ବାଲେଶ୍ୱର

ଭୌଗୋଳିକ ସ୍ଥିତି ବିକାଶକୁ ବାଧକ

ଭୌଗୋଳିକ ସ୍ଥିତି ବିକାଶକୁ ବାଧକ
ଚାନ୍ଦବାଲି,୯।୨-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଏକ ବଡ଼ ଅଞ୍ଚଳର ନାମ ‘ଜଳଦେଶ’। ସାଳନ୍ଦୀ, ବୈତରଣୀ ନଦୀ ଓ ଏହାର ଶାଖା କେନାଲ ଏହି ଅଞ୍ଚଳକୁ ବର୍ଷର ୬ମାସ ଜଳବନ୍ଦୀ କରି ରଖିଥାଏ। ଏହି କାରଣରୁ ଅଞ୍ଚଳର ନାମ ଜଳଦେଶ ହୋଇଥିବା କୁହାଯାଏ। ଚାନ୍ଦବାଲି ବ୍ଲକର ପଶ୍ଚିମ ପଟେ ଥିବା ଆରଡ଼ି, ଓଳଗ, ସୁନ୍ଦରପୁର, ନାନ୍ଦପୁର, ତେନ୍ତୁଲିଡିହି, ଭୂଇଁବୃତ୍ତି, ଘଟପୁର, ମାଧପୁର ପରି ୮ଟି ପଞ୍ଚାୟତ ସମେତ ବାଲିଗାଁ, ବଡ ଓସ୍ତିଆ, ଭାଟପଡା, ମହୁଲିଆ, ନାଲଗୁଣ୍ଡା, ଖେରଙ୍ଗ ପଞ୍ଚାୟତର କେତେକ ଗାଁ ଜଳଦେଶ ଇଲାକା ଭାବେ ପରିଚିତ । ଏହି ଅଞ୍ଚଳରେ ଓଳଗ, ମହୁଲିଆ ଓ ଖେରଙ୍ଗ ପଞ୍ଚାୟତ ୨୦୧୭ ମସିହାରେ ଗଠିତ ହୋଇଥିବା ବେଳେ ବାଲିଗାଁ ଓ ବଡଓସ୍ତିଆ(ଅଂଶ) ଏବେ ଚାନ୍ଦବାଲି ଏନଏସିରେ ସାମିଲ ହୋଇଛି। ଜଳଦେଶ ଅଞ୍ଚଳ ପୂର୍ବରୁ ଧାମନଗର ନିର୍ବାଚନ ମଣ୍ଡଳୀରେ ରହିଥିଲା। ବର୍ତ୍ତମାନ ଏହା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଛି। ଗମନାଗମନ, ବିଦ୍ୟୁତ୍‌, ପାନୀୟଜଳ ଯୋଗାଣ, ଜଳସେଚନ ଏ ଅଞ୍ଚଳର ପ୍ରମୁଖ ସମସ୍ୟା। ଭଦ୍ରକ ଓ ଯାଜପୁର ଜଳସମ୍ପଦ ଡିଭିଜନ ଉକ୍ତ ଅଞ୍ଚଳ ନଦୀବନ୍ଧର ରକ୍ଷଣାବେକ୍ଷଣ କରୁଛି। ନଦୀକୂଳିଆ ଅଞ୍ଚଳକୁ ସଂଯୋଗ ପାଇଁ ବିଭିନ୍ନ ପ୍ରକଳ୍ପ କାଯର୍‌ୟକାରୀ ହୋଇଥିଲେ ମଧ୍ୟ ସ୍ଥାନୀୟ ଲୋକେ ସୁଫଳ ପାଉ ନାହାନ୍ତି । ଦୀର୍ଘ ବର୍ଷ ପରେ ଏ ଅଞ୍ଚଳରେ ପ୍ରଗତିମୂଳକ କାର୍ଯ୍ୟ ହେଉଥିଲେ ମଧ୍ୟ ବନ୍ୟା, ଲୁଣାପାଣି ମାଡିବା, କୁମ୍ଭୀର ଆକ୍ରମଣ, ନଦୀବନ୍ଧ ଭୁଶୁଡିବା ଭଳି ଘଟଣା ସ୍ଥାନୀୟ ଲୋକଙ୍କୁ ଚିନ୍ତିତ କରୁଛି। ଧାନ, ମାଛ ଓ ଗୋସମ୍ପଦ-ବୈତରଣୀର ଶାଖା କଉଡିଆ ଯୋର ଉପରେ କଉଡିଆ ଜଳସେଚନ ପ୍ରକଳ୍ପ କାଯର୍‌ୟକାରୀ ହୋଇଛି। ସାଳନ୍ଦୀ ନଦୀର ପାଣିକୁ ଚାଷୀଙ୍କ ସବୁଦିନିଆ ବ୍ୟବହାର ପାଇଁ ନଟିଆ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଧାନ, ମାଛ, କ୍ଷୀର ଏହି ଅଞ୍ଚଳବାସୀଙ୍କ ଆୟର ମୁଖ୍ୟ ଉତ୍ସ । ବନ୍ୟାପାଣି ମାଡି ଶାରଦ ଧାନ ଚାଷ କ୍ଷତିଗ୍ରସ୍ତ ହେଲେ ଲୋକେ ଡାଳୁଅ ଧାନ କରି କ୍ଷତି ଭରଣା କରିଥାନ୍ତି। ଏହି ଅଞ୍ଚଳରେ ଗୋମହିଷାଦିଙ୍କ ସଂଖ୍ୟା କିଛି କମ୍‌ ନୁହେଁ । ପଟୁମାଡିବା କାରଣରୁ ଏଠାରେ ଜମି ଉର୍ବର । ପାରମ୍ପରିକ କୃଷି ଯନ୍ତ୍ରପାତି ଓ କମ୍‌ ରାସାୟନିକ ସାର ପ୍ରୟୋଗରେ ଭଲ ଫସଲ ହୋଇଥାଏ । କେବଳ ଧାନ ନୁହେଁ ଜଳଦେଶର କେତେକ ଗାଁରେ ଏବେ ଗହମ, ଚିନାବାଦାମ, ପନିପରିବା, ମକା, ସୋରିଷ, ସୂଯର୍‌ୟମୁଖୀ ଚାଷ କରାଯାଉଛି। ଭିତ୍ତିଭୂମି-ପ୍ରସିଦ୍ଧ ଶୈବପୀଠ ଆରଡି, ଶକ୍ତିପୀଠ ଚଣ୍ଡୀ ଏହି ଅଞ୍ଚଳରେ ରହିଛି । ଉକ୍ତ ଅଞ୍ଚଳ ଦେଇ ହଳଦିଆ-ପାରାଦୀପ ପାଇପ ଲାଇନ ଯାଇଛି । ବାତ୍ୟା ମୁକାବିଲା ଲାଗି ୭ ଆଶ୍ରୟସ୍ଥଳ ତିଆରି ହୋଇଛି। ଆରଡି, ମାଧପୁର, ଭାଟପଡାରେ ଖୋଲିଛି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର । ଭଦ୍ରକ-ଚାନ୍ଦବାଲି ମୁଖ୍ୟ ସଡକରୁ ଏହି ଅଞ୍ଚଳକୁ ସଂଯୋଗ କରୁଥିବା ମତୋ-ମାଧପୁର, କରାଣ୍ଡିମାଳ-ଧାନଖଣିଆ, ଚାନ୍ଦବାଲି-ଆରଡି, ମହୁଲିଆ-ଭୂଇଁବୃତ୍ତି, ଖେରଙ୍ଗ-ହେଙ୍ଗୁପତି ରାସ୍ତା ଅଞ୍ଚଳକୁ ସଂଯୋଗ କରୁଛି। ବନ୍ୟା ସମୟରେ ଏହି ରାସ୍ତା ଉପରେ ଉଭୟ ଲୋକ ଓ ଗୃହପାଳିତ ପ୍ରାଣୀ ଆଶ୍ରୟ ନେଇ ଥାଆନ୍ତି । ଜଳଦେଶର କିଛି ଅଞ୍ଚଳ ଦେଇ ପ୍ରସ୍ତାବିତ ୨୦ ନମ୍ବର ଜାତୀୟ ରାଜପଥ ଯାଉଛି । ପ୍ରଗତି ବାଟବଣା-ଜଳଦେଶର ଅନେକ ଗାଁ ଓ ପଡାକୁ ସବୁଦିନିଆ ରାସ୍ତା ନାହିଁ । ଏଭଳି ଗାଁଗୁଡିକ ହେଲା ବାଟିଟଙ୍କି, ତରୁଖା, ଅନୁଗ୍ରହପୁର, ରତନୀ, ଜୟନ୍ତୀ, ଅଣଖାସାହି, ମଧୁପୁର । କେନାଲର ଅଧିକାଂଶ ସ୍ଥାନରେ ସ୍ଲୁଇସ୍‌ଗେଟ ନ ଥିବାରୁ ଜମିକୁ ଅବାଧରେ ଲୁଣାପାଣି ମାଡୁଛି । ଖାଲୁଆ ଅଞ୍ଚଳ କାରଣରୁ ସାମାନ୍ୟ ବର୍ଷା ହେଲେ ପଞ୍ଚାୟତ ଓ ବ୍ଲକ କାଯର୍‌ୟାଳୟରୁ ଗାଁ ଗୁଡିକ ବିଚ୍ଛିନ୍ନ ହୋଇ ପଡିଥାଏ । ସାଳନ୍ଦୀ, ବୈତରଣୀ ଓ ଏହାର ଶାଖାନଦୀର ବନ୍ୟାପାଣି ଭଦ୍ରକ-ଆରଡି ରାସ୍ତା ପାର ହେବା ପରଦିନ ଜଳଦେଶର ଗାଁ ରାସ୍ତା ସବୁ ବୁଡିଯାଏ। ଜଳପଥରେ ଡଙ୍ଗା ଯୋଗେ ରିଲିଫ ପଠାଯାଇଥାଏ । ସମ୍ପ୍ରତି ଏହି ଅଞ୍ଚଳର ଅଧିକାଂଶ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଫାଟି ଆଁ କରିଛି । ୩ ଥର ଟେଣ୍ଡର ସତ୍ତ୍ବେ ତିନିତର ଓ ଧାନଖଣିଆ ପୋଲ ନିର୍ମାଣ ପ୍ରସ୍ତାବରେ ଅଟକିଛି । ଏମାନେ କୁହନ୍ତି-ବନ୍ୟା ନିୟନ୍ତ୍ରଣ ସହିତ ଜଳଦେଶର ବିକାଶ ପାଇଁ ମାଷ୍ଟର ପ୍ଲାନ ଆବଶ୍ୟକ ବୋଲି ଭଦ୍ରକ ଜିଲାପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ କହିଛନ୍ତି। ଜଳଦେଶରେ ବିଭିନ୍ନ ଯୋଜନା କାଯର୍‌ୟକାରୀ ହେଉଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ଅର୍ଥନୈତିକ ବିକାଶରେ ଏହା ସହାୟ ହେଉନାହିଁ ବୋଲି କହିଛନ୍ତି ଯୁବ କଂଗ୍ରେସ ନେତା ମନୋଜ ବିଶ୍ୱାଳ । ଭିତ୍ତି ଭୂମିର ବିକାଶ ହୋଇଥିଲେ ବି ଅନେକ କାମ ବାକି ରହିଛି ବୋଲି ଭାଜପା ନେତା ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ କହିଛନ୍ତି। ଚାନ୍ଦବାଲି-ହେଙ୍ଗୁପତି ଲୁଣାବନ୍ଧର ସୁଦୃଢୀକରଣ ସହିତ ବିଭିନ୍ନ ନାଳରେ ସ୍ଲୁଇସ୍‌ ଓ ଚେକ୍‌ଡ୍ୟାମ ନିର୍ମାଣ ହେଲେ ଜଳଦେଶର କୃଷିର ଉନ୍ନତି ହୋଇପାରନ୍ତା ବୋଲି ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଅଶୋକ ବଳ କହିଛନ୍ତି।
All Right Reserved By

ବାଲେଶ୍ୱର

ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ମାମଲା: ଜେଲ୍‌ ଗଲେ ୬୫ ବର୍ଷୀୟ ବୃଦ୍ଧ

ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ମାମଲା: ଜେଲ୍‌ ଗଲେ ୬୫ ବର୍ଷୀୟ ବୃଦ୍ଧ

ଜଳେଶ୍ୱର, ୧୭।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଞ୍ଚଳର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ରାଇବଣିଆ ପୋଲିସ ଜଳଖିଆ ଦୋକାନୀ ଅଭିମନ୍ୟୁ ଘୋଷ (୬୫)ଙ୍କୁ ଗିରଫ କରି ଶୁକ୍ରବାର ବାଲେଶ୍ୱରସ୍ଥିତ ସ୍ବତନ୍ତ୍ର ଅଦାଲତ (ପୋକ୍ସୋ କୋର୍ଟ)ରେ ହାଜର କରାଇଥିଲା। ଘଟଣାକୁ ଗୁରୁତର ସହ ନେଇ ବିଚାରପତି ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିବା ପରେ ତାଙ୍କୁ ଜିଲା କାରାଗାରର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। 

ଚିକିତ୍ସାଧୀନ କନଷ୍ଟେବଳଙ୍କ ମୃତ୍ୟୁ

ଚିକିତ୍ସାଧୀନ କନଷ୍ଟେବଳଙ୍କ ମୃତ୍ୟୁ

ବାଲେଶ୍ୱର ଅଫିସ, ୧୭।୮-ବାଲେଶ୍ୱର ଜିଲା ମୁଖ୍ୟଚିକିତ୍ସାଳୟ ରେଡ଼କ୍ରସ କେବିନ୍‌ରେ ଚିକିତ୍ସାଧୀନ ଟାଉନ୍‌ ଥାନା ଅଧୀନ ଦାମୋଦରପୁର ଫାଣ୍ଡିରେ କାର୍ଯ୍ୟରତ କନଷ୍ଟେବଳ ପୁରୁଷୋତ୍ତମ ମୁଦୁଲି (୩୩)ଙ୍କ ଶୁକ୍ରବାର ପୂର୍ବାହ୍ନରେ ମୃତ୍ୟୁ ଘଟିଛି। ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ କନଷ୍ଟେବଳ ସଂଘ ତରଫରୁ ଡାକ୍ତରଙ୍କ ଅବହେଳା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। 

ରାତି ଅଧରେ ବ୍ୟବସାୟୀଙ୍କଠାରୁ ଟଙ୍କା, କାର୍‌ ଲୁଟ୍‌:  ୩ ଘଣ୍ଟା ପରେ ଧରାପଡ଼ିଲେ ୫ ଲୁଟେରା

ରାତି ଅଧରେ ବ୍ୟବସାୟୀଙ୍କଠାରୁ ଟଙ୍କା, କାର୍‌ ଲୁଟ୍‌: ୩ ଘଣ୍ଟା ପରେ ଧରାପଡ଼ିଲେ ୫ ଲୁଟେରା

ବାଲେଶ୍ୱର ଅଫିସ,୧୭।୮-ବାଲେଶ୍ୱର ଟାଉନ ଥାନା ଚୁନଭାଟି ରାସ୍ତାରେ ୬ ଜଣ ଯୁବକ ଗୁରୁବାର ମଧ୍ୟରାତ୍ରିରେ ଜଣେ ଚିଙ୍ଗୁଡ଼ି ବ୍ୟବସାୟୀଙ୍କୁ ପିଛା କରି ଦହପଡ଼ାସ୍ଥିତ ରିଭର ସାଇଡ୍‌ ପେଟ୍ରୋଲ ପମ୍ପ ନିକଟରେ ଅଟକାଇ ମାଡ ମାରିବା ସହ ପାଖରେ ଥିବା ଟଙ୍କା, ମୋବାଇଲ ସହ କାର୍‌କୁ ଲୁଟି ନେଇ ପଳାଇଥିଲେ। 

‘ମହାନ ବ୍ୟକ୍ତିତ୍ୱ ପାଇଁ ସ୍ମରଣୀୟ ରହିବେ ବାଜପେୟୀ’

‘ମହାନ ବ୍ୟକ୍ତିତ୍ୱ ପାଇଁ ସ୍ମରଣୀୟ ରହିବେ ବାଜପେୟୀ’

ତିହିଡ଼ି,୧୭।୮(ଡି.ଏନ.ଏ.)-ତିହିଡ଼ି ଟାଉନ ହଲ୍‌ରେ ଗୁରୁବାର ସନ୍ଧ୍ୟାରେ ଭାଜପା ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।

 ସାତକୋଶିଆ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ସାତକୋଶିଆ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ଠାକୁରମୁଣ୍ଡା,୧୭।୮(ଡି.ଏନ.ଏ)- ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ଶ୍ରୀ ଶ୍ରୀ ଦିଗେଶ୍ୱରୀ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ୨୧ତମ ଫୁଟବଲ  ଟୁର୍ନାମେଣ୍ଟ ଉଦ୍‌ଯାପିତ  ହୋଇଯାଇଛି ।

‘ଆମ ପରିବାର ଓ ଆମ ପଞ୍ଚାୟତ’ ଲୋକାର୍ପିତ

‘ଆମ ପରିବାର ଓ ଆମ ପଞ୍ଚାୟତ’ ଲୋକାର୍ପିତ

ରୂପ୍‌ସା,୧୭।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ଅନ୍ତର୍ଗତ କସିପଦା ପଞ୍ଚାୟତ ହାଇସ୍କୁଲରେ ‘ଆମ ପରିବାର ଓ ଆମ ପଞ୍ଚାୟତ’ ପତ୍ରିକାର ତୃତୀୟ ସଂଖ୍ୟା ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

 ରାସ୍ତା ଜାମ୍‌କୁ ନେଇ ମାରପିଟ, ୨ ଗୁରୁତର

ରାସ୍ତା ଜାମ୍‌କୁ ନେଇ ମାରପିଟ, ୨ ଗୁରୁତର

ଯୋଡା,୧୭।୮(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଖଣ୍ଡବନ୍ଧ ରାସ୍ତାରେ ଟ୍ରାଫିକ ଜାମ୍‌କୁ କେନ୍ଦ୍ରକରି ଡ୍ରାଇଭର ଓ ହେଲପରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ୨ ଜଣ ଆହତ ହୋଇଛନ୍ତି। ଗତ ସୋମବାର ରାତି ୮ଟାରେ ରାସ୍ତାରେ ଟ୍ରାଫିକ୍‌ ଜାମ ଥିବାରୁ ଡ୍ରାଇଭର ଇଚ୍ଛାକାନ୍ତ ମହାନ୍ତ ଓରଫ ମିଥୁନ, ଲଖନ ମୁଣ୍ଡାଙ୍କ ସହ ଡ୍ରାଇଭର ରାଜେଶ ଗୋପ, ସଞ୍ଜୟ ମୁଣ୍ଡା, ମଙ୍ଗଲ ଟୁଡୁ ଓ ତାଙ୍କ  କେତ ଜଣ ସହଯୋଗୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଡ୍ରାଇଭର ଇଚ୍ଛାକାନ୍ତ ଓ ଲଖନଙ୍କୁ ଘେରି ଯାଇ ମରଣାନ୍ତକ ଆକ୍ରମଣ କରାଯାଇଥିଲା।

ବିଦ୍ୟୁତ୍‌ ଆଘାତରେ ଜୀବନ ଗଲା

ବିଦ୍ୟୁତ୍‌ ଆଘାତରେ ଜୀବନ ଗଲା


ଚମ୍ପୁଆ, ୧୭।୮(ଡି.ଏନ.ଏ.): ଚମ୍ପୁଆ ବ୍ଲକ ସଡ଼ଙ୍ଗୀ ପଞ୍ଚାୟତ ଆଙ୍କୁଡି ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଆଙ୍କୁଡି ଗ୍ରାମର କୁମୁଦ ନାଏକଙ୍କ ସ୍ତ୍ରୀ ସୀମାରାଣୀ। ସକାଳୁ ରୋଷେଇ ଘରେ ଗ୍ରାଇଣ୍ଡର ବ୍ୟବହାର କରୁଥିବା ବେଳେ ବିଦ୍ୟୁତ ଆଘାତରେ ସେ ଅଚେତ ହୋଇ ତଳେ ପଡିଯାଇଥିଲେ। ଘର ଲୋକ ସୀମାରାଣୀଙ୍କୁ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଚମ୍ପୁଆ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ସୁଶାନ୍ତ ନାଏକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଖବର ପାଇ ବାରିଆ ଥାନା ଅଧିକାରୀ ସୁଶାନ୍ତମଣି ମାହାନ୍ତ ମୃତଦେହ ଜବତ କରିଥିଲେ।

ଛାତ୍ରୀଛାତ୍ରଙ୍କୁ ପାଠ୍ୟ ଉପକରଣ ବଣ୍ଟନ

ଛାତ୍ରୀଛାତ୍ରଙ୍କୁ ପାଠ୍ୟ ଉପକରଣ ବଣ୍ଟନ

କେନ୍ଦୁଝର, ୧୭।୮(ସ୍ବ.ପ୍ର.): ବାଂଶପାଳ ବ୍ଲକ ଶୁଆକାଟୀସ୍ଥିତ ଓଡ଼ିଶା ଖଣିନିଗମ ଦ୍ୱାରା ସ୍ବୀକୃତିପ୍ରାପ୍ତ ଖଣି ଉତ୍ତୋଳନକାରୀ ସଂସ୍ଥା କଳିଙ୍ଗ କମର୍ସିଆଲ କର୍ପୋରେସନ ଲିଃ ତରଫରୁ ୭୨ତମ ସ୍ବାଧୀନତା ଦିବସ ଅବସରରେ କୁମୁଣ୍ଡି, ତଳକଇଁସାରୀ, ଶୁଆକାଟୀ ପଞ୍ଚାୟତରେ ଥିବା ୯ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟକୁ ସବୁଦିନ ଯିବା ଏବଂ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ପାଇବା ଉଦ୍ଦେଶ୍ୟରେ ସ୍କୁଲ ବ୍ୟାଗ ଏବଂ ଜ୍ୟାମିତି ବାକ୍ସ ପ୍ରଦାନ କରାଯାଇଥିଲା।

ଚୋରି ଘଟଣାର ପର୍ଦ୍ଦାଫାଶ

ଚୋରି ଘଟଣାର ପର୍ଦ୍ଦାଫାଶ

ବଡ଼ବିଲ, ୧୭।୮(ସ୍ବ.ପ୍ର.): ବଡ଼ବିଲ ଥାନା ପୋଲିସ ୩ ପୃଥକ୍‌ ଚୋରି ମାମଲାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୩ ମୋବାଇଲ, ୪ ବ୍ୟାଟେରି, ୩ ଏଲଇଡି ଟିଭି ସହ ଅନ୍ୟ ସାମଗ୍ରୀ ଜବତ ହୋଇଛି। ଗିରଫମାନେ ହେଲେ ବଡବିଲ ଗାଢା ହଟିଂ ଅଞ୍ଚଳରେ ରହୁଥିବା ମନୋଜ ରାଜପୁତ ଓରଫ ବଡକ୍ତି ଓ ସନ୍ଦୀପ କାଣ୍ଡୁଲନା ବୋଲି ଏକ ଖବରଦାତା  ବିଜ୍ଞପ୍ତିରେ ଏସଡିପିଓ (ସବଡିଭିଜନାଲ ପୋଲିସ ଅଫିସର) ରାହୁଲ ଜୈନ ସୂଚନା ଦେଇଛନ୍ତି।

ବିଜୁବାହିନୀ ପକ୍ଷରୁ ବୃକ୍ଷରୋପଣ

ବିଜୁବାହିନୀ ପକ୍ଷରୁ ବୃକ୍ଷରୋପଣ

 ଭଞ୍ଜକିଆ, ୧୭।୮-ମୟୂରଭଞ୍ଜ ଜିଲା ରରୁଆ ବ୍ଲକ ଅଧୀନ ତିଳକୁଟି  ଅଙ୍ଗନଓ୍ବାଡି କେନ୍ଦ୍ର ପରିସରରେ ବିଜୁ ବାହିନୀ ପକ୍ଷରୁ  ବୃକ୍ଷ ରୋପଣ କରାଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶିରିଷ ଚନ୍ଦ୍ର ପାତ୍ର ଯୋଗଦେଇଥିଲେ ।

 ବିଦ୍ୟାଳୟରେ ନିଶା ନିବାରଣ କାର୍ଯ୍ୟକ୍ରମ:  ବିଦ୍ୟାର୍ଥୀ ସଚେତନ ହେଲେ ପରିବର୍ତ୍ତନ ସମ୍ଭବ

ବିଦ୍ୟାଳୟରେ ନିଶା ନିବାରଣ କାର୍ଯ୍ୟକ୍ରମ: ବିଦ୍ୟାର୍ଥୀ ସଚେତନ ହେଲେ ପରିବର୍ତ୍ତନ ସମ୍ଭବ

ସଜନାଗଡ଼,୧୭।୮(ଡି.ଏନ.ଏ.)-ରାଜ୍ୟ ସରକାରଙ୍କର ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରାୟୋଜିତ ସାମାଜିକ ସଙ୍ଗଠନ ଜ୍ଞାନଶ୍ରୀ ପକ୍ଷରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ନୀଳଗିରିସ୍ଥିତ କେ.ସି  ହାଇସ୍କୁଲ ଏବଂ ରତ୍ନାକର ଟାଉନ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି । 
ରତ୍ନାକର ଟାଉନ ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ସଙ୍ଗଠନ ସମ୍ପାଦକ ପ୍ରଶାନ୍ତ କୁମାର ପଟେଲଙ୍କ ସଭାପତିତ୍ୱ କରିଥିଲେ। ସଭାରେ ଜ୍ଞାନଶ୍ରୀ ଦ୍ୱାରା ପ୍ରସ୍ତୁତ ସଚେତନତାମୂଳକ ନିଶା ନିବାରଣ ଭିଡ଼ିଓ ନିଶାନ୍ତ ପ୍ରଦର୍ଶନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।