ବାଣିଜ୍ୟ |

ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୧୯% ବୃଦ୍ଧି

ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୧୯% ବୃଦ୍ଧି

ନୂଆଦିଲ୍ଲୀ,୯-୨(ପି.ଟି.)
ଚଳିତ ଆର୍ଥିକବର୍ଷର ଏପ୍ରିଲରୁ ଜାନୁୟାରୀ ମଧ୍ୟରେ ସରକାର ପ୍ରତ୍ୟକ୍ଷ ଟିକସ ଆକାରରେ ୬.୯୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଗତ ଆର୍ଥିକବର୍ଷର ସମାନ ସମୟ ତୁଳନାରେ ଏଥିରେ ୧୯.୩% ବୃଦ୍ଧି ଘଟିଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ବିବୃତିରେ ଏହି ସୂଚନା ଦିଆଯାଇଛି।
୨୦୧୭-୧୮ ସମ୍ପୂର୍ଣ୍ଣ ଆର୍ଥିକବର୍ଷ ପାଇଁ ୧୦.୦୫ ଲକ୍ଷ କୋଟି ଟଙ୍କାର ପରୋକ୍ଷ ଟିକସ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଏହା ତାହାର ୬୯.୨%।

All Right Reserved By
Karnatak Exit Poll

Model This Week

ସଂଗୀତ

ବାଣିଜ୍ୟ |

ସିସିଆଇ ଅଧ୍ୟକ୍ଷ ପଦ ପାଇଁ ଆରମ୍ଭ ହେଲା ଆବେଦନ

ସିସିଆଇ ଅଧ୍ୟକ୍ଷ ପଦ ପାଇଁ ଆରମ୍ଭ ହେଲା ଆବେଦନ

ନୂଆଦିଲ୍ଲୀ,୨୦।୫- ସରକାର ନିରପେକ୍ଷ ବ୍ୟାପାର ନିୟାମକ ପ୍ରତିଯୋଗିତା ଆୟୋଗ(ସିସିଆଇ)ର ଆଗାମୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ସର୍ଚ୍ଚ ପ୍ରୋସେସ୍‌ ଆରମ୍ଭ କରିଛନ୍ତିି। ବର୍ତ୍ତମାନ ଏହାର ଅଧ୍ୟକ୍ଷ ଭାବେ ଡି. କେ. ସିକ୍ରି କାର୍ଯ୍ୟ ତୁଲାଉଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବ। ତେଣୁ ଏହି ସମୟସୀମା ମଧ୍ୟରେ ନୂତନ ଅଧ୍ୟକ୍ଷ ନିଯୁକ୍ତି ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି।

ରେଳ ଭବନରେ ମିଳିବନି ‘ରେଳ ନୀର’

ରେଳ ଭବନରେ ମିଳିବନି ‘ରେଳ ନୀର’

ନୂଆଦିଲ୍ଲୀ, ୨୦-୫ ଏବେ ରେଳ ଭବନ ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକରେ ଆଉ ‘ରେଳ ନୀର’ ମିଳିବ ନାହିଁ। ରେଳପଥ ଅଧିକାରୀମାନେ ସେମାନଙ୍କ ଘରୁ ପିଇବା ପାଣି ଆଣିବେ କିମ୍ବା କାର୍ଯ୍ୟାଳୟରେ ସଂସ୍ଥାପିତ ଆର୍‌ଓ ପ୍ଲାଣ୍ଟରୁ ଜଳ ସଂଗ୍ରହ କରିବେ। ଖର୍ଚ୍ଚ କାଟ ଯୋଜନା କ୍ରମେ ରେଳ ବୋର୍ଡ ଏହି ନିଷ୍ପତ୍ତି ନେଇଛି।

ତୈଳ ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଲା

ତୈଳ ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଲା

ନୂଆଦିଲ୍ଲୀ,୨୦।୫ : ତୈଳ ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ପେଟ୍ରୋଲ ଦର ରବିବାର ଲିଟର ପିଛା ୭୬.୨୪ ଟଙ୍କା ଛୁଇଁଥିବାବେଳେ ଡିଜେଲ୍‌ ଦର ଲିଟର ପିଛା ୬୭.୫୭ ଟଙ୍କାରେ ପହଞ୍ଚିଛି। ୨୦୧୩ ସେପ୍ଟେମ୍ବର ୧୪ ତାରିଖରେ ପେଟ୍ରୋଲ ଦର ୭୬.୦୬ ଟଙ୍କାରେ ପହଞ୍ଚିଥିଲା।

ଜେଟ୍‌ ଏୟାରଓ୍ବେଜ୍‌ ନଜରରେ ଅଛି ଏୟାର ଇଣ୍ଡିଆ

ଜେଟ୍‌ ଏୟାରଓ୍ବେଜ୍‌ ନଜରରେ ଅଛି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ, ୨୦-୫ କ୍ଷତିରେ ଚାଲିଥିବା ରାଷ୍ଟ୍ରାୟତ୍ତ ବିମାନ ସେବା ପ୍ରଦାନକାରୀ ଏୟାର ଇଣ୍ଡିଆକୁ ଦୃଷ୍ଟିରେ ରଖିଛି ଜେଟ୍‌ ଏୟାର ଓ୍ବେଜ୍‌। ଏହା ନିଜ ବ୍ୟବସାୟକୁ ଅଧିକ ଧ୍ୟାନ ଦେଉଥିଲେ ମଧ୍ୟ ଏୟାର ଇଣ୍ଡିଆ ଅଧିଗ୍ରହଣକୁ ଅଣଦେଖା କରିନାହିଁ ବୋଲି ଏହାର ଅଧ୍ୟକ୍ଷ ନରେଶ ଗୋୟଲ ପ୍ରକାଶ କରିଛନ୍ତି।

ଭାରତରେ ଏଲ୍‌ଜିକୁ ପୂରିଲା ୨୧ବର୍ଷ

ଭାରତରେ ଏଲ୍‌ଜିକୁ ପୂରିଲା ୨୧ବର୍ଷ

ନୂଆଦିଲ୍ଲୀ, ୨୦-୫ ପ୍ରମୁଖ ଇଲେକ୍‌ଟ୍ରୋନିକ୍ସ ଉତ୍ପାଦ ନିର୍ମାତା ଏଲ୍‌ଜି ଇଲେକ୍‌ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଭାରତରେ ଏହାର ୨୧ ବର୍ଷ ପୂର୍ତ୍ତି ପାଳନ କରିଛି। ଏହି ଅବସରରେ କମ୍ପାନୀ ଏକ ନୂତନ ଭିଡିଓ ଲଞ୍ଚ୍‌ କରିବା ସହିତ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତା ତଥା ଚାହିଦାକୁ ପୂରଣ କରିବା ପାଇଁ ପ୍ରୟାସ କରିବ ବୋଲି ପ୍ରକାଶ କରିଛି।

ରାଶନ ପୋର୍ଟେବିଲିଟି ଖୁବ୍‌ଶୀଘ୍ର

ରାଶନ ପୋର୍ଟେବିଲିଟି ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ,୨୦-୫ ମୋବାଇଲ୍‌ ପୋର୍ଟେବିଲିଟି ପରେ ଏବେ ଦେଶବ୍ୟାପୀ ରାଶନ ପୋର୍ଟେବିଲିଟି ବ୍ୟବସ୍ଥା ପ୍ରଚଳନ ହେବାକୁ ଯାଉଛି। ପାଇଲଟ ଭିତ୍ତିରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ ହରିୟାଣା ଆଦି ରାଜ୍ୟରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ଭାରତ ସରକାର ପାଣ୍ଠି ଯୋଗାଇଦେବେ। ପ୍ରଥମ ରାଜ୍ୟଭାବେ ତେଲେଙ୍ଗାନାରେ ଏହି ବ୍ୟବସ୍ଥା ଖୁବ୍‌ଶୀଘ୍ର ପ୍ରଚଳନ ହେବାକୁ ଯାଉଛି।

ଭୁବନେଶ୍ୱରରେ ଖୋଲିଲା ମୋବେଲ ଫର୍ନିଚର

ଭୁବନେଶ୍ୱରରେ ଖୋଲିଲା ମୋବେଲ ଫର୍ନିଚର

ଭୁବନେଶ୍ୱର, ୨୦-୫(ବ୍ୟୁରୋ) ବହୁବିଧ ସେବା ପ୍ରଦାନ କରୁଥିବା କ୍ରିଷ୍ଣା ଗ୍ରୁପ୍‌ ଅଫ୍‌ କମ୍ପାନୀ ଏବେ ନୂତନ କ୍ଷେତ୍ରକୁ ପ୍ରବେଶ କରିଛି। ଏକ ସୁନ୍ଦର ଗୃହ ନିର୍ମାଣ ପାଇଁ ଆର୍କିଟେକ୍‌ଟଠାରୁ ଆରମ୍ଭ କରି ରୁମ୍‌ ଫର୍ନିଶିଙ୍ଗ୍‌ ପର୍ଯ୍ୟନ୍ତ ସମସ୍ତ ସରଂଜାମ ଯୋଗାଇବା ସକାଶେ ଏହି ଗ୍ରୁପ୍‌ କ୍ରୀଷ୍ଣା ବିଲ୍ଡ ମାର୍ଟ ନାମରେ ନୂତନ ବ୍ୟବସାୟିକ ସଂସ୍ଥାକୁ ଶନିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛି। ଏଥିସହିତ କଲିକତାଭିତ୍ତିକ ଫର୍ନିଚର ବ୍ରାଣ୍ଡ ମୋବେଲ ଫର୍ନିଚର ସହ ମିଳିତ ହୋଇ ଫର୍ନିଚର ଆବଶ୍ୟକତା ପୂରଣ ପାଇଁ ଶନିବାର ଆନୁଷ୍ଠାନିକ ଭାବେ ମୋବେଲ୍‌ ଫର୍ନିଚର ଶୋ’ରୁମ୍‌ ମଧ୍ୟ ଉଦ୍‌ଘାଟନ କରିଛି।

ସିଭିରମଣ ଇଞ୍ଜିନିୟରିଂ କଲେଜରେ ଡ୍ରୋନ୍‌ ଟେକ୍ନୋଲୋଜିର ପ୍ରଶିକ୍ଷଣ

ସିଭିରମଣ ଇଞ୍ଜିନିୟରିଂ କଲେଜରେ ଡ୍ରୋନ୍‌ ଟେକ୍ନୋଲୋଜିର ପ୍ରଶିକ୍ଷଣ

ଭୁବନେଶ୍ୱର, ୨୦-୫ ସ୍ଥାନୀୟ ସିଭିରମଣ ଇଞ୍ଜିନିୟରିଂ କଲେଜରେ ଭାରତ ସରକାରଙ୍କ କନଷ୍ଟ୍ରକଶନ୍‌ ଇଣ୍ଡଷ୍ଟ୍ରି ଡେଭଲପମେଣ୍ଟ୍‌ କାଉନସିଲ୍‌ (ସିଆଇଡିସି)ର ସହଯୋଗରେ ଡ୍ରୋନ ଟେକ୍ନୋଲୋଜି ଉପରେ ପାଠ୍ୟକ୍ରମ ଆରମ୍ଭ ହୋଇଛି ା ଏହି ପ୍ରୋଗ୍ରାମ୍‌ ପାଇଁ ସିଆଇଡିସି ସିଭିରମଣ କଲେଜର ୨ଜଣ ଶିକ୍ଷକଙ୍କୁ ଅଷ୍ଟ୍ରେଲିଆର ବ୍ରିସ୍‌ବେନ୍‌ଠାରେ ଡ୍ରୋନ ଟେକ୍ନୋଲୋଜିର ମାଷ୍ଟର ପାଇଲଟ୍‌ ଟ୍ରେନିଂ ପ୍ରୋଗ୍ରାମ ପ୍ରଦାନ କରିବ। ଚଳିତ ସେମିଷ୍ଟାରଠାରୁ ଡ୍ରୋନ ଟ୍ରେନିଂକୁ ଛାତ୍ରୀଛାତ୍ରମାନଙ୍କୁ କ୍ରେଡିଟ୍‌ ବେସ୍‌ ପ୍ରୋଗ୍ରାମ ହିସାବରେ ପାଠ୍ୟକ୍ରମରେ ପ୍ରଦାନ କରାଯିବ ା

କଟକରେ ମ୍ୟାକ୍ସ ଫ୍ୟାଶନ୍‌ର ଦ୍ୱିତୀୟ ଷ୍ଟୋର

କଟକରେ ମ୍ୟାକ୍ସ ଫ୍ୟାଶନ୍‌ର ଦ୍ୱିତୀୟ ଷ୍ଟୋର

ଭୁବନେଶ୍ୱର,୨୦-୫ ଦେଶର ପ୍ରମୁଖ ଫ୍ୟାଶନ୍‌ ବ୍ରାଣ୍ଡ୍‌ ମ୍ୟାକ୍ସ ପକ୍ଷରୁ ଆସନ୍ତା ରଜକୁ ଦୃଷ୍ଟିରେ ରଖି କଟକରେ ଦ୍ୱିତୀୟ ଶୋ’ରୁମ୍‌ ଏସ୍‌ଜିବିଏଲ୍‌ ସ୍କୋୟାର ମଲ୍‌ଠାରେ ଖୋଲାଯାଇଛି। ଓଡିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଦ୍ୱାରା ଏହା ଉଦ୍‌ଘାଟିତ ହୋଇଛି। ଏଠାରେ ସମର କଲେକସନ୍‌ ମଧ୍ୟ ମହଜୁଦ୍‌ ରହିଛି। ଏହି ଷ୍ଟୋର ୧୦୫୦୫ ବର୍ଗଫୁଟ ପରିମିତ ସ୍ଥାନରେ ପରିବ୍ୟାପ୍ତ। ଏଠାରେ ପରିବାର ଉପଯୋଗୀ ବିଭିନ୍ନ ପାରମ୍ପରିକ ତଥା ଅତ୍ୟାଧୁନିକ ପୋଷାକ ଉପଲବ୍ଧ।

ଟାଟା ସନ୍ସ ଲିମିଟେଡ୍‌ର ସ୍ବାଧୀନ ନିର୍ଦ୍ଦେଶକ ଭାବେ ହରୀଶ ମାନ୍‌ଓ୍ବାନି ନିଯୁକ୍ତ

ଟାଟା ସନ୍ସ ଲିମିଟେଡ୍‌ର ସ୍ବାଧୀନ ନିର୍ଦ୍ଦେଶକ ଭାବେ ହରୀଶ ମାନ୍‌ଓ୍ବାନି ନିଯୁକ୍ତ

ବମ୍ବେ,୨୦-୫ ଟାଟା ସନ୍ସ ଲିମିଟେଡ୍‌ର ଜଣେ ସ୍ବାଧୀନ ନିର୍ଦ୍ଦେଶକ ଭାବେ ହରୀଶ ମାନ୍‌ଓ୍ବାନି ନିଯୁକ୍ତି ପାଇଛନ୍ତି। ମାନ୍‌ଓ୍ବାନି ପୂର୍ବରୁ ୟୁନିଲିବରର ଗ୍ଲୋବାଲ୍‌ ଚିଫ୍‌ ଅପରେଟିଂ ଅଫିସର ଏବଂ ହିନ୍ଦୁସ୍ତାନ ୟୁନିଲିବର ଲିମିଟେଡ୍‌ର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ବ୍ଲାକ୍‌ଷ୍ଟୋନ୍‌ ପ୍ରାଇଭେଟ୍‌ ଇକ୍ୱିଟି ଗ୍ରୁପ୍‌ର ଗ୍ଲୋବାଲ ଏକ୍‌ଜିକ୍ୟୁଟିଭ୍‌ ଆଡ୍‌ଭାଇଜର୍‌ ଭାବେ କାର୍ଯ୍ୟ କରୁଛନ୍ତି। ୨୦୦୮ରେ ସେ ସିଏନ୍‌ବିସି ଏସିଆ ବିଜ୍‌ନେସ୍‌ ଲିଡର୍‌ ଅଫ୍‌ ଦ ଇୟର୍‌ ପୁରସ୍କାର ଜିତିଥିବାବେଳେ ୨୦୧୨ରେ ସେ ସିଙ୍ଗାପୁର ସରକାରଙ୍କଠାରୁ ପବ୍ଲିକ୍‌ ସର୍ଭିସ୍‌ ମେଡାଲ୍‌ ପ୍ରାପ୍ତ କରିଛନ୍ତି।

ଲଣ୍ଡନରେ ଅଛନ୍ତି ନୀରବ

ଲଣ୍ଡନରେ ଅଛନ୍ତି ନୀରବ

ବମ୍ବେ,୨୦-୫ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ(ପିଏନ୍‌ବି) ଜାଲିଆତିର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ଏବେ ଲଣ୍ଡନରେ ଅଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ବାରମ୍ବାର ସମନ୍‌ ସତ୍ତ୍ୱେ ତଦନ୍ତ ପ୍ରକ୍ରିୟାରେ ଯୋଗଦେବା ପାଇଁ ସେ ଭାରତକୁ ଆସୁ ନ ଥିବାବେଳେ ସିଙ୍ଗାପୁର ପାସ୍‌ପୋର୍ଟରେ ସେଠାରେ ରହୁଥିବା ଇଡି ସୂଚନା ଦେଇଛି।

ସାପ୍ତାହିକ ସମୀକ୍ଷା:ସେନ୍‌ସେକ୍ସରେ ୬୮୭ ପଏଣ୍ଟ ହ୍ରାସ

ସାପ୍ତାହିକ ସମୀକ୍ଷା:ସେନ୍‌ସେକ୍ସରେ ୬୮୭ ପଏଣ୍ଟ ହ୍ରାସ

ବମ୍ବେ,୧୯-୫(ପି.ଟି.) ଏଇ ସପ୍ତାହରେ ଉଭୟ ସେନ୍‌ସେକ୍ସ ଏବଂ ନିଫ୍‌ଟିରେ ପତନ ଘଟିଛି। ପୂର୍ବ ସପ୍ତାହ ତୁଳନାରେ ଏଇ ସପ୍ତାହରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସରେ ୬୮୭.୪୯ ପଏଣ୍ଟ୍‌ ହ୍ରାସ ଘଟିଥିବାବେଳେ ନ୍ୟାଶ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ନିଫ୍‌ଟିରେ ୨୧୦.୧୦ ପଏଣ୍ଟ୍‌ ହ୍ରାସ ଘଟିଛି।