Dharitri News
ବାଲେଶ୍ୱର

ଟ୍ରେନ୍‌ରୁ ଖସି ଯୁବକ ମୃତ

ଖଇରା, ୯।୨(ଡି.ଏନ.ଏ.)-କୁର୍ଲା ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ବମ୍ବେରୁ କଟକ ଫେରୁଥିବା ଖଇରା ଥାନା ଭଦଳି ଗ୍ରାମର ପ୍ରଫୁଲ୍ଲ ମହାପାତ୍ର (୩୦) ଗୁରୁବାର ଜିନ୍ଦଲ ଷ୍ଟେଶନ ନିକଟରେ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି। ପ୍ରଫୁଲ୍ଲ ବମ୍ବେ ଅଶୋକା ହୋଟେଲ୍‌ରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ସେ ଏହି ଟ୍ରେନ୍‌ରେ ଘରକୁ ଫେରୁଥିଲେ। ଗୁରୁବାର ସକାଳେ ଗେଟ୍‌ ନିକଟରେ ଛିଡ଼ା ହୋଇ ଖାଉଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ। ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ପକେଟ୍‌ରେ ଥିବା ହୋଟେଲ୍‌ର କାର୍ଡ଼ରୁ ଫୋନ୍‌ ନମ୍ବର ନେଇ ହୋଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରେ ହୋଟେଲ କର୍ତ୍ତୃପକ୍ଷ ଘରକୁ ଜଣାଇଥିଲେ। ଗୁରୁବାର ସନ୍ଧ୍ୟାରେ ପରିବାର ଲୋକ ତାଳଚେର ଥାନାକୁ ଯାଇ ମୃତଦେହ ଧରି ଫେରୁଥିବା ଜଣାଯାଇଛି।

ବାଲେଶ୍ୱର

ଅବକାରୀ ବିଭାଗ ଚଢ଼ାଉ, ୯୦ ଲିଟର ଦେଶୀମଦ ଜବତ, ୨ ଗିରଫ

ଅବକାରୀ ବିଭାଗ ଚଢ଼ାଉ, ୯୦ ଲିଟର ଦେଶୀମଦ ଜବତ, ୨ ଗିରଫ

ଜଳେଶ୍ୱର, ୧୮।୨(ସ୍ବ.ପ୍ର.): ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅନ୍ତର୍ଗତ କାଜିବାଗ ରାସ୍ତାରେ ରବିବାର ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୯୦ ଲିଟର ଦେଶୀମଦ ଜବତ କରାଯାଇଛି। ଏଥିସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଡ୍ରେନରୁ ମୃତଦେହ ଉଦ୍ଧାର

ଡ୍ରେନରୁ ମୃତଦେହ ଉଦ୍ଧାର

କେନ୍ଦୁଝର,୧୮।୨(ସ୍ବ.ପ୍ର.): କେନ୍ଦୁଝର ସହର ମାଧପୁର ନିକଟ ଏକ ରାସ୍ତାକଡ଼ ଡ୍ରେନ୍‌ରୁ କେନ୍ଦୁଝର ପୂର୍ତ୍ତ ବିଭାଗର କ୍ୟାଶିୟରଙ୍କ ମୃତଦେହ ରବିବାର ସକାଳେ ଉଦ୍ଧାର କରାଯାଇଛି। ତାଙ୍କ ନାମ ଲକ୍ଷ୍ମୀଧର ମାଝି।

ଡାକ୍ତରଖାନାରେ ୫ ଦିନ ପରେ ଜୀବନ ହାରିଲେ ପୀଡିତା

କେନ୍ଦୁଝର ୧୭।୨ (ସ୍ବ.ପ୍ର.)- କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଦୁଧପଶି ଗ୍ରାମରେ ଯୌତୁକ ଲାଗି ନିର୍ଯାତନା ଦେଇ ବଧୂଙ୍କୁ ନିଆଁରେ ପୋଡି ହତ୍ୟା କରାଯିବା ନେଇ ଥାନାରେ ଅଭିଯୋଗ ହୋଇଛି।

କୁକୁର ସହ ବାହାଘର

କୁକୁର ସହ ବାହାଘର

କେନ୍ଦୁଝର ୧୭।୨ (ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ବୋଦାପଳସା ମୁଣ୍ଡା ସାହିରେ ନିଆରା ପରମ୍ପରା ଅନୁଯାୟୀ ଶଉକ୍ରବାର ଜଣେ ଦୁଇ ବର୍ଷର ଶିଶୁକନ୍ୟା ସହିତ ଏକ କୁକୁରକୁ ବିବାହ ଦିଆଯିବା ଭଳି ଘଟଣା ପଦାକୁ ଆସିଛି।

ଦିବ୍ୟାଙ୍ଗ ଝିଅକୁ କାନ୍ଧରେ ବୋହି ଜିଲାପାଳଙ୍କୁ ଭେଟିଲେ ବୈଜୟନ୍ତୀ

ଦିବ୍ୟାଙ୍ଗ ଝିଅକୁ କାନ୍ଧରେ ବୋହି ଜିଲାପାଳଙ୍କୁ ଭେଟିଲେ ବୈଜୟନ୍ତୀ

କେନ୍ଦୁଝର ୧୭।୨ (ସ୍ବ.ପ୍ର.)- ଜଣେ ମା’ ଓ ଦିବ୍ୟାଙ୍ଗ ଝିଅ ଏକ ଭଙ୍ଗା ଘରେ ପଡି ରହି ଦିନକାଟୁଛନ୍ତି। ଦିବ୍ୟାଙ୍ଗ ଝିଅ ମୀନା (୨୫) ଜନ୍ମରୁ ଚଲାବୁଲା କରି ପାରୁ ନାହାନ୍ତି। ତାଙ୍କ ମା’ ବୈଜୟନ୍ତୀ ପାତ୍ର (୫୦) ତାଙ୍କର ସେବା ଯନତ୍ କରି ଆସୁଛନ୍ତି। ଶନିବାର ମଧ୍ୟାହ୍ନରେ ଏହି ଦିବ୍ୟାଙ୍ଗ ଝିଅକୁ କାନ୍ଧରେ ଲଦି କେନ୍ଦୁଝର ବସ୍‌ଷ୍ଟାଣ୍ଡରୁ ୧କି.ମି. ଦୂର ଜିଲାପାଳଙ୍କ କାର୍ଯ୍ୟାଳୟ ଯାଏ ବୈଜୟନ୍ତୀ ଚାଲିଚାଲି ଯିବା ଘଟଣା ଦେଖଣାହାରୀଙ୍କୁ ଅଭିଭୂତ କରିଥିଲା।

ଗାଡ଼ି ଧକ୍କାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ବଡବିଲ, ୧୭।୨(ସ୍ବ.ପ୍ର.)- ଶନିବାର କେନ୍ଦୁଝର ଜିଲା ବଲାଣୀ ଥାନା ଅଞ୍ଚଳରେ ବାଇକ ଉପରେ ଏକ ଗାଡି ଚଢିଯିବାରୁ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।

ସହାୟତା ଅପେକ୍ଷାରେ ଅସହାୟ ପରିବାର

ସହାୟତା ଅପେକ୍ଷାରେ ଅସହାୟ ପରିବାର

ରାଇସୁଆଁ,୧୭।୨(ଡି.ଏନ.ଏ.)- ଦେଢବର୍ଷ ତଳେ ଦୁର୍ଘଟଣାରେ ଲକ୍ଷ୍ମୀଧରଙ୍କର ବାମଗୋଡ ସମ୍ପୂର୍ଣ୍ଣ ଅକାମୀ ହୋଇପଡିବାରୁ ସେ ଆଉ କାମଧନ୍ଧା କରିପାରୁ ନାହାନ୍ତି। ସରକାରୀ ସହାୟତା ଅପେକ୍ଷାରେ ଏହି ପରିବାରର ଦିନ ବିତୁଛି। ୬ ପ୍ରାଣୀ କୁଟୁମ୍ବ ଅଧିକାଂଶ ଦିନ ଭୋକ ଉପାସରେ ରହୁଥିବା ଜଣାପଡିଛି।

ପ୍ରକଳ୍ପ ଥାଇ ଲୋକେ ଭୋଗୁଛନ୍ତି ଜଳକଷ୍ଟ

ପ୍ରକଳ୍ପ ଥାଇ ଲୋକେ ଭୋଗୁଛନ୍ତି ଜଳକଷ୍ଟ

କୋଳିମାଟି,୧୭।୨-କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତର କୋଳିମାଟି ଗ୍ରାମରେ ଥିବା ପାନୀୟଜଳ ପ୍ରକଳ୍ପରୁ ଜଳଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ରାସ୍ତା କାମ ବେଳେ ପାଣି ପାଇପ୍‌ ଫାଟି ନଷ୍ଟ ହୋଇଥିବାରୁ ବିଶ୍ୱକର୍ମା ସାହି, କଲଣୀ ସାହି, ମାଝି ସାହି, କୋଳିମାଟି ଛକ, କୋଳିମାଟି ପଞ୍ଚାୟତର ବିଭିନ୍ନ ଜାଗାରେ ପାଣି ପହଞ୍ଚତ୍ପାରୁନାହିଁ।

ଅପହରଣ କରି ୨ଛାତ୍ରଙ୍କୁ ହତ୍ୟା: ୩ ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ଅପହରଣ କରି ୨ଛାତ୍ରଙ୍କୁ ହତ୍ୟା: ୩ ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ଭଦ୍ରକ ଅଫିସ/ବାସୁଦେବପୁର,୧୭।୨(ଡି.ଏନ.ଏ.)-ଅଷ୍ଟମ ଶ୍ରେଣୀରେ ପଢୁଥିବା ୨ ଜଣ ଛାତ୍ର ନିଖୋଜ ହେବାର ୩ ଦିନ ପରେ ସେମାନଙ୍କ ମୃତଦେହ ଏକ ପୋଖରୀରୁ ଶନିବାର ଉଦ୍ଧାର କରାଯାଇଛି।

ସ୍କୁଲ ପରିସରରେ ମଳ ଫିଙ୍ଗା, ଉତ୍ତେଜନା

ସ୍କୁଲ ପରିସରରେ ମଳ ଫିଙ୍ଗା, ଉତ୍ତେଜନା

ଧାମନଗର,୧୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ପଞ୍ଚାୟତ ବାହାରବିଲ ୟୁଜିଏମଇ ସ୍କୁଲରେ ଶନିବାର ଏକ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଥିଲା। ସ୍କୁଲ ପରିସରରେ ଥିବା ରୋଷେଇଗୃହ ଦୁଆର ଆଗରେ କେହି ମଳ ପକାଇ ଥିବା ଦେଖିବାକୁ ମିଳିଥିଲା।

ସ’ ମିଲରେ ଚଢାଉ: ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶ, କାଠ ଜବତ

ସ’ ମିଲରେ ଚଢାଉ: ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶ, କାଠ ଜବତ

ଭଣ୍ଡାରିପୋଖରୀ, ୧୭।୨ (ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ଦାଣ୍ଡକୁଳ ଗ୍ରାମ ମଧ୍ୟରେ ଦୀର୍ଘଦିନ ହେଲା ବେଆଇନ ଭାବେ ଚାଲୁଥିବା ଏକ କରତକଳ ଉପରେ ଶନିବାର ବନବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ କରିଛି।

ସେବା ସମବାୟ ସମିତିର ୨ ଅଧିକାରୀ ଅଡୁଆରେ

ତିହିଡ଼ି,୧୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକ ସୟା ପଞ୍ଚାୟତ ଅଧୀନ ନିଶ୍ଚିନ୍ତପୁର ସେବା ସମବାୟ ସମିତିର ଦୁଇଜଣ କର୍ମକର୍ତ୍ତାଙ୍କ ବିରୋଧରେ ପ୍ରାଥମିକ ସ୍କୁଲ ରେଜିଷ୍ଟର ଏବଂ ହାଇସ୍କୁଲର ସାର୍ଟିଫିକେଟରେ ଥିବା ଜନ୍ମ ତାରିଖରେ ତାଳମେଳ ରହୁ ନ ଥିବା ଏବଂ ଜଣେ ୪ ସନ୍ତାନର ଜନକ ହୋଇଥିବା ଅଭିଯୋଗ ହୋଇଛି।