ବାଲେଶ୍ୱର

ପିଆରଏମରେ ବେଆଇନ ନିଯୁକ୍ତି ବିରୋଧରେ ଆନ୍ଦୋଳନ ଡାକରା

ପିଆରଏମରେ ବେଆଇନ ନିଯୁକ୍ତି  ବିରୋଧରେ  ଆନ୍ଦୋଳନ ଡାକରା
ବାରିପଦା ଅଫିସ,୯।୨- ମୟୂରଭଞ୍ଜ ଜିଲା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ବେଆଇନ ନିଯୁକ୍ତିକୁ ନେଇ ବିବାଦ ଥମିବାରେ ନାଁ ନେଉନାହିଁ। ଶୁକ୍ରବାର ଏହାର ତଦନ୍ତ ଦାବି କରି ଯୁବ କଂଗ୍ରେସ ନେତା ଅଂଶୁମାନ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଭାରାପ୍ରାପ୍ତ ଏଡିଏମ ଶତ୍ରୁଘ୍ନ କରଙ୍କୁ ସାକ୍ଷାତ କରି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରେରିତ କରିଛନ୍ତି। ଜିଲାରେ ହଜାର ହଜାର ବେକାରୀ ଯୁବତୀଯୁବକ ଥିବା ବେଳେ ବାହାର ଅଞ୍ଚଳର ପ୍ରାର୍ଥୀଙ୍କୁ କାହା ସ୍ବାର୍ଥରେ ଏଠାରେ ନିଯୁକ୍ତି ଦିଆଯାଇଛି। ଏ ଦିଗରେ ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆ ନ ଗଲେ ଯୁବ କଂଗ୍ରେସ ଆନ୍ଦୋଳନ କରିବା ସହିତ ଡିନଙ୍କ କାର୍ଯ୍ୟାଳୟକୁ ଅଚଳ କରିଦିଆଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏହି ପ୍ରତିନିଧି ଦଳରେ ଜିଲା ସାଧାରଣ ସମ୍ପାଦକ ପାର୍ଥସାରଥୀ ପୃଷ୍ଟି, ଆଶିଷ କୁମାର ବାରିକ, ରାଜକିଶୋର ବେହେରା, ସଂକଳ୍ପ ପଟ୍ଟନାୟକ, କାର୍ତ୍ତିକ ବେହେରା, ମନୋରଞ୍ଜନ ବେହେରା ଓ ଚିନ୍ମୟ କୁମାର ଦାସ ପ୍ରମୁଖ ସାମିଲ ଥିଲେ। ସୁଚନା ମୁତାବକ, ପିଅରଏମ୍‌ ମେଡିକାଲ କଲେଜରେ ଜଣେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅଧିକାରୀ ୧୭ ଜଣଙ୍କୁ ନିଯୁକ୍ତି ଦେଇଥିବା ନେଇ ଖବର ପ୍ରକାଶିତ ହୋଇଥିଲା। ସେଥିମଧ୍ୟରୁ ୧୦ରୁ ଊର୍ଦ୍ଧ୍ୱ ଜିଲା ବାହରର ବୋଲି ଜଣାପଡିବାରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି।
All Right Reserved By

ବାଲେଶ୍ୱର

ଜାତୀୟ ଶିଶୁ କନ୍ୟା ଦିବସ

ଜାତୀୟ ଶିଶୁ କନ୍ୟା ଦିବସ

ଭଦ୍ରକ ଅଫିସ, ୨୪।୧: ଭଦ୍ରକ ଜିଲା ସଂସ୍କୃତି ଭବନ ପରିସରରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଛି l

ଟ୍ରାଫିକ୍‌ ସଚେତନ କରାଇଲେ ଯମ

ଟ୍ରାଫିକ୍‌ ସଚେତନ କରାଇଲେ ଯମ

କେନ୍ଦୁଝର, ୨୪।୧(ସ୍ବ.ପ୍ର.): ଟ୍ରାଫିକ୍‌ ସୁରକ୍ଷା, ଜୀବନ ରକ୍ଷା। ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ଯମ ଦରବାର ଆୟୋଜନ କରାଯାଇଥିଲା। 

ଚାଲିଛି ପ୍ୟାରେଡ଼ ପ୍ରାକ୍ଟିସ

ଚାଲିଛି ପ୍ୟାରେଡ଼ ପ୍ରାକ୍ଟିସ

କେନ୍ଦୁଝର (ସ୍ବ.ପ୍ର.) କେନ୍ଦୁଝର ଷ୍ଟାଡିୟମରେ ଚାଲିଛି ପ୍ୟାରେଡ଼ ପ୍ରାକ୍ଟିସ। ତେବେ ପଡ଼ିଆରେ ପାଣି ସିଞ୍ଚନ ହେଉନଥିବାରୁ ଧୁଳି ପ୍ରଦୂଷଣ ଯୋଗୁଁ ଛାତ୍ରୀଛାତ୍ରମାନେ ପ୍ୟାରେଡ଼ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

ପ୍ରକଳ୍ପ ଲାଗି ଜମି ମିଳୁନି

ପ୍ରକଳ୍ପ ଲାଗି ଜମି ମିଳୁନି

ଭଦ୍ରକ ଅଫିସ, ୨୪।୧ - ଭାରତୀୟ ତୈଳ ନିଗମ ପକ୍ଷରୁ ଭଦ୍ରକରେ ପ୍ରସ୍ତାବିତ ବୟନ ଓ ବସ୍ତ୍ର ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ କ୍ଷେତ୍ରରେ ରାଜ୍ୟର ବିଜେଡି ସରକାର ବାଧକ ସାଜିଛନ୍ତି। କେନ୍ଦ୍ର ସରକାରଙ୍କ ଆର୍ଥତ୍କ ଅନୁଦାନରେ ହେବାକୁ ଥିବା ଏହି ପ୍ରକଳ୍ପ ଲାଗି ରାଜ୍ୟ ସରକାର ୭୫ ଏକର ଜମି ଯୋଗାଇବାକୁ କେନ୍ଦ୍ର ପକ୍ଷରୁ ବାରମ୍ବାର ଚିଠି କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର ଜମି ନ ଯୋଗାଇ ଏକ ବୃହତ୍‌ ପ୍ରକଳ୍ପ ପ୍ରତିଷ୍ଠାରେ ଅନ୍ତରାୟ ସୃଷ୍ଟି କରୁଛନ୍ତି। 

ବ୍ଲକ ସଂଘରୁ ବହିଷ୍କୃତ ହେଲେ ୩ ଜିଆର୍‌ଏସ୍‌

ବ୍ଲକ ସଂଘରୁ ବହିଷ୍କୃତ ହେଲେ ୩ ଜିଆର୍‌ଏସ୍‌

ବାସୁଦେବପୁର, ୨୪।୧ (ଡି.ଏନ.ଏ.) - ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ୩୬ ପଞ୍ଚାୟତରେ କାର୍ଯ୍ୟରତ ଜିଆର୍‌ଏସ୍‌ ସଂଘକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ବାଲିନଗରସ୍ଥିତ ଯାଦବ ପଡ଼ିଆ ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। 

 ଜେଏମଏମ ଜନସମାବେଶରେ କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ:   କାହା  ବିରୋଧରେ  କହିଲେନି

ଜେଏମଏମ ଜନସମାବେଶରେ କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ: କାହା ବିରୋଧରେ କହିଲେନି

 ବାରିପଦା ଅଫିସ,୨୪।୧- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଳକ ଭାତଛତରଠାରେ ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା)ର ନିର୍ବାଚନ ମଣ୍ଡଳୀସ୍ତରୀୟ ଜନସମାବେଶ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି  ସମାବେଶରେ ଜେଏମଏମ କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ ଯୋଗ ଦେଇଥିଲେ। 

ବାରିପଦା ଡିଆରକେ  ଟିମ୍‌ ବିଜୟୀ

ବାରିପଦା ଡିଆରକେ ଟିମ୍‌ ବିଜୟୀ

ଉଦଳା,୨୪।୧ (ଡି.ଏନ.ଏ.) -ଉଦଳା ଫ୍ରେଣ୍ଡସ୍‌ କ୍ଲବ ପକ୍ଷରୁ ତାପସମାନୁ ତୃତୀୟ ମେମୋରିଆଲ ପତଞ୍ଜଳି କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି।  ସ୍ଥାନୀୟ ନାଗପାଳ ରାବଣ ପୋଡି ପଡିଆରେ ଅନୁଷ୍ଠିତ ଏହି  ଟୁର୍ନାମେଣ୍ଟ ୨୩ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ   ଚାଲିବ। 

ଜେଏମଏମ ଜନସମାବେଶର ଏପାଖ ସେପାଖ

ଜେଏମଏମ ଜନସମାବେଶର ଏପାଖ ସେପାଖ

ସମୟ ଅଭାବରୁ କମ୍‌ ଭାଷଣ

ସଭାରେ ଉପସ୍ଥିତ ଜେଏମଏମ ନେତୃବୃନ୍ଦଙ୍କୁ ସଂକ୍ଷିପ୍ତରେ  ଭାଷଣ ଦେବାକୁ କୁହାଯାଇଥିଲା। ସଭାର ମୁଖ୍ୟ ଆୟୋଜନକାରୀ ତଥା ମୋରଡା ନିର୍ବାଚନ ମଣ୍ଡଳୀର  ଆଶାୟୀ ପ୍ରାର୍ଥୀ କଳିଙ୍ଗ କେଶରୀ ଜେନା ମାତ୍ର ୩ ମିନିଟରେ ନିଜ ଭାଷଣ ସାରିଥିଲେ। ହେଲେ   ରାଜ୍ୟ ସଭାପତି ମହେଶ ହେମ୍ବ୍ରମ ୧୫ ମିନିଟ ଭାଷଣ ଦେଇଥିଲେ। ଯାହାକୁ ଜେନାଙ୍କ ସମର୍ଥକ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା। 

କୃଷକ କଲ୍ୟାଣ କାର୍ଡ ଥାଇ ବି ମିଳିଲାନି ସେବା:  ଘର ବାରଣ୍ଡାରେ ପଡି ପ୍ରାଣ ହରାଇଲେ ବୃଦ୍ଧ

କୃଷକ କଲ୍ୟାଣ କାର୍ଡ ଥାଇ ବି ମିଳିଲାନି ସେବା: ଘର ବାରଣ୍ଡାରେ ପଡି ପ୍ରାଣ ହରାଇଲେ ବୃଦ୍ଧ

ଖଇରା,୨୪।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତ ପାଣିସାଉଁଳି ଗ୍ରାମର ଜାନୁଆ ହେମ୍ରମ୍‌(୬୨) ବୁଧବାର ଆଖି ବୁଜିଛନ୍ତି । ଆଦିବାସୀ ସମ୍ପ୍ରଦାୟର ଜାନୁଆ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ପାଇଲେ ନାହିଁ। 

ଶିଳ୍ପକୁ ସମୃଦ୍ଧ କରିବାର ପ୍ରୟାସ

ଶିଳ୍ପକୁ ସମୃଦ୍ଧ କରିବାର ପ୍ରୟାସ

ବାଲେଶ୍ୱର ଅଫିସ,୨୪।୧- ବାଲେଶ୍ୱର  ଆଇଟିଆଇ ପଡିଆରେ ବୁଧବାର ସନ୍ଧ୍ୟା ୬ଟାରୁ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଓ ଏକ୍ସପୋ ଓଡିଶା-୨୦୧୯ ଅନୁଷ୍ଠିତ ହୋଇଛି। ରାଜ୍ୟ ଶିଳ୍ପ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରି ଶିଳ୍ପକୁ ସମୃଦ୍ଧି କରିବାର ଏହି ମେଳାର ପ୍ରୟାସ ବୋଲି ପ୍ରକାଶ କରିଥିଲେ। 

କାନଭାସରେ ‘କନ୍ୟା ସନ୍ତାନ ବଞ୍ଚାଅ’

କାନଭାସରେ ‘କନ୍ୟା ସନ୍ତାନ ବଞ୍ଚାଅ’

ବାରିପଦା ଅଫିସ,୨୩।୧- ବାରିପଦା ସ୍ଥିତ ଚିତ୍ରକଳା ଅନୁଷ୍ଠାନ ସ୍କୁଲ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଅବସରରେ ଏକ ମିଳିତ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି।

ପିଲାକଳିକୁ ନେଇ ବୃଦ୍ଧାଙ୍କୁ ହତ୍ୟା ଘଟଣା:୩ ମାସ ପରେ ଅଭିଯୁକ୍ତ ଗିରଫ

ପିଲାକଳିକୁ ନେଇ ବୃଦ୍ଧାଙ୍କୁ ହତ୍ୟା ଘଟଣା:୩ ମାସ ପରେ ଅଭିଯୁକ୍ତ ଗିରଫ

ତିହିଡ଼ି, ୨୩।୧ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ତଳହଂସପାଟ ଗ୍ରାମରେ ପିଲାକଳିକୁ କେନ୍ଦ୍ରକରି ଲକ୍ଷ୍ମୀ ନାୟକ(୭୫)ଙ୍କୁ  ହତ୍ୟା କରାଯାଇଥିଲା। ଏହି ଘଟଣାର ୩ ମାସ ପରେ ପୋଲିସ ବୁଧବାର ଅଭିଯୁକ୍ତ ଝରଝର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।