Dharitri News
ବାଲେଶ୍ୱର

୨ ଏଟିଏମ୍‌ ଲୁଟେରା ଗିରଫ: ୟୁଟ୍ୟୁବ୍‌ରୁ ଶିଖିଥିଲେ ଲୁଟ୍‌ କୌଶଳ

୨ ଏଟିଏମ୍‌ ଲୁଟେରା ଗିରଫ: ୟୁଟ୍ୟୁବ୍‌ରୁ ଶିଖିଥିଲେ ଲୁଟ୍‌ କୌଶଳ ବାଲେଶ୍ୱର ଅଫିସ, ୯।୨-ବାଲେଶ୍ୱର ଜିଲା ପୋଲିସକୁ ଏଟିଏମ୍‌ ଲୁଟେରାମାନେ କିଛିଦିନ ହେଲା ଚକ୍‌ମା ଦେଖାଇ ଲୁଟ୍‌ କରିବାରେ ସଫଳ ହେଉଥିଲେ। ଶିଳ୍ପାଞ୍ଚଳ ଥାନା ପୋଲିସ ଶୁକ୍ରବାର ୨ଜଣ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି। ଉକ୍ତ ଦୁଇ ଲୁଟେରାଙ୍କୁ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତମାନେ ଲୁଟ୍‌ କୌଶଳ ୟୁଟ୍ୟୁବ୍‌ରୁ ଶିଖିଥିବା ପ୍ରକାଶ କରିଛନ୍ତି। ଏଟିଏମ୍‌ ଲୁଟ୍‌ ପାଇଁ ଏକ ର଼୍ୟାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି। ଏହି ଲୁଟେରାମାନେ ଗତ ୪ମାସ ହେଲା ବାଲେଶ୍ୱର ଜିଲାର ରସାଳପୁର, ଗୋପାଳପୁର, ଖନ୍ତାପଡ଼ା, ସୁନହଟ, ହଳଦୀପଦା, ଜଳେଶ୍ୱର, ସିମୁଳିଆ, ରେମୁଣା ଏଟିଏମ୍‌ରୁ ମୋଟ ୨ଲକ୍ଷ ୭୧ହଜାର ୭ଶହ ଟଙ୍କା ଚୋରି କରିଥିଲେ। ଏ ସମ୍ପର୍କରେ ଶିଳ୍ପାଞ୍ଚଳ ଥାନାରେ ଏମ୍‌ଫାସିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀ (ଯିଏକି ଏସ୍‌ବିଆଇ ବ୍ୟାଙ୍କର ଏଟିଏମ୍‌ର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଆଉଟସୋର୍ସିଂ କମ୍ପାନୀ)ର ଜିଲା ସଂଯୋଜକ ସ୍ମୃତିରଞ୍ଜନ ରାଉତ ଗତ ୭ତାରିଖରେ ଲିଖିତ ଅଭିଯୋଗ କରିଥିଲେ। କେସ୍‌ (ନଂ. ୧୧/୨୦୧୮) ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ଶୁକ୍ରବାର ମଧ୍ୟାହ୍ନରେ ଶିଳ୍ପାଞ୍ଚଳ ଥାନାରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ମାମଲାରେ ସଦର ଥାନା ରସାଳପୁର ଛେଳିଆପଦା ଗ୍ରାମର କାଳିଆ ଓରଫ୍‌ ଦୀପକ କୁମାର ବେହେରା (୧୯) ଏବଂ ରସାଳପୁର ଗ୍ରାମର ହୁଆ ଓରଫ୍‌ ଅଜୟ କୁମାର ଘଡ଼େଇ (୩୦)ଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୭୬ ହଜାର ୩୦୦ଟଙ୍କା ସହିତ ଗୋଟିଏ ବାଇକ୍‌ (ନଂ. ଓଡ଼ି୦୧ଏସ୍‌-୧୩୨୨) ଜବତ ହୋଇଛି। ଏମାନଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ଅଜୟ କୁମାର ଘଡ଼େଇଙ୍କ କହିବା ଅନୁସାରେ, ଏଟିଏମ୍‌ର ରିଜେକ୍ଟ ବକ୍ସରେ ଜମାଥିବା ଟଙ୍କାକୁ ସେମାନେ ଚୋରି କରିଥାନ୍ତି। ଏହାର କୌଶଳ ସେମାନେ ୟୁଟ୍ୟୁବ୍‌ରୁ ଶିଖିଥିଲେ। ପ୍ରଥମେ ରସାଳପୁର ଏଟିଏମ୍‌ରୁ ୯ହଜାର, ଗୋପାଳପୁର ଏଟିଏମ୍‌ରୁ ୨୪ହଜାର, ଖନ୍ତାପଡ଼ା ଏଟିଏମ୍‌ରୁ ୨ହଜାର ୫ଶହ, ରସାଳପୁର ଏଟିଏମ୍‌ରୁ ୧୮ହଜାର, ସୁନହଟ ଏଟିଏମ୍‌ରୁ ୧ଲକ୍ଷ ୧୯ହଜାର ୩ଶହ, ହଳଦୀପଦା ଏଟିଏମ୍‌ରୁ ୨ହଜାର ୨ଶହ, ସିମୁଳିଆ (ଅନ୍ତରା) ଏଟିଏମ୍‌ରୁ ୮୧ହଜାର ୧ଶହ ଓ ରେମୁଣା ଗୋଲେଇ ଏଟିଏମ୍‌ରୁ ୧୫ହଜାର ୬ଶହ ଟଙ୍କା ସହ ମୋଟ ୨ଲକ୍ଷ ୭୧ହଜାର ୭ଶହ ଟଙ୍କା ସେମାନେ ଲୁଟ୍‌ କରିଥିବା ସ୍ବୀକାର କରିଛନ୍ତି।

ବାଲେଶ୍ୱର

ଯୌତୁକ ନିର୍ଯାତନା: ୪ ଜଣଙ୍କ ନାମରେ ମାମଲା

ଭଣ୍ଡାରିପୋଖରୀ,୧୮।୨(ଡି.ଏନ.ଏ.)-ଶାଶୁଘରେ ଯୌତୁକ ନିର୍ଯାତନାର ଶିକାର ହୋଇଥିବା ଜଣେ ମହିଳା ନ୍ୟାୟ ପାଇଁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଗଠନ  ହେବ ଉପକୂଳ ଅର୍ଥନୈତିକ ଜୋନ: ଧାମରା ଅଞ୍ଚଳ ବୁଲି ଦେଖିଲେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

ଗଠନ ହେବ ଉପକୂଳ ଅର୍ଥନୈତିକ ଜୋନ: ଧାମରା ଅଞ୍ଚଳ ବୁଲି ଦେଖିଲେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

ଚାନ୍ଦବାଲି,୧୮।୨(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଧାମରା ବନ୍ଦର ଓ ତତ୍‌ସଂଲଗ୍ନ ଅଞ୍ଚଳକୁ ବିଶ୍ୱସ୍ତରୀୟ ଅର୍ଥନୈତିକ ଜୋନ୍‌ ଭାବେ ଗଠନ କରାଯିବ।

ମନ ମୋହିଲା ନଟରାଜ ନୃତ୍ୟ

ମନ ମୋହିଲା ନଟରାଜ ନୃତ୍ୟ

ତିହିଡ଼ି,୧୮।୨(ଡି.ଏନ୍‌.ଏ.)-ସ୍ଥାନୀୟ କାଳିପଡ଼ିଆରେ ଚାଲିଥିବା ତିହିଡ଼ି ମହୋତ୍ସବର ଶନିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଶ୍ୟାମା କ୍ଲବ ପକ୍ଷରୁ ଆୟୋଜିତ ମହୋତ୍ସବ ସନ୍ଧ୍ୟାରେ ନଟରାଜ ନୃତ୍ୟ ଓ ଶିଶୁ କଣ୍ଠଶିଳ୍ପୀ ସତ୍ୟଜିତ୍‌ ଜେନାଙ୍କ ସଙ୍ଗୀତ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା।

ରାଇରଙ୍ଗପୁର ପୌରପରିଷଦ: ବଢ଼ିଲା ନୂତନ ୬ ଓ୍ବାର୍ଡ

ରାଇରଙ୍ଗପୁର,୧୮। ୨(ଡି.ଏନ୍‌.ଏ.)- ଆଗାମୀ ପୌରନିର୍ବାଚନ ପୂର୍ବରୁ ମୟୂରଭଞ୍ଜ ଜିଲାର ୧୫ଟି ଓ୍ବାର୍ଡ ବିଣିଷ୍ଟ ରାଇରଙ୍ଗପୁର ପୌରପରିଷଦର ପୁନର୍ଗଠନ କରାଯାଇଛି। ତଦନୁଯାୟୀ ଆଉ ୬ଟି ନୂତନ ଓ୍ବାର୍ଡ ସୃଷ୍ଟି କରାଯାଛି।

ଫାଇଲ ଭିତରେ ବନ୍ଧା ପଡ଼ିଛି ଭାଗ୍ୟ

ଫାଇଲ ଭିତରେ ବନ୍ଧା ପଡ଼ିଛି ଭାଗ୍ୟ

କପ୍ତିପଦା,୧୮। ୨,(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ବଡବିଶୋଳ ରାଜସ୍ବ ଗ୍ରାମରେ ରହିଛି ବେଲଡିହା ଓ ଜାମଶୂଳୀ ଗାଁ । ଏହି ଦୁଇଟି ଗ୍ରାମ ବଡବିଶୋଳଠାରୁ ୫ କି.ମି. ଦୂରରେ ଅବସ୍ଥିତ।

ଚୋରାବେପାରୀଙ୍କ କବ୍‌ଜାରେ ସହର

ଜଳେଶ୍ୱର, ୧୮।୨(ଡି.ଏନ.ଏ.)-ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ବାଲେଶ୍ୱର ଜିଲା ଲକ୍ଷ୍ମଣନାଥଠାରେ ଥିବା ୬୦ ନମ୍ବର ଜାତୀୟ ରାଜପଥ ଚୋରା ବେପାରୀ ଓ ଅପରାଧୀଙ୍କ କବ୍‌ଜାରେ ରହିଛି। ବିଭିନ୍ନ ଅପରାଧ ସାଙ୍ଗକୁ ଚୋରା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଳମ୍ବିତ ରାତିରେ ଚୋରା ବେପାରୀମାନେ ସକ୍ରିୟ ରହି ବିଭିନ୍ନ ସାମଗ୍ରୀ ଚୋରା ଚାଲାଣ କରୁଛନ୍ତି। ଲକ୍ଷ୍ମଣନାଥଠାରେ ଟୋଲପ୍ଲାଜା ଥିବା ସତ୍ତ୍ୱେ ଚୋରା କାରବାରକୁ ରୋକାଯାଇ ପାରୁନାହିଁ।

ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ

ବାଲିଆପାଳ, ୧୮।୨(ଡି.ଏନ.ଏ.)-ଦକ୍ଷିଣ ବାଲିଆପାଳର କାଳିପଦା ବଜାର ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରରେ ଶନିବାର ରାତିରେ କେହି ଦୁର୍ବୃତ୍ତ ପଶି ଟଙ୍କା ଲୁଟ ଉଦ୍ୟମ କରିଥିଲେ।

ଜରିମାନା ଦେଇ ମୁକୁଳିଲେ ରୋମିଓ

ବାହାନଗା,୧୮।୨(ଡି.ଏନ.ଏ.)-ବାହାନଗା ବ୍ଲକ ପଣ୍ଡାଶୁଣି ପଞ୍ଚାୟତ ଅଞ୍ଚଳକୁ ପୂର୍ବତନ ପ୍ରେମିକାଙ୍କୁ ଦେଖା କରିବାକୁ ଆସିଥିବା ତୁଡିଗଡିଆ ଅଞ୍ଚଳର ଜଣେ ଯୁବକ ହଟାହଟା ହେବା ପରେ ଶେଷରେ ୧ ହଜାର ଟଙ୍କା ଜରିମାନା ଦେଇ ମୁକୁଳିଛନ୍ତି। ଉକ୍ତ ଯୁବକ ଗତ ୧୫ ତାରିଖ ରାତିରେ ଗୋପାଳପୁର ଆଞ୍ଚଳିକ ଲୋକ ମହୋସତ୍ବ ଦେଖିବାକୁ ଆସି ରାତି ପ୍ରାୟ ୧୧ଟା ବେଳେ ନିକଟସ୍ଥ ଗ୍ରାମରେ ଥିବା ପୂର୍ବତନ ପ୍ରେମିକାଙ୍କ ଶଶୁର ଘରକୁ ପଶିଯାଇଥିଲେ।

‘ବର୍ଷା’କୁ ମିଳିଲା ନୂଆ ପରିଚୟ

‘ବର୍ଷା’କୁ ମିଳିଲା ନୂଆ ପରିଚୟ

ବାଲେଶ୍ୱର ଅଫିସ,୧୮।୨- ବାଲେଶ୍ୱର ଜିଲା ଜଳେଶ୍ୱର ପ୍ଲାଟଫର୍ମ ନିକଟ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର କରାଯାଇଥିବା ଶିଶୁକନ୍ୟା ବର୍ଷାକୁ ନୂତନ ପରିଚୟ ମିଳିଛି। ପଶ୍ଚିମବଙ୍ଗର ଏକ ନିସନ୍ତାନ ଦମ୍ପତି ସମସ୍ତ ସରକାରୀ ନିୟମ ଅନୁଯାୟୀ ନିଜର ସନ୍ତାନ ଭାବେ ଗ୍ରହଣ କରିଛନ୍ତି।

କମୁଛି ଶାଳପତ୍ର ସାମଗ୍ରୀର ଚାହିଦା

କମୁଛି ଶାଳପତ୍ର ସାମଗ୍ରୀର ଚାହିଦା

ଖୁଣ୍ଟା,୧୮।୨(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ଖୁଣ୍ଟା ଓ ଗୋପବନ୍ଧୁନଗର ବ୍ଲକର ଆଦିବାସୀଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ଶାଳପତ୍ରକୁ ଜୀବନ ଜୀବିକାର ମାଧ୍ୟମ ଭାବେ ଗ୍ରହଣ କରି ଚଳୁଛନ୍ତି। ଧାନ ଅମଳ ସରିବା ପରେ ଶ୍ରମିକ ଓ ଗରିବ ଶ୍ରେଣୀର ଲୋକେ ଜଙ୍ଗଲକୁ ଯାଇ ଖଲିପତ୍ର ସଂଗ୍ରହ କରିଥାନ୍ତି।

୨ ଛାତ୍ରଙ୍କୁ ହତ୍ୟା ଘଟଣା: ବଦଳିଲେ ନାୟକାଣିଡିହୀ ଥାନାଧିକାରୀ

ବାସୁଦେବପୁର,୧୮।୨(ଡି.ଏନ.ଏ.)-ମହାଶିବରାତ୍ରିରୁ ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ ଏକ ପୋଖରୀରୁ ମିଳିବା ଏବଂ ସେମାନଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ସନ୍ଦେହକୁ ନେଇ ସାରା ଗଁ। ଅଶାନ୍ତ ହୋଇପଡ଼ିଛି।

ପଞ୍ଚାୟତ ଗୃହ ଶିଳାନ୍ୟାସ

ବସ୍ତା, ୧୮।୨-ବସ୍ତା ବ୍ଲକର ନବଗଠିତ କଇନଗରୀ ପଞ୍ଚାୟତର ନୂତନ ଗୃହ ଲାଗି ସ୍ଥାନୀୟ ହାଟପଦାଠାରେ ଶନିବାର ଏମ୍‌ପି ରବୀନ୍ଦ୍ର କୁମାର ଜେନାଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଛି। ଆଇନଜୀବୀ ଚକ୍ରଧର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଏମ୍‌ପି ଜେନା ଉଦବୋଧନ ଦେଇ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ବିକାଶମୂଳକ କାର୍ଯ୍ୟ ଲାଗି ସମସ୍ତଙ୍କ ସହଯୋଗ କାମନା କରିଥିଲେ।