ବାଣିଜ୍ୟ |

ଅଟୋ ଏକ୍ସପୋ-୨୦୧୮,ହୋଣ୍ଡାର ୧୧ ନୂଆ ମଡେଲ୍‌ ଉନ୍ମୋଚିତ

ଅଟୋ ଏକ୍ସପୋ-୨୦୧୮,ହୋଣ୍ଡାର ୧୧ ନୂଆ ମଡେଲ୍‌ ଉନ୍ମୋଚିତ

ଭୁବନେଶ୍ୱର,୯-୨
ଗ୍ରେଟର ନୋଏଡାଠାରେ ଆରମ୍ଭ ହୋଇଥିବା ୧୪ତମ ଅଟୋ ଏକ୍ସପୋ ୨୦୧୮ରେ ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ୧୧ଟି ନୂଆ ମଡେଲ୍‌ ଉନ୍ମୋଚନ କରାଯାଇଛି। ହୋଣ୍ଡା ପକ୍ଷରୁ ଏହାର ୧୬୦ସିସି ଇଞ୍ଜିନ୍‌ବିଶିଷ୍ଟ ନୂଆ ମୋଟରସାଇକେଲ ଏକ୍ସ-ବ୍ଲେଡ୍‌କୁ ଉନ୍ମୋଚନ କରାଯାଇଛି। ଏହା ସହିତ ୬ଟି ଘରୋଇ ମଡେଲ୍‌ ଏବଂ ୪ଟି ଆନ୍ତର୍ଜାତିକ ଫନ୍‌ ବାଇକ୍‌ ସମେତ ମୋଟ ୧୦ଟି ୨୦୧୮ଏଡିଶନ୍‌୍‌ ମଡେଲ୍‌କୁ ମଧ୍ୟ ଉନ୍ମୋଚନ କରାଯାଇଛି।
ହୋଣ୍ଡା ଉନ୍ମୋଚନ କରିଥିବା ମଡେଲ୍‌ଗୁଡ଼ିକ ହେଉଛି ଏକ୍ସ-ବ୍ଲେଡ୍‌ ବାଇକ୍‌, ଆକ୍ଟିଭା ୫ଜି ଏବଂ ଲିଭୋ, ସିବି ସାଇନ୍‌, ସିବି ସାଇନ୍‌ ଏସ୍‌ପି, ସିବି ହର୍ନେଟ୍‌ ୧୬୦ଆର୍‌, ସିବିଆର୍‌ ୨୫୦ଆର୍‌, ସିବିଆର ୬୫୦ଏଫ୍‌, ସିବିଆର୍‌୧୦୦୦ଆର୍‌ଆର୍‌, ସିବିଆର୧୦୦୦ଆର୍‌ଆର୍‌ ଏସ୍‌ପି ଏବଂ ଗୋଲ୍‌ଡୱିଙ୍ଗ୍‌ର ୨୦୧୮ ଏଡିଶନ୍‌।
ଏହି ଅବସରରେ ହୋଣ୍ଡା ମୋଟର କମ୍ପାନୀ, ଜାପାନର ସଭାପତି, ସିଇଓ ତଥା ପ୍ରତିନିଧି ନିର୍ଦ୍ଦେଶକ ଟାକାହିରୋ ହାଚିଗୋ କହିଛନ୍ତି ଯେ, ‘ଭାରତ ହୋଣ୍ଡା ପାଇଁ ସର୍ବବୃହତ୍‌ ମୋଟରସାଇକେଲ୍‌ ବଜାର ହୋଇଥିବା ବେଳେ ହୋଣ୍ଡାର ବିଶ୍ୱ ସ୍ତରୀୟ ବିକ୍ରିରେ ଏହା ଏକତୃତୀୟାଂଶ ଅବଦାନ ପ୍ରଦାନ କରୁଛି। ନୂଆ ଉତ୍ପାଦଗୁଡିକ ଯୁବପିଢ଼ିଙ୍କୁ ନିଶ୍ଚିତ ଭାବେ ଆକର୍ଷିତ କରିବ ବୋଲି ସେ କହିଛନ୍ତି।
ହୋଣ୍ଡା ଉପତ୍ାଦର ରୋଡ୍‌ମ୍ୟାପ୍‌ ବିଷୟରେ ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ସଭାପତି ତଥା ସିଇଓ ମିନୋରୁ କାଟୋ କହିଛନ୍ତି ଯେ, ସର୍ବାଧିକ ବଜାର ଅଂଶ ହାସଲ କରିବା ସହ ହୋଣ୍ଡା ଚଳିତ ଆର୍ଥିକ ବର୍ଷରେ ୬ ନିୟୁତ ବିକ୍ରି ଲକ୍ଷ୍ୟ ଟପିବାକୁ ବସିଛି। ଆମର ନୂଆ ଉତ୍ପାଦଗୁଡିକ ଦ୍ୱାରା ୨୦୧୮ ଭାରତୀୟ ଅଟୋମୋବାଇଲ୍‌ ଶିଳ୍ପ ପାଇଁ ଆକର୍ଷଣୀୟ ରହିବ ।
ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବରିଷ୍ଠ ଉପ-ସଭାପତି ୟଦବିନ୍ଦର ସିଂ ଗୁଲେରିଆ କହିଛନ୍ତି, ଭାରତ ଦୁଇଚକିଆ ବଜାର ସ୍କୁଟରକୁ ଏଭଳି ଆପଣେଇଛି ଯାହା ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା। ଅଗ୍ରଦୂତ ସାଜି ଭାରତ ଆକ୍ଟିଭାକୁ ଭଲ ପାଇଛି। ସେହି ଭଲ ପାଇବା ଫେରସ୍ତ କରିବା ପାଇଁ ହୋଣ୍ଡା ଖୁସିର ସହିତ ଆକ୍ଟିଭା ୫ଜି ଉନ୍ମୋଚନ କରିଛି, ଯାହା ସବୁ ପିଢ଼ି ପାଇଁ ଗାଡ଼ିଚାଳନାର ଆନନ୍ଦ ପ୍ରଦାନ କରିବ।

All Right Reserved By
Karnatak Exit Poll

Model This Week

ସଂଗୀତ

ବାଣିଜ୍ୟ |

ଅଭିବୃଦ୍ଧିକୁ ତ୍ୱରାନ୍ବିତ କରୁଛନ୍ତି ଟାୟାର୍‌-୨ ସହର

ଅଭିବୃଦ୍ଧିକୁ ତ୍ୱରାନ୍ବିତ କରୁଛନ୍ତି ଟାୟାର୍‌-୨ ସହର

ନୂଆଦିଲ୍ଲୀ,୨୧-୫(ପି.ଟି.) ଭୁବନେଶ୍ୱର, ରାଞ୍ଚତ୍, ସୁରଟ, ବିଜୟଓ୍ବାଡା, ବାରାଣସୀ ଭଳି ପ୍ରମୁଖ ଟାୟାର୍‌-୨ ସହର ଦେଶର ବିମାନ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଯାତ୍ରୀ ପରିବହନରେ ଏ ସବୁ ସହରଗୁଡିକର ଭୂମିକା ଉଲ୍ଲେଖନୀୟ ରହିଥିବା ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ(ଏଏଆଇ) ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି। ଗତବର୍ଷ ଦେଶର ବିମାନ ଶିଳ୍ପ କ୍ଷେତ୍ରର ହାରାହାରି ଅଭିବୃଦ୍ଧି ୨୬% ରହିଥିବାବେଳେ ଏଥିରେ ଉପରୋକ୍ତ ସହରଗୁଡିକର ଅବଦାନ ସିଂହଭାଗ ରହିଛି। ବିଭିନ୍ନ ଘରୋଇ ବିମାନ କମ୍ପାନୀଗୁଡିକ ପକ୍ଷରୁ ଏସବୁ ସହରରୁ କ୍ରମାଗତ ଭାବେ ନୂଆ ରୁଟ୍‌ ତଥା ସେବା ଯୋଡାଯିବା ଫଳରେ ଚାହିଦା ବଳବତ୍ତର ହୋଇଥିବା ଏଏଆଇର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

 ଭାରତ ଷଷ୍ଠ ଧନୀ ରାଷ୍ଟ୍ର

ଭାରତ ଷଷ୍ଠ ଧନୀ ରାଷ୍ଟ୍ର

ନୂଆଦିଲ୍ଲୀ,୨୧-୫(ପି.ଟି.) ଭାରତ ବିଶ୍ୱର ଷଷ୍ଠ ବୃହତ୍‌ ଧନୀ ରାଷ୍ଟ୍ର। ଏହାର ମୋଟ୍‌ ସମ୍ପତ୍ତି ୮,୨୩୦ ବିଲିୟନ୍‌ ଡଲାର୍‌। ଅନ୍ୟପକ୍ଷରେ ୬୨,୫୮୪ ବିଲିୟନ୍‌ ଡଲାର ସମ୍ପତ୍ତି ସହ ଆମେରିକା ବିଶ୍ୱର ସବୁଠାରୁ ଧନୀ ରାଷ୍ଟ୍ର ବୋଲି ଏକ ରିପୋର୍ଟରୁ ଜଣାଯାଇଛି। ୨୪,୮୦୩ ବିଲିୟନ୍‌ ଡଲାର ସମ୍ପତ୍ତି ସହ ଚାଇନା ବିଶ୍ୱର ଦ୍ୱିତୀୟ ଧନୀ ରାଷ୍ଟ୍ରର ଆଖ୍ୟା ପାଇଥିବା ଏଏଫ୍‌ଆର୍‌ ଏସିଆ ବ୍ୟାଙ୍କ୍‌ ଗ୍ଲୋବାଲ ଓ୍ବେଲ୍‌ଥ ମାଇଗ୍ରେଶନ୍‌ ରିଭ୍ୟୁରୁ ଜଣାଯାଇଛି। ୧୯,୫୨୨ ବିଲିୟନ ଡଲାର ସମ୍ପତ୍ତି ସହ ଜାପାନ ତୃତୀୟ ଧନୀ ରାଷ୍ଟ୍ର ଭାବେ ସ୍ଥାନିତ ହୋଇଛି। ମୋଟ୍‌ ସମ୍ପତ୍ତି କହିଲେ ପ୍ରତି ଦେଶରେ ବାସ କରୁଥିବା ଲୋକଙ୍କ ବ୍ୟକ୍ତିଗତ ସମ୍ପତ୍ତିିର ମିଶ୍ରଣ। ସମ୍ପତ୍ତିକୁ ହିସାବ କରାଯିବା ସମୟରେ ସରକାରଙ୍କ ପାଣ୍ଠିକୁ ଗଣନା କରାଯାଇ ନ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସର୍ବକାଳୀନ ରେକର୍ଡ ସ୍ତରରେ ତେଲ ଦର

ସର୍ବକାଳୀନ ରେକର୍ଡ ସ୍ତରରେ ତେଲ ଦର

ଭୁବନେଶ୍ୱର,୨୧-୫(ବ୍ୟୁରୋ) ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଗତ ସୋମବାରରୁ କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟାଇ ଚାଲିଛନ୍ତି। ଫଳରେ ବର୍ତ୍ତମାନ ଉଭୟ ଇନ୍ଧନ ଦର ରେକର୍ଡ ସ୍ତରରେ ପହଞ୍ଚିଛି। ରାଜଧାନୀ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଦର ୭୫.୦୬ ଟଙ୍କା ଛୁଇଁଥିବାବେଳେ ଡିଜେଲ ୭୨.୪୩ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ରାଜ୍ୟରେ ଉଭୟ ଇନ୍ଧନ ଦର କେବେ ବି ଏହି ସ୍ତର ଛୁଇଁ ନ ଥିଲା। ସୂଚନାଯୋଗ୍ୟ, କର୍ନାଟକ ନିର୍ବାଚନ ଯୋଗୁ ୧୯ ଦିନ ଧରି ଦର ଅପରିବର୍ତ୍ତିତ ରହିଥିଲା। ଏହା ଏକପ୍ରକାର ନିର୍ବାଚନୀ ଷ୍ଟ୍ରାଟେଜି ରହିଥିଲା। ଭୋଟ୍‌ ସରିବା ପରେ ଗତ ସୋମବାରଠାରୁ ତୈଳ କମ୍ପାନୀଗୁଡିକ ଉଭୟ ଇନ୍ଧନ ଦରରେ ବୃଦ୍ଧି ଆରମ୍ଭ କରିଛନ୍ତି। କମ୍ପାନୀଗୁଡିକ ଏତେ ଦିନ ଧରି ଦର ଅପରିବର୍ତ୍ତିତ ରଖି ପାଖାପାଖି ୫୦୦ କୋଟି ଟଙ୍କାର ଆର୍ଥିକ ବୋଝ ସହିଛନ୍ତି, ଯାହାକୁ ବର୍ତ୍ତମାନ ଭରଣା କରୁଛନ୍ତି। ଅନ୍ୟପକ୍ଷରେ ୪ ସପ୍ତାହ ଧରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଚାଲିଛି, ଯାହାଫଳରେ ବର୍ତ୍ତମାନ ଏହା ବ୍ୟାରେଲ୍‌ ପିଛା ୮୦ ଡଲାର ଅତିକ୍ରମ କରିଛି। ଏହାର ବୋଝକୁ କମ୍ପାନୀଗୁଡିକ ସିଧାସଳଖ ଖାଉଟିଙ୍କ ମୁଣ୍ଡରେ ପକାଇଛନ୍ତି। ପ୍ରତିଦିନ ଦର ବଢ଼ିବା ଯୋଗୁ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବାବେଳେ ସରକାର ଉଭୟ ଇନ୍ଧନ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିବା ସପକ୍ଷରେ ନାହାନ୍ତି।

କଷ୍ଟମ୍‌ସ ବ୍ରୋକରଙ୍କ ପାଇଁ ପାନ୍‌, ଆଧାର ବାଧ୍ୟତାମୂଳକ

କଷ୍ଟମ୍‌ସ ବ୍ରୋକରଙ୍କ ପାଇଁ ପାନ୍‌, ଆଧାର ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୧-୫(ପି.ଟି.) କଷ୍ଟମ୍‌ସ ବ୍ରୋକର ଭାବେ ଲାଇସେନ୍ସ ପାଇବା ପାଇଁ ହେଲେ ଆଧାର ଏବଂ ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର(ପାନ୍‌) ବାଧ୍ୟତାମୂଳକ। ଅର୍ଥ ମନ୍ତ୍ରଣାଳୟ ଅନ୍ତର୍ଗତ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି। ଦ୍ରବ୍ୟ ଆମଦାନୀ ଓ ରପ୍ତାନି ବେଳେ ଇମ୍ପୋର୍ଟର ଏବଂ ଏକ୍ସପୋର୍ଟରଙ୍କ ପକ୍ଷରୁ ଏଜେଣ୍ଟ ଭାବେ କଷ୍ଟମ୍‌ସ ବ୍ରୋକର ମାନେ କାର୍ଯ୍ୟ କରିଥାନ୍ତି।

୯୦୦୦ରୁ ଊର୍ଦ୍ଧ୍ୱ ଆର୍‌ପିଏଫ୍‌ ପଦ ପାଇଁ ଦରଖାସ୍ତ ଆହ୍ବାନ

୯୦୦୦ରୁ ଊର୍ଦ୍ଧ୍ୱ ଆର୍‌ପିଏଫ୍‌ ପଦ ପାଇଁ ଦରଖାସ୍ତ ଆହ୍ବାନ

ଭୁବନେଶ୍ୱର,୨୧-୫ ଭାରତୀୟ ରେଳ ଅନ୍ତର୍ଗତ ରେଳ ସୁରକ୍ଷା ବଳ(ଆର୍‌ପିଏଫ୍‌) ଏବଂ ରେଳ ସୁରକ୍ଷା ସ୍ବତନ୍ତ୍ର ବଳ(ଆର୍‌ପିଏସ୍‌ଏଫ୍‌)ରେ ସବ୍‌-ଇନ୍ସପେକ୍ଟର ଓ କନ୍‌ଷ୍ଟେବଲ୍‌ ପଦ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ମୋଟ ୯୭୩୯ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏଥିପାଇଁ ଜୁନ ୩୦ ପର୍ଯ୍ୟନ୍ତ ସମୟ ପ୍ରଦାନ କରାଯାଇଛି।

ସିସିଆଇ ଅଧ୍ୟକ୍ଷ ପଦ ପାଇଁ ଆରମ୍ଭ ହେଲା ଆବେଦନ

ସିସିଆଇ ଅଧ୍ୟକ୍ଷ ପଦ ପାଇଁ ଆରମ୍ଭ ହେଲା ଆବେଦନ

ନୂଆଦିଲ୍ଲୀ,୨୦।୫- ସରକାର ନିରପେକ୍ଷ ବ୍ୟାପାର ନିୟାମକ ପ୍ରତିଯୋଗିତା ଆୟୋଗ(ସିସିଆଇ)ର ଆଗାମୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ସର୍ଚ୍ଚ ପ୍ରୋସେସ୍‌ ଆରମ୍ଭ କରିଛନ୍ତିି। ବର୍ତ୍ତମାନ ଏହାର ଅଧ୍ୟକ୍ଷ ଭାବେ ଡି. କେ. ସିକ୍ରି କାର୍ଯ୍ୟ ତୁଲାଉଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବ। ତେଣୁ ଏହି ସମୟସୀମା ମଧ୍ୟରେ ନୂତନ ଅଧ୍ୟକ୍ଷ ନିଯୁକ୍ତି ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି।

ରେଳ ଭବନରେ ମିଳିବନି ‘ରେଳ ନୀର’

ରେଳ ଭବନରେ ମିଳିବନି ‘ରେଳ ନୀର’

ନୂଆଦିଲ୍ଲୀ, ୨୦-୫ ଏବେ ରେଳ ଭବନ ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକରେ ଆଉ ‘ରେଳ ନୀର’ ମିଳିବ ନାହିଁ। ରେଳପଥ ଅଧିକାରୀମାନେ ସେମାନଙ୍କ ଘରୁ ପିଇବା ପାଣି ଆଣିବେ କିମ୍ବା କାର୍ଯ୍ୟାଳୟରେ ସଂସ୍ଥାପିତ ଆର୍‌ଓ ପ୍ଲାଣ୍ଟରୁ ଜଳ ସଂଗ୍ରହ କରିବେ। ଖର୍ଚ୍ଚ କାଟ ଯୋଜନା କ୍ରମେ ରେଳ ବୋର୍ଡ ଏହି ନିଷ୍ପତ୍ତି ନେଇଛି।

ତୈଳ ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଲା

ତୈଳ ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଲା

ନୂଆଦିଲ୍ଲୀ,୨୦।୫ : ତୈଳ ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ପେଟ୍ରୋଲ ଦର ରବିବାର ଲିଟର ପିଛା ୭୬.୨୪ ଟଙ୍କା ଛୁଇଁଥିବାବେଳେ ଡିଜେଲ୍‌ ଦର ଲିଟର ପିଛା ୬୭.୫୭ ଟଙ୍କାରେ ପହଞ୍ଚିଛି। ୨୦୧୩ ସେପ୍ଟେମ୍ବର ୧୪ ତାରିଖରେ ପେଟ୍ରୋଲ ଦର ୭୬.୦୬ ଟଙ୍କାରେ ପହଞ୍ଚିଥିଲା।

ଜେଟ୍‌ ଏୟାରଓ୍ବେଜ୍‌ ନଜରରେ ଅଛି ଏୟାର ଇଣ୍ଡିଆ

ଜେଟ୍‌ ଏୟାରଓ୍ବେଜ୍‌ ନଜରରେ ଅଛି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ, ୨୦-୫ କ୍ଷତିରେ ଚାଲିଥିବା ରାଷ୍ଟ୍ରାୟତ୍ତ ବିମାନ ସେବା ପ୍ରଦାନକାରୀ ଏୟାର ଇଣ୍ଡିଆକୁ ଦୃଷ୍ଟିରେ ରଖିଛି ଜେଟ୍‌ ଏୟାର ଓ୍ବେଜ୍‌। ଏହା ନିଜ ବ୍ୟବସାୟକୁ ଅଧିକ ଧ୍ୟାନ ଦେଉଥିଲେ ମଧ୍ୟ ଏୟାର ଇଣ୍ଡିଆ ଅଧିଗ୍ରହଣକୁ ଅଣଦେଖା କରିନାହିଁ ବୋଲି ଏହାର ଅଧ୍ୟକ୍ଷ ନରେଶ ଗୋୟଲ ପ୍ରକାଶ କରିଛନ୍ତି।

ଭାରତରେ ଏଲ୍‌ଜିକୁ ପୂରିଲା ୨୧ବର୍ଷ

ଭାରତରେ ଏଲ୍‌ଜିକୁ ପୂରିଲା ୨୧ବର୍ଷ

ନୂଆଦିଲ୍ଲୀ, ୨୦-୫ ପ୍ରମୁଖ ଇଲେକ୍‌ଟ୍ରୋନିକ୍ସ ଉତ୍ପାଦ ନିର୍ମାତା ଏଲ୍‌ଜି ଇଲେକ୍‌ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଭାରତରେ ଏହାର ୨୧ ବର୍ଷ ପୂର୍ତ୍ତି ପାଳନ କରିଛି। ଏହି ଅବସରରେ କମ୍ପାନୀ ଏକ ନୂତନ ଭିଡିଓ ଲଞ୍ଚ୍‌ କରିବା ସହିତ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତା ତଥା ଚାହିଦାକୁ ପୂରଣ କରିବା ପାଇଁ ପ୍ରୟାସ କରିବ ବୋଲି ପ୍ରକାଶ କରିଛି।

ରାଶନ ପୋର୍ଟେବିଲିଟି ଖୁବ୍‌ଶୀଘ୍ର

ରାଶନ ପୋର୍ଟେବିଲିଟି ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ,୨୦-୫ ମୋବାଇଲ୍‌ ପୋର୍ଟେବିଲିଟି ପରେ ଏବେ ଦେଶବ୍ୟାପୀ ରାଶନ ପୋର୍ଟେବିଲିଟି ବ୍ୟବସ୍ଥା ପ୍ରଚଳନ ହେବାକୁ ଯାଉଛି। ପାଇଲଟ ଭିତ୍ତିରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ ହରିୟାଣା ଆଦି ରାଜ୍ୟରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ଭାରତ ସରକାର ପାଣ୍ଠି ଯୋଗାଇଦେବେ। ପ୍ରଥମ ରାଜ୍ୟଭାବେ ତେଲେଙ୍ଗାନାରେ ଏହି ବ୍ୟବସ୍ଥା ଖୁବ୍‌ଶୀଘ୍ର ପ୍ରଚଳନ ହେବାକୁ ଯାଉଛି।

ଭୁବନେଶ୍ୱରରେ ଖୋଲିଲା ମୋବେଲ ଫର୍ନିଚର

ଭୁବନେଶ୍ୱରରେ ଖୋଲିଲା ମୋବେଲ ଫର୍ନିଚର

ଭୁବନେଶ୍ୱର, ୨୦-୫(ବ୍ୟୁରୋ) ବହୁବିଧ ସେବା ପ୍ରଦାନ କରୁଥିବା କ୍ରିଷ୍ଣା ଗ୍ରୁପ୍‌ ଅଫ୍‌ କମ୍ପାନୀ ଏବେ ନୂତନ କ୍ଷେତ୍ରକୁ ପ୍ରବେଶ କରିଛି। ଏକ ସୁନ୍ଦର ଗୃହ ନିର୍ମାଣ ପାଇଁ ଆର୍କିଟେକ୍‌ଟଠାରୁ ଆରମ୍ଭ କରି ରୁମ୍‌ ଫର୍ନିଶିଙ୍ଗ୍‌ ପର୍ଯ୍ୟନ୍ତ ସମସ୍ତ ସରଂଜାମ ଯୋଗାଇବା ସକାଶେ ଏହି ଗ୍ରୁପ୍‌ କ୍ରୀଷ୍ଣା ବିଲ୍ଡ ମାର୍ଟ ନାମରେ ନୂତନ ବ୍ୟବସାୟିକ ସଂସ୍ଥାକୁ ଶନିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛି। ଏଥିସହିତ କଲିକତାଭିତ୍ତିକ ଫର୍ନିଚର ବ୍ରାଣ୍ଡ ମୋବେଲ ଫର୍ନିଚର ସହ ମିଳିତ ହୋଇ ଫର୍ନିଚର ଆବଶ୍ୟକତା ପୂରଣ ପାଇଁ ଶନିବାର ଆନୁଷ୍ଠାନିକ ଭାବେ ମୋବେଲ୍‌ ଫର୍ନିଚର ଶୋ’ରୁମ୍‌ ମଧ୍ୟ ଉଦ୍‌ଘାଟନ କରିଛି।