ବାଲେଶ୍ୱର

ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା ବିରୋଧରେ ଧାରଣା

 ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା ବିରୋଧରେ ଧାରଣା
କପ୍ତିପଦା,୯।୨(ଡି଼.ଏନ୍‌.ଏ)-କପ୍ତିପଦା ବ୍ଲକର ବଡବିଶୋଳ ଗ୍ରାମ ପଞ୍ଚାୟତର ଭାଲୁବସା ଆଦର୍ଶ ବିଦ୍ୟାଳୟଟି ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ା ତେଣୁ ସମସ୍ୟାର ସମାଧାନ ପାଇଁ ଅଭିଭାବକ ମାନେ ବହୁବାର ଉଚ୍ଚ ପ୍ରଶାସନ ଅଧିକାରୀଙ୍କ ନିକଟରେ ଦାବୀ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହଁ। ତେଣୁ ବାଧ୍ୟ ହୋଇ ଅବିଭାବକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପୂର୍ବ ନିଷ୍ପତି ମୁତାବକ ଶୁକ୍ରବାର ଅଭିଭାବକମାନେ ସେମାନଙ୍କର ପିଲାମାନଙ୍କୁ ନେଇ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ବିଦ୍ୟାଳୟର ସମସ୍ୟାଗୁଡିକର ସ୍ଥାୟୀ ସମାଧାନ ନ ହେଲେ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଆଗାମୀ ଶିକ୍ଷାବର୍ଷ ଠାରୁ ଅନ୍ୟତ୍ର ନେଇ ଯିବାର ନିଷ୍ପତି ନେଇ ଥିବାର ଜଣାପଡିଛି । ଏହି ଆଦର୍ଶ ବିଦ୍ୟାଳୟଟି ଗତ ୨୦୧୬-୧୭ ମସିହା ଶିକ୍ଷାବର୍ଷ ଠାରୁ ଆରମ୍ଭ ହୋଇଥିଲା । ଗୋଟିଏ ବର୍ଷ ଶେଷ ହେବାକୁ ବସିଥିବା ବେଳେ ଏଠାରେ ପାନୀୟ ଜଳ ସୁବିଧା ନ ଥିବା ବେଳେ ମଧ୍ୟାହ୍ନଭୋଜର ସ୍ଥାୟୀ ବ୍ୟବସ୍ଥା ହୋଇପାରିନି। ଛାତ୍ରାବାସ କିମ୍ବା ଛାତ୍ରୀନିବାସ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରି ନ ଥିବା ବେଳେ ଆବଶ୍ୟକ ଶିକ୍ଷକ ନାହାନ୍ତି। ଭିତ୍ତିଭୂମିର ଘୋର ଅଭାବ ଯୋଗୁଁ ଭାଲୁବସା ଆଦର୍ଶ ବିଦ୍ୟାଳୟ ସାଧାରଣ ବିଦ୍ୟାଳୟ ସହିତ ସମକକ୍ଷ ହୋଇପାରି ନାହିଁ ବୋଲି ଅଭିଭାବକମାନେ କହିଛନ୍ତି। ଏହାକୁ ନେଇ ଶୁକ୍ରବାର ଛାତ୍ରୀଛାତ୍ର ଓ ଅଭିଭାବକମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସି ଥିଲେ । ଅପରାହ୍ନ ୧ଟା ପରେ ପିଲାମାନଙ୍କୁ ନେଇ ଅଭିଭାବକମାନେ ଚାଲିଯିବା ପରେ ସହକାରୀ ଜିଲାପାଳ ବିଦ୍ୟାଳୟକୁ ଆସି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ସମସ୍ୟାର ଶୀଘ୍ର ସମାଧାନ ପାଇଁ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।
All Right Reserved By

ବାଲେଶ୍ୱର

ବିଶ୍ୱ ଭ୍ରାତୃତ୍ୱ ଦିବସ

ବିଶ୍ୱ ଭ୍ରାତୃତ୍ୱ ଦିବସ

ବାରିପଦା ଅଫିସ,୧୮।୯- ବିବେକାନନ୍ଦ କନ୍ୟାକୁମାରୀ ବାରିପଦା ଶାଖା ପକ୍ଷରୁ ସୋମବାର ସ୍ଥାନୀୟ ରୋଟାରି ଭବନଠାରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳିତ ହୋଇଯାଇଛି। ବାରିପଦା ଶାଖାର ନଗର ସଞ୍ଚାଳିକା ସୁଶ୍ରୀ ସ୍ବର୍ଣ୍ଣପ୍ରଭା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କାର୍ଯ୍ୟରେ ବିଶିଷ୍ଟ ସାହିତ୍ୟକ ତଥା ସ୍ତମ୍ଭକାର ପ୍ରଫେସର ନିରନ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ କେନ୍ଦ୍ରର ଓଡିଶା ପ୍ରାନ୍ତ ପ୍ରମୁଖ ଅନିଲ କୁମାର କର ସମ୍ମାନିୟ ଅତିଥୀ ଭାବେ ଯୋଗ ଦେଇଥିଲେ। 

ବିଭିନ୍ନ କାର୍ଯ୍ୟାଳୟ ବନ୍ଦ କଲେ ଆଇନଜୀବୀ

ବିଭିନ୍ନ କାର୍ଯ୍ୟାଳୟ ବନ୍ଦ କଲେ ଆଇନଜୀବୀ

ବାଲେଶ୍ୱର ଅଫିସ, ୧୮।୯-ବାଲେଶ୍ୱର ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ ସମୟରେ ସମସ୍ତ ବିଭାଗୀୟ ଜିଲା ଅଫିସ୍‌ ବନ୍ଦ କରାଯାଇଥିଲା। ବିଚାର ବିଭାଗୀୟ ଅଦାଲତ ସମେତ ଜିଲାପାଳ, ସବକଲେକ୍ଟର, ଟ୍ରେଜେରୀ, ତହସିଲ ଓ ଡିଆର୍‌ଡିଓ ଅଫିସ୍‌କୁ ଆଇନଜୀବୀମାନେ ପିକେଟିଂ କରି ବନ୍ଦ କରିଥିଲେ। 

କଂଗ୍ରେସ ଦଳକୁ ସୁଦୃଢ କରିବାକୁ ସଂକଳ୍ପ

କଂଗ୍ରେସ ଦଳକୁ ସୁଦୃଢ କରିବାକୁ ସଂକଳ୍ପ

ଭୋଗରାଇ, ୧୮।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ନିର୍ବାଚନମଣ୍ଡଳୀରେ କଂଗ୍ରେସକୁ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ ଗଢ଼ି ତୋଳିବାକୁ କଂଗ୍ରେସ ନେତାମାନେ ଆହ୍ବାନ ଦେଇଛନ୍ତି। ମଙ୍ଗଳବାର ଥାନାଛକସ୍ଥିତ ଜଳେଶ୍ୱରପୁର ବରେନ୍ଦ୍ର ପାତ୍ରଙ୍କ ବାସଭବନରେ ଭୋଗରାଇ କଂଗ୍ରେସ ଶାଖା ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଦଳର ଛାମୁଆ ନେତାଙ୍କୁ ନେଇ ନିର୍ବାଚନ ରଣକୌଶଳ ପ୍ରସ୍ତୁତ କରିଛନ୍ତି।

ଖଣି କାର୍ଯ୍ୟ ଆରମ୍ଭ, ମଜୁରି ଦାବି: ଠିକା ସଂସ୍ଥା କର୍ମଚାରୀଙ୍କ ଧାରଣା

କେନ୍ଦୁଝର, ୧୮ା୯ (ସ୍ବ.ପ୍ର.): ଓଡ଼ିଶା ଖଣି ନିଗମ, ଗନ୍ଧମାର୍ଦ୍ଦନ ଖଣିର ଠିକା ସଂସ୍ଥା ଡେକୋର କାର୍ଯ୍ୟରତ କର୍ମଚାରୀଙ୍କୁ ଦେଢ ମାସ ହେଲା କାମ ବନ୍ଦ କରି ଦିଆଯାଇଥିଲା। ସେପ୍ଟେମ୍ବର ୧୬ରୁ ପୁନଃ କାର୍ଯ୍ୟ ଆରମ୍ଭ ହେବା ପାଇଁ ନୋଟିସ ଦିଆଯାଇଥିଲା। ମାତ୍ର ଅକ୍ଟୋବର ୧କୁ କାର୍ଯ୍ୟାରମ୍ଭ ତାରିଖ ବଦଳାଇବାରୁ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ରାସ୍ତାରେ ବୁଲି ଦୁଃଖ ଜଣାଇଲେ ଶତାଧିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ

ରାସ୍ତାରେ ବୁଲି ଦୁଃଖ ଜଣାଇଲେ ଶତାଧିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ

ଆରଡି, ୧୮ା୯(ଡି.ଏନ.ଏ.)-ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ, ଧାମନଗର ବ୍ଲକ ତରଫରୁ ନିଜର ଦୁଃଖ ଜଣାଇବା ପାଇଁ ରାସ୍ତାରେ ବାଇକ ଯୋଗେ ଶତାଧିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଶୋଭାଯାତ୍ରା କରି ଜନ ସଚେତନତା ସୃଷ୍ଟି କରିଥିଲେ।

ନିଦ ହଜାଇଲାଣି ଦନ୍ତାହାତୀ

ନିଦ ହଜାଇଲାଣି ଦନ୍ତାହାତୀ

ଚମ୍ପୁଆ,୧୮।୯(ଡି.ଏନ.ଏ): ଚମ୍ପୁଆ ଫରେଷ୍ଟ ସେକ୍ସନ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଲାଗି ରହୁଛି। ସମ୍ପୃକ୍ତ ଅଞ୍ଚଳ ହାତୀ ପଲଙ୍କ ଆବାସସ୍ଥଳୀ ପାଲଟିଗଲାଣି। ହାତୀ ଘୋଉଡାଇବାରେ ବନ ବିଭାଗ ସ୍କ୍ବାର୍ଡ ସଫଳ ହେଉଥିଲେ ମଧ୍ୟ ଗୋଠ ଖଣ୍ଡିଆ ହାତୀକୁ ଘୋଉଡାଇବାରେ ବିଫଳ ହେଉଛି। ହାତୀ ଓ ବନ ବିଭାଗର ଲୁଚକାଳି ଖେଳରେ ବିଚରା ଗରୀବ ଚାଷୀର ଚାଷ ବଳି ପଡୁଛି। ସନ୍ଧ୍ୟା ହେଲେ ବନ କର୍ମଚାରୀମାନେ ହାତୀର ସନ୍ଧାନ ପାଉଛନ୍ତି। ସଞ୍ଜ ନଇଁଲା ପରେ ବନ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ହାତୀଟି ଫସଲ ନଷ୍ଟ କରୁଛି। ଅଳ୍ପ ସମୟ ବ୍ୟବଧାନରେ ହାତୀ ଗାଁରେ ପଶୁଛି। ଫଳରେ ହାତୀ ଘଉଡାଇବାରେ ବନ କର୍ମଚାରୀ ନାକେଦମ୍‌ ହେଲେଣି। 

ପର୍ବପର୍ବାଣୀ ପାଳନ ଓ ଭସାଣୀ ଶୋଭାଯାତ୍ରା ପାଇଁ ଦାବି କଲା ଭାଜପା

ପର୍ବପର୍ବାଣୀ ପାଳନ ଓ ଭସାଣୀ ଶୋଭାଯାତ୍ରା ପାଇଁ ଦାବି କଲା ଭାଜପା

ଭଦ୍ରକ ଅଫିସ,୧୮।୯- ଭଦ୍ରକ ଭଳି ଭାଇଚାରାର ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନାରେ ପୋଲିସ ଓ ପ୍ରଶାସନ ପକ୍ଷରୁ ପର୍ବପର୍ବାଣୀ ତଥା ଭସାଣି ଉତ୍ସବରେ ଲଗାଯାଇଥିବା କଟକଣାକୁ ଉଠାଇବା ପାଇଁ ଭାଜପା ପକ୍ଷରୁ ଦାବି କରାଯାଇଛି। 

  ରିମୁଳି ମହାବିଦ୍ୟାଳୟରେ ସ୍ବଚ୍ଛ ଭାରତ କର୍ମଶାଳା

ରିମୁଳି ମହାବିଦ୍ୟାଳୟରେ ସ୍ବଚ୍ଛ ଭାରତ କର୍ମଶାଳା

ଚମ୍ପୁଆ, ୧୮।୯(ଡି.ଏନ.ଏ): ଚମ୍ପୁଆ ବ୍ଲକ ରିମୁଳି ମହାବିଦ୍ୟାଳୟଠାରେ ସୂଚନା ପ୍ରସାରଣ ମନ୍ତ୍ରାଳୟ ଭାରତ ସରକାରଙ୍କ ପକ୍ଷରୁ ସ୍ବଚ୍ଛ ଭାରତ ସଂକ୍ରାନ୍ତୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କ୍ଷେତ୍ର ଜନ ସମ୍ପର୍କ କାର୍ଯ୍ୟାଳୟ କେନ୍ଦୁଝର ଦ୍ୱାରା ଆୟୋଜିତ ଉକ୍ତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ବ୍ଲକ ଚେୟାରମ୍ୟାନ ରମଣୀ ନାଏକ, ସମ୍ମାନିତ ଅତିଥି ମହାବିଦ୍ୟାଳୟ ଅଧ୍ୟକ୍ଷ ମୁକୁନ୍ଦ ଚରଣ ପ୍ରଧାନ, ଏନ୍‌ଏସ୍‌ଏସ ସଂଯୋଜକ ସରୂପାନନ୍ଦ ପଣ୍ଡା, ପ୍ରଧ୍ୟାପକ ମୋହନ ମିଶ୍ର, ଆଇଇସି ଅଜୀତା ଦାସ ପ୍ରମୁଖ ଯୋଗଦେଇ ସ୍ବଛ ଭାରତ କର୍ମଶାଳାର ଅଭିମୁଖ୍ୟ, ଆବଶ୍ୟକତା ଓ ତାର ଉପାଦେୟତା ଉପରେ ମତ ଦେଇଥିଲେ।

ଶିକ୍ଷକ ମିଳିତ ମଞ୍ଚର ପଦଯାତ୍ରା

ଶିକ୍ଷକ ମିଳିତ ମଞ୍ଚର ପଦଯାତ୍ରା

ଚମ୍ପୁଆ, ୧୮।୯(ଡି.ଏନ.ଏ.): ବ୍ଲକଗ୍ରାଣ୍ଡ ଶିକ୍ଷକଙ୍କ ସମସ୍ୟା ପ୍ରତି ସରକାର କର୍ଣ୍ଣପାତ କରୁ ନ ଥିବା ଓ ଶିକ୍ଷକଙ୍କ ଦାବି ଶୁଣୁ ନ ଥିବାରୁ ମିଳିତ ମଞ୍ଚ ପକ୍ଷରୁ ପଞ୍ଚାୟତ ପଦଯାତ୍ରା ଆରମ୍ଭ ହୋଇଛି। ୩ ଦିନ ଧରି ହେବାକୁ ଥିବା ପଦଯାତ୍ରା ଚମ୍ପୁଆ ଗାନ୍ଧୀ ଛକଠାରୁ ବାହାରିଥିଲା। ୧୨୦ ଶିକ୍ଷୟିତ୍ରୀଶିକ୍ଷକ ଏଥିରେ ସାମିଲ ହୋଇଛନ୍ତି। ଚମ୍ପୁଆ ବ୍ଲକର ସରେଇ, କରଞ୍ଜିଆ, ଚନ୍ଦ୍ରଶେଖରପୁର, ଭଣ୍ଡା ଓ ନିଉଣ୍ଡି ଆଦି ପଞ୍ଚାୟତରେ ପଦଯାତ୍ରା କରାଯାଇଛି।

୨୭ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ

୨୭ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ

ବାସୁଦେବପୁର, ୧୮। ୯(ଡି.ଏନ.ଏ.)- ବାସୁଦେବପୁରର ହନୁମାନ ବାଟିକା ପରିସରରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସଙ୍କୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅପରାହ୍ନରେ ଉଦ୍‌ଯାପିତ ହୋଇଛି। ଦୁଇ ଦିବସୀୟ ଏହି ଜ୍ଞାନ ବିଜ୍ଞାନ ମେଳାରେ ଜିଲାର ୫ଟି ସଙ୍କୁଳରୁ ୨୭ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଛି। ଏହି ବିଜ୍ଞାନ ମେଳାରେ ୧୨୭ ଜଣ ପ୍ରତିଯୋଗୀ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। 

ରୋଗୀଙ୍କୁ ଫଳ ବାଣ୍ଟିଲେ ବିଧାୟକ

ରୋଗୀଙ୍କୁ ଫଳ ବାଣ୍ଟିଲେ ବିଧାୟକ

ରେମୁଣା, ୧୮।୯(ଡି.ଏନ.ଏ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୮ତମ ଜନ୍ମ ଦିବସ ଉପଲକ୍ଷେ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ରେମୁଣା ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ।

ବିଶ୍ୱକର୍ମା ପୂଜା ଲାଗି ରୂପ୍‌ସା ଉତ୍ସବମୁଖର

ବିଶ୍ୱକର୍ମା ପୂଜା ଲାଗି ରୂପ୍‌ସା ଉତ୍ସବମୁଖର

ରୂପ୍‌ସା, ୧୮।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ସମେତ ରୂପ୍‌ସା ଥାନା କସିପଦା, ଆଙ୍କୋ, ରୂପ୍‌ସା, ଗଡ଼ପଦା ଓ ରାଉତପଡ଼ା ଆଦି ପଞ୍ଚାୟତ ବିଶ୍ୱକର୍ମାଙ୍କ ପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି। ୨ ଦିନ ଧରି ବିଭିନ୍ନ ଶିଳ୍ପ ଓ ବୈଷୟିକ ଅନୁଷ୍ଠାନ ସମେତ ବ୍ୟବସାୟୀମାନେ ବିଶ୍ୱକର୍ମାଙ୍କୁ ଯଥାବିଧି ପୂଜାର୍ଚ୍ଚନା କରିଛନ୍ତି। ସ୍ଥାନୀୟ ଝୋଟ କାରଖାନା ଶ୍ରମିକ ସଂଘ ଆନୁକୂଲ୍ୟରେ ସୋମବାର ଘଟତ୍ତୋଳନ ପୂର୍ବକ ପୂଜା ପାଠ ଆରମ୍ଭ ହୋଇଛି। ସାଧାରଣ ସମ୍ପାଦକ ଦୀପକ ପଣ୍ଡା, ପୂଜା କମିଟି ସମ୍ପାଦକ ମୂରଲୀଧର ସେଠୀ, ସହ-ସମ୍ପାଦକ ରାଜେଶ ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨ଦିନ ବ୍ୟାପୀ ପୂଜା ଉତ୍ସବ ପରିଚାଳିତ ହୋଇଛି।