Dharitri News
ବାଲେଶ୍ୱର

ରାସ୍ତା ମଝିରେ ଜଳିଗଲା ବୋଲେରୋ

ରାସ୍ତା ମଝିରେ ଜଳିଗଲା ବୋଲେରୋ ସୋର, ୯।୨(ଡ଼ି.ଏନ୍‌.ଏ.)-ସୋର ଥାନା ୫ନଂ. ଜାତୀୟ ରାଜପଥ ଚପରପଦାଠାରେ ଗୁରୁବାର ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡ଼ି (ନଂ.ଓଡ଼ି୦୧ଏଲ୨୮୭୪) ଜଳିଯାଇଛି। ବୋଲେରୋ ସୋରରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଏପରି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରୁ ଡ଼୍ରାଇଭର ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ବାଲେଶ୍ୱର

ଅଗ୍ନି-୨ ପରୀକ୍ଷଣ

ଅଗ୍ନି-୨ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୦।୨: ବାଲେଶ୍ୱର ଜିଲା ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆର୍‌ଡିଓ) ପକ୍ଷରୁ ମଙ୍ଗଳବାର ବାଲିଷ୍ଟିକ କ୍ଷେପଣାସ୍ତ୍ରର ଅଗ୍ନି-୨ ପରୀକ୍ଷଣ କରାଯାଇଛି। ବଙ୍ଗୋପସାଗରରେ ଥିବା ଉପକୂଳବର୍ତ୍ତୀ ଅବଦୁଲ କଲାମ ଦ୍ୱୀପରୁ ପୂର୍ବାହ୍ନ ୮ଟା ୩୮ ମିନିଟ୍‌ ସମୟରେ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଅଗ୍ନି-୨କୁ ଟେଷ୍ଟ ରେଞ୍ଜ୍‌ର ୪ ନମ୍ବର ଲଞ୍ଚ୍‌ କମ୍ପ୍ଲେକ୍ସରୁ ଉତ୍‌କ୍ଷେପଣ କରାଯାଇଥିଲା।

ମୃତଦେହ ପୋଡିବାକୁ ମିଳୁନି କାଠ

ଚମ୍ପୁଆ, ୨୦।୨(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ସଦର ମହକୁମାସ୍ଥିତ ରେଖାବଣଠାରେ ଥିବା ଓଡିଶା ବନ ଉନ୍ନୟନ ନିଗମର ଜାଳକାଠ ବିକ୍ରୟ କେନ୍ଦ୍ରରୁ ଆବଶ୍ୟକ ଜାଳେଣି କାଠ ମିଳୁନାହିଁ । ଶବ ପୋଡିବାଠାରୁ ଆରମ୍ଭ କରି ବିଭିନ୍ନ ହୋଟେଲ ଓ ବିଦ୍ୟାଳୟରେ ରୋଷେଇ କାର୍ଯ୍ୟ ଲାଗି ଜାଳେଣି କାଠ ନ ପାଇ ଲୋକେ ହଇରାଣ ହେଉଛନ୍ତି।

ଆଦିବାସୀ ଅଞ୍ଚଳରେ ‘ଡିଜିଟାଲ ଇଣ୍ଡିଆ’ ବାଟବଣା

ଆଦିବାସୀ ଅଞ୍ଚଳରେ ‘ଡିଜିଟାଲ ଇଣ୍ଡିଆ’ ବାଟବଣା

କେନ୍ଦୁଝର ୨୦। ୨ (ସ୍ବ.ପ୍ର.) - କେନ୍ଦୁଝର ଜିଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ‘ଡିଜିଟାଇ ଇଣ୍ଡିଆ’ ଯୋଜନା ବାଟବଣା ହୋଇପଡିଛି। ଜିଲାର ବାଂଶପାଳ ବ୍ଲକ ବ୍ୟତୀତ ଅନ୍ୟବ୍ଲକର ଦୂରଦୂରାନ୍ତ ଆଭ୍ୟନ୍ତରୀଣ ଗ୍ରାମରେ ଫୋନ ବା ନେଟଓ୍ବର୍କ ସେବା ମିଳି ପାରୁ ନାହିଁ ।

ଜବରଦଖଲକାରୀଙ୍କ କବ୍‌ଜାରେ ସରକାରୀ ଜମି

ଜବରଦଖଲକାରୀଙ୍କ କବ୍‌ଜାରେ ସରକାରୀ ଜମି

ଝୁମ୍ପୁରା, ୨୦।୨ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ତହସିଲ ଅନ୍ତର୍ଗତ ୬ ରାଜସ୍ବ ସର୍କଲରେ ଦିନକୁ ଦିନ ସରକାରୀ ଜମି ହଡପ ଘଟଣା ବଢି ଚାଲିଛି। ଜମି ହଡପ ଘଟଣା ନେଇ ବହୁ ଅଭିଯୋଗ ଝୁମ୍ପୁରା ତହସିଲରେ ଗଡୁଛି। କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

୨ଛାତ୍ର ନିଖୋଜ ପରେ ହତ୍ୟା ଘଟଣା: ଗଁ।ରେ ବିଧିବଦ୍ଧ ତଦନ୍ତ ଆରମ୍ଭ

ଭଦ୍ରକ ଅଫିସ, ୨୦।୨-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହୀ ଥାନା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଗ୍ରାମର କହୁଣିଆ ସାହିର ୨ ଛାତ୍ର ନିଖୋଜ ହେବା ଏବଂ ପରେ ମୃତଦେହ ଉଦ୍ଧାର ହେବା ଘଟଣାର ବିଧିବଦ୍ଧ ତଦନ୍ତ ସୋମବାରଠାରୁ ଆରମ୍ଭ ହୋଇଛି।

ମହିଳାଙ୍କଠାରୁ ୨୦ ହଜାର ଟଙ୍କା, ମଙ୍ଗଳସୂତ୍ର ଲୁଟ: ଲୁଟେରାଙ୍କୁ କାବୁ କଲେ ଲୋକେ

ଭଣ୍ଡାରିପୋଖରୀ,୨୦।୨(ଡି.ଏନ.ଏ.) -ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ପୁଣି ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିଛି। ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟାରେ ପାଳଦା ମଣିନାଥପୁର ରାସ୍ତାର ମାଳଦା ପଞ୍ଚାୟତ ସର୍ତ୍ତାନାଳ ପୋଲ ଉପରେ ଜଣେ ଲୁଟେରା ମହିଳାଙ୍କ ବେକରେ କଟୁରି ଲଗାଇ ନଗଦ ୨୦ ହଜାର ଟଙ୍କା ଓ ମଙ୍ଗଳସୂତ୍ର ଲୁଟି ନେଇଥିଲେ।

ବ୍ୟାଗରୁ ୪୦ ହଜାର ଝାମ୍ପିନେଲେ ଦୁର୍ବୃତ୍ତ

ବନ୍ତ,୨୦।୨(ସ୍ବ.ପ୍ର.)- ଜଣେ ଅବସରପ୍ରାପ୍ତ ଶିକ୍ଷକ ସାଇକେଲରେ ଟଙ୍କା ବ୍ୟାଗ ରଖି ମଙ୍ଗଳବାର ଅପରାହ୍ନରେ ଭଦ୍ରକ ଜିଲା ଆଗରପଡା ବଜାରରୁ ଫେରୁଥିବା ବେଳେ କେତେକ ଦୁର୍ବୃତ୍ତ ପିଛା କରି ଉକ୍ତ ବ୍ୟାଗରୁ ୪୦ହଜାର ଟଙ୍କା ସହିତ ୪ଗୋଟି ବ୍ୟାଙ୍କ ପାଶବୁକ ଲୁଟି ନେଇଛନ୍ତି।

ପାରିବାରିକ କଳହକୁ ନେଇ ଆତ୍ମହତ୍ୟା

ଭଦ୍ରକ ଅଫିସ,୨୦।୨-ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ସାହାଡ଼ା ପଞ୍ଚାୟତ ସାହାଡ଼ା ଜାଗୁଳାଇଛନ୍ଧା ଗ୍ରାମରେ ପାରିବାରିକ କହଳକୁ କେନ୍ଦ୍ରକରି ରଶ୍ମିତା ପାଣିଗ୍ରାହୀ ନାମ୍ନୀ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି।

ନିଖୋଜ ଝିଅକୁ ଉଦ୍ଧାର କଲା ପୋଲିସ

ଭଦ୍ରକ ଅଫିସ,୨୦।୨-ସୋମବାର ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାଲିଥିବା ମିଳିତ ଅଭିଯୋଗ ଶୁଣାଣି ବେଳେ ଜଣେ ମହିଳା ଦେହରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ।

କାମରେ ଆସୁନି ନବନିର୍ମିତ ସେତୁ

କାମରେ ଆସୁନି ନବନିର୍ମିତ ସେତୁ

ଧାମନଗର,୨୦।୨(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଲେଞ୍ଜରା ଏବଂ ଦିନାଜପୁର ମଧ୍ୟରେ ପ୍ରବାହିତ ରେବ ନଦୀରେ ଡ୍ରେନେଜ ବିଭାଗ ଦ୍ୱାରା ପୋଲ ନିର୍ମାଣ ଶେଷ ହୋଇଥିଲେ ବି ବର୍ଷେ ହେବ ଆପ୍ରୋଚ ରୋଡ ହୋଇପାରୁ ନାହିଁ।

 ଅସନ୍ତୁଷ୍ଟ ଛାତ୍ରୀଛାତ୍ର ଜଙ୍ଗଲରେ ଚାଲିଲେ ୨୧ କି.ମି.

ଅସନ୍ତୁଷ୍ଟ ଛାତ୍ରୀଛାତ୍ର ଜଙ୍ଗଲରେ ଚାଲିଲେ ୨୧ କି.ମି.

ବାରିପଦା ଅଫିସ,୨୦।୨-ଓଡିଶା ମାଧ୍ୟମିକ ପରିଷଦ ପକ୍ଷରୁ ଆସନ୍ତା ୨୩ ତାରିଖରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ହେଲେ ଶିକ୍ଷକ ଅଭାବରୁ ପାଠ ପଢ଼ା ହୋଇ ପାରି ନ ଥିବାରୁ ପରୀକ୍ଷା ଦେବେ ନାହିଁ ବୋଲି ବାଙ୍ଗିରିପୋଷୀ ବ୍ଲକ ବ୍ରାହ୍ମଣଗଁା ପଞ୍ଚାୟତର ଘାଟକୁଆରୀ ୟୁଜି ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣାଇଛନ୍ତି। ଏନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସୋମବାର ବିଳମ୍ବିତ ରାତିରେ ୧୨ ଜଣ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ସ୍କୁଲ ପାଚେରି ଡେଇଁ ୨୧ କି.ମି ଚାଲି ଚାଲି ଆସିଛନ୍ତି।

ଅଙ୍ଗନୱାଡି କର୍ମୀ ପାଳିଲେ କଳାଦିବସ

ଅଙ୍ଗନୱାଡି କର୍ମୀ ପାଳିଲେ କଳାଦିବସ

ବାରିପଦା ଅଫିସ,୨୦।୨- ୨୦୧୪ମସିହା ନଭେମ୍ବରଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର ଅଙ୍ଗନୱାଡି ୱାକର୍ସଙ୍କୁ ଠକି ଚାଲିଛନ୍ତି। ଏହାକୁ ପ୍ରତିବାଦ କରି ମଙ୍ଗଳବାରଠାରୁ କର୍ମୀମାନେ ସାରା ରାଜ୍ୟରେ କଳା ଦିବସ ପାଳନ କରିଛନ୍ତି।