Dharitri News
ବାଣିଜ୍ୟ |

ସେନ୍‌ସେକ୍ସରେ ହ୍ରାସ

ସେନ୍‌ସେକ୍ସରେ ହ୍ରାସ ବମ୍ବେ,୯-୨(ପି.ଟି.) ଅନ୍ତର୍ଜାତୀୟ ବଜାରର ଅସ୍ଥିରତା ସହ ବିଭିନ୍ନ ପ୍ରକାର ଆଶଙ୍କା ମଧ୍ୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସରେ ଶୁକ୍ରବାର ହ୍ରାସ ଘଟିଛି। ଏହା ମାସକର ସର୍ବନିମ୍ନ ସ୍ତରକୁ ଖସିଆସିଥିବାବେଳେ ନିଫ୍‌ଟି ୧୦,୫୦୦ ପଏଣ୍ଟ ତଳକୁ ଖସିଆସିଛି। କାରବାର ଶେଷରେ ସେନ୍‌ସେକ୍ସରେ ୪୦୭.୪୦ ପଏଣ୍ଟ ହ୍ରାସ ଘଟି ୩୪,୦୦୫.୭୬ ପଏଣ୍ଟରେ ବନ୍ଦ ହୋଇଛି। ଜାନୁୟାରୀ ୪ରୁ ଏହା ସର୍ବନିମ୍ନ ସ୍ତର। ଅନ୍ୟପକ୍ଷରେ, ନ୍ୟାଶନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍‌ଟିରେ ୧୨୧.୯୦ ପଏଣ୍ଟ ହ୍ରାସ ଘଟି ୧୦,୪୫୪.୯୫ ପଏଣ୍ଟରେ ବନ୍ଦ ହୋଇଛି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ବାଣିଜ୍ୟ |

ଓଡିଶାକୁ ଆସିଲା ଟିଭିଏସ୍‌ ଏଣ୍ଟର୍କ ୧୨୫ ସ୍କୁଟର

ଓଡିଶାକୁ ଆସିଲା ଟିଭିଏସ୍‌ ଏଣ୍ଟର୍କ ୧୨୫ ସ୍କୁଟର

ଭୁବନେଶ୍ୱର,୨୪-୨(ବ୍ୟୁରୋ) ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ଟିଭିଏସ୍‌ ମୋଟର କମ୍ପାନୀ ଏହାର ପ୍ରଥମ ୧୨୫ ସିସି ବିଶିଷ୍ଟ ରେସିଂ ସ୍କୁଟର ‘ଏଣ୍ଟର୍କ ୧୨୫’କୁ ଓଡିଶା ବଜାରରେ ପ୍ରବେଶ କରାଇଛି। ଶନିବାର ଚନ୍ଦ୍ରଶେଖରପୁରସ୍ଥିତ ୩ଏସ୍‌ ଟିଭିଏସ୍‌ ଶୋ’ରୁମ୍‌ରେ କମ୍ପାନୀର ଏଜିଏମ୍‌(ସର୍ଭିସ୍‌) ଏସ୍‌.ବି. ସିଂ ଏହାକୁ ଉନ୍ମୋଚନ କରିଛନ୍ତି।

ପିଏନ୍‌ବି ଏମ୍‌ଡିଙ୍କୁ ସିବିଆଇର ଜେରା

ପିଏନ୍‌ବି ଏମ୍‌ଡିଙ୍କୁ ସିବିଆଇର ଜେରା

ପିଏନ୍‌ବି ଏମ୍‌ଡିଙ୍କୁ ସିବିଆଇର ଜେରା ନୂଆଦିଲ୍ଲୀ,୨୪-୨(ପି.ଟି.) ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କର ଏମ୍‌ଡି ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନୀଲ ମେହଟ୍ଟା ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ.ଭି. ବ୍ରହ୍ମାଜୀ ରାଓଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ପଚରାଉଚରା କରିଛି।

ମ୍ୟାକ୍ସ ଏମର୍ଜିଂ ଷ୍ଟାର୍‌ ୨୦୧୮ ଅଡ଼ିସନ୍‌

ମ୍ୟାକ୍ସ ଏମର୍ଜିଂ ଷ୍ଟାର୍‌ ୨୦୧୮ ଅଡ଼ିସନ୍‌

ଭୁବନେଶ୍ୱର,୨୪-୨ ଦେଶରର ଅଗ୍ରଣୀ ଫ୍ୟାଶନ୍‌ ବ୍ରାଣ୍ଡ୍‌ ମ୍ୟାକ୍ସ ଫ୍ୟାଶନ୍‌୍‌ ପକ୍ଷରୁ ‘ମ୍ୟାକ୍ସ ଏମର୍ଜିଂ ଷ୍ଟାର୍‌ ୨୦୧୮’ ଅଡ଼ିସନ୍‌ ଫେବୃୟାରୀ ୨୮ରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଡ଼ିସନ୍‌ ଦେଶର ୬ଟି ସହର ଯେପରିକି ଚଣ୍ଡିଗଡ଼, ଭୁବନେଶ୍ୱର, ଜୟପୁର, ଭାଇଜାକ୍‌, ଭଦୋଦରା ଏବଂ ଲକ୍ଷ୍ନୌରେ ଅନୁଷ୍ଠିତ ହେବ। ଭୁବନେଶ୍ୱରଠାରେ ଏହି ଅଡ଼ିସନ୍‌ ମାର୍ଚ୍ଚ ୩ (ଶନିବାର) ଚନ୍ଦ୍ରଶେଖରପୁର ଡମଣା ଛକସ୍ଥିତ ମ୍ୟାକ୍ସ ଷ୍ଟୋର୍‌ରେ ଦିନ ୧୧ରୁ ୧ଟା ସମୟ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି।

ଆଉ ଏକ ପିଏନ୍‌ବି ଜାଲିଆତି,ଏଥର ମୁଦ୍ରା ଋଣ ଠକେଇ

ଆଉ ଏକ ପିଏନ୍‌ବି ଜାଲିଆତି,ଏଥର ମୁଦ୍ରା ଋଣ ଠକେଇ

ନୂଆଦିଲ୍ଲୀ,୨୪ା୨ ନୀରବ ମୋଦିଙ୍କ ୧୧,୪୦୦ କୋଟି ଟଙ୍କାର ଠକେଇ ପରେ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ(ପିଏନ୍‌ବି)ରେ ହୋଇଥିବା ଆଉ ଏକ ଜାଲିଆତି ସାମ୍ନାକୁ ଆସିଛି। ବ୍ୟାଙ୍କର ରାଜସ୍ଥାନ ସ୍ଥିତ ବାର୍ମର ଶାଖାରେ ଏହି ଜାଲିଆତି ହୋଇଛି, ଯେଉଁଥିରେ ଜଣେ ତତ୍କାଳୀନ ବରିଷ୍ଠ ଶାଖା ପରିଚାଳକ ସମ୍ପୃକ୍ତ ଅଛନ୍ତି। ଇନ୍ଦର ଚାନ୍ଦ ଚୁନ୍ଦଓ୍ବା ନାମକ ଏହି ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଦ୍ରା ଯୋଜନା ଅଧୀନରେ ବେଆଇନ ଉପାୟରେ ଋଣ ପ୍ରଦାନ କରିଥିବା ଏକ ନୂଆ ଅଭିଯୋଗ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ଦାଏର୍‌ ହୋଇଛି।

ଓବିସିରେ ୩୮୯ କୋଟି ଠକେଇ, ସିବିଆଇର ତଦନ୍ତ ଆରମ୍ଭ

ଓବିସିରେ ୩୮୯ କୋଟି ଠକେଇ, ସିବିଆଇର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ,୨୪।୨: ପିଏନ୍‌ବି ମହାଘୋଟାଲା ପଦାରେ ପଡ଼ିବାପରେ ୬ ମାସ ପୂର୍ବରୁ ଅଭିଯୋଗ ହୋଇଥିବା ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସରେ ୩୮୯କୋଟି ଟଙ୍କାର ଠକେଇ ମାମଲାର ତଦନ୍ତ ଆରମ୍ଭ କରିଛି ସିବିଆଇ। ଏ ନେଇ କରୋଲ ବାଗରେ ଏକ ଗହଣା ଦୋକାନ ଦ୍ୱାରକା ଦାସ ସେଠ୍‌ ଇଣ୍ଟରନ୍ୟାଶନାଲ୍‌ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି।

ଏଚ୍‌-୧-ବି ଭିଜା ଅନୁମୋଦନରେ କଡା ଆଇନ: ଭାରତୀୟ ଆଇଟି କମ୍ପାନୀ ପ୍ରଭାବିତ ହେବା ଆଶଙ୍କା

ଏଚ୍‌-୧-ବି ଭିଜା ଅନୁମୋଦନରେ କଡା ଆଇନ: ଭାରତୀୟ ଆଇଟି କମ୍ପାନୀ ପ୍ରଭାବିତ ହେବା ଆଶଙ୍କା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୩।୨: ଆମେରିକା ଏହାର ଏଚ୍‌-୧-ବି ଭିଜା ଅନୁମୋଦନ ପାଇଁ କେତେକ କଡା ଆଇନକୁ ଅନ୍ତର୍ଭୁକ୍ତ କରିଛି। ଏହାଦ୍ୱାରା ଭାରତୀୟ ସୂଚନାପ୍ରଯୁକ୍ତି(ଆଇଟି) କମ୍ପାନୀ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ନୂଆ ଆଇନ ଅନୁସାରେ କମ୍ପାନୀଗୁଡିକୁ ସେମାନଙ୍କର କର୍ମଚାରୀମାନେ ଥାର୍ଡ-ପାର୍ଟି କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି ହୋଇଥିବା ଦର୍ଶାଇବାକୁ ପଡିବ। ଏହା ସହିତ ନିଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ମଧ୍ୟ କେତେକ ସୂଚନା ଦାଖଲ କରିବାକୁ ପଡିବ।

ଇଇଏସ୍‌ଏଲ୍‌ ନିକଟରୁ ଗୋଦ୍‌ରେଜ ଆପ୍ଲିଆନ୍‌ସେସ୍‌କୁ ୨୦୭ କୋଟିର କଣ୍ଟ୍ରାକ୍ଟ

ଇଇଏସ୍‌ଏଲ୍‌ ନିକଟରୁ ଗୋଦ୍‌ରେଜ ଆପ୍ଲିଆନ୍‌ସେସ୍‌କୁ ୨୦୭ କୋଟିର କଣ୍ଟ୍ରାକ୍ଟ

ବମ୍ବେ,୨୨-୨ ସୁପର ଏଫିସିଏଣ୍ଟ୍‌ ଗ୍ରୀନ୍‌ ଇନଭର୍ଟର ଏସି ଯୋଗାଣ ଓ ସଂସ୍ଥାପନ ପାଇଁ ଗୋଦ୍‌ରେଜ ଆପ୍ଲିଆନ୍‌ସେସ୍‌ ଏନର୍ଜି ଏଫିସିଏନ୍ସି ସର୍ଭିସ ଲିମିଟେଡ଼ (ଇଇଏସ୍‌ଏଲ୍‌) ପକ୍ଷରୁ ୨୦୭ କୋଟି ଟଙ୍କାର କଣ୍ଟ୍ରାକ୍ଟ ହାସଲ କରିଛି ା

ପିଏନ୍‌ବି  ମାମଲାରେ ମୋଦି ଓ ଚୋକ୍‌ସୀଙ୍କ ୧୦୦ କୋଟି ଟଙ୍କାର ସମ୍ପତ୍ତି ଅକ୍ତିଆର କଲା ଇଡି

ପିଏନ୍‌ବି ମାମଲାରେ ମୋଦି ଓ ଚୋକ୍‌ସୀଙ୍କ ୧୦୦ କୋଟି ଟଙ୍କାର ସମ୍ପତ୍ତି ଅକ୍ତିଆର କଲା ଇଡି

ବମ୍ବେ/ନୂଆଦିଲ୍ଲୀ,୨୨-୨(ପି.ଟି.) ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ(ପିଏନ୍‌ବି) ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କ୍ରମାଗତ ଅଷ୍ଟମ ଦିନ ପାଇଁ ଏହାର ଚଢ଼ାଉ ଅଭିଯାନ ଜାରି ରଖିଛି। ଗୁରୁବାର ଏଜେନ୍ସିର ଅଧିକାରୀମାନେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ତଥା ବିଲିୟାନୟାର୍‌ ଗହଣା ବ୍ୟବସାୟୀ ନୀରବ ମୋଦି ଏବଂ ତାଙ୍କ ସହଯୋଗୀ ତଥା ଗୀତାଞ୍ଜଳୀ ଗ୍ରୁପ୍‌ର ମାଲିକ ମେହୁଲ ଚୋକ୍‌ସୀଙ୍କ ଶେୟାର, ଜମା ଏବଂ ଲକ୍‌ଜ୍ୟୁରୀ କାର ଆଦି ଜବତ କରିଛନ୍ତି।

ଏମ୍‌ଟେକ୍‌ର ନୂଆ ଫୋଟୋ ୩ ସ୍ମାର୍ଟଫୋନ

ଏମ୍‌ଟେକ୍‌ର ନୂଆ ଫୋଟୋ ୩ ସ୍ମାର୍ଟଫୋନ

ଭୁବନେଶ୍ୱର,୨୨-୨ ପ୍ରମୁଖ ସ୍ମାର୍ଟଫୋନ ନିର୍ମାତା ଏମ୍‌ଟେକ୍‌ ମୋବାଇଲ ପକ୍ଷରୁ ନୂଆ ବଜେଟ୍‌ ସ୍ମାର୍ଟଫୋନ ଫୋଟୋ ୩ ବଜାରକୁ ଆସିଛି। ନୂଆ ମଡେଲଟିକୁ କମ୍ପାନୀର ଓଡ଼ିଶା ବାଣିଜ୍ୟ ମୁଖ୍ୟ ଶିବ ପାତ୍ର ଉନ୍ମୋଚନ କରିଥିଲେ।

ଭୁବନେଶ୍ୱରରେ ଖୋଲିଲା ଆଉ ୨ ସଫଲ ଆଉଟ୍‌ଲେଟ୍‌

ଭୁବନେଶ୍ୱରରେ ଖୋଲିଲା ଆଉ ୨ ସଫଲ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୨-୨ ବ୍ରାଣ୍ଡ୍‌ ସଫଲ ପକ୍ଷରୁ ଏଠାରେ ଦୁଇଟି ନୂଆ ଫ୍ରେସ୍‌ ଫ୍ରୁଟ୍‌ ଆଣ୍ଡ୍‌ ଭେଜିଟେବଲ୍‌ (ଏଫ୍‌୍‌ଆଣ୍ଡ୍‌ଭି) ଆଉଟ୍‌୍‌ଲେଟ୍‌ ଖୋଲାଯାଇଛି। ନୂତନ ଭାବେ ଖୋଲିଥିବା ଦୁଇଟି ଷ୍ଟୋର୍‌କୁ ମଦର ଡେରିର ଅଧିକାରୀଙ୍କ ଉପସ୍ଥିତିରେ ନ୍ୟାଶନାଲ୍‌ ଡେରି ଡେଭଲପ୍‌ମେଣ୍ଟ ବୋର୍ଡ (ଏନ୍‌ଡିଡିବି)ର ଅଧ୍ୟକ୍ଷ ଦିଲୀପ ରଥ ଉଦ୍‌ଘାଟନ କରିଛନ୍ତି। ଏହି ଦୁଇଟି ଆଉଟ୍‌ଲେଟ୍‌ ପଟିଆର ଜେଡ୍‌ ୧ ଇଷ୍ଟେଟ୍‌ ଏବଂ ଖଣ୍ଡଗିରିର ବିପିସିଏଲ୍‌ ପେଟ୍ରୋଲ୍‌ ପମ୍ପ୍‌ରେ ଖୋଲାଯାଇଛି।

ବିଓଆଇ ପକ୍ଷରୁ ମେଗା କ୍ରେଡିଟ ଏକ୍ସପୋ

ବିଓଆଇ ପକ୍ଷରୁ ମେଗା କ୍ରେଡିଟ ଏକ୍ସପୋ

ଭୁବନେଶ୍ୱର,୨୨-୨ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଏନ୍‌ବିଜି (ପୂର୍ବ) ପକ୍ଷରୁ ଏକ ମେଗା କ୍ରେଡିଟ ଏକ୍ସପୋ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି ା ଏମ୍‌ଏସ୍‌ଏମ୍‌ଇ, କୃଷି ଏବଂ ସୁନା ଋଣ ଉପରେ ଉକ୍ତ କାର୍ଯ୍ୟକ୍ରମ ପର୍ଯ୍ୟବେସିତ ଥିଲା।

ବ୍ଲୁଟୁଥ୍‌ ମାର୍ଗ ନିଦର୍ଶକ ହେଲମେଟ୍‌ ନିର୍ମାଣ କଲେ ଛାତ୍ର

ବ୍ଲୁଟୁଥ୍‌ ମାର୍ଗ ନିଦର୍ଶକ ହେଲମେଟ୍‌ ନିର୍ମାଣ କଲେ ଛାତ୍ର

ଗୁଲବର୍ଗ, ୨୨।୨: କର୍ନାଟକ ଗୁଲବର୍ଗ ଜିଲାର ୨ ଛାତ୍ର ଯୋଗୋ ଓ ଅଭିଜିତ୍‌ ବ୍ଲୁଟୁଥ୍‌ ମାର୍ଗ ନିଦର୍ଶକ ହେଲମେଟ୍‌ ନିର୍ମାଣ କରିଛନ୍ତି। ପିଡିଏ କଲେଜରେ ଚତୁର୍ଥ ବାର୍ଷିକ ଛାତ୍ର ଭାବେ ଅଧ୍ୟୟନ କରୁଥିବା ଏହି ଛାତ୍ରଙ୍କ ସୃଜନ ସଫଳତା ନେଇ ଚର୍ଚ୍ଚା ଜାରି ରହିଛି। ଏହି ହେଲମେଟ୍‌ ପିନ୍ଧିଥିବା ବ୍ୟକ୍ତି ସହଜରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ। ଏଥିରେ ଇନବିଲ୍ଟ୍‌ ବ୍ଲୁଟୁଥ୍‌ ସ୍ପିକର ରହିଛି।