ମେଟ୍ରୋ |

ପୋଲିସ ଗାଡ଼ି ପାର୍କିଂକୁ ବାରଣ:ବରିଷ୍ଠ ନାଗରିକଙ୍କୁ ମାଡ଼ମାରି ଥାନାକୁ ଉଠାଇନେଲେ

ପୋଲିସ ଗାଡ଼ି ପାର୍କିଂକୁ ବାରଣ:ବରିଷ୍ଠ ନାଗରିକଙ୍କୁ ମାଡ଼ମାରି ଥାନାକୁ ଉଠାଇନେଲେ
ଭୁବନେଶ୍ୱର, ୯।୨(ବ୍ୟୁରୋ)- ଥାନା ଗାଡ଼ି ପାର୍କିଂକୁ ବାରଣ କରି ଜଣେ ବରିଷ୍ଠ ନାଗରିକ ପୋଲିସ କର୍ମଚାରୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ପୋଲିସ କର୍ମଚାରୀମାନେ ତାଙ୍କୁ ଘଟଣାସ୍ଥଳରୁ ମାଡ଼ ମାରି ଭ୍ୟାନରେ ଥାନାକୁ ଉଠାଇନେବା ପରେ ଦୀର୍ଘ ୫ଘଣ୍ଟା ଅଟକ ରଖି ଛାଡ଼ିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଡିଣ୍ଡିମ ପିଟୁଥିବା କମିଶନରେଟ ପୋଲିସର ଅସଲ ଚେହେରାକୁ ପଦାରେ ପକାଇଛି। ଘଟଣାଟି ଘଟିଛି କ୍ୟାପିଟାଲ ଥାନା ବାପୁଜୀନଗର ଅଞ୍ଚଳରେ। ମାଡ ଖାଇଥିବା ବରିଷ୍ଠ ନାଗରିକ ହେଲେ ୟୁନିଟ୍‌-୨ରେ ରହୁଥିବା ଧାନୁରଥ ମହାପାତ୍ର। କେତେଜଣ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ହେବ। କ୍ୟାପିଟାଲ ଥାନା ଭ୍ୟାନରେ ୩ ପୋଲିସ କର୍ମଚାରୀ ବାପୁଜୀନଗରସ୍ଥିତ ଏକ ଏଟିଏମରୁ ଟଙ୍କା ଉଠାଇବା ପାଇଁ ପହଞ୍ଚତ୍ଥିଲେ। ସେମାନେ ଗାଡିକୁ ଏଟିଏମ୍‌ କାଉଣ୍ଟର ଆଗରେ ପାର୍କିଂ କରିଥିଲେ। ପୂର୍ବରୁ ଧାନୁରଥଙ୍କ ସ୍କୁଟି ଏଟିଏମ୍‌ କାଉଣ୍ଟର ଆଗରେ ରହିଥିଲା। ତେଣୁ ତାଙ୍କୁ ସ୍କୁଟି ବାହାର କରିବାକୁ ଅସୁବିଧା ହେବାରୁ ସେ ପୋଲିସ ଭ୍ୟାନକୁ ସାମାନ୍ୟ ଆଗରେ ପାର୍କିଂ କରିବାକୁ କହିଥିଲେ। ବାସ୍‌ ଏତିକିରେ ପୋଲିସ କର୍ମଚାରୀମାନଙ୍କ ରାଗ ବଢ଼ିଯାଇଥିଲା। ‘ତୁ କିଏ ଗାଡି କାଢିନେବାକୁ କହିବାକୁ। ମୋତେ ଜାଣିନୁ ମୁଁ କ’ଣ କରିପାରିବି।’ ଏହିଭଳି କହି ଜଣେ କର୍ମଚାରୀ ଧାନୁରଥଙ୍କୁ ସର୍ବ ସମ୍ମୁଖରେ ମାଡ଼ ମାରିଥିଲେ। ଧାନୁରଥ ତାଙ୍କୁ ବିରୋଧ କରିବାରୁ ସମ୍ପୃକ୍ତ କର୍ମଚାରୀମାନେ ଜୋରଜବରଦସ୍ତ ତାଙ୍କୁ ଗାଡିରେ ବସାଇ ଥାନାକୁ ନେଇଯାଇଥିଲେ। ଥାନାରେ ପହଞ୍ଚତ୍ବା ପରେ ଥାନା ଭିତରକୁ ଧାନୁରଥ ଯିବାକୁ ଅନିଚ୍ଛା ପ୍ରକାଶ କରିବାରୁ ତାଙ୍କୁ ଭ୍ୟାନରୁ ଘୋଷାରି ଘୋଷାରି ନିଆଯାଇଥିଲା। ଥାନା ପଛରେ ଥିବା ଏକ ଛୋଟ ରୁମ୍‌ରେ ବସାଇ କେତେଜଣ କର୍ମଚାରୀ ଗାଳିଗୁଲଜ କରି ମାଡ ମାରିଥିବା ଅଭିଯୋଗ ହୋଇଛି। ଖବରପାଇ କେତେଜଣ ଗଣମାଧ୍ୟମ ପ୍ରତିନିଧି ପହଞ୍ଚତ୍ଥିଲେ। କିନ୍ତୁ ସେମାନଙ୍କୁ ଧାନୁରଥଙ୍କ ସହ ଭେଟ କରିବାକୁ ଦିଆଯାଇ ନ ଥିଲା। ଏ ବିଷୟରେ ଖବରଦାତା ଜଣେ ପୋଲିସ କର୍ମଚାରୀଙ୍କୁ ପଚାରିବାରୁ ସେ କହିଲେ, ସମ୍ପୃକ୍ତ ନିଶାଗ୍ରସ୍ତ ଅବସ୍ଥାରେ ଥାନା ଗାଡିକୁ ପାର୍କିଂ କରିବାକୁ ବିରୋଧ କରିବା ସହ ପୋଲିସକୁ ମାଡ ମାରିଥିଲେ। ତେଣୁ ତାଙ୍କୁ ଥାନାକୁ ଆଣି ରଖାଯାଇଛି। ପରିବାର ଲୋକ ଆସିଲେ ଛାଡି ଦିଆଯିବ। ପରେ ଏ ନେଇ ଭ୍ୟାନରେ ଯାଇଥିବା ଅତିରିକ୍ତ ଥାନା ଅଧିକାରିଣୀ ଅଞ୍ଜଳି ଛୋଟରାୟଙ୍କୁ ପଚାରିବାରେ ସେ ଏଭଳି କିଛି ଘଟି ନ ଥିବା କହିଥିଲେ। ଏ ସମ୍ପର୍କରେ ଜୋନ୍‌ ଏସିପି ଅସୀମ ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ, ମୋ ପାଖରେ କିଛି ଖବର ନାହିଁ। କ’ଣ ହୋଇଛି ଦେଖୁଛି କହି ଫୋନ କାଟିଦେଇଥିଲେ।
All Right Reserved By

ମେଟ୍ରୋ |

ରାଜ୍ୟପାଳଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

ରାଜ୍ୟପାଳଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

କୋଣାର୍କ, ୨୦।୧୦(ଡି.ଏନ୍‌.ଏ.)-ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ଅପରାହ୍ନରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ରାଜ୍ୟପାଳଙ୍କୁ ସରକାରୀ ଗାଇଡ଼ ଆଭାସ ଚନ୍ଦ୍ର ମହାନ୍ତି ସୂର୍ଯ୍ୟମନ୍ଦିର ସମ୍ବନ୍ଧରେ ବିଶଦ ଭାବେ ଅବଗତ କରାଇଥିଲେ। ପରେ ପରେ ରାଜ୍ୟପାଳ ଇଣ୍ଡିଆନ ଅଏଲ୍‌ ଫାଉଣ୍ଡେଶନ ପକ୍ଷରୁ ନିର୍ମିତ ବ୍ୟାଖ୍ୟାନକେନ୍ଦ୍ର ବୁଲି ଦେଖିଥିଲେ। 

ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି: ନଟବର ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର

ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି: ନଟବର ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର

ସାକ୍ଷୀଗୋପାଳ,୨୦।୧୦(ଡି.ଏନ୍‌.ଏ.): ପରମ୍ପରା କ୍ରମେ ଆଶ୍ବିନ ଶୁକ୍ଳ ଏକାଦଶୀ ଶନିବାର ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ଏହି ଅବସରରେ ସାକ୍ଷୀଗୋପାଳ ଠାକୁରଙ୍କୁ ନଟବର ବେଶରେ ସଜ୍ଜିତ କରାଯାଇଛି। 

ଗଡ଼ ନହରକଣ୍ଟାରେ ରାବଣପୋଡ଼ି

ଗଡ଼ ନହରକଣ୍ଟାରେ ରାବଣପୋଡ଼ି

ବାଲିଅନ୍ତା, ୨୦।୧୦(ଡି.ଏନ୍‌.ଏ.): ଭୁବନେଶ୍ୱର ମହାନଗର ନିଗମର ୪ ନଂ. ଓ୍ବାଡ୍‌ ଅଧୀନ ଗଡ଼ ନହରକଣ୍ଟାରେ ଦୁର୍ଗା ପୂଜା ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଶୁକ୍ରବାର ରାତି ସାଢ଼େ ୯ଟାରେ ବିଜୟାଦଶମୀ ଅବସରରେ ଦୁର୍ଗା ପୂଜା କମିଟି ପକ୍ଷରୁ ରାବଣପୋଡ଼ି ଉତ୍ସବ ଆୟୋଜିତ ହୋଇଥିଲା। 

ମୂର୍ତ୍ତି ବିସର୍ଜନ ସ୍ଥଳ ପରିଦର୍ଶନ କଲେ ପୋଲିସ କମିଶନର

ମୂର୍ତ୍ତି ବିସର୍ଜନ ସ୍ଥଳ ପରିଦର୍ଶନ କଲେ ପୋଲିସ କମିଶନର

ବାଲିଅନ୍ତା, ୨୦।୧୦(ଡି.ଏନ୍‌.ଏ.): ଭୁବନେଶ୍ୱର-କଟକ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ଶନିବାର ମଧ୍ୟାହ୍ନରେ କୁଆଖାଇ ନଦୀଘାଟକୁ ଯାଇ ମୂର୍ତ୍ତି ବିସର୍ଜନ ସ୍ଥଳ ବୁଲି ଦେଖିଛନ୍ତି। କୁଆଖାଇ ନଦୀର ଉଭୟ ପଟ ପଠାରେ ନିର୍ମିତ ଅସ୍ଥାୟୀ ପୋଖରୀ ନିକଟକୁ ଯାଇଥିଲେ।

ହାତୀ ଆକ୍ରମଣରେ ୨ ଗୁରୁତର

ହାତୀ ଆକ୍ରମଣରେ ୨ ଗୁରୁତର

ନିରାକାରପୁର, ୨୦।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଚନ୍ଦକା ପୋଖରୀକୁ ଶୁକ୍ରବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ୨ଜଣ ଗୁରୁତର ଆହତ ହୋଇଛନ୍ତି।

କୂଅରେ ପଡ଼ି ଛାତ୍ରୀ ମୃତ

କୂଅରେ ପଡ଼ି ଛାତ୍ରୀ ମୃତ

ଖୋର୍ଦ୍ଧା ଅଫିସ,୨୦।୧୦: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଗୋଡିପଡା ଗ୍ରାମରେ କୂଅରେ ପଡି ଶନିବାର ପୂର୍ବାହ୍ନରେ ଜଣେ ଦ୍ୱିତୀୟ  ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି।

ବାତ୍ୟା ତିତ୍‌ଲି, ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଧର୍ମେନ୍ଦ୍ର ପ୍ରଧାନ

ବାତ୍ୟା ତିତ୍‌ଲି, ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ବାତ୍ୟା ତିତ୍‌ଲି ଓ ଏହାର ପରବର୍ତ୍ତୀ ବନ୍ୟା ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତକରି ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏ ନେଇ ସେ ଏକ ଭିଡ଼ିଓ ମଧ୍ୟ ଜାରି କରିଛନ୍ତି।

୫୧ ବର୍ଷରେ ପହଞ୍ଚଛି ଅସ୍ତରଙ୍ଗ ଦୁର୍ଗାପୂଜା

୫୧ ବର୍ଷରେ ପହଞ୍ଚଛି ଅସ୍ତରଙ୍ଗ ଦୁର୍ଗାପୂଜା

କାକଟପୁର, ୨୦।୧୦(ଡି.ଏନ୍‌.ଏ.): ଅସ୍ତରଙ୍ଗ ବଜାରଠାରେ ଦୁର୍ଗା କ୍ଲବ ପକ୍ଷରୁ ଷଷ୍ଠୀ ତିଥିଠାରୁ ଆରମ୍ଭ  ହୋଇଛି ଦୁର୍ଗାପୂଜା।  ଦୁର୍ଗା କ୍ଲବ ପକ୍ଷରୁ  ୫୧ ବର୍ଷ  ଧରି ଏଠାରେ ମୃଣ୍ମୟୀ ମୂର୍ତ୍ତିଙ୍କୁ ଭକ୍ତି ଓ ନିଷ୍ଠାର ସହିତ ପୂଜା କରାଯାଇ ଆସୁଛି ବୋଲି କହିଛନ୍ତି କ୍ଲବର ସମ୍ପାଦକ ଆଇନଜୀବୀ ଦିବ୍ୟଦର୍ଶୀ ବିଶ୍ୱାଳ।

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ପୁରୀ ଅଫିସ, ୨୦।୧୦: ଶନିବାର ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ରତ୍ନ ସିଂହାସନରେ ମହାପ୍ରଭୁ ରାଇ ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଠାକୁରଙ୍କ ଏହି ମହାର୍ଗ ବେଶ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହେବ। ଚଳିତବର୍ଷ ପଞ୍ଚକ ପାଞ୍ଚ ଦିନ ହେବ। କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚକ ବେଶ ହେବ। ପଞ୍ଚକରେ ଭକ୍ତମାନେ ଦାରୁଦିଅଁଙ୍କ ୫ ବେଶ ଦର୍ଶନ କରିବାର ସୁଯୋଗ ପାଇବେ। 

୨୫ରୁ କାର୍ତ୍ତିକ ବ୍ରତ

୨୫ରୁ କାର୍ତ୍ତିକ ବ୍ରତ

ପୁରୀ ଅଫିସ, ୨୦।୧୦: ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଛି ଧର୍ମମାସ ଅର୍ଥାତ୍‌ ହବିଷ ମାସ କାର୍ତ୍ତିକ। ଏହି ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ରକୁ ହବିଷିଆଳିଙ୍କ ସୁଅ ଛୁଟିବ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ହବିଷିଆଳି ଶ୍ରୀକ୍ଷେତ୍ରରେ ପହଞ୍ଚିବେ। ପ୍ରାତଃରୁ ମାର୍କଣ୍ଡ, ଶ୍ୱେତଗଙ୍ଗା, ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଓ ମହୋଦଧି ଆଦିରେ ସ୍ନାନ କରି ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିବେ। 

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

ବେଗୁନିଆ,୨୦।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟିକାତଳ ନିକଟସ୍ଥ ଏକ ପୋଖରୀ କୂଳରେ ଜଣେ ଅପରିଚାତା ମହିଳାଙ୍କ ମୃତ ଦେହ ପଡିଥିବା ଶନିବାର ସକାଳେ ସ୍ଥାନୀୟ ଲୋକେ ଦେଖିଥିଲେ। 

ରାବଣ ପୋଡି ଉତ୍ସବ

ରାବଣ ପୋଡି ଉତ୍ସବ

ଭୁବନେଶ୍ୱର,୧୯।୧୦: ସରିଛି ପାର୍ବଣର ଋତୁ। ଅଧର୍ମ ଉପରେ ଧର୍ମର ବିଜୟକୁ ନେଇ ମହାମାୟା ଧରାବତରଣ କରିଥିଲେ। ଶୁକ୍ରବାର ବିଜୟା ଦଶମୀ ଅବସରରେ ପରାକ୍ରମୀ ରାବଣର ପୁତ୍ତଳିକା ଦାହ କରି ମେଲାଣି ନେଇଛନ୍ତି ଯୋଗମାୟା।