଦେବତା ବୋଲି ଏଥିରୁ ପ୍ରମାଣ ମିଳେ।

All Right Reserved By
Karnatak Exit Poll

Model This Week

ସଂଗୀତ

ବାଲେଶ୍ୱର

୭୨, ୩୨୪ ଜମାକାରୀ ହଇରାଣ

୭୨, ୩୨୪ ଜମାକାରୀ ହଇରାଣ

ବାରିପଦା ଅଫିସ,୨୧।୫-ମୟୂରଭଞ୍ଜ ଜିଲା ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ଲାଇସେନ୍ସକୁ ରିଜର୍ଭ ବ୍ୟାଙ୍କ ୨୦୧୪ ମସିହାରୁ ରଦ୍ଦ କରିବା ପରଠାରୁ ଉକ୍ତ ବ୍ୟାଙ୍କର ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ଏଥିରେ ନିଜ କଷ୍ଟ ଉପାର୍ଜିତ ଟଙ୍କା ଜମା ରଖିଥିବା ୭୨ ହଜାର ୩୨୪ ଜମାକାରୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ମୃଦଙ୍ଗ ଭରିଛି ଜୀବନରେ ଭିନ୍ନ ରସ

ମୃଦଙ୍ଗ ଭରିଛି ଜୀବନରେ ଭିନ୍ନ ରସ

ରୂପ୍‌୍‌ସା, ୨୧।୫(ବାଞ୍ଛାନିଧି ଦେ)- ମୃଦଙ୍ଗ ବାଦ୍ୟର ପରମ୍ପରା କାହଁି କେଉଁ କାଳରୁ ରହିଆସିଛି। ଭଜନ ହେଉ କି ଜଣାଣ କିମ୍ବା ନାମସଂକୀର୍ତ୍ତନ ସବୁଠି ଭକ୍ତମାନେ ମୃଦଙ୍ଗର ତାଳେ ତାଳେ ବିଭୋର ହୋଇଯାଆନ୍ତି। ଏହାର ମଧୁର ଧ୍ୱନି ସାଙ୍ଗକୁ ସଭିଙ୍କ ପ୍ରାଣରେ ଭରିଦିଏ ଆଧ୍ୟାମତ୍ିକ ପୁଲକ। ଦୀର୍ଘ ୪୪ବର୍ଷ ଧରି କାନ୍ଧରେ ମୃଦଙ୍ଗ ପକାଇ ବାଦନ କରିଆସୁଥିବା ରାଧାନାଥ ଯତି(୫୪) କେବେ ପଛକୁ ଫେରି ଚାହଁିନାହାନ୍ତି। ଏହି ବାଦନ କଳାକୁ ଆପଣାର କରି ଅନେକ ଶିକ୍ଷାର୍ଥୀ ମଧ୍ୟ ସୃଷ୍ଟି କରିଛନ୍ତି।

ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟ

ସୋର, ୨୧ା୫(ଡି.ଏନ.ଏ.)-ସୋର ଥାନା କେଶରୀପୁର ଗ୍ରାମର ଏକ ଦମ୍ପତି ରବିବାର ପୂର୍ବାହ୍ନରେ ବାଇକ୍‌ରେ ବାଲେଶ୍ୱର ଯାଉଥିଲେ। ବିଦୁଛକ ନିକଟରେ ପତ୍ନୀଙ୍କ ବେକରୁ ୨୮ ଗ୍ରାମ ଓଜନର ଏକ ସୁନାଚେନ ଲୁଟ୍‌ ହୋଇଥିବା ସୋର ଥାନାରେ ଅଭିଯୋଗ ହୋଇଛି।

ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଖଇରା, ୨୧।୫(ଡି.ଏନ.ଏ.)-ଚଳିତବର୍ଷ ଖଇରା ବ୍ଲକରେ ୯୦ପ୍ରତିଶତ ଓ ତଦୁର୍ଦ୍ଧ ମାର୍କ ରଖିଥିବା ୩୧ଜଣ ଛାତ୍ରୀଛାତ୍ରଙ୍କୁ ଖଇରା ବ୍ଲକ ଭାଜପା ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଖଇରା ବ୍ଲକର କୁପାରୀସ୍ଥିତ ଅମ୍ବିକା ମନ୍ଦିର ପରିସରରେ ଏକ ସଭା ଆୟୋଜନ କରାଯାଇଥିଲା।

ବିଦ୍ୟୁତ ସଂଯୋଗ ଲାଗି ନିର୍ଦ୍ଦେଶ ଦେଲେ କୋର୍ଟ

ବାହାନଗା, ୨୧ା୫(ଡି.ଏନ.ଏ.)-ବାହାନଗା ବ୍ଳକ ନୂଆପୁର ପଞ୍ଚାୟତସ୍ଥିତ ମଳିକ ସାହିର ସଦାଶିବ ମଳିକ ନାମକ ଜଣେ ବ୍ୟକ୍ତିଙ୍କୁ ଦୀର୍ଘଦିନ ଧରି କୌଣସି ନା କୌଣସି ଆଳ ଦେଖାଇ ବିଦ୍ୟୁତ ବିଭାଗ ଅନ୍ଧାରରେ ରଖିଆସିଛି। ଏ ବାବଦରେ ସଦାଶିବ ହାଇକୋର୍ଟରେ ଆଶ୍ରୟ ନେଇଥିଲେ। ତେବେ କୋର୍ଟରେ ଡବ୍ଲ୍ୟୁପି(ସି)ନମ୍ବର ୨୬୪୬/୨୦୧୭ ରେ ଏକ ମାମଲା ରୁଜୁ ହୋଇଥିଲା

ପରୀକ୍ଷାରେ ଫେଲ୍‌ ହେବାରୁ ୨ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର, ୨୧ା୫(ଡି.ଏନ.ଏ.)-ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସୋର ତଳନଗର ଯୁନିୟର କଲେଜ ଓ କୁଡେଇ ମହିଳା ମହାବିଦ୍ୟଳୟର ୨ ଛାତ୍ରୀ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେମାନଙ୍କୁ ସୋର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ସେମାନଙ୍କୁ ଘରକୁ ଛାଡ଼ି ଦିଆଯାଇଛି ।

ଗୁଜୁରାଟରୁ ଅପହୃତ ଦୁଇ ନାବାଳିକା ଉଦ୍ଧାର, ଜଣେ ଗିରଫ

ଗୁଜୁରାଟରୁ ଅପହୃତ ଦୁଇ ନାବାଳିକା ଉଦ୍ଧାର, ଜଣେ ଗିରଫ

ସୋର, ୨୧ା୫(ଡି.ଏନ.ଏ.)-ଗତ ମାର୍ଚ୍ଚରୁ ଅପହରଣ ହୋଇ ଓଡ଼ିଶା ପଳାଇ ଆସିଥିବା ଦୁଇ ନାବାଳିକାକୁ ଗୁଜୁରାଟ ପୋଲିସ ଓ ସୋର ପୋଲିସ ମିଳିତ ଉଦ୍ୟମରେ ସୋର ଓ ସିମୁଳିଆରୁ ଉଦ୍ଧାର କରାଯାଇଛି ।

ବାଲେଶ୍ୱରରେ ଆନ୍ତଃରାଜ୍ୟ ଧାନ ବେପାରୀଙ୍କ ଡେରା

ବାଲେଶ୍ୱରରେ ଆନ୍ତଃରାଜ୍ୟ ଧାନ ବେପାରୀଙ୍କ ଡେରା

ବାଲିଆପାଳ, ୨୧ା୫(ଡି.ଏନ.ଏ.)- ସରକାରୀ ଧାନମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁ ବାଲେଶ୍ୱର ଜିଲାରେ ଡାଳୁଅ ଧାନର ଅଭାବୀ ବିକ୍ରି ଦେଖାଦେଇଛି। କାଳବୈଶାଖୀ ବର୍ଷା ପରେ ଫସଲ ନଷ୍ଟଜନିତ ଆଶଙ୍କାରେ ଚାଷୀମାନେ ତରବର ହୋଇ ଧାନ ଅମଳ କରୁଛନ୍ତି।

ସାଇକେଲରେ ଦିବ୍ୟାଙ୍ଗଙ୍କ ଭାରତ ଭ୍ରମଣ

ସାଇକେଲରେ ଦିବ୍ୟାଙ୍ଗଙ୍କ ଭାରତ ଭ୍ରମଣ

ବାଲେଶ୍ୱର ଅଫିସ,୨୧।୫-ସ୍ବଚ୍ଛ ଭାରତ, ସୁସ୍ଥ ଭାରତର ବାର୍ତ୍ତା ନେଇ ସାଇକେଲରେ ଦେଶ ଭ୍ରମଣ କରୁଛନ୍ତି ଦିବ୍ୟାଙ୍ଗ ପ୍ରଦୀପ କୁମାର ସେନ। ମଧ୍ୟପ୍ରଦେଶର ଇନ୍ଦୋର ରାମଲକ୍ଷ୍ମଣ ବଜାରରୁ ଯାତ୍ରା ଆରମ୍ଭ କରିଥିବା ୩୦ ବର୍ଷୀୟ ପ୍ରଦୀପ ଶନିବାର ବାଲେଶ୍ୱର ପହଞ୍ଚିଥିଲେ। ତାଙ୍କୁ ଏମ୍‌ପି ରବୀନ୍ଦ୍ର ଜେନା ସମ୍ବର୍ଦ୍ଧନା ଦେଇଥିଲେ।

ନିଆରା ଯୌତୁକ: ସମୁଦ୍ର ତଟ ସଫା କଲେ କନ୍ୟାପକ୍ଷ

ନିଆରା ଯୌତୁକ: ସମୁଦ୍ର ତଟ ସଫା କଲେ କନ୍ୟାପକ୍ଷ

ବାଲେଶ୍ୱର ଅଫିସ,୨୧।୫- ଚଳିତବର୍ଷ ଧୁମ୍‌ଧାମ୍‌ରେ ଶେଷ ହୋଇଛି ଜଉ କଣ୍ଢେଇ ବାହାଘର। ବରଘର ଦାବି ମୁତାବକ କନ୍ୟାପକ୍ଷ ରବିବାର ଚାନ୍ଦିପୁର ସମୁଦ୍ର ତଟ ସଫା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ସାମିଲ ହୋଇଥିଲେ।

ବକେୟା ଋଣ ପାଇଁ କୋଠାଘରକୁ ସିଲ୍‌ କଲା ପ୍ରଶାସନ

ହାଟଡିହୀ,୧୯।୫(ଡି.ଏନ୍‌.ଏ.)- ଗୃହ ଋଣ ନେଇ ଶୁଝି ନ ପାରିବାରୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଶାଳଣିଆ ଅଞ୍ଚଳର ରମଣିରଞ୍ଜନ ରାଜଙ୍କ କୋଠାଘରକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି।

ବେପାରୀଙ୍କୁ ଭୁଜାଲିରେ ହାଣି ଟଙ୍କା ଲୁଟ

ବେପାରୀଙ୍କୁ ଭୁଜାଲିରେ ହାଣି ଟଙ୍କା ଲୁଟ

କେନ୍ଦୁଝର, ୧୯ା୫ (ସ୍ବ.ପ୍ର.)- କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମ ନିକଟରେ ଶୁକ୍ରବାର ଜଣେ ଗୋରୁ ବେପାରୀଙ୍କୁ ଭୁଜାଲିରେ ଆକ୍ରମଣ କରି ୩୭ ହଜାର ଟଙ୍କା ଲୁଟି ନିଆଯାଇଛି। ବେପାରୀ ପରମେଶ୍ୱର ପଲେଇଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।