ବାଣିଜ୍ୟ |

ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଆର୍ଥିକ ଫଳାଫଳ

ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଆର୍ଥିକ ଫଳାଫଳ

ବମ୍ବେ,୯-୨ ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଆର୍ଥିକ ଫଳାଫଳ ଘୋଷଣା କରିଛି। ୨୦୧୭ ଡିସେମ୍ବର ୩୧ ସୁଦ୍ଧା ବ୍ୟାଙ୍କର ଗ୍ଲୋବାଲ ବିଜ୍‌ନେସରେ ୮.୬% ବୃଦ୍ଧି ଘଟି ୭,୧୨,୯୯୩ କୋଟି ଟଙ୍କା ରହିଛି। ୨୦୧୬ ଡିସେମ୍ବର ୩୧ ସୁଦ୍ଧା ଏହା ୬,୫୬,୮୧୯ କୋଟି ଟଙ୍କା ଥିଲା। ଘରୋଇ ବଜାରରେ ବ୍ୟାଙ୍କର ବ୍ୟବସାୟରେ ୭.୫% ବୃଦ୍ଧି ଘଟିଛି। ୨୦୧୬ ଡିସେମ୍ବର ୩୧ ସୁଦ୍ଧା ଏହା ୬,୨୫,୧୬୩ କୋଟି ଟଙ୍କା ଥିବାବେଳେ ୨୦୧୭ ଡିସେମ୍ବର ୩୧ ସୁଦ୍ଧା ଏହା ୬,୭୨,୦୯୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବ୍ୟାଙ୍କର ମୋଟ ଜମା ପରିମାଣ ୩,୭୯,୮୦୭ କୋଟି ଟଙ୍କାରୁ ୩,୯୮,୫୧୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି। କାସା ଜମା ପରିମାଣ ୧,୨୯,୫୮୮ କୋଟି ଟଙ୍କାରୁ ୧,୩୫,୫୩୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ବ୍ୟାଙ୍କ ପକ୍ଷରୁ ପ୍ରକାଶ।

All Right Reserved By

ବାଣିଜ୍ୟ |

ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ;ଖର୍ଚ୍ଚ ଆକଳନ ବଢ଼ିଲାଣି ୧୪୦%

ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ;ଖର୍ଚ୍ଚ ଆକଳନ ବଢ଼ିଲାଣି ୧୪୦%

ନୂଆଦିଲ୍ଲୀ, ୧୩-୮ : ଦେଶରେ ନିର୍ମାଣଧୀନ ଥିବା ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ରେଳ ପ୍ରକଳ୍ପର ଖର୍ଚ୍ଚ ପୂର୍ବ ଆକଳନଠାରୁ ଏବେ ଯଥେଷ୍ଟ ବୃଦ୍ଧି ପାଇଛି। ବର୍ତ୍ତମାନ ଭାରତୀୟ ରେଳର ମୋଟ ୩୪୩ ପ୍ରକଳ୍ପ ନିର୍ମାଣଧୀନ ଥିବା ବେଲେ ସେଥିମଧ୍ୟରୁ ୨୦୪ଟି ପ୍ରକଳ୍ପର ଆନୁମାନିକ ଖର୍ଚ୍ଚ ୧୪୧% ବୃଦ୍ଧି ପାଇଛି। ପ୍ରାରମ୍ଭିକ ଅବସ୍ଥାରେ ଏହି ପ୍ରକଳ୍ପଗୁଡ଼ିକ ମୋଟ ୧୨୯,୩୩୯.୯୬ କୋଟି ଟଙ୍କାରେ ସମ୍ପୂର୍ଣ୍ଣ ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ଏପ୍ରିଲ୍‌ ବେଳକୁ ପୂନର୍ବାର ହିସାବ ହେବା ପରେ ଜଣା ପଡିଛି ଯେ, ଏଥିପାଇଁ ମୋଟ ୩୧୨,୦୨୬.୮୩ କୋଟି ଟଙ୍କା ଖର୍ଚ୍ଚ ହେବ। ଅର୍ଥାତ ଅତିରିକ୍ତ ୧, ୮୨, ୬୮୬.୮୭ କୋଟି  ଟଙ୍କା ଖର୍ଚ୍ଚ ବହନ କରିବାକୁ ପଡିବ। ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ମିଳିଛି।  

ମହାନଦୀ ବିହାରରେ ଖୋଲିଲା ଗୋଦ୍‌ରେଜ୍‌ର ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌

ମହାନଦୀ ବିହାରରେ ଖୋଲିଲା ଗୋଦ୍‌ରେଜ୍‌ର ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌

କଟକ ଅଫିସ୍‌,୧୩।୮:ଦେଶର ପ୍ରମୁଖ ଇଲେକ୍‌ଟ୍ରୋନିକ୍‌ ବ୍ରାଣ୍ଡ୍‌ ଗୋଦ୍‌ରେଜ୍‌ କଟକ ମହାନଦୀବିହାରଠାରେ  ରବିବାର ଏହାର ଏକ୍ସକ୍ଲସିଭ ଆଉଟ୍‌ଲେଟ୍‌ ଉଦ୍‌ଘାଟନ କରିଛି। ଏହି ଅବସରରେ କମ୍ପାନୀର ଜୋନାଲ୍‌ ହେଡ୍‌ ରଘୁନାଥ ମିଶ୍ର, ରୁଚି ମସଲାର ଏମ୍‌ଡି ଶରତ କୁମାର ସାହୁ ଏବଂ ଶୋ’ରୁମ୍‌ର ଫ୍ରାଇଞ୍ଚାଇଜି ଓନର ତଥା ସାଇଓ୍ବାର୍ଲଡ୍‌ ମଲ୍ଟିବ୍ରାଣ୍ଡ୍‌ ଇଲେକ୍‌ଟ୍ରୋନିକ୍‌ ଆଉଟ୍‌ଲେଟ୍‌ର ନିର୍ଦ୍ଦେଶକ ପୀୟୂଷ ମହାନ୍ତି ଏହାକୁ ଉଦ୍‌ଘାଟନ କରିଛନ୍ତି। 

ଆଇଓସିଏଲ୍‌ ନେଟ୍‌ ଲାଭରେ ୫୦% ଅଭିବୃଦ୍ଧି

ଆଇଓସିଏଲ୍‌ ନେଟ୍‌ ଲାଭରେ ୫୦% ଅଭିବୃଦ୍ଧି

ନୂଆଦିଲ୍ଲୀ,  ୧୩-୮: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌(ଆଇଓସିଏଲ୍‌) ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଏହାର ନେଟ୍‌ ଲାଭରେ ୫୦% ଅଭିବୃଦ୍ଧି ହାସଲ କରିଛି। 

୧୪ତମ ପ୍ରତିଷ୍ଠା ଦିବସ ପାଳିଲା ଏଏସ୍‌ବିଏମ୍‌

୧୪ତମ ପ୍ରତିଷ୍ଠା ଦିବସ ପାଳିଲା ଏଏସ୍‌ବିଏମ୍‌

ଭୁବନେଶ୍ୱର, ୧୩-୮:ଏସିଆନ୍‌ ସ୍କୁଲ୍‌ ଅଫ୍‌ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌(ଏଏସ୍‌ବିଏମ୍‌)ର ୧୪ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନବଶାସ୍ତ୍ର ଓ ମାନବର ବିକାଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। 

କାମଧେନୁ କ୍ୟାଟେଲ୍‌ ଫିଡ୍‌ସର ୨୭ତମ ବାର୍ଷିକ ଡିଲର୍ସ ମିଟ୍‌

କାମଧେନୁ କ୍ୟାଟେଲ୍‌ ଫିଡ୍‌ସର ୨୭ତମ ବାର୍ଷିକ ଡିଲର୍ସ ମିଟ୍‌

ପୁରୀ ଅଫିସ,(୧୩ା୮): ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଗାଈ ଓ ମଇଁଷି ଆଦି ପଶୁମାନଙ୍କୁ ଉନ୍ନତମାନର ଖାଦ୍ୟ ନିହାତି ଆବଶ୍ୟକ। ଗୋପାଳକ ମାନଙ୍କର ଏହି ଆବଶ୍ୟକତା ପୂରଣ କରିବା ପାଇଁ  କାମଧେନୁ କେଟେଲ ଫିଡ୍ସ ପ୍ରାଇଭେଟ ଲିମିଟେଡ୍‌ ‘କପିଳା ପଶୁ ଆହାର’ ଉତ୍ପାଦନ କରୁଛି। କାନ୍‌ପୁରଭିତ୍ତିକ ଏହି ଗୋ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ଦୀର୍ଘ ୨୭ ବର୍ଷ ଧରି ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଫଳରେ ଦେଶର ଗୋପାଳକ ତଥା ଦୁଗ୍ଧ ଚାଷୀ ଏଥିରୁ ଯଥେଷ୍ଟ ଉପକୃତ ହେଉଛନ୍ତି।

୨,୪୯୦ କୋଟି ଟଙ୍କାର ଏନ୍‌ପିଏ ସମ୍ପତ୍ତି ବିକିବ ଏସ୍‌ବିଆଇ

୨,୪୯୦ କୋଟି ଟଙ୍କାର ଏନ୍‌ପିଏ ସମ୍ପତ୍ତି ବିକିବ ଏସ୍‌ବିଆଇ

ନୂଆଦିଲ୍ଲୀ, ୧୩-୮: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ଠାରୁ ଋଣ ନେଇଥିବା ଦୁଇ କମ୍ପାନୀର ସମ୍ପତ୍ତି ନିଲାମ ହେବ। ଏହି ଦୁଇ ସଂସ୍ଥା ହେଲେ ବମ୍ବେ ରାୟନ ଫ୍ୟାଶନସ୍‌ ଲିମିଟେଡ୍‌ ଏବଂ ଶିଭମ ଧାତୁ ଉଦ୍ୟୋଗ ପ୍ରାଇଭେଟ୍‌ ଲିମିଟେଡ୍‌। 

ଅସୁଲି ଧାରାକୁ ତ୍ୱରାନ୍ବିତ କରିଛି ଆଇବିସି

ଅସୁଲି ଧାରାକୁ ତ୍ୱରାନ୍ବିତ କରିଛି ଆଇବିସି

ନୂଆଦିଲ୍ଲୀ,୧୩-୮: ସରକାର ଲାଗୁ କରିଥିବା ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ (ଆଇବିସି) ଯୋଗୁ ଋଣ ଅସୁଲି ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି। ଏହା ଦ୍ୱାରା ବ୍ୟାଙ୍କଗୁଡିକର ସ୍ଥିତିରେ ଉନ୍ନତି ଆସିଥିବା ଫିକି ପକ୍ଷରୁ ହୋଇଥିବା ସର୍ଭେରେ ପ୍ରକାଶ ପାଇଛି।

ଆଧାର ନମ୍ବର ଶେୟାରିଂ ପ୍ରସଙ୍ଗ; ଲୋକଙ୍କୁ ସଚେତନ କରାଇବ ୟୁଆଇଡିଏଆଇ

ଆଧାର ନମ୍ବର ଶେୟାରିଂ ପ୍ରସଙ୍ଗ; ଲୋକଙ୍କୁ ସଚେତନ କରାଇବ ୟୁଆଇଡିଏଆଇ

ନୂଆଦିଲୀ,୧୩-୮(ପି.ଟି): ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଅଧ୍ୟକ୍ଷ ରାମ ସେବକ ଶର୍ମା ଟୁଇଟରରେ ନିଜ ଆଧାର ନମ୍ବର ଶେୟାରିଂ ସହ ହ୍ୟାକରଙ୍କୁ ଚ୍ୟାଲେଞ୍ଜ କରିବା ପରେ ଉକ୍ତ ପ୍ରସଙ୍ଗ ବିବାଦୀୟ ହୋଇ ପଡିଥିଲା।

ବରଗଡରେ ହେବ ବିପିସିଏଲ୍‌ର ଇଥାନଲ୍‌ ପ୍ଲାଣ୍ଟ

ବରଗଡରେ ହେବ ବିପିସିଏଲ୍‌ର ଇଥାନଲ୍‌ ପ୍ଲାଣ୍ଟ

ନୂଆଦିଲୀ,୧୩-୮(ପି.ଟି): ରାଷ୍ଟ୍ରାୟତ୍ତ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ବିପିସିଏଲ୍‌) ଓଡିଶାରେ ଏକ ଇଥାନଲ୍‌ ପ୍ଲାଣ୍ଟ ସ୍ଥାପନ କରିବ। ଉକ୍ତ ପ୍ଲାଣ୍ଟ ବରଗଡ ଜିଲାର ବଉଳସିଂହା ଗ୍ରାମରେ ସ୍ଥାପନ କରାଯିବ। ଏଥି ଲାଗି କମ୍ପାନୀକୁ ପରିବେଶ ମଞ୍ଜୁରୀ ମିଳିଥିବା

ନିଯୁକ୍ତି ସୃଷ୍ଟିର ବିକଳ୍ପ ହୋଇଛି ଏମ୍‌ଏସ୍‌ଏମ୍‌ଇ

ନିଯୁକ୍ତି ସୃଷ୍ଟିର ବିକଳ୍ପ ହୋଇଛି ଏମ୍‌ଏସ୍‌ଏମ୍‌ଇ

ଭୁବନେଶ୍ୱର,୧୩-୮(ବ୍ୟୁରୋ) :ଦେଶର ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଓଡିଶାରେ ଅଧିକ ପ୍ରାକୃତିକ ସମ୍ପଦ ଭରି ରହିଛି। ରାଜ୍ୟରେ ୪୮୦ କିମିର ବିସ୍ତୃତ ବେଳାଭୂମି ,ଉନ୍ନତ ଏଗ୍ରି କ୍ଲାଇମେଟିକ ଜୋନ ରହିଛି। କେବଳ ଖଣି କ୍ଷେତ୍ର ନୁହେଁ ଭାଲ୍ୟୁ ଆଡିଶନ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଜେଟ୍‌ ଏୟାରଓ୍ବେଜର ଅଡିଟ୍‌ କରିବ ଡିଜିସିଏ

ଜେଟ୍‌ ଏୟାରଓ୍ବେଜର ଅଡିଟ୍‌ କରିବ ଡିଜିସିଏ

ମୁମ୍ବାଇ,୧୩-୮(ପି.ଟି) ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ସିଭିଲ୍‌ ଆଭିଏଶନ(ଡିଜିସିଏ) ଜେଟ୍‌ ଏୟାରଓ୍ବେଜର ଆର୍ଥତ୍କ ଅଡିଟ କରିବ। ନରେଶ ଗୋଏଲଙ୍କ ମାଲିକାନାରେ ଚାଲୁଥିବା ଉକ୍ତ କମ୍ପାନୀର ଆର୍ଥତ୍କ ସ୍ଥିତି ବର୍ତ୍ତମାନ ସଙ୍କଟରେ ରହିଛି।

ସ୍ପେୟାର ଅଭାବରୁ ଉଡୁନି ଏୟାର ଇଣ୍ଡିଆର ଏକ ଚତୁର୍ଥାଂଶ ବିମାନ

ସ୍ପେୟାର ଅଭାବରୁ ଉଡୁନି ଏୟାର ଇଣ୍ଡିଆର ଏକ ଚତୁର୍ଥାଂଶ ବିମାନ

ନୂଆଦିଲ୍ଲୀ,୧୩-୮: ବର୍ତ୍ତମାନ ବିଭିନ୍ନ ସମସ୍ୟା ଘେରରେ ରହିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ଏକ ଚତୁର୍ଥାଂଶ ବିମାନ ଉଡାଣ ଭରିବାକୁ ସକ୍ଷମ ହେଉ ନାହିଁ। ବିମାନଗୁଡିକରେ ସ୍ପେୟାର ସମସ୍ୟା ରହିଥିବା ପାଇଲଟମାନେ କହିଛନ୍ତି। 

Model This Week

ଯସ୍ମିନ୍