Dharitri News
ବାଣିଜ୍ୟ |

କମ୍ପାନୀଗୁଡିକର ସିଏସ୍‌ଆର୍‌ ବ୍ୟୟ ୪,୭୧୯ କୋଟି

କମ୍ପାନୀଗୁଡିକର ସିଏସ୍‌ଆର୍‌ ବ୍ୟୟ ୪,୭୧୯ କୋଟି ନୂଆଦିଲ୍ଲୀ,୯-୨(ପି.ଟି.) ଚଳିତ ଆର୍ଥିକବର୍ଷର ପ୍ରଥମ ୮ ମାସରେ କମ୍ପାନୀଗୁଡିକ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌) କାର୍ଯ୍ୟରେ ୪,୭୧୯ କୋଟି ଟଙ୍କା ବ୍ୟୟ କରିଛନ୍ତି। ତେବେ ଏ କ୍ଷେତ୍ରରେ ଘରୋଇ କମ୍ପାନୀଗୁଡିକର ଅବଦାନ ଅଧିକ ରହିଥିବା କର୍ପୋରେଟ୍‌ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପି. ପି. ଚୌଧୁରୀ ଲୋକ ସଭାରେ ଲିଖିତ ଉତ୍ତରରେ ଜଣାଇଛନ୍ତି। ସୂଚନାଯୋଗ୍ୟ, କମ୍ପାନୀ ଆଇନ ୨୦୧୩ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ବର୍ଗର କମ୍ପାନୀ ସେମାନଙ୍କ ୩ ବର୍ଷର ହାରାହାରି ବାର୍ଷିକ ନେଟ୍‌ ଲାଭର ଅତିକମ୍‌ରେ ୨% ସିଏସ୍‌ଆର୍‌ କାର୍ଯ୍ୟରେ ବ୍ୟୟ କରିବା ଆବଶ୍ୟକ।

ବାଣିଜ୍ୟ |

 ବଡ ଖେଳ କରିବାକୁ ପ୍ରସ୍ତୁତ ହେଉଥିଲେ ମୋଦି

ବଡ ଖେଳ କରିବାକୁ ପ୍ରସ୍ତୁତ ହେଉଥିଲେ ମୋଦି

ବମ୍ବେ,୧୭-୨ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)କୁ ୧୧,୪୦୦ କୋଟି ଟଙ୍କାର ଚୂନ ଲଗାଇଥିବା ନୀରବ ମୋଦି ଏବଂ ତାଙ୍କର ମାମୁ ତଥା ବ୍ୟବସାୟିକ ସହଯୋଗୀ ମେହୁଲ୍‌ ଚୋକ୍‌ସୀ ବଡ ଖେଳ କରିବା ଚକ୍କରରେ ଥିଲେ। ଯଦି ବ୍ୟାଙ୍କ ଠକେଇ ମାମଲାର ପର୍ଦ୍ଦାଫାଶ ହୋଇ ନ ଥାନ୍ତା ତା’ହେଲେ ଏମାନେ ଏହି ଯୋଜନାକୁ ସଫଳ କରିଥାନ୍ତେ। ପାଣ୍ଠି ବଢ଼ାଇବା ପାଇଁ ଏମାନେ ପୁଞ୍ଜି ବଜାରର ସାହାଯ୍ୟ ନେଇଥାନ୍ତେ। ପ୍ରାଥମିକ ପବ୍ଲିକ୍‌ ଅଫର(ଆଇପିଓ) ଆଣି ପୁଞ୍ଜି ବଜାରରେ ପ୍ରବେଶ କରିବା ପାଇଁ ଏମାନେ ଯୋଜନା କରୁଥିଲେ।

ରେଡ୍‌ କାର୍ପେଟ୍‌ରେ ଚମକୁଥିଲା ନୀରବଙ୍କ ହୀରା

ରେଡ୍‌ କାର୍ପେଟ୍‌ରେ ଚମକୁଥିଲା ନୀରବଙ୍କ ହୀରା

ନୀରବ ମୋଦିଙ୍କ ନାଁ ଖାଲି ଯେ ଭାରତ ମଧ୍ୟରେ ସୀମିତ ତାହା ନୁହେଁ ହଲିଉଡ୍‌ର ରେଡ୍‌ କାର୍ପେଟ୍‌ରେ ତାଙ୍କ ହୀରା ଚମକୁଥିଲା। କେଟ୍‌ ଓ୍ବିନ୍ସଲେଟ୍‌ ଏବଂ ରୋଜି ହଣ୍ଟିଙ୍ଗ୍‌ଟନ୍‌ ହ୍ବାଇଟ୍‌ଲେଙ୍କ ଭଳି ହଲିଉଡ୍‌ ତାରକାଙ୍କ ବେକରେ ତାଙ୍କର ହୀରା ସ୍ଥାନିତ ହେଉଥିଲା। ଚାଇନିଜ୍‌ ଅଭିନେତ୍ରୀ ଲିଉ ଶି ଶି ତାଙ୍କର ଏକ ଚଳଚ୍ଚିତ୍ରର ପ୍ରିମିୟର୍‌ରେ ମୋଦିଙ୍କ ଗହଣା ପିନ୍ଧିଛନ୍ତି। ଫିଫ୍ଟି ସେଡ୍‌ସ ଅଫ୍‌ ଗ୍ରେର ଅଭିନେତ୍ରୀ ଡାକୋଟା ଜନ୍‌ସନ୍‌ ଗୋଲ୍‌ଡେନ୍‌ ଗ୍ଲୋବ୍‌ସ ଆଓ୍ବାର୍ଡରେ ନୀରବଙ୍କ ଗହଣା ପିନ୍ଧିଛନ୍ତି। ଏଭଳି ଅନେକ ବିଦେଶୀ ମଡେଲ୍‌ ତଥା ନାୟିକା ମୋଦିଙ୍କ ଗହଣା ପିନ୍ଧିଥିବାବେଳେ ସେ ପାଲଟିଥିଲେ ସେଲିବ୍ରିଟି ଜୁଏଲର୍‌।

ଚଢ଼ାଉ ଜାରି: ଜବତ ହେଲା ୫୬୭୪ କୋଟି ମୂଲ୍ୟର ସମ୍ପତ୍ତି

ଚଢ଼ାଉ ଜାରି: ଜବତ ହେଲା ୫୬୭୪ କୋଟି ମୂଲ୍ୟର ସମ୍ପତ୍ତି

ହୀରା ବ୍ୟବସାୟୀ ନୀରବ ମୋଦି ଏବଂ ଅନ୍ୟମାନଙ୍କ ବିରୋଧରେ ହୋଇଥିବା ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏହାର ଚଢ଼ାଉ ଅଭିଯାନ ଜାରି ରଖିଛି। ତୃତୀୟ ଦିନରେ ଇଡି ୨୫ କୋଟି ଟଙ୍କାର ହୀରା ଏବଂ ଗହଣା ଜବତ କରିଛି। ଫଳରେ ୩ ଦିନରେ ମୋଟ ୫,୬୭୪ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି।

ପିଏନ୍‌ବିକୁ ନିର୍ଦ୍ଦେଶ ଦିଆଯାଇ ନାହିଁ: ଆର୍‌ବିଆଇ

ପିଏନ୍‌ବିକୁ ନିର୍ଦ୍ଦେଶ ଦିଆଯାଇ ନାହିଁ: ଆର୍‌ବିଆଇ

ନୂଆଦିଲ୍ଲୀ, ୧୭-୨ ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି)ରୁ ଜାଲ ଲେଟର ଅଫ୍‌ ଅଣ୍ଡରଟେକିଂ(ଏଲ୍‌ଓୟୁ) ହାତେଇ ହୀରା ବ୍ୟବସାୟୀ ନୀରବ ମୋଦି ବିଦେଶୀ ବ୍ୟାଙ୍କରୁ ପ୍ରାୟ ୧୧,୩୦୦ କୋଟିରୁ ଅଧିକ ଟଙ୍କାର ବେଆଇନ୍‌ କାରବାର କରିଛନ୍ତି। ଏହି ଘଟଣା ଜଣା ପଡିବା ପରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ପିଏନ୍‌ବି ଏହାର କାଉଣ୍ଟର ପାର୍ଟି ବ୍ୟାଙ୍କଗୁଡିକୁ ଟଙ୍କା ଫେରସ୍ତ କରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିର୍ଦ୍ଦେଶ ଦେଇଛି। କିନ୍ତୁ ଆର୍‌ବିଆଇ ପିଏନ୍‌ବିକୁ ଏଭଳି କୌଣସି ନିର୍ଦ୍ଦେଶ ଦେଇନାହିଁ ବୋଲି ଶନିବାର ସ୍ପଷ୍ଟ କରିଛି।

ଠକେଇ ପଛର ବ୍ୟକ୍ତି ଗୋକୁଳନାଥ ସଟ୍ଟୀ

ଠକେଇ ପଛର ବ୍ୟକ୍ତି ଗୋକୁଳନାଥ ସଟ୍ଟୀ

ମୋଦି ଗ୍ରୁପ ଅଫ୍‌ କମ୍ପାନିଜ୍‌ ଏବଂ ମେହୁଲ ଚୋକ୍‌ସିଙ୍କ ପାଇଁ ଦୀର୍ଘ ୭ ବର୍ଷ ଧରି ଲେଟର ଅଫ୍‌ ଅଣ୍ଡର ଟେକିଂ ଜାରି କରୁଥିବା ଅଧିକାରୀ ହେଉଛନ୍ତି ଗୋକୁଳନାଥ ସେଟ୍ଟୀ। ପିଏନ୍‌ବିର ଏହି ପୂର୍ବତନ ଡେପ୍ୟୁଟି ମ୍ୟାନେଜର ଜଣକ ଏଥିପାଇଁ ବ୍ୟାଙ୍କର ଉପରିସ୍ଥ ଅଧିକାରୀଙ୍କଠାରୁ କୌଣସି ଅନୁମତି ମାଗୁ ନ ଥିଲେ। ସୋସାଇଟି ଫର ଓ୍ବାର୍ଲଡଓ୍ବାଇଡ୍‌ ଇଣ୍ଟରବ୍ୟାଙ୍କ(ସ୍ବିଫ୍ଟ)ର ମେସେଜିଂ ସିଷ୍ଟମକୁ ବ୍ୟବହାର କରିବା ପାଇଁ ଏହି ଅଧିକାରୀଙ୍କର କ୍ଷମତା ରହିଥିଲା।

ଉଡ଼ିଲା ଏୟାର ଓଡ଼ିଶାର ପ୍ରଥମ ଫ୍ଲାଇଟ୍‌

ଉଡ଼ିଲା ଏୟାର ଓଡ଼ିଶାର ପ୍ରଥମ ଫ୍ଲାଇଟ୍‌

ଅହମ୍ମଦାବାଦ,୧୭-୨(ପି.ଟି.)- କେନ୍ଦ୍ର ସରକାରଙ୍କ ଉଡେ ଦେଶକା ଆମ୍‌ ନାଗରିକ(ଉଡାନ୍‌) ଯୋଜନାରେ ଏୟାର ଓଡିଶା ଏହାର ପ୍ରଥମ ବିମାନ ଉଡାଣ ଆରମ୍ଭ କରିଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏହି ଫ୍ଲାଇଟକୁ ଶୁଭାରମ୍ଭ କରିଛନ୍ତି। ଓଡିଶାଭିତ୍ତିକ ଏହି କମ୍ପାନୀ ଉକ୍ତ ସେବା ଆରମ୍ଭ ସହ ଗୁଜରାଟର ଅହମ୍ମଦାବାଦ ଏବଂ ମୁନ୍ଦ୍ରା ମଧ୍ୟରେ ସଂଯୋଗ ସ୍ଥାପନ କରିବ। ୨୦୧୨ ନଭେମ୍ବରରେ ନନ୍‌ ସିଡ୍ୟୁଲ ଅପରେଟର ଭାବେ ଏୟାର ଓଡିଶା ସେବା ଆରମ୍ଭ କରିଥିଲା। ସରକାରଙ୍କ ଆଞ୍ଚଳିକ ସଂଯୋଗୀକରଣ ଯୋଜନା(ଆର୍‌ସିଏସ୍‌) ଅନ୍ତର୍ଗତ ଉଡାନ୍‌ରେ ବିମାନ ସେବା ଶୁଭାରମ୍ଭ ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ(ଡିଜିସିଏ)ଠାରୁ କମ୍ପାନୀ ଗତ ମଙ୍ଗଳବାର ଉଡାଣ ଅନୁମତି ଲାଭ କରିଛି।

ଅନ୍‌ଲାଇନ୍‌ରେ ବୁକ୍‌ ହେବ ସ୍ବତନ୍ତ୍ର ଟ୍ରେନ

ଅନ୍‌ଲାଇନ୍‌ରେ ବୁକ୍‌ ହେବ ସ୍ବତନ୍ତ୍ର ଟ୍ରେନ

ନୂଆଦିଲ୍ଲୀ,୧୭।୨(ପିଟି) ଆମେ ବର୍ତ୍ତମାନ ଅନ୍‌ଲାଇନ୍‌ରେ ରେଳ ଟିକେଟ୍‌ ବୁକ୍‌ କରିପାରୁଛେ। କିନ୍ତୁ ଏକ କୋଚ ବା ଟ୍ରେନ ବୁକ୍‌ କରିବା ପାଇଁ ଷ୍ଟେଶନ ମାଷ୍ଟର ବା ଚିଫ୍‌ ବୁକିଂ ସୁପରଭାଇଜରଙ୍କ ପାଖରେ ଲିଖିତ ଆବେଦନ କରିବାକୁ ପଡୁଛି। ଏଥର କିନ୍ତୁ ଏହି ଧାରା ବନ୍ଦ ହେବ ଏବଂ ସମସ୍ତ କାର୍ଯ୍ୟ ଅନ୍‌ଲାଇନ୍‌ରେ କରିହେବ। ବାହାଘର ବା କୌଣସି ତୀର୍ଥଯାତ୍ରା ପାଇଁ ଯାତ୍ରୀମାନେ ଚାହିଁଲେ ଅନ୍‌ଲାଇନ୍‌ରେ ସ୍ବତନ୍ତ୍ର ଟ୍ରେନ୍‌ ଓ କୋଚ ବୁକ୍‌ କରିପାରିବେ। ରେଳବୋର୍ଡ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି।

ନୀରବ ମୋଦି ମାମଲାରେ ୨ ପିଏନ୍‌ବି ଅଧିକାରୀଙ୍କ ସହ ୩ ଗିରଫ

ନୀରବ ମୋଦି ମାମଲାରେ ୨ ପିଏନ୍‌ବି ଅଧିକାରୀଙ୍କ ସହ ୩ ଗିରଫ

ନୂଆଦିଲ୍ଲୀ,୧୭-୨(ପି.ଟି.) ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି)ରେ ୧୧,୪୦୦ କୋଟି ଟଙ୍କାର ବେଆଇନ୍‌ ଆର୍ଥିକ କାରବାର ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରେ(ସିବିଆଇ) ଶନିବାର ୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ବ୍ୟାଙ୍କର ଜଣେ ତତ୍କାଳୀନ ଡେପୁଟି ମ୍ୟାନେଜର ଅଛନ୍ତି। ତାଙ୍କ ନାଁ ଗୋକୁଳନାଥ ସେଟ୍ଟି ଏବଂ ସେ ବର୍ତ୍ତମାନ ଅବସରପ୍ରାପ୍ତ। ଅନ୍ୟ ଜଣେ ହେଉଛନ୍ତି ମନୋଜ୍‌ ଖରାଟ୍‌, ଯିଏକି ବ୍ୟାଙ୍କର ଜଣେ ସିଙ୍ଗିଲ୍‌ ଓ୍ବିଣ୍ଡୋ ଅପରେଟର୍‌।

ସ୍ଲୋଭାକିଆ ପ୍ରତିନିଧିଙ୍କ ଏଏସବିଏମ୍‌ ପରିଦର୍ଶନ

ସ୍ଲୋଭାକିଆ ପ୍ରତିନିଧିଙ୍କ ଏଏସବିଏମ୍‌ ପରିଦର୍ଶନ

ଭୁବନେଶ୍ୱର,୧୭-୨ ଏସିଆନ୍‌ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟ(ଏଏସ୍‌ବିଏମ୍‌) ଠାରେ ଉତ୍କର୍ଷତାର ପଥ ୨୦୧୮ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନ୍ତର୍ଜାତୀୟ ବିମାନ ଚଳାଚଳ ସଙ୍ଗଠନ(ଆଇସିଏଓ) ପ୍ରାକ୍ତନ ନିର୍ଦ୍ଦେଶକ ବିବେକ ପଟ୍ଟନାୟକ, ଆଇସିଏଓ ପରିଷଦର ସ୍ଲୋଭାକିଆ ସ୍ଥାୟୀ ପ୍ରତିନିଧି ଓନ୍ଦ୍ରେଜ୍‌ ଫାବ୍ରିକି ଉକ୍ତ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲେ।

ନୀରବ ମୋଦି, ଚୋକ୍‌ସୀଙ୍କୁ ସମନ୍‌

ନୀରବ ମୋଦି, ଚୋକ୍‌ସୀଙ୍କୁ ସମନ୍‌

ବମ୍ବେ,୧୬-୨(ପି.ଟି.) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରେ ୧୧,୪୦୦ କୋଟି ଟଙ୍କାର ବେଆଇନ ଅର୍ଥ କାରବାର ମାମଲାରେ ଜଡିତ ବିଲିୟନେୟାର ହୀରା ବ୍ୟବସାୟୀ ନୀରବ ମୋଦି ଏବଂ ତାଙ୍କ ବ୍ୟବସାୟିକ ସହଯୋଗୀ ମେହୁଲ୍‌ ଚୋକ୍‌ସୀଙ୍କ ପାଇଁ ଅଡୁଆ ଦିନକୁ ଦିନ ବଢ଼ୁଛି। ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏହି ମାମଲାରେ ଉଭୟଙ୍କୁ ସମନ୍‌ ଜାରି କରିଛି। ଜାନୁୟାରୀ ପ୍ରଥମ ସପ୍ତାହରେ ଦେଶରୁ ଫେରାର୍‌ ହୋଇ ଯାଇଥିବା ମୋଦି ଏବଂ ଚୋକ୍‌ସୀଙ୍କୁ ବେଆଇନ ଅର୍ଥ କାରବାର ନିରୋଧୀ ଆଇନ(ପିଏମ୍‌ଏଲ୍‌ଏ) ଅଧୀନରେ ସମନ ଜାରି କରାଯାଇଛି। ସପ୍ତାହ ମଧ୍ୟରେ ହାଜର ହେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏସିଆନ୍‌ ଫାଇନାନ୍ସିଆଲ୍‌ କ୍ରାଇସିସ୍‌ ଠାରୁ ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏନ୍‌ପିଏ ସମସ୍ୟା ଆହୁରି ଜଟିଳ

ଏସିଆନ୍‌ ଫାଇନାନ୍ସିଆଲ୍‌ କ୍ରାଇସିସ୍‌ ଠାରୁ ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏନ୍‌ପିଏ ସମସ୍ୟା ଆହୁରି ଜଟିଳ

ନୂଆଦିଲ୍ଲୀ,୧୬-୨ ୧୯୯୭ ମସିହାରେ ଏସିଆ ମହାଦେଶରେ ଏକ ବଡଧରଣର ଅର୍ଥନୈତିକ ସଙ୍କଟ ସୃଷ୍ଟି ହୋଇଥିଲା। ଏହାକୁ ଏସିଆନ୍‌ ଫାଇନାନ୍ସିଆଲ୍‌ କ୍ରାଇସିସ୍‌ ବୋଲି ଆଖ୍ୟା ଦିଆଯାଇଥିଲା। ଥାଇଲାଣ୍ଡ୍‌ରୁ ଆରମ୍ଭ ହୋଇଥିବା ଏହି ଅର୍ଥନୈତିକ ସଙ୍କଟ ଦ୍ୱାରା ଇଣ୍ଡୋନେସିଆ, ସାଉଥ୍‌ କୋରିଆ, ହଂକଂ, ମାଲେସିୟା, ଫିଲିପାଇନ୍ସ, ଜାପାନ ଆଦି ଦେଶ ପ୍ରଭାବିତ ହୋଇଥିଲେ। ଉକ୍ତ ସମୟରେ କେତେକ ଦେଶରେ ବୈଦେଶିକ ଋଣ ଏବଂ ଜିଡିପି ଅନୁପାତ ୧୦୦%ରୁ ୧୬୭%କୁ ବୃଦ୍ଧି ପାଇଥିଲା।

ଫେରାର ବ୍ୟବସାୟୀ

ଫେରାର ବ୍ୟବସାୟୀ

ବ୍ୟାଙ୍କରୁ ଋଣ ପାଇବା ପାଇଁ କ୍ଷୁଦ୍ର ତଥା ମଧ୍ୟମ ଧରଣର ବ୍ୟବସାୟୀଙ୍କୁ ବିଭିନ୍ନ ନିୟମରେ ଛନ୍ଦିହେବାକୁ ପଡୁଛି। କିନ୍ତୁ ବଡବଡ ବ୍ୟବସାୟୀମାନେ ଅତି ସହଜରେ ବ୍ୟାଙ୍କରୁ ଋଣ ନେଇ ଅଏସ୍‌ କରୁଛନ୍ତି। ବିଜୟ ମାଲ୍ୟା ଭଳି ଲିକର ବାରନ ବର୍ଷ ବର୍ଷ ଧରି ଲଣ୍ଡନରେ ରାଜଭୋଗ କରୁଥିବା ବେଳେ ଭାରତ ସରକାର ତାଙ୍କୁ ଫେରାଇ ଆଣି ବାରେ ସଫଳ ହେଉନାହାନ୍ତି।