ସମ୍ପାଦକୀୟ |

କ୍ଷେତ୍ରାଧିକାର ଲଢ଼େଇ

କ୍ଷେତ୍ରାଧିକାର ଲଢ଼େଇ

ଦିଲ୍ଲୀକା ବାବୁ-ଦିଲୀପ ଚେରିଏନ୍‌/ ମହାରାଷ୍ଟ୍ରରେ ପରିବହନ କମିଶନର ଓ ଅବକାରୀ କମିଶନର ପଦବୀକୁ ନେଇ ଦୁଇମାସ ହେଲା ଆଇଏଏସ୍‌ ଓ ଆଇପିଏସ୍‌ ଲବି ମଧ୍ୟରେ ଲଢ଼େଇ ଲାଗି ରହିଛି। ଆଇପିଏସ୍‌ ଲବି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କୁ ଦେଇଥିବା ବିବୃତି ଅନୁସାରେ, ଅନ୍ୟ କେତେକ ରାଜ୍ୟ ପରି ଏହି ପଦବୀଗୁଡ଼ିକରେ ଆଇପିଏସ୍‌ ଅଫିସର ନିଯୁକ୍ତି ପାଇବା ଉଚିତ। କିନ୍ତୁ ଆଇଏଏସ୍‌ ଲବି ଦଖଲ ଛାଡ଼ିବାକୁ ନାରାଜ। ସୂଚନା ଅନୁସାରେ, ଦୁଇମାସ ତଳେ ପୋଲିସ ମହାନିର୍ଦ୍ଦେଶକ ସତୀଶ ମାଥୁର ଆଇପିଏସ୍‌ ଅଫିସରଙ୍କ ନିଯୁକ୍ତି ସପକ୍ଷରେ ପ୍ରସ୍ତାବ ଦେଇଥିଲେ। ମାଥୁରଙ୍କ ଯୁକ୍ତି ଥିଲା ପରିବହନ ଓ ଅବକାରୀ ଉଭୟ ସେବା ଏକା ପ୍ରକାରର, ପୋଲିସ ସେବା ପରି। ଏଥିରେ ମଧ୍ୟ ଆଇନଶୃଙ୍ଖଳା ରକ୍ଷା କରିବାକୁ ପଡ଼ିଥାଏ। ତେଣୁ ଆଇନଶୃଙ୍ଖଳା ରକ୍ଷାର ଅଭିଜ୍ଞତା ଥିବା ଅଫିସରଙ୍କ ଦ୍ୱାରା ଏହି ବିଭାଗଗୁଡ଼ିକ ଅଧିକ ଭଲ ଭାବରେ ପରିଚାଳିତ ହୋଇପାରିବ। କିନ୍ତୁ ଆଇଏଏସ୍‌ ଲବି ନିଜ କ୍ଷେତ୍ରାଧିକାରକୁ ସୁରକ୍ଷା ଦେବାକୁ ସତତ ଚେଷ୍ଟିତ। ତାଙ୍କର ଯୁକ୍ତି ହେଲା, ଯେହେତୁ ପରିବହନ ଓ ଅବକାରୀ କମିଶନର ପଦବୀ ଆଇଏଏସ୍‌ ଅଫିସରଙ୍କୁ ଦିଆଯାଇଛି, ଏଥିରେ କିଛି ପରିବର୍ତ୍ତନ କରିବାକୁ ହେଲେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)ର ଅନୁମତି ଦରକାର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ପ୍ରସଙ୍ଗରେ ସତର୍କତାର ସହ ପଦକ୍ଷେପ ନେଉଛନ୍ତି। ତେବେ ପ୍ରୋଟୋକଲ ବିଭାଗରେ ଜଣେ ଆଇପିଏସ୍‌ ଅଫିସରଙ୍କ ପାଇଁ ଏକ ପଦବୀ ସୃଷ୍ଟି କରିବା ଏବଂ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରରେ ଜଣେ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କୁ ନିଯୁକ୍ତି ଦେବା ପ୍ରସ୍ତାବ ଗୃହୀତ ହୋଇସାରିଛି। /ବାବୁ ଅଭାବ/ ଜମ୍ମୁ-କଶ୍ମୀରରେ ଆଇଏଏସ୍‌ ଅଫିସରଙ୍କର ଘୋର ଅଭାବ ଦେଖାଦେଇଛି, ଯାହା ଫଳରେ ସ୍ବଚ୍ଛନ୍ଦ ପ୍ରଶାସନ ବାଧାପ୍ରାପ୍ତ ହେଉଛି। ଏଠାରେ ଆଇଏଏସ୍‌ ଅଫିସରଙ୍କ ଅନୁମୋଦିତ ସଂଖ୍ୟା ୧୩୭ ହୋଇଥିବା ବେଳେ ଏବେ ଅଛନ୍ତି ମାତ୍ର ୭୭ ଜଣ ଅଫିସର ଏବଂ ୧୨ ଜଣ ଅଫିସରଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅଧିକନ୍ତୁ ୧୪ ଜଣ ଅଫିସର ଡେପୁଟେଶନରେ କେନ୍ଦ୍ରରେ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନ ୫ ଜଣ ଅଫିସର ଅବସର ନେବାର ଥିବାରୁ ପ୍ରଶାସନ ଆହୁରି ଅସୁବିଧାର ସମ୍ମୁଖୀନ ହେବ। ଇତିମଧ୍ୟରେ ମୁଖ୍ୟ ଶାସନ ସଚିବ ବି.ବି. ବ୍ୟାସଙ୍କ କାର୍ଯ୍ୟକାଳ ତିନିମାସ ବୃଦ୍ଧି କରାଯାଇଛି। ତାଙ୍କର ଜଣେ ଉତ୍ତରାଧିକାରୀ ବାଛିବାକୁ ପଡ଼ିବ। ପ୍ରାପ୍ତ ସୂଚନା ଅନୁସାରେ, ପ୍ରଶାସନିକ ସଚିବ ପଦରେ ନିଯୁକ୍ତି ପାଇଁ କେବଳ ୨୦୦୫ ବ୍ୟାଚ୍‌ ପର୍ଯ୍ୟନ୍ତ ଆଇଏଏସ୍‌ ଅଫିସରମାନେ ଯୋଗ୍ୟ ବିବେଚିତ ହେଉଛନ୍ତି। ଏହି ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ଯଥେଷ୍ଟ ବରିଷ୍ଠ ଅଫିସର ରାଜ୍ୟ ସରକାର ପାଉ ନାହାନ୍ତି। କାରଣ ୧୯୯୬ରୁ ୨୦୦୬ ମଧ୍ୟରେ ଅତି ଅଳ୍ପ ସଂଖ୍ୟକ ଆଇଏଏସ୍‌ ଅଫିସରଙ୍କୁ ଜମ୍ମୁ-କଶ୍ମୀର କ୍ୟାଡର ଦିଆଯାଇଥିଲା। ବର୍ତ୍ତମାନ ସରକାରୀ ବିଭାଗଗୁଡ଼ିକରେ ୨୦୦୭, ୨୦୦୮ ଓ ୨୦୦୯ ବ୍ୟାଚ୍‌ର ଅଫିସରଙ୍କୁ ନିଯୁକ୍ତି ଦେବା ପାଇଁ ସମସ୍ତଙ୍କର ସମ୍ମତି ଲୋଡ଼ାଯାଇଛି। ତାହାହେଲେ ରାଜ୍ୟରେ ବାବୁ ଅଭାବ ପୂରଣ କରାଯାଇପାରିବ। /ଅତିରିକ୍ତ ଦାୟିତ୍ୱ/ ବର୍ତ୍ତମାନ କେନ୍ଦ୍ର ସରକାର ସଂସଦୀୟ ବ୍ୟାପାର, ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ଏବଂ ପଞ୍ଚାୟତିରାଜ ମନ୍ତ୍ରଣାଳୟରେ କୌଣସି ନୂଆ ସଚିବଙ୍କୁ ନିଯୁକ୍ତି ନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସରେ ଉକ୍ତ ମନ୍ତ୍ରଣାଳୟଗୁଡ଼ିକରେ ନୂଆ ନିଯୁକ୍ତି ହେବ ବୋଲି ବାବୁ ମହଲ ଆଶା କରୁଥିବା ବେଳେ ତାହା ଏପର୍ଯ୍ୟନ୍ତ ହୋଇ ନାହିଁ। ତା’ ବଦଳରେ ତିନିଜଣ ବରିଷ୍ଠ ବାବୁଙ୍କୁ ଉକ୍ତ ପଦବୀଗୁଡ଼ିକର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ୧୯୮୨ ବ୍ୟାଚ୍‌ ଉତ୍ତରପ୍ରଦେଶ କ୍ୟାଡରର ଆଇଏଏସ୍‌ ଅଫିସର ତଥା ସରକାରୀ ଭାଷା ସଚିବ ପ୍ରଭାସ କୁମାର ଝାଙ୍କୁ ଅତିରିକ୍ତ ଭାବେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଦାୟିତ୍ୱ ଦିଆଯାଇଛି। ସେହିପରି ଆସାମ କ୍ୟାଡରର କେ.ଭି. ଇଆପେନ, ଯେ କି ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗର ସଚିବ ଅଛନ୍ତି, ତାଙ୍କୁ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପୁଣି ୧୯୯୩ ବ୍ୟାଚ୍‌ ବିହାର କ୍ୟାଡରର ଆଇଏଏସ୍‌ ଅଫିସର ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଅମରଜିତ୍‌ ସିହ୍ନାଙ୍କୁ ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ତେବେ ସରକାର ଅସ୍ଥାୟୀ ଭାବେ ଏ ବ୍ୟବସ୍ଥା କରିଛନ୍ତି, କି ତାଙ୍କର ଆଉ କିଛି ଉଦ୍ଦେଶ୍ୟ ଅଛି ତାହା କହିବା କଷ୍ଟକର। କିନ୍ତୁ ସରକାରଙ୍କର ଏପରି ନିଷ୍ପତ୍ତି ଉକ୍ତ ବଦବୀଗୁଡ଼ିକ ପାଇଁ ଆଶାୟୀ ଥିବା ବାବୁ ତଥା ଅନ୍ୟମାନଙ୍କ ପାଇଁ ବିସ୍ମୟ ସୃଷ୍ଟି କରିଛି। (Email: dilipcherian@gmail.com)

All Right Reserved By

ସମ୍ପାଦକୀୟ |

 ଚିଲିକା ବଞ୍ଚାଅ

ଚିଲିକା ବଞ୍ଚାଅ

ସମ୍ପାଦକୀୟ/ତଥାଗତ ସତପଥୀ

ଓଡ଼ିଶାର ଚିଲିକା ହ୍ରଦ ତା’ର ବିଶେଷତ୍ୱ ପାଇଁ ସାରା ବିଶ୍ୱରେ ପରିଚିତ। ଲବଣ ଜଳର ଏହି ହ୍ରଦ ଜୈବ ବିବିଧତା ବଜାୟ ରଖିବାରେ ଭାରତର ପ୍ରଥମ ଆର୍ଦ୍ରଭୂମି ବା ସନ୍ତସନ୍ତିଆ ଅଞ୍ଚଳ ଭାବେ ୧୯୮୧ରେ ରାମ୍‌ସର କନ୍‌ଭେନ୍‌ଶନରେ ମାନ୍ୟତା ପାଇଥିଲା। ଉଲ୍ଲେଖଯୋଗ୍ୟ, ୧୯୭୧ ମସିହାରେ ଇରାନ୍‌ର ରାମ୍‌ସର ନଗରରେ ଅନ୍ତର୍ଜାତୀୟ ସମ୍ମିଳନୀ ଜରିଆରେ ଆର୍ଦ୍ରଭୂମି ସଂରକ୍ଷଣ ଲାଗି ପଦକ୍ଷେପ ଆରମ୍ଭ ହୋଇଥିଲା। ଚିଲିକା ୨୦୦୨ରେ ରାମ୍‌ସର କଞ୍ଜରଭେଶନ୍‌ ପୁରସ୍କାର ପାଇ ପୃଥିବୀର ପ୍ରକୃତିପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଚିଲିକାକୁ ଦେଖିଥିବା ପର୍ଯ୍ୟଟକ ଜାଣନ୍ତି ଯେ କେବଳ ଭାରତ ନୁହେଁ, ଦୂରଦୂରାନ୍ତରୁ ମଧ୍ୟ ବିଭିନ୍ନ ପ୍ରକାରର ଚଢ଼େଇ ଏଠାକୁ ଅସ୍ଥାୟୀ ବାସ ଭାବେ ବାଛିଥାନ୍ତି। ଫ୍ଲାମିଙ୍ଗୋ, ନର୍ଦନ ପିନ୍‌ଟେଲସ୍‌ ଭଳି ପ୍ରାୟ ୧୬୦ରୁ ଊର୍ଦ୍ଧ୍ୱ ପ୍ରକାରର ବିଦେଶୀ ପକ୍ଷୀ ପ୍ରତ୍ୟେକ ବର୍ଷ ଚିଲିକାକୁ ଆସିଥାନ୍ତି। ଏଥିରୁ ବୁଝିବାକୁ ହେବ ଯେ, ଶୀତଋତୁରେ ଚିଲିକାକୁ ଭାରତୀୟ ଉପମହାଦେଶର ସର୍ବବୃହତ୍‌ ଭ୍ରମଣକାରୀ ପକ୍ଷୀଙ୍କୁ ଆକୃଷ୍ଟ କରୁଥିବା ସ୍ଥଳୀ ଭାବେ ଦିଆଯାଇଥିବା ମାନ୍ୟତାକୁ କୌଣସି ଅମଲାତାନ୍ତ୍ରିକ କିମ୍ବା ରାଜନୈତିକ ପେଞ୍ଚରେ ମିଳିପାରିବ ନାହିଁ। ଅ...

ଜିଡିପି ବଢୁଛି, ଗରିବି କମୁନାହିଁ

ଜିଡିପି ବଢୁଛି, ଗରିବି କମୁନାହିଁ

ସହଦେବ ସାହୁ

ଆଗକାଳରେ ଯେମିତି ବ୍ୟବସାୟ ବାଣିଜ୍ୟ ସମ୍ପଦ ତିଆରି କରୁଥିଲା ଏବେ କରୁଛି କି? ବିଶ୍ୱର ଶ୍ରେଷ୍ଠ ଧନୀ ଦେଶ ଆମେରିକା କଥା ଦେଖନ୍ତୁ। ଗତ କେତେକ ଦଶନ୍ଧିରେ ମାର୍କିନ୍‌ କମ୍ପାନୀମାନେ ଯେଉଁ ହାରରେ ସମ୍ପଦ ତିଆରି କରୁଥିଲେ ତହିଁରେ ଏବେ ଭଟ୍ଟା ପଡିଛି। ମାର୍କ ବୁଚାନାନ୍‌ ଜଣେ ପଦାର୍ଥବିଜ୍ଞାନୀ ଓ ବିଜ୍ଞାନ ଲେଖକ- ସେ ଅର୍ଥନୀତି ଉପରେ ବିଜ୍ଞାନ କ’ଣ କହୁଛି ସେ ବିଷୟରେ ଖଣ୍ଡିଏ ବହି ଲେଖିଛନ୍ତି- ବହିର ନାଁ ‘ଫୋର୍‌କାଷ୍ଟ୍‌: ହ୍ବାଟ୍‌ ଫିଜିକ୍ସ, ମିଟରୋଲଜି ଆଣ୍ଡ୍‌ ଦ ନ୍ୟାଚୁରାଲ୍‌ ସାଇନ୍ସେସ୍‌ କ୍ୟାନ୍‌ ଟିଚ୍‌ ଅସ୍‌ ଏବାଉଟ୍‌ ଇକୋନମିକ୍ସ’, ଭବିଷ୍ୟବାଣୀ- ପଦାର୍ଥବିଦ୍ୟା, ପାଣିପାଗବିଦ୍ୟା ଓ ପ୍ରାକୃତିକ ବିଜ୍ଞାନମାନ ଅର୍ଥନୀତି ବିଦ୍ୟା ଉପରେ ଆମକୁ...
ଇମେଲ୍‌: sahadevas@yahoo.com

ଖାଉଟି ସୁରକ୍ଷା ଏକ ବିଡ଼ମ୍ବନା

ଖାଉଟି ସୁରକ୍ଷା ଏକ ବିଡ଼ମ୍ବନା

ଜ୍ଞାନାଞ୍ଜଳି ପରିଡ଼ା

ଆଧୁନିକ ଯୁଗରେ ଖାଉଟି ବା ଗ୍ରାହକର ସ୍ଥାନ ଅତି ଶୀର୍ଷରେ। ପ୍ରତ୍ୟେକ ବ୍ୟବସାୟିକ ସଂସ୍ଥା ତିଷ୍ଠି ରହିବା ଏବଂ ତାଙ୍କର ଅଭିବୃଦ୍ଧି ମୁଖ୍ୟତଃ ଗ୍ରାହକର ଚାହିଦା ଉପରେ ନିର୍ଭର କରେ। ସେଥିପାଇଁ ବ୍ୟବସାୟୀମାନଙ୍କ ଦୃଷ୍ଟିରେ ଜଣେ ଗ୍ରାହକ ହେଉଛି ଭଗବାନଙ୍କ ସଦୃଶ (ଗରାଖ-ଈଶ୍ୱର)। କିନ୍ତୁ ବାସ୍ତବରେ ଆମ ଦେଶରେ ଖାଉଟି ସବୁବେଳେ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଠକାମିର ଶିକାର ହୋଇ ଆସୁଛି। ଠକ ବ୍ୟବସାୟୀମାନେ ଦ୍ରବ୍ୟ ଓ ସେବା ବାବଦରେ ସାଧାରଣ ଲୋକଙ୍କଠାରୁ ଅନେକ ତଥ୍ୟ ଗୋପନୀୟ ରଖିଥାନ୍ତି। ଯୋଜନାବଦ୍ଧ ଭାବରେ ଏମାନେ ଖାଉଟିକୁ ଲୁଟିଥାନ୍ତି। ଏହି ସମସ୍ୟାର ନିରାକରଣ ପାଇଁ ୧୯୮୬ ମସିହାରେ ସମଗ୍ର ଦେଶ ପାଇଁ ଖାଉଟି ସୁରକ୍ଷା ଆଇନ ...

ଅସୁରକ୍ଷିତ ନାରୀ ଓ ଶିଶୁ

ଅସୁରକ୍ଷିତ ନାରୀ ଓ ଶିଶୁ

ଝରଣା ପଣ୍ଡା

ସମଗ୍ର ବିଶ୍ୱରେ ଭାରତ ଦ୍ରୁତ ଅଭିବୃଦ୍ଧି ଓ ପ୍ରଗତିର ଦୌଡ଼ରେ ସାମିଲ ହୋଇଛି। ସୂଚନା ପ୍ରଯୁକ୍ତି ଓ ନାରୀ ସଶକ୍ତୀକରଣର ଜୋରଦାର ପ୍ରଚାର ପ୍ରସାର ହେଉଛି। ସରକାରୀ ଓ ବେସରକାରୀ ଭାବରେ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ଗଣମାଧ୍ୟମର ବିଜ୍ଞାପନରେ ନାରୀ ସଶକ୍ତୀକରଣର ଢୋଲ ପିଟା ଯାଉଥିବା ବେଳେ ସମଗ୍ର ଭାରତୀୟଙ୍କ ସାମଗ୍ରିକ ବିବେକ ଚେତନାକୁ ଦୋହଲାଇ ଦେଇଛି ବିହାର ...

ଏଇ ଭାରତରେ

ଏଇ ଭାରତରେ

ଜଣେ ମୁସଲମାନ ହିନ୍ଦୁଧର୍ମର ମହିଳାଙ୍କୁ ବିବାହ କରିଥିଲେ ବି ସ୍ତ୍ରୀଙ୍କ ମୃତ୍ୟୁପରେ ହିନ୍ଦୁଧର୍ମ ଅନୁଯାୟୀ ତାଙ୍କର ସଂସ୍କାର କରିଛନ୍ତି। ବହୁ ବାଧାବିଘ୍ନ ସତ୍ତ୍ୱେ ହିନ୍ଦୁଧର୍ମ ରୀତିନୀତି ଅନୁଯାୟୀ ତାଙ୍କ ଏକାଦଶାହ ମଧ୍ୟ ପାଳନ କରିଛନ୍ତି। ଇମ୍‌ତିଆଜୁର ରେହମନ୍‌ ନାମକ ଏହି  ...

ଏଇ ଭାରତରେ

ଏଇ ଭାରତରେ

କୁକୁରକୁ ବିଶ୍ୱସ୍ତ ପ୍ରାଣୀ କୁହାଯାଏ। ମଣିଷର ଆଦିମ ସାଥୀ ହେଉଛି କୁକୁର। ମଣିଷକୁ ଏହି ଇତର ପ୍ରାଣୀ ଦୁଃଖ ଦୁର୍ଦ୍ଦିନରେ ସହାୟତା କରେ। କେରଳର ଇଡ୍ଡୁକି ଜିଲାରେ ଏକ ପରିବାରକୁ ମୃତ୍ୟୁମୁଖରୁ ଉଦ୍ଧାର କରିଛି ତାଙ୍କ ପୋଷା କୁକୁର।  କେରଳର ଏହି ଜିଲାର ଗୋଟିଏ ଗଁାରେ ଗୁରୁବାର ପ୍ରବଳ ବର୍ଷା ହୋଇଥିଲା।...

ଗଣଭୋଟ ଓ ବ୍ରିଟେନ୍‌

ଗଣଭୋଟ ଓ ବ୍ରିଟେନ୍‌

ଆକାର ପଟେଲ କୌଣସି ଦେଶ ସିଧାସଳଖ କିଛି ନିଷ୍ପତ୍ତି ନିଏ ନାହିଁ। ଗଣତାନ୍ତ୍ରିକ ଦେଶଗୁଡ଼ିକ ବିଧାୟକ ବା ଲୋକପ୍ରତିନିଧିମାନଙ୍କ ଜରିଆରେ ନିଷ୍ପତ୍ତି ନିଅନ୍ତି। ଆମେରିକା ପରି ଦେଶରେ ଯେଉଁଠି ସର୍ବୋଚ୍ଚ କର୍ତ୍ତା (ରାଷ୍ଟ୍ରପତି) ସିଧାସଳଖ ନିର୍ବାଚିତ ହୁଅନ୍ତି, ସେଠାରେ ସେ ନିର୍ବାଚିତ ହେଲା ପରେ କ’ଣ କ’ଣ କରିବେ ତାହା ଆଗରୁ ଘୋଷଣା କରନ୍ତି ଏବଂ ତାହା ହେଉଛି ତାଙ୍କ ନିର୍ବାଚନୀ ଇସ୍ତାହାର। ...

ଧର୍ମ ବନାମ ଆଧ୍ୟାତ୍ମିକତା

ଧର୍ମ ବନାମ ଆଧ୍ୟାତ୍ମିକତା

ପ୍ରକାଶ ତ୍ରିପାଠୀ ଆଜିର ସମୟରେ ମଣିଷର ଧର୍ମୀୟ ଆଚରଣ ଦେଖିଲେ ମନେହୁଏ ସତେ ଯେମିତି ସବୁକିଛି ବାହ୍ୟ ପ୍ରଦର୍ଶନରେ ସୀମିତ। ଜଣେ ମଣିଷ ସକାଳୁ ଉଠି ଫୁଲ ତୋଳେ, ସ୍ନାନପୂର୍ବକ ଶୁଭ୍ର ବା ଗୈରିକ ବସ୍ତ୍ର ପରିଧାନ କରି ଫୁଲ, ଦୀପ, ନୈବେଦ୍ୟ ନେଇ ମନ୍ଦିର ଯାଏ। ଶରୀରକୁ ଚନ୍ଦନ, ସିନ୍ଦୂରରେ ଶୋଭିତ କରେ। ଠାକୁରଙ୍କ ଆଳତି ଦର୍ଶନ କରେ। ଦୁଇ ହାତ ଯୋଡ଼ି ଠାକୁରଙ୍କ ନାମ ସଂକୀର୍ତ୍ତନ କରେ ଓ ବାର ଦେଖି ଆମିଷ ବର୍ଜନ କରେ। ଏଭଳି ମଣିଷକୁ ଆମେ ଧାର୍ମିକ କହିପାରୁ। ମାତ୍ର ଏହି ମଣିଷଙ୍କଠାରେ ଯଦି ...

ମାନବାଧିକାର ପ୍ରବକ୍ତା

ମାନବାଧିକାର ପ୍ରବକ୍ତା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ବିଭିନ୍ନ ପ୍ରକାରରେ ମାନବ ଅଧିକାର ଉଲ୍ଲଂଘନ ହେଉଥିବା ଦେଖାଯାଉଛି। ଅନ୍ତର୍ଜାତୀୟ ସ୍ତରୀୟ ଘଟଣାର ସମାଧାନ ପାଇଁ ଜାତିସଂଘ ମାନବ ଅଧିକାର କମିଶନ ରହିଛି। ଏହାର ମୁଖ୍ୟଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିବାରୁ ଏଥିରେ ଅଧିଷ୍ଠିତ ବ୍ୟକ୍ତିଙ୍କ ଅଭିଜ୍ଞତା ଓ ବ୍ୟକ୍ତିତ୍ୱକୁ ପ୍ରାଧାନ୍ୟ ଦିଆଯାଇଆସୁଛି। ୨୦୧୮ ଅଗଷ୍ଟ ୧୦ରେ ଚିଲିର ପୂର୍ବତନ ରାଷ୍ଟ୍ରପତି ମିଶେଲ ବାଚ୍‌ଲେଟ୍‌ଙ୍କ ନାମ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ସୁପାରିସ କରିଛନ୍ତି। ସେ ଜୋର୍ଡାନ୍‌ କୂଟନୀତିଜ୍ଞ ଜୈଦ ରାଦ୍‌ ଅଲ୍‌-ହୁସେନ୍‌ଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ। ...

ଏଇ ଭାରତରେ

ଏଇ ଭାରତରେ

ଇଚ୍ଛାଶକ୍ତି ଥିଲେ ବାର୍ଦ୍ଧକ୍ୟ ହାର୍‌ ମାନେ। କେରଳର ଜଣେ ୯୬ ବର୍ଷୀୟା ମହିଳା ରାଜ୍ୟ ଲିଟେରାସି ମିଶନ୍‌ର ଅକ୍ଷରଧାମ ସ୍କିମ୍‌ରେ ଚତୁର୍ଥ ଶ୍ରେଣୀ ସମତୁଲ ପରୀକ୍ଷାରେ ପାସ୍‌ କରି ହଜାର ହଜାର ବ୍ୟକ୍ତିଙ୍କ ପାଇଁ ରୋଲ୍‌ ମଡେଲ୍‌ ପାଲଟିଛନ୍ତି। ଏହାଦ୍ୱାରା ସେ ପ୍ରମାଣ କରିଦେଇଛନ୍ତି, ବୟସ ମନର ଏକାଗ୍ରତା ଓ ନିଷ୍ଠା ନିକଟରେ ହାର୍‌ ମାନିଥାଏ। ଉକ୍ତ ମହିଳା ହେଉଛନ୍ତି ଆଲାପୁଝା ବାସିନ୍ଦା କାତ୍ୟାୟନୀ ଆମ୍ମା। ବର୍ତ୍ତମାନ ଏହି ବୃଦ୍ଧାଙ୍କ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ...

ମେଣ୍ଟ ଦୁଃଖ

ମେଣ୍ଟ ଦୁଃଖ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କର୍ନାଟକରେ ମେଣ୍ଟ କରି ସରକାର ଗଠନ କରିଥିବା ଦଳଗୁଡ଼ିକ ଏବେ ମେଣ୍ଟ ଗଠନର ବାସ୍ତବ ଦୁଃଖ ଅନୁଭବ କରୁଛନ୍ତି। ବାବୁମାନଙ୍କ ବଦଳିକୁ ନେଇ କଂଗ୍ରେସ ଓ ଜେଡି(ଏସ୍‌) ମଧ୍ୟରେ ବିବାଦ ଓ ଟଣାଓଟରା ଲାଗିରହୁଛି। ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ ସରକାର ନିକଟ ଅତୀତରେ ଅନେକ ବଦଳି କରିସାରିଲେଣି। କିନ୍ତୁ ଏହା ସିଦ୍ଦାରାମାୟାଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କ ଦେହରେ ଯାଉନାହିଁ। ସେମାନଙ୍କ ସହ ପରାମର୍ଶ ନ କରି ଏହିସବୁ ବଦଳି କରାଯାଇଥିବାରୁ ସେମାନେ ...

ଜମ୍ମୁ-କଶ୍ମୀର ଓ ମାନବାଧିକାର

ଜମ୍ମୁ-କଶ୍ମୀର ଓ ମାନବାଧିକାର

ପ୍ରଦୀପ୍ତ ନାୟକ ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଏହା ୨୬ ଅକ୍ଟୋବର ୧୯୪୭ ମସିହାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ତତ୍କାଳୀନ ଜମ୍ମୁ-କଶ୍ମୀର ରାଜା ହରି ସିଂଙ୍କ ମଧ୍ୟରେ ହୋଇଥିବା ଐତିହାସିକ ଚୁକ୍ତିନାମାରେ ସ୍ଥିରୀକୃତ ହୋଇସାରିଛି। ଏଥିରେ କେହି ଦ୍ୱିମତ ହୋଇପାରିବେ ନାହିଁ। ଐତିହାସିକ ଘଟଣାକ୍ରମରୁ ଜଣାଯାଏ ଯେ ୧୯୪୭ ମସିହା ଅଗଷ୍ଟ ୧୪ ଓ ୧୫ରେ ପାକିସ୍ତାନ ଓ ଭାରତ ଭାଗ ଭାଗ ହୋଇ ସ୍ବାଧୀନତା ଲାଭ କଲେ। ସ୍ବାଧୀନ ଦେଶୀୟ ରାଜ୍ୟ ଜମ୍ମୁ-କଶ୍ମୀରକୁ ଦଖଲ କରିବା ନିମନ୍ତେ ପାକିସ୍ତାନ ଅକ୍ଟୋବର ୨୪ରେ ନିଜର ସଶସ୍ତ୍ର ସେନାଙ୍କୁ ନେଇ କଶ୍ମୀର ଆକ୍ରମଣ କଲା। ୨୫ ତାରିଖରେ ରାଜା ...

Model This Week

ଯସ୍ମିନ୍