ରାଜ୍ୟ |

ଶିକ୍ଷକଙ୍କ ଚେତାବନୀ:ବିଜ୍ଞପ୍ତି ବାହାର କଲେ ଲୋୟର ପିଏମ୍‌ଜି ଛାଡିବୁ

ଶିକ୍ଷକଙ୍କ ଚେତାବନୀ:ବିଜ୍ଞପ୍ତି ବାହାର କଲେ ଲୋୟର ପିଏମ୍‌ଜି ଛାଡିବୁ
ଭୁବନେଶ୍ୱର, ୯। ୨(ବ୍ୟୁରୋ)- ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ ମିଳିତ ମଞ୍ଚ ଓ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି। ଶିକ୍ଷକମାନେ ଜିଦ୍‌ରେ ଅଟଳ ରହିଥିବାବେଳେ ସରକାର ମଧ୍ୟ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଗୋଟିଏ ପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଶିକ୍ଷକମାନଙ୍କୁ ସ୍କୁଲ ଓ କଲେଜ ଯାଇ ଛାତ୍ରୀଛାତ୍ରଙ୍କୁ ପାଠ ପଢାଇବାକୁ ତାଗିତ୍‌ କରିଛନ୍ତି। ଯଦି ସେମାନେ ଏହାକୁ ଅବମାନନା କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ମାତ୍ର ମନ୍ତ୍ରୀଙ୍କ ଏଭଳି ଚେତାବନୀକୁ ଶିକ୍ଷକ ମଞ୍ଚ ବାଏଁ ବାଏଁ ଉଠାଇ ଦେଇଛି। ଆଗ ଦାବି ପୂରଣ କରି ବିଜ୍ଞପ୍ତି ପ୍ରକାଶ କର। ତା’ପରେ ଶିକ୍ଷକମାନେ ଲୋୟର ପିଏମ୍‌ଜି ଛାଡ଼ି ସ୍କୁଲ ଓ କଲେଜ ଯିବେ ବୋଲି ୬୬୨ ବର୍ଗ କଲେଜ ଶିକ୍ଷକ ସଂଘର ସଭାପତି ଗୋଲକ ନାୟକ କହିଛନ୍ତି। ଗୋଲକଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨ ମନ୍ତ୍ରୀଙ୍କ ସହିତ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଶିକ୍ଷକ ମିଳିତ ମଞ୍ଚର ଏକ ପ୍ରତିନିଧି ଦଳ ଆଲୋଚନା କରିଥିଲେ। ଆଲୋଚନାବେଳେ ଶିକ୍ଷକମାନେ ସତ୍ୟପାଠକୁ ପ୍ରତ୍ୟାହାର କରିନେବା, ୪୦, ୬୦ ଏବଂ ୭୫ ବର୍ଗ ଅଧ୍ୟାପକଙ୍କୁ ବ୍ଲକଗ୍ରାଣ୍ଡ ଉଚ୍ଛେଦ କରି ନିୟମିତ କରିବା ଏବଂ ପୂର୍ବରୁ ଓ୍ବାଲ ନୋଟିସ୍‌ ମାଧ୍ୟମରେ ନିଯୁକ୍ତ ଶିକ୍ଷକମାନଙ୍କୁ ନିୟମିତ କରିବାକୁ ଦାବି କରିଥିଲେ। ଏହାକୁ ସରକାର ମାନି ନେଇଛନ୍ତି। କିନ୍ତୁ ଏ ସମ୍ପର୍କିତ ବିଜ୍ଞପ୍ତି ବାହାର କରିବା ପାଇଁ ସରକାର ଶିକ୍ଷକମାନଙ୍କୁ ଏକ ସପ୍ତାହ ସମୟ ମାଗିଛନ୍ତି। କିନ୍ତୁ ସପ୍ତାହେ ସମୟ ଦେବାକୁ ଶିକ୍ଷକ ସଂଘ ରାଜି ହୋଇନାହାନ୍ତି। କାରଣ ପୂର୍ବରୁ ଶିକ୍ଷକମାନେ ସରକାରଙ୍କୁ ବାରମ୍ବାର ସମୟ ଦେଇଛନ୍ତି। ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି। ପୂର୍ବପରି ପୁଣି ଥରେ ସରକାର ସମୟ ମାଗି ଶିକ୍ଷକମାନଙ୍କୁ ପ୍ରତାରଣା କରିବାକୁ ଚିନ୍ତା କରୁଛନ୍ତି। କିନ୍ତୁ ଏଭଳି ସୁଯୋଗ ଶିକ୍ଷକମାନେ ଆଉ ସରକାରଙ୍କୁ ଦେବେନାହିଁ। ଯେ ପର୍ଯ୍ୟନ୍ତ ଦାବି ପୂରଣ ସମ୍ପର୍କିତ ନୂଆ ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ ଶିକ୍ଷକମାନେ ଆନ୍ଦୋଳନରୁ ଉଠିବେ ନାହିଁ। ମନ୍ତ୍ରୀଙ୍କ ହାତରେ କ୍ଷମତା ଅଛି। ସେମାନେ ଯାହା କରିବା କଥା କରନ୍ତୁ। ଶିକ୍ଷକମାନଙ୍କ ପେଟ ପୋଡି ଯାଉଛି। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ପ୍ରତ୍ୟାହାର କରିବୁ ନାହିଁ ବୋଲି ସେ କହିଛନ୍ତି।
All Right Reserved By

ରାଜ୍ୟ |

୨୩ରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଶିଳାନ୍ୟାସ ଉତ୍ସବ: ପ୍ରସ୍ତୁତି ଆରମ୍ଭ

୨୩ରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଶିଳାନ୍ୟାସ ଉତ୍ସବ: ପ୍ରସ୍ତୁତି ଆରମ୍ଭ

ସାକ୍ଷୀଗୋପାଳ, ୧୯।୯(ଡି.ଏନ୍‌.ଏ.): ଓଡ଼ିଆ ଭାଷା, ସାହିତ୍ୟ ଓ ସ୍ବାଧୀନତା ଆନ୍ଦୋଳନଠାରୁ ପରାଧୀନ ଭାରତରେ ଶିକ୍ଷା, ସଂସ୍କାର ଓ ସେବାର ଅନ୍ତୁଡିଶାଳ ପଞ୍ଚସଖାଙ୍କ ସତ୍ୟବାଦୀ ବନ ବିଦ୍ୟାଳୟ ନିକଟରେ ଐତିହାସିକ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ। 

ପିଜି ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣା: ଗିରଫ ପରେ ଅଭିଯୁକ୍ତ କୋର୍ଟଚାଲାଣ

ପିଜି ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣା: ଗିରଫ ପରେ ଅଭିଯୁକ୍ତ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ, ୧୯।୯: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ପିଜି ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ବୈଦ୍ୟନାଥପୁର ଥାନା ପୋଲିସ କମାପଲୀଖଳା ସାହିର ଜଣେ ଯୁବକଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେ ହେଲେ ପିଣ୍ଟୁ ଦୋରା। 

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ନବ ନିର୍ମାଣ  ସେନା ପକ୍ଷରୁ ଶୋଭାଯାତ୍ରା

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ନବ ନିର୍ମାଣ ସେନା ପକ୍ଷରୁ ଶୋଭାଯାତ୍ରା

ବାସୁଦେବପୁର,୧୯।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ନବ ନିର୍ମାଣ  ସେନା ପକ୍ଷରୁ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଛି। ଏହା ଏ.ବି.କଲେଜ ଫାଟକ ସମ୍ମୁଖରୁ ବାହାରି ବାସୁଦେବପୁର ସହର ପରିକ୍ରମା କରିଛି।

ଖେଳୁଥିବା ବେଳେ ପୋଖରୀରେ ପଡ଼ି ୨ ଶିଶୁପୁତ୍ରଙ୍କ ମୃତ୍ୟୁ, ଉତ୍ତରବାହା ଗ୍ରାମରେ ଶୋକାକୂଳ ପରିବେଶ

ଖେଳୁଥିବା ବେଳେ ପୋଖରୀରେ ପଡ଼ି ୨ ଶିଶୁପୁତ୍ରଙ୍କ ମୃତ୍ୟୁ, ଉତ୍ତରବାହା ଗ୍ରାମରେ ଶୋକାକୂଳ ପରିବେଶ

ତିହିଡ଼ି,୧୯।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଚକ ପଞ୍ଚାୟତ ଅଧୀନ ଉତ୍ତରବାହା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଏକ ଅଘଟଣ ଘଟିଛି। ଗ୍ରାମର ୨ଜଣ ଶିଶୁ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ସେମାନେ ହେଲେ ଗଣେଷ ମଲ୍ଲିକଙ୍କ ପୁଅ ସ୍ବାଗତ(୩) ଓ ସଞ୍ଜିତ ମଲ୍ଲିକଙ୍କ ପୁଅ ସମରଜିତ୍‌(୩)। 

ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣା: ହାଜର ହେଲେ ଇମ୍ଫାର ୫ଜଣିଆ ଟିମ୍‌, ଆସିଲେନି ବୈଜୟନ୍ତ ଓ ୨ ସହଯାତ୍ରୀ

ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣା: ହାଜର ହେଲେ ଇମ୍ଫାର ୫ଜଣିଆ ଟିମ୍‌, ଆସିଲେନି ବୈଜୟନ୍ତ ଓ ୨ ସହଯାତ୍ରୀ

ପୁରୀ ଅଫିସ, ୧୯।୯: ଚିଲିକା ଉପରେ ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ହେଲିକପ୍ଟର ଉଡ଼ାଇବା ଘଟଣାରେ ଇମ୍ଫାର ଏକ ୫ ଜଣିଆ ଟିମ୍‌ ବୁଧବାର ପୁରୀ ସଦର ଥାନାକୁ ଆସି ଅରଖକୁଦା ସାମୁଦ୍ରୀକ ଥାନା ଅଧିକାରୀଙ୍କ ନିକଟରେ ହାଜର ହୋଇଛନ୍ତି। ହେଲିକପ୍ଟର ଉଡ଼ାଣ  ସମ୍ପର୍କରେ ସେମାନେ ସବିଶେଷ ତଥ୍ୟ ରଖିଥିବା ଜଣାପଡ଼ିଛି।

୯୫ ବର୍ଷରେ ବି ମିଳୁନି ବାର୍ଦ୍ଧକ୍ୟ ଭତ୍ତା: ଆବେଦନ କଲେ ବି କର୍ଣ୍ଣପାତ କରୁ ନାହାନ୍ତି ଅଧିକାରୀ

୯୫ ବର୍ଷରେ ବି ମିଳୁନି ବାର୍ଦ୍ଧକ୍ୟ ଭତ୍ତା: ଆବେଦନ କଲେ ବି କର୍ଣ୍ଣପାତ କରୁ ନାହାନ୍ତି ଅଧିକାରୀ

ମୋରଡ଼ା,୧୯।୯: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକର ଗଡ଼ିଘାଟି ପଞ୍ଚାୟତ ଅଧୀନ ବରହମ୍‌ପୁରା ଗ୍ରାମରେ ଅଧିକାଂଶ ବୃଦ୍ଧାବୃଦ୍ଧଙ୍କ ପାଇଁ ଭତ୍ତା ସାତସପନ ପାଲଟିଛି। ଏହି ଗ୍ରାମର ତିଳୋତ୍ତମା ସାମଲଙ୍କ ବୟସ ୯୫। ଏବେ ସେ ଠିକ୍‌ ଭାବେ ଚାଲି ପାରୁ ନାହାନ୍ତି। ବାଡ଼ି ହିଁ ତାଙ୍କ ସାହାରା ପାଲଟିଛି। ହେଲେ ଆଜି ପର୍ଯ୍ୟନ୍ତ ସେ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି।

ଭିଜିଲାନ୍ସ ଜାଲରେ ଆଦିବାସୀ ଉନ୍ନୟନ ସଂସ୍ଥାର କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଆଦିବାସୀ ଉନ୍ନୟନ ସଂସ୍ଥାର କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର ଅଫିସ,୧୯।୯: ଆୟ ବହିର୍ଭୁତ ସମତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲା ଗୁଣୁପୁର ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର କନିଷ୍ଠ ଯନ୍ତ୍ରୀ ଗଗନ ବିହାରୀ ପତିଙ୍କ ଘରେ ବୁଧବାର ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ଅନ୍ତୁଡ଼ିଶାଳରେ ଅସୁରକ୍ଷିତ ଅଲିଭ୍‌ରିଡ୍‌ଲେ: ଟ୍ରଲର ଆସୋସିଏଶନ ସହ ବନ ବିଭାଗ କର୍ତ୍ତୃପକ୍ଷଙ୍କ କୋଟି କୋଟି ଟଙ୍କାର  ଡିଲ

ଅନ୍ତୁଡ଼ିଶାଳରେ ଅସୁରକ୍ଷିତ ଅଲିଭ୍‌ରିଡ୍‌ଲେ: ଟ୍ରଲର ଆସୋସିଏଶନ ସହ ବନ ବିଭାଗ କର୍ତ୍ତୃପକ୍ଷଙ୍କ କୋଟି କୋଟି ଟଙ୍କାର ଡିଲ

କେନ୍ଦ୍ରାପଡ଼ା ଅଫିସ, ୧୯।୯-ସାମୁଦ୍ରିକ କଇଁଛ ଅଲିଭ୍‌ରିଡଲେଙ୍କ ଅନ୍ତୁଡିଶାଳ ଭାବେ ପରିଚିତ ଜାତୀୟ ଉଦ୍ୟାନ ଭିତରକନିକାସ୍ଥିତ ଗହୀରମଥା ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗହୀରମଥାକୁ ନିରାପଦ ସ୍ଥାନ ଭାବି ଯୋଜନ ଯୋଜନ ପଥ ଅତିକ୍ରମ କରି ଅଲିଭ୍‌ରିଡଲେ କଇଁଛ ଏଠାକୁ ଅଣ୍ଡାଦାନ କରିବାକୁ ଆସିଥାନ୍ତି। ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତି ବର୍ଷ ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ଗହୀରମଥାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥାଏ। 

ପ୍ଲାଷ୍ଟିକ ନିଷେଧ ଲାଗି ସଚେତନତା ଶୋଭାଯାତ୍ରା

ପ୍ଲାଷ୍ଟିକ ନିଷେଧ ଲାଗି ସଚେତନତା ଶୋଭାଯାତ୍ରା

ପୁରୀ ଅଫିସ, ୧୯ା୯: ଅକ୍ଟୋବର ୨ରୁ ରାଜ୍ୟ ସରକାର ପ୍ଲାଷ୍ଟିକ ବ୍ୟବହାରକୁ ନିଷିଦ୍ଧ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ଲାଷ୍ଟିକ ଓ ପଲିଥିନର ବିକ୍ରୟ ଓ ବ୍ୟବହାର ବନ୍ଦ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।

ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣା: ବୈଜୟନ୍ତଙ୍କ ସମେତ ୩ ଜଣଙ୍କୁ ନୋଟିସ

ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣା: ବୈଜୟନ୍ତଙ୍କ ସମେତ ୩ ଜଣଙ୍କୁ ନୋଟିସ

ପୁରୀ ଅଫିସ, ୧୯ା୯: ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ କରି ହରଡ଼ଘଣାରେ ପଡିଛନ୍ତି ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା। ଉକ୍ତ ହେଲିକପ୍ଟରରେ ବୈଜୟନ୍ତ ପାଇଲଟ ଥିବାବେଳେ ତାଙ୍କ ସହ ଅଭିଜିତ ଆୟର ମିତ୍ର ଏବଂ ଆରତୀ ଟିକୋ ରହିଥିଲେ। ବୁଧବାର ମଧ୍ୟାହ୍ନ ୧୨ଟା ବେଳେ କେସ୍‌ର ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ପୁରୀ ପୋଲିସ ଉକ୍ତ ୩ ଜଣଙ୍କୁ ନୋଟିସ ଜାରି କରିଛି। 

ଶ୍ରୀମନ୍ଦିର ଅଞ୍ଚଳରେ ଉଡ଼ିଛି ବୈଜୟନ୍ତଙ୍କ ଚୋପର: ସିଂହଦ୍ୱାର ଥାନାରେ ୨ ଏତଲା

ଶ୍ରୀମନ୍ଦିର ଅଞ୍ଚଳରେ ଉଡ଼ିଛି ବୈଜୟନ୍ତଙ୍କ ଚୋପର: ସିଂହଦ୍ୱାର ଥାନାରେ ୨ ଏତଲା

ପୁରୀ ଅଫିସ, ୧୯ା୯: ଚିଲିକା ଉପରେ ହେଲିକପ୍ଟର ଉଡାଣ ଘଟଣାର ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଉକ୍ତ ହେଲିକପ୍ଟରରେ ବୈଜୟନ୍ତଙ୍କ ସହ ଥିବା ଅଭିଜିତ ଆୟର ମିତ୍ର ତାଙ୍କ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଥିବା ଭିଡିଓରୁ ଏହି ସୂଚନା ମିଳିଛି। ଶ୍ରୀମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିର ଉପରେ ହେଲିକପ୍ଟର ଉଡାଣ କରୁଥିବା ଭିଡିଓକୁ ସେ ଟୁଇଟରରେ ଅପଲୋଡ କରିଛନ୍ତି।

ସନ୍‌ସାଇନ୍‌ ହସ୍ପିଟାଲରେ ରୋଗୀଙ୍କୁ ଶୋଷଣ: ଅସ୍ତ୍ରୋପଚାର ନ କରି ନେଇଗଲେ ୧.୪୩ ଲକ୍ଷ, ଆହୁରି ୧.୪୨ ଲକ୍ଷ ଦେବାକୁ ଦାବି

ସନ୍‌ସାଇନ୍‌ ହସ୍ପିଟାଲରେ ରୋଗୀଙ୍କୁ ଶୋଷଣ: ଅସ୍ତ୍ରୋପଚାର ନ କରି ନେଇଗଲେ ୧.୪୩ ଲକ୍ଷ, ଆହୁରି ୧.୪୨ ଲକ୍ଷ ଦେବାକୁ ଦାବି

କଟକ ରୋଡ,୧୯।୯(ଡି.ଏନ୍‌.ଏ.)- ଭୁବନେଶ୍ୱର ଲକ୍ଷ୍ମୀସାଗରସ୍ଥିତ ସନ୍‌ସାଇନ ହସ୍ପିଟାଲରେ ରୋଗୀଙ୍କୁ ଶୋଷଣ କରାଯାଇଥିବା ଅଭିଯୋଗ ହୋଇଛି। ରୋଗୀ ଆଡ୍‌ମିଶନ ସମୟରେ ଅସ୍ତ୍ରୋପଚାର କରାଯିବ ବୋଲି କୁହାଯାଇ ୧ ଲକ୍ଷ ୪୩ ହଜାର ଟଙ୍କା ନିଆଗଲା। କିନ୍ତୁ ପରବର୍ତ୍ତୀ ସମୟରେ କୌଣସି ଅସ୍ତ୍ରୋପଚାର ହୋଇ ନ ଥିବାବେଳେ ୨ ଲକ୍ଷ ୮୫ ହଜାର ଟଙ୍କାର ବିଲ୍‌ କରାଯାଇଛି।