ବାଲେଶ୍ୱର

ତାଲିମ ବେଳେ ଅଘଟଣ: ଗୁଳି ବାଜି ଯୁବକ ଗୁରୁତର

ତାଲିମ ବେଳେ ଅଘଟଣ: ଗୁଳି ବାଜି ଯୁବକ ଗୁରୁତର
ବାରିପଦା ଅଫିସ,୯।୨-ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷୀ ଥାନା ଅଧୀନ ବୁଢ଼ାମରା ଟେଷ୍ଟିଂ ରେଞ୍ଜରେ ଶୁକ୍ରବାର ଗୁଳି ଚାଳନା ତାଲିମ ବେଳେ ଅଘଟଣ ଘଟିଛି। ବାରିପଦା ଲକ୍ଷ୍ମିପୋଷୀସ୍ଥିତ ଓଡିଶା ଷ୍ଟେଟ ଆର୍ମ ପୋଲିସର ପଞ୍ଚମ ବାଟାଲିୟନ ପକ୍ଷରୁ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଖୋଲା ପଡିଆରେ ଯବାନମାନଙ୍କୁ ଗୁଳି ଚାଳନା ତାଲିମ ଦିଆଯାଉଥିବା ବେଳେ କିଛି ଦୂରରେ ପୋଖରିକୁ ଗାଧୋଇବାକୁ ଯାଉଥିବା ଜଣେ ଯୁବକଙ୍କ ଦେହରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପିଆରଏମ ମେଡିକାଲ କଳେଜରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ଜଣକ ହେଉଛନ୍ତି ମୁଣ୍ଡାବଣୀ ଗ୍ରାମର ଲଛମନ ସିଂ। ଅପରାହ୍ନ ପ୍ରାୟ ୨ ଟା ବେଳେ ଏପରି ଅଘଟଣ ଘଟିଛି। ତାଙ୍କ ଦେହରୁ ଗୁଳି ବାହାର କରାଯାଇଥିବା ବେଳେ ସେ ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଏହି ଘଟଣାକୁ ବିରୋଧ କରି ସ୍ଥାନୀୟ ଲୋକେ ଏବଂ ସିପିଆଇ ପକ୍ଷରୁ ରାସ୍ତାରୋକୋ କରାଯାଇଥିଲା। ଗୁଳି ଚାଳନା ତାଲିମ ବେଳେ ସୁରକ୍ଷା ପାଇଁ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଘଟଣାରେ ପଞ୍ଚମ ବାଟାଲିୟନ କର୍ତ୍ତୃପକ୍ଷଙ୍କ କୌଣସି ମତାମତ ମିଳିପାରିନାହିଁ। ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି ଚିକିତ୍ସାଳୟରେ ଉପସ୍ଥିତ ରହି ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ବୁଝଛନ୍ତି।
All Right Reserved By

ବାଲେଶ୍ୱର

ଅବସରପ୍ରାପ୍ତ ରେଳ କର୍ମଚାରୀ ସଂଘର ଜୋନାଲ କମିଟି ବୈଠକ

ବାଲେଶ୍ୱର ଅଫିସ,୨୦।୮-ବାଲେଶ୍ୱର ରେଳଷ୍ଟେଶନ ପରିସରରେ ଥିବା ଟେକ୍ନିକାଲ ସମ୍ମିଳନୀ କକ୍ଷରେ ରବିବାର ସନ୍ଧ୍ୟାରେ ଅବସରପ୍ରାପ୍ତ ରେଳ କର୍ମଚାରୀ ସଂଘର ଜୋନାଲ କମିଟି ବୈଠକ ଅନୁଷ୍ଠିତ ହୋଇଛି। 

ଗଠନ ହେଲା ‘ଲିଭିଙ୍ଗ ଗଡ୍‌’ ଅନୁଷ୍ଠାନ

ଗଠନ ହେଲା ‘ଲିଭିଙ୍ଗ ଗଡ୍‌’ ଅନୁଷ୍ଠାନ

ବାଲେଶ୍ୱର ଅଫିସ,୨୦।୮-ବାଲେଶ୍ୱର ବାମପଦାସ୍ଥିତ ନୋସି ବିଜିନେସ ପାର୍କ ପରିସର ଉତ୍କଳା ମଞ୍ଚରେ ଶନିବାର ସନ୍ଧ୍ୟାରେ ସ୍ବେଚ୍ଛାସେବୀ ପ୍ରଶାନ୍ତ କୁମାର ପଟେଲଙ୍କ ଆବାହକତ୍ୱରେ ‘ଲିଭିଙ୍ଗ ଗଡ଼’ ଅର୍ଥାତ୍‌ ‘ଚଳନ୍ତି ଈଶ୍ୱର ଅନୁଷ୍ଠାନ’ର ଶୁଭାରମ୍ଭ ହୋଇଛି।

ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ ‘ତୀର୍ଥ ଭ୍ରମଣ’ ଲୋକାର୍ପିତ

ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ ‘ତୀର୍ଥ ଭ୍ରମଣ’ ଲୋକାର୍ପିତ

ବାଲେଶ୍ୱର ଅଫିସ,୨୦।୮-ବାଲେଶ୍ୱର କବିତୀର୍ଥ ଶାନ୍ତିକାନନ ପରିସରରେ ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ ଶନିବାର ସନ୍ଧ୍ୟାରେ ପ୍ରଦୀପ ଚାଟ୍ଟାର୍ଜୀଙ୍କ ସଭାପତିତ୍ୱରେ ଊର୍ମିଳା ନାୟକଙ୍କ ‘ତୀର୍ଥ ଭ୍ରମଣ’ ଗ୍ରନ୍ଥ ଲୋକାର୍ପିତ ହୋଇଯାଇଛି।

ଗୋଶାଳାପଦା ଗୁଳିକାଣ୍ଡ ଘଟଣା, ୫ ଗିରଫ

ଗୋଶାଳାପଦା ଗୁଳିକାଣ୍ଡ ଘଟଣା, ୫ ଗିରଫ

ବାଲେଶ୍ୱର ଅଫିସ,୨୦।୮-ବାଲେଶ୍ୱର ସହର ସହଦେବଖୁଣ୍ଟା ଥାନା ଅଧୀନ ଗୋଶାଳପଦାରେ ଅଗଷ୍ଟ ୧୪ ତାରିଖ ବିଳମ୍ବିତ ରାତିରେ  ହୋଇଥିବା ସଂଘର୍ଷ ଓ ଗୁଳିକାଣ୍ଡ ଘଟଣାରେ ସହଦେବଖୁଣ୍ଟା ପୋଲିସ ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ମାନେ ହେଲେ ଗଳାପୋଲ ଅଞ୍ଚଳର ସେକ ମୁକ୍ତାର (୨୫), ଅରଡ଼ବଜାର ଅଞ୍ଚଳର ସେକ ସିରାଜୁଲ (୨୬), ବସନ୍ତ ବେହେରା (୨୭), ତାରିକ ଅହମ୍ମଦ ଖାନ (୨୮) ଓ ଯାଦବପୁର ଅଞ୍ଚଳର ନନ୍ଦନ ଦାସ (୨୬)। 

ଜମି ରହିଛି ବର୍ଷାଜଳ, ନିଷ୍କାସନ ଲାଗି ପଦକ୍ଷେପ ନାହିଁ: ଆନ୍ଦୋଳନ ଚେତାବନୀ ଦେଲେ ଓ୍ବାର୍ଡବାସୀ

ଜମି ରହିଛି ବର୍ଷାଜଳ, ନିଷ୍କାସନ ଲାଗି ପଦକ୍ଷେପ ନାହିଁ: ଆନ୍ଦୋଳନ ଚେତାବନୀ ଦେଲେ ଓ୍ବାର୍ଡବାସୀ

ଜଳେଶ୍ୱର, ୧୯ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳର ୬, ୯ ଓ ୧୦ ନଂ. ୱାର୍ଡ଼ ଅନ୍ତର୍ଗତ ଶାନ୍ତିଆ, ଦେଉଳିପଞ୍ଚୁଘଣ୍ଟା ମୌଜା ଅଧୀନରେ ଥିବା ଚାଷଜମି ତଥା କୋଠା ଘର ଆଖପାଖରେ ଦୀର୍ଘଦିନ ହେଲା ବର୍ଷାଜଳ ଜମି ରହିଛି। 

‘କମଳାକାନ୍ତ ଥିଲେ ଅନନ୍ୟ ପ୍ରତିଭାର ଅଧିକାରୀ’

‘କମଳାକାନ୍ତ ଥିଲେ ଅନନ୍ୟ ପ୍ରତିଭାର ଅଧିକାରୀ’

ଭଦ୍ରକ ଅଫିସ,୧୯।୮-କବି କମଳାକାନ୍ତ ସାହିତ୍ୟ ସମାଜ ପକ୍ଷରୁ ଗାନ୍ଧୀପଡ଼ିଆ ନିକଟସ୍ଥ ମଞ୍ଜୁଳାମଞ୍ଜରୀ ସରସ୍ବତୀ ଶିଶୁମନ୍ଦିର ପରିସରରେ କବି କମଳାକାନ୍ତ ଲେଙ୍କାଙ୍କ ୨୦ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି।

ଚୋରା ମଦ ବେପାରୀ ଗିରଫ: ୧୦ ଲିଟର ଦେଶୀ ରନ୍ଧା ମଦ ଜବତ

ଚୋରା ମଦ ବେପାରୀ ଗିରଫ: ୧୦ ଲିଟର ଦେଶୀ ରନ୍ଧା ମଦ ଜବତ

ରୂପ୍‌ସା,୧୯।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ଅନ୍ତର୍ଗତ ରୂପ୍‌ସା ସାମିଲ ହାସନପୁର ଗ୍ରାମର ମଦ ବେପାରୀ କୁନା ମାଝୀଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନିକଟରୁ ୧୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଛି।

ମଦମୁକ୍ତ ସମାଜ ଗଠନ ଲାଗି ସଚେତନତା

ମଦମୁକ୍ତ ସମାଜ ଗଠନ ଲାଗି ସଚେତନତା

ଭଦ୍ରକ ଅଫିସ,୧୯।୮-ସ୍ଥାନୀୟ କାଉପୁର ବଜାର ତାରିଣୀ ମନ୍ଦିର ନିକଟରେ ପଞ୍ଚାୟତକୁ ମଦମୁକ୍ତ କରିବା ପାଇଁ ରବିବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଆଦିବାସୀ ଗ୍ରାମସଭା ବୈଠକ

ଆଦିବାସୀ ଗ୍ରାମସଭା ବୈଠକ

କପ୍ତିପଦା,୧୯ା୮(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ କରଞ୍ଜିିଆ ନିର୍ବଚନ ମଣ୍ଡଳୀ ଅଧିନ ଶରତ ମଣ୍ଡଳ ପକ୍ଷରୁ ଏକ ଆଦିବାସୀ ଗ୍ରାମସଭା କଳମଗଡିିଆ ପଞ୍ଚାୟତ ଗୋକୁଳଚନ୍ଦ୍ରପୁରଠାରେ ଅନୁଷ୍ଠିତ ହୋଇଯାଇଛି।

ଶାଗୁଆନ କାଠ ଜବତ, ୨ ଗିରଫ

ଶାଗୁଆନ କାଠ ଜବତ, ୨ ଗିରଫ

କପ୍ତିପଦା,୧୯ା୮(ଡି.ଏନ.ଏ)-ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ଅଧୀନ ନଛିପୁର ଦାଣ୍ଡଘାଟ ଗ୍ରାମ ଦେଇ ଚୋରା କାଠ ଚାଲା ହେଉଥିବାର କପ୍ତିପଦା ବନ ବିଭାଗ ଖବର ପାଇ ଶାଗୁଆନ କାଠ ସହ ୨ ବାଇକ୍‌ ଜବତ କରି ୨ଜଣଙ୍କୁ ଗିରଫ କରିଛି। 

ଦେଓଗାଁରେ ରକ୍ତଦାନ ଶିବିର

ଦେଓଗାଁରେ ରକ୍ତଦାନ ଶିବିର

କୋଳିମାଟି,୧୯।୮-ଘସିପୁରା ବ୍ଲକ ଦେଉଗାଁ କଲ୍ୟାଣ ମଣ୍ଡପରେ ଆନନ୍ଦପୁର ବିକାଶ ପରିଷଦ ତରଫରୁ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି। ବିକାଶ ପରିଷଦର ସଭାପତି ସୁରେଶ ସାହୁଙ୍କ ତତ୍ତ୍ୱାବଧାନରେ ଶତ୍ରୁଘନ ସାହୁ ଓ ରାଜେଶ ଜେନା, ଅଭିନାଶ ଶତପଥୀ,  ଉପେନ୍ଦ୍ର ସାହୁ ଏବଂ  ବିକାଶ ପରିଶଦର ସଭାତି ସୁରେଶ ସାହୁ  ରକ୍ତ ଦାନ କରିଥିଲେ। ଏଥିସହ ଅନେକ ଲୋକ ରକ୍ତଦାନ କରିଥିଲେ। 

ଆନନ୍ଦପୁର ଏଡିଜେ କୋର୍ଟକୁ ବର୍ଷେ ପୁରିଲା

ଆନନ୍ଦପୁର ଏଡିଜେ କୋର୍ଟକୁ ବର୍ଷେ ପୁରିଲା

ଆନନ୍ଦପୁର,୧୯। ୮(ସ୍ବ.ପ୍ର.): ଆନନ୍ଦପୁରଠାରେ ସ୍ଥାପନ ହୋଇଥିବା ଅତିରିକ୍ତ ଜିଲା ଜଜ୍‌ (ଏଡିଜେ)କୋର୍ଟକୁ ବର୍ଷେ ପୁରିଛି। ବର୍ଷ ମଧ୍ୟରେ ୨୭୩ ମାମଲାର ଫଇସଲା ହୋଇଛି। ଆନନ୍ଦପୁର ପାଇଁ ଗର୍ବଗୌରବର ବିଷୟ ହୋଇଛି। ପୂର୍ବରୁ ବିଭିନ୍ନ ଗୁରୁତର ମାମଲାକୁ ନେଇ ଉପଖଣ୍ଡବାସୀ ସୁଦୁର କେନ୍ଦୁଝର ଜିଲା ଜଜ୍‌ କୋର୍ଟ ଉପରେ ନିର୍ଭର କରିଆସୁଥିଲେ।