ବାଲେଶ୍ୱର

ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଆଜି ବାଲେଶ୍ୱର ବନ୍ଦ

ବାଲେଶ୍ୱର ଅଫିସ, ୯।୨-ବାଲେଶ୍ୱର ଜିଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଏହାର ପ୍ରତିବାଦ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ଶନିବାର ବାଲେଶ୍ୱର ସହର ପୂର୍ବାହ୍ନ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସହର ଓ ଆଖପାଖ ଅଞ୍ଚଳରେ ହତ୍ୟା, ରାହାଜାନି, ଗ୍ୟାଙ୍ଗ୍‌ୱାର, ଛିନ୍‌ତାଇ, ଚୋରି, ଡକାୟତି, ଅସାମାଜିକ ଯୁବକଙ୍କ ଦୌରାମତ୍‌ୟ, ଦାଦାବଟି ଆଦାୟ, ମହିଳାମାନଙ୍କୁ ଅସଦାଚରଣ, ନିଶାଦ୍ରବ୍ୟ କାରବାର ଆଦି ବୃଦ୍ଧି ପାଇଛି। ଫଳରେ ଜନସାଧାରଣ ଅତିଷ୍ଠ ହୋଇପଡିଛନ୍ତି। ନିଶାଗ୍ରସ୍ତ ଯୁବକମାନେ ରାସ୍ତାରେ ଦ୍ରୁତ ଗତିରେ ଗାଡ଼ିଚାଳନା କରି ଦୁର୍ଘଟଣା ଘଟାଉଛନ୍ତି। ଏହାର ପ୍ରତିବାଦ କରି ସର୍ବପୁରାତନ ଶ୍ରମିକ ମିଳିତ ମଞ୍ଚ ଟିୟୁଏସିସି (ଟ୍ରେନ୍‌ ୟୁନିଅନ୍‌ ଆସୋସିଏଶନ୍‌ କୋର୍ଡ଼ିନେସନ୍‌ କମିଟି) ଏବଂ ଏଆଇଟିୟୁସି.(ଅଲ୍‌ ଇଣ୍ଡିଆ ଟ୍ରେଡ୍‌ ୟୁନିୟନ୍‌ କଂଗ୍ରେସ), ସିଆଇଟିୟୁ (ସେଣ୍ଟର ଅଫ୍‌ ଇଣ୍ଡିଆନ୍‌ ଟ୍ରେଡ୍‌ ୟୁନିୟନ୍‌), ଆଇଏନ୍‌ଟିୟୁସି(ଇଣ୍ଡିଆନ୍‌ ନ୍ୟାଶନାଲ ଟ୍ରେଡ୍‌ ୟୁନିୟନ୍‌ କଂଗ୍ରେସ), ଏନ୍‌ଏଫ୍‌ଆଇଟିୟୁ(ନ୍ୟାଶନାଲ ଫେଡ଼େରେଶନ୍‌ ଅଫ୍‌ ଇଣ୍ଡିଆନ୍‌ ଟ୍ରେଡ୍‌ ୟୁନିୟନ୍‌), ଏଚ୍‌ଏମ୍‌ଏସ୍‌ (ହିନ୍ଦ୍‌ ମଜଦୁର ସଭା) ତରଫରୁ ବନ୍ଦ ଡାକରା ଦିଆଯାଇଛି।
All Right Reserved By

ବାଲେଶ୍ୱର

ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ବସ୍ତା, ୨୨।୧(ସ୍ବ.ପ୍ର.)-ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୬ ଲିଟର ମଦ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ମଦ କାରବାର ବନ୍ଦ, ଜବରଦଖଲ ଉଚ୍ଛେଦ ଦାବି ତେଜିଲା: ଟାୟାର ଜାଳି ରାଜ୍ୟ ରାଜପଥ ଅବରୋଧ

ମଦ କାରବାର ବନ୍ଦ, ଜବରଦଖଲ ଉଚ୍ଛେଦ ଦାବି ତେଜିଲା: ଟାୟାର ଜାଳି ରାଜ୍ୟ ରାଜପଥ ଅବରୋଧ

ସଜନାଗଡ଼, ୨୨।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ପିଠାହତା ପଞ୍ଚାୟତ ଯାମୁନା ଛକର ଉଭୟ ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ଏବଂ ମଦ କାରବାର ବନ୍ଦ ଦାବିରେ ମଙ୍ଗଳବାର ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି। 

‘ଆମକୁ ନିଯୁକ୍ତି ସୁଯୋଗ ମିଳୁ’

‘ଆମକୁ ନିଯୁକ୍ତି ସୁଯୋଗ ମିଳୁ’

ଯୋଡ଼ା,୨୨।୧(ଡି.ଏନ.ଏ.): ଅଖିଳ ଭାରତୀୟ କ୍ରାନ୍ତିକାରୀ ଆଦିବାସୀ ମହାସଭା ପକ୍ଷରୁ ମଙ୍ଗଳବାର ଯୋଡା ବିଡିଓଙ୍କୁ ୧୪ ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଛି। ଯୋଡ଼ା ବ୍ଲକର କାରାଖେଣ୍ଡରା, ଉଲିବୁରୁ, ଦେଓଝର, ଅଁସେଇକଳା, କଣ୍ଡରା, ଠାକୁରାଣୀ ଗ୍ରାମର ଶତାଧିକ ମହିଳାପୁରୁଷ ୨୦ କି.ମି. ରାସ୍ତା ପାଦରେ ଚାଲି ଦାବିପତ୍ର ଦେବାକୁ ଯାଇଥିଲେ। କାରଖାନା ଓ ଖଣିରେ ବହୁଳ ମେଶିନ୍‌ ପ୍ରଚଳିତ ହେଉଛି।

ହାଟଡିହିରେ ମୋ ଭବିଷ୍ୟତ ସାକ୍ଷର ଅଭିଯାନ

ହାଟଡିହିରେ ମୋ ଭବିଷ୍ୟତ ସାକ୍ଷର ଅଭିଯାନ

ହାଟଡିହି,୨୨।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଛେନାପତିଠାରେ ମଙ୍ଗଳବାର ମୋ ଭବିଷ୍ୟତ ସାକ୍ଷର ଅଭିଯାନ ଅନୁଷ୍ଠିତ ହୋଇଯାଇଛି। 

ଚୁଲିରୁ ନିଆଁଲାଗି ଅଗ୍ନିକାଣ୍ଡ: ଜଳିଗଲା ୫ବଖରା

ଚୁଲିରୁ ନିଆଁଲାଗି ଅଗ୍ନିକାଣ୍ଡ: ଜଳିଗଲା ୫ବଖରା

ପାଟଣା,୨୨।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ କଣ୍ଟିଆପଡ଼ା ଜାଳବଣ ସାହିରେ ମଙ୍ଗଳବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଚୁଲିରୁ ନିଆଁ ଲାଗି ନେତ୍ରା ମୁଣ୍ଡାଙ୍କ ପୁଅ କୁନା ମୁଣ୍ଡାଙ୍କ ୫ବଖରା ଘର ଜଳିଯାଇଛି।

 ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦ୍‌ଘାଟନ କଲେ ରାଜ୍ୟପାଳ

ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦ୍‌ଘାଟନ କଲେ ରାଜ୍ୟପାଳ

ଭଣ୍ଡାରିପୋଖରୀ, ୨୨।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୂରାତନ ଛାତ୍ରୀଛାତ୍ରଙ୍କ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। 

ସେବାଶ୍ରମରେ ପଶିଲେ ହାତୀ ପଲ୍ଲ: ଖାଇଲେ ଚାଉଳ, ମୁଢ଼ି

ସେବାଶ୍ରମରେ ପଶିଲେ ହାତୀ ପଲ୍ଲ: ଖାଇଲେ ଚାଉଳ, ମୁଢ଼ି

ବାରିପଦା ଅଫିସ, ୨୨।୧: ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ କୁରୁଳିଆ ସେବାଶ୍ରମରେ ସୋମବାର ରାତି ପ୍ରାୟ ୩ଟାରେ ହାତୀ ପଲ୍ଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଅନ୍ତେବାସୀଙ୍କ ପାଇଁ ସେଠାରେ ଥିବା ପ୍ରାୟ ୧୦/୧୨ବସ୍ତା ଚାଉଳ ଓ ମୁଢ଼ି ଖାଇଦେଇଛନ୍ତି।

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୨୩ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୨୩ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ୍‌, ୨୨।୧(ଡି.ଏନ.ଏ):  ବାଲେଶ୍ୱର ଜିଲା ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଝାଡେଶ୍ୱର ମୁସଲିମ୍‌ ବସ୍ତିରେ ଚଢାଉ କରାଯାଇ ୨୩ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଛି।

୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

ପାଟଣା, ୨୨। ୧(ସ୍ବ.ପ୍ର): ୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ। ପୁଅକୁ  ପାଇ ପରିବାରରେ ଖେଳିଯାଇଛି ଖୁସିର ଲହରୀ।

ଶିଶୁକୁ ଝୁଣି ମାରିଲେ କୁକୁର

ଶିଶୁକୁ ଝୁଣି ମାରିଲେ କୁକୁର

ବାରିପଦା ଅଫିସ,୨୨।୧: କୁକୁର ପଲଙ୍କ ଆକ୍ରମଣର ଶିକାର ହୋଇ ଜଣେ ୭ ବର୍ଷର ଶିଶୁଙ୍କ ସୋମବାର ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଧୀନ ରାହାନ୍ଦା ଅଞ୍ଚଳରେ ସୋମବାର ଏହି ଘଟଣା ଘଟିଛି। ମୃତକ ହେଲେ ବାଲିସୁଦୂରା ଗ୍ରାମର ଶରମା ମହାରଣାଙ୍କ ପୁଅ ରିଙ୍କୁ। ସେ ଏକୁଟିଆ ସ୍କୁଲ ଯାଉଥିବାବେଳେ କାମୁଡ଼ା କୁକୁରଙ୍କ ହାବୁଡରେ ପଡିଯାଇଥିବା ଜଣାପଡିଛି। 

ଅର୍ଥ ହଡ଼ପ ଲାଗି ମସୁଧା

ଅର୍ଥ ହଡ଼ପ ଲାଗି ମସୁଧା

କେନ୍ଦୁଝର,୨୨ା୧(ସ୍ବ.ପ୍ର.): ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତରେ ବାର୍ଷିକ ପ୍ରକଳ୍ପ ତାଲିକାରେ ହେରଫେର କରି ଅର୍ଥ ହଡ଼ପ ଲାଗି ମସୁଧା କରାଯାଇଥିବା କେତେକ ଓ୍ବାର୍ଡ ମେମ୍ବର ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ଧାନ ବୋଝେଇ ଟ୍ରକ୍‌କୁ ଅଟକ ରଖିଲେ ଚାଷୀ

ବନ୍ତ, ୨୨।୧ (ସ୍ବ.ପ୍ର.) - ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ଓଡ଼ଙ୍ଗଠାରେ ଏକ ଧାନ ବସ୍ତା ବୋଝେଇ ଟ୍ରକକୁ ସୋମବାର ସନ୍ଧ୍ୟାରେ ଚାଷୀମାନେ ଅଟକ ରଖିଥିଲେ। ଚାଷୀଙ୍କ ଧାନକୁ ବେସରକାରୀ ଭାବେ କମ୍‌ ଦରରେ କିଣି ଉକ୍ତ ଟ୍ରକରେ ନିଆଯାଉଥିବା ଅଭିଯୋଗ କରି ସରପଞ୍ଚ ଓ ଗ୍ରାମବାସୀ ଅଟକାଇଥିଲେ।