ବାଣିଜ୍ୟ |

ବିମୁଦ୍ରୀକରଣ ବେଳେ ବଡ ଜମା‌: ମାର୍ଚ୍ଚ ୩୧ ସୁଦ୍ଧା ଆଇଟିଆର୍‌ ଫାଇଲ୍‌ ନ କଲେ କାର୍ଯ୍ୟାନୁଷ୍ଠାନ

ବିମୁଦ୍ରୀକରଣ ବେଳେ ବଡ ଜମା‌: ମାର୍ଚ୍ଚ ୩୧ ସୁଦ୍ଧା ଆଇଟିଆର୍‌ ଫାଇଲ୍‌ ନ କଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୯-୨(ପି.ଟି.) ବିମୁଦ୍ରୀକରଣ ବେଳେ ବ୍ୟାଙ୍କରେ ବୃହତ୍‌ ମାତ୍ରାରେ ନଗଦ ଟଙ୍କା ଜମା କରିଥିବା ବ୍ୟକ୍ତିବିଶେଷ ତଥା କମ୍ପାନୀଗୁଡିକୁ ଆୟକର ବିଭାଗ ପକ୍ଷରୁ ତାଗିଦ୍‌ କରାଯାଇଛି। ମାର୍ଚ୍ଚ ୩୧ ସୁଦ୍ଧା ଏମାନେ ଆୟକର ରିଟର୍ନ(ଆଇଟିଆର୍‌) ଫାଇଲ୍‌ କରିବେ। ଏହା ନ କଲେ ସେମାନଙ୍କୁ ଜରିମାନା ଦେବାକୁ ପଡିବ। ତା’ସହିତ ଏମାନଙ୍କ ବିରୋଧରେ ମକଦ୍ଦମା ମଧ୍ୟ ହୋଇପାରେ। ବିଭାଗ ପକ୍ଷରୁ ଟ୍ରଷ୍ଟ, ରାଜନୈତିକ ଦଳ ଏବଂ ସଂଗଠନଗୁଡିକୁ ମଧ୍ୟ ସମାନ ଅବଧି ମଧ୍ୟରେ ଆୟକର ରିଟର୍ନ ଫାଇଲ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ବିଭାଗ ବିଭିନ୍ନ ପ୍ରମୁଖ ଖବରକାଗଜରେ ବିଜ୍ଞାପନ ଜାରି କରିଛି। ଏହା ଉକ୍ତ ବ୍ୟକ୍ତିବିଶେଷ, କମ୍ପାନୀ ତଥା ଅନ୍ୟାନ୍ୟ ସଂଗଠନଗୁଡିକ ଲାଗି ଅନ୍ତିମ ସୁଯୋଗ ବୋଲି ଏହା କହିଛି। ଆସେସ୍‌ମେଣ୍ଟ ବର୍ଷ ୨୦୧୬-୧୭ ଏବଂ ୨୦୧୭-୧୮ ପାଇଁ ସଂଶୋଧିତ ଆଇଟିଆର୍‌ ମାର୍ଚ୍ଚ ୩୧ ମଧ୍ୟରେ ଫାଇଲ୍‌ ନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବା ପାଇଁ ବିଭାଗ ପକ୍ଷରୁ ସେମାନଙ୍କୁ କୁହାଯାଇଛି। ମାର୍ଚ୍ଚ ୩୧କୁ ଆହୁରି ଅନେକ ସମୟ ଅଛି। ବେଳ ଥାଉ ଥାଉ ଆଇଟିଆର୍‌ ଫାଇଲ୍‌ କରି ଅନ୍ତିମ ସମୟ ଭିଡରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଯଦି କୌଣସି ବ୍ୟକ୍ତିବିଶେଷ, କମ୍ପାନୀ, ସଂଗଠନ, ରାଜନୈତିକ ଦଳ କିମ୍ବା ଟ୍ରଷ୍ଟ ବିମୁଦ୍ରୀକରଣ ବେଳେ ନିଜ ବ୍ୟାଙ୍କ ଆକାଉଣ୍ଟରେ ବଡ ଆକାରର ଜମା କରିଛନ୍ତି କିମ୍ବା ଉଚ୍ଚ ମୂଲ୍ୟର ଟ୍ରାଞ୍ଜାକ୍‌ଶନ୍‌ କରିଛନ୍ତି ଏହାକୁ ନିଜ ଆଇଟିଆର୍‌ ଫାଇଲିଂ ବେଳେ ଉଲ୍ଲେଖ କରିବା ପାଇଁ ବିଭାଗ କହିଛି।

All Right Reserved By

ବାଣିଜ୍ୟ |

ସ୍ବାଧୀନତା ଦିବସ ଉପଲକ୍ଷେ;ମାଲ୍‌ ପରିବହନରେ ଶୀର୍ଷରେ ପୂର୍ବତଟ ରେଳପଥ

ସ୍ବାଧୀନତା ଦିବସ ଉପଲକ୍ଷେ;ମାଲ୍‌ ପରିବହନରେ ଶୀର୍ଷରେ ପୂର୍ବତଟ ରେଳପଥ

୭୨ତମ ସ୍ବାଧୀନତା ଦିବସ ପାଳନ ଅବସରରେ ସମସ୍ତ ରେଳ ଅଧିକାରୀ, କର୍ମଚାରୀ, ଯାତ୍ରୀ ତଥା ଏଥିରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହେଉଥିବା ସମସ୍ତ ଜନସାଧାରଣଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ଭାରତୀୟ ରେଳପଥର ୧୭ଟି ରେଳ ଜୋନ୍‌ ମଧ୍ୟରୁ ପୂର୍ବତଟ ରେଳପଥ ଭଳି ଗୁରୁତ୍ୱପୂର୍ଣ୍ଣ ଜୋନ୍‌ରେ ଦୀର୍ଘ ଦୁଇ ବର୍ଷ ଧରି ମହାପ୍ରବନ୍ଧକ ଭାବେ ଦାୟିତ୍ୱ ନିର୍ବାହ କରିଥିବାରୁ ମୁଁ ନିଜକୁ ଗୌରବାନ୍ବିତ ମନେକରୁଛି।

ରାତି ୯ଟା ପରେ ଏଟିଏମ୍‌ରେ ଭର୍ତ୍ତି ହେବନି ଟଙ୍କା

ରାତି ୯ଟା ପରେ ଏଟିଏମ୍‌ରେ ଭର୍ତ୍ତି ହେବନି ଟଙ୍କା

ନୂଆଦିଲ୍ଲୀ, ୧୫।୮:ରାତି ୯ଟା ପରେ ସହରାଞ୍ଚଳରେ ଥିବା ଅଟୋମେଟେଡ ଟେଲର ମେଶିନ୍‌(ଏଟିଏମ୍‌)ଗୁଡ଼ିକରେ ଆଉ ଟଙ୍କା ଭର୍ତ୍ତି କରାଯିବ ନାହିଁ। ସେହିପରି ଗ୍ରାମାଞ୍ଚଳରେ ଥିବା ଏଟିଏମ୍‌ଗୁଡ଼ିକରେ ସା ୬ଟା ପରେ ଟଙ୍କା ଭର୍ତ୍ତି ପାଇଁ ଅନୁମତି ମିଳିବ ନାହିଁ। ଖାଲି ସେତିକି ନୁହେଁ ଯେଉଁ ଏଜେନ୍ସିଗୁଡ଼ିକ ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ରେ ଟଙ୍କା ଭରିବା ପାଇଁ ଦାୟିତ୍ୱ ନେଇଛନ୍ତି ସେମାନେ ଗୋଟିଏ କ୍ୟାଶ୍‌ଭ୍ୟାନ୍‌ରେ ଥରକେ ୫ କୋଟିରୁ ଅଧିକ ଟଙ୍କା ନେଇ ପାରିବେ ନାହିଁ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦିଆଯାଇଛି। 
ମିଳିଥିବା ସୂଚନା ଅନୁସାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। 

ବ୍ୟାଙ୍କ ସିଷ୍ଟମ ଉପରେ ମାଲଓ୍ବେର;ହ୍ୟାକର ଠକିନେଲେ ୯୪ କୋଟି

ବ୍ୟାଙ୍କ ସିଷ୍ଟମ ଉପରେ ମାଲଓ୍ବେର;ହ୍ୟାକର ଠକିନେଲେ ୯୪ କୋଟି

ମୁମ୍ବାଇ,  ୧୫-୮: ହ୍ୟାକରମାନେ ପୁଣେର ଏକ ବ୍ୟାଙ୍କକୁ ଚୂନ ଲଗେଇ ୯୪ କୋଟି ଟଙ୍କା ଠକିନେବା ଚର୍ଚ୍ଚାର ବିଷୟ ପାଲଟିଛି। ପୁଣେର ଚତୁଶୃଙ୍ଘୀ କସ୍‌ମସ୍‌ ସମବାୟ ବ୍ୟାଙ୍କରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଦେଶ ତଥା ବିଦେଶୀ ବ୍ୟାଙ୍କ ଶାଖାକୁ ଏହି ଟଙ୍କା ଟ୍ରାନ୍ସଫର ହୋଇଛି। ମାଲଓ୍ବେର ବ୍ୟବହାର ଦ୍ୱାରା ଏଭଳି ବଡ ଧରଣର ଠକେଇ ହୋଇଥିବା ପୋଲିସ୍‌ କହିଛି। ଗତ ତିନି ଦିନ ମଧ୍ୟରେ ବ୍ୟାଙ୍କ ସିଷ୍ଟମକୁ ହ୍ୟାକ୍‌ କରାଯାଇ ୧୨,୦୦୦ରୁ ଅଧିକ ଥର ଟ୍ରାଞ୍ଜାକଶନ କରାଯାଇଛି। ବ୍ୟାଙ୍କର କୌଣସି ଆକାଉଣ୍ଟରୁ ଟଙ୍କା ଉଠାଣ ହୋଇ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି।

ଐତିହାସିକ ରେକର୍ଡ ନିମ୍ନ ସ୍ତରରେ ଟଙ୍କା

ଐତିହାସିକ ରେକର୍ଡ ନିମ୍ନ ସ୍ତରରେ ଟଙ୍କା

ବମ୍ବେ,  ୧୫-୮(ପି.ଟି): ମଙ୍ଗଳବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଘଟିବା ଯୋଗୁ ଏହା ସର୍ବକାଳୀନ ରେକର୍ଡ ନିମ୍ନ ସ୍ତର ୭୦.୦୯ ଟଙ୍କା ଛୁଇଁଥିଲା। ତୁର୍କୀରେ ଅର୍ଥନୈତିକ ସଙ୍କଟ ଓ ବିଶ୍ୱ ବଜାରରେ ଆର୍ଥତ୍କ ସ୍ଥିତି ବର୍ତ୍ତମାନ ଭଲ ନ ଥିବାରୁ ଟଙ୍କା ଉପରେ ଏହାର ପ୍ରଭାବ ପଡିଛି। ମଙ୍ଗଳବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୬ ପଇସା ହ୍ରାସ ଘଟିଥିଲା। ତୁର୍କୀ ସ୍ଥିତି ବିଶ୍ୱ ବଜାରର ନିବେଶକଙ୍କ ଉପରେ ଗଭୀର ପ୍ରଭାବ ପକାଇଛି। ଗତ ସପ୍ତାହଠାରୁ ତୁର୍କୀର ମୁଦ୍ରା ସଙ୍କଟ ସ୍ଥିତିରେ ରହିଥିବା ବେଳେ ନିବେଶକମାନେ ଡଲାରକୁ ନିରାପଦ ବୋଲି ବିଚାର କରୁଛନ୍ତି। ଗତ କାଲି ଟଙ୍କା ମୂଲ୍ୟରେ ୧.୦୮ ଟଙ୍କା ବା ୧.୫୭% ହ୍ରାସ ଘଟିଥିଲା। ଏହା ଫଳରେ ଟଙ୍କା ୬୯.୯୩ ସ୍ତରକୁ ଖସି ଆସିଥିଲା।

ପିଏମ୍‌ଏଲ୍‌ଏ ମାମଲାରେ ଜବୀନ ଜିନ୍ଦଲଙ୍କୁ ସମନ

ପିଏମ୍‌ଏଲ୍‌ଏ ମାମଲାରେ ଜବୀନ ଜିନ୍ଦଲଙ୍କୁ ସମନ

ନୂଆଦିଲ୍ଲୀ,  ୧୫-୮:ଝାଡଖଣ୍ଡର କୋଇଲା ବ୍ଲକ ଆବଣ୍ଟନ ସହ ଜଡିତ ଏକ ବେଆଇନ ଅର୍ଥ କାରବାର ମାମଲାରେ ସିବିଆଇ ସ୍ବତନ୍ତ୍ର କୋର୍ଟ ଶିଳ୍ପପତି ନବୀନ ଜିନ୍ଦଲଙ୍କ ସମେତ ଅନ୍ୟ ୧୪ ଜଣଙ୍କୁ ସମନ ଜାରି କରିଛନ୍ତି। ସ୍ବତନ୍ତ୍ର ଜଜ୍‌ ଭାରତ ପରାଶର ଜିନ୍ଦଲଙ୍କ ସହ ଏସାର ପାଓ୍ବାରର କାର୍ଯ୍ୟ ନିର୍ବାହୀ ଉପାଧ୍ୟକ୍ଷ ଶୁସିଲ କୁମାର ମାରୋ, ଜିନ୍ଦଲର ପୂର୍ବତନ ପରାମର୍ଶଦାତା ଆନନ୍ଦ ଗୋଏଲ, କେଇ ଇଣ୍ଟର ନ୍ୟାଶନାଲର ମୁଖ୍ୟ ବିତ୍ତ ଅଧିକାରୀ ରାଜିବ ଅଗ୍ରଓ୍ବାଲ, ଗ୍ରୀନ ଇନଫ୍ରା ଉପସଭାପତି ସିଦ୍ଧାର୍ଥ ମଦ୍ରାତୋ ପ୍ରମୁଖଙ୍କୁ ଅକ୍ଟୋବର ୧୫ରେ ହଜାର ହେବାକୁ ନିର୍ଦ୍ଦେଶରେ କହିଛନ୍ତି। ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜିନ୍ଦଲଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିଥିଲା। ତାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ନିରୋଧି ଆଇନ(ପିଏମ୍‌ଏଲ୍‌ଏ)ରେ ଏକ ମାମଲା ପୂର୍ବରୁ ରୁଜୁ ହୋଇଥିଲା। 

ବିଳମ୍ବ ହୋଇପାରେ ମେହୁଲଙ୍କ ପ୍ରତ୍ୟର୍ପଣ

ବିଳମ୍ବ ହୋଇପାରେ ମେହୁଲଙ୍କ ପ୍ରତ୍ୟର୍ପଣ

ନୂଆଦିଲ୍ଲୀ,  ୧୫-୮:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରେ ୧୪,୦୦୦ କୋଟି ମହାଘୋଟାଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକ୍‌ସୀଙ୍କ ପ୍ରତ୍ୟର୍ପଣ ବିଳମ୍ବ ଘଟିପାରେ। ଚଳିତ ମାସ ଶେଷ ପର୍ଯ୍ୟନ୍ତ ମେହୁଲଙ୍କ ପ୍ରତ୍ୟର୍ପଣ ମାମଲା ଉପରେ କୌଣସି ଅଗ୍ରଗତି ହୋଇ ନ ପାରେ। ଆଣ୍ଟିଗୁଆର ଡାଇରେକ୍ଟୋରେଟ୍‌ ଅଫ୍‌ ପବ୍ଳିକ୍‌ ପ୍ରସେକ୍ୟୁଶନ ଉକ୍ତ ମାମଲା ତ୍ୱରିତ ଭିତ୍ତିରେ ଗ୍ରହଣ କରି ନ  ପାରନ୍ତି ବୋଲି ଅନୁମାନ କରାଯାଉଛି। ଡାଇରେକ୍ଟୋରେଟ୍‌ ଅଫ୍‌ ପବ୍ଳିକ୍‌ ପ୍ରସେକ୍ୟୁଶନ ଏଭଳି ମାମଲା ଉପରେ ବିଚାର କରିଥାନ୍ତି ବୋଲି ଆଣ୍ଟିଗୁଆ ଆଇନ୍‌ ମନ୍ତ୍ରୀ ଷ୍ଟିଡରଏ ବେଞ୍ଜାମିନ କହିଛନ୍ତି। ମାମଲା ଗୁରୁତ୍ୱପୁର୍ଣ୍ଣ ହୋଇଥିବାରୁ ଏହା କୋର୍ଟକୁ ଯାଇପାରେ। ଏହା ଉପରେ ବିଚାର କରିବାକୁ ସମୟ ଲାଗୁ ଥିବାରୁ ମେହୁଲଙ୍କ ପ୍ରତ୍ୟର୍ପଣ ବିଳମ୍ବ ଘଟିପାରେ ବୋଲି ଜଣାଯାଇଛି। 

ଆଇଡିବିଆଇ ବ୍ୟାଙ୍କର ପ୍ରଥମ ତ୍ରୈମାସ କ୍ଷତି ୨,୪୧୦ କୋଟି

ଆଇଡିବିଆଇ ବ୍ୟାଙ୍କର ପ୍ରଥମ ତ୍ରୈମାସ କ୍ଷତି ୨,୪୧୦ କୋଟି

ନୂଆଦିଲ୍ଲୀ,  ୧୫-୮: ରାଷ୍ଟ୍ରାୟତ୍ତ ଆଇଡିବିଆଇ ବ୍ୟାଙ୍କ  ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ  ୨,୪୦୯.୮୯ କୋଟି ଟଙ୍କା କ୍ଷତି ସହିଛି। ଅନାଦାୟ ଋଣ ଯୋଗୁ ବ୍ୟାଙ୍କ ଏଭଳି ଭାବେ କ୍ଷତି ସହିଛି। ୨୦୧୭-୧୮ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ ତ୍ରୈମାସରେ ବ୍ୟାଙ୍କ ୮୫୩ କୋଟି ଟଙ୍କା କ୍ଷତି ସହିଥିବା ଜଣାଯାଇଛି। ସେହିଭଳି ଆହ୍ଲାବାଦ ବ୍ୟାଙ୍କ ମଧ୍ୟ ଜୁନ୍‌ ତ୍ରୈମାସରେ ୧,୯୪୪ ଟଙ୍କା କ୍ଷତି ସହିଛି। 

ଚାଇନାରେ ପ୍ରିଣ୍ଟ ହେଉନି ଭାରତୀୟ ନୋଟ୍‌ : ଆର୍‌ବିଆଇ

ଚାଇନାରେ ପ୍ରିଣ୍ଟ ହେଉନି ଭାରତୀୟ ନୋଟ୍‌ : ଆର୍‌ବିଆଇ

ନୂଆଦିଲ୍ଲୀ,  ୧୫-୮: ଭାରତ ସମେତ ଅନ୍ୟ କେତେକ ଦେଶର ନୋଟ ଚାଇନାରେ ଛପା ହେଉଥିବା ସୋମବାର ଖବର ଆସିଥିଲା। ଏହାକୁ ନେଇ ଦେଶ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଭାରତୀୟ ନୋଟ ଚାଇନାରେ ଛପା ହେବା ଦ୍ୱାରା ଏହା ଦେଶର ପ୍ରତିରକ୍ଷା ଲାଗି ବିପଦ ବୋଲି ବିରୋଧି ଦଳଗୁଡିକ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ। ଦଳଗୁଡିକ ଏ ନେଇ ସରକାରଙ୍କ ପ୍ରତିକ୍ରିୟା ଲୋଡିଥିଲେ। ମାତ୍ର ଏଭଳି ଖବରକୁ ସରକାର ମଙ୍ଗଳବାର ଖଣ୍ଡନ କରିଛନ୍ତି। ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସରକାର କହିଛନ୍ତି। ଚାଇନାରେ ଦେଶର କୌଣସି ନୋଟ ଛପା ହେଉ ନ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି। ଭାରତୀୟ ନୋଟ ଚାଇନାରେ କାହିଁକି ଛପା ହେବ ବୋଲି ଏହା ପ୍ରଶ୍ନ କରିଛି। ଭାରତୀୟ ନୋଟଗୁଡିକ କେବଳ ଆର୍‌ବିଆଇର ପ୍ରିଣ୍ଟିଂ ପ୍ରେସଗୁଡିକରେ ଛପା ଯାଉଛି ବୋଲି ଅର୍ଥନୈତିକ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ସୂଚନା ଦେଇଛନ୍ତି।

ଟିଭିଏସ୍‌ ଅଟୋର ନୂଆ ଡିଲରଶିପ

ଟିଭିଏସ୍‌ ଅଟୋର ନୂଆ ଡିଲରଶିପ

ଭୁବନେଶ୍ୱର,  ୧୪-୮: ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ନୂଆ ଅଟୋ ଡିଲରଶିପ ଏମ୍‌ପିଡି ସର୍ଭିସ ଭୁବନେଶ୍ୱର ଉପକଣ୍ଟ ପାହାଳଠାରେ ଶୁଭାରମ୍ଭ ହୋଇଛି। ନୂଆ ଶୋରୁମଟିକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ। ଉକ୍ତ ଶୋରୁମରେ ସିଏନ୍‌ଜି ଅଟୋ ଉପଲବ୍ଧ ହେବ। କଟକରେ ଏହି ଭଳି ଏକ ଷ୍ଟଟ ଅଫ୍‌ ଆର୍ଟ ଡିଲରଶିପ ଖୋଲିଥିବା ବେଳେ ଏହା ଦ୍ୱିତୀୟ ଶୋରୁମ ବୋଲି କମ୍ପାନୀ ପ୍ରକାଶ କରିଛି। ସେହିଭଳି ଉକ୍ତ ଶୋରୁମରେ କମ୍ପାନୀ ଦ୍ୱାରା ପ୍ରସ୍ତୁତ ନୂଆ ମଡେଲ ଟିଭିଏସ୍‌ କିଙ୍ଗ ଜେଡ୍‌ ଏସ୍‌ (ସିଏନଜି ଓ ପେଟ୍ରୋଲ) ମଡେଲ ଉପଲବ୍ଧ ହେବ। 

ଖୁଚୁରା ମୁଦ୍ରାସ୍ଫୀତି ୪.୧୭%

ଖୁଚୁରା ମୁଦ୍ରାସ୍ଫୀତି ୪.୧୭%

ନୂଆଦିଲ୍ଲୀ,  ୧୪-୮(ପି.ଟି.): ଜୁଲାଇ ମାସରେ ମୁଦ୍ରାସ୍ଫୀତି ଭିତ୍ତିକ ଖାଉଟି ମୂଲ୍ୟ ସୂଚୀ(ସିପିଆଇ) ୪.୧୭% ରହିଛି। ସୋମବାର ସରକାର ଏ ନେଇ ସୂଚନା ଦେଇଛନ୍ତି। ଜୁନ୍‌ ମାସରେ ୫ ମାସର ସର୍ବୋଚ୍ଚ ସ୍ତର ୫%ରେ ଖୁଚୁରା ମୁଦ୍ରାସ୍ଫୀତି ରହିଥିଲା। ମୁଦ୍ରାସ୍ଫୀତି ୪.୫୧% ରହିବ ବୋଲି ରଏଟର ଅର୍ଥନୀତିଜ୍ଞଙ୍କର ଏକ ଦଳ ପୂର୍ବାନୁମାନ କରିଥିଲେ। ଏହି ସମୟରେ ଖାଦ୍ୟ ମୁଦ୍ରାସ୍ଫୀତି ୧.୩୭% ରହିଛି। ଡାଲି, ପନିପରିବା, ଚିନି ଦର ନିମ୍ନରେ ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଡାଲି ଉପରେ ମୁଦ୍ରାସ୍ଫୀତି ନିମ୍ନରେ ରହିବା ସହ ଗତ ବର୍ଷ ସମାନ ସମୟ ତୁଳନାରେ ଏହା -(୮.୯୧%) ରହିଛି। 

ପିଏନ୍‌ବି ମାମଲା;ବରଖାସ୍ତ ହେଲେ ଉଷା

ପିଏନ୍‌ବି ମାମଲା;ବରଖାସ୍ତ ହେଲେ ଉଷା

ନୂଆଦିଲ୍ଲୀ,  ୧୪-୮(ପି.ଟି):ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରେ ୧୪,୦୦୦ କୋଟି ଟଙ୍କାର ମହାଘୋଟାଲା ମାମଲାରେ ବର୍ତ୍ତମାନ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡିକ ତନାଘନା ଜାରି ରଖିଛନ୍ତି। ଉକ୍ତ ମାମଲାରେ ଉଷା ଅନନ୍ଥସୁବ୍ରମଣ୍ୟନ ଏବଂ ସଞ୍ଜୀବ ସରଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାଯାଇଛି। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି କେନ୍ଦ୍ର ସରକାର ସୋମବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଅନୁମତି ଦେଇଛନ୍ତି। 

ଭୁବନେଶ୍ୱର ସେଣ୍ଟ୍ରାଲ୍‌ରେ ‘ରିସାଇକଲ୍‌ ଫ୍ୟାଶନ ଉଇକ୍‌’ ଆରମ୍ଭ

ଭୁବନେଶ୍ୱର ସେଣ୍ଟ୍ରାଲ୍‌ରେ ‘ରିସାଇକଲ୍‌ ଫ୍ୟାଶନ ଉଇକ୍‌’ ଆରମ୍ଭ

ଭୁବନେଶ୍ୱର, ୧୪-୮: ଫ୍ୟୁଚର ଗ୍ରୁପ୍‌ର ଡିପାର୍ଟମେଣ୍ଟାଲ ଷ୍ଟୋର ଚେନ୍‌ ଭୁବନେଶ୍ୱର ସେଣ୍ଟ୍ରାଲ୍‌ ପକ୍ଷରୁ ଆରମ୍ଭ ହୋଇଛି ‘ରି ସାଇକଲ ଫ୍ୟାଶନ ଓ୍ବିକ୍‌’। ଏହା ଚଳିତ ମାସ ୧୧ରୁ ଆରମ୍ଭ ହୋଇଥିବା ବେଳେ ୧୯ ପର୍ଯ୍ୟନ୍ତ ଚାଲିବ। ଏହା ମାଧ୍ୟମରେ ସ୍ଥାନୀୟ ଅଞ୍ଚଳବାସୀ ନିଜର ପୁରୁଣା ପୋଷାକ ଭୁବନେଶ୍ୱର ସେଣ୍ଟ୍ରାଲ ଶୋ’ରୁମ୍‌କୁ ପ୍ରଦାନ କରି ୧୦୦୦ ଟଙ୍କାର ଫ୍ୟାଶନ କରେନ୍ସି( ଗିଫ୍ଟ ଭାଉଚର) ଗ୍ରହଣ କରି ପାରିବେ ବୋଲି ଶୋ’ରୁମ୍‌ ପକ୍ଷରୁ ପ୍ରକାଶ।

Model This Week

ଯସ୍ମିନ୍