ଖେଳ |

ଦକ୍ଷିଣ ଆଫ୍ରିକାରେ ସିରିଜ ବିଜୟ ସୁଯୋଗ

ଦକ୍ଷିଣ ଆଫ୍ରିକାରେ ସିରିଜ ବିଜୟ ସୁଯୋଗ
ଜୋହାନ୍ସବର୍ଗ, ୯।୨(ପି.ଟି.) ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଦିନିକିଆ କ୍ରିକେଟ ସିରିଜର ଚତୁର୍ଥ ମ୍ୟାଚ ଏଠାରେ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ତିନୋଟି ମ୍ୟାଚ ଜିତି ଭାରତ ୩-୦ରେ ଅଗ୍ରଣୀ ହାସଲ କରି ସାରିଛି। ତେଣୁ ଏଠାରେ ବିଜୟୀ ହେବା ସହ ଦକ୍ଷିଣ ଆଫ୍ରିକା ମାଟିରେ ସର୍ବପ୍ରଥମ ସିରିଜ ବିଜୟ ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ। ଅନ୍ୟପକ୍ଷରେ ଆହତ ସମସ୍ୟାରୁ ମୁକୁଳି ଏବି ଡି’ଭିଲର୍ସ ଫେରିବା ଏବଂ ଆଗାମି ମ୍ୟାଚକୁ ଗୋଲାପି ଜର୍ସି ପିନ୍ଧି ଖେଳିବାକୁ ଥିବାରୁ ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ ଆଶାରେ ରହିଛି ଘରୋଇ ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ମାଟିରେ ଭାରତ କେବେହେଲେ ସିରିଜ ବିଜୟୀ ହୋଇନାହିଁ। ତେଣୁ ପରବର୍ତ୍ତୀ ୩ଟି ଦିନିକିଆରୁ ଗୋଟିଏରେ ବିଜୟୀ ହେଲେ ଇତିହାସ ରଚିବ ଟିମ୍‌ ଇଣ୍ଡିଆ। ୨୦୧୦-୧୧ ସିଜନରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଦଳ ସିରିଜ ବିଜୟର ନିକଟତର ହୋଇଥିଲା। ଏକଦା ଧୋନୀଙ୍କ ଦଳ ୨-୧ରେ ଅଗ୍ରଣୀ ହୋଇଥିଲେ ହେଁ ପରେ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୩ରେ ହାରି ଯାଇଥିଲା। ଆଗାମୀ ମ୍ୟାଚ ଜିତିଲେ ଭାରତର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ୍‌ ମଧ୍ୟ ଅଧିକ ଦୃଢ଼ ହେବ। ତୃତୀୟ ଟେଷ୍ଟ ଜିତିବାପରେ ଭାରତର ମନୋବଳ ବଢ଼ିଥିଲା। ଏହା ପରବର୍ତ୍ତୀ ସମସ୍ତ ମ୍ୟାଚ ଜିତିବାକୁ ଦଳ ଚେଷ୍ଟା କରିବ ବୋଲି କହି ଶିଖର ଧାଓ୍ବନ ଚର୍ଚ୍ଚାକୁ ଆସିଥିଲେ। କୌଣସି ପରିସ୍ଥିତିରେ ଦଳ ହାଲ୍‌କା ମନୋଭାବ ନେଇ ଖେଳିବ ନାହିଁ ବୋଲି ଅଧିନାୟକ ବିରାଟ କୋହଲି ମଧ୍ୟ ସ୍ପଷ୍ଟ କରିଥିଲେ। ଏହି ସିରିଜରେ ନିଜେ କୋହଲି ଚମତ୍କାର ଫର୍ମରେ ରହିବା ଭାରତ ପାଇଁ ଶୁଭ ସାବ୍ୟସ୍ତ ହୋଇଛି। ସେ ୩ଟି ମ୍ୟାଚରୁ ୨ଟି ଶତକ ହାସଲ କରି ସାରିଛନ୍ତି। ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଭାରତର ଅମୋଘ ଅସ୍ତ୍ର ପାଲଟିଛନ୍ତି। ଏମାନେ ପ୍ରଥମ ୩ଟି ଦିନିକିଆରେ ୩୦ଟି ଉଇକେଟରୁ ୨୧ଟି ହାସଲ କରି ମନୋବଳକୁ ବହୁ ଉଚ୍ଚା କରିଛନ୍ତି। କେପ୍‌ ଟାଉନ୍‌ର ନ୍ୟୁଲାଣ୍ଡ୍ସରେ ୫ ଜଣ ସ୍ଥାନୀୟ ରିଷ୍ଟ ସ୍ପିନରଙ୍କୁ ନେଇ ଅଭ୍ୟାସ କରିଥିଲେ ହେଁ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ୍‌ କୁଲଦୀପ-ୟୁଜବେନ୍ଦ୍ରଙ୍କ ବୋଲିଂରେ ଭୁଶୁଡ଼ି ପଡ଼ିଥିଲା। ଏଥର କିନ୍ତୁ ଡି’ଭିଲର୍ସ ମ୍ୟାଜିକ କାମ କରିବ ଏବଂ ସ୍ଥିତିରେ ପରିବର୍ତ୍ତନ ହେବ ବୋଲି ଆଶା ରଖିଛି ଦକ୍ଷିଣ ଆଫ୍ରିକା। ତୃତୀୟ ଟେଷ୍ଟ ଅବସରରେ ଅଙ୍ଗୁଳିରେ ଆଘାତ ପାଇଥିବାରୁ ଡି’ଭିଲର୍ସ ପ୍ରଥମ ତିନୋଟି ଦିନିକିଆରୁ ଦୂରେଇ ରହିଥିଲେ। ତେବେ ତାଙ୍କ ଆହତ ସମସ୍ୟା ପ୍ରତି ଟିମ୍‌ ମ୍ୟାନେଜମେଣ୍ଟ ସତର୍କ ରହିଛି। ସେ ଖେଳିବା ସମ୍ପର୍କରେ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ। ଆଉଥରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଡି’ଭିଲର୍ସ ଫିଟ୍‌ ହେଲେ ୩ ନମ୍ବର ସ୍ଥାନରେ ଖେଳିବେ ଏବଂ ଜେପି ଡୁମିନି ୪ ନମ୍ବରରେ ଆସିବେ। ଏ କ୍ଷେତ୍ରରେ ଚୂଡ଼ାନ୍ତ ଏକାଦଶରୁ ଡେଭିଡ ମିଲର କିମ୍ବା ଖାୟେଲିଲେ ଜୋଣ୍ଡୋ ବାଦ୍‌ ପଡ଼ିବେ। ତେବେ ଏଡେନ ମାରକ୍ରାମ ଦଳରେ ଅଧିନାୟକ ଦାୟିତ୍ୱ ବଜାୟ ରଖିବେ। ଦକ୍ଷିଣ ଆଫ୍ରିକା ପାଇଁ ଆଗାମୀ ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍ତନ କର୍କଟ ସଚେତନତା ପାଇଁ ଏହାକୁ ‘ଗୋଲାପି ଦିନିକିଆ’ଭାବେ ଅଭିହିତ କରାଯିବ। ୨୦୧୧ରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା। ଏହାକୁ ମିଶାଇ ୬ଷ୍ଠ ଥରପାଇଁ ଏହି ପିଙ୍କ୍‌ ମ୍ୟାଚ ଖେଳାଯିବ। ଗୋଲାପି ଜର୍ସି ପିନ୍ଧି ଦକ୍ଷିଣ ଆଫ୍ରିକା ପୂର୍ବରୁ କେବେହେଲେ କୌଣସି ମ୍ୟାଚ ହାରିନାହିଁ। ଗୋଲାପି ଜର୍ସି ପରିହିତ ମ୍ୟାଚରେ ଡି’ଭିଲର୍ସଙ୍କ ରେକର୍ଡ ମଧ୍ୟ ବହୁତ ଭଲ। ୨୦୧୫ରେ ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ମାତ୍ର ୪୪ ବଲ୍‌ରୁ ୧୪୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ୨୦୧୩ରେ ଭାରତ ବିପକ୍ଷ ମ୍ୟାଚରେ ସେ ୪୭ ବଲ୍‌ରୁ ଦ୍ରୁତ ୭୭ ରନ ସ୍କୋର କରିଥିଲେ। ଓ୍ବାଣ୍ଡରର୍ସର ପେସ୍‌ ଓ ବାଉନ୍ସି ପିଚ୍‌ରେ ଦକ୍ଷିଣ ଆଫ୍ରିକା ୪ ଉଇକେଟ ହରାଇ ୩୫୮ ରନ କରିଥିବାବେଳେ ମ୍ୟାଚରେ ଭାରତ ୧୪୧ ରନରେ ହାରିଥିଲା। ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଡେଲ୍‌ ଷ୍ଟେଇନ ଓ ମର୍ନେ ମୋର୍କେଲଙ୍କୁ ଠିକ୍‌ ମୁକାବିଲା କରି ନ ପାରି ୪୩ ବଲ୍‌ରୁ ମାତ୍ର ୧୮ ରନ କରିଥିଲେ। ଖରାପ ଫର୍ମରେଥିବା ରୋହିତଙ୍କ ପାଇଁ ମଧ୍ୟ ଆଗାମୀ ମ୍ୟାଚ ବହୁ ଗୁରୁତ୍ୱପୂର୍ଣ୍ଣ। ଦିନିକିଆରେ ତିନୋଟି ଦ୍ୱିଶତକ ହାସଲ କରି ବିଶ୍ୱରେକର୍ଡର ଅଧିକାରୀ ଥିବା ରୋହିତ ଦକ୍ଷିଣ ଆଫ୍ରିକାରେ ୧୧ଟି ଦିନିକିଆ ଖେଳି ମାତ୍ର ୧୨.୧୦ ଆଭରେଜରେ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ଫର୍ମ ଭାରତ ପାଇଁ ଏକମାତ୍ର ଚିନ୍ତାର କାରଣ ଥିଲେ ହେଁ ସେ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପଡ଼ିବା ସମ୍ଭାବନା ନାହିଁ। ସିରିଜ ବିଜୟ ଲକ୍ଷ୍ୟରେଥିବା ମେନ୍‌ ଇନ୍‌ ବ୍ଲୁ ଅଧିନାୟକ ବିରାଟ କୋହଲି ଅପରିବର୍ତ୍ତିତ ଦଳ ସହ ପଡ଼ିଆକୁ ଓହ୍ଲାଇବା ସମ୍ଭାବନା ଅଧିକ। ନ୍ୟୁ ଓ୍ବଣ୍ଡରର୍ସ ଷ୍ଟାଡିୟମରେ ଭାରତର ଆଭରେଜ୍‌ ରେକର୍ଡ ରହିଛି। ଏଠାରେ ଦଳ ୭ଟି ମ୍ୟାଚ ଖେଳିଥିବାବେଳେ ୩ଟି ଜିତିଛି ଏବଂ ୪ଟି ମ୍ୟାଚରେ ପରାଜିତ ହୋଇଛି। ୨୦୦୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବିଶ୍ୱକପ ଫାଇନାଲ ପରାଜୟ ଏଥିରେ ସାମିଲ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳ ଖେଳିଥିବା ୪ଟି ମ୍ୟାଚରୁ ୩ଟିରେ ପରାଜୟ ଲଭିଛି। କେବଳ ୨୦୧୧ରେ ମୁନାଫ ପଟେଲଙ୍କ ୨୯ ରନରେ ୪ ଉଇକେଟ ସଫଳତାକୁ ଭିତ୍ତି କରି ଦଳ ୧ ରନରେ ଘରୋଇ ଦଳକୁ ହରାଇବାରେ ସକ୍ଷମ ହୋଇଥିଲା।
All Right Reserved By

ଖେଳ |

ବିଜୟ ହଜାରେ ଟ୍ରଫି  ଫାଇନାଲରେ ମୁମ୍ବାଇ-ଦିଲ୍ଲୀ

ବିଜୟ ହଜାରେ ଟ୍ରଫି ଫାଇନାଲରେ ମୁମ୍ବାଇ-ଦିଲ୍ଲୀ

ବେଙ୍ଗାଲୁରୁ,୧୮।୧୦- ଚଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଟୁର୍ନାମେଣ୍ଟର ଟାଇଟଲ ମୁକାବିଲା ସ୍ପଷ୍ଟ ହୋଇଯାଇଛି। ଏଥିରେ ଗରୋଇ କ୍ରିକେଟର ଦୁଇ ଶକ୍ତିଶାଳୀ ଦଳ ଭେଟାଭେଟି ହେବେ। 

ମୁମ୍ବାଇ ସିଟି ଦଳରୁ ଦାବିନ୍ଦର ବାଦ୍‌

ମୁମ୍ବାଇ,୧୮।୧୦(ପି.ଟି.)- ମୁମ୍ବାଇ ସିଟି ଏଫ୍‌ସି ଡିଫେଣ୍ଡର ଦାବିନ୍ଦର ସିଂ ଚଳିତ ଇଣ୍ଡିଆନ ସୁପର ସିଜନରେ ଆହତ ହୋଇଛନ୍ତି। ଫଳରେ ସେ ଚଳିତ ସିଜନର ଅବଶିଷ୍ଟାଂଶ ମ୍ୟାଚ୍‌ରୁ ବାଦ୍‌ ପଡ଼ଛନ୍ତି।

ଦେଓଧର ଟ୍ରଫିରେ ଖେଳିବେ ଅଶ୍ୱିନ ଓ ରାହାନେ

ଦେଓଧର ଟ୍ରଫିରେ ଖେଳିବେ ଅଶ୍ୱିନ ଓ ରାହାନେ

ନୂଆଦିଲ୍ଲୀ,୧୮।୧୦(ପି.ଟି.)- ରବିଚନ୍ଦ୍ରନ ଅଶ୍ୱିନ ଓ ଅଜିଙ୍କ୍ୟ ରାହାନେ ଦେଓଧର ଟ୍ରଫି ପାଇଁ ଘୋଷିତ ଦଳରେ ସ୍ଥାନ ପାଇଛନ୍ତି। ଆସନ୍ତା ୨୩ ତାରିଖଠାରୁ ଆରମ୍ଭ ହେବାକୁ ଥିବା ଟୁର୍ନାମେଣ୍ଟ ଫର୍ମାଟରେ ପରିବର୍ତ୍ତନ କରାଯାଇଛି। 

ଫିକ୍ସିଂ କରିଥିବା ସ୍ବୀକାର କଲେ କାନେରିଆ

ଫିକ୍ସିଂ କରିଥିବା ସ୍ବୀକାର କଲେ କାନେରିଆ

କରାଚୀ,୧୮।୧୦(ପି.ଟି.)- ଦୀର୍ଘ ୬ ବର୍ଷ ପରେ ପାକିସ୍ତାନର ପୂବତନ ସ୍ପିନର ଦାନେଶ କାନେରିଆ ଶେଷରେ ମ୍ୟାଚ୍‌ ଫିକ୍ସିଂ କରିଥିବା ସ୍ବୀକାର କରିଛନ୍ତି। 

୪ ବର୍ଷ ପରେ ୟାମାଗୁଚିଙ୍କୁ ହରାଇଲେ ସାଇନା

୪ ବର୍ଷ ପରେ ୟାମାଗୁଚିଙ୍କୁ ହରାଇଲେ ସାଇନା

ଓଡେନ୍‌ସେ(ଡନମାର୍କ),୧୮।୧୦(ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଦୀର୍ଘ ୪ ବର୍ଷ ପରେ ଜାପାନର ଆକାନେ ୟାମାଗୁଚିଙ୍କୁ ହରାଇଛନ୍ତି। ଏହି ବିଜୟ ଯୋଗୁ ଚଳିତ ଡେନମାର୍କ ଓପନରେ ସେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

କଂଗ୍ରେସରେ ଯୋଗଦଲେ ସାମିଙ୍କ ପତ୍ନୀ ଜାହାନ

କଂଗ୍ରେସରେ ଯୋଗଦଲେ ସାମିଙ୍କ ପତ୍ନୀ ଜାହାନ

ମୁମ୍ବାଇ,୧୮।୧୦- ଭାରତୀୟ ପେସର ମହମ୍ମଦ ସାମିଙ୍କ ପତ୍ନୀ ହସିନ ଜାହାନ ଏବେ ରାଜନୀତିରେ ପାଦ ଦେଇଛନ୍ତି। ସେ ଇଣ୍ଡିଆନ ନ୍ୟାଶନାଲ କଂଗ୍ରେସ (ଆଇଏନ୍‌ସି) ପାର୍ଟିରେ ଯୋଗଦେଇଛନ୍ତି। 

ବିସିସିଆଇ ମାଗିଲା ବିଦା ହେବାକୁ ଥିବା ଖେଳାଳିଙ୍କ ତାଲିକା

ବିସିସିଆଇ ମାଗିଲା ବିଦା ହେବାକୁ ଥିବା ଖେଳାଳିଙ୍କ ତାଲିକା

ମୁମ୍ବାଇ,୧୮।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଫ୍ରାଞ୍ଚାଇଜ୍‌ମାନଙ୍କୁ ଦଳରୁ ବିଦା ହେବାକୁ ଥିବା ଖେଳାଳିଙ୍କ ତାଲିକା ମାଗିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। 

ମାଲ୍‌ଟା କ୍ଲବ ପ୍ରସ୍ତାବକୁ ବୋଲ୍ଟଙ୍କ ପ୍ରତ୍ୟାଖ୍ୟାନ

ମାଲ୍‌ଟା କ୍ଲବ ପ୍ରସ୍ତାବକୁ ବୋଲ୍ଟଙ୍କ ପ୍ରତ୍ୟାଖ୍ୟାନ

ସିଡ୍‌ନୀ,୧୮।୧୦- ସ୍ପ୍ରିଣ୍ଟ ସୁପରଷ୍ଟାର ଉସେନ ବୋଲ୍ଟଙ୍କୁ  ମାଲ୍‌ଟସେ ଚାମ୍ପିୟନ ଭାଲେଟ୍ଟା କ୍ଲବ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଅଷ୍ଟ୍ରେଲିଆରେ ପେସାଦାର ଫୁଟ୍‌ବଲର ହେବାର ସ୍ବପ୍ନ ପୂରା କରିବେ ବୋଲି ଗୁରୁବାର ବୋଲ୍ଟଙ୍କ ଏଜେଣ୍ଟ କହିଛନ୍ତି। 

ଧୋନୀ, ତେନ୍ଦୁଲକରଙ୍କ କ୍ଲବରେ ସାମିଲ ହେବେ କୋହଲି

ଧୋନୀ, ତେନ୍ଦୁଲକରଙ୍କ କ୍ଲବରେ ସାମିଲ ହେବେ କୋହଲି

ନୂଆଦିଲ୍ଲୀ,୧୮।୧୦- ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଆଉ ଏକ ମାଇଲଷ୍ଟୋନ ସ୍ପର୍ଶ କରିବାକୁ ଯାଉଛନ୍ତି। ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହେଉଥିବା କୋହଲି ମୋଟ ଉପରେ ୧୩ତମ ଓ ୫ମ ଭାରତୀୟ ଭାବେ ଦିନିକିଆ କ୍ରିକେଟରେ ୧୦ ହଜାର ରନ୍‌ ପୂରଣ କରିବାକୁ ଯାଉଛନ୍ତି।

ୟୁଥ ଅଲିମ୍ପିକ୍ସ: କୃଷକଙ୍କ ପୁଅ ଆକାଶ ଜିତିଲେ ରୌପ୍ୟ

ୟୁଥ ଅଲିମ୍ପିକ୍ସ: କୃଷକଙ୍କ ପୁଅ ଆକାଶ ଜିତିଲେ ରୌପ୍ୟ

ବୁଏନ୍ସ ଏରିଜ,୧୮।୧୦- ଚଳିତ ୟୁଥ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ତୀରନ୍ଦାଜ ଭବେ ଆକାଶ ମଲିକ ରୌପ୍ୟ ପଦକ ଜିତିଛନ୍ତି। କୃଷକଙ୍କ ୧୫ ବର୍ଷୀୟ ପୁଅ ଏକତରଫା ଫାଇନାଲରେ ଆମେରିକାର ଟ୍ରେଣ୍ଟୋନ କୋଓ୍ବଲେସଙ୍କଠାରୁ ୦-୬ ବ୍ୟବଧାନରେ ହାରି ଯାଇଛନ୍ତି।

ଜାତୀୟ ସବ୍‌ଜୁନିୟର ଟେନିସ୍‌ କ୍ରିକେଟ: ଓଡ଼ିଶା ରନର୍ସଅପ୍‌

ଜାତୀୟ ସବ୍‌ଜୁନିୟର ଟେନିସ୍‌ କ୍ରିକେଟ: ଓଡ଼ିଶା ରନର୍ସଅପ୍‌

ଭୁବନେଶ୍ୱର, ୧୮।୧୦(କ୍ରୀଡ଼ା ପ୍ରତିନିଧି)- ନାସିକରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର ଟେନିସ୍‌ କ୍ରିକେଟ ଚାମ୍ପିୟନଶିପ୍‌ରେ ଓଡ଼ିଶା ରନର୍ସଅପ୍‌ ହୋଇଛି। ବୁଧବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ଉତ୍ତରପ୍ରଦେଶଠାରୁ ହାରି ଦ୍ୱିତୀୟ ସ୍ଥାନ ଅଧିକାର କରିଛି। 

ଶ୍ରଦ୍ଧାଞ୍ଜଳି ଖେଲୋ ଇଣ୍ଡିଆ ଚୟନକର୍ତ୍ତା

ଶ୍ରଦ୍ଧାଞ୍ଜଳି ଖେଲୋ ଇଣ୍ଡିଆ ଚୟନକର୍ତ୍ତା

ଭୁବନେଶ୍ୱର, ୧୮।୧୦(କ୍ରୀଡ଼ା ପ୍ରତିନିଧି)- ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ଫୁଟ୍‌ବଲ ଖେଳାଳି ଓଡ଼ିଶାର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବେ ଆଉ ଏକ ଗୁରୁଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ରାଜ୍ୟର ପ୍ରଥମ ଖେଳାଳି ଭାବେ ଭାରତୀୟ ମହିଳା ଫୁଟ୍‌ବଲ ଦଳର ନେତୃତ୍ୱ ନେଇଥିବା ଶ୍ରଦ୍ଧାଞ୍ଜଳି ବିଭିନ୍ନ ବୟସ ବର୍ଗରେ ଜାତୀୟ ମହିଳା ଫୁଟ୍‌ବଲ ଦଳର କୋଚ୍‌ ଓ ଚୟନକର୍ତ୍ତା ଦାୟିତ୍ୱ ସଫଳତାର ସହିତ ତୁଲାଇଥିବାବେଳେ ଏବେ ତାଙ୍କୁ ଖେଲୋ ଇଣ୍ଡିଆର ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଛି।