ବାଲେଶ୍ୱର

ଜବରଦଖଲ ଉଚ୍ଛେଦ କଲେ ତହସିଲଦାର: ୬୯ ପରିବାର ବାସଚ୍ୟୁତ

ଜବରଦଖଲ ଉଚ୍ଛେଦ କଲେ ତହସିଲଦାର: ୬୯ ପରିବାର ବାସଚ୍ୟୁତ
ସଜନାଗଡ଼, ୯।୨(ଡି.ଏନ.ଏ.)-ନୀଳଗିରି ବ୍ଲକ ଜାମୁଡ଼ିହା ପଞ୍ଚାୟତ ଜାମୁଡ଼ିହା ଗ୍ରାମର ଗୋଚର ଜମିକୁ ଜବରଦଖଲ କରିରଖିଥିବା ୬୯ ପରିବାରକୁ ଶୁକ୍ରବାର ନୀଳଗିରି ତହସିଲଦାର ମନୋରମା ଭୂୟଁ ଉଚ୍ଛେଦ କରିଛନ୍ତି। ଏହି ପରିବାରଗୁଡିକୁ ବାସଚ୍ୟୁତ କରିବା ପାଇଁ ଉକ୍ତ ଗ୍ରାମର ସଞ୍ଜୟ କୁମାର ନାୟକ ହାଇକୋର୍ଟରେ ଆଶ୍ରୟ ନେଇଥିଲେ। ହାଇକୋର୍ଟ ଉକ୍ତ ଘଟଣାର ସରଜମିନ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗତ ୧୦ା୮ା୧୬ରେ ନୀଳଗିରି ଉପଜିଲାପାଳଙ୍କୁ ଆଦେଶ ଦେଇଥିଲେ। ଏହାକୁ ତର୍ଜମା କରି ଜବରଦଖଲକାରୀଙ୍କୁ ନୋଟିସ ମାଧ୍ୟମରେ ଉଠିବା ପାଇଁ ନୀଳଗିରି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ଜବରଦଖଲକାରୀଙ୍କୁ ୩୦ଦିନିଆ ନୋଟିସ ମଧ୍ୟ ଜାରି କରିଥିଲେ। ଶୁକ୍ରବାର ନୀଳଗିରି ତହସିଲଦାର ୧ ପ୍ଲାଟୁନ ପୋଲିସ ଫୋର୍ସ, ନୀଳଗିରି ଆଇଆଇସି ରମେଶ ସିଂଙ୍କ ସମେତ ୫ଜଣ ପୋଲିସ ଅଧିକାରୀଙ୍କୁ ନେଇ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ। ଉଚ୍ଛେଦ ତାଲିକାରେ ଥିବା ଅର୍ଜୁନ ଆଚାର୍ଯ୍ୟ ହାଇସ୍କୁଲ, ବୀଣାପାଣି କ୍ଲବ, ଶନିମନ୍ଦିର, ହନୁମାନ ମନ୍ଦିରକୁ ବାଦ୍‌ ଦିଆଯାଇ ବାକି ସବୁ ଦୋକାନ ଘର, ବାସଗୃହକୁ ଉଚ୍ଛେଦ କରି ଦିଆଯାଇଛି। ଅନ୍ୟପକ୍ଷେ ବାସଚ୍ୟୁତ ପରିବାରର ଲୋକମାନେ ମୁକ୍ତ ଆକାଶ ତଳେ ରହିଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ସେମାନଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।
All Right Reserved By

ବାଲେଶ୍ୱର

ପାଣି ନିଷ୍କାସନ ଦାବିରେ ରାସ୍ତାରୋକୋ

ପାଣି ନିଷ୍କାସନ ଦାବିରେ ରାସ୍ତାରୋକୋ

ଭୋଗରାଇ, ୨୦।୮(ଡି.ଏନ.ଏ.)-ବାଲେଶ୍ୱର ଜିିଲା ଭୋଗରାଇ ବ୍ଲକ ଅଧୀନ ନାରାଣମହାନ୍ତି ପଡ଼ିଆ ଗ୍ରାମ ଧାନ ଚାଷ ଜମିରେ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନ ଦାବିରେ ଶତାଧିକ ଗ୍ରାମବାସୀ ସୋମବାର ପୂର୍ବାହ୍ନ ୮ଟାରୁ ଅପରାହ୍ନ ୨ଟା ୫୦ ମିନିଟ୍‌ ପର୍ଯ୍ୟନ୍ତ କୀର୍ତ୍ତନିଆ ମୁଖ୍ୟରାସ୍ତାରେ କାଠଗଣ୍ଡି ପକାଇ ରାସ୍ତା ଅବରୋଧ କରିଥିଲେ। 

ବିଜେଡିର ସମୀକ୍ଷା ବୈଠକ

ବିଜେଡିର ସମୀକ୍ଷା ବୈଠକ

ଖଇରା,୨୦।୮-୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସାଙ୍ଗଠନିକ ଆଲୋଚନା ଲାଗି ସୋମବାର ଖଇରା ବ୍ଲକର କୁପାରୀସ୍ଥିତ ଅମ୍ବିକା ମନ୍ଦିର ପରିସରରେ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। 

ସଦ୍‌ଭାବନା ଦିବସରେ ଶପଥ ପାଠ

ସଦ୍‌ଭାବନା ଦିବସରେ ଶପଥ ପାଠ

ବାଲେଶ୍ୱର ଅଫିସ,୨୦।୮- ବାଲେଶ୍ୱର ଜିଲାପ୍ରଶାସନ ପକ୍ଷରୁ ସଦ୍‌ଭାବନା ଦିବସ ସୋମବାର ପୂର୍ବାହ୍ନରେ ଜିଲାପାଳଙ୍କ ଅଫିସ୍‌ ପରିସରରେ ପାଳନ କରାଯାଇଛି। ଏହି ଅବସରରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

୯୩ଟି ଅଭିଯୋଗର ହେଲା ଶୁଣାଣି

୯୩ଟି ଅଭିଯୋଗର ହେଲା ଶୁଣାଣି

ବାଲେଶ୍ୱର ଅଫିସ,୨୦।୮- ବାଲେଶ୍ୱର ଜିଲାପାଳଙ୍କ ଅଫିସ୍‌ରେ ସୋମବାର ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଠାରୁ ଆପତ୍ତି, ଅଭିଯୋଗମାନ ଗ୍ରହଣ କରିଥିଲେ।

ତାମିଲନାଡୁରେ ଫଶିଛନ୍ତି ୭ ଶ୍ରମିକ

ତାମିଲନାଡୁରେ ଫଶିଛନ୍ତି ୭ ଶ୍ରମିକ

ଆନନ୍ଦପୁର, ୨୦।୮(ସ୍ବ.ପ୍ର.)-ରୋଜଗାର ଆଶାରେ ଦଲାଲଙ୍କ କଥାରେ ପଡ଼ି ତାମଲନାଡୁରେ କାମ କରିବାକୁ ଯାଇଥିବା ୭ ଯୁବକ ଫଶି ରହିଛନ୍ତି। ଅଧିକ ଦିପଇସା ରୋଜଗାର କରି ଘରକୁ ପଠାଇବା ଆସାରେ ଯାଇଥିବା ଶ୍ରମିକ ସେଠାରେ ନିର୍ଯାତନାର ଶିକାର ହେଉଛନ୍ତି।

ଚାରାରୋପଣ ପାଇଁ ସଚେତନତା ବାର୍ତ୍ତା

ଚାରାରୋପଣ ପାଇଁ ସଚେତନତା ବାର୍ତ୍ତା

କେନ୍ଦୁଝର, ୨୦ା୮(ସ୍ବ.ପ୍ର): ସ୍ଥାନୀୟ ଡି.ଏନ. ହାଇସ୍କୁଲର ସ୍କାଉଟ ମାଷ୍ଟର ତଥା ପ୍ରକୃତିପ୍ରେମୀ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ଗଛଟିଏ ପାଇଁ ସାଥୀଟିଏ ଅଭିଯାନରେ ପରିବେଶ ସଚେତନତା ସୃଷ୍ଟି କରାଯାଇଛି। 

ଇଦ୍‌-ଉଲ-ଜୁହା ପାଇଁ ଶାନ୍ତି କମିଟି

ଇଦ୍‌-ଉଲ-ଜୁହା ପାଇଁ ଶାନ୍ତି କମିଟି

ରୂପ୍‌ସା, ୨୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଞ୍ଚଳରେ ଇଦ୍‌-ଉଲ-ଜୁହା ପର୍ବକୁ ଶାନ୍ତିଶୃଙ୍ଖଳାରେ ପାଳନ ଲାଗି ରବିବାର ସନ୍ଧ୍ୟାରେ ଥାନା ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଥାନାଧିକାରୀ ସୁଚନ୍ଦ୍ର ମହାଳିକ ଅଧ୍ୟକ୍ଷତା କରି ସମସ୍ତଙ୍କ ମଧ୍ୟରେ ସଦ୍‌ଭାବନା, ଭ୍ରାତୃତ୍ୱଭାବ ବଜାୟ ରହିବା ସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହେବା ଦିଗରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। 

ଅର୍ଥନୀତି ଛାତ୍ରୀଛାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଅର୍ଥନୀତି ଛାତ୍ରୀଛାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ସଜନାଗଡ଼,୨୦।୮(ଡି.ଏନ.ଏ.)-ନୀଳଗିରି ମହାବିଦ୍ୟାଳୟରେ ଆସୁଥିବା ଯୁକ୍ତ୩ ପ୍ରଥମବର୍ଷର ଅର୍ଥନୀତି ଛାତ୍ରୀଛାତ୍ରମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଶନିବାର ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟତଃ ‘ଅତିଥି ଦେବ ଭବଃ’ ଏହି ଭାରତୀୟ ଦେବବାଣୀ ଅନୁସାରେ ମହାବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

 ‘ସାହିତ୍ୟ ଦେଇଆସିଛି ଦିଗ୍‌ଦର୍ଶନ’ : କାଳିପଦାରେ ସାରସ୍ବତ ସମାରୋହ

‘ସାହିତ୍ୟ ଦେଇଆସିଛି ଦିଗ୍‌ଦର୍ଶନ’ : କାଳିପଦାରେ ସାରସ୍ବତ ସମାରୋହ

ବାଲିଆପାଳ, ୨୦।୮(ଡି.ଏନ.ଏ.)-ସାହିତ୍ୟ ଓ ସମାଜ ପରିପୂରକ। ସାହିତ୍ୟରେ ପ୍ରତିଫଳିତ ଜନଜୀବନର ଛବି ଯୁଗେ ଯୁଗେ ସମାଜ ଜୀବନକୁ ଦିଗ୍‌ଦର୍ଶନ ଦେଇଆସିଛି।  ସାହିତ୍ୟ ବିନା ସମାଜ ଜୀବନର ଅଗ୍ରଗତି ଚିନ୍ତା କରାଯାଇ ନ ପାରେ ବୋଲି ରବିବାର କାଳିପଦା ଠାରେ ଅନୁଷ୍ଠିତ ସାରସ୍ବତ ସମାବେଶରେ ବିଶିଷ୍ଟ ଅତିଥି ଓ ବକ୍ତା ମତବ୍ୟକ୍ତ କରିଛନ୍ତି। 

 ଯାଦବ ମହାସଭାର କାର୍ଯ୍ୟକାରିଣୀ

ଯାଦବ ମହାସଭାର କାର୍ଯ୍ୟକାରିଣୀ

ବାଲେଶ୍ୱର ଅଫିସ, ୨୦।୮-ବାଲେଶ୍ୱର ପୋଲିସ ଲାଇନ୍‌ସ୍ଥିତ ଜାତୀୟ ରାଜପଥ ଡାକବଙ୍ଗଳାରେ ରବିବାର ଡା. ସନାତନ ଦାଶଙ୍କ ସଭାପତିତ୍ୱରେ ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲା ସଭାପତିଙ୍କ କାର୍ଯ୍ୟକାଳ ସରିଯାଇଥିବା ହେତୁ ଆସନ୍ତା ଅଗଷ୍ଟ ୩୧ ତାରିଖ ଭିତରେ ନୂତନ ସଭାପତି ଏବଂ କର୍ମକର୍ତ୍ତା ଚୟନ କରିବା ନିମନ୍ତେ ରାଜ୍ୟ ସଭାପତି ଆଶୀର୍ବାଦ ବେହେରାଙ୍କ ନିର୍ଦ୍ଦେଶ ଅନୁସାରେ ନିଷ୍ପତ୍ତି ନିଆଯାଇଥିଲା।

ନିଶା ହଟାଇବା ନେଇ ମହିଳାଙ୍କ ସମାବେଶ

ନିଶା ହଟାଇବା ନେଇ ମହିଳାଙ୍କ ସମାବେଶ

ବସ୍ତା, ୨୦।୮ (ସ୍ବ.ପ୍ର.)-ବସ୍ତା ବ୍ଲକ ପାଉଁଶକୁଲିଠାରେ ରବିବାର ନିଶା ନିବାରଣ  ଅଭିଯାନ ପରିପ୍ରେକ୍ଷୀରେ ମହିଳାଙ୍କ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ମୋନା, ମା’ଘର ଓ ଜଳେଶ୍ୱର ବିକାଶ ମଞ୍ଚର ମିଳିତ ପ୍ରଚେଷ୍ଟାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୋନାର ରାଜ୍ୟ ସମ୍ପାଦକ ରମାକାନ୍ତ ମଣ୍ଡଳ, ଯୁଗ୍ମ ସମ୍ପାଦିକା ଅପର୍ଣ୍ଣା ନାୟକ, ଜିଲା ସଭାପତି ଆଇନଜୀବୀ ପ୍ରଭାକର ସାହୁ, ଜିଲା ସମ୍ପାଦିକା ମମତା ମହାପାତ୍ର, ବ୍ଳକ ସଂଯୋଜକ ଦିଲୀପ ଗିରି,  ଡ. ଅଦୈତ ପାତ୍ର, ମା’ଘର ସଭାନେତ୍ରୀ ଜ୍ୟୋତ୍ସ୍ନା ମହାନ୍ତି, ସୁକାନ୍ତୀ ଭକ୍ତା, ଜଳେଶ୍ୱର ବିକାଶ ମଞ୍ଚ ସମ୍ପାଦକ ପଦ୍ମଲୋଚନ ବେହେରା, ଉପସଭାପତି ସଂଗ୍ରାମ କେଶରୀ ବେହେରା, ରବୀନ୍ଦ୍ର ଭଞ୍ଜ, ପ୍ରଦୀପ ପ୍ରଧାନ ଓ ଜଗଦୀଶ ଜେନା ପ୍ରମୁଖ ସମସ୍ତ ପ୍ରକାର ନିଶା କାରବାର ହଟାଇବା ପାଇଁ ଆହ୍ବାନ ଦେଇଥିଲେ।

ଶାରଦୀୟ କ୍ରୀଡା ପ୍ରତିଯୋଗୀତା ଉଦ୍‌ଘାଟିତ

ଶାରଦୀୟ କ୍ରୀଡା ପ୍ରତିଯୋଗୀତା ଉଦ୍‌ଘାଟିତ

ବଡ଼ସାହି,୨୦।  ୮(ସ୍ବ.ପ୍ର)-ବଡ଼ସାହି ବ୍ଲକସ୍ତରୀୟ ଦୁଇ ଦିନିଆ ଶାରଦୀୟ କ୍ରୀଡା ପ୍ରତିଯୋଗିତା  ଉଦ୍‌ଘାଟିତ ହୋଇଯାଇଛି।   ମୁଖ୍ୟ ଅତିଥି ଭାବେ ବିଇଓ ଦେବବ୍ରତ ବାରିକ  ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ।   ନୋଡାଲ ଉପ୍ରା ବିଦ୍ୟାଳୟ ଓ ସମସ୍ତ ବର୍ଗର ହାଇସ୍କୁଲରୁ ମୋଟ ୨୫୦ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରିଛନ୍ତି ।